spot_img
Home Blog Page 5402

ସକାଳୁ ସକାଳୁ ଦୁଇ ଦୁଇଟି ସ୍ଥାନରେ ରେଡ୍‌ କଲା ଭିଜିଲାନ୍ସ ବିଭାଗ

ଭୁବନେଶ୍ୱର: ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ ଧରିଆ ମାଝୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ପାଞ୍ଚଟି ଜାଗାରେ ଚଢାଇ କରାଯାଇଛି। କୁଳିଅଣା ଅଫିସ, ବାରିପଦାର କାଳିକାପୁର ବାସଭବନ, କୋଷ୍ଠାଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଶୁଳିଆପଦାର ବଡଶୁକ୍ରୁଳିଆ ଖୋଲଠାରେ ଥିବା ପୈତୃକ ଘର ଏବଂ ବଡ଼ସାହିର ଧନଶୁଳା ଗ୍ରାମରେ ଥିବା ଶ୍ୱଶୁର ଘର ଉପରେ ଏକ ସାଙ୍ଗରେ ଚଢାଉ ହୋଇଛି। ବାଲେଶ୍ୱର ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ୪ଟି ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ମୟୂରଭଞ୍ଜ ଏବଂ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଚଢ଼ାଉରେ ସାମିଲ ହୋଇଛନ୍ତି।

ସେହିପରି ଆୟର ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଝାରସୁଗୁଡ଼ା ବାସଭବନ ସମେତ ୬ ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସର ଚଢ଼ାଉ। ଝାରସୁଗୁଡ଼ା ଏଲ ଏନ୍ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର,ସୁନ୍ଦରଗଡ଼ ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା MI ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନଶ୍ଵରର ଏକ ଘରେ ମଧ୍ୟ  ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ସରିଲା ଶ୍ରୀଜିଉଙ୍କର ପହଣ୍ଡି କାର୍ଯ୍ୟକ୍ରମ, ବାଟରେ ମାଉସୀ ପାଖରୁ ପୋଡ଼ ପିଠା ଖାଇ ଯିବେ ଶ୍ରୀମନ୍ଦିର

ପୁରୀ: ସରିଲା ଶ୍ରୀଜିଉଙ୍କର  ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ସରିଛି ପହଣ୍ଡି ନୀତିକାନ୍ତି। ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା।

ଏହା ପରେ ୭ ଟା ୪୦ ରେ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା। ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା।

ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଗୁଣ୍ଡିଚା ମନ୍ଦିରରୁ ରଥକୁ ପହଣ୍ଡି ହୋଇ ବାହୁଡ଼ି ଆସିଥିଲେ ଜଗତର ନାଥ କାଳିଆ ସାଆନ୍ତ ଭାବ ବିନୋଦିଆ କାଳିଆ ଠାକୁର। ଏବେ ତିନି ରଥରେ ବିରାଜମାନ କରିସାରିଛନ୍ତି ଶ୍ରୀଜିଉ। ରଥ ଉପରେ ନୀତିକାନ୍ତି ରଥପୂଜା ସରିବା ପରେ ରାଜନଅଁରରୁ ରଥକୁ ଛେରାପହଁରା ପାଇଁ ଆସିବେ ରାଜା।

ଏହାପରେ ଛେରା ପହଁରା ପରେ ଚାରମାଳ ବନ୍ଧା ଏବଂ ଘୋଡ଼ା ଜୋଖା ହେବା ପରେ ଆରମ୍ଭ ହେବ ରଥ ଟଣା କାର୍ଯ୍ୟକ୍ରମ। ସେପଟେ ବାଟରେ ମାଉସୀ ଘରେ ମାଉସୀ ପରସି ଦେବେ ସ୍ନେହର ପୋଡ଼ ପିଠା। କାଳିଆକୁ ଭାରି ପସନ୍ଦ ପୋଡ଼ ପିଠା।

ସେଥିପାଇଁ ତ ମାଉସୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନରେ ତିଆରି କରିଛି କାଳିଆ ପାଇଁ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।

ସୌମ୍ୟଙ୍କ ମୃତ୍ୟୁ ପୂର୍ବରୁ ଏମିତି ହୋଇଥିଲା ବିଦ୍ୟା ଏବଂ ସୌମ୍ୟଙ୍କ ମଧ୍ୟରେ କଥା କଟାକଟି…

ସୋର: ସୌମ୍ୟଙ୍କ ମର୍ଡର ମିଷ୍ଟ୍ରି ଏବେ ଆହୁରି ଘନେଇବାରେ ଲାଗିଛି। ଚାଲିଛି ଦୋଷ ଲଦାଲଦି। ସୌମ୍ୟଙ୍କ ପରିବାର ବିଦ୍ୟାଙ୍କ ଉପରେ ଦୋଷ ଲଦୁଥିବା ବେଳେ ବିଦ୍ୟା କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିତିହିନ। ବିଦ୍ୟା କହିଛନ୍ତି ମୋର ନୁହେଁ ସୌମ୍ୟଙ୍କର ଅନ୍ୟ ଏକ ଝିଅ ସହିତ ରହିଥିଲା ସମ୍ପର୍କ। ଯାହାକୁ ବିଦ୍ୟା ଜାଣିସାରିବା ପରେ ଦୁହିଁଙ୍କ ମଧ୍ୟରେ ଲାଗି ରହିଥିଲା ଝଗଡ଼ା ବୋଲି ବିଦ୍ୟା କହିଛନ୍ତି। ଏହି ଭିତରେ ବିଦ୍ୟାଙ୍କର ବୟାନ ମଧ୍ୟ ଆସିସାରିଛି। ମୃତ୍ୟୁ ପୂର୍ବରୁ ସୌମ୍ୟ ଏବଂ ବିଦ୍ୟାଙ୍କ ମଧ୍ୟ ହୋଇଥିବା ଭଏସ୍‌ ରେକର୍ଡ ଏବେ ନନ୍ଦିଘୋଷ ଟିଭି ହାତରେ ଲାଗିଛି।

ଅଜଣା ଝିଅକୁ ନେଇ ଝଗଡ଼ା ଲାଗୁଥିବା ଏହି ଭଏସ୍‌ ରେକର୍ଡରୁ ଜଣପଡ଼ୁଛି। ସୌମ୍ୟଙ୍କୁ ଫୋନ୍‌ ମାଗୁଛନ୍ତି ବିଦ୍ୟା, ହେଲେ ଫୋନ୍‌ ଦେଉ ନାହାଁନ୍ତି ସୌମ୍ୟ। ଫୋନ୍‌ ଦେଲେ ତୁମର ସେ ଝିଅ ସହିତ ଥିବା ସମ୍ପର୍କ ଜଣା ପଡ଼ିବ ବୋଲି କହୁଛନ୍ତି ବିଦ୍ୟା। ହେଲେ ସୌମ୍ୟ ଫୋନ ଦେବାକୁ ମନା କରୁଛନ୍ତି ଏବଂ ସେ ଝିଅର ନମ୍ବର ଦେବେ ବୋଲି କହୁଛନ୍ତି ସୌମ୍ୟ। କିନ୍ତୁ ବିଦ୍ୟା ଫୋନ୍‌ ପାଇଁ ବାରମ୍ବାର ଯିଦ୍‌ କରୁଛନ୍ତି। ସୌମ ସେ ଝିଅ ସହ ତାଙ୍କର କୌଣସି ସମ୍ପର୍କ ନଥିବା କହୁଛନ୍ତି। ଶୁଣନ୍ତୁ…

ଇଞ୍ଜେକସନ ଦେବାରେ ବିଳମ୍ବ ହେବାରୁ ଡାକ୍ତର ନର୍ସଙ୍କୁ ପିଟିଲେ ଦୁର୍ବୃତ୍ତ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼। ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ମାଡ ମାରିଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ମାଡରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ଆହାତ ହୋଇଛନ୍ତି। ମାଡ ମାରିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ସମୟରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ମେଡିକାଲରେ ରୋଗୀ ଚିକିତ୍ସା କରୁଥିଲେ। ଏହି ସମୟରେ ଅଠାନ୍ତର ଗ୍ରାମର ଚିତରଞ୍ଜ ବେହେରାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମେଡିକାଲ ଆସିଥିଲେ। ଡାକ୍ତର ରତିରଞ୍ଜନ ଏକ ଇଂଜେକ୍‌ସନ୍ ଦେବାପାଇଁ ପ୍ରେସକ୍ରାଇବ୍ କରିଥିଲେ।

