spot_img
Home Blog Page 5337

‘ଜୟ ଶ୍ରୀ ରାମ-ହର ହର ମହାଦେବ’ ନାରାରେ ପ୍ରକମ୍ପିତ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜୟ ଶ୍ରୀ ରାମ ନାରା । ପାକିସ୍ତାନର ରହିମ ୟାର ଖାନ ଅଞ୍ଚଳରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ଘଟଣା ପରେ ଲୋକଙ୍କ ରାଗ ଥମୁନି । କରାଚୀରେ ଅଳ୍ପସଂଖ୍ୟକ ହିନ୍ଦୁ ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ ବେଳେ ସମଗ୍ର ଅଞ୍ଚଳ ଜୟ ଶ୍ରୀ ରାମ ଓ ହର ହର ମହାଦେବ ନାରାରେ ପ୍ରକମ୍ପିତ ହୋଇଥିଲା ।

 Pakistan Karachi Protest By Hindu People Temple Issue

ରବିବାର କରାଚୀ ପ୍ରେସ କ୍ଲବ ବାହାରେ ହୋଇଥିବା ବିକ୍ଷୋଭରେ ଅଳ୍ପସଂଖ୍ୟକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀ ହିନ୍ଦୁ ମନ୍ଦିର ଭଙ୍ଗାରୁଜାକୁ ବିରୋଧ କରିବା ସହ ଘଟଣାର ନିନ୍ଦା କରିଥିଲେ । ଏଥିରେ ହିନ୍ଦୁ ସମୁଦାୟ ସହ ଶିଖ୍, ପାରସୀ, ଇସାଇ ଓ ଅନ୍ୟ ଧର୍ମର ଲୋକ ସାମିଲ୍ ଥିଲେ । ବିକ୍ଷୋଭକାରୀ ହର ହର ମହାଦେବ ସହ ଜୟ ଶ୍ରୀ ରାମ ନାରା ଲଗାଇଥିଲେ ।

 Pakistan Karachi Protest By Hindu People Temple Issue

କିଛିଦିନ ତଳେ ପାକିସ୍ତାନର ରହିମ ୟାର ଖାନ ଅଞ୍ଚଳରେ ଥିବା ଏକ ଗଣେଶ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା । ଭଙ୍ଗାରୁଜାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ବିବାଦ ଉପୁଜି ଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଘଟଣାର ନିନ୍ଦା କରିଥିଲେ । ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଗୀତ ମାଧ୍ୟମରେ ପରିବେଷଣ କରୁଛନ୍ତି ଦିବ୍ୟାଙ୍ଗ କଳାକାର

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ପ୍ରଣୟନ କରିଛନ୍ତି । ଯାହା ଜନ୍ମରୁ ମୃତ୍ୟୁ ଯାଏଁ ଲୋକଙ୍କ ପାଇଁ ସହାୟକ ହେଉଛି । ଆଉ ଏହି ଯୋଜନା ସବୁକୁ ଗୀତ ମାଧ୍ୟମରେ ଖୁବ୍ ସୁନ୍ଦର ଭାବେ ପରିବେଷଣ କରୁଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ଗାଁର ଦିବ୍ୟାଙ୍ଗ କଳାକାର କାର୍ତ୍ତିକ ଖର୍ସେଲ । କାର୍ତ୍ତିକ ଜନ୍ମରୁ ଦୃଷ୍ଟି ବାଧିତ କିନ୍ତୁ ସେ ଠିକ ଭାବେ ଶୁଣିପାରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲା ସମୟରେ ସେ ଶୁଣି ପ୍ରଭାବିତ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାକୁ ଗୀତ ମାଧ୍ୟମରେ ପରିବେଷଣ କରି ସମାଜକୁ ବାର୍ତ୍ତା ଦେଉଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକ ଖର୍ସେଲ । ଦେଖନ୍ତୁ ପୂରା ଗୀତ…

ଏଥିସହିତ ପଢ଼ନ୍ତୁ: ଫିକା ପଡ଼ିବ ପାର୍ବଣ, ଏଥର ବି ଗଣେଶ ଓ ଦୁର୍ଗା ପୂଜାରେ ଭକ୍ତଙ୍କୁ ମଣ୍ଡପ ମନା

