spot_img
Home Blog Page 5465

କରୋନା ଟିକା ନେଇ ପାରିବେ ଗର୍ଭବତୀ ମହିଳା

ନୂଆଦିଲ୍ଲୀ: ଏଣିକି କରୋନା ଟିକା ନେଇପାରିବେ ଗର୍ଭବତୀ ମହିଳା । ଯେଉଁ ଗର୍ଭବତୀ ମହିଳା ଟିକା ନେବା ପାଇଁ ଚାହିଁବେ, ସେମାନେ କୋ-ଓ୍ୱି୍ନ୍ ପୋର୍ଟାଲରେ ନାମ ପଞ୍ଜୀକରଣ କରିବେ । ଅନ୍ୟମାନଙ୍କ ପରି ନିକଟସ୍ଥ ଟିକାକେନ୍ଦ୍ରରେ ଟିକା ନେଇପାରିବେ ଗର୍ଭବତୀ ମହିଳା । ଗର୍ଭବତୀ ମହିଳାମାନେ ଟିକା ନେବା ପାଇଁ ପୂର୍ବରୁ ଗାଇଡଲାଇନ୍ ଜାରି କରିସାରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ଆଉ ୪୬ ଆକ୍ରାନ୍ତ

 

 

ନାଇକାଣୀପଲ୍ଲୀ ଗାଁରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ୨୦ ବଖରା ଘର ଭସ୍ମୀଭୂତ

ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ବ୍ଲକର ନାଇକାଣୀପଲ୍ଲୀ ଗାଁରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ୧୩ ପରିବାରର ପ୍ରାୟ ୨୦ ବଖରା ଘର ପୋଡି ପାଉଁଶ ହେଇଯାଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ୨୦ରୁ ଉର୍ଦ୍ଧ ଘର ହୁତୁ ହୁତୁ ହୋଇ ଜଳି ଯାଇଥିଲା । ନିଆଁ ଲାଗିବା ସମୟରେ ଘରେ ଭିତରେ ଥିବା ଜଣେ ଲୋକଙ୍କୁ ଗାଁ ଲୋକ ଉଦ୍ଧାର କରିଥିଲେ । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ କୋଦଳା ଓ ଖଲ୍ଲିକୋଟ ର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୪ ଘଣ୍ଟାର ପରିଶ୍ରମ ଫଳରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ ଦମକଳ ବାହିନୀ ।

ଏଥିସହିତ ପଢ଼ନ୍ତୁ: ଦୂର ହେବ ଭ୍ୟାକ୍ସିନ୍ ଅଭାବ, ଆସୁଛି ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ

ରାଜ୍ୟରେ ପହଞ୍ଚିଲା ଆଉ ୯ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଡୋଜ୍

ଭୁବନେଶ୍ୱର: ରାଜ୍ୟରେ ପହଞ୍ଚିଲା କୋଭିସିଲ୍ଡ ଟିକା । ୯ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିଛି ଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହି କହିଛନ୍ତି । ଏହି ଟିକାକୁ ସମସ୍ତ ଜିଲ୍ଲାକୁ ପଠାଯିବ । ଗତକାଲି ୧ଲକ୍ଷ କୋଭିସିଲଡ ଟିକା ଆସିଥିଲା । ଟିକା ଅଭାବରୁ ଆଜି ରାଜ୍ୟର ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି ।

ସ୍ପାଇସ୍ ଜେଟରସ୍ୱତନ୍ତ୍ର ବିମାନ ଯୋଗେ ପୁନେରୁ କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱରେ ପହଞ୍ଚିଛି । ୯୪ ହଜାର ୩୯୩ ଭାଏଲରେ କୋଭିସିଲ୍ଡର ୯ ଲକ୍ଷ ୪୩ ହଜାର ୯୩୦ ଡୋଜ୍ ଟିକା ରହିଛି । ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରୁ ଆଉ ୩ ହଜାର ୨୨୨ କରୋନା ସଂକ୍ରମିତ ଚିହ୍ନଟ

