spot_img
Home Blog Page 5433

ବିରଳ ପ୍ରଜାତିର ହଳଦିଆ ରଙ୍ଗର କଇଁଛ ଉଦ୍ଧାର

ଆରଡି: ବିରଳ ପ୍ରଜାତିର କଇଁଛ ଉଦ୍ଧାର । ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁରୁ ବିରଳ ପ୍ରଜାତିର ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି । କସ୍ତୁରୀକଣ ସ୍କୁଲ ନିକଟରେ ଜଣେ ଶିକ୍ଷକ ସୁକୁମାର ସିଂ ଏହି ବିରଳ ପ୍ରଜାତିର କଇଁଛଟିକୁ ତାଙ୍କ ସରକାରୀ ଗୃହ ନିକଟରୁ ପାଇଥିଲେ ।

Rare Species Turtle Rescued In Bhadrak

କଇଁଛଟିର ଓଜନ ୨ କେଜି ରହିଛି । ଏହା ଖୁବ୍ କମ ପରିମାଣରେ ଦେଖିବାକୁ ମିଳିଥାଏ । ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ବିରଳ କଇଁଛ ସୃଷ୍ଟି ହୋଇଥାନ୍ତି ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି । ଶିକ୍ଷକ ଜଣକ କଇଁଛଟିକୁ ବନ ବିଭାଗକୁ ହନ୍ତାନ୍ତର କରିଛନ୍ତି । ବନ ବିଭାଗ କଇଁଛଟିକୁ ନେଇ ନିକଟସ୍ଥ ବୈତରଣୀ ନଦୀରେ ଛାଡ଼ିଥିବା ସୂଚନା ମିଳିଛି ।

ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କ ପାଇଁ ୫୦ ଗାଁକୁ ଛୁଇଁ ପାରିନି ମହାମାରୀ

ଜୟପୁର: କରୋନାର କରାଳ ରୂପ ସାରା ଦେଶ ଦେଖିଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ଡେଇଁବା ପରେ ଥମିଛି । ସବୁଠି କରୋନା କାୟା ବିସ୍ତାର କରିଥିବା ବେଳେ କୋରାପୁଟ ଜିଲ୍ଲାର ୫୦ଟି ଗାଁକୁ ଛୁଇଁ ପାରିନି ଭୂତାଣୁ । ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଅଦ୍ୟମ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । କରୋନାକୁ ମାତ୍ ଦେବାକୁ ଦିନରାତି ପରିଶ୍ରମ କରି ଲୋକଙ୍କୁ ବୁଝାଇଥିଲେ ଆଶା ଓ ଅଙ୍ଗନୱାଡ଼ି କର୍ମୀ । ଏବେ ଏହି ୫୦ ଆଦିବାସୀ ଗାଁ କରୋନା ମୁକ୍ତ ।

50 Village Of Koraput Odisha Not A Single Case Of Corona

ସୂର୍ଯ୍ୟ ଉଏଁ, ସକାଳ ହୁଏ । ଆଉ ସକାଳ ସହ ଆରମ୍ଭ ହୁଏ ଆଶା ଦିଦିଙ୍କ ସଚେତନତା । ଗାଁକୁ ଗାଁ, ଘରକୁ ଘର ଘୁରି ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରନ୍ତି ଆଶା ଦିଦି ପ୍ରମିଳା । ସାମାଜିକ ଦୂରତାଠୁ ନେଇ ହାତ ସଫା ଓ ସଠିକ୍ ଭାବେ ମାସ୍କ ପରିଧାନ ସବୁକିଛି ଶିଖାନ୍ତି ଲୋକଙ୍କୁ । ଏଥିସହ ଅକ୍ସିମିଟରରେ ଅମ୍ଲଜାନ ସ୍ତର ଏବଂ ହୃତସ୍ପନ୍ଦନ ଯାଞ୍ଚ କରନ୍ତି । ଗାଁକୁ ସଫା ସୁତୁରା ରଖିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥାନ୍ତି ପ୍ରମିଳା । ଏଥିରେ ଆଶା ଦିଦିଙ୍କୁ ସହଯୋଗ କରନ୍ତି କଞ୍ଜେଇମାଳିଗୁଡ଼ାର ଅଙ୍ଗନୱାଡ଼ି ଦିଦି ।

