spot_img
Home Blog Page 5455

2021-2022 ଶିକ୍ଷା ବର୍ଷ ପାଇଁ କୋହଳ ସିଲାବସ; ଦୁଇଟି ଟର୍ମରେ ପରୀକ୍ଷା

ଭୁବନେଶ୍ୱର: 2021-2022 ଶିକ୍ଷା ବର୍ଷ ଲାଗି କୋହଳ ହୋଇଛି ସିବିଏସଇ । ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ଚାଲିବ ସଂକ୍ଷିପ୍ତ ସିଲାବସ । 2021 ବ୍ୟାଚ ଲାଗି ଦୁଇଟି ଟର୍ମ ହେବ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ ରହିବ । ସିବିଏସଇ ପକ୍ଷରୁ କୁହାଯାଇଛି ସବଜେକ୍ଟ ଏକ୍ସପର୍ଟଙ୍କ ଦ୍ବାରା କନସେପ୍ଟ ଓ ବିଷୟ ନିର୍ଦ୍ଧାରିତ ହେବ । ପ୍ରତି ଟର୍ମ ଶେଷରେ ପରୀକ୍ଷା କରାଯିବ । ନିର୍ଦ୍ଧିାରିତ ତଥା ଦୁଇ ଭାଗରେ ବିଭକ୍ତ ସିଲାବସ ଆଧାରରେ ପରୀକ୍ଷା ହେବ ।

୧୦ମ ଓ ଦ୍ବାଦଶ ଶ୍ରେଣୀରେ ସମ୍ଭାବ୍ୟ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ସୂଚକ ଏହି ପଦକ୍ଷେପ ନିଆଯାଇଛି । ନଭେମ୍ବର ଓ ଡିସେମ୍ବରରେ ହେବ ପ୍ରଥମ ଟର୍ମ ପରୀକ୍ଷା । ଚଳିତ କୋଭିଡ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି । ଛାତ୍ରକୈନ୍ଦ୍ରିକ, କନସେପ୍ଟଭିତ୍ତିକ, ସ୍ବଚ୍ଛ ପ୍ରକ୍ରିୟା, ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା କରିବା ଲାଗି ବ୍ୟବସ୍ଥା ହୋଇଛି । ଭବିଷ୍ୟତରେ କୋଭିଡ ପରି ସମସ୍ୟାର ବିକଳ୍ପ ଲାଗି ବି ଏବଠାରୁ ଭିଜନ ରଖାଯାଇଛି ।

ଇଣ୍ଟରନାଲ ଆସେସମେଣ୍ଟ ସମ୍ପର୍କରେ ବୋର୍ଡ କହିଛି- ୯ମ ଓ ୧୦ମ ଶ୍ରେଣୀ ଲାଗି ଟର୍ମ ୧ ଓ ଟର୍ମ ୨ ସତ୍ତ୍ବେ ବର୍ଷ ସାରା ୩ଟି ପିରିୟଡିକ ଚେଷ୍ଟ ରହିବ । ଏହା ସହ ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରିବା ପରି ବ୍ୟବସ୍ଥା, ପ୍ରାକ୍ଟିକାଲ ଓ୍ବାର୍କ, ସ୍ପିକିଂ ଓ ଲିସନିଂ ଆକ୍ଟିଭିଟି, ପ୍ରୋଜେକ୍ଟ ଆଦି ଚାଲୁ ରହିବ । ସେହିପରି ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ କ୍ଷେତ୍ରରେ ୟୁନିଟ ଟେଷ୍ଟ, ଏକ୍ସପ୍ଲୋରେଟୋରୀ ଆକ୍ଟିଭିଟି, ପ୍ରାକ୍ଟିକାଲ, ପ୍ରୋଜେକ୍ଟ ଆଦି ରହିବ ।

ନଭେମ୍ବର ଓ ଡିସେମ୍ବର ୨୦୨୧ ମଧ୍ୟରେ ଟର୍ମ ୧ ପରୀକ୍ଷା ହେବ । ମାର୍ଚ୍ଚ ଓ ଏପ୍ରିଲ ୨୦୨୨ ମଧ୍ୟରେ ଟର୍ମ ୨ ପରୀକ୍ଷା ହେବ । ତେବେ ପରିସ୍ଥିତିକୁ ବିଚାରକୁ ନେଇ ବିଭିନ୍ନ ଆକଳନ ଓ ପରୀକ୍ଷା କରାଯିବ । ଶିକ୍ଷା ବର୍ଷରେ ସମସ୍ତ ଆକଳନ ଲାଗି ଗୋଟିଏ ଗୋଟିଏ ଷ୍ଟୁଡେଣ୍ଟ ପ୍ରୋଫାଇଲ ତିଆରି କରିବା ଲାଗି ସ୍କୁଲକୁ ଦାୟିତ୍ବ ଦିଆଯିବ