ରାଜ୍ୟରେ ଏବେ ବି ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ନିଅଣ୍ଟିଆ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଦୁର୍ବଳ ହେବା ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । କେବଳ ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୭୫ ପ୍ରତିଶତ କମ୍ ବର୍ଷା ହୋଇଛି । ଅଗଷ୍ଟ ୧ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ୨୮.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୧୧୫.୪ ମିଲିମିଟର ବର୍ଷା ହେବା କଥା । ସେହିପରି ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୨୮ ପ୍ରତିଶତ କମ୍ ବର୍ଷା ହୋଇଛି । ୨୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ଶହ ୭୭.୭ ମିଲିମିଟର ବର୍ଷା ରେକର୍ଡ ହେବା କଥା କିନ୍ତୁ ୪ ଶହ ୮୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ଠାରୁ ୨୮ ପ୍ରତିଶତ କମ୍ । ୪ଟି ଜିଲ୍ଲା ଭଦ୍ରକ, ବଲାଙ୍ଗିର, ଗଜପତି ଏବଂ ଯାଜପୁରରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ନିଅଣ୍ଟିଆ ବର୍ଷା ସମୟରେ ରାଜ୍ୟରେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ କେବଳ କାଳବେିଶାଖୀ ଜନିତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭାରତ ମହାସାଗରରେ ଭାରତ ନିର୍ମାଣ କରୁଛି କି ଗୁପ୍ତ ସାମରିକ ଘାଟି ?

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତ କରୁଛି ଗୁପ୍ତ ସାମରିକ ଘାଟି ! ଏହି ସୈନ୍ୟ ଆଡ୍ଡାର ବ୍ୟବହାର କରି ସମୁଦ୍ରରେ ନିଜ ସ୍ଥିତି ସହ ଶକ୍ତି ବଢ଼ାଇବ ଭାରତ । କିଛିଦିନ ତଳେ ଅନ୍ତରାଷ୍ଟ୍ରୀୟ ନ୍ୟୁଜ୍ ଚ୍ୟାନେଲ୍ ଅଲ ଜଜିରା ନିଜ ରିସର୍ଚ୍ଚ ଆଧାରରେ ଏଭଳି ଦାବି କରି ସମୁଦ୍ରରେ ଭାରତର ଦମଦାର ସୈନ୍ୟ ଉପସ୍ଥିତିକୁ ଇସାରା କରିଛି ।

ଅଲ ଜଜିରା ଦାବି ଅନୁସାରେ, ମରିସସଠାରୁ ୧୧୦୦ କିଲୋମିଟର ଦୂର ଅଗାଲେଗା ଦ୍ୱୀପରେ ଭାରତ ନିଜର ନୌସେନା ଆଡ୍ଡା ପ୍ରସ୍ତୁତ କରୁଛି । ସାଟେଲାଇଟ୍ ଇମେଜ ଅନୁସାରେ ସେଠାରେ ନିର୍ମାଣ ଗତିବିଧି ଆଦି ଦ୍ରୁତଗତିରେ ଚାଲିଛି । ସେଠାରେ ଭାରତ ଅନ୍ତରାଷ୍ଟ୍ରୀୟ ସ୍ତରର ଏୟାରଷ୍ଟ୍ରିପର ନିର୍ମାଣ କରୁଛି ।

Agalega India Military Base In Indian Ocean Mauritius Island China

କେଉଁଠି ରହିଛି ଅଗାଲେଗା ଦ୍ୱୀପ ?

ଭାରତ ମହାସାଗରର ମରିସସରେ ରହିଛି ଏକ ଛୋଟ ଦ୍ୱୀପ ଅଗାଲେଗା । ଏହା ମୁଖ୍ୟ ମରିସସ ଦ୍ୱୀପ ଠାରୁ ଉତ୍ତରରେ ପ୍ରାୟ ୧୦୦୦ କିଲୋମିଟର ଦୂରରେ ରହିଛି । ଏହି ଦ୍ୱୀପର ଲମ୍ବା ୧୨ କିଲୋମିଟର ହୋଇଥିବା ବେଳେ ଚଉଡ଼ା ୧.୫ କିଲୋମିଟର । ଏଠାକାର ଜନସଂଖ୍ୟା ବହୁତ କମ୍ । ଆକଳନ ଅନୁସାରେ ଅଗାଲେଗା ଦ୍ୱୀପରେ ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି ।

 Agalega India Military Base In Indian Ocean Mauritius Island China

ଅଗାଲେଗା ଦ୍ୱୀପ ଅଞ୍ଚଳରେ ଆମେରିକାର ସୈନ୍ୟ ଠିକଣା ଡିଏଗୋ ଗାର୍ସିୟା, ଚୀନର ସୈନ୍ୟ ଆଡ୍ଡା ଜିବୁତି, ଫାନ୍ସର ମିଲିଟ୍ରି ବେସ୍ ରିୟୁନିୟୋଁରେ ରହିଛି । ଏହି ସମସ୍ତ ସାମରିକ ଘାଟି ସମୁଦ୍ରରେ ରହିଛି । କ୍ଷେତ୍ରଫଳ ଅନୁସାରେ ମାତ୍ର କିଛି କିଲୋମିଟର ପରିବ୍ୟାପ୍ତ ଏହି ସାମରିକ ଘାଟି ବେଶ୍ ଶକ୍ତିଶାଳୀ । ତାର ପ୍ରକୃତ ଶକ୍ତି ସେଠାରେ ଥିବା ସେନା ଓ ରାଷ୍ଟ୍ର ମୁଖ୍ୟଙ୍କୁ ଜଣା । ଦୁନିଆର ଅନ୍ୟ ସଂସ୍ଥା ସେଠାକାର ସାମରିକ ଘାଟିକୁ ନେଇ କେବଳ ଆକଳନ କରିଥାନ୍ତି । ସ୍ପଷ୍ଟତଃ ଭାରତର ଅଗଣା ଭାବେ ପରିଚିତ ଭାରତ ମହାସାଗରର ଏବେ ବ୍ୟାପକ ଭାବେ ସାମରିକିକରଣ ହୋଇ ସାରିଛି । ଏହି ସମୁଦ୍ର କ୍ଷେତ୍ର ଦେଇ ବିଶ୍ୱକୁ ଦୁଇ ଦୃତୀୟାଂଶ ତୈଳ କାରବାର କରାଯାଏ ।

 Agalega India Military Base In Indian Ocean Mauritius Island China

ଭାରତ ମହାସାଗରରେ ଚୀନ ନିଜ ପ୍ରଭୃତ୍ୱ ବିସ୍ତାର କରିବାକୁ ଚାହୁଁଛି । ଏଥିପାଇଁ ଋଣକୁ ମୁଖ୍ୟ ଅସ୍ତ୍ର କରିଛି ଚୀନ । ଭାରତ ମହାସାଗରରେ ଥିବା ଋଣ ଦେଇ ଚୀନ ସେମାନଙ୍କୁ ନିଜ ଜାଲରେ ପକାଉଛି । ଋଣ ସୁଝି ନପାରୁଥିବା ଦେଶଙ୍କ ଠାରୁ ବନ୍ଦର ଓ ବିମାନ ଘାଟିର ନିୟନ୍ତ୍ରଣ ହାସଲ କରୁଛି । ସେହି ସବୁ ବନ୍ଦରରୁ ଚୀନ ନୌସେନା ଭାରତ ମହାସାଗର ଉପରେ ନଜର ରଖୁଛି । ଭାରତକୁ ଭାରତ ମହାସାଗରରେ ଘେରିବା ପାଇଁ ଚୀନର ଏହି ରଣନୀତିକୁ ବିଶେଷଜ୍ଞ ମୁକ୍ତା ଫାସ ବୋଲି କହିଥାନ୍ତି । ଚୀନର ଏଭଳି ରଣନୀତିକୁ ମାତ୍ ଦେବା ପାଇଁ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ଏକାଠି ହୋଇଛନ୍ତି । ଅତୀତରେ ଶ୍ରୀଲଙ୍କାକୁ ଚୀନ ଋଣ ଦେଇଥିଲା । ଋଣ ସୁଝି ନ ପାରିବା ପରେ ଚୀନ, ଶ୍ରୀଲଙ୍କାର ଏକ ବନ୍ଦରକୁ ନିଜ ଅଧିନକୁ ନେବାକୁ ଚାହୁଁଥିଲା । ତେବେ ଭାରତ, ଶ୍ରୀଲଙ୍କାକୁ ଋଣ ସୁଝିବାରେ ସାହାଯ୍ୟ କରିବା ପରେ ଚୀନର ଉଦ୍ୟମ ପଣ୍ଡ ହୋଇଥିଲା ।

