spot_img
Home Blog Page 5477

ପାକିସ୍ତାନ, ଚୀନ ଠାରୁ ଡ୍ରୋନ ଆଣି ଭାରତ ଉପରେ ଆକ୍ରମଣ କରିଥିବା ଚର୍ଚ୍ଚା

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପଛରେ କିଏ  ? ଘଟଣାକୁ ୪୮ ଘଣ୍ଟା ବିତିଯାଇଛି କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଏହି ଆକ୍ରମଣ ପଛର ତଦନ୍ତ ଦାୟିତ୍ୱ ଏନଆଇଏ ବା ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସିକୁ ଦିଆଯାଇଛି ।  ସୂଚନା ଅନୁସାରେ ଆକ୍ରମଣ ପାଇଁ ଯେଉଁ ବିସ୍ଫୋରକର ବ୍ୟବହାର କରାଯାଇଥିଲା ତାହା କେବଳ କୌଣସି ଦେଶର ସେନା ପାଖରେ ହିଁ ରହିଥାଏ । ଏହି ବିସ୍ଫୋରକ କେମିତି ଆତଙ୍କବାଦୀଙ୍କ ପାଖରୁ ଆସିଲା ସେନେଇ ତଦନ୍ତ ଜୋରସୋରରେ ଚାଲିଛି ।

ପିଜା ଡେଲିଭରୀ ପାଇଁ କିଣାଯାଇନଥିଲା ଡ୍ରୋନ

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, କିଛି ଦିନ ତଳେ ପାକିସ୍ତାନ ବହୁ ସଂଖ୍ୟାରେ ଡ୍ରୋନ୍ ଚୀନ ଠାରୁ କିଣିଥିଲା । ଏବଂ ଏତେ ସଂଖ୍ୟକ ଡ୍ରୋନ କିଣାଯିବା ନେଇ ପାକିସ୍ତାନ କହିଥିଲା ଯେ, ଏହି ଡ୍ରୋନ ଗୁଡ଼ିକ ପିଜା ଡେଲିଭରୀ ସହ ଘରେ ଘରେ ଔଷଧ ଡେଲିଭରୀ କରାଇବାରେ ସହାୟକ ହେବ ।

ତେବେ ପାକିସ୍ତାନର କଥା ଅନୁସାରେ ଡ୍ରୋନର ବ୍ୟବହାର ସେହି କାମରେ ବ୍ୟବହାର ହୋଇଥିବାର ବିଶ୍ୱାସ କରାଯାଇପାରିବନାହିଁ । କାରଣ ଯେଉଁ ଡ୍ରୋନ୍ କିଣିବାର କଥା ପାକିସ୍ତାନ କହୁଛି ସେଗୁଡିକ ସେଠାରେ ପିଜା ଡେଲିଭରୀ ପାଇଁ ବ୍ୟବହାର ହୋଇନାହିଁ । ଏହି ଡ୍ରୋନର ବ୍ୟବହାର ଆକ୍ରମଣରେ ହୋଇଥିବା ସନ୍ଦେହ କରାଯାଉଛି । ଯଦିଓ ଏହି ଡ୍ରୋନ ଏଭଳି ବ୍ୟବହାର ହେବ ସେ ପ୍ରତି ଯାଞ୍ଚ କରିବା ନିହାତି ଆବଶ୍ୟକ ।

ଏହି ଡ୍ରୋନ୍ ଆକ୍ରମଣ ଦ୍ୱାରା ଅଧିକ କ୍ଷତି ପହଞ୍ଚାଯିବାର ଆଶଙ୍କାକୁ ମଧ୍ୟ ଏଡାଇଯାଇପାରୁନାହିଁ । କାରଣ ପୂର୍ବରୁ ପୁଲୱାମାରେ ଯବାନଙ୍କ ଉପରେ ବିସ୍ଫୋରକ ଭର୍ତ୍ତି ଗାଡି ଦ୍ୱାରା ଯେଭଳି ଆକ୍ରମଣ କରାଯାଇଥିଲା ସେଭଳି ଆକ୍ରମଣ କରିବାର ଆବଶ୍ୟକ ଆଉ ପଡିବ ନାହିଁ  । କାରଣ ଜମ୍ମୁକାଶ୍ମୀର ହାଇୱେରେ ଏମିତି ଅନେକ ପାହାଡ ଅଛି ଯେଉଁଠାରେ ଆତଙ୍କବାଦୀ ଲୁଚି ରହି ସେନା ଉପରେ ଡ୍ରୋନ୍ ମାଧ୍ୟମରେ ମଧ୍ୟ ଆକ୍ରମଣ କରିପାରିବେ । ଯଦିଓ ଏହାର ପ୍ରତିଉତ୍ତର ଦେବା ପାଇଁ ଭାରତ ସକ୍ଷମ ଅଛି । ଯଦି ଆତଙ୍କବାଦୀମାନଙ୍କ ଡ୍ରୋନମାଧ୍ୟମରେ ଏଭଳି ଆକ୍ରମଣରେ ଯବାନ ମାନେ ରକ୍ତାତ ହୁଅନ୍ତି ତେବେ ଭାରତର ପାଲଟା ଆକ୍ରମଣ ଭୟାବହ ହେବ ବୋଲି କୁହାଯାଉଛି ।

ଭାରତ ଜାତିସଂଘରେ ଉଠାଇଲା ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ ଆକ୍ରମଣ ପ୍ରସଙ୍ଗ

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବରୁ ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ହିଁ ଭାରତ ଜାତିସଂଘରେ ଆତଙ୍କବାଦୀଙ୍କ ଦ୍ୱାରା ଡ୍ରୋନ୍ ବ୍ୟବହାର ପ୍ରସଙ୍ଗ ଉଠାଇଛି। ଏହି ଦିଗରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରି ଭାରତ  ଏକାଠି ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି। ମିଳିତ ