spot_img
Home Blog Page 5434

ପବିତ୍ର ଗୁଣ୍ଡିଚାରେ ସ୍ଥାପନ ହେଲା ବିଜେଡି ନୂଆ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର

ଭୁବନେଶ୍ୱର: ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି ରାଜ୍ୟ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ କାର୍ଯ୍ୟଳୟ। ଗତ ୨୩ ବର୍ଷ ଭିତରେ ଓଡିଶା ବାସୀଙ୍କ ନିକଟରେ ବିଜୁ ଜନତା ଦଳ ଆଶା ଓ ବିଶ୍ଵାସର ପ୍ରତୀକ ହୋଇ ଛିଡ଼ା ହୋଇଛି। ଯୁବ, ଛାତ୍ର, ମହିଳା, କୃଷକ, ସଂଖାଲଘୁ, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ସମସ୍ତଙ୍କୁ ନେଇ ବିଜେଡ଼ିର ସଭ୍ୟ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ୱରେ ପହଁଚିଛି। ରଥଯାତ୍ରା ଅବସରରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏଥିରେ ବିଜୁ ଜନତା ଦଳର ସମସ୍ତ ଶାଖା କାର୍ଯ୍ୟକ୍ଷମ ହେବ। ଏହା ସହିତ ରକ୍ତ ଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯିବ। ବିଜୁ ଯୁବ ଓ ଛାତ୍ର ନିଜର ଘର ଭାବି ଏହି କାର୍ଯ୍ୟକ୍ରମରେ ଶ୍ରମ ଦାନ କରିବେ। କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଶା ବାସୀଙ୍କ ପାଇଁ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସମର୍ପଣ କରିବେ ବୋଲି ବୋଲି କହିଛନ୍ତି ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ୍‌।

ସେପଟେ ଗତ ୨୩ ବର୍ଷ ପରେ ବିଜେଡ଼ି ମୁଖ୍ୟାଳୟ ନୂଆ ରୂପ ନେବାକୁ ଯାଉଛି। ଆଜି ତାହାର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ରାଜ୍ୟ କାର୍ଯ୍ୟାଳୟଠୁ ଆରମ୍ଭ କରି ୩୦ ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ କରାଯିବ। ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ଏହି ନିର୍ମାଣ କାର୍ଯ୍ୟ ହେବ। ଏହାକୁ ୩ ଟି ମହଲା ଭିତରେ ସଂକ୍ଷିପ୍ତ ରଖାଯିବ। ଏହାର ବାସ୍ତୁ ଓ ନିର୍ମାଣକୁ ସ୍ୱତନ୍ତ୍ର ଭାବେ କରାଯାଇଛି ଯେଉଁଥିରେ ଓଡ଼ିଶାର ସ୍ଥାପତ୍ୟ ଓ କଳାକୁ ଗୁରୁତ୍ୱ ଦିଆଯିବ। ଏହା ଭିତରେ ଏକ ବଡ଼ ଅଡ଼ିଟୋରିୟମ ଓ ରିଟର୍ଣ୍ଣିଂ ରୁମ କରାଯିବାର ବ୍ୟବସ୍ଥା ରଖାଯାଇଛି ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଆଜିର ଭୂମି ପୂଜନରେ ଦଳର ଛାମୁଆ ନେତା, ମନ୍ତ୍ରୀ ଓ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।