ଭୂ-ରଣନୈତିକ ଦୃଷ୍ଟିରୁ ଭାରତ ମହାସାଗରର ଅଗାଲେଗାରେ ଭାରତର ସାମରିକ ଘାଟିକୁ ନେଇ ଅଲ ଜଜିରାର ଦାବି ସତ ହେଲେ ସାମରିକ କ୍ଷେତ୍ରରେ ଭାରତ ମହାସାଗରରେ ଏହା ଶକ୍ତି ସନ୍ତୁଳନ ସହ ଭାରତର ଶକ୍ତି ବଢ଼ାଇବ ।

ଅଗାଲେଗାକୁ ନେଇ ଦାବି କ’ଣ ?

କତର ମିଡିଆ ହାଉସ୍ ଅଲ ଜଜିରା ଅନୁସାରେ, ଅଗାଲେଗା ଦ୍ୱୀପରେ ଭାରତ ଗୁପ୍ତ ସାମରିକ ଘାଟି ନିର୍ମାଣ କରୁଛି । ସେଠାରେ ଭାରତ ୩ କିଲୋମିଟର ଲମ୍ବର ଏୟାରପୋର୍ଟ ନିର୍ମାଣ କରୁଛି । ଏହାଦ୍ୱାରା ଭାରତ ନିଜ ଜାହାଜ ଷ୍ଟେସନ ରୂପେ ବ୍ୟବହାର କରିପାରିବ । ଏଥିସହ ରନୱେର ବ୍ୟବହାର P-8I ଏୟାରକ୍ରାଫ୍ଟ କରିପାରିବ । P-8I ଭାରତର ସାମୁଦ୍ରିକ ପାଟ୍ରୋଲିଂ ହେଲିକପ୍ଟର । ଏହାର ବ୍ୟବହାର ସର୍ଭିଲାନ୍ସ, ଆଣ୍ଟି ସରଫେସ୍, ଆଣ୍ଟି ସବମରିନ ଗତିବିଧି ପାଇଁ କରାଯାଇ ପାରିବ । ଦ୍ୱୀପର କୂଳରେ ଜାହାଜ ଓ ବୋଟ୍ ଲାଗିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ମଧ୍ୟ ନିର୍ମାଣ ଚାଲିଛି ।

 Agalega India Military Base In Indian Ocean Mauritius Island China

ଅଲ ଜଜିରା ଅନୁସାରେ, ଅଗାଲେଗାରରୁ ମିଳିଥିବା ଫଟୋ ଓ ତଥ୍ୟ ଅନୁସାରେ ଏହି ଦ୍ୱୀପରେ ଗତ ୨ ବର୍ଷ ହେଲା ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟ ଚାଲିଛି । ସେଠାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂଖ୍ୟାଧିକ ଶ୍ରମିକ ଅସ୍ଥାୟୀ କ୍ୟାମ୍ପରେ ରହୁଛନ୍ତି ।

ଅଲ ଜଜିରାର ଦାବି ଯାହା ବି ହେଉ… ୨୦୧୫ରେ ଭାରତ ମହାସାଗରର ଅବହେଳିତା ହୋଇ ରହିଥିବା ଏହି ଦ୍ୱୀପରେ ଏଣ୍ଟ୍ରି ମାରିଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ ଗସ୍ତରେ ଯାଇଥିଲେ । ସେଠାରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା । ସେହି ଚୁକ୍ତି ମଧ୍ୟରୁ ଗୋଟିଏ ଥିଲା ଏହି ଅଗାଲେଗା ଦ୍ୱୀପକୁ ବିକଶିତ କରିବା । ଏହି ବୁଝାମଣା ଅନୁସାରେ, ଭାରତ ଅଗାଲେଗା ଦ୍ୱୀପରେ ସମୁଦ୍ର ଓ ବିମାନ ପରିବହନ ସୁବିଧାକୁ ଉନ୍ନତ ସହ ଭିତ୍ତିଭୂମି ବିକଶିତ କରିବା ।

