spot_img
Home Blog Page 5458

ଚୋରା ଗାଡ଼ିରେ ବୁଲି ବୁଲି କରୁଥିଲେ ବାଇକ୍ ଚୋରି

ଭୁବନେଶ୍ୱର: ରାଜଧାନୀରେ କୁଣ୍ଡଳୀ ଦେଖିଲା, ସନ୍ଧାନ ଧରିଲା । ପୋଲିସ କବଜାରେ ୩ ଜଣିଆ କେବିଏସ ଗ୍ୟାଙ୍ଗ୍ । ଚୋରା ଗାଡ଼ିରେ ବୁଲି ବୁଲି କରୁଥିଲେ ବାଇକ ଚୋରି । ଭୁବନେଶ୍ୱରରୁ ୩ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କାର୍ତ୍ତିକ ପ୍ରକାଶ, ସାଗର ପୁନ ଓ ବିକାଶ ରାୟ । ଭୁବନେଶ୍ୱର, କଟକ, ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରେ ଡୁପ୍ଲିକେଟ ଚାବି ଓ ଲକ୍ ଭାଙ୍ଗି ବାଇକ୍ ଚୋରି କରୁଥିଲା ଏହି ଗ୍ୟାଙ୍ଗ ।

Commisionerate Police Arrested 3 In Bike Stolen Case

ପୋଲିସକୁ ଚକମା ଦେବା ପାଇଁ ଚୋରି ଗାଡ଼ିକୁ କ୍ରାଇମରେ ବ୍ୟବହାର କରୁଥିଲେ । ସେମାନେଙ୍କ ଠାରୁ ୭ଟି ବାଇକ ଓ ୧୧ ଟି ମୋବାଇଲ୍ ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି । ଗତକାଲି ଭୁବନେଶ୍ୱରରେ ୬ ଲକ୍ଷ ଟଙ୍କାର ଜବତ ହୋଇଥିବା ଚୋରି ସାମଗ୍ରୀକୁ ଲୋକଙ୍କୁ ଫେରାଇଛି କମିଶନରେଟ ପୋଲିସ । ଅପରାଧୀମାନଙ୍କୁ ଟ୍ରାକ କରିବା ପାଇଁ କାମ କରୁଛି କୁଣ୍ଡଳୀ ଓ ସନ୍ଧାନ ଆପ୍ ।

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପ୍ରକୃତି ପ୍ରେମ: ବଗିଚାରେ ଫଳାଇଛନ୍ତି ବିଶ୍ୱର ଦାମୀ ଆମ୍ୱ

ରାଉରକେଲା ସହରରେ ଫଳିଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ଆମ୍ବ । ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବଗିଚାରେ ଫଳୁଛି ଏହି ଆମ୍ବ । ବିଶ୍ୱର ସବୁଠାରୁ ମୂଳ୍ୟବାନ ଆମ୍ଵ ସହିତ ବିଭିନ୍ନ ପ୍ରଜାତିର ଫୁଲଗଛ, ଫଳ, ସୈନ୍ଦର୍ଯ୍ୟ ଗଛ, ସହିତ ବିଭିନ୍ନ ପ୍ରଜାତିର ମାଛ ଓ କୁକୁଡ଼ା ଚାଷ କରିଛନ୍ତି ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଲଳିତା ପଣ୍ଡା । ୭୬ ଵର୍ଷ ଵୟସରେ ଲଳିତା ସାଜିଛନ୍ତି ପ୍ରକୃତି ପ୍ରେମୀ । ନିଜ ବଗିଚାରେ ଲଗାଇଛନ୍ତି ଦେଶ ବିଦେଶର ୪୦ ପ୍ରକାର ବିଭିନ୍ନ ଫୁଲ ଓ ଫଳ । ଏହାସହ ସେ ଘରେ ରଖିଛନ୍ତି ଅନେକ ପ୍ରଜାତିର ମାଛ ଓ ପକ୍ଷୀ । ତେବେ ତାଙ୍କ ବଗିଚାର ମୁଖ୍ୟ ଆକର୍ଷଣ ହେଉଛି ବିଶ୍ଵର ସବୁଠାରୁ ମୂଲ୍ୟବାନ ମିଆଜାକି ଆମ୍ବ । ମଧ୍ୟପ୍ରଦେଶ ଜବଲପୁରରେ ଜଣେ ବ୍ୟକ୍ତି ତାଙ୍କ ବାଡ଼ିରେ ଥିବା ଏହି ପ୍ରଜାତିର ଦୁଇଟି ଆମ୍ବଗଛକୁ ଜଗିବା ଲାଗି ବନ୍ଧୁକଧାରୀ ସୁରକ୍ଷାକର୍ମୀ ଓ ଜଗୁଆଳି କୁକୁର ନିୟୋଜିତ କରିଥିବାର ଖବର ନିକଟରେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା । ଅନ୍ତର୍ଜାତୀୟ ବଜାରରେ ଆମ୍ବର ମୂଲ୍ୟ କେଜି ପ୍ରତି ଥିଲା ୨ ଲକ୍ଷ ୭୦ ହଜାର ଟଙ୍କା । କଲିକତାରୁ ଆଣିଥିବା ୩ଟି ଚାରା ମଧ୍ୟରୁ ଏବେ ଗୋଟିଏରେ ୨ ଟି ଓ ଆଉ ଗୋଟିଏ ଗଛରେ ଗୋଟିଏ ଆମ୍ବ ଫଳିଛି । ଆମ୍ଵର ଓଜନ୍‌ ପ୍ରାୟ ଅଧ କିଲୋଗ୍ରାମରୁ ଅଧିକ । ଏହି ବଗିଚାରେ ରହିଥିବା ପ୍ରସିଦ୍ଧ ରାଜା ଆମ୍ବ ବର୍ଷକୁ ୩ ଥର ଫଳୁଛି ।

ଏଥିସହିତ ପଢ଼ନ୍ତୁ: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପଳାଇଲା ପ୍ରେମିକ: ଏଭଳି ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା: ପୁରୀବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିିପି

ପୁରୀ: ପୋଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା । ପୁରୀଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।ସମୀକ୍ଷା ପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ କାମ କରୁଥିବା କହିଛନ୍ତି ପୋଲିସ ଡିଜି । ଗତବର୍ଷ ଘୋଷଯାତ୍ରାରେ ପୁରୀବାସୀଙ୍କ ସହଯୋଗ ମିଳିଥିଲା । ଚଳିତ ବର୍ଷ ମଧ୍ୟ ପୁରୀବାସୀଙ୍କ ସହାୟତା ଲୋଡିଲେ ପୋଲିସ ଡିଜି । କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେତେ ପୋଲିସ ନିୟୋଜିତ ହେବେ ୨/୩ଦିନରେ ସ୍ପଷ୍ଟ ହେବ  । ଘରେ ରୁହନ୍ତୁ, ମୋବାଇଲ ଓ ଟିଭିରେ ଭଗବାନଙ୍କୁ ଦର୍ଶନ କରନ୍ତୁ ବୋଲି କହିଛନ୍ତି ଶ୍ରୀ ଅଭୟ । ସରକାରଙ୍କ ରଥଯାତ୍ରା ଗାଇଡଲାଇନ ପାଳନ୍ତୁ ପୁରୀବାସୀ । ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ସାମିଲ ଥିଲେ । ପୁରୀ ଏସପି ଓ ବରିଷ୍ଠ ଅଧିକାରୀ , ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ରେକର୍ଡ଼ କଲା ଓଡ଼ିଶା: କୋଟିଏ ଅତିକ୍ରମ କଲା ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ

ପ୍ରେମ ପାଇଁ ୫ ଜଣଙ୍କୁ ମାରି ୧୦ ଫୁଟ୍ ତଳେ ପୋତି ଦେଲା

ଭୋପାଳ: ମଧ୍ୟପ୍ରଦେଶର ଦେବାସ ନେମାବରରେ ୫ ଜଣଙ୍କୁ ବିଭତ୍ସ ହତ୍ୟାର ଖିଅ ଖୋଲୁଛି । ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ଓ ସାଥୀ କରଣଙ୍କୁ ପୋଲିସ ୨ ଦିନର ରିମାଣ୍ଡରେ ନେବା ପରେ ଜେଲ୍ ପଠାଇ ଦିଆଯାଇଛି । ଅଭିଯୁକ୍ତ ରାକେଶ ନିମୋରଙ୍କୁ ଦିନକ ପାଇଁ ରିମାଣ୍ଡରେ ନେଇଛି ପୋଲିସ । ଏଥିସହ ସୁରେନ୍ଦ୍ରର ଭାଇ ବୀରେନ୍ଦ୍ରଙ୍କୁ ବି ରିମାଣ୍ଡରେ ନେଇଛି ପୋଲିସ । ମାମଲାରେ ଏବେ ଯାଏ ୭ ଜଣଙ୍କୁ ଗିରଫ କରାଯାଇଛି ।

ମଧ୍ୟପ୍ରଦେଶର ନେମାବରରେ ଜୁନ୍ ୨୯ ସନ୍ଧ୍ୟାରେ ମାଟି ତଳୁ ୫ ଜଣଙ୍କ ମୃତଦେହ ମିଳିଥିଲା । ମୃତକମାନେ ମେ ୧୩ ତାରିଖରୁ ନିଖୋଜ ଥିଲେ । ପୋଲିସ ଏମାନଙ୍କ ସନ୍ଧାନରେ ଲାଗିଥିଲା । ନିଖୋଜଙ୍କ ମଧ୍ୟରେ ଜଣେ ମହିଳା, ୩ ଯୁବତୀ ଓ ଜଣେ ଯୁବକ ଥିଲେ । ମୁଖବୀରଙ୍କ ସୂଚନା ପ୍ରକାରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ପୋଲିସ ଜଣଙ୍କ ପରେ ଜଣେ ଅଭିଯୁକ୍ତଙ୍କୁ ନେବା ସହ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ କାବୁ କରିଥିଲା । ଏଥିସହ ମାଟି ଖୋଳି ୫ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ଜେସିବିରେ ପ୍ରାୟ ୧୦ ଫୁଟ୍ ଖୋଳିବା ପରେ ୫ ଜଣଙ୍କ ଶବ ମିଳିଥିଲା । ସୂଚନା ପାଇବା ପରେ ଉଜ୍ଜୟିନୀ ଆଇଜି/ଏଡିଜି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏଡିଜିଙ୍କ ସୂଚନା ପ୍ରକାରେ ଏ ଜଘନ୍ୟ ହତ୍ୟାକାଣ୍ଡ ସୁରେନ୍ଦ୍ର ଓ ରୂପାଲିଙ୍କ ପ୍ରେମକୁ ନେଇ ହୋଇଛି । ମୃତ ଯୁବତୀଙ୍କ ସହ ସୁରେନ୍ଦ୍ରର ପ୍ରେମ ସମ୍ପର୍କ ଥିଲା । ଆଉ ଅନ୍ୟ କେଉଁଠି ସୁରେନ୍ଦ୍ରର ବିବାହ ସ୍ଥିର ହୋଇଥିଲା । ଆଉ ରୂପାଲି ଚାହୁଁ ନଥିଲା ସୁରେନ୍ଦ୍ର ଅନ୍ୟ କେଉଁଠି ବାହା ହେଉ । ଏହାପରେ ରୂପାଲିକୁ ରାସ୍ତାରୁ ହଟାଇବାକୁ ଯାଇ ସୁରେନ୍ଦ୍ର ସାଥୀଙ୍କ ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଥିଲା ।

ତୃତୀୟ ପ୍ରବାହ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ । ଗତ ୧୭ ତାରିଖରୁ ପ୍ରସ୍ତୁତ ଏସଓପିରେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଶିଶୁଙ୍କୁ ତୃତୀୟ ଲହର ବେଶି ପ୍ରଭାବିତ କରିପାରେ । ତେଣୁ ସବୁ ଡାକ୍ତର ଓ ନର୍ସଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ଟ୍ରେନିଂ । ୧୦ଟି ଆଇସୋଲେସନ ବେଡ୍ ସିଏଚସିୟୁର ୨ରୁ ୪ଟି ବେଡ୍ ରଖିବାକୁ କୁହାଯାଇଛି । ୬୪ଟି ଏନଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯ଼ାଇଛି  । ଭିମସାର ଏନଆଇସିୟୁରେ ୨୦ ବେଡ୍, ଏସସିବିରେ ୧୦, ବାଲେଶ୍ୱର ଏଫ.ଏମ୍.ରେ ୧୦ ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ପିଆଇସିୟୁରେ ୯୪ଟି , ଏଚଡିୟୁ ୮୪ଟି ପ୍ରସ୍ତୁତି ରଖିବାକୁ କୁହାଯାଇଛି । କଳାହାଣ୍ଡି ଓ ଦେବଗଡ଼ରେ ଶିଶୁଙ୍କ ପାଇଁ ଖୋଲିଛି ସ୍ୱତନ୍ତ୍ର ମେଡିକାଲ । ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସୁଛି । ଏହି ସମୟରେ ରାଜ୍ୟବାସୀଙ୍କୁ ସାବଧାନ ରହିବା ସହ କୋଭିଡ ନିୟମ ମାନିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି । କୋଭିଡକୁ ମାତ୍ ଦେବାକୁ ଟିକାକରଣ ଓ କୋଭିଡ ନିୟମ ମାନିବା ଜରୁରୀ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ କରୋନା ବିରୋଧୀ ଲଢେଇରେ ନିଶ୍ଚୟ ଜିତିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପଳାଇଲା ପ୍ରେମିକ: ଏଭଳି ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

 

ଲକଡାଉନ୍ ସଜାଇଲା ବଳଦ, ପୁଅର ସାଇକେଲକୁ ଲଙ୍ଗଳ କରି ହଳ କଲେ କୃଷକ

ଚେନ୍ନାଇ: ସାଇକେଲରେ ମଣିଷ ପରିବା ବୋହିବା ଦେଖିଥିବେ । କେବେ ଦେଖିଛନ୍ତି ? ସାଇକେଲରେ କେହି କେବେ ହଳ କରିବା… ହଁ ଏମିତି ଘଟିଛି । କରୋନାର କାଳ ନଜର ଓ ତାଲାବନ୍ଦ ଯୋଗୁଁ ଜଣେ କୃଷକଙ୍କୁ ଏମିତି କରିବାକୁ ପଡ଼ିଛି । କୃଷକ ନିଜେ ବଳଦ ସାଜିଥିବା ବେଳେ ପୁଅ ଧରିଛି ଲଙ୍ଗଳ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡ଼ୁରେ । ଥିରୁଥାନୀ ଜିଲ୍ଲାର ଅଗୁରରେ ରହୁଥିବା ୩୭ ବର୍ଷୀୟ ନାଗରାଜ କରଜ ଆଣି ବିଲରେ ଚମ୍ପା ଚାଷ କରିଥିଲେ । ଆଶା ଥିଲା ଭଲ ଚମ୍ପା ଫୁଲ ହେଲେ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ନେବେ । ବିବାହ, ବ୍ରତରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରି ପରିବାର ପୋଷିବେ ।

Tamilnadu Farmer Use Sons Bicycle To Plough Field Due To Faced The Brunt Of Lockdown