ଭାରିଆଣ୍ଟ ବିରୋଧରେ ଶରୀରରେ ତିଆରି ହୋଇପାରୁନି ଆଣ୍ଟିବଡି

ଭୁବନେଶ୍ୱର: କୋଭିସିଲଡର ଦୁଇଟି ଯାକ ଡୋଜ ନେଇଥିଲେ ବି ଡେଲଟା ଭାରିଆଣ୍ଟ ବିରୋଧରେ ଶରୀରରେ ତିଆରି ହୋଇପାରୁନି ଆଣ୍ଟିବଡି । କୋଭିସିଲଡ ନେଇଥିବା କିଛି ଲୋକଙ୍କ ନମୁନା ମଧ୍ୟରୁ ପ୍ରାୟ ୧୬ ପ୍ରତିଶତ ଲୋକଙ୍କ ଦେହରେ ଏହି ଆଣ୍ଟିବଡି ଦେଖିବାକୁ ମିଳିନାହିଁ । ନୂଆ ଗବେଷଣାର ତଥ୍ୟ ଅନୁସାରେ, B1.617.2 ଡେଲଟା ଭାରିଆଣ୍ଟର ମୁକାବିଲା କରିବା ଲାଗି ଯେଉଁମାନେ କୋଭିସିଲଡ ନେଇଥିଲେ, ସେମାନଙ୍କ ମଧ୍ୟରୁ 16.1 ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇନାହିଁ । ଏହାସହ 58.1 ପ୍ରତିଶତ ସେରମ ନମୁନାରେ ବି ଏହି ଆଣ୍ଟିବଡିର ସନ୍ଧାନ ମିଳିନାହିଁ ।

ଆଣ୍ଟିବଡି ନେଇ ଆଇସିଏମଆର ଯାହା କହିଥିଲେ ତାହାକୁ ଏହି ତଥ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ମାଇକ୍ରୋ ବାୟୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ଜ୍ୟାକବ ଜନ କହିଛନ୍ତି, 16.1 ପ୍ରତିଶତ ନମୁନାରୁ ଆଣ୍ଟିବଡି ନମିଳିବା ଅର୍ଥ ଏହା ନୁହେଁ ଯେ, ତାହା ନମୁନାରେ ନାହିଁ । ଅତି କମ୍ ପରିମାଣର ଆଣ୍ଟିବଡି ତିଆରି ହୋଇଥିବାରୁ ତାହା ଚିହ୍ନଟ ହୋଇପାରୁନାହିଁ । ମାତ୍ର ଆଣ୍ଟିବଡି ଲୋକଙ୍କ ଦେହରେ ଥାଇପାରେ ଏବଂ ସେମାନଙ୍କୁ ସୁରକ୍ଷା ଦେଇପାରେ ।

ସେପଟେ କୋଷ ଗୁଡିକୁ ସୁରକ୍ଷା ଦେବା ମଧ୍ୟ ଏକ୍ଷେତ୍ରରେ ସମ୍ଭବ ହୋଇପାରେ । ସେ କହିଛନ୍ତି ଗବେଷଣା ଲାଗି ସ୍ବାସ୍ଥ୍ୟବାନ ଲୋକଙ୍କଠାରୁ ସେରମ ନିଆଯାଇଥାଏ । ବୟସ୍କ, ଦୁଇ ବା ଅଧିକ ରୋଗରେ ପୀଡିତ ଥିବା ବ୍ୟକ୍ତି, କ୍ରୋନିକ ଡିଜିଜରେ ପୀଡିତ ଲୋକଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇପାରୁ ନଥିବା ଆଣ୍ଟିବଡି ପରିମାଣ କମ୍ ଥାଏ । କାରଣ ସେମାନଙ୍କ ପ୍ରତିରୋଧକ ଶକ୍ତି କମ୍ ଥାଏ । ସେ ଆହୁରି କହିଛନ୍ତି ଯେ, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ଫୁସଫୁସ, କିଡନୀ, କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ତୃତୀୟ ଡୋଜ ଦେବାର ଆବଶ୍ୟକତା ରହିଛି ।