 Agalega India Military Base In Indian Ocean Mauritius Island China

ଚୁକ୍ତି ଅନୁସାରେ, ଭାରତ ଏହି ଦ୍ୱୀପକୁ ବିକଶିତ କରିବା ପାଇଁ ୬୩୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛି । ଦ୍ୱୀପରେ ମାତ୍ର ୩୦୦ ଲୋକ ରହୁଥିବା ବେଳେ ୩ କିଲୋମିଟର ଲମ୍ବା ବିମାନବନ୍ଦର ନିର୍ମାଣ ହେଉଛି । ଦ୍ୱୀପକୁ ବିକଶିତ କରିବାର ଅର୍ଥ ସୈନ୍ୟ ଆଡ୍ଡା ନଜରରେ ଦେଖାଯାଉଛି ।

ତେବେ ମିଡିଆରେ କରାଯାଉଥିବା ଦାବିକୁ ମରିସସ କେବେ ସ୍ୱୀକାର କରିନାହିଁ । ମରିସସ ସରକାରଙ୍କ ପକ୍ଷରୁ କୁହାଯାଇଛି- ଅଗାଲେଗା ଦ୍ୱୀପରେ ସାମରିକ ଆଡ୍ଡା ପାଇଁ ଭାରତକୁ ଅନୁମତି ଦିଆଯାଇ ନାହିଁ କି ସେଭଳି କିଛି ଚୁକ୍ତି ହୋଇନାହିଁ ।

ଫିକା ପଡ଼ିବ ପାର୍ବଣ, ଏଥର ବି ଗଣେଶ ଓ ଦୁର୍ଗା ପୂଜାରେ ଭକ୍ତଙ୍କୁ ମଣ୍ଡପ ମନା

ଭୁବନେଶ୍ୱର: ପାର୍ବଣ ନେଇ ଆସିଲା ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ଗାଇଡଲାଇନ୍ । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।

No Devotees Allowed To Puja Mandap For Covid

ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆୟୋଜକ ଅନୁମତି ନେବେ । ଭିଡ଼ ଏଡ଼ାଇବା ପାଇ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯିବ । ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ ଜଣରୁ ଅଧିକ ରହି ପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି ।

No Devotees Allowed To Puja Mandap For Covid

କୌଣସି ବିସର୍ଜନ ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ ତିଆରି କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ପାର୍ବଣ ବେଳେ କୌଣସି ସଂଗୀତ କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ । କେହି ଆଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।

ଘରୋଇ ଏବଂ ଶିକ୍ଷାନୁଷ୍ଠାନ ବସ୍‌ ଗୁଡ଼ିକର ଟିକସ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୋଟର ଯାନ ଟିକସ ଛାଡ଼ କଲେ ରାଜ୍ୟ ସରକାର। ଘରୋଇ ବସ୍ ଏବଂ ଶିକ୍ଷାନୁଷ୍ଠାନ ବସ୍‌ ଗୁଡ଼ିକର ଟିକସ ଛାଡ଼ କରାଯାଇଛି। ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଟିକସ ଦେବେନି ବସ୍ ମାଲିକ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କଲା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ। ଲକ୍‌ଡାଉନ ପାଇଁ ବସ୍ ମାଲିକ କ୍ଷତି ସହିଥିବାରୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ନିଖିଳ ଓଡ଼ିଶା ବସ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା ୧୦ଦଫା ଦାବି ପତ୍ର। ଏହାକୁ ଗ୍ରହଣ କରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବସ୍‌ ମାଲିକ ସଂଘର ସମସ୍ତ ଦାବି ଉପରେ ଆଲୋଚନା ହେବା ପରେ ଏହାକୁ ଧୀରେ ଧୀରେ ପୂରଣ କରିବାକୁ ରାଜ୍ୟ ସରକାର ସମୟ ନେଇଥିଲେ। ଏହାପରେ ବସ୍‌ ମାଲିକ ସଂଘ ବସ୍‌ ଚଳାଇବାକୁ ରାଜି ହୋଇଥିଲେ। ଯାହାପରେ ଏବେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ବୈତରଣୀ ନଦୀର ସୁରକ୍ଷା ପାଇଁ ଆଗେଇ ଆସିଲେ ସାଧୁସନ୍ଥ

