spot_img
Home Blog Page 5464

ରାଜ୍ୟରେ ଟିକା ଅଭାବର ସଙ୍କଟ, ଆଜି ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଟଳୁନି ଟିକା ସଙ୍କଟ। ଟିକା ଅଭାବରୁ ଆଜି ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ। ବଲାଙ୍ଗୀର, ବଲେଶ୍ୱର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୋନପୁରରେ ବନ୍ଦ ରହିବ ଟିକାକରଣ। ସେହିଭଳି ନବରଙ୍ଗପୁର, ନୂଆପଡା, ରାୟଗଡାରେ ମଧ୍ୟ ଆବଶ୍ୟକ ସଂଖ୍ୟାରେ ଟିକା ନଥିବାରୁ ଟିକାକରଣ ବନ୍ଦ ରହିବ। ଗତକାଲି ୧୭ଟି ଜିଲ୍ଲାରେ ବନ୍ଦ ରହିଥିଲା ଟିକାଦାନ। ଏପଟେ ଟିକାକରଣ ରାଙ୍କିଙ୍ଗରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ୫୫.୩୯ ପ୍ରତିଶତ ଟିକାକରଣ କରି ଦେଶରେ ଦ୍ୱୀତୀୟ  ସ୍ଥାନରେ ରହିଛି ଓଡ଼ିଶା। ଟିକାକରଣରେ ସାରାଦେଶରେ ରାଜସ୍ଥାନ ଆଗୁଆ ରହିଛି। ମେଘାଳୟରେ ସର୍ବନିମ୍ନ ୧୪.୨୮ପ୍ରତିଶତ ଟିକାକରଣ ହୋଇଛି। ଟିକାକରଣରେ ଓଡ଼ିଶା ପଛକୁ ଆନ୍ଧ୍ର, ହିମାଞ୍ଚଳ ପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟ ରହିଛନ୍ତି।

ଘରୋଇ ହସ୍ପିଟାଲ କୋଟାରୁ ରାଜ୍ୟକୁ ମିଳୁ ଟିକା: ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ଘରୋଇ ହସ୍ପିଟାଲ ଆବଶ୍ୟକ ଟିକା କିଣୁନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି ଲେଖିଛନ୍ତି । ଘରୋଇ ହସ୍ପିଟାଲ ଟିକା କୋଟା ୨୫ରୁ ୫%କୁ ହ୍ରାସ କରାଯାଉ ବୋଲି ଦାବି କରାଯାଇଛି । ଜୁନରେ ଘରୋଇ ହସ୍ପିଟାଲ ଗୁଡ଼ିକ ୭.୨ପ୍ରତିଶତ ଟିକା କିଣିଛନ୍ତି । ଜୁଲାଇରେ ଘରୋଇ ହସ୍ପିଟାଲ ୧୫.୪% ଟିକା କିଣିଛନ୍ତି । ରାଜ୍ୟ କୋଟାକୁ କିନ୍ତୁ ମିଳିଛି ୩୦ଲକ୍ଷ ୫୦ହଜାର ୯୧୦ଡୋଜ୍ । ଏହା ୮ରୁ ୧୦ଦିନ ମଧ୍ୟରେ ଶେଷ ହୋଇଯିବ । ତେଣୁ ଜୁନ ଓ ଜୁଲାଇର ଘରୋଇ ହସ୍ପିଟାଲ କୋଟା ରାଜ୍ୟକୁ ମିଳୁ ବୋଲି ଯୁକ୍ତି ଦର୍ଶାଇ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

ଏଥିସହିତ ପଢ଼ନ୍ତୁ: ଶନିବାର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ନେଇ କ୍ରୀଡ଼ାବିତ ଓ ସାଧାରଣ ଜନତାଙ୍କ ସହ ୫-ଟି ସଚିବଙ୍କ ଆଲୋଚନା