ନକଲି ଔଷଧ କାରବାର ମାମଲା: ମାଷ୍ଟର ମାଇଣ୍ଡ ସୁଦୀପକୁ ରିମାଣ୍ଡରେ ନେବାକୁ ଆବେଦନ କରିବ ଏସ୍‌ଟିଏଫ୍

ଭୁବନେଶ୍ୱର: ଓଡ଼ିଶାରେ ନକଲି ଔଷଧ କାରବାର ମାମଲା । ରିମାଣ୍ଡରେ ଆସିବ ମାଷ୍ଟର ମାଇଣ୍ଡ ସୁଦୀପ ମୁଖାର୍ଜୀ । ସୁଦୀପକୁ ୧୦ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ STF । ରିମାଣ୍ଡରେ ସୁଦୀପକୁ ଆଣିବାକୁ କଟକ କୋର୍ଟ ମାଧ୍ୟମରେ ମୁମ୍ବାଇ କୋର୍ଟକୁ ଜଣାଇବ STF । ସେପଟେ ଅଭିଯୁକ୍ତ ଶିବ ଜେନା ଓ ଅନ୍ୟ ୩ଜଣଙ୍କ ଜାମିନ ଶୁମାଣି ଆସନ୍ତା ୫ତାରିଖରେ ହେବ । ନକଲି କରୋନା ମେଡିସିନ ଜବତ ଘଟଣାରେ ଶିବ ଜେନାଙ୍କ ସମେତ ମେଡିଲୟଡ କମ୍ପାନୀର ନିର୍ଦ୍ଦେଶକ ଶୁଭଲକ୍ଷ୍ମୀ ଜେନା, ଗୋଦାମ ଇନଚାର୍ଜ ସତ୍ୟ ପ୍ରକାଶ ମହାନ୍ତି, ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ସେହିପରି ୩ଟି ଫାର୍ମ ଏହି ମେଡିସିନ କିଣିଥିବା ବେଳେ ଡ୍ରଗ୍‌ସ ଡିପାର୍ଟମେଣ୍ଟ ଔଷଧ ଜବତ କରିବା ସହିତ ମାମଲା ରୁଜୁ କରିଛି ।

ଏଥିସହିତ ପଢ଼ନ୍ତୁ: ଦୂର ହେବ ଭ୍ୟାକ୍ସିନ୍ ଅଭାବ, ଆସୁଛି ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ

‘SEBCଙ୍କୁ ଚିହ୍ନଟ କରିବା ଦାୟିତ୍ୱ କେବଳ କେନ୍ଦ୍ର ସରକାରଙ୍କର’

ନୂଆଦିଲ୍ଲୀ: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ବା ଏସଇବିସିଙ୍କୁ ଚିହ୍ନଟ କରିବା ଦାୟିତ୍ବ କେବଳ କେନ୍ଦ୍ର ସରକାରଙ୍କର । ରାଜ୍ୟ ନିକଟରେ ଏହି କ୍ଷମତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନେଇ କେନ୍ଦ୍ରର ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଗତ ମେ’ ୫ ତାରିଖରେ କୋର୍ଟ ଦେଇଥିବା ରାୟର ପୁନଃସମୀକ୍ଷା ପାଇଁ କେନ୍ଦ୍ରର ଆବେଦନକୁ ଖାରଜ କରି କୋର୍ଟ ଏହା କହିଛନ୍ତି । ଏବେ କେନ୍ଦ୍ର ସରକାର ଏହି ରାୟକୁ ନେଇ ଏକ କ୍ୟୁରେଟିଭ ରିଟ୍ ପିଟିସନ ଦାଏର କରିବେ ବୋଲି ସୂଚନା ମିଳିଛି ।