ଶ୍ରୀମନ୍ଦିର ପରି ଝଟକିବ କୋଣାର୍କ ସୂର୍ଯ୍ୟ ମନ୍ଦିର, ତ୍ୱରାନିତ ହେବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ପରି ଝଟକିବ କୋଣାର୍କ ସୂର୍ଯ୍ୟ ମନ୍ଦିର । ଶ୍ରୀମନ୍ଦିର ଚତୁଃର୍ପାଶ୍ୱ 75ମିଟର ସୌନ୍ଦର୍ଯ୍ୟ କରଣ ଭଳି କୋଣାର୍କରେ ମଧ୍ୟ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିମୂଳକ କାର୍ଯ୍ୟ କରାଯିବ | ପ୍ରାଥମିକ ସ୍ତରରେ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ଥଇଥାନ କରାଯିବା ନେଇ ଅସ୍ଥାୟୀ ସ୍ଥାନ ନିରୂପଣ କରାଯାଇଛି | ସେହି ଭଳି କୋଣାର୍କ ମନ୍ଦିର ଚତୁର୍ପାଶ୍ୱ ରେ ପ୍ରଭାବିତ ହେଉଥିବା ଲଜିଙ୍ଗ, ଘର ଓ ହୋଟେଲ ମାନଙ୍କୁ R&R ପ୍ୟାକେଜ ଅନୁସାରେ ଥଇଥାନ କରାଯିବ |

ରାଜ୍ୟ ସରକାର ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁଭଳି ପ୍ରଜୋକ୍ଟ ପ୍ରସ୍ତୁତ କରିବା ସହ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି  । ସେହିଭଳି ଭାବେ ଅର୍କକ୍ଷେ୍ର କୋଣାର୍କର ପାରିପାର୍ଶ୍ୱିକ ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରିବେ ବୋଲି ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ  । ଶ୍ରୀକ୍ଷେତ୍ରରେ ଯେପରି 75ମିଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି, ସେହିପରି କୋଣାର୍କର ମଧ୍ୟ ଉନ୍ନତି କାର୍ଯ୍ୟ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ  ।

ମଙ୍ଗଳବାରଠୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ଶତ ପ୍ରତିଶତ କର୍ମଚାରୀ

ଭୁବନେଶ୍ୱର: ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଆସନ୍ତାକାଲିଠୁ ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ୍ ଡିଗ୍ରୀ ଓ ବିଶ୍ବବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ୍‌ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ ଏହି ନିୟମରେ ହୋଇଛି ପରିବର୍ତ୍ତନ  ।

ଆସନ୍ତାକାଲି ଅର୍ଥା ମଙ୍ଗଳବାର ଠାରୁ ସବୁ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାମ କରିବେ କର୍ମଚାରୀ । ରାଜ୍ୟରେ ଯେତେବେଳେ ଦ୍ୱିତୀୟ ଲହରୀ ବ୍ୟାପକ ହୋଇଥିଲା ସେହି ସମୟରେ ସରକାର ଏପରି ନିଷ୍ପତି ପୁନର୍ବାର ନେଇଥିଲେ  । ୫୦ ପ୍ରତିଶତ କର୍ମଚାରୀରେ ଶିକ୍ଷାନୁଷ୍ଠାନ ଚାଲିବା ନେଇ ନିଷ୍ପତ୍ତି ନେଇଥିଲେ ଉଚ୍ଚଶିକ୍ଷା ବିଭାଗ  ।

ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀକୁ ଜଣାଇଲା, କିଏ ଏହି ପରପୁରୁଷ ?

ନନ୍ଦିଘୋଷ ବ୍ୟୁରୋ: ହତ୍ୟା ହୋଇଛି କିନ୍ତୁ ହତ୍ୟାକାର କିଏ ?  ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀ ପାଖରେ କିଏ ଥିଲା ଏହି ପରପୁରୁଷ ? ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଯୁବକ ଜଣଙ୍କ କେମିତି ହେଲା ଆହତ ? ମହିଳାଙ୍କ ସହ କଣ ଥିଲା ଆହାତ ଯୁବକଙ୍କର ସମ୍ପର୍କ  । ଏମିତି ହଜାରେ ପ୍ରଶ୍ନ ଏବେ ଉଙ୍କି ମାରୁଛି  । ପ୍ରଶ୍ନର ବୁଢିଆଣୀ ଜାଲ ଭିତରେ ଛନ୍ଦି ହୋଇପଡିଛି ଆଜିର ଏହି ଚର୍ଚ୍ଚିତ ଘଟଣା ଟି  । ଭୁବନେଶ୍ୱରର ଭୀମଟାଙ୍ଗୀ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ଗୁରୁତର ଅବସ୍ଥାରେ ଆଉ ଜଣେ ପୁରୁଷଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କିନ୍ତୁ ଘଟଣାର ମୋଡ଼ ଏଇଠି ହିଁ ବଦଳିବାକୁ ବାଧ୍ୟ ହେଉଛି ଅର୍ଥାତ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି  । ବିବାହିତା ମହିଳା ଜଣଙ୍କ ପାଖରେ ଏହି ସନ୍ଦିଗ୍ଧ ଯୁବକ ଜଣଙ୍କ କିଏ  । ପୁଣି ଘରେ ସ୍ୱାମୀ ନଥିଲା ବେଳେ ଏହି ଯୁବକ ଜଣଙ୍କ କାହିଁକି ଯାଇଥିଲେ ମହିଳାଙ୍କ ପାଖକୁ  । ଏବଂ ହତ୍ୟା ପଛରେ ଉକ୍ତ ଯୁବକଙ୍କର ହାତ ନାହିଁ ତ ? କାରଣ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ଅଧିକାରୀଙ୍କ ସହ ଭୁବନେଶ୍ବର ଡିସିପି ପହଞ୍ଚି ଛାନଭିନ୍ କରୁଛନ୍ତି ।

#ପ୍ରିୟଦର୍ଶିନୀଙ୍କୁ ମାରିଲା କିଏ ?

