spot_img
Home Blog Page 538

ନିକି ଯୌତୁକ ହତ୍ୟା ମାମଲା: ପୁଅକୁ ଭେଟିବାକୁ ଯିବା ବେଳେ ଗିରଫ ହେଲେ ଶାଶୁ

ନୋଏଡାର ନିକି ହତ୍ୟା ମାମଲାରେ ଶାଶୁ ଦୟାବତୀ ମଧ୍ୟ ଗିରଫ । ପୁଅକୁ ଭେଟିବାକୁ JIMS ହସ୍ପିଟାଲକୁ ଯାଉଥିବା ବେଳେ ଦୟାବତୀଙ୍କୁ ଧରିଲା ପୋଲିସ । ପୋଲିସ କହିଛି ଯେ, ହତ୍ୟା ଷଡ଼ଯନ୍ତ୍ର ଏବଂ ପ୍ରମାଣ ଲୁଚାଇବାରେ ଶାଶୁଙ୍କ ଭୂମିକା ସାମ୍ନାକୁ ଆସିଛି। ପୂର୍ବରୁ ନିକିଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି। ଏବେ ପୋଲିସ ଉଭୟଙ୍କୁ ମୁହାଁମୁହିଁ ପଚରାଉଚରା କରି ମାମଲାର ଲିଙ୍କ ସଂଯୋଗ କରିବ ।

ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଦୟାବତୀ ତାଙ୍କ ପୁଅର କାର୍ଯ୍ୟକଳାପ ବିଷୟରେ ଅବଗତ ଥିଲେ। ଅଭିଯୋଗ ହୋଇଛି ଯେ ସେ କେବଳ ଘଟଣାକୁ ଲୁଚାଇବାରେ ସାହାଯ୍ୟ କରିନଥିଲେ ବରଂ ତଦନ୍ତକୁ ବିଭ୍ରାନ୍ତ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହି କାରଣରୁ ତାଙ୍କ ବିରୁଦ୍ଧରେ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଏବଂ ପ୍ରମାଣ ନଷ୍ଟ କରିବା ଭଳି ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 ଅନ୍ୟପଟେ ନିକିଙ୍କ ବାପାମାଆ ଅଭିଯୋଗ କରିଛନ୍ତି ଯେ, ଶ୍ୱାଶୁ ଘରେ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଥିଲେ। ଘରୋଇ କଳହରେ ଦୟାବତୀଙ୍କ ମନୋଭାବ ପ୍ରାୟତଃ କଠୋର ଥିଲା। ଏନେଇ ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କ ବୟାନ ମଧ୍ୟ ସୂଚାଇ ଦେଉଛି ଯେ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା। ତଦନ୍ତ ଏଜେନ୍ସିଗୁଡ଼ିକ ଏହି ଦିଗକୁ ନେଇ ଯାଞ୍ଚ କରୁଛନ୍ତି ଯେ ନିରନ୍ତର ଚାପ ଏବଂ ନିର୍ଯାତନା ହତ୍ୟାର କାରଣ କି ନାହିଁ।

 

ନିକ୍କି ହତ୍ୟା ଘଟଣା : ଏମିତି ଭୁଲ୍ କରି ଫସିଲା ହତ୍ୟାକାରୀ ସ୍ୱାମୀ, ସାରା ଜୀବନ ହେବ ଜେଲ୍ ସଜ୍ଜା

ନନ୍ଦିଘୋଷ ବ୍ୟୁରୋ : ନୋଏଡ଼ା ନିକ୍କି ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼ । ପୋଲିସ ନିକ୍କିକୁ ନିଆଁ ଲଗାଇ ହତ୍ୟା କରିଥିବା ଆରୋପୀ ସ୍ୱାମୀ ବିପିନକୁ ଏନକାଉଣ୍ଟରରେ ଗୁଳି ମାରିଛି । ଯେଉଁଥିରେ ଗୁଳି ବିପିନର ଗୋଡ଼ରେ ବାଜିଛି । ପୋଲିସର ସୂଚନା ଅନୁସାରେ ଯେତେବେଳେ ଘଟଣାରେ ଜଳାଇବା ପାଇଁ ବ୍ୟବହାର ହୋଇଥିବା ସାମଗ୍ରୀ ଉଦ୍ଧାର କରିବାକୁ ତାଙ୍କୁ ନିଆଯାଉଥିଲା , ସେତେବଳେ ସେ ଜଣେ ପୋଲିସ ଇନ୍ସପେକଟରଙ୍କ ପିସ୍ତଲ ଛଡ଼ାଇ ଦୌଡ଼ିବାକୁ ଲାଗିଥିଲା । ପୋଲିସ ପିଛା କରିବାରୁ ପୋଲିସ ଉପରକୁ ଗୁଳି ଚଳାଇଥିଲା । ସେତେବଳେ ପୋଲିସ ଆତ୍ମରକ୍ଷା ପାଇଁ ପାଲଟାଗୁଳି ଚଲାଇ ବିପିନକୁ କାବୁ କରିଥିଲା ।

ତେବେ ମାମଲା କେବଳ ପତ୍ନୀଙ୍କୁ ପୋଡି ମାରିବା ଯାଏଁ ନଥିଲା । ଏବେ ପୋଲିସ ଉପରେ ହତ୍ୟାକାରୀ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିବା ଦିଗରେ ମଧ୍ୟ ଏଥିରେ ଯୋଡ଼ା ଯିବ । ଯଦି ପତ୍ନୀଙ୍କୁ ପୋଡି ମାରିବା ଘଟଣାଟି ପ୍ରମାଣିତ ହୋଇ ନଥାନ୍ତା, ତେବେ ହୁଏତ ବିପିନ୍ ରକ୍ଷା ପାଇଯାଇଥାନ୍ତେ, କିନ୍ତୁ ଏବେ ପୋଲି ଉପରେ ଗୁଳି ଚଲାଇବା ଦଣ୍ଡ ଭୋଗିବାକୁ ପଡିବ । ଆଇନ ବିଶେଷଜ୍ୟଙ୍କ ମତରେ ସେ ଏବେ କରିଥିବା ଭୁଲ ଯୋଗୁଁ ତାଙ୍କୁ ସାରା ଜୀବନ ଜେଲରେ ବିତାଇବାକୁ ପଡିବ ।

ଖୋଲିବ ମାରୁୱାନା ଚାଲାଣର ଗୁମର; ପ୍ରେମୀ ଯୁଗଳଙ୍କୁ ରିମାଣ୍ଡରେ ଆଣିବ ଏସଟିଏଫ୍

ନନ୍ଦିଘୋଷ ବ୍ୟୁରୋ : ଦୁବାଇରେ ହୋଇଥିଲା ଡିଲ, ଆଉ ଥାଇଲାଣ୍ଡରେ ଦଲାଲ୍  । ଓଡିଶାରେ କିଏ ଖାଉଚି ନା ଓଡିଶା ସାଜିଛି ଏହି ସିଣ୍ଡିକେଟର ପେଣ୍ଠସ୍ଥଳୀ  । ଗତକାଲି ଭୁବନେଶ୍ୱର ବିମାନବନ୍ଦରରୁ ପ୍ରାୟ ୪ କୋଟି ଟଙ୍କାର ମାରୁୱାନା ଜବତ ପରେ ହୋଇଛି ବଡ ଖୁଲାସା  । ତାକୁ ନେଇ ଏସଟିଏଫ ଆରମ୍ଭ କରିଛି ଜୋରଦାର ତନାଘନା । ଚାଲାଣ କରୁଥିବା ଯୁବତୀ ଆରତି ଶର୍ମା ଓ ତାଙ୍କ ପୁରୁଷ ବନ୍ଧୁ କରନଙ୍କୁ ରିମାଣ୍ଡରେ ଆଣିବ କଷ୍ଟମ ଓ DRI  । ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲା ବେଳେ ଦୁଇଜଣଙ୍କୁ ଧରିଥିଲା କଷ୍ଟମ ବିଭାଗ  । ପଚରା ଉଚରାବେଳେ ଦୁହିଙ୍କ ଠାରୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ଭାୟା ବସରେ ବୋଙ୍ଗାଳୁରୁକୁ ନେବାର ଥିଲା ପ୍ଲାନ । ତେବେ ଏହି ଚାଲାଣ ପଛରେ ମୁଖ୍ୟ ମାଷ୍ଟରମାଇଣ୍ଡ ଦୁବାଇରେ ଥିବା ଜଣାପଡ଼ିଛି । ପଞ୍ଜାବର ଜଣେ ଦଲାଲ ସାଇମନ୍ ପିଟର ଥାଇଲାଣ୍ଡରେ ବସି ଭାରତକୁ ମାଲ୍ ପଠାଉଥିଲା । ଏଜେଣ୍ଟ ମାନଙ୍କୁ କାମ ପୁର୍ବରୁ ୬୦ ଲକ୍ଷ ଅଗ୍ରିମ, ଫ୍ଲାଇଟ ଟିକେଟ ସହିତ ହୋଟେଲ ରହଣି ବି ମାଗଣାରେ ଯୋଗାଇ ଦେଉଥିଲା । ଏହି ଡ୍ରଗ୍ସ ସିଣ୍ଡିକେଟ୍ ର ବ୍ୟାପକ ଲିଙ୍କ୍ ଖୋଜିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିବ ଏସଟିଏଫ । ସେପଟେ ନିଶା କାରବାର ପାଇଁ ଏବେ ଭୁବନେଶ୍ବର ବିମାନ ବନ୍ଦର ସୁରକ୍ଷିତ ରାସ୍ତା ପାଲଟିଛି ବୋଲି କହିଛନ୍ତି ଆଇନଜୀବୀ ।

କାଶୀନଗର ବ୍ଲକ କିତିଙ୍ଗି ଗାଁରେ ଅଜଣା ରୋଗ ଆତଙ୍କ, ଶହେରୁ ଅଧିକ ହେଲେଣି ଆକ୍ରାନ୍ତ

ନନ୍ଦିଘୋଷ ବ୍ୟୁରୋ : ଅଜଣା ରୋଗ ଆତଙ୍କ । ପ୍ରଥମେ ଜ୍ଵର, ପରେ ଆଣ୍ଠୁଗଣ୍ଠି ଦରଜ । ଶରୀର ଦୁର୍ବଳ ହେବା ସହ ଚାଲିବା ହୋଇପଡୁଛି କଷ୍ଟକର । ଶିଶୁ ଠାରୁ ବୃଦ୍ଧବୃଦ୍ଧାଙ୍କ ଠାରେ ସମାନ ଲକ୍ଷଣ । ଗଜପତି ଜିଲ୍ଲା କାଶୀନଗର ବ୍ଳକ ବୁଦୁରା ପଞ୍ଚାୟତର କିତିଙ୍ଗି ଗାଁରେ ଲାଗିରହିଛି ଏହି ସ୍ଥିତି। ଗାଁରେ ପ୍ରାୟ ୨ ଶହ ପରିବାର ବାସ କରୁଥିବା ବେଳେ ଅଧିକାଂଶ ପରିବାରରେ ଏହି ସମସ୍ୟା ଦେଖାଯାଉଛି। ଏବେବି ଶତାଧିକ ଜ୍ବରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଇଛି ।

ପ୍ରାୟ ୩ ସପ୍ତାହ ଧରି କିତିଙ୍ଗି ଗାଁରେ ଶହେରୁ ଅଧିକ ଲୋକ ଜ୍ଵରରେ ପୀଡିତ ଅଛନ୍ତି । ଔଷଧ ସେବନ କରିବା ପରେ ସୁସ୍ଥ ହେଉ ନଥିବାରୁ ମେଡିକାଲ ଟିମ ଗାଁରେ ପହଞ୍ଚି ୯୫ ଜଣ ଆକ୍ରାନ୍ତଙ୍କ ରକ୍ତ ନମୁନାରୁ ମ୍ୟାଲେରିଆ ଓ ଡେଙ୍ଗୁର ପରୀକ୍ଷା କରିଛି । ସେଥିମଧ୍ଯରୁ ୧୫ ରୁ ଅଧିକ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ବ୍ରହ୍ମପୁରକୁ ପଠାଯାଇଛି । ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଘରକୁ ଘର ବୁଲି ସ୍କ୍ରିନିଂ କରିବା ସହ ଔଷଧ ସିଞ୍ଚନ କରାଯାଇଛି । ସବିଶେଷ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଡିଏମଓ।