କାର୍ଯ୍ୟରତ ନର୍ସ ସିଲା ସାହୁ ଇଂଜେକ୍ସନ୍ ଦେବାକୁ ଆସିବା ଭିତରେ କାହିଁକି ବିଳମ୍ବ ହେଉଛି ବୋଲି ଚିତରଞ୍ଜ ଏବଂ ତାଙ୍କର ଜଣେ ସହଯୋଗୀ ପାଟିତୁଣ୍ଡ କରିଥିଲେ। ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ବେଳେ ସେମାନେ ଡାକ୍ତର ରତିରଂଜନ, ନର୍ସ ସିଲା ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ। ଦୁର୍ବୃତ୍ତଙ୍କ ମାଡରେ ତିନିଜଣ ଆହାତ ହୋଇଛନ୍ତି। ମାଡ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଦୁଇ ଦୁର୍ବୃତ୍ତ। ସେପଟେ ଘଟଣା ସ୍ଥଳପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।

ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ, ରୁଆ ବେଉଷଣ ପାଇଁ ବର୍ଷାକୁ ଅପେକ୍ଷା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି। କାଁ ଭାଁ ଲଘୁଚାପ ବର୍ଷାକୁ ଛାଡ଼ିଦେଲେ ଜିଲ୍ଲାରେ ବର୍ଷାର ପରିମାଣ ଖୁବ କମ ରହିଛି। ଫଳରେ ଜିଲ୍ଲାର ଚାଷୀ ଚାଷ ପାଇଁ ବିଲରେ ତଳି ପକାଇଥିବା ବେଳେ ରୁଆ ବେଉଷଣ ପାଇଁ ବର୍ଷା ଜଳକୁ ଅପେକ୍ଷା କରି ଚିନ୍ତାରେ ରହିଛି। କିଛି କିଛି ସ୍ଥାନରେ ତଳି ପକାଇଥିବା ଜମି ବର୍ଷା ଅଭାବରୁ ଫାଟି ଆଁ କଲାଣି। ଚଳିତ ବର୍ଷ ଠିକ ସମୟରେ ମୌସୁମୀର ଆଗମନ ଦେଖି ଚାଷୀ ଖରିଫ ଋତୁରେ ଚାଷ କାମ ଭଲ ହେବ ବୋଲି ଆଶା କରିଥିଲା।

ହେଲେ ଆକାଶରେ କେବଳ ଭସା ବାଦାଲ ଦେଖି ଭଲ ଚାଷର ଆଶା ବି ସେହି ବାଦଲ ସହ ଭାସି ଚାଲିଯାଉଛି। ଅଣ ଜଳସେଚିତ ଅଞ୍ଚଳ ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ତରଭା ଆଦି ବ୍ଲକ ମାନଙ୍କରେ ରୁଆ ବେଉଷଣ ଠପ ହୋଇଯାଇଛି। ଜଳ ସେଚନର କୌଣସି ବ୍ୟବସ୍ଥା ନଥିବାରୁ କେମିତି ଚାଷ କରିବ ସେ ଚିନ୍ତାରେ ଏବେ ଚାଷୀ। ଗୋଟିଏ ପଟେ  ବର୍ଷା ଅଭାବରୁ ଚାଷୀ ଚିନ୍ତାରେ ପଡିଥିବା ବେଳେ ଅନ୍ୟପଟେ ଖରିଫ ଚାଷ ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି।