ମିଳିଥିବା ସୂଚନା ମୁତାବକ ମୃତ ମହିଳା ଜଣଙ୍କ ହେଲେ ପ୍ରିୟଦର୍ଶିନୀ ସାହୁ । ସ୍ୱାମୀଙ୍କ ନାମ ରାକେଶ ସାହୁ  । ବିବାହକୁ ସାତ ବର୍ଷ ବିତିଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ କେବେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇନାହିଁ  । ସେପଟେ ତାଙ୍କର ଗୋଟିଏ ୩ ବର୍ଷର ଶିଶୁ ପୁତ୍ର ରହିଥିବା ଜଣାପଡିଛି  । ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀ ରାକେଶ ମଧ୍ୟ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି  । କିନ୍ତୁ ସ୍ୱାମୀଙ୍କ କହିବା ମୁତାବକ ଉଭୟଙ୍କ ମଧ୍ୟରେ କଳହ କିମ୍ବା କୌଣସି ବିବାଦ ନଥିଲା  । ତେଣୁ ହତ୍ୟା ପଛରେ ପାରିବାରିକ ବିବାଦ ନଥିବା ସେ ସ୍ପଷ୍ଟ କରିଛନ୍ତି  । ତେବେ ଏଠି ପ୍ରଶ୍ନ ଆସିବା ସ୍ୱଭାବିକ, ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ବିବାଦ ନଥିଲା  । ଏବଂ ଏହି ହତ୍ୟା କୈଣସି ପାରିବାରିକ କାରଣରୁ ହୋଇନାହିଁ  । ତେବେ ଏହି ହତ୍ୟା ପଛର କାରଣ କଣ ? ପୁଣି ସ୍ୱାମୀ ଜଣଙ୍କ ଘରେ ନଥିବାବେଳେ ଏହି ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ କିଏ ?

#କିଏ ଏହି ପର ପୁରୁଷ ?

ହତ୍ୟାଘଟଣା ପ୍ରଚାରିତ ହେବା ଏବଂ ସେହି ଘରୁ ଜଣେ ସନ୍ଦିଗ୍ଧ ଯୁବକକୁ ଆହତ ଆବସ୍ଥାରେ ପୋଲିସ ଉଦ୍ଧାର କରିବା ନିହାତି ସନ୍ଦେହଜନକ  । ତେଣୁ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, କିଏ ଏହି ପରପୁରୁଷ ? ମିଳିଥିବା ଖବର ଅନୁଯାୟୀ ମହିଳା ଜଣଙ୍କ ଘର ଯାଜପୁର  । ବିବାହ କରିଥିବା ସ୍ୱାମୀଙ୍କ ଘର ମଧ୍ୟ ଯାଜପୁର  । ସେପଟେ ଏହି ଘରୁ ପୋଲିସ ମହିଳାଙ୍କ ମୃତ ଦେହ ସହ ଉଦ୍ଧାର କରିଥିବା ଉକ୍ତ ଯୁବକ ଜଣଙ୍କ ଘର ମଧ୍ୟ ଯାଜପୁର  । ଏବଂ ତାଙ୍କ ନାମ ଜଗନ୍ନାଥ  ।  କିନ୍ତୁ ଯୁବକ ଜଣଙ୍କ ନା ସ୍ୱାମୀଙ୍କ ସାଙ୍ଗ ଥିଲେ ନା ପରିବାରର କୌଣସି ସମ୍ପର୍କୀୟ  । ତେବେ ଯଦି ପରିବାର ସହ ଜଗନ୍ନାଥଙ୍କ କୌଣସି ସମ୍ପର୍କ ନଥିଲା, ତେବେ କାହିଁକି ସ୍ୱାମୀର ଅନୁପସ୍ଥିତିରେ ପର ସ୍ତ୍ରୀ ପାଖକୁ ଯାଇଥିଲା ଏହି ଯୁବକ  ?