ଗଗନଯାନ ମିଶନରେ ଭାରତର ବଡ଼ ପଦକ୍ଷେପ; କ୍ରୁ ମଡ୍ୟୁଲର ଏୟାର ଟ୍ରପ୍ ପରୀକ୍ଷା ସଫଳ

ନନ୍ଦିଘୋଷ ବ୍ୟୁରୋ : ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ୍ ଆଡ଼କୁ ଅଗ୍ରସର ହୋଇଛି ଭାରତ ।  ଭାରତୀୟ ମହାକାଶ ଗବେଷଣା ସଂଗଠନ ISRO ରବିବାର ପ୍ରଥମ ସମନ୍ୱିତ ଏୟାର ଡ୍ରପ୍ ପାରାଚୁଟ୍ (IADT-01)ର ସଫଳତାର ସହିତ ପରୀକ୍ଷଣ କରିଛି। ଗଗନୟାନ୍ ପାଇଁ ଡିଜାଇନ୍ କରାଯାଇଥିବା ଏହି ପାରାଚୁଟ୍ ହେଉଛି ମହାକାଶଯାନର ଗତି ନିୟନ୍ତ୍ରଣ କରିବା ପାଇଁ ଏକ ସିଷ୍ଟମ ଅଟେ।

ଏହି ପରୀକ୍ଷଣ ; ମହାକାଶଚାରୀଙ୍କୁ ସୁରକ୍ଷିତ ପୃଥିବୀକୁ ଫେରାଇବା ପାଇଁ କରାଯାଇଛି। ପରୀକ୍ଷଣ ସମୟରେ, ଭାରତୀୟ ବାୟୁସେନା, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO), ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଉପସ୍ଥିତ ଥିଲେ, ଯାହା ଏହି ମିଶନ ପାଇଁ ସମସ୍ତଙ୍କ ଏକତାକୁ ଦର୍ଶାଏ।

କ୍ରୁ ମଡ୍ୟୁଲର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପରୀକ୍ଷା

ବାୟୁମଣ୍ଡଳରେ ପୁନଃପ୍ରବେଶ ପରେ କ୍ରୁ ମଡ୍ୟୁଲ୍ ସୁରକ୍ଷିତ ଭାବରେ ଫେରିବା ପାଇଁ ଏହି ପାରାଚୁଟ୍ ସିଷ୍ଟମ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷଣ ସମୟରେ, ବିମାନରୁ ଏକ ମକ୍ ମଡ୍ୟୁଲ୍ ମୁକ୍ତ କରାଯାଇଥିଲା ଏବଂ ନୂତନ ଭାବରେ ବିକଶିତ ପାରାଚୁଟ୍ ଆସେମ୍ବଲି ସାହାଯ୍ୟରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା, ଯାହା ପରୀକ୍ଷଣକୁ ସଫଳ କରିଥିଲା।

ISRO ଅଧିକାରୀଙ୍କ ଅନୁଯାୟୀ, IADT-01 ର ଉଦ୍ଦେଶ୍ୟ ଥିଲା ସମ୍ପୂର୍ଣ୍ଣ ପାରାଚୁଟ୍ ଖୋଲିବା ପ୍ରକ୍ରିୟା ଠିକ୍ ଭାବରେ କାମ କରୁଛି କି ନାହିଁ ତାହା ଯାଞ୍ଚ କରିବା । ଏହାର ପରୀକ୍ଷାରେ, ପାରାସୁଟ୍ ଖୋଲିବା ଏବଂ ତା’ପରେ ମୁଖ୍ୟ ବଡ଼ ପାରାସୁଟ୍ ଖୋଲିବା ପ୍ରକ୍ରିୟା ସମେତ  ଏହି ପରୀକ୍ଷଣ ନିଶ୍ଚିତ କରିଥିଲା ​​ଯେ ପାରାଚୁଟ୍ ଅବତରଣ ପୂର୍ବରୁ ସଠିକ୍ ଭାବରେ ଗତି ହ୍ରାସ କରୁଛି। ଏହି ପରୀକ୍ଷଣ ISRO କୁ ଆତ୍ମବିଶ୍ୱାସ ଦେଇଥିଲା ଯେ ଆମେ କ୍ରୁ ଉଡ଼ାଣର ନିକଟତର ହେଉଛୁ।

