spot_img
Home Blog Page 5461

କୋଭିଡ ସମୟରେ ରକ୍ତଭାବ ଦୂର କରିଛି ଓଡ଼ିଶା ମୋ ପରିବାର, ମୁଖ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର: କୋଭିଡ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତିମାନଙ୍କ ନିଷ୍ଠା ଏବଂ ପରୋପକାରୀ ମନୋଭାବର ତୁଳନା ନାହିଁ। ଜୁନ ମାସରେ ‘ଓଡ଼ିଶା ମୋ ପରିବାର’ର ଜୀବନ ବିନ୍ଦୁ ଶିବିରରୁ ୧୪,୨୧୪ ୟୁନିଟ୍ ରକ୍ତ ସଂଗ୍ରହ ହେବା ଅତ୍ୟନ୍ତ ଖୁସିର ବିଷୟ। ଏଥିରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସମସ୍ତ ବିଧାୟକ, ସଂଯୋଜକ ଓ କର୍ମୀଙ୍କୁ ମୋର ସାଧୁବାଦ ଜଣାଉଛି ।

ରାଜ୍ୟରେ ରକ୍ତ ଅଭାବ ପଡିଥିବା ବେଳେ ଓଡ଼ିଶା ମୋ ପରିବାର ପକ୍ଷରୁ ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସିଛି  । ଯେଉଁଥିପାଇଁ ଅନେକ ଜୀବନ ବଞ୍ଚିପାରିଛି  । ଅନେକ ଅଭାବ ବ୍ୟକ୍ତି ରକ୍ତ ଅଭାବରୁ ବଞ୍ଚିତ ହୋଇନାହାଁନ୍ତି  । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

 

 

ବୁଢ଼ାବଳଙ୍ଗ ଏବଂ ସ୍ଵର୍ଣ୍ଣନନ୍ଦୀ କୂଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ

ବାଲେଶ୍ଵର:  ମିଳିଲା ପ୍ରାଚୀନ ସଭ୍ୟତାର ସନ୍ଧାନ । ରେମୁଣା ବ୍ଲକ୍ ଦୁର୍ଗାଦେଈପୁର ଅଞ୍ଚଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି । ବୁଢ଼ାବଳଙ୍ଗ ଏବଂ ସ୍ଵର୍ଣ୍ଣନନ୍ଦୀ କୂଳରେ ଗଢ଼ି ଉଠିଥିବା ପ୍ରାଚୀନ ସଭ୍ୟତାର ଅଂଶବିଶେଷ ଆବିଷ୍କାର କରାଯାଇଛି । ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ -ପୂର୍ବ ଏସିଆ ଗବେଷଣା ଅନୁଷ୍ଠାନ ପତ୍ନତାତ୍ତ୍ବିକ ସର୍ବେକ୍ଷଣ ବେଳେ ଏସବୁର ସନ୍ଧାନ ମିଳିଛି ।

ଆବିଷ୍କୃତ ସାମଗ୍ରୀ ପ୍ରାୟ ଅଢେଇ ହଜାର ବର୍ଷ ତଳର ବୋଲି ଜଣା ପଡ଼ିଛି । ମାଟି ତଳୁ ବାହାରିଛି ମାଟିପାତ୍ର, ମାଟି ନିର୍ମିତ ଖେଳନା, ଅଳଙ୍କାର । ଲୌହଯୁଗ ସମୟର ମଧ୍ୟ ଲୁହା ସ୍ଲାବ୍‌, ଭାଲା, କଣ୍ଟା ଓ କଳା ଓ ଲାଲ ରଙ୍ଗର ମାଟିପାତ୍ର ମିଳିଛି ।

ପ୍ରତ୍ନତତ୍ତ୍ୱବିତ୍ ଡ. ସୁନୀଲ କୁମାର ପଟ୍ଟନାୟକ କହିଥିଲେ, ଦୁର୍ଗାଦେବୀର ପ୍ରତ୍ନତାତ୍ତ୍ୱିକ ଅବଶେଷର ପର୍ଯ୍ୟାଲୋଚନା ପରେ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଠାରୁ ଉତ୍‌ଖନନ ନିମନ୍ତେ ସ୍ୱୀକୃତି ପତ୍ର ମିଳିଥିଲା। ଉତ୍‌ଖନନ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇ ମେ’ ୫ ଯାଏ ଚାଲିଥିଲା। ଆଜକୁ ପ୍ରାୟ ୨୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢାବଳଙ୍ଗ ଓ ସୋଣ ନଦୀ ଅବବାହିକାର ମଧ୍ୟଭାଗରେ ପ୍ରାୟ ୫ କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ପ୍ରାଚୀର ଦ୍ୱାରା ପରିବେଷ୍ଟିତ ଥିଲା। ଉଭୟ ପାର୍ଶ୍ୱରେ ଗଙ୍ଗାହାର ଓ ପ୍ରସନ୍ନ ନାଳ ଗଡ଼ଖାଇ ଭାବରେ ଅଦ୍ୟାବଧି ରହିଛି।

ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଳି ନିର୍ମିତ ଖେଳଣା, ଲୁହା କଣ୍ଟା ଇତ୍ୟାଦି ମିଳିଛି। ପରବର୍ତ୍ତୀ ଲୌହ ଯୁଗ ସମୟର ଲୁହାର ସ୍ମାଗ୍‌, ଭାଲାର ଅଗ୍ରଭାଗ, କଣ୍ଟା ଇତ୍ୟାଦି ଉପଲବ୍ଧ ହୋଇଛି। ଏଥିସହ କଳା ଓ ଲାଲ୍ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଛି। ଦୁର୍ଗାଦେବୀ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନର ପ୍ରଥମ ପର୍ଯ୍ୟାୟରେ ଏହା ଆଜକୁ ପ୍ରାୟ ୪୦୦୦ ବର୍ଷ ପୁର୍ବ ବୋଲି ଜଣାପଡ଼ୁଛି।

ଖ୍ରୀଷ୍ଟ ପୂର୍ବ ୨୧୦୦ ରୁ ୧୦୦୦ ସମୟ କାଳ ମଧ୍ୟରେ ଓଡ଼ିଶା ଉନ୍ନତ କୃଷି ସଭ୍ୟତାର ବିକାଶ ଏବଂ ପରେ ପରେ ଖ୍ରୀଷ୍ଟ ପୂର୍ବ ୧୫୦୦ ରୁ ୬୦୦ ବର୍ଷ ସମୟ କାଳ ମଧ୍ୟରେ ଲୌହ ଯୁଗର ବିକାଶ ଏବଂ ଉନ୍ନତ ଲୌହ ସାମଗ୍ରୀର ବହୁଳ ବ୍ୟବହାର ଏବଂ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟ ପୂର୍ବ ୪୦୦ ବେଳକୁ ସହରୀ ସଭ୍ୟତାର ବିକାଶର ଚିତ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଏକ ଦୃଷ୍ଟାନ୍ତ ଦୁର୍ଗାଦେବୀରୁ ପ୍ରାପ୍ତ ହୋଇଛି ବୋଲି ଡ. ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।

ବିରୋଧୀଙ୍କୁ ରଣେନ୍ଦ୍ରଙ୍କ ପ୍ରଶ୍ନ, ୧୭ ଜିଲ୍ଲାରେ ରବିଚାଷ ବେଳେ ୩୦ ଜିଲ୍ଲାରେ ଆନ୍ଦୋଳନ କାହିଁକି ?

ଭୁବନେଶ୍ୱର: ଧାନକିଣା ପ୍ରସଙ୍ଗକୁ ନେଇ ବିରୋଧୀ ଚଳାଇଛନ୍ତି ନାଟକବାଜି । ୧୭ ଜିଲ୍ଲାରେ ରବିଚାଷ ହେଉଥିବା ବେଳେ ୩୦ ଜିଲ୍ଲାରେ ଆନ୍ଦୋଳନ କାହିଁକି ବୋଲି ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନ କରିଛନ୍ତି । ଗତବର୍ଷ ୮୩ ପ୍ରତିଶତ ରବିଧାନ ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ୯୧ ପ୍ରତିଶତ ଧାନ ସଂଗ୍ରହ ହୋଇଛି । ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯାଇଛି । ଚଳିତବର୍ଷ ୮ ପ୍ରତିଶତ ଲୋକ ଧାନ ବିକିଛନ୍ତି ବୋଲି । ମନ୍ତ୍ରୀ କହିଛନ୍ତି, ମୁଁ ସବୁବେଳେ ବିରୋଧୀଙ୍କୁ କହିଛି, ଟୋକନ ବ୍ୟବସ୍ଥା ଟେକ୍ନୋଲୋଜି ଦ୍ବାରା ନିୟନ୍ତ୍ରିତ। ଏହା ଅଟୋମେଟେଡ ସିଷ୍ଟମ। ବିରୋଧୀ କଂଗ୍ରେସ ଏବଂ ବିଜେପି ଭାଇମାନଙ୍କୁ କହିଛି, ଯେଉଁମାନେ ବାଛବିଚାରର ଶିକାର ହୋଇଛନ୍ତି ଲିଖିତ ଆକାରରେ ଦେବାପାଇଁ ।