50 Village Of Koraput Odisha Not A Single Case Of Corona

ଗାଁରେ ପ୍ରାୟ ୨୮୦ ଲୋକ ରହୁଥିବା ବେଳେ ପରିବେଶ ବେଶ୍ ମନଲୋଭା । ସବୁଜ ବନାନୀ ଘେରା ଆଦିବାସୀ ଗାଁରେ ପହଞ୍ଚି ପାରନି କରୋନା । ଆଶାଦିଦିଙ୍କ କଥାକୁ ଏଠି ଅକ୍ଷରେ ଅକ୍ଷରେ ମାନନ୍ତି ଲୋକେ । ଆଉ ଟିଭିରେ ସରକାର ଦେଉଥିବା ଗାଇଡଲାଇନକୁ ପାଳନ୍ତି । ଆବଶ୍ୟକତା ନଥିଲେ ବାହାରକୁ ଯାଆନ୍ତି ନାହିଁ । ସବୁ ନିୟମ ମାନୁଥିବାରୁ ଗାଁ କରୋନାମୁକ୍ତ ଥିବା କହିଛନ୍ତି ଗ୍ରାମବାସୀ ।

50 Village Of Koraput Odisha Not A Single Case Of Corona

କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ଏଭଳି ୫୦ଟି ଗ୍ରାମ ରହିଛି, ଯେଉଁଠି କେହି ବି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କ କଠିନ ପରିଶ୍ରମ ପାଇଁ ଏସବୁ ସମ୍ଭବ ହୋଇଥିବାରୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଁ ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କାଠମାଣ୍ଡୁ: ନେପାଳ ରାଜନୀତିରେ ହଟଚମଟ ଦେଖାଦେଇଛି । ନେପାଳୀ କଂଗ୍ରେସ ନେତା ଶେର ବାହାଦୂର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ କରିବା ଲାଗି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାଛଡା ଭଙ୍ଗାଯାଇଥିବା ପ୍ରତିନିଧି ସଭାକୁ ଦ୍ୱିତୀୟ ଥର ଲାଗି ପୁନଃଅବସ୍ଥାପିତ କରିଛନ୍ତି ।

ଆସନ୍ତା ଦୁଇ ଦିନ ମଧ୍ୟରେ ଦେଉବାଙ୍କୁ ନିଯୁକ୍ତି ଦେବା ଲାଗି ସର୍ବୋଚ୍ଚ ଅଦାଲତ ଦେଇଛନ୍ତି ନିର୍ଦ୍ଦେଶ । ଗୃହରେ ଆସ୍ଥା ଭୋଟ ହରାଇ ଏକ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଥିବା ସତ୍ୱେ କେ.ପି. ଓଲି ପ୍ରଧାନମନ୍ତ୍ରୀ ହେବାର ମାତ୍ର ୨ ମାସ ପରେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଚୋଲେନ୍ଦ୍ର ସମସେର ରାଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଷ୍ଟ୍ରପତି ଭଣ୍ଡାରୀଙ୍କ ଦ୍ୱାରା କରାଯାଇଥିବା ସଂସଦ ଭଙ୍ଗ ଆଦେଶକୁ ଅବୈଧ ଘୋଷଣା କରିବା ସହ ଓଲିଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ଖାରଜ କରିଛନ୍ତି ।