ମାନବଯୁକ୍ତ ମିଶନ ପରୀକ୍ଷଣ ପାଇଁ ଭାରତର ପ୍ରଥମ ପ୍ରୟାସ

ଡିସେମ୍ବର ୨୦୨୫ ରେ ଉନ୍ମୋଚିତ ହେବାକୁ ଥିବା ଭାରତର ଗଗନଯାନ ମିଶନ, ନିମ୍ନ ପୃଥିବୀ କକ୍ଷପଥରେ ମାନବ ମିଶନ ପରୀକ୍ଷଣ କରିବାର ଭାରତର ପ୍ରଥମ ପ୍ରୟାସ ହେବ। ପରବର୍ତ୍ତୀ ମାନବ ମିଶନ, ୨୦୨୮ ରେ ଉନ୍ମୋଚିତ ହେବାକୁ ଥିବା, ଭାରତକୁ ସ୍ୱାଧୀନ କ୍ରୁ ଅନ୍ତରୀକ୍ଷ ଉଡ଼ାଣ କ୍ଷମତା ହାସଲ କରିବାରେ ଚତୁର୍ଥ ଦେଶ କରିବ।

ଗଗନଯାନ ପାଇଁ ଡିଜାଇନ୍ ହୋଇଥିବା ଏହି ପାରାଚୁଟ୍ ତିନି ଦିନ ପାଇଁ ପ୍ରାୟ ୪୦୦ କିଲୋମିଟର କକ୍ଷପଥରେ ତିନି ସଦସ୍ୟ ବିଶିଷ୍ଟ କ୍ରୁଙ୍କୁ ବହନ କରିବା ଏବଂ ତା’ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରିବା ପାଇଁ ଡିଜାଇନ୍ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ସଫଳ ପରୀକ୍ଷଣ ମହାକାଶଚାରୀଙ୍କ ସୁରକ୍ଷାକୁ ସୁଦୃଢ଼ ​​କରେ, ଯାହା ମିଶନର ସବୁଠାରୁ ବଡ଼ ପ୍ରାଥମିକତା।

IADT-01 ମିଶନ୍ ଭାରତର ଏକ ବଡ଼ ସଫଳତା

ଆଗାମୀ ପରୀକ୍ଷଣଗୁଡ଼ିକରେ ପାରାସୁଟର ଆହୁରି ପରୀକ୍ଷଣ, ଆବଶ୍ୟକ ହେଲେ ଲଞ୍ଚପ୍ୟାଡରୁ ରକେଟ୍ ବାହାର କରିବାର ପରୀକ୍ଷଣ ଏବଂ ସମୁଦ୍ରରୁ ମହାକାଶଯାନକୁ ଫେରାଇ ଆଣିବାର ଅଭ୍ୟାସ ଅନ୍ତର୍ଭୁକ୍ତ ହେବ, ଯାହା ଦ୍ଵାରା ମିଶନର ସମ୍ପୂର୍ଣ୍ଣ ପ୍ରସ୍ତୁତି ସୁନିଶ୍ଚିତ ହୋଇପାରିବ। ସମଗ୍ର ବିଶ୍ୱ ଭାରତର ମହାକାଶ ମିଶନ ଉପରେ ନଜର ରଖିଛି ଏବଂ IADT-01 ମିଶନକୁ ଭାରତ ପାଇଁ ଏକ ପ୍ରମୁଖ ସଫଳତା ଭାବରେ ବିବେଚନା କରାଯିବ।

 

ସ୍ୱାମୀ ନଥିବା ବେଳେ ସ୍ତ୍ରୀକୁ ହତ୍ୟା; ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ  : ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଦେଓଗାମ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ମହିଳା ଜଣକ ହେଲେ ସୁହାଗି ବୈପାଇ । ସ୍ବାମୀ ଗାଁରେ ଫୁଟବଲ ଖେଳ ଦେଖିବାକୁ ଯାଇଥିବା ବେଳେ ଗତ କାଲି ବିଳମ୍ୱିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଏଭଳି କାଣ୍ଡ ଦୁର୍ବୃତ୍ତ ଭିଆଇଥିବା ସ୍ବାମୀ ଅଭିୟୋଗ କରିଛନ୍ତି । ଘଟଣା ସ୍ଥଳରେ ତୀରିଂ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ କିଭଳି ପରିସ୍ଥିତିରେ କିଏ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି ତାହା ଏବେ ତଦନ୍ତ ଚାଲିଥିବା କହିଛି ପୋଲିସ ।