#ସ୍ତ୍ରୀକୁ ମାରି ସ୍ୱାମୀଙ୍କୁ ଭିଡ଼ିଓ କଲ

ପୋଲିସର ପ୍ରାଥମିକ ସନ୍ଧାନରୁ ଯାହା ଜଣାପଡିଛି ମହିଳା ଜଣକୁ ଏହି ଯୁବକ ହିଁ ହତ୍ୟା କିରିଛି  । ଏବଂ ତଣ୍ଟି କାଟି ହତ୍ୟା କରିବା ପରେ ଯୁବକ ଜଣକ ନିଜେ ବିଷ ପିଇ ଆତ୍ମହତ୍ୟା କରିବାର  ଉଦ୍ୟମ କରିଛି  । ସବୁଠାରୁ ଜଘନ୍ୟ କଥା ହେଉଛି, ଯୁବକ ଜଣଙ୍କ ପ୍ରିୟଦର୍ଶୀନିଙ୍କୁ ହତ୍ୟା କରିବା ପରେ ସ୍ୱାମୀ ରାକେଶକୁ ଭିଡିଓ କଲ କରିଛି  । ଏବଂ ତାଙ୍କ ପତ୍ନୀର ରକ୍ତ ଜୁଡ଼ୁବୁଡ଼ୁ ଫଟୋ ସ୍ୱାମୀଙ୍କ ଫୋନକୁ ଫଟୋ ପଠାଇଥିଲେ  । ଏହା ପରେ ସ୍ୱାମୀ ଘର ମାଲିକଙ୍କୁ ଜଣାଇଥିଲେ, ପରେ ଘର ମାଲିକ ମୃତ ମହିଳାଙ୍କ ସହ ଅନ୍ୟ ଜଣେ ପୁରୁଷଙ୍କୁ ଦେଖି ସ୍ୱାମୀ ରାକେଶକୁ ଘଟଣା ସ୍ଥଲକୁ ଡକାଇଥିଲେ  । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  ।

#ହତ୍ୟାର କାରଣ କ’ଣ?

ପତି-ପତ୍ନୀ ଓ ହତ୍ୟାକାରୀଙ୍କ ଘର ଯାଜପୁର ଜିଲ୍ଲାରେ  । ପୋଲିସର କହିବା ମୁତାବକ କୈଣସି କାରଣରୁ  ମୃତ ମହିଳାଙ୍କ ସହ ହତ୍ୟାକାରୀ ଜଗନ୍ନାଥ ପ୍ରଧାନଙ୍କ ତିକ୍ତତା ସୃଷ୍ଟି ହୋଇଥିଲା  । ଯେଉଁଥିରେ ରକ୍ତ ମୁଖା ହୋଇ ଉଠିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ  । ଏବଂ ହତ୍ୟା ପାଇଁ ରଚିଥିଲା ଷଡ଼ଯନ୍ତ୍ର  । ଆଜି ଏହାର ସୁଯୋଗ ପାଇ ଅର୍ଥାତ ସ୍ୱାମୀ ରାକେଶର ଅନୁପସ୍ଥିତିର ସୁଯୋଗ ନେଇ ପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ହତ୍ୟା କରିଛି  । ସେପଟେ ୩ ବର୍ଷର ପୁଅ ଘର ମାଲିକଙ୍କ ପାଖରେ ଥିବାରୁ ହତ୍ୟାରୁ ବର୍ତ୍ତିଯାଇଥିବା ଜଣାପଡିଛି  । ଅନ୍ୟପକ୍ଷରେ ପୂର୍ବରୁ ହତ୍ୟାକାଣ୍ଡ ଘଟାଇବା ଏବଂ ନିଜେ ଆତ୍ମହତ୍ୟା କରିବା ନେଇ ପ୍ରି ପ୍ଲାନ କରିଥିବା ଅଭିଯୁକ୍ତ ଜଗନ୍ନାଥଙ୍କ ସୁଇସାଇଡ ନୋଟ ହିଁ ସ୍ପଷ୍ଟ କରିଛି  ।

ସମୀରଙ୍କୁ ଲେନିନଙ୍କ ଜବାବ: କେନ୍ଦ୍ର ପ୍ରଶଂସା କରୁଛି, ରାଜ୍ୟ ବିଜେପି ବିରୋଧ କରୁଛି

ଭୁବନେଶ୍ୱର: ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ବିଜେଡିର ପ୍ରତିକ୍ରିୟା  । ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସମୀର ମହାନ୍ତି ବିଜେପି ରାଜ୍ୟ ସଭାପତି ଭାବେ ତାଙ୍କ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଅଭିଯୋଗ ଆଣିଥିବା କହିଛନ୍ତି ବିଜେଡ଼ି ମୁଖପାତ୍ର । ନିରୁତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଚେଷ୍ଟା କରିଛନ୍ତି । ସମୀର ମହାନ୍ତିଙ୍କ ଦୁଃଖ ଆମେ ବୁଝି ପାରୁଛୁ  । କିୁନ୍ତୁ ଯେତେବେଳେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରୁଛନ୍ତି ସେତେବେଳେ ରାଜ୍ୟ ବିଜେପି ଏହାକୁ ବିରୋଧ କରୁଛି । ତେଣୁ ଏହା ନିହାତି କର୍ମୀଙ୍କୁ ତାଙ୍କର ଉତ୍ସାହିତ କରିବାର ଯୋଜନା ବୋଲି କହିଛନ୍ତି ଲେନିନ  ।