୨୭୧ ସଦସ୍ୟ ବିଶିଷ୍ଟ ସଂସଦରେ ଦେଉବାଙ୍କ ସପକ୍ଷରେ ୧୪୯ ସଦସ୍ୟଙ୍କ ସ୍ୱାକ୍ଷର ସମ୍ବଳିତ ପ୍ରସ୍ତାବକୁ ରାଷ୍ଟ୍ରପତି ଭଣ୍ଡାରୀ ରଦ୍ଦ କରିଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିକଟରେ ଏହି ସାଂସଦମାନେ ଆବେଦନ କରିଥିଲେ ଯେ ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ବିଧାନିକ ଉଲ୍ଲଂଘନ ହୋଇଛି । ଏହି ଆବେଦନର ଶୁଣାଣି କ୍ରମେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କେବେ ସରିବ ନୂଆ ସଂସଦ ଭବନ ନିର୍ମାଣ କାମ? ଉତ୍ତର ରଖିଲେ ବାଚସ୍ପତି ଓମ୍ ବିର୍ଲା…

ନୂଆଦିଲ୍ଲୀ: ସଂସଦର ମୗେସୁମୀ ଅଧିବେଶନ ଜୁଲାଇ ୧୯ରୁ ଅଗଷ୍ଟ ୧୩ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । କରୋନା ମହାମାରୀ ମଧ୍ୟରେ ଆୟୋଜିତ ଏହି ଅଧିବେଶନରେ ୧୯ଟି ବୖେଠକ ହେବ। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସଂସଦର ତିନୋଟି ଅଧିବେଶନ ହୋଇଛି, ଯେଉଁଥିରେ ବହୁ ସଂଖ୍ୟାରେ ସାଂସଦ ମାନେ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ଅକ୍ଟୋବର ୨୦୨୧ ମସିହାରେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି। ଆମେ ଆମ ଟାର୍ଗେଟରୁ ପ୍ରାୟ ୧୦ ଦିନ ପଛରେ ଅଛୁ, ଏହାକୁ ଶୀଘ୍ର ଭରଣ କରିବୁ । ତେବେ ୨୦୨୨ ମସିହାରେ ସଂସଦ ଅଧିବେଶନ ନୂଆ ବିଲ୍ଡିଂରେ ବସିବ ବୋଲି ସେ ପ୍ରକାଶ କରିଛନ୍ତି ।

ଲୋକସଭା ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ ଆମେ କୋଭିଡ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବୁ । ଅନେକ ରାଜ୍ୟରେ ସଂକ୍ରମଣ ୫ ପ୍ରତିଶତରୁ ଅଧିକ ରହିଛି । ଏଭଳି ପରିସ୍ଥିତିରେ ଆରଟିପିସିଆର ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ। ୩୧୧ ସାଂସଦ କରୋନାର ଦ୍ୱିତୀୟ ଡୋଜ ଟିକା ନେଇଥିବାବେଳେ ୨୩ ସାଂସଦ ଟିକା ନେଇନାହାଁନ୍ତି। ଏଥିସହିତ ସାଂସଦଙ୍କ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଟୀକାକରଣର ବ୍ୟବସ୍ଥା କରାଯାଇଛି ।

ଜୁଲାଇ ୧୮ରେ ସର୍ବଦଳୀୟ ବୈଠକ-

ଜୁଲାଇ ୧୮ରେ ସର୍ବଦଳୀୟ ବୈଠକ ହେବ। ସେ କହିଛନ୍ତି ଯେ ବର୍ତ୍ତମାନ ୩୬ ଜଣ ସାଂସଦ ମନ୍ତ୍ରୀ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଖୁବ ଶୀଘ୍ର ସଂସଦ କମିଟିରେ ପଦବୀ ପୂରଣ କରାଯିବ। ସଂସଦ ଅଧିବେଶନରେ ସମସ୍ତ ରାଜନୖେତିକ ଦଳର ସହଯୋଗ ପାଇଁ ସେ ଆଶା ପ୍ରକାଶ କରିଛନ୍ତି।