କରୋନା ସଂକ୍ରମଣ ବଢ଼ିବା କାରଣରୁ ସିଲ୍‌ ହେଲା ବଲିଉଡ୍‌ ଅଭିନେତା ସୁନିଲ ଶେଟ୍ଟୀଙ୍କ ଘର

ମୁମ୍ବାଇ: ମୁମ୍ବାଇରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ମୁମ୍ବାଇର ଆଲ୍ଟାମାଉଣ୍ଟ ରୋଡରେ ଥିବା ପୃଥିବୀ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି। ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଘର ଏହି ବିଲଡିଂରେ ଅଛି। ବିଲ୍ଡିଂକୁ ସିଲ୍ କରିବାର କାରଣ ହେଉଛି ଏହି ବିଲ୍ଡିଂରେ ବାରମ୍ବାର କରୋନା ମାମଲା ବୃଦ୍ଧି ପାଇଥିଲା। ନିୟମ ଅନୁଯାୟୀ, ଯଦି କୌଣସି ବିଲ୍ଡିଂରେ ପାଞ୍ଚଟି କରୋନା ମାମଲା ଦେଖାଯାଏ, ତେବେ ଏହାକୁ ସିଲ୍ କରିବା ଆବଶ୍ୟକ। ତେବେ ପ୍ରଶଂସକମାନେ ଜାଣି ଖୁସି ହେବେ ଯେ ସୁନୀଲ ଶେଟ୍ଟୀ ଏବଂ ତାଙ୍କ ପରିବାର ବର୍ତ୍ତମାନ ମୁମ୍ବାଇରୁ ବାହାରେ ରହିଛନ୍ତି। ସେଥିପାଇଁ କରୋନାକୁ ନେଇ ତାଙ୍କ ଉପରେ କୌଣସି ପ୍ରଭାବ ନାହିଁ।

ଏହି ବିଲଡିଂରେ ୩୦ ମହଲା ଏବଂ ୧୨୦ ଫ୍ଲାଟ ଅଛି। ଏହି କୋଠାକୁ ସିଲ୍ କରାଯାଇଛି ବୋଲି ମୁମ୍ବାଇର ଡି ୱାର୍ଡର ସହକାରୀ କମିଶନର ପ୍ରଶାନ୍ତ ଗାଇକୱାଡ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ମୁମ୍ବାଇର ଡି ୱାର୍ଡରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ୧୦ ଟି ସ୍ଥାନକୁ ସିଲ୍ କରାଯାଇଛି। ଏଥିରେ ମାଲାବାର ହିଲ ଏବଂ ପେଡର୍ ରୋଡ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ସବୁଠାରୁ ଦୁର୍ଗମ ଏବଂ ଉଚ୍ଚ ସ୍ଥାନ ତିବ୍ଦତରେ ବୁଲେଟ ଟ୍ରେନ୍‌ ଚଳାଚଳ ଆରମ୍ଭ କଲା ଚୀନ୍‌, ଭାରତର ବଢ଼ିଲା ଚିନ୍ତା

ନୁଆଦିଲ୍ଲୀ: ତିବ୍ଦତରେ ଚୀନ୍‌ର ପ୍ରଥମ ବୁଲେଟ୍ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଚୀନ୍ ୨୫ ଜୁନ୍ ରୁ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ତିବ୍ଦତରେ ପ୍ରଥମ ଥର ପାଇଁ ଯାତ୍ରୀମାନେ ଏକ ହାଇ ସ୍ପିଡ୍ ବୁଲେଟ୍ ଟ୍ରେନରେ ବସି ପାର୍ବତର ଦୃଶ୍ୟକୁ ଉପଭୋଗ କରିଛନ୍ତି। ଏହି ଟ୍ରେନ୍ ତିବ୍ଦତର ପ୍ରାଦେଶିକ ରାଜଧାନୀ ଲାସା ଏବଂ ଅରୁଣାଚଳ ପ୍ରଦେଶ ସୀମାବର୍ତ୍ତୀ ସହର ନିଙ୍ଗିଚିକୁ ସଂଯୋଗ କରୁଛି।

ଲାସାକୁ ନିଙ୍ଗଚି ସହର ସହିତ ସଂଯୋଗ କରୁଥିବା ଏହି ଲାଇନର ଲମ୍ବ ୪୩୫ କିଲୋମିଟର। ଏହି ହାଇ ସ୍ପିଡ୍ ଟ୍ରେନ୍ ଚାଇନାର ୩୧ ଟି ପ୍ରାଦେଶିକ ସହର ଦେଇ ଯାଉଛି। ତେବେ ଅରୁଣାଚଳର ସୀମା ପର୍ଯ୍ୟନ୍ତ ଚୀନ୍ ଏହାର ଭିତ୍ତିଭୂମିକୁ ମଜବୁତ କରୁଥିବା ବେଳେ ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