ଲେଲିନ ମହାନ୍ତି ସାମ୍ବାଦିୀକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ, ବିଜେପିର ବାମ ହାତ କଣ କରୁଛି ଡାହାଣ ହାତ କଣ କରୁଛି ତାହା ଜଣାପଡୁନି । ପିଏମ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସମୀର ମିଛ କହୁଛନ୍ତି । ଯାହାକୁ ଖଣ୍ଡନ କରିଛି ବିଜେଡି । ଏ ପ୍ରସଙ୍ଗରେ ରାଜ୍ୟକୁ କେନ୍ଦ୍ର ସରକାର ବାରମ୍ବାର ପ୍ରଶଂସା କରିଛନ୍ତି । ତାକୁ ରାଜ୍ୟ ବିଜେପି କାହିଁକି ଭୁଲି ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଲେନିନ ।

 ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ

କୋଲକାତା:  ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଆଜି ଅପରାହ୍ନ ୪ଟା ସମୟରେ ଟିଏମସିରେ ସାମିଲ ହୋଇଛନ୍ତି ଅଭିଜିତ । ରାଜ୍ୟ କାର୍ଯ୍ୟାର୍ଳୟରେ ଟିଏମସିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଦ୍ଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି ।  ପୂର୍ବରୁ ଅଭିଜିତ ଦଳର ବହୁ ବରିଷ୍ଠ ନେତାଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି । ସେପଟେ ଜଙ୍ଗିପୁର ଆସନରୁ ଟିଏମସି ଅଭିଜିତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ କଂଗ୍ରେସ ଟିକେଟରୁ ଲଢି ଆସୁଥିଲେ ଅଭିଜିତ  । ପିତା ସ୍ବର୍ଗତ ପ୍ରଣବ ମୁଖାର୍ଜୀ କଂଗ୍ରେସର ବରିଷ୍ଠ ନେତା ରହିବା ସହ ଜାତୀୟ ରାଜନୀତିରେ ପ୍ରଣବଙ୍କ ଭୂମିକା ବିଶେଷ ଭାବେ ରହିଆସିଥିଲା  । ଅନେକ ଥର କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ ପ୍ରଣବ ମୁଖାର୍ଜୀ  । ପରବର୍ତ୍ତୀ ସମୟରେ ରାଷ୍ଚ୍ରପତି  ମଧ୍.ୟ ହୋଇଥିଲେ  । ସେପଟେ ପୁଅ ଅଭିଜିତ ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ସକ୍ରୀୟ ରହିବା ସହ କଂଗ୍ରେସର ଶୀର୍ଷ ନେତୃତ୍ୱ ଭାବେ କାର୍ଯ୍ୟ କରିଆସିଛନ୍ତି  ।

୨୦୧୨ ମସିହାରେ ଅଭିଜିତ କଂଗ୍ରେସ ଟିକେଟରେ ଜଙ୍ଗୀପୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ୨୦୧୪ରେ ପୁଣି ଥରେ ସେହି ଆସନରୁ କଂଗ୍ରେସ ଟିକେଟରେ ସାଂସଦ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ । ଏହା ପରେ କଂଗ୍ରେସରେ ତାଙ୍କ ସକ୍ରୀୟତା ଆଉ ଦେଖିବାକୁ ମିଳିନଥିନଲା  । ଅନ୍ୟପଟେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ  । ଏବଂ ଭୋଟରଙ୍କ ଭରସାର ପାତ୍ର ହୋଇଥିବା ଟିଏମସି ପ୍ରତି ଅଭିଜିତ ମଧ୍ୟ ବିଶ୍ୱାସ ଜୁଟାଇ ଆଜି ଯୋଗଦାନ କରିଛନ୍ତି  ।

ପାଶୱାନଙ୍କ ଜନ୍ମତିଥିରେ ଦାଦା-ପୁତୁରା ଲଢେଇ, ଭିନ୍ନ ସ୍ଥାନରେ ଭିନ୍ନ କାର୍ଯ୍ୟକ୍ରମ

ପାଟନା: ବିହାର ରାଜନୀତିରେ ତେଜିଛି ଉଷ୍ମତା । ଲୋକଙ୍କ ନିକଟତର ହୋଇ ଜନମତ ଲୋଡ଼ିବାକୁ ଚିରାଗ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଚିରାଗଙ୍କ ପିତା ସ୍ବର୍ଗତ ରାମବିଲାଶ ପାଶଓ୍ବାନଙ୍କ ଜନ୍ମତିଥି ଅବସରରେ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି ଚିରାଗ ପାଶଓ୍ବାନ । LJPରେ ଦାଦା ପୁତୁରା କଳି ଲାଗି ରହିଥିବା ବେଳେ ରାମବିଳାସଙ୍କ ଅଘୋଷିତ ମ୍ୟାନେଜର ଭାବେ ପରିଚିତ ପଶୁପତି ଏବେ ସମଗ୍ର ଦଳକୁ ନିଜ କବଜାକୁ ନେଇଛନ୍ତି ।

୬ଥର ବିଧାୟକ ଥିବା ପଶୁପତିଙ୍କ ଗୋଟିଚାଳନାରେ ଚିରାଗଙ୍କ ରାଜନୈତିକ ଭବିଷ୍ୟତ ପ୍ରାୟତଃ ଅବକ୍ଷୟମୁଖୀ ହୋଇଯାଇଛି । ଚିରାଗଙ୍କୁ ଦଳର ମୁଖ୍ୟ ପଦରୁ ପଶୁପତି ହଟାଇବା ସହ ୬ସାଂସଦଙ୍କ ମଧ୍ୟରୁ ୫ ସାଂସଦଙ୍କୁ ନିଜ ପକ୍ଷକୁ ଆଣିବାରେ ସକ୍ଷମ ହୋଇଥିଲେ ପଶୁପତି । ତେବେ ଜନମତ ଲୋଡ଼ିବାକୁ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି ଚିରାଗ ।

ସେପଟେ ଭାଇଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ପଶୁପତି ପାରସ । ଆଜି ବି ଦାଦା ପୁତୁରାଙ୍କ ଭିନ୍ନ କାର୍ଯ୍ୟକ୍ରମ ନେଇ ସହରରେ ପୋଷ୍ଟର ଓ୍ବାର ଦେଖିବାକୁ ମିଳିଛି । ଚିରାଗ ହାଜିପୁରରୁ ପାଟନା ପର୍ଯ୍ୟନ୍ତ ଆଶୀର୍ବାଦ ଯାତ୍ରା କରୁଥିବା ବେଳେ ପାଟନା ସହରରେ ପଶୁପତିଙ୍କ ବିରାଟ ବିରାଟ ପୋଷ୍ଟର ବ୍ୟାନର ଲଗାଯାଇଛି । କିଛିଦିନ ତଳେ କ୍ଷମତା ପାଇଁ ଦାଦ-ପୁତୁରାଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା  । ଯାହାକୁ ନେଇ ଦଳରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି  ।

ଲାଲୁ ରିଟଣ୍ଣର୍ସ; RJDର ପ୍ରତିଷ୍ଠା ଦିବସରେ ବିହାରୀବାବୁଙ୍କ ଉଦବୋଧନ

ପାଟନା: ବିହାର ରାଜନୀତିରେ ପୁଣି ଲାଲୁଙ୍କ ଏଣ୍ଟ୍ରି । ଦୀର୍ଘଦିନ ଧରି ବିହାର ରାଜନୀତିରୁ ଦୂରରେ ଥିବା ବେଳେ ନିଜ ଦଳ RJDର ପାର୍ଟି ପୋଷ୍ଟରରେ ବି ଲାଲୁପ୍ରସାଦ ଯାଦବଙ୍କ ଫଟୋ ନଥିବା ଦେଖାଯାଇଥିଲା । ହେଲେ ଦଳର ୨୫ ତମ ପ୍ରତିଷ୍ଠା ଦିବସରେ ପୁଣି ଥରେ ସକ୍ରୀୟ ରାଜନୀତିରେ ପାଦ ଦେଇଛନ୍ତି ଲାଲୁ । ପ୍ରତିଷ୍ଠା ଦିବସ ପାଇଁ ଦଳୀୟ କାର୍ଯ୍ୟାଳୟ ଆଗରେ ଲାଗିଥିବା ବ୍ୟାନର ପୋଷ୍ଟରରେ ଲାଲୁଙ୍କ ଫଟୋ ଲଗାଯାଇଚି । ଲାଲୁଙ୍କ ସମେତ ତେଜସ୍ବୀ ଯାଦବ ଓ ରାବଡି ଦେବୀଙ୍କ ଫଟୋ ମଧ୍ୟ ରହିଛି ।