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, ପାଣି ସୁଅରେ ଭାସିଗଲା ଅନେକ କାର ଏବଂ ଘର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବାଦଲ ପଟା ବର୍ଷା। ମୌସୁମୀ ଜନିତ ଲଗାଣ ବର୍ଷା ମଧ୍ୟରେ ଧର୍ମଶାଳା ଅଞ୍ଚଳରେ ବାଦଲ ଫାଟିବା ଯୋଗୁ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପର୍ଯ୍ୟଟନ କ୍ଷେତ୍ର ଭାଗସୁରେ ସକାଳୁ ପ୍ରବଳ ବର୍ଷା ଯୋଗୁ ଏକ ଛୋଟ ନାଳରେ ପ୍ରବଳ ଜଳ ମାଡ଼ି ଆସିଥିଲା। ଏହାର ଆଖ ପାଖରେ ଥିବା ଅନେକ ଗୁଡ଼ିଏ କାର ଭାସିଯାଇଥିବା ଦେଖାଯାଇଛି। ଏହାସହ ନିକଟସ୍ଥ ହୋଟେଲଗୁଡ଼ିକ ମଧ୍ୟ ବର୍ଷା ଓ ବନ୍ୟା ଯୋଗୁ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଗତ କିଛିଦିନ ହେବ ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାହାଡ଼ରେ ମାଡ଼ ହୋଇ ବାଦଲ ଫାଟିବା ଯୋଗୁ ଅତି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ଏଥିଯୋଗୁ ଅନେକ କ୍ଷୟକ୍ଷତି ମଧ୍ୟ ଘଟିଛି । ଅନ୍ୟପଟେ ଲ୍ୟାଣ୍ଡ ସ୍ଲାଇଡ ଯୋଗୁ ଘାଟି ରାସ୍ତା ଜାମ ହୋଇଥିବା ବେଳେ ଅନେକ ସ୍ଥାନରେ ଗାଡ଼ି ମୋଟର ଫସି ରହିଥିବା ଦେଖାଯାଇଛି।

ଉତ୍ତର ଭାରତରେ ମୌସୁମୀର ଆଗମନ ଯୋଗୁ ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୁଷଳଧାରାରେ ବର୍ଷା ଯୋଗୁ ପ୍ରଚଣ୍ଡ ଖରାରୁ ତ୍ରାହୀ ପାଇଛି ଉତ୍ତର ଭାରତ। ହେଲେ ବର୍ଷା ସହ  ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଯୋଗୁ ଗୋଟିଏ ଦିନରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୪୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନରେ ୨୦ରୁ ଊର୍ଦ୍ଧ୍ୱଙ୍କ ଜୀବନ ଯାଇଛି। ସେହିପରି ମଧ୍ୟପ୍ରଦେଶରେ ୭ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ ଏବଂ ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୨୨ ଜଣ ଲୋକ ମଧ୍ୟ ବଜ୍ରପାତ ଯୋଗୁଁ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୨୦୦ରୁ ଅଧିକ ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।

ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଯୋଗୁ ତାପମାତ୍ରାକୁ ତ୍ରାହୀ ମିଳିଥିବା ବେଳେ ଏବେ ବି ମୌସୁମୀ ବର୍ଷା ଅପେକ୍ଷାରେ ରହିଛି ରାଜଧାନୀ ଦିଲ୍ଲୀ । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ଜାରି ରହିଛି । ମହରାଷ୍ଟ୍ର, ଗୁଜୁରାଟ ଓ କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ବଡ଼ଦାଣ୍ଡରେ ଭାବବିନୋଦିଆ: ରଥରେ ଚଢିଛି, ଭକ୍ତଙ୍କୁ ଦେଖୁଛି..

ଟାହିଆ ହଲେଇ ଯାଉଛି କାଳିଆ

ଟାହିଆ ହଲେଇ ବଡ ଦେଉଳରୁ ବାହାରୁଛି କାଳିଆ  । ସାଥିରେ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ମଧ୍ୟ ନେଇଯାଉଛି  । ରଥ ଉପରେ  ହସି ହସି ଚଢୁଛି  । କେତବେଳେ ଥକି ଯାଇ ଭକ୍ତଙ୍କୁ ଅନାଉଁଛି ତ ପୁଣି କେତେବେଳେ ଭକ୍ତଙ୍କୁ ସାଥିରେ ନେଇ ରଥ ଅଭିମୁଖେ ଅଗ୍ରସର ହେଉଛି  । ଭାବ ବିନୋଦିଆ କାଳିଆ ସାଆନ୍ତଙ୍କ ଏପରି ଅପରୂପ ଶୋଭା ଆଜି ସମଗ୍ର ଶ୍ରୀକ୍ଷେତ୍ରକୁ ଭକ୍ତିରସରେ ଭରି ଦେଇଛି  ।