ନିକ୍କି ହତ୍ୟାକାଣ୍ଡ : ପଦାକୁ ଆସିଲା ଅଭିଯୁକ୍ତ ସ୍ୱାମୀର ପୁରୁଣା ଭିଡ଼ିଓ , ଦିଲ୍ଲୀରେ ଜଣେ ଝିଅ ସହ ଧରା ପଡି ଖାଇଥିଲା ମାଡ଼

ନନ୍ଦିଘୋଷ ବ୍ୟୁରୋ : ଗ୍ରେଟର ନୋଏଡା ନିକ୍କି ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପଦାକୁ ଆସିଲା ଅଭିଯୁକ୍ତ ସ୍ୱାମୀ ବିପିନର ପୁରୁଣା ଭିଡ଼ିଓ । ଯେଉଁଥିରେ ସେ ଦିଲ୍ଲୀରେ ଜଣେ ଝିଅ ସହିତ ଧରାପଡିଥିଲେ । ଏହି ସମୟରେ ତାଙ୍କୁ ବହୁତ ମାଡ଼ ମରାଯାଇଥିଲା । ଭିଡିଓଟିରେ ବିପିନ ଜଣେ ଝିଅ ସହ ଏକ କାରରେ ଥିଲେ, ଝିଅଟି କାରରେ ବସିଛି କିନ୍ତୁ ବିପିନଙ୍କୁ କିଛି ଲୋକ ଧରି ପିଟୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଅଭିଯୋଗ ହୋଇଛି ଯେ, ବିବାହ ପରେ ନିକ୍କିଙ୍କ ସ୍ୱାମୀ ବିପିନ ବାରମ୍ୱାର ଯୌତୁକ ଦାବି କରୁଥିଲେ ଏବଂ ମାରପିଟ୍ କରୁଥିଲେ । ପରେ ନୃଶଂସ ସ୍ୱାମୀ ଅଗଷ୍ଟ ୨୧ରେ ତାଙ୍କୁ ପିଟିବା ସହ ଜୀବନ୍ତ ଜାଳି ହତ୍ୟା କରିଥିଲେ  । ଏହା ସହ ନିକ୍କିଙ୍କ ଭାଇ କହିଛନ୍ତି ଯେ ବିପିନର ନଜର ତାଙ୍କ ବାପା କିଣିଥିବା ମର୍ସିଜିଡ୍ କାର ଉପରେ ଥିଲା । ଯାହାକୁ ଦେବାକୁ ସେ ବାରମ୍ୱାର ଦାବି କରିବା ସହ ୬୦ ଲକ୍ଷ ଟଙ୍କା ଦାବି କରୁଥିଲେ  ।

ହତ୍ୟାକାଣ୍ଡ ପରେ ନିକ୍କିଙ୍କ ଭଉଣୀ ଅଭିଯୁକ୍ତ ସ୍ୱାମୀ ବିପିନ, ଭାଇ ରୋହିତ, ଶାଶୁ ଦୟା ଏବଂ ଶ୍ୱଶୁର ସତବୀରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ପୋଲିସ ଅଭଯୁକ୍ତ ବିପିନଙ୍କୁ ଗିରଫ କରିଛି । ବିପିନକୁ ଏନକାଉଣ୍ଟରେ ଗୋଡ଼ରେ ଗୁଳି ବାଜିଛି । ପୋଲିସ ତାଙ୍କୁ ହସ୍ପିଟାଲ ନେଇଛି । ଅନ୍ୟପଟେ ନିକ୍କିଙ୍କ ବାପା ପୋଲିସ ଠିକ୍ କାମ କରିଛି ବୋଲି କହିଛନ୍ତି । ଆମେ ଅନୁରୋଧ କରୁଛୁ ଯେ, ବାକି ଅପରାଧୀଙ୍କକୁ ବି ଶୀଘ୍ର ଧରାଯାଉ । ନିକ୍କିଙ୍କ ହତ୍ୟା ନେଇ ଲୋକମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