ଆଶାର ବିଶ୍ୱାସରେ ଇନ୍ଧନ ଭରି ଆସୁଥିବା ବେଳେ ହଠାତ୍ କରୋନା ପାଇଁ ସରକାର ଘୋଷଣା କରି ଦେଲେ ଲକଡାଉନ୍ । ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଗଲା ମନ୍ଦିର । ଠପ୍ ହୋଇଗଲା ଜାକଜମକରେ ହେଉଥିବା ବାହାଘର । ଫଳରେ ଅମଳ ଫୁଲ ବିକ୍ରି ହୋଇ ପାରିଲା ନାହିଁ । ଏଭଳି ଦୁଃସ୍ଥିତିରେ ବର୍ଷେ ଚଳିବା ପରେ ନାଗରାଜ ପୁଣି ଚାଷ ପାଇଁ ଅଣ୍ଟା ଭିଡ଼ିଥିଲେ । ପାଖରେ ବେଶି ଟଙ୍କା ନଥିବାରୁ ଟ୍ରାକ୍ଟରରେ ହଳ କରିବା ସମ୍ଭବ ନଥିଲା । ଶେଷରେ ପୁଅକୁ ପାଠ ପଢ଼ିବା ପାଇଁ ସରକାର ଦେଇଥିବା ସାଇକେଲକୁ ଜୁଆଳି କରି ଚାଷ ଆରମ୍ଭ କରିଥିଲେ ନାଗରାଜ । ତାଙ୍କ ସହ ପୂରା ପରିବାର ବି ଚାଷରେ ଲାଗି ପଡ଼ିଥିଲା । ୬ ମାସର ପରିଶ୍ରମ ପରେ ଅପେକ୍ଷାର ଫୁଲ ଫୁଟିବା ବେଳକୁ ପୁଣି ଲକଡାଉନ୍ ହୋଇଗଲା ।

Tamilnadu Farmer Use Sons Bicycle To Plough Field Due To Faced The Brunt Of Lockdown

ଏନେଇ ନାଗରାଜ କୁହନ୍ତି- ମୁଁ ମୋ ପୁଅର ସାଇକେଲକୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଛି । ଏମିତିରେ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । କେଉଁଠାରୁ କିଛି ସାହାଯ୍ୟ ନ ମିଳିବା ପରେ ଖେତ ହଳ କରିବା ପାଇଁ ମୁଁ ଏ ରାସ୍ତା ବାହାର କରିଛି । ଏ କେବଳ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ୟୁପିରେ ଜଣେ ବୃଦ୍ଧ ଯୋଡ଼ା ବଳଦ ନଥିବାରୁ ନିଜେ ବଳଦ ସାଜି କ୍ଷେତ ହଳ କରିଥିଲେ ।

ଗର୍ଭବତୀ ପ୍ରେମିକାକୁ ଛାଡ଼ି ପଳାଇଲା ପ୍ରେମିକ: ଏଭଳି ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ଫେସବୁକରୁ ପ୍ରେମ, ତାପରେ ଶାରୀରିକ ସମ୍ପର୍କ ଆଉ ଏବେ ପ୍ରେମିକ ଚମ୍ପଟ । ବାଧ୍ୟ ହୋଇ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କ ସହ ସିମୁଳିଆ ଥାନା କୁପୁରା ଅଞ୍ଚଳର ଯୁବକ ଜସିମ ସାହାଜିଙ୍କ ପ୍ରେମ ହୋଇଥିଲା । ଏହା ପରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ବେଙ୍ଗାଲୁରରେ ଏକ ହୋଟେଲ ୩ ମାସ ରହିଥିଲେ । ଯୁବତୀ ୨ ମାସର ଗର୍ଭବତୀ ହୋଇଥିବା ବେଳେ ଯୁବକ ଜଣକ ହୋଟେଲରେ ଯୁବତୀଙ୍କୁ ଛାଡ଼ି ପଳେଇ ଆସିଥିଲେ । ଫୋନ କଲେ ମଧ୍ୟ ଜସିମ୍ ଫୋନ୍ ନ ଉଠାଇବାରୁ ଯୁବତୀ ଜଣଙ୍କ ଗତ ମାସ ୯ ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ଯାହାଫଳରେ ଆଜି ଯୁବତୀଜଣକ ସିମୁଳିଆ ଥାନା ସମ୍ମୁଖରେ କିରାସିନ ଢାଳି ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ପୋଲିସ ଯୁବତୀକୁ ଉଦ୍ଧାର କରିବା ସହ ଯୁବତୀର ଭାଇଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଏଥିସହିତ ପଢ଼ନ୍ତୁ: ରେକର୍ଡ଼ କଲା ଓଡ଼ିଶା: କୋଟିଏ ଅତିକ୍ରମ କଲା ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ

 

ନାବାଳକକୁ ଗୋଇଠା ମାରିବା ଘଟଣାରେ ଡିସିପିଙ୍କୁ ରିପୋର୍ଟ ମାଗିଲା ଶିଶୁ ଅଧିକାର ଆୟୋଗ

ଭୁବନେଶ୍ୱର: କେସୁରା ଛକରେ ନାବାଳକକୁ ପୋଲିସର ଗୋଇଠା ମାରିବା ଘଟଣାରେ ଡିସିପିଙ୍କୁ ରିପୋର୍ଟ ମାଗିଲା ରାଜ୍ୟ ଶିଶୁ ଅଧିକାର ଆୟୋଗ । ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ । ଜୁଭେନାଇଲ ଜଷ୍ଟିସ ଆକ୍ଟରେ ନାବାଳକକୁ ମାଡ଼ ମାରିବା କାହାକୁ ଅଧିକାର ଦିଆଯାଇନି । ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ ସାଧ୍ୟବତୀ ପ୍ରଧାନ ସୂଚନା ଦେଇଛନ୍ତି । ସେପେଟେ ପୋଲିସ ଆଚରଣ ଓ ଉଚ୍ଚାରଣ କଥା ସାମନାକୁ ଆସିଛି । ଜେଜେ ଆକ୍ଟ ଅନୁସାରେ ଗିରଫ ହୋଇପାରିବ ବୋଲି ଆଇନଜୀବୀ କହିଛନ୍ତି । ଗତ ମାସରେ ନାବାଳକଙ୍କ ବାପା ସଟଡାଉନରେ ଦୋକାନ ଖୋଲି ଥିଲେ । ପାଟ୍ରୋଲିଂ ବେଳେ ନବାଳକ ଜଣକୁ ଗୋଇଠା ମାରିଥିଲେ ପୋଲିସ୍ କର୍ମଚାରୀ । ଘଟଣାରେ ପୋଲିସ କର୍ମଚାରୀ ଜଣଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟମାନଙ୍କ ଉପସ୍ଥିତିକୁ ନେଇ ପୋଲିସ ତଦନ୍ତ କରୁଛି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ କୁନି ଛୁଆଙ୍କ ସଚେତନତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କରୋନା ଟିକା ନେଇ କୁନି ଛୁଆଙ୍କ ସଚେତନତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଭ୍ୟାକ୍ସିନ ନେଇ ପିଲାମାନଙ୍କ ସଚେତନତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । କରୋନାରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନର ଆବଶ୍ୟକତା ନେଇ ଅଭିନୟ ମାଧ୍ୟମରେ  ଲୋକଙ୍କୁ ସଚେତନ କରିଛନ୍ତି କିଛି କୁନି କୁନି ଛୁଆ । ଆଉ ପିଲାଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରୁ ସୁରକ୍ଷିତ ରହିବା ପାଇଁ ଟିକା ହିଁ ଶ୍ରେଷ୍ଠ ଉପାୟ ବୋଲି କୁନି କୁନି ଛୁଆମାନେ ଅତି ସୁନ୍ଦରଭାବେ ବୁଝାଇଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି । ପିଲାଙ୍କ ଦ୍ୱାରା ଅଭିନିତ ଏହି ସଚେତନତା ଭିଡିଓରେ ଲୋକମାନେ କିଭିଳି ଟିକା ଅପେକ୍ଷା କରୋନାରୁ ସୁରକ୍ଷିତ ରହିବା ପାଇଁ ପୂଜା ପାଠ ଉପରେ ଭରସା କରନ୍ତି । କିନ୍ତୁ ପୂଜା ପାଠ ପରେ ଭଗବାନ ନିଜେ ମଧ୍ୟ କରୋନାରୁ ସୁରକ୍ଷିତ ରହିବା ପାଇଁ ଆଗ ଟିକା ନେବା ନେଇ କହୁଥିବା ଏଥିରେ ଦର୍ଶାଇଛନ୍ତି । ଯାହା କିଛି ଲୋକଙ୍କ ମଧ୍ୟରେ ଥିବା କରୋନା ଟିକାକୁ ନେଇ ଧାରଣା ସମ୍ପର୍କରେ ସୂଚାଉଥିବା ସହ ଏ ଦିଗରେ ସଚେତନ ମଧ୍ୟ କରାଇଛି ।

ତୃତୀୟ ପ୍ରବାହରେ ଅଧା ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କୋଭିଡ ତୃତୀୟ ପ୍ରବାହକୁ ନେଇ ଆସିଲା ଗୁରୁତ୍ୱ ପୂର୍ଣ୍ଣ ସୂଚନା। ତୃତୀୟ ପ୍ରବାହ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ପ୍ରବାହ ଭଳି ହେବ। ଅର୍ଥାତ ଦ୍ୱିତୀୟ ପ୍ରବାହ ତୁଳନାରେ ଏହା ବହୁତ କମ୍ ରହିବ। ଏଭଳି ସୂଚନା ଦେଇଛନ୍ତି କୋଭିଡ ପ୍ୟାନେଲର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ।

ଅଗ୍ରୱାଲ କହିଛନ୍ତି ଯେ ଲୋକଙ୍କ ଭିତରେ ପ୍ରତିରୋଧକ ଶକ୍ତିର ଅଭାବ, ଟିକାଦାନ ପ୍ରକ୍ରିୟା ଓ ପ୍ରଭାବଶାଳୀ ଭାରିଆଣ୍ଟ ଯୋଗୁ ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ଅଧକ ରହିଛି। ଆସନ୍ତା ଅକ୍ଟୋବର- ନଭେମ୍ବର ବେଳକୁ କୋଭିଡ ସଂକ୍ରମଣ ସର୍ବୋଚ୍ଚ ସ୍ତରକୁ ଯାଇପାରେ। ମାତ୍ର ବର୍ତ୍ତମାନ ଯେଉଁ ସଂଖ୍ୟାରେ ସଂକ୍ରମଣ ଚାଲିଛି ତାହାର ଅଧା ହେବ। ତେବେ ତୃତୀୟ ପ୍ରବାହରେ ସଂକ୍ରମଣ ପୂର୍ବ ତୁଳନାର ଅଧିକ ଗତିଶୀଳ ହେବ।

ଦେଶରେ କରୋନା ସଂକ୍ରମଣର ଗାଣିତିକ ପରିସଂଖ୍ୟାନ ନେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଗଠିତ ପ୍ୟାନେଲର ବୈଜ୍ଞାନିକ ଅଗ୍ରୱାଲ ଆହୁରି କହିଛନ୍ତି ଯେ ଅଗଷ୍ଟ ସୁଦ୍ଧା ଦେଶରେ ଜନଜୀବନ ସ୍ବାଭାବିକ ହୋଇପାରେ ବୋଲି ଆଶା କରାଯାଉଛି। ଅନ୍ୟ କୌଣସି ମ୍ୟୁଟାଣ୍ଟ ଆସିବାର ସମ୍ଭାବନା ଦିଶୁନାହିଁ। ଅନ୍ୟ ଏକ ଆକଳନରୁ ବି କୁହାଯାଇଛି ଯେ ଆସନ୍ତା ଅଗଷ୍ଟରେ ୨୫ ପ୍ରତିଶତ ଅଧିକ ସଂକ୍ରମଣଶୀଳ ମ୍ୟୁଟାଣ୍ଟ ଆସିବାର ସମ୍ଭାବନା ରହିଛି । ମାତ୍ର ଏହା ଡେଲଟା ପ୍ଲସ ହୋଇ ନପାରେ ବୋଲି ସେ କହିଛନ୍ତି।

ଅନ୍ୟ ଏକ ଆକଳନ ଅନୁସାରେ ତୃତୀୟ ପ୍ରବାହରେ ଦେଶରେ ସଂକ୍ରମଣ ସଂଖ୍ୟା ଦେଢ଼ ଲକ୍ଷରୁ ୨ ଲକ୍ଷ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।