ମିଡିଲମ୍ୟାନ ମାନେ ସିଷ୍ଟମ ଭିତରେ ପଶିପାରୁନାହାନ୍ତି ।ଆମ ବ୍ୟବସ୍ଥାକୁ କେନ୍ଦ୍ର ଖାଦ୍ୟ ସଚିବ ରବିକାନ୍ତ ପ୍ରଶଂସା କରିଛନ୍ତି । ଉତ୍ତରପ୍ରଦେଶ ସରକାର ପି-ପାସ ବ୍ୟବସ୍ଥା ଲାଗୁ କରୁଛନ୍ତି । ଅବଧି ବୄଦ୍ଧି ପାଇଁ ଚିଠି ଲେଖାଯିବ ନାହିଁ। ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ନାଟକବାଜି କରୁଛି । ଦେଶର ଅବସ୍ଥା କ’ଣ ? ପେଟ୍ରୋଲ ଡିଜେଲ ଦର କେଉଁ ଆଡକୁ ଯାଉଛି ? ସେ ଯଦି୧୦୦ରୁ ଅଧିକ ପେଟ୍ରୋଲ ଡିଜେଲ ଦରକୁ ନେଇ ଗର୍ବ ଅନୁଭବ କରୁଥିବେ, ମୋର କହିବାର ନାହିଁ। ତେବେ ତେଲଦର ବୃଦ୍ଧି ଉପରୁ ଜନତାଙ୍କ ନଜର ହଟାଇବା ପାଇଁ ବିଜେପି ଆନ୍ଦୋଳନ କରୁଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ପ୍ରତି ଅସମ୍ମାନଜନକ ଲେଖା, ଥାନାରେ ଏତଲା

ଗଜପତି: ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଅସମ୍ମାନ ଲେଖା ପ୍ରକାଶନ କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ପାରଳା ଥାନାରେ କରାଯାଇଛି ଅଭିଯୋଗ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ପ୍ରତି ଅସମ୍ମାନଜନକ ଲେଖା “ଜୟପୁର ରାଜବଂଶାଳୀ” ପୁସ୍ତକର ୩୩୨ ପୃଷ୍ଠାରେ ପ୍ରକାଶ ପାଇଛି। ସମଗ୍ର ଓଡିଶାର ଗର୍ବ ଗୌରବ ତଥା ମହାପୁରୁଷ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ନେଇ ଏଭଳି ଅସମ୍ମାନ ପ୍ରଦର୍ଶନ କରି ଲେଖା ପ୍ରକାଶ ପାଇଥିବାରୁ ଏହା ବିରୁଦ୍ଧରେ ପାରଳାଖେମୁଣ୍ଡି ଉତ୍କଳ ହିତୈଷଣୀ ସମାଜ ପକ୍ଷରୁ ଏହାର ଦୃଢ ପ୍ରତିବାଦ କରାଯିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

କୋରାପୁଟ ଜିଲ୍ଲା ଜୟପୁର ସହର ନିବାସୀ କୃଷ୍ଣଚନ୍ଦ୍ର ମିଶ୍ର ଓ ସୁବାଷ ଚନ୍ଦ୍ର ମିଶ୍ର ନାମକ ଦୁଇ ଜଣ ବ୍ୟକ୍ତି “ଜୟପୁର ରାଜବଂଶାଳୀ” ନାମକ ଏକ ପୁସ୍ତକର ୩୩୨ ପୃଷ୍ଠାରେ ପାରଳା ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କୁ ଅସମ୍ମାନଜନକ ଭାବରେ “କୃଷ୍ଣଚନ୍ଦ୍ର ଗଜପତି ବ୍ରିଟିଶ ସରକାରଙ୍କ ଚାଟୁକାରକ ଥିଲେ, କୃଷ୍ଣଚନ୍ଦ୍ର ଗଜପତିଙ୍କ କୁଚକ୍ରାନ୍ତ ଯୋଗୁଁ ୧୯୩୬ ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭାଷୀ ଅଞ୍ଚଳର ଅଧା ଅଂଶ ସେତେବେଳର ମାଡ୍ରାସ ପ୍ରେସିଡେନ୍ସି ଅଧିନସ୍ଥ ଆନ୍ଧ୍ର ଅଞ୍ଚଳରେ ମିଶାଇ ଦେଇ ଓଡିଆଙ୍କୁ ଦୁଇ ଭାଗ କରି ସୀମାରେଖା ଟାଣିଛନ୍ତି। ଓଡିଶାର ଅଧେ ଆନ୍ଧ୍ରରେ ସାମିଲ କରି ନିଜର ସ୍ୱାର୍ଥ ସାଧନ କରିଛନ୍ତି। ଏହି ମହାରାଜା ପୂଜ୍ୟପୂଜାର ଅଧିକାରୀ ଅଟନ୍ତି କି?” ଏପରି କିଛି ଉଲ୍ଲେଖ କରାଯାଇଥିବା ଅଭିଯୋଗ ଆଣିଛି ଉତ୍କଳ ହିତୈଷଣୀ ସମାଜ।

ଏପରି ଅବାଞ୍ଛିତ ଓ ଅସମ୍ମାନଜନକ ମନ୍ତବ୍ୟ ଦ୍ୱାରା ସର୍ବସାଧାରଣରେ ସେହି ଦିବଙ୍ଗତ ମହାପୁରୁଷଙ୍କ ପ୍ରତିଷ୍ଠା, ମର୍ଯ୍ୟାଦା କ୍ଷତିଗ୍ରସ୍ତ ହେବା ସହ ଆମ ଅନୁଷ୍ଠାନ ଏବଂ ରାଜ୍ୟର ଅଗଣିତ ଜନସାଧାରଣଙ୍କ ମାନସରେ ଏହା ଅସହ୍ୟ ଯନ୍ତ୍ରଣାଜାତ କରିବା ସହ ଓଡିଶାବାସୀଙ୍କୁ ଲାଞ୍ଛିତ କରୁଛି। ଏନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉଭୟଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ପୁସ୍ତକର ବିକ୍ରୟ ଓ ବଣ୍ଟନକୁ ତୁରନ୍ତ ବନ୍ଦ କରାଯାଉ। ଏହି ଅଭିଯୋଗ ପତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବୟ ଗଜପତି ଜିଲ୍ଲାପାଳଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ପ୍ରେରଣ କରାଯାଇଛି।

ସିଡ଼ିଏସ୍ ଏବଂ ବାୟୁସେନା ମୁଖ୍ୟଙ୍କ ଭିତରେ ମତପ୍ରାର୍ଥକ୍ୟ, ଏମିତି କହିଲେ ଭଦୌରିଆ

ନୂଆଦିଲ୍ଲୀ: ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡସକୁ ନେଇ ବିବାଦ । ଚିଫ ଅଫ ଡିଫେନ୍ସ ଷ୍ଟାଫ ଓ ବାୟୁସେନା ମଧ୍ୟରେ ମତପାର୍ଥକ୍ୟ । ସିଡିଏସ ଜେନରାଲ ବିପିନ ରାଓ୍ବତଙ୍କ ମନ୍ତବ୍ୟରେ ନାରାଜ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର.କେ. ଏସ. ଭଦୌରିଆ । ବାୟୁସେନା ଏକ ସହାୟକ ବାହିନୀ ବା ସପୋର୍ଟ ଆର୍ମ ବୋଲି ଜେନେରାଲ ରାଓ୍ବତ କହିବା ପରେ ଏହାକୁ ଗ୍ରହଣ କରିବାକୁ ନାରାଜ ଭଦୌରିଆ । କହିଛନ୍ତି ବାୟୁସେନା ଏକ ସହାୟକ ସଂଗଠନ ନୁହେଁ । ଏହାର ଭୂମିକା ବିଶାଳ । ଗ୍ଲୋବାଲ କାଉଣ୍ଟର ଟେରରିଜିମ୍ କାଉନସିଲର ଏକ ସମ୍ମିଳନୀରେ ଜେନରାଲ ରାଓ୍ବତ କହିଥିଲେ, ସ୍ଥଳସେନାକୁ ବାୟୁସେନା ସହାୟତା କରିଥାଏ ଏବଂ ସୈନ୍ୟବାହିନୀ ଲାଗି ବାୟୁସେନା ଏକ ସହାୟକ ବାହିନୀ ଭାବେ କାର୍ଯ୍ୟ କରିଥାଏ ।