ସୁପ୍ରିମକୋର୍ଟଙ୍କ ରାୟର ପୁନଃ ସମୀକ୍ଷା ଲାଗି କେନ୍ଦ୍ର ନିକଟରେ ଏହା ଶେଷ ବିକଳ୍ପ । ନଚେତ୍ ସରକାର ପ୍ରସଙ୍ଗକୁ ସଂସଦରେ ଉଠାଇବେ । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଗତ ମେ ୫ ତାରିଖରେ ଦିଆଯାଇଥିବା ରାୟର ପୁନଃ ସମୀକ୍ଷା କରାଯାଇଛି । ମାତ୍ର ଏହାକୁ ପରିବର୍ତ୍ତନ କରିବାର କୌଣସି କ୍ଷେତ୍ର ନାହିଁ । ଗତ ମେ ୫ରେ ମରାଠା ସମ୍ପ୍ରଦାୟଙ୍କୁ ଆଡମିଶନ ଓ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ନେଇ ମହାରାଷ୍ଟ୍ର ସରକାରଙ୍କ ଏକ ଆଇନକୁ ଖଣ୍ଡପୀଠ ଖାରଜ କରିଥିଲେ ।

ଅଫିସରଙ୍କ ଦୌରାତ୍ମ୍ୟ ସହି ପାରିଲେନି ମନ୍ତ୍ରୀ, ନୀତିଶଙ୍କ କ୍ୟାବିନେଟରୁ ଦେଲେ ଇସ୍ତଫା

ପାଟଣା: ବିହାରର ନୀତିଶ ସରକାରରେ ଚାଲିଛ ଅଫିସର ରାଜ୍ । ଅଫିସରଙ୍କ କିରାଣି ବି ଶୁଣୁନାହାଁନ୍ତି ମନ୍ତ୍ରୀଙ୍କ କଥା । ଏମିତି ଅଭିଯୋଗ କରି ନୀତିଶ ସରକାରଙ୍କୁ କାଠଗଡ଼ାଙ୍କୁ ଟାଣିଛନ୍ତି ସମାଜ କଲ୍ୟାଣ ମନ୍ତ୍ରୀ ମଦନ ସହନି । ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କହିଛନ୍ତି, ବିହାରରେ ଅଫିସର ମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି । ଅଫିସରଙ୍କ ଦୌରାତ୍ମ୍ୟ ଆଉ ସହି ହେଉନାହିଁ । ଅଧିକାରୀ ତ ଅଧିକାରୀ ବିଭାଗର କିରାଣି ମଧ୍ୟ କଥା ଶୁଣୁନାହାଁନ୍ତି ।

Bihar Minister Madan Sahni Resigned Due To Dictatorial Behavior Of Officers

ମଦନ ସହଣି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି, ମୁଁ ଦଳରେ ରହିବି । ନୀତିଶ କୁମାର ବତାଇଥିବା ରାସ୍ତାରେ ଚାଲିବି । ମୁଁ ସୁବିଧାର ଫାଇଦା ଉଠାଇବାକୁ ମନ୍ତ୍ରୀ ହୋଇନାହିଁ, ଲୋକଙ୍କ ସେବା କରିବାକୁ ମନ୍ତ୍ରୀ ହୋଇଛି । ଯେତେବେଳେ ଜନତାଙ୍କ କାମ କରିପାରିବି ନାହିଁ, ତ ମନ୍ତ୍ରୀ ଭାବେ ରହି କଣ କରିବି । ତେବେ ଇସ୍ତଫା ନିଷ୍ପତ୍ତି ବହୁ ଭାବିଚିନ୍ତି ନେଇଛି । ଲୋକ କୁହନ୍ତି- ନେତା ଚୋର ବୋଲି, ମୁଁ କହିବି ଅଧିକାରୀ ଚୋର ବୋଲି ।

ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ପରିସରରେ ଉଡ଼ିଲା ଡ୍ରୋନ୍

ନୂଆଦିଲ୍ଲୀ: ପ୍ରଥମେ ସୀମା ଏବେ ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି । ଯାହାର ତୀବ୍ର ନିନ୍ଦା କରିଛି ଭାରତ । ଅନ୍ୟପଟେ ଜାମ୍ମୁରେ ତୃତୀୟ ଥର ପାଇଁ ଡ୍ରୋନ୍ ଉଡ଼ିଛି । ଅର୍‌ନିଆ ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଦେଖିବାକୁ ମିଳିଛି ଡ୍ରୋନ୍ । ଡ୍ରୋନ୍ ଦେଖିବା ପରେ BSF ଯବାନ ଗୁଳି ଚଳାଇଥିଲେ । ଏହାପରେ ଡ୍ରୋନ ଗାଏବ ହୋଇଯାଇଥିଲା ।