ଭାରସ୍ୟାମ ହରାଇ ଦୋକାନରେ ପଶିଲା ପିକଅପ୍ ଭ୍ୟାନ 

ନନ୍ଦିଘୋଷ ବ୍ୟୁରୋ  : ଭାରସ୍ୟାମ ହରାଇ ଦୋକାନରେ ପଶିଲା ପିକଅପ୍ ଭ୍ୟାନ  । ଅଳ୍ପକେ ବର୍ତ୍ତିଗଲେ ଚାଳକ ଓ ଦୋକାନୀ । ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣୀମା ହାଟ ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ ଚାଳକ ଭାରସ୍ୟାମ ହରାଇବାରୁ ଭ୍ୟାନ ଟି ରାସ୍ତା କଡରେ ଥିବା ଏକ ଷ୍ଟେସନାରୀ ଦୋକାନରେ ପଶି ଯାଇଥିଲା  । ତେବେ ଏଥିରେ ଚାଳକ ଓ ଦୋକାନୀ ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣାପଡ଼ିଛି  । ଭ୍ୟାନଟି ଏକ ବାଇକକୁ ଘୋଷାରି ନେଇଥିବା ବେଳେ ଦୋକାନ ଆଂଶିକ ଭାବେ କ୍ଷତି କ୍ଷତିଗ୍ରସ୍ତ ହୋଇଛି  । ସିସିଟିଭି ଭିଡ଼ିଓକୁ ଆଧାର କରି ତିଗିରିଆ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅସହାୟ ମହିଳାଙ୍କୁ ହାବିଲଦାରଙ୍କ ପ୍ରେମ ନିବେଦନ ସହିତ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଅସହାୟ ମହିଳାଙ୍କୁ ହାବିଲଦାରଙ୍କ ପ୍ରେମ ନିବେଦନ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନା ଅଞ୍ଚଳରେ ଜଣେ ଅସହାୟ ମହିଳାଙ୍କୁ କୁଦାନଗରୀ ଥାନାରେ କାର୍ଯ୍ୟରତ ହାବିଲଦାରଙ୍କ ପ୍ରେମ ନିବେଦନ । ଏନେଇ ମାର୍ଶାଘାଇ ଥାନରେ ସଙ୍ଗୀନ ଅଭିଯୋଗ କରିଛନ୍ତି ମହିଳା । ମହିଳା ଜଣଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ଇଙ୍ଗିତ ଓ ତଣ୍ଟି ଚିପି ମାଡ ମାରିବା ଅଭିଯୋଗ ଆଣିଛନ୍ତି ସଂପୃକ୍ତ ମହିଳା । ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିବାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାୟ ସାତବର୍ଷ ପୂର୍ବରୁ ମହିଳା ଜଣଙ୍କର ମାର୍ଶାଘାଈ ଥାନାରେ ପାରିବାରିକ ଘଟଣାକୁ ନେଇ ଏକ କେଶ ହୋଇଥିଲା । ଗତ ଶୁକ୍ରବାର ଦିନ ମହିଳାଙ୍କୁ ଏକୁଟିଆ ଦେଖି ହାବିଲଦାର ଜଣଙ୍କ ଅଶ୍ଳିଳ ଇଙ୍ଗିତ କରିଥିଲେ । ମହିଳାଙ୍କୁ ଟଣାଓଟରା କରିବା ସହିତ ମାଡମାରି ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ଏନେଇ ମହିଳା ଜଣଙ୍କ ମାର୍ଶାଘାଈ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରାନାହିଁ।