ବାୟୁସେନାର ଏୟାର ଡିଫେନ୍ସ ସିଷ୍ଟମ ସ୍ଥଳ ସେନା ଲାଗି ସହାୟକ ହୋଇଥାଏ । ସେପଟେ ସେହି ସମ୍ମିଳନୀରେ ଯୋଗ ଦେଇଥିବା ମାର୍ଶାଲ ଭଦୌରିଆ ଏହି ବିବୃତିକୁ ସମାଲୋଚନା କରିଛନ୍ତି । ସମନ୍ବିତ ଯୁଦ୍ଧ କ୍ଷେତ୍ରରେ ବାୟୁସେନା ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ବିଭିନ୍ନ ସାମରିକ ସଂଘାତର ପ୍ରକୃତି ଓ ପ୍ରକ୍ରିୟା ବଦଳୁଥିବାରୁ ପ୍ରତିରକ୍ଷା ବ୍ୟବସ୍ଥାର ମଧ୍ୟ ପରିବର୍ତ୍ତନ ଉପରେ ଗୁରୁତ୍ବ ଦେଇଛନ୍ତା ଜେନରାଲ ରାଓ୍ବତ । ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡସ ପ୍ରସ୍ତାବ ଅନୁସାରେ ଏକ ମାରିଟାଇମ ଥିଏଟର କମାଣ୍ଡସ, ଏକ ଏୟାର ଡିଫେନ୍ସ କମାଣ୍ଡ ଓ ପଶ୍ଚିମାଞ୍ଚଳ ସୀମାନ୍ତ ସକାଶେ ତିନିଟି କମାଣ୍ଡ ଓ ଜାମ୍ମୁ କାଶ୍ମୀର ଲାଗି ଏକ କମାଣ୍ଡ ଗଠନ ହେବ ।

ଏ ସମସ୍ତ କମାଣ୍ଡ ସିଡିଏସଙ୍କ ନିକଟରେ ଉତ୍ତରଦାୟୀ ରହିବେ । ଏହା ସହ ଦେଶର ଏୟାରସ୍ପେସ ବ୍ୟବସ୍ଥାକୁ ଏହି କମାଣ୍ଡ ପରିଚାଳନା କରିବ । ବାୟୁସେନାଙ୍କୁ ଯଦି ବିଭକ୍ତ କରିଦିଆଯାଏ ତେବେ ଏହାର ସମସ୍ତ ଆସେଟ ବି ବିଭକ୍ତ ହେବ । ଥିଏଟର କମାଣ୍ଡସ ପ୍ରସ୍ତାବ ଅନୁସାରେ ସେନା, ନୌସେନା ଓ ବାୟୁସେନାର ଭିନ୍ନ ଭିନ୍ନ ୟୁନିଟ ରହିବ ଯାହାକି ନିର୍ଦ୍ଦିଷ୍ଟ ଭୌଗଳିକ ସମୀନ୍ତରେ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ତିନି ବାହିନୀର ୧୭ଟି କମାଣ୍ଡ ରହିଛି । ସେନାର ୭ଟି, ବାୟୁସେନାର ୭ଟି ଓ ନୌସେନାର ୩ଟି କମାଣ୍ଡ ରହିଛି । ତିନି ବାହିନୀ ମଧ୍ୟରେ ସମନ୍ବୟ ଆଣିବା ଲାଗି ଗତ ବର୍ଷ ପ୍ରତିରକ୍ଷା ବାହିନୀ ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ଜେନରାଲ ରାଓ୍ବତ ।

କେବଳ ସେବାୟତ ଛୁଇଁବେ ରଥ ଓ ରଥ ଡଉଡ଼ି, ଦକ୍ଷିଣ ମୋଡବେଳେ ନିୟୋଜିତ ହେବେ ପୋଲିସ

ପୁରୀ: ଚଳିତବର୍ଷର ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଦେଲେ ବିସ୍ତୃତ ସୂଚନା  । ଛତିଶା ନିଯୋଗ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା  । ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା ଅନୁଯାୟୀ ଗତବର୍ଷ ଭଳି ଏବର୍ଷ ମଧ୍ୟ ସେବାୟତ ଟାଣିବେ ରଥ  । ଦକ୍ଷିଣ ମୋଡ ପାଇଁ ନିୟୋଜିତ ହେବେ ପୋଲିସ ବାହିନୀ  । ରଥଯାତ୍ରା ପୂର୍ବରୁ ପ୍ରଶାସନିକ କର୍ମଚାରୀ ଓ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ  । ଏବଂ ରଥଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଓ ଗାମୁଛା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର  ।

ସେହିପରି ଚଳିତ ବର୍ଷ ରଥଯାତ୍ରାରେ ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରଥ କିମ୍ବା ରଥ ଡଉଡ଼ି ଛୁଇଁ ପାରିବେ ନାହିଁ  ।  ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ  । ଏବଂ ରଥରେ ନିୟୋଜିତ ସେବାୟତଙ୍କ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯି  । ଏବଂ ରଥ ଉପରେ କମ୍‌ ସଂଖ୍ୟକ ସେବାୟତଙ୍କୁ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି  ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର  ।

ଅମୀର-କିରଣ ବିଛେଦ: ସୋସିଆଲ ମିଡିଆରେ #Fatima, କ’ଣ କହିଲେ ୟୁଜର ?