ଯାଜପୁର: ପୂଣ୍ୟତୋୟା ବୈତରଣୀ ନଦୀର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ସାଧୁସନ୍ଥ। ଏହି ଅବସରରେ ଆରମ୍ଭ ହୋଇଛି ବୈତରଣୀ ପରିକ୍ରମା ଅଭିଯାନ। ଅଖିଳ ଭାରତୀୟ ସନ୍ୟାସୀ ସଂଗଠନର ଉପସଭାପତି ସ୍ୱାମୀ ରାମାନନ୍ଦ ପୁରୀଙ୍କ ନେତୃତ୍ୱରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସାଧୁସନ୍ଥ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସର୍ବ ପୁରାତନ ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ କେନ୍ଦୁଝର ଜିଲ୍ଲାର ଗୋନାଶିକା ପର୍ବତରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଏଥିରେ ସାମିଲ ଥିବା ସାଧୁସନ୍ଥମାନେ ନଦୀର ଜଳ ସାଥିରେ ନେଇ ବିଭିନ୍ନ ଅଞ୍ଚଳକୁ ଯାଇ ବୈତରଣୀ ନଦୀର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଇଛି। ବୈତରଣୀ ନଦୀର ସଙ୍ଗମ ସ୍ଥଳି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିକଟରେ ଏହି ଅଭିଯାନ ଶେଷ ହେବ। ତେବେ ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ନଦୀ ଗୁଡିକର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ ହେବ ବୋଲି ସାଧୁସନ୍ଥମାନେ କହିଛନ୍ତି।

ଜନଜାତି ସଂସ୍କୃତିର ସୁରକ୍ଷା ଆମ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୬୨ ପ୍ରକାର ଭିନ୍ନ ଜନଜାତି ଲୋକ ଓଡ଼ିଶାରେ ବସବାସ କରୁଛନ୍ତି । ଆଦିବାସୀଙ୍କ ପୁରାତନ ସଂସ୍କୃତିର ସୁରକ୍ଷାକୁ ସବୁବେଳେ ଆମେ ପ୍ରାଥମିକତା ଦେଇ ଆସୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ‘ବିଶ୍ୱ ଜନଜାତି ଦିବସରେ, ଆମେ ଆଦିବାସୀଙ୍କ ଅନନ୍ୟ ସଂସ୍କୃତି, ଭାଷା, ପରମ୍ପରା ଆମ ସାଂସ୍କୃତିକ ବିବିଧତାକୁ ନେଇ ଉତ୍ସବ ମନାଉଛୁ ।’

ବିଶ୍ୱ ଜନଜାତି ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ କରାଯାଇଛି । କୋଭିଡ୍ ନିୟମ ଅନୁସାରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ଜନଜାତି ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଅଧିକାର ଓ ବିକାଶ ପାଇଁ ଏହି ଦିନରେ ବିଶେଷ ଖସଡ଼ା ପ୍ରସ୍ତୁତ କରାଯାଇଥାଏ ।

Preservation Of Indigenous Culture Our Priority Says Naveen

କେହି ରହିବେ ନାହିଁ ପଛରେ, ଏହାକୁ ମୂଳ ମନ୍ତ୍ର କରି ବିଭିନ୍ନ ସ୍ଥାନରେ ବିଶ୍ୱ ଜନଜାତି ଦିବସ ପାଳନ କରାଯାଏ । ୨୧ ବର୍ଷ ଶାସନ କାଳରେ ନବୀନ ସରକାର ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ଯାହା ତାଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ବେଶ ସହାୟକ ହୋଇଛି ।

କରୋନା କଟକଣାରେ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହେଲା ବିଶ୍ୱ ଜନଜାତି ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ଜନଜାତି ଦିବସ। ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ। କୋଭିଡ ନିୟମ ଅନୁସାରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ପାଳନ ଜନଜାତି ଦିବସ କରାଯାଉଛି। ପ୍ରତିବର୍ଷ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଅଧିକାର ଓ ବିକାଶ ପାଇଁ ଏହି ଦିନରେ ବିଶେଷ ଖସଡ଼ା ପ୍ରସ୍ତୁତ କରାଯାଇଥାଏ। କେହି ରହିବେ ନାହିଁ ପଛରେ, ଏହାକୁ ମୂଳ ମନ୍ତ୍ର କରି ବିଭିନ୍ନ ସ୍ଥାନରେ ବିଶ୍ୱ ଜନଜାତି ଦିବସ ପାଳନ କରାଯାଏ। ୨୧ ବର୍ଷ ଶାସନ କାଳରେ ନବୀନ ସରକାର ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ଯାହା ତାଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ବେଶ ସହାୟକ ହୋଇଛି।

ଅଭିନେତା ଅନୁପମ ଶ୍ୟାମଙ୍କ ଦେହାନ୍ତ, ଅଧାରେ ରହିଗଲା ‘ପ୍ରତିଜ୍ଞା’

ମୁମ୍ବାଇ : ବି-ଟାଉନରୁ ପୁଣି ଆସିଲା ଦୁଃଖଦ ଖବର । ଜଣାଶୁଣା ଟିଭି କଳାକାର ତଥା ବହୁ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ରବିବାର ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ୬୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅନୁପମଙ୍କ ମୃତ୍ୟୁ ଖବର ପାଇବା ପରେ ଟେଲିଭିଜନ ତଥା ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି।

‘ମନ କି ଆୱାଜ ପ୍ରତିଜ୍ଞା’ ଓ ‘ବାଲିକା ବଧୁ’ରୁ ଲୋକପ୍ରିୟ ହୋଇଥିବା ଅନୁପମ ଶ୍ୟାମ ଉର୍ଫ ଠାକୁର ସଜ୍ଜନ ସିମହ ୟୁପି ପ୍ରତାପଗଡ଼ର ବାସିନ୍ଦା ଥିଲେ। ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପ୍ରତାପଗଡରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି। ତେବେ କେବଳ ପ୍ରତାପଡ଼ କାହିଁକି ସାରା ଉତ୍ତରପ୍ରଦେଶରେ ବି ଅନୁପମଙ୍କ ଦେହାନ୍ତ ଖବର ଶୋକର ଛାୟା ଖେଳାଇଦେଇଛି ।  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅନୁପମ ଶ୍ୟାମ ଓଜାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ପ୍ରସିଦ୍ଧ ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା ରହିଛି।  ପ୍ରଭୁ ଶ୍ରୀ ରାମଙ୍କୁ ପ୍ରାର୍ଥନା କରୁଛି ଯେ ଦିବଗନ୍ତ ଆତ୍ମାକୁ ତାଙ୍କ ଚରଣରେ  ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ। ଓମ୍ ଶାନ୍ତି! ‘

ଅନୁପମ ଶ୍ୟାମ ୧୯୯୩ରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରତାପଗଡରୁ ନିଜର ସ୍କୁଲ ପାଠପଢ଼ା ସାରିବା ପରେ ସେ ଲକ୍ଷ୍ନୌର ‘ଭାରତେନ୍ଦୁ ନାଟ୍ୟ ଏକାଡେମୀ’ରୁ ଥିଏଟର ଶିକ୍ଷା କରିଥିଲେ| କେବଳ ଏତିକି ନୁହେଁ, ଏହା ପରେ ସେ ଦିଲ୍ଲୀର ଜଣାଶୁଣା ‘ଶ୍ରୀ ରାମ ସେଣ୍ଟର ରଙ୍ଗମଣ୍ଡଳ’ରେ କାମ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ଅଭିନୟର ସ୍ୱପ୍ନ ନେଇ ମାୟା ନଗରୀ ମୁମ୍ବାଇରେ ପହଞ୍ଚିଥିଲେ। ଆଉ ଏହାପରେ ସେ ବହୁତ ଟିଭି ସିରିୟଲ ଓ ଫିଲ୍ମରେ କାମ କରିଥିଲେ।

