spot_img
Home Blog Page 5415

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଶନିବାର ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ ମୋଟ୍‌ ୧୩ଟି ଏଜେଣ୍ଡା ଆସିବ ବୋଲି ସୂଚନା ମିଳିଛି। ତେବେ ଏଜେଣ୍ଡା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନାହିଁ।

ଏଥିସହିତ ପଢ଼ନ୍ତୁ: Tokyo Olympics 2020: ପ୍ରି-ଅଲିମ୍ପିକ୍ସ ଟ୍ରେନିଂ କ୍ୟାମ୍ପରୁ ଉଗାଣ୍ଡା ଆଥ୍‌ଲେଟ୍ ନିଖୋଜ: ଛାଡ଼ିଗଲେ ଚିଠି

Tokyo Olympics 2020: ପ୍ରି-ଅଲିମ୍ପିକ୍ସ ଟ୍ରେନିଂ କ୍ୟାମ୍ପରୁ ଉଗାଣ୍ଡା ଆଥ୍‌ଲେଟ୍ ନିଖୋଜ: ଛାଡ଼ିଗଲେ ଚିଠି

ଟୋକିଓ: ଟୋକିଓ ଅଲିମ୍ପିକ୍ସରୁ ଆଥ୍‌ଲେଟ୍ ନିଖୋଜ । ଉଗାଣ୍ଡାର ଜଣେ ଆଥ୍‌ଲେଟ୍ ଟ୍ରେନିଂ କ୍ୟାମ୍ପରୁ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଅଫିସିଆଲମାନେ ତାଙ୍କର ସନ୍ଧାନ ନେଉଛନ୍ତି । ତେବେ ଅଲିମ୍ପିକ୍ସ ପାଇଁ ଆସିଥିବା ଆଥ୍‌ଲେଟ୍ ନିଖୋଜ ହୋଇଯିବା ଘଟଣା ଜାପାନା ଆୟୋଜକଙ୍କ ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇ ଦେଇଛି । ୯ଜଣ ସଦସ୍ୟ ବିଶିଷ୍ଟ ଉଗାଣ୍ଡା ଦଳ ଜାପାନ ପଶ୍ଚିମାଞ୍ଚଳ ଅନ୍ତର୍ଗତ ଓସାକାର ଇଜୁମିସାନୋଠାରେ ଟ୍ରେନିଂ ନେଉଥିଲେ । ସେମାନଙ୍କ ମଧ୍ୟରୁ ଶୁକ୍ରବାର ପୂର୍ବାହ୍ନରେ ୨୦ ବର୍ଷୀୟ ଓ୍ୱେଟଲିଫ୍ଟର ଜୁଲିଅସ୍ ସେକିତୋଲେକା ନିଖୋଜ ହୋଇଯାଇଛନ୍ତି । ସେତେବେଳେ ସାଲଇଭା ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କରାଯାଉଥିଲା । ଆଥ୍‌ଲେଟ୍ ଜଣଙ୍କୁ ଖୋଜିବା ବେଳେ ସେ ତାଙ୍କ ରୁମରେ ନ ଥିଲେ । ତାଙ୍କୁ ଶେଷ ଥର ପାଇଁ ଶୁକ୍ରବାର ପ୍ରତ୍ୟୁଷରେ ଦେଖିବାକୁ ମିଳିଥିଲା । ହୋଟେଲରେ ଖୋଜାଖୋଜି ପରେ ସନ୍ଧାନ ନ ମିଳିବାରୁ ପୋଲିସହ ସହାୟତା ନିଆଯାଇଛି । ହୋଟେଲରେ ୨୪ ଘଣ୍ଟିଆ ମନିଟରିଂ ଅଭାବରୁ ଆଥ୍‌ଲେଟ୍ ଜଣଙ୍କ କେତେବେଳେ ହୋଟେଲ ବାହାରକୁ ଚାଲିଯାଇଛନ୍ତି ତାହା ଜଣାପଡ଼ିନାହିଁ । ଅପରପକ୍ଷରେ ଟୋକିଓରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁସାରେ ସାନି ୧,୨୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକ ପୂର୍ବରୁ ଏହି ସଂଖ୍ୟା ୬ ମାସ ମଧ୍ୟରେ ସର୍ବାଧିକ ୧ ହଜାର ୩୦୮ ରେକର୍ଡ କରାଯାଇଥିଲା । ଜୁନ୍ ୧୬ରେ ଉଗାଣ୍ଡା ଟିମ୍ ଜାପାନରେ ପହଞ୍ଚିବା ପରେ ସେମାନଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଏଥିରେ ଦଳର ଜଣେ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ସେଠାରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ଅବଶିଷ୍ଟ ୮ ଜଣଙ୍କୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ୫ଶହ କିମି ଦୂର ଇଜୁମିସାନୋ ପଠାଇ ଦିଆଯାଇଥିଲା । ସେଠାରେ ସେମାନେ ପ୍ରି-ଅଲିମ୍ପିକ୍ସ କ୍ୟାମ୍ପରେ ଯୋଗ ଦେଇଥିଲେ ।  ତେବେ ସଦ୍ୟ ପ୍ରାପ୍ତ ସୂଚନା ମୁତାବକ ସେ ଏକ ଚିଠି ଛାଡ଼ି ଯାଇଛନ୍ତି । ଯେଉଁଥିରେ ସେ ଜାପାନରେ ରହି କାମ କରିବାକୁ ଚାହୁଁଥିବା କହିଛନ୍ତି । ତାଙ୍କ ଦେଶ ଉଗାଣ୍ଡାରେ ଜୀବନ ବିତାଇବା କଷ୍ଟକର ହୋଇଥିବାରୁ ସେ ଏଠାରେ ରହି କାମ କରିବାକୁ ଚାହୁଁଛନ୍ତି ବୋଲି ସେଥିରେ ଉଲ୍ଲେଖ ରହିଛି ।

ଏଥିସହିତ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା ଗ୍ରୁପ୍‌, ଗୋଟିଏ ଗ୍ରୁପରେ ଭାରତ ଏବଂ ପାକିସ୍ତାନ

ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର୍

ବ୍ରହ୍ମପୁର: ନବଜାତ ଶିଶୁ କନ୍ୟାକୁ ବେଡ଼ରେ ଛାଡି ମାଆ ଫେରାର । ଗଞ୍ଜାମ ଜିଲ୍ଲା  ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏମିତି କିଛି ଅଭାବନୀୟ ଦୃଶ୍ୟ  । ସୂଚନା ଅନୁଯାୟୀ ଜଣେ ପ୍ରସୂତୀ ନବଜାତକ ଶିଶୁ କନ୍ୟାଟିକୁ ଜନ୍ମ ଦେବା ପରେ ବେଡ଼ରେ ଛାଡି ପଳାଇଛନ୍ତି । ପ୍ରସୂତି ଜଣକ ଗତକାଲି ଖଲ୍ଲିକୋଟ୍‌ ମେଡ଼ିକାଲକୁ ଆସିଥିବା ବେଳେ, ସାଙ୍ଗରେ ଆଉ ଦୁଇ ଜଣ ମଧ୍ୟ ଥିଲେ ଏବଂ ସନ୍ଧ୍ୟାରେ ମେଡିକାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ କିଛି ସମୟ ପରେ ନର୍ସ ମହିଳା ଜଣଙ୍କୁ ଇଂଜେକସନ ଦେବାକୁ ଆସିଥିବା ବେଳେ ମାଆ ଜଣକ ସେଠାରେ ନଥିଲେ । ବହୁ ଖୋଜାଖୋଜି ପରେ ମାଆର ସନ୍ଧାନ ନମିଳିବାରୁ ଛୁଆଟିର ନର୍ସ ମାନେ ଯତ୍ନ ନେଇଥିଲେ । ଏ ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ସିଡିପିଓ ଅଂଶୁପା ସାହୁ ମେଡିକାଲରେ ପହଞ୍ଚି ଶିଶୁକୁ ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀଙ୍କ ସହାୟତାରେ ବ୍ରହ୍ମପୁର ଚାଇଲଡ଼ ଲାଇନକୁ ହସ୍ତାନ୍ତର କରିଥିବା ଜଣାପଡିଛି

ଏଥିସହିତ ପଢ଼ନ୍ତୁ: ଫିଲ୍ମ ପ୍ରଯୋଜକ ତଥା ବିଲ୍ଡର ନିରଞ୍ଜନ ରଣା ଗିରଫ

 

 

 

ଫିଲ୍ମ ପ୍ରଯୋଜକ ତଥା ବିଲ୍ଡର ନିରଞ୍ଜନ ରଣା ଗିରଫ

ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳରେ ଜମି ଓ ଫ୍ଲାଟ ଦେବାକୁ କହି ଠକେଇ ଘଟଣା । ମା’ ତାରିଣୀ ବିଲ୍ଡରର ତଥା ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଶହୀଦନଗର ଥାନା ପୋଲିସ । ଠକେଇର ଚେର ଖୋଜିବାକୁ ନିରଞ୍ଜନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ପୋଲିସ । ସେପଟେ ଗଣମାଧ୍ୟମରେ ନିରଞ୍ଜନଙ୍କ ଗିରଫ ଖବର ଦେଖିବା ପରେ ଠକାମୀର ଶିକାର ହୋଇଥିବା ଅନେକ ଲୋକ ଥାନାକୁ ଆଣି ଅଭିଯୋଗ କରିଛନ୍ତି । ଲକ୍ଷ୍ମୀସାଗର, ବରଗଡ଼, ସହିଦନଗର ଥାନାକୁ ମିଶାଇ ସେ ୬ ଟି କେଶରେ ୱାଣ୍ଟେଡ ଥିଲେ । ତେବେ ରିମାଣ୍ଡରେ ଆଣିଲା ପରେ ତାଙ୍କ ନିକଟରୁ ଅନେକ ତଥ୍ୟ ମିଳିବ ବୋଳି ଡିସିପି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ପୋଲିସରେ ୪୭୭ SI ପଦବୀ ପାଇଁ ଲକ୍ଷେ ୩୨ ହଜାରରୁ ଅଧିକ ଆବେଦନ

 

ଓଡ଼ିଶା ପୋଲିସରେ ୪୭୭ SI ପଦବୀ ପାଇଁ ଲକ୍ଷେ ୩୨ ହଜାରରୁ ଅଧିକ ଆବେଦନ

ଭୁବନେଶ୍ୱର: ପ୍ରଥମଥର ପାଇଁ କିନ୍ନର ହେବେ ପୋଲିସ । ଓଡ଼ିଶା ପୋଲିସରେ ୪୭୭ ଏସ୍ଆଇ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ବାହାରିଥିଲା । ଆବେଦନର ଶେଷ ତାରିଖ ସୁଦ୍ଧା ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆପ୍ଲାଏ କରିଛନ୍ତି । ୯୭ ହଜାର ୫୦୬ ଜଣ ପୁରୁଷ ଆବେଦନ କରିଥିବା ବେଳେ ୩୪ ହଜାର ୯୬୪ ଜଣ ମହିଳା ଆବେଦନକାରୀ ରହିଛନ୍ତି । ସେହିଭଳି ୨୬ ଜଣ କିନ୍ନର ମଧ୍ୟ ସବ୍ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିଛନ୍ତି ।

ମୋଟ ଆବେଦନକାରୀଙ୍କ ମଧ୍ୟରୁ ସାଧାରଣ ବର୍ଗର ୨୬ ହଜାର ୩୧୯ ଜଣ ଥିବାବେଳେ ଏସଇବିସି ବର୍ଗରୁ ସର୍ବାଧିକ ୫୨ ହଜାର ୨୭୪ ଜଣ ଆବେଦନକାରୀ ରହିଛନ୍ତି । ସେହିଭଳି ଅନୁସୂଚିତ ଜାତି ବର୍ଗରୁ ୨୯ ହଜାର ୭୧୦ ଜଣ ଏବଂ ଅନୁସୂଚିତ ଜନଜାତି ବର୍ଗରୁ ୨୪ ହଜାର ୧୯୩ ଜଣ ଆବେଦନକାରୀ ରହିଛନ୍ତି ।

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡ଼ା’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡ଼ା’ର ଲୋକାର୍ପଣ କରିଛନ୍ତି । ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ୱତର ସନ୍ଧାନ କରିଛନ୍ତି ।

ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି । ମାଟିର ଘୋଡ଼ା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର ଗନ୍ଧ ଆଦି ଗଳ୍ପ ସଂକଳନ ଶ୍ରୀ ମହାପାତ୍ରଙ୍କ ଉଜ୍ଜଳ ସାରସ୍ୱତ ପ୍ରତିଭାର ପ୍ରତିଶ୍ରୁତି ବହନ କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଥାକାର ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକଟିର ସଫଳତା କାମନା କରିଛନ୍ତି ।

ଲାନ୍ଥ ନଦୀରେ ବ୍ରିଜ୍ ନିର୍ମାଣ ଦାବିରେ ଲୋକଙ୍କ ଜଳ ସତ୍ୟାଗ୍ରହ

କଣ୍ଟାବାଞ୍ଜି: ଆନ୍ଦୋଳନ… ହରତାଳ ପରେ… ଏବେ ଜଳ ସତ୍ୟାଗ୍ରହ । ଲାନ୍ଥ ନଦୀରେ ବ୍ରିଜ୍ ନିର୍ମାଣ ଦାବିରେ ଜାରି ରହିଛି ଲଢ଼େଇ । ବେଲପଡ଼ା ବ୍ଲକ ଓ ମୁରିବାହାଲ ବ୍ଲକର ଧୁମାଭଟା ଗାଁ ଓ କତରଲଗା ଗାଁ ଲାନ୍ଥ ନଦୀ ଉପରେ ବ୍ରିଜ୍ ନିର୍ମାଣ ପାଇଁ ଦାବି ହେଉଛି । ନଦୀରେ ବ୍ରିଜ୍ ଟିଏ ନଥିବାରୁ ୨ କିମି ରାସ୍ତା ପାଇଁ ୨୦ କିଲୋମିଟର ଘୁରି ଘୁରି ଯାଉଛନ୍ତି ଲୋକେ ।

People Water Protest In Lanth River Demanding Bridge

ମେଡିକାଲ ହେଉ କି କଲେଜ ଅବା କୌଣସି ସରକାରୀ କାର୍ଯ୍ୟାଳୟ ଯେଉଁଠିକୁ ଗଲେ ବି ଲାନ୍ଥ ନଦୀ ହୋଇ ପାର୍ ହୋଇଯିବାକୁ ପଡ଼େ । ଆଉ ବର୍ଷା ହେଲେ କଥା ସରିଲା । ନଦୀର ବଢ଼ି ପାରି ପାର୍ କରିବା ମୃତ୍ୟୁକୁ ବରଣ କରିବା । ଫଳରେ ଲୋକେ ଖରାଦିନକୁ ଛାଡ଼ିଦେଲେ ଅଲଗା ସମୟରେ ୨୦ କିଲୋମିଟର ବୁଲି ବ୍ଲକ କାର୍ଯ୍ୟାଳୟକୁ ଯାଆନ୍ତି । ଲାନ୍ଥ ନଦୀ ପାଇଁ ଏଭଳି ସମସ୍ୟା ଭୋଗୁଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ବେଲପଡା ବ୍ଲକ ସୀମାନ୍ତରେ ଥିବା ଗ୍ରାମବାସୀ ।

People Water Protest In Lanth River Demanding Bridge

ଲାନ୍ଥ ନଦୀରେ ବ୍ରିଜ୍ ନିର୍ମାଣ ନେଇ ସ୍ଥାନୀୟ ଗ୍ରାମବାସୀ ବହୁବାର ଦାବି ମଧ୍ୟ କରିଛନ୍ତି । ବ୍ରିଜ୍ ନିର୍ମାଣ ପାଇଁ ନେତା, ପ୍ରଶାସନ ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ତାହା ବାସ୍ତବତାର ରୂପ ନେଇନି । ଲାନ୍ଥ ନଦୀ ସେପେଟେ ବେଲପଡ଼ା ବ୍ଲକ ଆଉ ଏପଟେ ମୁରିବାହାଲ ବ୍ଲକ । ବ୍ରିଜ୍ ଟିଏ ନଥିବାରୁ ଲୋକେ ଯାତାୟାତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଟଣାଗଡ଼ରୁ ଟିଟିଲାଗଡ଼ ଭାୟା ଧୁମାଭଟା, କତରଲଗାକୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ କତରଲଗା ଓ ଧୁମାଭଟା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳବାସୀଙ୍କୁ ବିଛିନ୍ନାଞ୍ଚଳ କରିଦେଇଛି ।

People Water Protest In Lanth River Demanding Bridge

ଦୁଇ ବ୍ଲକ ସୀମାନ୍ତରେ ଥିବା ଲାନ୍ଥନଦୀରେ ବ୍ରିଜ ନିର୍ମାଣ ହେଲେ ଦୁଇ ବ୍ଲକର ଲୋକଙ୍କ ଯାତାୟାତ ସୁବିଧା ହେବ । ବ୍ରିଜ୍ ନିର୍ମାଣ ପାଇଁ ଅନେକ ଥର ଦୁଇ ଗାଁ ଲୋକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି, ହେଲେ ଫଳ ଶୂନ୍ । ଶୁକ୍ରବାର କୋଶଳ ସମନ୍ୱୟ ସମିତି ସଦସ୍ୟଙ୍କ ସହ ଧୁମାଭଟା ଓ କତରଲଗା ଗାଁର ଲୋକ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିବା ସହ ପ୍ରଶାସନକୁ ଦାବି ପତ୍ର ଦେଇଛନ୍ତି ।

ଏସସିବିରେ ହେଲା ମଞ୍ଜୁଳାଙ୍କ ହାତର ପ୍ଲାଷ୍ଟିକ ସର୍ଜରୀ

କଟକ: କଟକ ଏସସିବି ବଡ଼ ମେଡିକାଲରେ ଚାଲିଛି ନବରଙ୍ଗପୁର ରାଇଘରର ଝିଅ ମଞ୍ଜୁଳାର ଚିକିତ୍ସା । ରାଇଘର ବ୍ଲକର ହଳଦୀ ପଞ୍ଚାୟତ ବାଲିଝର ଗାଁର ୯ ବର୍ଷର ମଞ୍ଜୁଳାକୁ ମାସେ ତଳେ ସାପ କାମୁଡ଼ି ଦେଇଥିଲା । ତାର ଡାହାଣ ହାତ ପଚି ଯାଇଥିବା ବେଳେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଏସସିବିର ଡାକ୍ତର । ଆଜି ମଞ୍ଜୁଳାଙ୍କ ପେଟରୁ ମାଂସ ନେଇ ଆଙ୍ଗୁଠି ଓ ପଚି ଯାଇଥିବା ହାତର କିଛି ଅଂଶରେ ପକାଇଛନ୍ତି । ୩ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ହାତର ସ୍ଥିତି ଦେଖି ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି ପ୍ରଫେସର ଡାକ୍ତର ବିଭୁତି ଭୂଷଣ ନାୟକ ।

ଏଥିସହ ପଢ଼ନ୍ତୁ: ଏସ୍‌ସିବିରେ ପହଞ୍ଚିଲା ସର୍ପ ଦଂଶନରେ ଅସୁସ୍ଥ ମଞ୍ଜୁଳା: ସୁସ୍ଥ ହେବା ଆଶାରେ ସାପକୁ ବନ୍ଦୀ ରଖିଥିଲେ ପରିବାର ଲୋକେ

୯ ବର୍ଷର ଝିଅ ମଞ୍ଜୁଳାକୁ ମାସକ ତଳେ ଏକ ନାଗ ସାପ କାମୁଡ଼ି ଦେଇଥିଲା । ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ନିଆଯାଇଥିଲା । ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ ତାକୁ ପରିବାର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନେଇଥିଲେ । ସେଠାରେ ଡାକ୍ତର ୩ ଦିନ ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଝିଅକୁ ବ୍ରହ୍ମପୁର ନେବାପାଇଁ ପରାମର୍ଶ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ୯ ବର୍ଷର ଝିଅକୁ ସାପ କାମୁଡ଼ିବାରୁ ନାଗ ସାପକୁ ବନ୍ଦୀ କଲେ ପରିବାର

ଆର୍ଥିକ ସମ୍ବଳ ନଥିବାରୁ ଝିଅକୁ ଧରି ଘରକୁ ଫେରି ଆସିଥିଲେ ପରିବାର ଲୋକ । ଆଉ ସେବେଠୁ ମାସାଧିକ ସମୟ ଯନ୍ତ୍ରଣା ଜର୍ଜରିତ ଜୀବନ କାଟୁଥିଲା ମଞ୍ଜୁଳା । ଏନେଇ ନନ୍ଦିଘୋଷ ଟିଭିରେ ଗତ ୧୩ ତାରିଖରେ ଖବର ପ୍ରସାରଣ ପରେ ପ୍ରଶାସନ ଆକ୍ସନ ମୋଡକୁ ଆସିଥିଲା । ୧୪ ତାରିଖରେ ମଞ୍ଜୁଳାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇଛି । ମଞ୍ଜୁଳାଙ୍କ ଚିକିତ୍ସା ଖର୍ଚ୍ଚା ସମ୍ପୂର୍ଣ୍ଣ ମାଗଣାରେ ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ପ୍ୟାକେଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମିଶନ ଶକ୍ତି ହେଉଛି- ଓଡ଼ିଶାର ୭୦ ଲକ୍ଷ ମାଆ ମାନଙ୍କର ଏକ ବିରାଟ ଅନୁଷ୍ଠାନ । ଏହା ହେଉଛି ଓଡ଼ିଶାର ବିକାଶ ବାହିନୀ । ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି ।’

କୋଭିଡ୍ସ ମୟରେ ମିଶନ ଶକ୍ତିର ମାଆମାନେ ବହୁତ ଭଲ କାମ କରିଛନ୍ତି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଆଜି ହେଉଛି ଏକ ଐତିହାସିକ ଦିବସ । ବ୍ଲକ୍‌ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମାଆ ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Image

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ମାଆ ମାନେ କୋଭିଡ୍ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ‘ମୁଁ ସବୁବେଳେ କହି ଆସିଛି, ମା ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ । ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ ।’

ମିଶନ ଶକ୍ତିର ମା ମାନଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନଜୀବିକା ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ କାମରେ ଆପଣମାନେ ସାମିଲ ହୋଇ ଭଲ କାମ କରିଛନ୍ତି । ଆଜିର ଆଲୋଚନାରେ ରାଜ୍ୟର ବିଭିନ୍ନ ଅଞ୍ଚଳର- କୋରାପୁଟର ବୋରିଗୁମ୍ମା ଠାରୁ ଆରମ୍ଭ କରି କଟକର ନିଆଳି ପର୍ଯ୍ୟନ୍ତ, ଆମର ବ୍ଳକ୍‌ସ୍ତରୀୟ ମହାସଂଘର ମା ମାନଙ୍କର କାମ ଦେଖି ଯେ କେହି ଗର୍ବ ଅନୁଭବ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୋର ବିଶ୍ୱାସ, ଦିନେ ଆପଣମାନଙ୍କ ଭିତରୁ ବଡ଼ ବଡ଼ ଉଦ୍ୟୋଗୀ ବାହାରିବେ ।’

ରାଜ୍ୟ ସରକାର ବ୍ଲକ ଲିଭେଲ୍ ଫେଡେରେସନର ଆବର୍ତ୍ତନ ପାଣ୍ଠି ଭାବରେ ୮୪.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପ୍ରକାଶ କରି କହିଛନ୍ତି, ମିଶନ ଶକ୍ତିର ମାଆ ମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ଋଣ ଦେଉଛନ୍ତି । ଗତ ବର୍ଷ ସୁଧ ରିହାତି ଭାବରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କା ଦେଇଥିବା ବେଳେ, ଏବର୍ଷ ଏହାକୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

Image

କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଯେ କୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜିବନୀ ପରି କାର୍ଯ୍ୟ କରେ । ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଣ୍ଠି କରିଛନ୍ତି, ତାହା ମିଶନ ଶକ୍ତିକୁ ସ୍ୱାବଲମ୍ବୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମିଶନ ଶକ୍ତି ମାଆ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିଛି ବୋଲି ସେମାନେ ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ମିଶନ ଶକ୍ତିର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ସେମାନଙ୍କର ମତାମତ ରଖି କହିଛନ୍ତି, ମିଶନ ଶକ୍ତି ଆଜି ମାଆ ମାନଙ୍କ ସାମାଜିକ ଅର୍ଥନୈତିକ ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଭଳି ଏକ ନୀରବ ବିପ୍ଲବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱର ସେମାନେ ଉଚ୍ଚପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମୋରଡା ମିଶନ ଶକ୍ତି ମହାସଂଘର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, କଟକ କଣ୍ଟାପଡା ମିଶନ ଶକ୍ତି ମହାସଂଘର ସମ୍ପାଦିକା ବିଷ୍ଣୁପ୍ରିୟା ପାତ୍ର, ସମ୍ବଲପୁର ନାକଟିଦେଉଳ ମିଶନ ଶକ୍ତି ମହାସଂଘର ସମ୍ପାଦିକା ଗୀତାଞ୍ଜଳି ପ୍ରଧାନ, କୋରାପୁଟ ନନ୍ଦପୁର ମିଶନ ଶକ୍ତି ମହାସଂଘର ସମ୍ପାଦିକା ହେମଲତା ପ୍ରଧାନ ଓ ଢେଙ୍କାନାଳ ଗଁଦିଆ ମିଶନ ଶକ୍ତି ମହାସଂଘର ସମ୍ପାଦିକା ନିର୍ମଳା ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରି ଏହି ସ୍ୱତନ୍ତ୍ର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେମାନେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ସମସ୍ତେ ଆଜି ନିଜର ପରିଚୟ ପାଇପାରିଛୁ । ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଖରେ, ଆମ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ।

ଏହି ଅବସରରେ ବ୍ରହ୍ମପୁର, ଢେଙ୍କାନାଳ ଓ ବାରିପଦାର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆଚାର ବ୍ୟବସାୟ ପାଇଁ ଏଚଡିଏଫସି ବ୍ୟାଙ୍କ ତରଫରୁ ଏକକାଳୀନ ୪୭ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ସେମାନଙ୍କ ଦ୍ୱାରା ଉତ୍ପାଦିତ ୧୨୦ ମେଟ୍ରିକ ଟନ୍ ଆଚାର ମିଶନ ଶକ୍ତି ଦ୍ୱାରା ପରିଚାଳିତ ରାଜ୍ୟର ୧୭୭ଟି ଆହାର କେନ୍ଦ୍ରରେ ବ୍ୟବହାର ହେଉଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଜର ସ୍ୱାଗତ ଭାଷଣ ରଖି ମିଶନ ଶକ୍ତିର କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟ କହିଛନ୍ତି, ଗୋଟିଏ ଯୋଜନାକୁ ଏକ ସ୍ୱତନ୍ତ୍ର ବିଭାଗ ଭାବରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସାରା ଭାରତବର୍ଷରେ ଏକମାତ୍ର ରାଜ୍ୟ । ଏଥିରୁ ମହିଳା ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଅନୁମେୟ ।

ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷରେ ମିଶନ ଶକ୍ତିର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ୨୮୦୦ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି । ସେ କହିଥିଲେ ଯେ, ୨୦୨୧-୨୨ ବର୍ଷ ପାଇଁ ମିଶନ ଶକ୍ତିର ମାଆ ମାନଙ୍କ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ମିଶନ ଶକ୍ତିର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

୪ ବର୍ଷରେ ଦ୍ୱିତୀୟ ଥର ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ବୌଦ୍ଧ: ତୁଟୁନି ଟଙ୍କା ମୋହ । ପୁଣି ଥରେ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି ଦହ୍ୟା ଆର୍.ଆଇ ଗଜେନ୍ଦ୍ର ଦିଗାଲ । ଭିଜିଲାନ୍ସ ଗଜେନ୍ଦ୍ରଙ୍କ ଠାରୁ ୧୫ ହଜାର ଟଙ୍କା ଜବତ କରିଛି । ବାଉଁଶୁଣି ଥାନା ଅନ୍ତର୍ଗନ୍ତ ପୁଡୁଗପଥର ଗାଁର ସୁଶାନ୍ତ ଥାଟିଙ୍କ ଘରବାରୀ ଡିମାର୍କେସନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଗଜେନ୍ଦ୍ର । ସୁଶାନ୍ତ ଗରିବ ହୋଇଥିବାକୁ ଲାଞ୍ଚ ଟଙ୍କା ଦେଇପାରି ନଥିଲେ । ଫଳରେ ୨୦୧୯ ମସିହାରୁ ସୁଶାନ୍ତଙ୍କ ଘରବାରୀ ଡିମାର୍କେସନ କାମ ସେମିତି ଅଟକି ରହିଥିଲା । ଏନେଇ ସୁଶାନ୍ତ ଭିଜିଲାନ୍ସକୁ ଅବଗତ କରିଥିଲେ ।

 RI Arrested For Second Time In 4 Years For Taking Bribe

ଯୋଜନା ମୁତାବକ ବୌଦ୍ଧ ଭିଜିଲାନ୍ସ ଗଜେନ୍ଦ୍ରଙ୍କୁ ଜଗି ରହିଥିଲା । ଆଜି ଲାଞ୍ଚ ନେବାବେଳେ ଭିଜିଲାନ୍ସ ଗଜେନ୍ଦ୍ରଙ୍କୁ ଟଙ୍କା ସହ ଧରିଛି । ପୂର୍ବରୁ ୨୦୧୭ ମସିହାରେ ବଘିଆପଡ଼ା ଆର୍. ଆଇ ଥିବା ସମୟରେ ଜଣକ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗଜେନ୍ଦ୍ର ଧରା ପଡ଼ିଥିଲେ । ସେହି ମାମଲାଟି ବର୍ତ୍ତମାନ ଅଣ୍ଡର ଟ୍ରାଏଲରେ ରହିଛି । ଏବେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ପୁଣି ଧରାପଡ଼ିଛନ୍ତି ଗଜେନ୍ଦ୍ର ।