ଜିଲ୍ଲାରେ ଗତ ଜୁନ ମାସରେ ୨୧୭ ମିଲିମିଟର ବର୍ଷାର ଆବଶ୍ୟକତା ଥିବା ବେଳେ ୨୦୯ ମିଲିମିଟର ସ୍ୱାଭାବିକ ବର୍ଷା ହୋଇଛି। ଫଳରେ ଚାଷୀ ଆଗୁଆ ଚାଷ କାମ ଆରମ୍ଭ କରିଥିଲେ। ହେଲେ ଚାଷୀ ରୁଆକାମ ସାରିଦେଇଥିବା ବେଳେ ଜୁଲାଇ ମାସରେ ୩୧୯ ମିଲିମିଟର ଜାଗରେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୭୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୨ ଟି ବ୍ଲକକୁ ଛାଡିଦେଲେ ପ୍ରାୟ ସମସ୍ତ ବ୍ଲକରେ ବର୍ଷା ଉପରେ ନିର୍ଭର କରି ଚାଷ କରିଥାଏ ଚାଷୀ।  ତେବେ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ କେମିତି ପରିବାର ଚଳାଇବ ସେ ଚିନ୍ତାରେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ଶହ ଶହ ହେକ୍ଟର ଧାନଚାଷ ନଷ୍ଟ ହେବାକୁ ବସିଲାଣି। ବର୍ତମାନ ମଧ୍ୟ ବହୁ ଚାଷ ଜମି ପଡିଆ ପଡିଛି ।

 

ରାଜ୍ୟରେ ସୁଧୁରୁଛି କରୋନା ପରିସ୍ଥିତି, ହେଲେ ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ତଳମୁହାଁ ହୋଇଛି କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୦୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୯୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୮୭। କିନ୍ତୁ ଚିନ୍ତା ବଢ଼ାଉଛି ଖୋର୍ଦ୍ଧାରେ ସଂକ୍ରଣ। ହଠାତ ବଢ଼ୁଛି ହଠାତ କମୁଛି ସଂକ୍ରମଣ। ଖୋର୍ଦ୍ଧାରୁ ସର୍ବାଧିକ ୫୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୨୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୧୩, ବରଗଡ଼ରୁ ୧୫, ଭଦ୍ରକରୁ ୧୭୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୩, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୪୧, ଗଜପତିରୁ ୧୯, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୩୨, ଝାରସୁଗୁଡ଼ାରୁ ୨, ଗଳାହାଣ୍ଡିରୁ ୧୦, ଗନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୯୪, କେନ୍ଦୁଝରରୁ ୨୪, କୋରାପୁଟ ୧୬, ମାଲକାନାଗିରିରୁ ୧୯, ମୟୂରଭଞ୍ଜ ୮୪, ନବରଙ୍ଗପୁର ୧୮, ନୟାଗଡ଼ ୬୦, ନୂଆପଡ଼ା ୫, ପୁରୀ ୧୦୬, ରାୟଗଡ଼ା ୧୪, ସମ୍ବଲପୁର ୩୬, ସୋନପୁର ୪, ସୁନ୍ଦରଗଡ଼ ୨୫, ଷ୍ଟେଟପୁଲରୁ ୧୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ମୁହଁ ଖୋଲିଲେ ବିଦ୍ୟା: କହିଲେ ସୌମ୍ୟଙ୍କର ଥିଲା ଅଲଗା ଝିଅ ସହିତ ସମ୍ପର୍କ, ଫୋନ୍‌ରେ ଘଣ୍ଟାଘଣ୍ଟା କଥା ହେଉଥିଲେ

ସୋର: ଘନଉଛି ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ। ଛନ୍ଦିହୋଇ ଚାଲିଛି ମୃତ୍ୟୁର କାରଣ। ଦୀର୍ଘ ୭ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୋଲିସ। କିନ୍ତୁ ଏହାରି ଭିତରେ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ। ଗତକାଲି ସୌମ୍ୟଙ୍କ ମାଆ ବାପା ମାମୁଁଙ୍କର ବୟାନ ଆସିଲା ପରେ ଆଜି ଆସିଛି ସନ୍ଦେହ ଘେରରେ ଥିବା ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବୟାନ। ବିଦ୍ୟା କହିଛନ୍ତିଯେ ସୌମ୍ୟଙ୍କର ଥିଲା ଅଲଗା ଝିଅ ସହ ସମ୍ପର୍କ।