ବିରାଜମାନ ବଳଭଦ୍ର

ପଛେ ପଛେ ଭାଇ ଭାଉଣୀଙ୍କୁ ଡାକି ନେଉଛି ନିଳାଚଳ ନଟିଆ କଳା ଠାକୁର କାଳିଆ  । ଭକ୍ତଙ୍କ ମେଳରେ ଭଉଣୀ ସୁଭଦ୍ରା ଓ ବଡ ଭାଇ ବଳିଆ ମଧ୍ୟ ବେସ ଖୁସ  । ଭକ୍ତଙ୍କ ଭାବରେ ବିଲୀନ ହୋଇଯାିଛନ୍ତି ତିନି ଠାକୁର  । ବର୍ଷକୁ ଥରୁଟିଏ  ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଶ୍ରୀମନ୍ଦିର ବାହାରକୁ ଚାଲି ଆସିଛନ୍ତି ତିନି ଠାକୁର  ।

ଭାଇ ପଛରେ ଭଉଣୀ ସୁଭଦ୍ରା

ନିଳାଦ୍ରୀକନ୍ଦରରୁ ଦୁଇ ଭାଇ ବାହାରିଲା ପରେ ଭଉଣୀ ସୁଭଦ୍ରା ମଧ୍ୟ ହସି ହସି ରଥ ଉପରକୁ ଚଢି ଯାଇଛନ୍ତି  । ସୀମିତ ସେବାୟତଙ୍କ ଭିତରେ ସଙ୍କୋଚ ବୋଧ ନକରି ଭଉଣୀ ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବାପାଇଁ ଖୁସିରେ ଚଢିଛନ୍ତି  ।

ରଥ ଅଭିମୁକେ ଠାକୁର ରାଜା

ଜଗନ୍ନାଥଙ୍କ ଆଦ୍ୟ ସେବକ ଠାକୁର ରାଜା ଗଜପତି ମହାରାଜା ଦିବ୍ୟ ସିଂହ ଦେବ ତିନି ଠାକୁରଙ୍କ ରଥରେ ଝାଡ଼ୁ କରିବା ପାଇଁ ବିରାଜ ମାନ ହୋଇଛନ୍ତି  । ଶ୍ରୀକ୍ଷେତ୍ର ସାଆନ୍ତଙ୍କ ସେବାରେ ସେ ସର୍ବଦା ନିୟୋଜିତ । ସେଥିପାଇଁ ତ ପ୍ରଭୁ ଯେବେ ଭାଇ , ଭଉଣୀଙ୍କୁ ଧରି ମାଉସୀ ମା ଘରକୁ ବାହାରନ୍ତି ସେବେ ପ୍ରଥମେ ପାଛୋଟି ଦିଅନ୍ତି ଗଜପତି ମହାରାଜା ।

 