ଅନୁପମ ‘ବଣ୍ଡିତ୍ କ୍ୱିନ୍’, ‘ସ୍ଲୁମ ଡଗ୍ ମିଲେନିୟର’, ‘ଦି ୱାରିଅର୍’, ‘ଥ୍ରେଡ୍’, ‘ଶକ୍ତି’, ‘ହାଲା ବୋଲ୍’, ‘ରକ୍ତଚରିତ୍ର’ ଏବଂ ‘ଜୟ ଗଙ୍ଗା’, ‘ଦସ୍ତଖ’, ‘ଦିଲ୍ ସେ’,  ‘ଦୁଶମନ୍’, ‘ସତ୍ୟା’, ‘ଦିଲ ସେ’, ‘ଜଖମ୍’, ‘ସଂଘର୍ଷ’, ‘ଲଗାନ’, ‘ନାୟକ’, ‘ଶକ୍ତି’, ‘ପାପ’, ‘ଜି଼ଜ୍ଞାସା’, ‘ରାଜ୍’, ‘ୱେଲଡନ୍’, ‘ଆବ୍ବା’, ୱାଣ୍ଟେଡ୍, ‘କଜରାରେ’, ‘ଲାଗାନ୍’, ‘ଗୋଲମାଲ୍’, ଏବଂ ମୁନ୍ନା ମାଇକେଲ୍ ପରି ହିଟ୍ ଫିଲ୍ମରେ କାମ କରିଛନ୍ତି।

ଏହା ବ୍ୟତୀତ ସେ ‘ମନ୍ କି ଆୱାଜ୍ ପ୍ରତୀଜ୍ଞା’, ‘ହମ୍ ନେ ଲେ ଲି ଶପଥ’, ‘କୃଷ୍ଣା ଚଲି ଲଣ୍ଡନ’ ଏବଂ ‘ଡୋଲି ଅରମାନୋ କି’ ଭଳି ଲୋକପ୍ରିୟ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି। ସବୁଠାରୁ ଲୋକପ୍ରିୟ, ସେ ଟିଭି ଶୋ ‘ପ୍ରତୀଜ୍ଞା’ରେ ଠାକୁର ସଜ୍ଜନ ସିଂଙ୍କ ଭୂମିକାରେ ହୋଇଥିଲେ। ଏହି ନାଁରେ ସେ ଘରେ ଘରେ ଲୋକପ୍ରିୟ ହୋଇଥିଲେ । ତାଙ୍କର ଏହି ଭୂମିକା ଲୋକଙ୍କ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ଲୋକମାନେ ତାଙ୍କୁ ନକଲ କରିବା ଆରମ୍ଭ କରିଥିଲେ, ପିଲାଠୁ ବୁଢ଼ା ଯାଏ ତାଙ୍କ ପରି ନିଷ ରଖି ତାଙ୍କରି ଭଳି ରୋବାବ ସହ କଥାବାର୍ତ୍ତା ହେଉଥିଲେ। ଅନେକ ବଡ ବଡ଼ ପ୍ରୋଜେକ୍ଟରେ କାମ କରିଥିବା ଏହି ଭେଟେରାନ୍ ଅଭିନେତାଙ୍କ ଜୀବନ ବହୁତ ଦୁଃଖରେ ଗତି କରୁଥିଲା।

https://twitter.com/ashokepandit/status/1424423098456047618?s=20

କିଛି ଦିନ ପୂର୍ବରୁ ଅନୁପମ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ହେତୁ ଚର୍ଚ୍ଚାକୁ ଆସିଥିଲେ। ଚିକିତ୍ସାରେ ଅର୍ଥ ବାଧକ ସାଜୁଥିବାରୁ ସେତେବେଳେ ବଲିଉଡ ଏବଂ ମନୋରଞ୍ଜନ ଜଗତ ସହିତ ଜଡିତ ଲୋକମାନେ ତାଙ୍କୁ ସାହାଯ୍ୟ ବି କରିଥିଲେ। କିନ୍ତୁ ଏଥର ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ସୂଚନା ମୁତାବକ ସେ ‘ପ୍ରତିଜ୍ଞା ୨’ର ଶୁଟିଂ କରୁଥିଲେ । ହେଲେ ଏହା ପୂର୍ବରୁ ହିଁ ତାଙ୍କୁ ଅନେକ ରୋଗ ମାଡ଼ି ବସିଥିଲା । ଆଉ ଏଥିପାଇଁ ସେ ମୁମ୍ବାଇର ଲାଇଫ ଇନ୍ ହସ୍ପିଟାଲରେ ଚିକିତ୍ସିତ ବି ହେଉଥିଲେ । ହେଲେ ଧୀରେ ଧୀରେ ତାଙ୍କର ସବୁ ଅର୍ଗାନ ଫେଲ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଯାହା କି  ବଲିଉଡ ଓ ଟିଭି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।