ମୁମ୍ବାଇ: ଷ୍ଟାର ଦମ୍ପତ୍ତିଙ୍କ କଳହ କିଛି ନୂଆ କଥା ନୁହେଁ  । ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଜଣଙ୍କୁ ପ୍ରେମ ପୁଣି ଜଣଙ୍କୁ ବିବାହ କରିଛନ୍ତି  । କିନ୍ତୁ ଅମିର ଏବଂ କିରଣ  ପ୍ରେମ କାହାଣୀ କିଛି ନୂଆ ଥିଲା   । ଯେଉଁଥିପାଇଁ ଆଜି ଯେତେବେଳେ ବିଛେଦ କଥା ଉଠୁଛି  । ସେତେବେଳେ ସାଧାରଣ ଦର୍ଶକ କିମ୍ବା ଲୋକଙ୍କ ପ୍ରଶ୍ନ ଉଠିବା ସ୍ୱଭାବିକ  । ଆଉ ଏଭଳି ସମୟରେ ସୋସିଆଲ ମିଡିଆରେ ଲୋକେ କିଛି ଭିନ୍ନ ସନ୍ଦେଶ ଦେଇ ଟୁପୁରୁ ଟାପୁରୁ ହେବା ଆରମ୍ଭ କଲେଣି  ।

https://twitter.com/rrrssstttuuu/status/1411222913764655109?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1411222913764655109%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fmovie-masti%2Fnews-from-bollywood%2Fwhy-is-fatima-sana-shaikh-trending-on-aamir-khan-and-kiran-rao-divorce%2Farticleshow%2F84090217.cms

ଫିଲ୍ମ ଲଗାନ ସେଟରୁ ପ୍ରେମ ଆରମ୍ଭ ହୋଇଥିବାବେଳେ ୨୦୦୫ ମସିହାରେ ଏହା ବାସ୍ତବରେ ପରିଣତ ହୋଇଥିଲା  । ଏହାରି ଭିତରେ ଉଭୟଙ୍କ ବୈବାହିକ ସମ୍ପର୍କକୁ ୨୦ ବର୍ଷ ବିତି ସାରିଛି  । କିନ୍ତୁ ହଠାତ ୨୦ ବର୍ଷ ପରେ ସମ୍ପର୍କରେ ବୋହୁଥିବା ଝଡ଼କୁ ନେଇ ବେସ ଚର୍ଚ୍ଚା ସୃଷ୍ଟି ହୋଇଛି  । କାହିଁକି ଏବଂ କଣ ପାଇଁ ଏହି ଶ୍ଟାର ଦମ୍ପତ୍ତି ଏବେ ଅଲଗା ହୋଇଯିବାକୁ ଇଛା ପ୍ରକାଶ କରିଛନ୍ତି, ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି  ।

https://twitter.com/AnshuBiswas3/status/1411214968737865728?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1411214968737865728%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fmovie-masti%2Fnews-from-bollywood%2Fwhy-is-fatima-sana-shaikh-trending-on-aamir-khan-and-kiran-rao-divorce%2Farticleshow%2F84090217.cms

ଅମୀର ଖାନ୍ ଏବଂ କିରଣ ରାଓଙ୍କ ମଧ୍ୟରେ ବିବାହ ବିଛେଦ ଖବର  ଜଣାପଡ଼ିବା ପରେ ସୋସିଆଲମ ମିଡ଼ିଆ ଉଠୁଛି ପଡ଼ୁଛି  । କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନେଇ ମିମ୍ସ ମଧ୍ୟ ତିଆରି କରିବା ଆରମ୍ଭ କରିସାରିଲାଣି  । ବିଶେଯ କରି ଟ୍ୱିଟରରେ ଟ୍ରେଣ୍ଡ କରୁଥିବା ହ୍ୟାଜଟ୍ୟାଗ ଏବେ ସର୍ବାଧିକ ଚର୍ଚ୍ଚା ସୃଷ୍ଟି କରିଛି  । ଅର୍ଥାତ କହିବାକୁ ଗଲେ ବର୍ତ୍ତମାନ ସୋସିଆଲ ମିଡି଼ଆରେ #Fatima ଟ୍ରେଣ୍ଡ କରୁଛି  । କିନ୍ତୁ ସାଧାରଣ ଦର୍ଶକ ମଧ୍ୟରେ ଉତ୍ସୁକତା ବଢୁଛି ଯେ, କିଏ ଏହି ଫତିମା, ଏବଂ କାହିଁକି ଅମୀର ଖାନଙ୍କ ବିଛେଦରେ ଏହି ନାମଟି ଟ୍ରେଣ୍ଡ କରୁଛି  ।

https://twitter.com/MaeStro_Khiladi/status/1411221759169241092?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1411221759169241092%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fmovie-masti%2Fnews-from-bollywood%2Fwhy-is-fatima-sana-shaikh-trending-on-aamir-khan-and-kiran-rao-divorce%2Farticleshow%2F84090217.cms

ସତ ହେଉଛି ଫତିମା ମଧ୍ୟ ଜଣେ ବଲିଉଡ଼ ଅଭିନେତ୍ରୀ  । ଏବଂ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ଦଙ୍ଗଲରେ ହିଁ ସେ ଡେବ୍ୟୁ କରିଥିଲେ  । ଫିଲ୍ମରେ ଅମୀର ଖାନଙ୍କ ଝିଅ ଭାବେ ଅଭିନୟ କରିଥିବା ଫତିମା ସାନା ସୈଖଙ୍କ ନାମ ଅମୀର ଖାନଙ୍କ ସହ ଯୋଡା ଯାଉଛି । ଏମିତି କିଛି ୟୁଜର ମଧ୍ୟ ଫତିମା ଏବଂ ଅମୀରଙ୍କ ଫଟୋକୁ ନେଇ କଳ୍ପନା କରିବା ଆରମ୍ଭ କରିଦେଲଣି  । କିଛି ୟୁଜର କହିଛନ୍ତି ଆଗାମୀ ଦିନରେ ଏକାଠି ହେବାକୁ ଯାଉଛନ୍ତି ଫତିମା ଏବଂ ଅମୀର  । କେହି କେହି ମଧ୍ୟ ଅମୀରଙ୍କ ଗୋଟେ ଆଖିରେ ଅନାଇଥିବା ଫଟୋ ପୋଷ୍ଟ କରି ଫତିମାଙ୍କୁ ଇସାରା କରିଛନ୍ତି  । ତେବେ ପଢନ୍ତୁ ଅନ୍ୟ ୟୁଜର ମାନେ ମଧ୍ୟ କଣ ପୋଷ୍ଟ କରିଛନ୍ତି  ।

 

ପଞ୍ଜାବରେ ଆପର ଦିଲ୍ଲୀ ଫର୍ମୁଲା, ବର୍ଦ୍ଧିତ ବିଜୁଳି ଦର ପ୍ରସଙ୍ଗରେ ଆନ୍ଦୋଳନ

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ ଆଦମୀ ପାର୍ଟିର ରାଜନୀତି । ବର୍ଦ୍ଧିତ ବିଜୁଳି ଦର ଓ ବିଜୁଳି କାଟ୍ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ଆପ୍ ନେତା ଓ କର୍ମୀ । ମୋହାଲିରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଫାର୍ମ ହାଉସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆମ ଆଦମୀ ଦଳର କାର୍ଯ୍ୟକର୍ତ୍ତା । ପଞ୍ଜାବରେ ବାରମ୍ବାର ବିଜୁଳି କାଟ୍ ହେଉଥିବାରୁ ଲୋକେ ନାନା ସମସ୍ୟାରେ ପଡୁଛନ୍ତି । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଆପ୍ ।

ସେପଟେ ବିକ୍ଷୋଭ ସମୟରେ ଆପ୍ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଭଳିକି ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ କରିଥିଲା ପୋଲିସ । ଆସନ୍ତାବର୍ଷା ପଞ୍ଜାବରେ ହେବାକୁ ଅଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଦିଲ୍ଲୀ ଫର୍ମୁଲା ଆପଣେଇଛି ଆପ୍ । ବର୍ଦ୍ଧିତ ବିଜୁଳି ଦର ଓ ବିଜୁଳି କାଟ୍ ବିରୋଧରେ ମୋର୍ଚ୍ଚା ଖୋଲିଛି ଆମ ଆଦମି ପାର୍ଟି । ଯଦି ପଞ୍ଜାବରେ ଆପ୍ ସରକାର ଆସେ ତେବେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ସେବା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ୮ ତାରିଖରେ ଉଚ୍ଚସ୍ତରୀୟ ବୈଠକ

ପୁରୀ: ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୮ ତାରିଖରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀମାନେ ସାମିଲ ହେବେ । ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହେବେ । କୋଭିଡ କଟକଣାରେ ରଥଯାତ୍ରା ଆୟୋଜନ ନେଇ ହେବ ଆଲୋଚନା  ।

ଗତବର୍ଷ ରଥଯାତ୍ରା କୋଭିଡ କଟକଣା ଭିତରେ ସମାପନ୍ନ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ଏହି କଟକଣା ଭିତରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  । ସେପଟେ ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟ ବଢାଇଥିବାବେଳେ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ସମାପନ କରିବେ ରାଜ୍ୟ ସରକାର  । ସେପଟେ ରହଡଥଯାତ୍ରା ପୂର୍ବରୁ ସ୍ନାନ ଯାତ୍ରା ମଧ୍ୟ ସୁରୁଖୁରରେ ଶେଷ ହୋଇଛି  । ତିନି ରଥରେ ମଧ୍ୟ ବର୍ତ୍ତମାନ ଶେଷ ସ୍ପର୍ଶ ଦିଆହେଉଛି  । ତେଣୁ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଥିବାରୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ନେଅ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି  ।

ଦେବଭୂମୀର ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି, ସନ୍ଧ୍ୟାରେ ଶପଥ

ଡ଼େରାଡୁନ: ଉତ୍ତରାଖଣ୍ଡରେ ଚାଲିଥିବା ରାଜନୈତିକ ବାଦିପାଲା ବନ୍ଦ ହେବାକୁ ଯାଉଛି  । କାରଣ ଗତ କାଲି ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂ ରାୱତ ଇସ୍ତଫା ଦେବାପରେ ସଙ୍କଟ ଦେଖାଦେଇଥିଲା  । ଏବେ ଏହି ସଙ୍କଟ ଏକ ପ୍ରକାର ଟଳିବାକୁ ବସିଛି  । ଦେବଭୂମିର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପୁଷ୍କର ସିଂ ଧାମି  । ବିଜେପି ବିଧାୟକ ଦଳ ବୈଠକରେ ପୁସ୍କର ସିଂ ଧାମୀଙ୍କ ନାଁ ଘୋଷଣା କରାଯାଇଛି  । ପୁସ୍କରଙ୍କ ନାଁ ପ୍ରସ୍ତାବ ରଖିଥିଲେ ବିଦାୟୀ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ । ସର୍ବସମ୍ମତି କ୍ରମେ ପୁସ୍କରଙ୍କ ନାଁରେ ମୋହର ମରାଯାଇଛି  ।

ସୂଚନା ମୁତାବକ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର । ଉତ୍ତରାଖଣ୍ଡର ଖଟୀମା ଆସନରୁ ଏବେ ବିଧାୟକ ଅଛନ୍ତି ପୁଷ୍କର । ପୂର୍ବରୁ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ପୁଷ୍କର ସିଂ ଧାମି । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂ ରାଓ୍ବତ  । ସାମ୍ବିଧାନିକ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଦର୍ଶାଇଥିଲେ  । ମୁଖ୍ୟମନ୍ତ୍ରୀ ହେବା ପରେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାର ନିୟମ ରହିଛି । ତେବେ ଧାରା ୧୫୧ ଅନୁସାରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ଥାଏ ସେହି ରାଜ୍ୟରେ ଆଉ ଉପନିର୍ବାଚନ ହୋଇପାରିବ ନାହିଁ । ଏଣୁ ତୀରଥ ଇସ୍ତଫା ଦେଇଥିବା କହିଛନ୍ତି  ।

ସେପଟେ ତୀରଥଙ୍କୁ ନେଇ ଦଳୀୟ କନ୍ଦଳ ମଧ୍ୟ ଲାଗି ରହିଥିଲା , ଏଭଳିସ୍ଥିତିରେ ଆସନ୍ତାବର୍ଷ ଆରମ୍ଭରୁ ବିଧାନସଭା ନିର୍ବାଚନ ହେଉଥିବାରୁ ବିଜେପି ହାଇକମାଣ୍ଡ ତୀରଥଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି  । ଗତ ଏପ୍ରିଲ୍ ମାସରେ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତୀରଥ ସିଂ ରାଓ୍ବତ  । ୧୧୫ ଦିନ ଧରି ମୁଖ୍ୟମନ୍ତ୍ରୀ ହୋଇଥିବା ତୀରଥ ଅନେକ ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ବେସ ଚର୍ଚ୍ଚାରେ ଥିଲେ  । ଗତକାଲି ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବା ପରେ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇଥିଲେ  ।