ଗତ ୩୦ ତାରିଖରେ ଜାମ୍ମୁରେ ଦ୍ୱିତୀୟ ଥର ପାଇଁ ଡ୍ରୋନ୍ ଉଡ଼ିଥିଲା । ବାୟୁସେନା ଏୟାରବେସ୍ ଉପରେ ୩ଟି ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । କିଛିଦିନ ହେଲା ଏହି ଅଞ୍ଚଳରେ ପ୍ରାୟ ୮ଟି ଡ୍ରୋନ୍ ଦେଖାଗଲାଣି । ମିଲିଟାରୀ ବେସ୍ ଓ ମିଲିଟାରୀ ଷ୍ଟେସନ ନିକଟରେ ବାରମ୍ବାର ଡ୍ରୋନ୍ ଦେଖାଯିବା ପରେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢିଯାଇଛି ।

ସେପଟେ ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ପୋଲିସ ରାଜପୋରାର ହାଞ୍ଜିନି ଗାଁକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏନଫୋର୍ସମେଣ୍ଟ କଡ଼ାକଡ଼ି କଲା ବିଏମସି, ବିଭିନ୍ନ ହାଟରେ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ମାମଲା କମୁଥିବା ବେଳେ ଲକଡାଉନକୁ କୋହଳ କରିଛନ୍ତି ସରକାର । ଭୁବନେଶ୍ୱରରେ ଦିନ ୨ଟା ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବଜାର ଖୋଲାଥିବା ବେଳେ ଅନେକ ଦୋକାନରେ ଗହଳି ପରିଲକ୍ଷିତ ହେଉଛି । ଲୋକ ମାସ୍କ ପିନ୍ଧୁନଥିବା ବେଳେ ସାମାଜିକ ଦୂରତା ରକ୍ଷା ହେଉନି । ଏଭଳି ଅମାନିଙ୍କୁ ସାବାଡ୍ କରିବାକୁ ବିଭିନ୍ନ ହାଟରେ ରେଡ୍ କରିଛି ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ।

ବିଏମସି ଓ କମିଶନରେଟ୍ ପୋଲିସର ମିଳିତ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଆଜି କିଟ୍ ହାଟ, ସିରିପୁର, ବରଗଡ଼, ଝାରପଡ଼ା, ୟୁନିଟ୍-୧ ସହ ୟୁନିଟ୍-୪ ମାର୍କେଟରେ ରେଡ୍ କରିଛି । ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧୁଛନ୍ତି ନା ନାହିଁ ଏସବୁ ପରଖିଛି ଏନଫୋର୍ସମେଣ୍ଟ ଟିମ୍ ।

ଜନସନ୍ ଆଣ୍ଡ ଜନସନର ଦାବି, ଡେଲ୍ଟା ସହ ସବୁ ଭାରିଆଣ୍ଟ ଉପରେ ପ୍ରଭାବୀ ସିଙ୍ଗଲ୍ ଡୋଜ୍ ଟିକା

ନୂଆଦିଲ୍ଲୀ: ଆମେରିକୀୟ ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଦାବି କରିଛି, କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗଲ୍ ଡୋଜ୍ କୋଭିଡ୍ ଟିକା ଡେଲ୍ଟା ଭାରିଆଣ୍ଟକୁ ମାତ୍ ଦେବାରେ ସକ୍ଷମ । ସିଙ୍ଗଲ୍ ଡୋଜ୍ ଟିକା ଗମ୍ଭୀର ରୋଗୀଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ପ୍ରଭାବୀ । କମ୍ପାନୀ ଦାବି କରିଛି ଏହି ସିଙ୍ଗଲ୍ ଡୋଜ୍ ଟିକା ନେଲେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ନାହିଁ, ମୃତ୍ୟୁ ହେବନି । ଜନସନ୍ ଆଣ୍ଡ ଜନସନର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ପାଲ୍ ଷ୍ଟାଫଲ୍ସ କହିଛନ୍ତି, ଏହି ଟିକା ବିଶ୍ୱବ୍ୟାପୀ ଲୋକଙ୍କ ଜୀବନ ବଞ୍ଚାଇବ ।

କମ୍ପାନୀ ପକ୍ଷରୁ ଦାବି କରାଯାଇଛି, ଭ୍ୟାକ୍ସିନର ପ୍ରଥମ ଡୋଜର ୨୯ ଦିନ ଭିତରେ ଡେଲ୍ଟା ଭାରିଆଣ୍ଟ ନଷ୍ଟ ହୋଇଯାଇଥିଲା । ଦକ୍ଷିଣଆଫ୍ରିକା ଓ ବ୍ରାଜିଲ୍ ସହିତ ବିଶ୍ୱସ୍ତରରେ ଟିକାର ଏକ ପ୍ରକାର ପ୍ରଭାବ ରହିଛି । ତେବେ ବୁଷ୍ଟର ଡୋଜର ଆବଶ୍ୟକତା ନଥିବା କହିଛନ୍ତି ଆଉ ଜଣେ ଅଧିକାରୀ ।

ଟିକା ନେବାର ବର୍ଷେ ଯାଏଁ ବୁଷ୍ଟର ଡୋଜର ଆବଶ୍ୟକତା ନଥିବା କମ୍ପାନୀ କହିଛି । ଭାରତ ସରକାର ଜନସନ୍ ଆଣ୍ଡ ଜନସନ୍ ଟିକା ନେଇ କମ୍ପାନୀ ସହ ଆଲୋଚନା କରୁଛନ୍ତି ।

କାହିଁକି ରହୁଛି ଅଧିକ ସଂକ୍ରମଣ ? ଓଡ଼ିଶା ସମେତ ୬ ରାଜ୍ୟ ଗସ୍ତରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଦେଶରେ କୋଭିଡ୍ ଦ୍ୱିତୀୟ ପ୍ରବାହର ସଂକ୍ରମଣ କମିବାରେ ଲାଗିଛି । ତଥାପି ୬ ରାଜ୍ୟରେ ଦୈନିକ ଅଧିକ ମାମଲା ଆସୁଛି । ଏହି ୬ ରାଜ୍ୟରେ ସଂକ୍ରମଣ ରୋକିବା ଏବଂ ନିୟନ୍ତ୍ରଣର ଉପାୟ ଲାଗି କେନ୍ଦ୍ରୀୟ ଟିମ୍ ଆସୁଛନ୍ତି । ଓଡ଼ିଶା ସମେତ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ସହ ମଣିପୁରକୁ କେନ୍ଦ୍ରୀୟ ଟିମ୍ ପଠା ଯାଇଛି ।

ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ୩ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୩୮ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୩୮୪ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କଟକ ଜିଲ୍ଲାରୁ ସର୍ବାଧିକ ୬୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

ଡକ୍ଟର ରୁଚି ଜୈନ୍, ଡକ୍ଟର ଏ. ଡନଙ୍କ ଟିମ୍ ଓଡ଼ିଶା ଆସୁଛି । ପ୍ରତି ରାଜ୍ୟକୁ ଉଚ୍ଚସ୍ତରୀୟ ୨ ଜଣିଆ ଟିମ୍ ଯାଉଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ବିଶେଷକରି ଟେଷ୍ଟିଂ, ସର୍ଭେଲାନ୍ସକୁଗୁରୁତ୍ୱ ଦିଆଯାଉଛି । ଲୋକେ କୋଭିଡ୍ କଟକଣା ମାନିବା, ହସ୍ପିଟାଲରେ ବେଡ୍, ଭେଣ୍ଟିଲେଟର ଆଦିର ସୁବିଧା କେନ୍ଦ୍ରୀୟ ଟିମ୍ ମନିଟର କରିବ ବୋଲି ଜଣାପଡ଼ିଛି ।