ଗ୍ରେଟର ନୋଏଡ଼ା ସିର୍ସାରେ ଲୋମହର୍ଷକ ହତ୍ୟାକାଣ୍ଡ, ପୁଅ ଆଗରେ ମାକୁ ଜାଳିଦେଲା ବାପା

ନନ୍ଦିଘୋଷ ବ୍ୟୁରୋ : ମାମା ଉପରେ ବାପା ପ୍ରଥମେ କିଛି ଦ୍ରବ୍ୟ  ପକାଇଦେଲେ। ପରେ ତାକୁ ଚାପୁଡା ମାରିବା ସହ ଏକ ଲାଇଟରରେ ତା ଦେହରେ ନିଆଁ ଲଗାଇଦେଇଥିଲେ। ମୋ ଆଖି ଆଗରେ ମା ଜଳିଗଲା।  ଏ ହେଉଛି ଜଣେ ୬ ବର୍ଷର ନାବାଳକ ପୁତ୍ରର କୋହଭରା ବୟାନ। ଗ୍ରେଟର ନୋଏଡା ଅନ୍ତର୍ଗତ ସିର୍ସାରେ ଘଟିଥିବା ଏକ ଯୌତୁକଜନିତ ହତ୍ୟାକାଣ୍ଡର ଲୋମହର୍ଷକ କାହାଣୀ ବଖାଣିଛି କୁନିପୁଅ। ଗତ ଶୁକ୍ରବାର ନିକ୍କି ନାମ୍ନୀ ପତ୍ନୀଙ୍କୁ ଯୌତୁକଜନିତ କାରଣକୁ ନେଇ ତାଙ୍କ ଦେହରେ ନିଆଁ ଲଗାଇଦେଇଥଇଲେ ସ୍ବାମୀ ବିପିନ ଭଟି। ଏଥିରେ ସହଯୋଗ କରିଥିଲେ ଶାଶୂ। ସେପଟେ ସେହି ପରିବାରରେ ବିବାହ କରିଥିବା ନିକ୍କିଙ୍କ ବଡ଼ ଭଉଣୀ କାଞ୍ଚନ ବି ଆଣିଛନ୍ତି ସଂଗୀନ ଅଭିଯୋଗ। ସେ କହିଛନ୍ତି ନିକ୍କି ଉପରେ ପରିବାର ପକ୍ଷରୁ ଯୌତୁକ ଲାଗି ଅମାନୁଷିକ ନିର୍ଯାତନା ଦିଆଯାଉଥିଲା। ୩୬ ଲକ୍ଷ ଟଙ୍କା ଦାବି କରି ତାଙ୍କ ଦେହରେ ସ୍ବାମୀ ନିଆଁ ଲଗାଇଦେଇଥିଲା। ଜଳନ୍ତା ଅବସ୍ଥାରେ ନିକ୍କି ସିଡି ତଳକୁ ଦୌଡ଼ି ଦୌଡ଼ି ଆସୁଥିବାର ଭିଜୁଆଲ ବି କଏଦ ହୋଇଥିଲା। ନିକ୍କିଙ୍କୁ ବଞ୍ଚାଇବା ଲାଗି ସେ ବହୁତ ଚେଷ୍ଟା କରିଥିଲେ ମାତ୍ର ପାରି ନଥିଲେ। ଦୀର୍ଘ ଦିନ ଧରି ନିକ୍କିଙ୍କୁ ତାଙ୍କ ସ୍ବାମୀ ଓ ଶାଶୂ ଯୌତୁକ ନିର୍ଯାତନା ଦେଇଆସୁଥିଲେ। ଗୁରୁତର ଅବସ୍ଥାରେ ନିକ୍କିଙ୍କୁ ପଡ଼ୋଶୀମାନେ ଫର୍ଟିସ ହସ୍ପିଟାଲକୁ ନେଇଥଇଲେ। ସେଠାରୁ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କାସନା ପୋଲିସ ଥାନାରେ ସ୍ବାମୀ, ଦିଅର ରୋହିତ ଭଟି, ଶାଶୂ ଦୟା ଓ ଶଶୁର ସତବୀରଙ୍କ ନାମରେ ମାମଲା ରୁଜୁ ହୋଇଛି। ଥାନା ନିକଟରେ କିଛି ଲୋକ ନିକ୍କିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି। ତେଣେ ନିକ୍କିଙ୍କ ବାପା କହିଛନ୍ତି ଜ୍ବାଇଁ ଏକ ସ୍କର୍ପିଓ ଓ ଏକ ବୁଲେଟ ଦାବି କରୁଥିଲେ। ସେ ଦେଇ ନପାରିବାରୁ ଝିଅକୁ ହତ୍ୟା କରିଥିଲେ। ସେପଟେ ଖସି ପଳାଉଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇଛି ସ୍ବାମୀ ବିପିନ।