କାହିଁକି ମୋ ଶାଶୁ ଘରର ଲୋକ ମୋ ବିସୟରେ ଏଭଳଳି ମିଛ କଥା କହୁଛନ୍ତି ମୁଁ ଜାଣିନି। କିନ୍ତୁ ମୋ ଶାଶୁ ମୋତେ ସବୁବେଳେ କୁହନ୍ତି ମୁଁ ଯେମିତି ବୋହୂ ଚାହୁଁଥିଲି ମୋସେ ସେମିତି ବୋହୂଟିଏ ମିଳିଛି। କିନ୍ତୁ ଏବେ ସେମାନଙ୍କର କଥାରେ ପରିବର୍ତ୍ତନ ହୋଇଛି ବୋଲି ବିଦ୍ୟା କହିଛନ୍ତି। ସୌମ୍ୟଙ୍କ ସହ ବିଦ୍ୟାଙ୍କର ବହୁତ ଭଲ ସମ୍ପର୍କ ରହିଥିଲା ବୋଲି ବିଦ୍ୟା କହିଛନ୍ତି। ବାହାଘରର ୩ ମାସ ପର୍ଯ୍ୟନ୍ତ ସବୁ ଠିକ ଚାଲିଥିଲା। କିନ୍ତୁ ଭୁବନେଶ୍ୱରୁ ଆସିଲା ପରେ ସବୁ କିଛି ବଦଳି ଯାଇଥିଲା। ସେବେଠାରୁ କଳି ଝଗଡ଼ା ହେବା ଆରମ୍ଭ ହୋଇଥିଲା।

ଭୁବନେଶ୍ୱରରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ଯାହା ଗୋଟେ ଝିଅର ଥିଲା ବୋଲି ବିଦ୍ୟା ଅଭିଯୋଗ ଆଣିଛନ୍ତି। ବିଦ୍ୟା କହିଛନ୍ତି ଯେ କଲ କରିଥିବା ଝିଅ ସୌମ୍ୟଙ୍କୁ କହୁଥିଲା “କଣ ସୌମ୍ୟ ଏତେ ଦିନ ହେଲାଣି କଲ କି ମେଜେନ କରୁନ, କଣ ଭୁଲି ଗଲଣିନା କଣ”। ବିଦ୍ୟା କହିଛନ୍ତି ଯେ ତାଙ୍କର ଏକ ଅଲଗା ଝିଅ ସହ ସମ୍ପର୍କ ରହିଥିଲା।

ଏହା ପୂର୍ବରୁ ମଧ୍ୟ ସେ ଗୋଟି ଝିଅକୁ I love you  ମେସେଜ କରିଥିବାର ମୁଁ ଦେଖି ଦେଇଥିଲି। ଏହା ପରେ ସେ ମୋତେ ତାଙ୍କ ଫୋନ ଠାରୁ ଦୁରେଇ ରଖନ୍ତି। ମୋତେ ତାଙ୍କ ଫୋନ୍‌ର ପାସଓ୍ୱାଡ ଦିଅନ୍ତିନି ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି ବିଦ୍ୟା। ଫୋନ୍‌ରେ ଘଣ୍ଟାଘଣ୍ଟା କଥା ହୁଅନ୍ତି ବୋଲି ବିଦ୍ୟା କହିଛନ୍ତି। ମୁଁ ତାଙ୍କ ଫୋନରେ ତାଙ୍କ କଣ୍ଟାକ୍ଟ ଠାରୁ ଫେସବୁକ କି ହ୍ୱଟସ୍‌ଆପ୍‌ ମେସେଜ ଯାହା ଦେଖିଲେ ସୌମ୍ୟ ତାକୁ ଡିଲିଟ କରିଦିଅନ୍ତି ବୋଲି କହିଛନ୍ତି ବିଦ୍ୟା। ସେପଟେ ସେ ଆହୁରି କହିଛନ୍ତି ଯେ ସୌମ୍ୟ ହସ୍ପିଟାଲରେ ଥିବା ବେଳେ ମୋତେ I Love You ବି କହିଛନ୍ତି।