୪୭ ଟନେଲ୍, ୧୨୧ ବ୍ରିଜ୍: ତିବ୍ଦତରେ ଏକ ଉଚ୍ଚ ଗତିର ରେଳପଥ ନିର୍ମାଣ କରିବା ଏତେ ସହଜ ହୋଇନଥିଲା। ଏତେ ଉଚା ସ୍ଥାନରେ ବୁଲେଟ ଟ୍ରେନ୍‌ ପାଇଁ ଟ୍ରାକ୍‌ ନିର୍ମାଣ କରିବା ବହୁତ କଷ୍ଟ ସାଧ୍ୟ ହୋଇଥିଲା। ସମୁଦ୍ର ପତନଠାରୁ ୩ ହଜାର ମିଟର ଉଚ୍ଚରେ ଅବସ୍ଥିତ ଏହି ଲାଇନର ୯୦ ପ୍ରତିଶତ ନିର୍ମାଣ ପାଇଁ ଚାଇନାକୁ ଛଅ ବର୍ଷ ସମୟ ଲାଗିଥିଲା।

ଲାସା-ନିଙ୍ଗଚି ଲାଇନରେ ୪୭ ଟି ଟନେଲ ଏବଂ ୧୨୧ ଟି ବ୍ରିଜ୍‌ ରହିଛି। ସମଗ୍ର ବୁଲେଟ ଟ୍ରେନ୍‌ ରାସ୍ତାର ୭୫ ପ୍ରତିଶତ ହେଉଛି ବ୍ରିଜ୍‌ ଏବଂ ଟନେଲର ରାସ୍ତା। ଏଥିରେ ୫୨୫ ମିଟର ଲମ୍ବ ଜାଙ୍ଗମୁ ରେଳ ବ୍ରିଜ ଅନ୍ତର୍ଭୂକ୍ତ ହୋଇଛି, ଯାହାକି ଦୁନିଆର ସବୁଠାରୁ ବଡ ଏବଂ ସର୍ବୋଚ୍ଚ ଆର୍କ ବ୍ରିଜ ଅଟେ।

ରିପୋର୍ଟ ଅନୁଯାୟୀ ଚୀନ୍ ଷ୍ଟେଟ୍ ରେଲୱେ ଗ୍ରୁପ୍ ଦ୍ୱାରା ନିର୍ମିତ ଏହି ରେଳ ଲାଇନ ନିର୍ମାଣ ପାଇଁ ୫.୬ ବିଲିୟନ ଡ଼ଲାର୍ ଖର୍ଚ୍ଚ ହୋଇଛି। ହାଇ ସ୍ପିଡ୍ ଇଲେକ୍ଟ୍ରିକ୍ ଟ୍ରେନର ଫକ୍ସିଂ ସିରିଜ୍ ଅଧୀନରେ ଏହା ପରିଚାଳିତ ହେଉଛି। ବହୁ ଉଚ୍ଚତାରେ ଚାଲୁଥିବା ଫକ୍ସିଂ ଟ୍ରେନ୍ ଗୁଡିକ ସ୍ୱୟଂଚାଳିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ ସାମିଲ ରହିଛି। ଏହି ପ୍ରଣାଳୀ ପର୍ବତର ଉଚ୍ଚତାରେ ଚାଲୁଥିବା ଟ୍ରେନରେ ୨୩.୬% ଅମ୍ଳଜାନ ସ୍ତର ବଜାୟ ରଖେ।

ତିବ୍ଦତରେ ପର୍ବତ ଉପରେ ସୂର୍ଯ୍ୟ କିରଣ କାରଣରୁ ଅଧିକ ଉଜ୍ଜ୍ୱଳ ହୋଇଥାଏ। ସେଥିପାଇଁ ଏହି ବୁଲେଟ୍ ଟ୍ରେନର ୱିଣ୍ଡୋରେ ସ୍ୱତନ୍ତ୍ର ଗ୍ଲାସ୍ ଲଗାଯାଇଛି। ଏହି କାରଣରୁ ଯାତ୍ରୀମାନଙ୍କ ଚର୍ମ ସୂର୍ଯ୍ୟଙ୍କ ପ୍ରବଳ ଆଲୋକରୁ ରକ୍ଷା ପାଇପାରିବ।

ଲାସା – ନିଙ୍ଗଚି ଲାଇନରେ ନଅଟି ଷ୍ଟେସନ୍ ଅଛି । ଫକ୍ସିଂ ଟ୍ରେନ୍ ଉଭୟ ବୈଦ୍ୟୁତିକ ଏବଂ ଅଣ-ବୈଦ୍ୟୁତିକ ପ୍ରଣାଳିରେ ଚଲାଇବାରେ ସକ୍ଷମ। ଡୁଆଲ୍ ପାୱାର୍ ଇଞ୍ଜିନ୍ ହେତୁ ଏହି ବୁଲେଟ୍ ଟ୍ରେନ୍ ଗୁଡିକ ବିଦ୍ୟୁତ୍ ଏବଂ ବିନା ବିଦ୍ୟୁତ୍ ଚଲାଇବାରେ ସକ୍ଷମ ହୋଇଛି।

ଧାଡ଼ି ପହଣ୍ଡି ପରେ ଏବେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୁରତି, କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ: ଧାଡ଼ି ପହଣ୍ଡି ପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଦେଉଳ ଭିତରୁ ଧାଡ଼ିରେ ଛୁଟି ଆସିଛନ୍ତି ମହାପ୍ରଭୁ। ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଗେଲି ଭଉଣୀ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଟାହିଆକୁ ଦୋହଲାଇ ହୋହଲାଇ ଆସିଥିଲେ ନଟବର ନଟିଆ କାଳିଆ ସାଆନ୍ତ ମହାବାହୁ। ଜଣଙ୍କ ପରେ ଜଣେ ଆସି ରଥାରୂଢ଼ ହୋଇଥିଲେ। ଚତୁର୍ଦ୍ଧା ମୁରତିଙ୍କୁ ରଥ ଉପରେ ଦେଖି ବିଜିଛି ନେତ୍ର ଅଥୟ ହୋଇ ଉଠିଛି ପାଦ। ଘଣ୍ଟା ଘଣ୍ଟା ହରିବୋଲରେ ପ୍ରକମମ୍ପିତ ହୋଇ ଉଠିଛି ବଡ଼ ଦାଣ୍ଡ। ଏବେ ଖାଲି ଅପେକ୍ଷା ରଥ ଟଣାକୁ। ରାଜପ୍ରସାଦରୁ ରାଜା ଛେରାପହଁରା ସାରିବା ପରେ ଆରମ୍ଭ ହେବ ରଥ ଟଣା। ତେବେ କରୋନା କଟକଣା ଲାଗିଥିବାରୁ କେବଳ ପୋଲିସ ଏବଂ ସେବାୟତ ରଥ ଟାଣିବେ।

ଦେଶରେ ଥମିବାରେ ଲାଗିଛି କରୋନାର ଦ୍ୱିତୀୟ ଲହର, ୩୭୧୫୪ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଲଗାତାର କମୁଛି ସଂକ୍ରମଣ । ଦିନକରେ  ୩୭ ହଜାର ୧୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୨୪ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍। ଦେଶର ମୋଟ୍ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮ହଜାର ୮୯୯ରେ ପହଞ୍ଚିଥିବା ବେଲେ ମୋଟ୍ ସୁସ୍ଥ ହୋଇଛନ୍ତି  ୩କୋଟି ୧୪ହଜାର ୭୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ଟିଭ କେସ୍ ୪ ଲକ୍ଷ ୫୦ହଜାର ୮୯୯ ଥିବା ବେଳେ ମୋଟ୍ ୩୭ କୋଟି ୭୩ଲକ୍ଷ ୫୨ହଜାର ୫୦୧ଜଣଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ମହାମାରୀର ଦ୍ୱିତୀୟ ଲହରର ବେଗ ଥମିବାରେ ଲାଗିଛି। ଦୈନିକ କରୋନା ରୋଗ ହ୍ରାସ ପାଇଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭,୧୫୪ ନୂତନ ରୋଗୀ ଦେଖିବାକୁ ପାଇଛନ୍ତି ଏବଂ ସଂକ୍ରମଣ ହେତୁ ୭୨୪ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ

ଯୋଡ଼ା: ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ। ହାତୀପଲ, କେତେବେଳେ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଫସଲ ଉଜାଡ଼ି ଦେଉଛନ୍ତି। ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ଘଟୁଛି। ଗତ ରାତିରେ ପୁଣି ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି। ଚମ୍ପୁଆ ଏନଏସି, ୨ନଂ ୱାର୍ଡ, ପାଞ୍ଚ ପୋଖରୀଆ ଅଂଚଳରେ ଗୋଠ ଛଡା ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଶୋଚନୀୟ ଘଟିଛି। ମୃତକ ପାଞ୍ଚ ପୋଖରୀଆ ମୁଣ୍ଡା ସାହିର ୬୦ ବର୍ଷିୟା ରାଜେଶ୍ୱରୀ ସର୍ଦ୍ଧାର।

ଗତ ବିଳମ୍ବିତ ରାତିରେ ଶୌଚ ପାଇଁ ଅଗଣାକୁ ଯାଇଥିବା ବେଳେ, ଗୋଠ ଛଡା ଦନ୍ତା ହାବୁଡ଼ରେ ପଡିଯାଇଥିଲେ ବୃଦ୍ଧା। ବୃଦ୍ଧାଙ୍କୁ ଟେକି କଚାଡି ଦେଇଥିଲା ଦନ୍ତା। ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା ଓ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କେନ୍ଦୁଝର ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

ୟୁରୋ କପ୍‌ ହାତେଇଲା ଇଟାଲୀ, ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍‌ରେ ହରାଇଲା ଇଟାଲୀ

ନୂଆଦିଲ୍ଲୀ: ୟୁରୋ କପ୍ ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍‌ରେ ହରାଇଲା ଇଟାଲୀ। ଇଂଲଣ୍ଡକୁ ପେନାଲ୍ଟି ଶୁଟଆଉଟ୍‌ ୩-୨ରେ ହରାଇ ଟାଇଟଲ ହାସଲ କରିଛି ଇଟାଲୀ। ଇଟାଲି ଟିମ୍ ଦ୍ୱିତୀୟ ଥର ପାଇଁ ୟୁରୋ କପ ବିଜୟୀ ହୋଇଛି। ଇଂଲଣ୍ଡ ୫୫ ବର୍ଷ ପରେ ପାଇଥିବା ସୁଯୋଗକୁ ହାତଛଡା କରିଛି। ଇଟାଲି ଫାଇନାଲରେ ଜିତିବା ସହ ଲଗାତର ୩୪ଟି ମ୍ୟାଚ୍ ଜିତି ବିଜୟ ରଥକୁ ଆଗକୁ ନେଇଛି।

ଏହାପୂର୍ବରୁ ଇଟାଲି ୧୯୬୮ରେ ୟୁରୋ କପ୍ ଜିତିଥିଲା। ଏହା ଦ୍ୱିତୀୟ ଥର ପାଇଁ ହୋଇଛି ଯେତେବେଳେ ୟୁରୋ କପ୍ ଫାଇନାଲ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା। ଇଟାଲି ତରଫରୁ ଡୋମାନିକା ବେରାଡି, ଫେଡରିକୋ ଓ ଲିୟୋନାଡୋ ଗୋଲ୍ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ହ୍ୟାରି କେନ୍, ହ୍ୟାରି ମାଗୁଆର ଗୋଲ୍ ଦେଇଥିଲେ।