ମୟୂରଭଞ୍ଜ: ଉଦଳାରେ ଏକ ମଲ୍ଟି ପ୍ରପୋଜ ଇନ୍‌ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ କ୍ରୀଡାବିତ, ସମାଜସେବୀ ଓ ବରିଷ୍ଠ ରାଜନେତାଙ୍କ ସହ ୫-ଟି ସଚିବ ଭି. କେ. ପାଣ୍ଡିଆନ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅ।ୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଅଂଶଗ୍ରହଣ କରି ଉଦଳାବାସୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ରାଜ୍ୟର ଅନ୍ୟାନ୍ୟ କିଛି ପ୍ରମୁଖ ସହରବାସୀଙ୍କ ସହ ଉଦଳାର ବିଭିନ୍ନ ବର୍ଗର ଲୋକ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ତିନିଟି ସ୍ଥାନ ସହ ଭି. କେ ପାଣ୍ଡିଆନ୍ ଭିଡି଼ଓ କନଫେରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୁଆଁରମୁଣ୍ଡା ଵ୍ଲକ ଓ ରାଜଗାଙ୍ଗପୁର ଵ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଭିସିରେ ଜିଲ୍ଲାର ଖେଳାଳିମାନେ ମଲ୍ଟି ପରପୋଜ ଇଣ୍ଡୋର ଷ୍ଟାଡିୟମ ମଞ୍ଜୁର କରିବା ପାଇଁ ଅନୁରୋଧ କରିଛନ୍ତି । ଜିଲ୍ଲାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି, ଲୋକ ପ୍ରତିନିଧି, ପୂର୍ବତନ ଲୋକ ପ୍ରତିନିଧି ଏବଂ ବୁଦ୍ଧିଜୀବୀମାନେ ଏହି ଭିସିରେ ସାମିଲ ହୋଇଥିଲେ । ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଥିବାରୁ ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶନିବାର ୧୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: କାଲି ୧୫ ଜିଲ୍ଲାରେ ହେବନି ଟିକାକରଣ । ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼ରେ ଟିକାକରଣ ବନ୍ଦ ରହିବ । ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡାରେ ମଧ୍ୟ ହେବନି ଟିକାକରଣ । ଏଥିସହ କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୋନପୁରରେ ମଧ୍ୟ ଟିକାକରଣ ବନ୍ଦ ରହିବ । ନବରଙ୍ଗପୁର, ନୂଆପଡା, ରାୟଗଡାରେ ମଧ୍ୟ ଆବଶ୍ୟକ ସଂଖ୍ୟାରେ ଟିକା ନଥିବାରୁ ଟିକାକରଣ ବନ୍ଦ ରହିବ । ଆଜି ମଧ୍ୟ ୧୭ ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ଏପଟେ ଟିକାକରଣ ରାଙ୍କିଙ୍ଗରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ୫୫.୩୯ପ୍ରତିଶତ ଟିକାକରଣ କରି ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଟିକାକରଣରେ ସାରାଦେଶରେ ରାଜସ୍ଥାନ ଆଗୁଆ ରହିଛି । ମେଘାଳୟରେ ସର୍ବନିମ୍ନ ୧୪.୨୮ପ୍ରତିଶତ ଟିକାକରଣ ହୋଇଛି । ଟିକାକରଣରେ ଓଡ଼ିଶା ପଛକୁ ଆନ୍ଧ୍ର, ହିମାଞ୍ଚଳ ପ୍ରଦେଶ ଓ ଗୁଜରାଟ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁଣି ଥରେ ସାମ୍ନାକୁ ଆସିଲା କେନ୍ଦ୍ରର ଅବହେଳା: ୪ ହଜାର ୬ଶହ କୋଟିରେ ପହଞ୍ଚିଲାଣି ଜିଏସ୍‌ଟି ବକେୟା

ଉସକାଇଲା ପାକିସ୍ତାନ: ଏନ୍‌କାଉଣ୍ଟରରେ ନିପାତ ହେଲେ ୫ ଆତଙ୍କବାଦୀ

ଜମ୍ମୁ-କଶ୍ମୀର: ଭାରତର ଶାନ୍ତି ଅପିଲକୁ ବାରମ୍ବାର ଖଣ୍ଡନ କରୁଛି ପାକିସ୍ତାନ । ଶାନ୍ତି ବଦଳରେ ଭାରତକୁ ଯୁଦ୍ଧ ପାଇଁ ଉସକାଉଛି । ଜମ୍ମୁରେ ବିସ୍ଫୋରଣ ପରେ ଏବେ ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ ଉପରେ ଡ୍ରୋନ ଉଡ଼ାଇଲେ ଆତଙ୍କବାଦୀ । ଏହାକୁ ଭାରତ ସରକାର ନିନ୍ଦା କରିବା ସହ ଘଟଣା ଉପରେ ନଜର ରଖିଛନ୍ତି । ଏପଟେ ପୁଲଓ୍ୱାମାରେ ଭାରତୀୟ ଯବାନଙ୍କୁ ମିଳିଛି ସଫଳତା । ଏନକାଉଣ୍ଟରରେ ଟଳିଛନ୍ତି ୫ ଆତଙ୍କବାଦୀ ।

ବାଘକୁ ଉସୁକାଉଛି ପାକିସ୍ତାନ । ଡ୍ରୋନ ଟାର୍ଗେଟରେ ପୁଣି ଭାରତ । ଏଥର କିନ୍ତୁ ଭାରତ ସୀମାରେ ନୁହେଁ ବରଂ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ ଉପରେ ଉଡିଛି ଆତଙ୍କ । ଏହାକୁ ନେଇ ଭାରତ ତୀବ୍ର ପ୍ରତିବାଦ କରିଛି । ଗତ କିଛି ଦିନ ଧରି ଭାରତ ସୀମାରେ ଡ୍ରୋନ ଉଡିବା ଯୋଗୁ ଚିନ୍ତାରେ ଅଛି ପ୍ରତିରକ୍ଷା ବିଭାଗ । ଦୂତାବାସ ଉପରେ କିପରି ଡ୍ରୋନ ଉଡିଲା ଓ କିପରି ନିରାପତ୍ତା ଉଲ୍ଲଂଘନ ହେଲା ତାହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଭାରତ । ଜାମ୍ମୁରେ ବାରମ୍ବାର ଡ୍ରୋନ ଉଡୁଥିବାକୁ ନେଇ ଦୁଇ ଦେଶ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ଏପଟେ ଭାରତ ଉପରେ ବଡ଼ଧରଣର ଆକ୍ରମଣ କରିବାକୁ ସୀମା ସେପଟୁ ଚାଲିଛି ଷଡଯନ୍ତ୍ର । ଜାମ୍ମୁରେ ତୃତୀୟ ଥର ପାଇଁ ଉଡ଼ିଛି ଡ୍ରୋନ୍ । ଅର୍‌ନିଆ ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଡ୍ରୋନ ଉଡୁଥୁବା ଦେଖିବାକୁ ମିଳିଛି । BSF ଯବାନ ଗୁଳି ଚଳାଇଥିଲେ ମଧ୍ୟ କୁଆଡେ ଗାଏବ ହୋଇଯାଇଥିଲା । ଗତ ୩୦ ତାରିଖରେ ଜାମ୍ମୁରେ ଦ୍ବିତୀୟ ଥର ପାଇଁ ଉଡିଥିଲା ଡ୍ରୋନ୍ । କିଛିଦିନ ଭିତରେ ଏହି ଅଞ୍ଚଳରେ ପ୍ରାୟ ୮ଟି ଡ୍ରୋନ୍ ଦେଖାଗଲାଣି । ମିଲିଟାରୀ ବେସ୍ ଓ ମିଲିଟାରୀ ଷ୍ଟେସନ ନିକଟରେ ବାରମ୍ବାର ଡ୍ରୋନ ଦେଖାଯିବାରୁ ସୁରକ୍ଷା ଏଜେନ୍ସିର ଚିନ୍ତା ବଢିଯାଇଛି ।

ପାକିସ୍ତାନର ଏଭଳି ହରକତ ଦେଖି ଭାରତ ମଧ୍ୟ ସଜାଗ ହୋଇଯାଇଛି । ସବୁ ସ୍ଥିତିରେ ମୁହଁତୋଡ ଜବାବ ଦେବାକୁ ତୟାର ରହିଛନ୍ତି ସେନା । ଆତଙ୍କୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଆଣ୍ଟିଡ୍ରୋନ ସିଷ୍ଟମର ସାହାରା ନିଆଯାଉଛି । ଇଣ୍ଟରନେଟର ଅପବ୍ୟବହାର କରି ଆତଙ୍କୀ ମାନେ ଡ୍ରୋନ ଉଡାଉଥିବା ଜାଣିବାକୁ ମିଳିଛି । ଏଥିରେ ରୋକ ଲଗାଇବାକୁ ମଧ୍ୟ ଭାରତୀୟ ସେନା ସଜାଗ ଅଛନ୍ତି ।

ସେପଟେ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ପୋଲିସ ରାଜପୋରାର ହାଞ୍ଜିନି ଗ୍ରାମରେ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷୀ କର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ପରେ ସେମାନଙ୍କ ଉପରକୁ ମଧ୍ୟ ଯବାନ ଗୁଳିମାଡ କରିଥିଲେ । ଗାଁରେ ୩ ଜଣ ଆତଙ୍କବାଦୀ ଲୁଚିଥିବା କୁହାଯାଇଛି ।

ପୁଣି ଥରେ ସାମ୍ନାକୁ ଆସିଲା କେନ୍ଦ୍ରର ଅବହେଳା: ୪ ହଜାର ୬ଶହ କୋଟିରେ ପହଞ୍ଚିଲାଣି ଜିଏସ୍‌ଟି ବକେୟା

ଭୁବନେଶ୍ୱର: ପୁଣି ଥରେ ସାମ୍‌ନାକୁ ଆସିଛି ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା । ଗତ ୧୪ ମାସ ଧରି ଜିଏସ୍‌ଟି ବାବଦକୁ କେନ୍ଦ୍ର ବାକି ରଖିଛି ୪ ହଜାର ୬୦୦ କୋଟି । ଖାଲି ସେତିକି ନୁହେଁ, କେନ୍ଦ୍ର ଟିକସ, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ ଚଳିତ ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ୨୬ ପ୍ରତିଶ୍ରତ କମ ଅର୍ଥ ମିଳିଛି । ସମ୍ବଳ ଅଭାବ ଦୂର କରିବାକୁ ନିଜସ୍ବ ଟିକସ ଓ ଖୋଲାବଜାରରୁ ଋଣ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । କୋଇଲାରୁ ଆଦାୟ ହେଉଥିବା ଗ୍ରୀନ୍ ସେସ୍‌ ବାବଦ ଅର୍ଥ ଓଡ଼ିଶା ସମେତ କୋଇଲା ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଆବଣ୍ଟନ ପାଇଁ ସଂସଦର ଆସନ୍ତା ମୌସୁମୀ ଅଧିବେଶନରେ ଜୋରଦାର ଦାବି କରିବ ବିଜେଡି

୨୦୨୦ ଏପ୍ରିଲରୁ ୨୦୨୧ ମେ  । କେନ୍ଦ୍ର ଉପରେ ବାକି ପଡ଼ିଛି ୪ ହଜାର ୫୯୯ କୋଟି ୬୦ ଲକ୍ଷ  ଜିଏସ୍‌ଟି। କେବେ ପାଇବ ଓଡ଼ିଶା ତା ନ୍ୟାଯ୍ୟ ହକ୍‌  ? କେନ୍ଦ୍ରୀୟ ଅବହେଳା ଏତିକିରେ ସୀମିତ ନାହିଁ । ପୂର୍ବାଞ୍ଚଳ ରାଜ୍ୟର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ପ୍ରଚାର ଚଳାଇଥିବା ମୋଦି ସରକାର ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସିକ ଶେଷସୁଦ୍ଧା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଟିକସ ଅଂଶ ବାବଦରେ ଓଡ଼ିଶାକୁ ୨୬ ପ୍ରତିଶତ କମ୍ ଅର୍ଥ ଦେଇଛନ୍ତି । କରୋନା ମହାମାରୀ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରକୁ ଛାଡ଼ି ଅନ୍ୟସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଖର୍ଚ୍ଚକାଟ ନୀତି ଆପଣାଇଛନ୍ତି । ଅନ୍ୟପଟେ କେନ୍ଦ୍ର ଅର୍ଥକୁ ଅପେକ୍ଷା ନକରି ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର ନିଜସ୍ବ ଟିକସ ଓ ଅଣଟିକସ ଆଦାୟ ଉପରେ ଜୋର ଦେଇଛନ୍ତି । ଏପରିକି ଖୋଲାବଜାରରୁ ମୋଟ ଜିଏସଡିପିର ଶୂନ ଦଶମିକ ୫ ପ୍ରତିଶତ ଅତିରିକ୍ତ ଋଣ କରି ସମ୍ବଳ ସଂଗ୍ରହ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି  । ଏ ନେଇ ଗତମାସ ୨୫ ତାରିଖରେ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ସେପଟେ ଚଳିତ ଆର୍ଥିକବର୍ଷ ଜୁନ୍ ସୁଦ୍ଧା ଖଣି ରାଜସ୍ବ ବାବଦରେ ରାଜ୍ୟ ସରକାର ୩ ହଜାର ୫୬୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଏପରିକି ଆର୍ଥିକ ସୁପରିଚାଳନା ଯୋଗୁ କେନ୍ଦ୍ରୀୟ ଅବହେଳା ସତ୍ତ୍ବେ ରାଜସ୍ବ ସଂଗ୍ରହରେ ୨୩ ଦଶମିକ ୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । କେନ୍ଦ୍ର ସରକାରଙ୍କ ଅବହେଳା ନେଇ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଦାବି ଉଠିବ । ଏହାସହିତ କୋଇଲା ଉପରେ ଆଦାୟ ହେଉଥିବା ଗ୍ରୀନ୍ ସେସ୍ ଅର୍ଥର ସିଂହଭାଗ ଓଡ଼ିଶାକୁ ଦେବାକୁ ମଧ୍ୟ ଦୃଢ଼ ସ୍ବର ଉଠାଯିବ ବୋଲି ବିଜେଡି ସାଂସଦ କହିଛନ୍ତି ।

ବିଜେଡିର ଦାବିକୁ ସମର୍ଥନ କରିଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଜିଏସ୍‌ଟି କ୍ଷତିଭରଣା ଓ କୋଇଲା ଉପରେ ଗ୍ରୀନ୍‌ ସେସ୍‌ ନ ମିଳିବାରୁ ରାଜ୍ୟର କେତେ କ୍ଷତି ହୋଇଛି, ସେନେଇ ରାଜ୍ୟ ସରକାର ତୁରନ୍ତ ଶ୍ୱେତପତ୍ର ଜାରି କରନ୍ତୁ । କେନ୍ଦ୍ର ସରକାର ରାଜ୍ୟର ନ୍ୟାଯ୍ୟ ଅଧିକାରକୁ ଅଣଦେଖା କରିଚାଲିଛନ୍ତି । କିନ୍ତୁ ବିଜେଡି ଓ କଂଗ୍ରେସର ଦାବିକୁ ଖଣ୍ଡନ କରିଛି ବିଜେପି  । ରାଜ୍ୟକୁ ଅର୍ଥ ଦେବାରେ କେନ୍ଦ୍ର ଟାଳଟୁଳ ନୀତି ଧରିଛି । ୟାସ୍‌ ବାତ୍ୟାର କ୍ଷତି ପାଇଁ କେନ୍ଦ୍ର ସହାୟତାକୁ ନା କରିଛନ୍ତି ରାଜ୍ୟ ସରକାର । କରୋନା ସମୟରେ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । କିନ୍ତୁ ଲୋକଙ୍କୁ କିପରି ରୋଜଗାର ମିଳିବ ଓ ବଜାର ଚଳଚଞ୍ଚଳ ହେବ, ସେଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଶିଶୁ ସ୍ୱାସ୍ଥ୍ୟ ନେଇ ଡାକ୍ତରମାନଙ୍କୁ ଦିଆଯିବ ତାଲିମ । ଏ ନେଇ ଏକ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଦ୍ୱିତୀୟ ଲହରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ । ତୃତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି ।  ଆବଶ୍ୟକ ଔଷଧ, ଯନ୍ତ୍ରପାତି ଓ ଭିତ୍ତିମୂମି ସୃଷ୍ଟି କରାଯିବ । ଏହି ପରିସ୍ଥିତିର ମୁକାବିଲା ପ୍ରକୃତ ଚ୍ୟାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟରତ ମେଡିକାଲ ଅଫିସର ଓ ନର୍ସିଂ ଷ୍ଟାଫଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ କରାଯାଉଛି । 5-T ଢାଞ୍ଚାରେ ପ୍ରସ୍ତୁତ ହୋଇଛି ତାଲିମ ମଡେଲ୍ । ବିଶ୍ୱର ଅନେକ ଦେଶ ଏକାଧିକ ପର୍ଯ୍ୟାୟ ସଂକ୍ରମଣର ସମ୍ମୁଖୀନ ହେଉଛନ୍ତି । ଭାରତରେ ୨ଟି ପର୍ଯ୍ୟାୟରେ ସଂକ୍ରମଣ ହୋଇଛି । ଓଡ଼ିଶା ମହାମାରୀର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଉଛି । ସମସ୍ତଙ୍କୁ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ସ୍ଥିତି ନୟନ୍ତ୍ରଣରେ ଅଛି । ଆଗକୁ ତୃତୀୟ ଲହରର ଆଶଙ୍କା ଥିବାରୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ମହାମାରୀର ମୁକାବିଲା ପାଇଁ ଭିତ୍ତିଭୂମି ସୃଷ୍ଟି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସହ ସହଭାଗୀ ହୋଇଥିବା ସଂସ୍ଥାଗୁଡିକୁ ମଧ୍ୟ ଧନ୍ୟବାଦ ଜଣାଇଲେ । ସରକାରଙ୍କ ସହ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

https://twitter.com/IPR_Odisha/status/1410986733441720324

ଏଥିସହିତ ପଢ଼ନ୍ତୁ: ‘SEBCଙ୍କୁ ଚିହ୍ନଟ କରିବା ଦାୟିତ୍ୱ କେବଳ କେନ୍ଦ୍ର ସରକାରଙ୍କର’

 

ସାମ୍ୱିଧାନିକ ସଂକଟ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଠାରେ ପ୍ରସ୍ତାବ ରଖିଲେ ତୀରଥ୍‌ ସିଂ ରାଓ୍ୱତ

ଉତ୍ତରାଖଣ୍ଡ: ପୁଣି ଉତ୍ତରାଖଣ୍ଡ ଦେଖିବ ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଠାରେ ପ୍ରସ୍ତାବ ରଖିଛନ୍ତି ତୀରଥ ସିଂ ରାଓ୍ୱତ । ସାମ୍ବିଧାନିକ କାରଣ ପାଇଁ ତୀରଥ ସିଂ ରାଓ୍ୱତ ଇସ୍ତଫା ଦେଇଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ବିଧାୟକ ହୋଇଥାଆନ୍ତେ ତୀରଥ । ଏ ନେଇ ଉପନିର୍ବାଚନ ମଧ୍ୟ ହୋଇଥାଆନ୍ତା । ତେବେ କୋଭିଡ୍ ସମୟରେ ନିର୍ବାଚନ ସମ୍ଭବ ହେଉନଥିବା ବେଳେ ତୀରଥ ନିର୍ବାଚନ ଜିତିବେ ସେ ନେଇ କୌଣସି ଗ୍ୟାରେଣ୍ଟି ନଥିଲା । ଏଭଳି ସମୟରେ ବିଜେପି ହାଇକମାଣ୍ଡ ତୀରଥଙ୍କୁ ନେଇ କୌଣସି ରିକ୍ସ ନେବା ପାଇଁ ଚାହୁଁ ନାହାଁନ୍ତି । ଏଣୁ ତୀରଥ ଇସ୍ତଫା ପ୍ରସ୍ତାବ ଦେଇଥିବା କୁହାଯାଉଛି । ସେପଟେ ତୀରଥଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି । ଆସନ୍ତାବର୍ଷ ଆରମ୍ଭରୁ ଉତ୍ତରାଖଣ୍ଡରେ ନିର୍ବାଚନ ହେବ, ଏଭଳି ସ୍ଥିତିରେ ବିଜେପି ତୀରଥଙ୍କ  ନେତୃତ୍ୱରେ ନିର୍ବାଚନ ଲଢିବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି । ଗତ ଏପ୍ରିଲ୍ ମାସରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତୀରଥ ସିଂ ରାଓ୍ୱତ ।  ଦଳର ବରିଷ୍ଠ ନେତା ସତପାଲ୍ ମହାରାଜ, ଧନ ସିଂହଙ୍କ ସହ ୪ ଜଣ ନେତା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ପାରିବେ ଗର୍ଭବତୀ ମହିଳା

ଦ୍ୱିତୀୟ ବିବାହ କଲେ ବିଧାୟକ ବ୍ୟୋମକେଶ

ଚାନ୍ଦବାଲି: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟାେମକେଶ ରାୟ । ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ସେ ପୁଣି ଥରେ ଆରମ୍ଭ କରିଛନ୍ତି । ଶୁକ୍ରବାର ପାରମ୍ପାରିକ ରୀତିନୀତି ଅନୁସାରେ ରାଜ୍ୟର ଏକ ପ୍ରସିଦ୍ଧ ୱେଡିଂ ଡେଷ୍ଟିନେସନ ବିବାହ କରିଥିବା ସୂଚନା ମିଳିଛି । ବିବାହର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିବା ସହ ଏ ନେଇ ସୂଚିତ କରିଛନ୍ତି ବ୍ୟୋମକେଶ । ସେ ଭଦ୍ରକର ଜିଲ୍ଲା ଚାନ୍ଦବାଲି ବ୍ଲକ ଘଟପୁର ଗ୍ରାମର ଅଶୋକ ବଳଙ୍କ ଝିଅ ତଦାସା ସାଇ ଦର୍ଶିନୀ ବଳଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୨୦ ମସିହା ଫେବ୍ରୁଆରୀ ୩ ତାରିଖରେ ବ୍ୟାେମକେଶଙ୍କ ପ୍ରଥମ ପତ୍ନୀ ନୀଳିମାଙ୍କ ଦେହାନ୍ତ ହୋଇଥିଲା । ନୀଳିମା ଏବଂ ବ୍ୟୋମକେଶଙ୍କ ଏକମାତ୍ର ଝିଅ ଅଛିନ୍ତି, ଯାହାଙ୍କ ବୟସ ୫ ବର୍ଷ ।

ଏଥିସହିତ ପଢ଼ନ୍ତୁ: ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

 

 

 

ବରଗଡ଼ ଓ ବଲାଙ୍ଗୀର ଜିଲ୍ଲର ୨ ଅସହାୟ ପରିବାର: ଦାରିଦ୍ର୍ୟର ଦୁଃଖ ସାଙ୍ଗକୁ ରୋଗ ଯନ୍ତ୍ରଣାରେ ଛଟପଟ ପରିବାର

ବରଗଡ଼/ବଲାଙ୍ଗୀର: ଦାଉ ସାଜିଛି ଭାଗ୍ୟ । ପିଲାଙ୍କ ପ୍ରତିପୋଷଣରେ ସର୍ବସ୍ୱାନ୍ତ ପରିବାର । ବୁଦ୍ଧ ଓ ବୃଦ୍ଧାଙ୍କ ମୁଣ୍ଡରେ ଏବେ ମାନସିକ ବିକାରଗ୍ରସ୍ତ ଓ ରୋଗଗ୍ରସ୍ତ ପୁଅ ଝିଅର ବୋଝ । ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗରିବୀ ବି ବୋଝ ଉପରେ ଲଳିତାବିଡ଼ା ସାଜିଛି ।

ଶିକୁଳିରେ ବନ୍ଧା ଜୀବନ । ବୃଦ୍ଧା ମାଆ ଉପରେ ଏବେ ପୁଅର ବୋଝ । ମାନସିକ ବିକାରଗ୍ରସ୍ତ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବଲାଙ୍ଗୀର ଖଲିଆପାଲି ଗାଁର ରେଖା ମନହୀରା । ରେଖାଙ୍କ ତିନି ପୁଅ । ହେଲେ ବି ସେ ସୁଖ ଠାରୁ ବହୁ ଦୂରରେ । ବଡ଼ ପୁଅ ବୋହୂ ଦୀର୍ଘ ଦିନ ହେଲା ଘରୁ ଅଲଗା ରହୁଛନ୍ତି, ଆଉ ମଝିଆ ପୁଅ ଜଗବନ୍ଧୁ କରୋନା କଟକଣା ପାଇଁ ଏବେ ଘରେ ହାତ ବାନ୍ଧି ବସିଛି । ଆଉ ୨୨ ବର୍ଷର ସାନ ପୁଅ ବିଟୁ । ସେ କିନ୍ତୁ ଜନ୍ମରୁ ମାନସିକ ବିକାରଗ୍ରସ୍ତ । ଏପରିକି ବିଟୁର ଆକ୍ରମଣରେ ସ୍ୱାମୀ ମଧ୍ୟ ବହୁଦିନରୁ ଆଖି ବୁଜି ସାରିଛନ୍ତି । ଏଭଳି ଅବସ୍ଥାରେ ପୁଅର ଚିକତ୍ସା ଖର୍ଚ୍ଚ ଏବଂ ଦିନକୁ ଦୁଇବୋଳା ପେଟକୁ ଆହାର ଯୋଗାଇବା ଏହି ବୁଦ୍ଧାଙ୍କ ପାଇଁ କଷ୍ଟକର ହୋଇ ପଡିଛି । ରେଖା ପାଉଥିବା ୫ଶହ ଭତ୍ତା ଏବେ ସମୁଦ୍ରକୁ ଶଙ୍ଖେ ।

ସେପଟେ ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗାଁର ଗୌର ଚରଣଙ୍କ ଦୁର୍ଦଶା ବି କିଛି କମନୁହଁ । ଗୌରଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ, ଗୋଟିଏ ଝିଅ । ହେଲେ ଦୁଇ ଛଆ ଏବେ ଅଜଣା ରୋଗରେ ଆକ୍ରାନ୍ତ । ପିଲାଙ୍କ ଚିକତ୍ସା ଖର୍ଚ୍ଚରେ ସର୍ବସ୍ୱାନ୍ତ ହୋଇଛନ୍ତି ଗୌରଚରଣ । ଏବେ ଏକ ଝାରଟିମାଟି ଘରେ ମୁଣ୍ଡଗୁଞ୍ଜିଛନ୍ତି ପରିବାର । ଏବେ ଏହି ଦୁଇ ପିରିବାର ପାଇଁ ସରକାରୀ ସହାୟତା ହିଁ ଏକମାତ୍ର ସାହାଭରସା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ଆଉ ୪୬ ଆକ୍ରାନ୍ତ