ସେପଟେ ବ୍ୟାଚ୍‌ଲର ପାର୍ଟି କଥାକୁ ନେଇ ମୁହଁ ଖୋଲିଛନ୍ତି ବିଦ୍ୟା। ବିଦ୍ୟା କହିଛନ୍ତି ସେଇଟା ବ୍ୟାଚଲର ପାର୍ଟି ନଥିଲା ଆମ ବାହାଘର ପାର୍ଟି ଥିଲା। କରୋନା ସମୟରେ ଭୋଜି ଦେଇନଥିଲୁ ସେଥିପାଇଁ ଏହି ଭୋଜି ଦିଆଯାଇଥିଲା। ମୁଁ ମୋ ସାଙ୍ଗ ମାନଙ୍କୁ ଡାକି ଏହି ଭୋଜି ଦେଇଥିଲି। ମୋ ଶାଶୁ ଘର ଲୋକେ ଯାହାବି ମୋ କ୍ଷେତ୍ରରେ ଅଭିଯୋଗ ଆଣିଛନ୍ତି ସେ ସବୁ ଭିତିହିନ୍ନ। ସେହି ସବୁ କଥାରେ କେୌଣସି ସତ୍ୟତା ନାହିଁ ବୋଲି ବିଦ୍ୟା କହିଛନ୍ତି।

କର୍ଫ୍ୟୁ ପାଇଁ ବଡ଼ଦାଣ୍ଡରେ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଜନ୍ମବେଦୀରେ ସରିଲା ୯ ଦିନର ଲୀଳା ଖେଳା । ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି । ହେଲେ ବଡ଼ଦାଣ୍ଡ ଜନଶୂନ୍ୟ । ଲୀଳାମୟଙ୍କୁ ଦେଖିବାକୁ ଭକ୍ତ ଚାହିଁ ରହିଛି ଆତୁର ଭାବେ । କେତେବେଳେ ଗୋଟି ପହଣ୍ଡିରେ ନାକଚଣା ଦ୍ୱାର ଦେଇ ବାହାରିବେ ମହାପ୍ରଭୁ । ଜନ୍ମବେଦୀରେ ଶୀଜିଉଙ୍କ ନୀତିକାନ୍ତି ଚାଲିଛି । ବେଳ ଗଡ଼ିବା ସହ ମହାବାହୁଙ୍କୁ ରଥ ଉପରେ ଦେଖିବାକୁ ଉତ୍ସାହର ସହ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ ।

No Crowd In Puri Badadanda For Bahuda Yatra

ଚଳିତବର୍ଷ ମଧ୍ୟ କରୋନା କଟକଣା ଭିତରେ ଚାଲିଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ଏବଂ ଦୁଇ ଡୋଜ୍ ଟିକା ନେଇଥିବା ସେବାୟତ ଓ ପୋଲିସ ଏଥିରେ ସାମିଲ୍ ହୋଇଛନ୍ତି । ପୁରୀରେ ଲାଗୁ ହୋଇଛି କର୍ଫ୍ୟୁ । ସମସ୍ତେ ଘରେ ବସି ଟେଲିଭିଜନ୍ ମାଧ୍ୟମରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ପ୍ରଶାସନ କରିଛି ସମସ୍ତ ବ୍ୟବସ୍ଥା ।

No Crowd In Puri Badadanda For Bahuda Yatra

ଭକ୍ତରହିତ ଭାବେ ପାଳନ ହେଉଛି ବାହୁଡ଼ା ଯାତ୍ରା । ତେଣୁ ବଡ଼ଦାଣ୍ଡରେ ଗହଳି ନାହିଁ । ଜନଶୂନ୍ୟ ହୋଇ ପଡ଼ିଛି କାଳିଆର ବଡ଼ଦାଣ୍ଡ । ଦିନେ ଏଇ ବଡ଼ଦାଣ୍ଡରେ ତ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଥିଲା । କିନ୍ତୁ ମହାମାରୀ କରୋନା ପାଇଁ ବିନା ଭକ୍ତରେ ହେଉଛି କାଳିଆ ସାଆନ୍ତଙ୍କ ବାହୁଡ଼ା ଯାତ୍ରା ।