ଚାରା ଘୋଟାଲା କେସରେ ଲାଲୁ ଜାମିନରେ ଆସିଥିବା ବେଳେ ଏବେ ଦିଲ୍ଲୀରେ ଅଛନ୍ତି । ଦଳର ପ୍ରତିଷ୍ଠା ଦିବସରେ ଲାଲୁ ଭର୍ଚୁଆଲରେ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ଜେଲରୁ ବାହାରିବା ପରେ ମିଡିଆକୁ ପ୍ରଥମ ଥର ଲାଗି ସାକ୍ଷାତକାର ଦେବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ? ତା ଉପରେ ମତ ରଖି ଲାଲୁ କହିଛନ୍ତି ଅହଂକାର ଓ ଆତ୍ମପ୍ରଶଂସାଠାରୁ ଅନେକ ଦୂରରେ ରହୁଥିବା ବ୍ୟକ୍ତି ହିଁ ପ୍ରଧାନମନ୍ତ୍ରୀ ଚେହେରା ହେବେ ।

ମୋଦି ମନ୍ତ୍ରିମଣ୍ଡଳରେ ସିନ୍ଧିଆ, ସୋନେୱାଲ, ସୁଶୀଲ ମୋଦି ସହ ୨୨ଜଣଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସମ୍ପ୍ରସାରିତ ହୋଇପାରେ ମୋଦିଙ୍କ ମନ୍ତ୍ରିମଣ୍ଡଳ । ସୂଚନା ଅନୁସାରେ, ୭ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ । ପିଏମ୍ ମୋଦି ନୂଆ ମନ୍ତ୍ରିମଣ୍ଡଳରେ ୧୭ରୁ ୨୨ ଜଣଙ୍କୁ ସାମିଲ୍ କରିପାରନ୍ତି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ଉପରେ ମୋଦି ଅଧିକ ଫୋକସ କରିପାରନ୍ତି । ଏଥିସହ ଆଞ୍ଚଳିକ ଦଳର ନେତାଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ୍ କରି ଏନଡିଏକୁ ଶକ୍ତିଶାଳୀ କରିପାରନ୍ତି ।

କେଉଁ ରାଜ୍ୟରୁ କେତେ ଜଣ ସାମିଲ୍ ହୋଇପାରନ୍ତି…

ଉତ୍ତରପ୍ରଦେଶ

  • ୩ ଜଣ ସାମିଲ୍ ହୋଇପାରନ୍ତି
  • ଅପନା ଦଳରୁ ଅନୁପ୍ରିୟା ପଟେଲ୍

ବିହାର

  • ଦୁଇରୁ ୩ ଜଣ ସାମିଲ୍ ହୋଇପାରନ୍ତି
  • ବିଜେପି-ସୁଶୀଲ ମୋଦି
  • ଜେଡିୟୁରୁ ଆରପି ସିଂହ
  • ଏଲଜିପିରୁ ପଶୁପତି ପାରସ

ମଧ୍ୟପ୍ରଦେଶ

  • ଜଣେରୁ ୨ ଜଣ ମନ୍ତ୍ରୀ ସାମିଲ୍ ହୋଇପାରନ୍ତି
  • ଜ୍ୟୋତିରାଦିତ୍ୟ ସିନ୍ଧିଆ
  • ରାକେଶ ସିଂହ

ମହାରାଷ୍ଟ୍ର

  • ଜଣେରୁ ଦୁଇ ଜଣ ମନ୍ତ୍ରୀ ସାମିଲ୍ ହୋଇପାରନ୍ତି
  • ନାରାୟଣ ରାଣେ
  • ହିନା ଗାମ୍ବିତ
  • ରଣଜିତ୍ ନାଇକ

ରାଜସ୍ଥାନରୁ ଜଣେ ମନ୍ତ୍ରୀ ସାମିଲ୍ ହୋଇପାରନ୍ତି

ଜମ୍ମୁ-କାଶ୍ମୀର ଓ ଲଦାଖରୁ ୨ ଜଣ ମନ୍ତ୍ରୀ ସାମିଲ୍ ହୋଇପାରନ୍ତି

ଆସାମରୁ ଜଣେ-ସୋନୋୱାଲ ସାମିଲ୍ ହୋଇପାରନ୍ତି

ପଶ୍ଚିମବଙ୍ଗ

  • ୨ ଜଣ ସାମିଲ୍ ହୋଇପାରନ୍ତି
  • ଶାନ୍ତନୁ ଠାକୁର
  • ନିଶିଥ ପ୍ରମାଣିକ

ଓଡ଼ିଶାରୁ ଜଣେ ସାମିଲ୍ ହୋଇପାରନ୍ତି

କେନ୍ଦ୍ରର ମନ୍ତ୍ରିମଣ୍ଡଳ ଏବେ ୫୩ ସଦସ୍ୟ ବିଶିଷ୍ଟ ରହିଛି । ଏହା ୮୧ ସଦସ୍ୟ ବିଶିଷ୍ଟ ହୋଇପାରେ । ଅର୍ଥାତ୍ ପିଏମ୍ ମୋଦି ୨୮ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ନେଇପାରନ୍ତି ।