ଦେଶର ବିଭିନ୍ନ ରାଜ୍ୟରେ ବଜ୍ରାଘାତରେ ୬୮ ଲୋକଙ୍କର ଗଲା ଜୀବନ

ନୂଆଦିଲ୍ଲୀ: ବଜ୍ରାଘାତରେ ବିଭିନ୍ନ ରାଜ୍ୟରେ ୬୮ ଲୋକଙ୍କର ମୃତ୍ୟୁ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବଜ୍ରପାତ ଯୋଗୁଁ ୬୮ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବଜ୍ରପାତରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି। ୟୁପି ସରକାରଙ୍କ ଅନୁଯାୟୀ, ପ୍ରୟାଗରେ ବଜ୍ରପାତ ଯୋଗୁଁ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ହୋଇଛି। କାନପୁର ଦେହାତ ଏବଂ ଫତେହପୁରରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି, କୌଶାମ୍ବୀରେ ୪ ଜଣଙ୍କର ମୃତ୍ୟୁ, ଫିରୋଜାବାଦରେ ୩ ଜଣଙ୍କର ମୃତ୍ୟୁ, ଉନ୍ନାଓ-ହମିରପୁର-ସୋନଭଦ୍ରରେ ଦୁଇ ଦୁଇ ଜଣଙ୍କର ମୃତ୍ୟୁ, କାନପୁର ନାଗର-ପ୍ରତାପଗଡ-ହାର୍ଡୋଇ-ମିର୍ଜାପୁରରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଏହା ବ୍ୟତୀତ ୨୨ ଜଣ ଲୋକ ଜଳି ଯାଇଛନ୍ତି। ୨୦୦ ରୁ ଅଧିକ ଗୋରୁ ମଧ୍ୟ ମରିଛନ୍ତି।

ତୁରନ୍ତ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ପାଗ ଖରାପ ହୋଇଯାଇଥିଲା। ବର୍ଷା ସହିତ ଅନେକ ସ୍ଥାନରେ ବଜ୍ରପାତ ଘଟିଥିଲା। ଏଥିସହ ରାଜସ୍ଥାନରେ ବଜ୍ରପାତ ହେତୁ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ରବିବାର ଦିନ ରାଜସ୍ଥାନରେ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୦ ରେ ପହଞ୍ଚିଛି। ଏଥିମଧ୍ୟରୁ ଜୟପୁରରେ ୧୧ ଜଣ, ଧୌଲପୁରରେ ୩ ଜଣ, କୋଟାରେ ୪ ଜଣ, ଝାଲାୱାରରେ ୧ ଜଣ ଏବଂ ବାରନରେ ଜଣଙ୍କର ମୃତ୍ୟୁ ହୋଇଛି।

ରାଜସ୍ଥାନ ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଜରୁରୀକାଳୀନ ରିଲିଫ ପାଣ୍ଠିରୁ ୪ ଲକ୍ଷ ଏବଂ ସିଏମ ରିଲିଫ ପାଣ୍ଠିରୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସେମାନଙ୍କ ପରିବାରକୁ ତୁରନ୍ତ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି, ୨ ହଜାର ତଳେ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨ ହଜାର ତଳେ ରହିଛି କରୋନା ସଂକ୍ରମଣ। ରାଜ୍ୟରୁ ୧୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୩୯ ଜଣ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧାରୁ ସର୍ବାଧିକ ୩୨୨ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୮, ବାଲେଶ୍ୱରରୁ ୧୮୧, ବରଗଡ଼ରୁ ୧୯, ଭଦ୍ରକରୁ ୮୬, ବଲାଙ୍ଗୀରରୁ ୧୩, ବୌଦ୍ଧରୁ ୧୦, କଟକରୁ ୨୯୭, ଦେବଗଡ଼ରୁ ୫, ଢ଼େଙ୍କାନାଳରୁ ୪୪, ଗଜପତିରୁ ୫, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୮୯,  ଯାଜପୁରରୁ ୧୪୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୩୫,  କୋରାପୁଟରୁ ୩୧, ମାଲକାନାଗିରିରୁ ୪୨, ମୟୂରଭଞ୍ଜରୁ ୧୧୦, ମବରଙ୍ଗପୁରରୁ ୧୫, ନୟାଗଡ଼ରୁ ୭୮, ନୂଆପଡ଼ାରୁ ୬, ପୁରୀରୁ ୧୪୪, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୧୪, ସୋନପୁରରୁ ୧୭, ସନ୍ଦରଗଡ଼ରୁ ୭୫, ଏବଂ ଷ୍ଟଟପୁଲରୁ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଘୋଷଯାତ୍ରାରେ ଚହଟୁଛି ବଡ଼ଦାଣ୍ଡ, ଆରମ୍ଭ ହୋଇଛି ଧାଡ଼ି ପହଣ୍ଡି

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା। ଅଣସରରୁ ବାହାରିବା ପରେ ମାଉସୀ ଘର ପୋଡ଼ ପିଠା ଆଉ ଜନ୍ମବେଦି କଥା ମନେପଡ଼ିଛି ମହାପ୍ରଭୁଙ୍କର। ସେଥିପାଇଁ ତ ଘରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କୁ ଧରି ବାହାରିଛନ୍ତି ମହାପ୍ରଭୁ। ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର। ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ। ପଥବି ତା ଛାତି ଉପରେ ରଥକୁ ଗଡ଼ାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି। ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ ରତୁର୍ଦ୍ଧାମୂର୍ତ୍ତି।

ପ୍ରଥମେ ସୁଦର୍ଶନ ତାପରେ ବଡ଼ ଠାକୁର ବଳଭଦ୍ର ଏବଂ ତାପରେ ଭଉଣୀ ସୁଭଦ୍ରା, ସର୍ବଶେଷରେ ଟାହିଆ ଦୋହଲାଇ ଆସିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ଆରମ୍ଭ ହୋଇଛି ପହଣ୍ଡି। ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାପୂର୍ତ୍ତି। ପ୍ରଥମେ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି ବଳଭଦ୍ରଙ୍କର ପହଣ୍ଡି। ସିଂହଦ୍ୱାରରୁ ଧିରେ ଧିରେ ସେବାୟତଙ୍କ ହାତରେ ବାହାରି ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର।

ବଡ଼ ଭାଇ ରଥକୁ ଯିବା ପରେ ବଡ଼ ଭାଇଙ୍କ ପଛେ ପଛେ ଦେଉଳ ବହାରକୁ ଛୁଟିଆସିଛନ୍ତି ସୁନାନାକି ଭଉଣୀ ମା ସୁଭଦ୍ରା। ମା ସୁଭଦ୍ରା ସେବାୟତଙ୍କ ଦ୍ୱାରା ଚାଲିଆସିଛନ୍ତି ରଥକୁ। ଦୁଇ ଭାଇଙ୍କ ସହ ଯିବେ ମାଉସୀ ଘର। ପୋଡ଼ ପିଠା ଖାଇ ସାରିବା ପରେ ଯିବେ ଜନ୍ମବେଦିକୁ।

ଭଉଣୀ ସୁଭଦ୍ରାଙ୍କ ପରେ ଟାହିଆ ଦୋହଲାଇ ଦୋହଲାଇ ସିଂହଦ୍ୱାର ବାହାରକୁ ଛୁଟି ଆସିଛନ୍ତି ମହାପ୍ରଭୁ। ରଥକୁ ସବୁଠାରୁ ବିଳମ୍ବରେ ଆସନ୍ତି ମହାପ୍ରଭୁ। ନାଚି ନାଚି ଦୋହଲି ଦୋହଲି ଆସନ୍ତି ନଟିଆ ଠାକୁର। ସେ ପରା ବଡ଼ ଠାକୁର, ତାଙ୍କୁ ଦେଖିବା ପାଇଁ କୋଟି କୋଟି ନେତ୍ର ଅପେକ୍ଷାରତ। ଭକ୍ତରଙ୍କୁ ଦର୍ଶନ ଦେବା ପାଇଁ ଦେଉଳ ବାହାରକୁ ଦୋହଲି ଦୋହଲି ଆସି ସାରିଛନ୍ତି ମହାବାହୁ।