କରୋନା କଟକଣା ପାଇଁ ଦିଲ୍ଲୀର ବିଭିନ୍ନ ଜେଲରୁ ମୁକ୍ତ ହେଲେ ୩୮୦୦ କଏଦୀ

ନୂଆଦିଲ୍ଲୀ: ଜେଲଗୁଡିକୁ ଭିଡମୁକ୍ତ କରିବା ଲାଗି ଦିଲ୍ଲୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଭିନ୍ନ ଜେଲରୁ ୩୮୦୦ରୁ ଅଧିକ ବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଜରୁରୀ ପାରୋଲ ଓ ଅନ୍ତରୀଣ ଜାମିନ ଜରିଆରେ ସେମାନଙ୍କୁ ମୁକ୍ତ କରାଯାଇଛି। କୋଭିଡ ସଂକ୍ରମଣରୁ ବନ୍ଦୀମାନଙ୍କୁ ନିରାପଦ ରଖିବା ଲାଗି ଜେଲ ବିଭାଗ ଏହି ପଦକ୍ଷେପ ନେଇଛି। ବର୍ତ୍ତମାନ ଦିଲ୍ଲୀର ବିଭିନ୍ନ ଜେଲରେ ୧୬ ହଜାରରୁ ଅଧିକ ବନ୍ଦୀ ରହିଛନ୍ତି। ତିହାର, ରୋହିଣୀ ଓ ମାଣ୍ଡୋଲି ଜେଲରେ ବନ୍ଦୀଙ୍କ ସଂଖ୍ୟା ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଚଳିତ ବର୍ଷ ଲକଡାଉନ ବେଳେ ଜେଲରେ ବନ୍ଦୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ତେବେ ମୁକୁଳିଥିବା ବନ୍ଦୀମାନଙ୍କୁ ଫେବ୍ରୁଆରୀ- ମାର୍ଚ୍ଚ ସୁଦ୍ଧା ଜେଲକୁ ପୁଣି ଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ପ୍ରଥମ ଲକଡାଉନ ବେଳେ ପ୍ରାୟ ୬ ହଜାର ବିଚାରାଧୀନ ଓ ଦୋଷୀ ସାବ୍ୟସ୍ତଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ଚଳିତ ବର୍ଷ ଦିଲ୍ଲୀର ବିଭିନ୍ନ ଜେଲରେ ୪୦୦ରୁ ଅଧିକ ବନ୍ଦୀ ଓ ୨୧୫ କର୍ମଚାରୀ କୋଭିଡ ଆକ୍ରାନ୍ତ ହୋଇଥିଲେ। ଜେଲରେ କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଦିଲ୍ଲୀ ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଘୋଷ ।

ଆସାମର ‘ବୀରାପ୍ପାନ’କୁ ହତ୍ୟା, ନିଜ ଗ୍ୟାଙ୍ଗର ଲୋକେ ଗୁଳି କରି କଲେ ହତ୍ୟା

ନୂଆଦିଲ୍ଲୀ: ଆସାମର ବୀରାପ୍ପାନ ନିହତ। ୟୁନାଇଟେଡ ପିପୁଲ୍ସ ରିଭଲ୍ୟୁସନାରୀ ଫ୍ରଣ୍ଟର ଆତ୍ମଘୋଷିତ ମୁଖ୍ୟ କମାଣ୍ଡର ମାଙ୍ଗିନ ଖାଲାଉକୁ ତାର ନିଜ ସଂଗଠନର ସଦସ୍ୟମାନେ ଗୁଳି କରି ହତ୍ୟା କରିଛନ୍ତି। କାର୍ବି ଅଙ୍ଗଲଙ୍ଗ ଜିଲ୍ଲାର ଦକ୍ଷିଣାଞ୍ଚଳ ପାର୍ବ୍ୟତାଞ୍ଚଳ ଇଲାକାରେ ସେମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ପରେ ତାର ନିକଟତମ ସହଯୋଗୀ ମାଙ୍ଗିନକୁ ହତ୍ୟା କରିଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଆସାମରେ କୋଟି କୋଟି ଟଙ୍କାର ମୂଲ୍ୟବାନ କାଠ ଚାଲାଣରେ ଦୀର୍ଘ ଦିନ ଧରି ମାଙ୍ଗିନର ହାତ ରହିଥିଲା। ଏଣୁ ତାକୁ ଆସାମର ବୀରାପ୍ପାନ କୁହାଯାଉଥିଲା। ବିଭିନ୍ନ ଏନକାଉଣ୍ଟରରେ ତାର ଅନେକ ସହଯୋଗୀ ପ୍ରାଣ ହରାଇଥିଲେ ମଧ୍ୟ ସେ ବର୍ତ୍ତି ଆସୁଥିଲା। କାର୍ବି ଅଙ୍ଗଲଙ୍ଗ ଜିଲ୍ଲା ଅନ୍ତର୍ଗତ ବୋକାଜନ ସହର ନିକଟସ୍ଥ ଖେଙ୍ଗାପିବଙ୍ଗରେ ଏହି ଘଟଣା ଘଟିଛି। ତା ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ। ପୂର୍ବରୁ ସଂଗଠନର ମୁଖ୍ୟ ମାର୍ଟିନ ଗୁଇଟ ପୋଲିସ ସହ ଏନକାଉଣ୍ଟରରେ ଗତବର୍ଷ ଅକ୍ଟୋବରରେ ନିହତ ହୋଇଥିଲା।