ନିର୍ଦ୍ଧାରିତ ସମୟରେ ଚାଲିଛି ଶ୍ରୀଜିଉଙ୍କ ବାହୁଡ଼ା ନୀତିକାନ୍ତି

ପୁରୀ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଏଥିପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତି ଚାଲିଛି । ହରିଶୟନ ଏକାଦଶୀରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପାଇଁ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ପୂଜ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଛି । ସୂର୍ଯ୍ୟପୂଜା ସକାଳ ୫ଟା ୩୦ରେ ସରିଥିବା ବେଳେ, ଦ୍ୱାରପାଳ ପୂଜା ୫ଟା ୪୦ରେ ଓ ବେଶ ଶେଷ ସରିଛି ।

Bahuda Yatra Rituals Of Deities Going On Puri

ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ୫ଟା ୪୫ରେ ଶେଷ ହୋଇଛି । ସେନାପଟା ଲାଗି ୭ଟାରୁ ୧୧ଟା ୩୦ ମଧ୍ୟରେ ହେବାକୁ ଥିବାବେଳେ ମଙ୍ଗଳାର୍ପଣ ଦିନ ୧୧ଟା ୪୫, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିଭଳି ବେଶ ଶେଷ ୧ଟାରୁ ୨ଟା ୩୦ ମଧ୍ୟରେ, ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ।

ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ସରିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ. ନୀତିକାନ୍ତି କରାଯିବ । ବୁଧବାର, ଦ୍ୱାଦଶୀ, ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପ୍ରାତଃ ୬ଟାରୁ ୬ଟା ୩୦ ମଧ୍ୟରେ ୩ ରଥରେ ମଙ୍ଗଳ ଆଳତି ସମ୍ପନ୍ନ ହେବ । ମଇଲମ-ତଡ଼ପଲାଗି ସକାଳ ୭ଟା, ଅବକାଶ ୮ଟା ଓ ବେଶଶେଷ ୯ଟା ସୁଦ୍ଧା ସରିବ ।

Bahuda Yatra Rituals Of Deities Going On Puri

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ସୋମବାର ରାତିରୁ କର୍ଫ୍ୟୁ ଲାଗିଛି । କର୍ଫ୍ୟୁ ବୁଧବାର ରାତିରେ ହଟିବ । ବିନା ପାସରେ କେହି ଯେଭଳି ବଡ଼ଦାଣ୍ଡକୁ ନ ଆସିବେ ସେ ନେଇ ପ୍ରଶାସନ ପଦକ୍ଷେପ ନେଇଛି । ଜେଇଇ ମେନ୍ ପରୀକ୍ଷାର୍ଥୀ ଚେକିଂ ଗେଟରେ ଆଡମିଟ୍ କାର୍ଡ ଦେଖାଇ ଯାଇ ପାରିବେ ।

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ୨୦ ବର୍ଷ ଜେଲ୍

ନୟାଗଡ଼: ନୟାଗଡ଼ ଚିଲଡ୍ରେନ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶରଣକୁଳ ଥାନା ଅଞ୍ଚଳରେ ୨୦୧୭ ମସିହାରେ ନାବାଳିକାକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ୍ କରିବା ଘଟଣାରେ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ  ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଗତ ୨୦୧୭ ମସିହା ଫେବ୍ରୁଆରୀ ୨୦ ତାରିଖରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ନିକଟସ୍ଥ ବ୍ୟାଙ୍କକୁ ନିଜର ବାଲାନ୍ସ ଚେକ୍ କରିବାକୁ ଯିବାବେଳେ ୨ ନାବାଳକ ସାମୁହିକ ଦୁଷ୍କର୍ମ କରିଥିଲେ ।

ଏହାର ପରେ ଭିଡିଓ ଉତ୍ତୋଳନ କରି ସେସିଆଲ ମିଡିଆରେ ଭାଇରାଲ କରିଥିଲେ । ଶରଣକୁଳ ପୋଲିସ ଏନେଇ ଏକ ମାମଲା ୨୦୧୭ ମସିହା ଏପ୍ରିଲ ୨ ତାରିଖରେ ରୁଜୁ କରିଥିଲା । ଆଜି କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ତେବେ ଫାଇନ ଆଦାୟ ନହେଲେ ଦଣ୍ଡ ବଢିବ ବୋଲି ସୂଚନା ମିଳିଛି । ଉଭୟ ନାବାଳକ ବ୍ରହ୍ମପୁର ବାଳ ସୁଧାର ଗୃହରେ ଥିଲେ ।