ରାଜନୀତି କରିବେ ନାହିଁ ସୁପରଷ୍ଟାର ରଜନୀକାନ୍ତ, ଭଙ୍ଗ ହେଲା ରଜନୀ ମକ୍କାଲ ମନ୍ଦ୍ରମ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ରାଜନୀତି କରିବେ ନାହିଁ। ସୋମବାର ଦିନ ରଜନୀକାନ୍ତ ତାଙ୍କ ଦ୍ୱାରା ଗଠିତ  ରଜନୀ ମକ୍କାଲ ମନ୍ଦ୍ରମର ଭଙ୍ଗ ବାବଦରେ ଘୋଷଣା କରିବା ଦ୍ୱାରା ଏହା ସ୍ପଷ୍ଟ ହୋଇଛି । ଫଳରେ ରଜନୀକାନ୍ତ ରାଜନୀତି କରିବେ ବୋଲି ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ତାହାର ଅବସାନ ଘଟିଛି। ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସେ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନଠାରୁ ରଜନୀ ମକ୍କାଲ ମନ୍ଦ୍ରମର ସ୍ଥାନ ନେବ  ରଜନୀ ରସିଗାର ନରପାନି ମନ୍ଦ୍ରମ । ଯାହାକି କଲ୍ୟାଣମୂଳକ କାର୍ଯ୍ୟ କରିବ। ସେ କହିଛନ୍ତି- ପୂର୍ବରୁ ସେ ରାଜନୀତିରେ ଯୋଗ ଦେବାକୁ ଘୋଷଣା କରିଥିଲେ। ମାତ୍ର ସେ ଏହି ନିଷ୍ପତ୍ତିରୁ ଓହରିଛନ୍ତି।

ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲା ଓ ରାଜ୍ୟରେ କମିଟିମାନ ଗଠନ କରାଯାଇଥିଲା। ମାତ୍ର ପରେ ବିଭିନ୍ନ କାରଣରୁ ଏହି ଯୋଜନାକୁ ବାତିଲ କରାଯାଇଛି। ଦଳ ଗଠନ ବେଳେ ଯାହା ଆଶା କରାଯାଇଥିଲା ତାହା ପରିଲକ୍ଷିତ ନ ହେବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଆମେରିକା ଯାଇଥିବା ରଜନୀକାନ୍ତ ଫେରିବା ପରେ ଏହି ଘୋଷଣା କରିଛନ୍ତି। କେତେକ କାରଣରୁ ସେ  ଦଳର କର୍ମକର୍ତ୍ତାଙ୍କୁ ଭେଟି ପାରିନଥିଲେ ବୋଲି ଦୁଃଖ ପ୍ରକାଶ କରିଛନ୍ତି ।

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ

ବାଲେଶ୍ୱର: ଶକ୍ତିଶାଳୀ ହେଉଛି ଭାରତୀୟ ସେନା। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ। ଉତ୍‌କ୍ଷେପଣ ପରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ନେଇ ଚାଲିଛି ସମିକ୍ଷା। ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଛି ବ୍ରହ୍ମୋସ। ବ୍ରହ୍ମୋସକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷ୍ୟମତା ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ଗୁଣ ଅଧିକ ବେଗରେ ଗତୀ କରିପାରେ ସୁପରସୋନିକ୍‌ ମିସାଇଲ ବ୍ରହ୍ମୋସ। ଏଥିରେ ୨୦୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ।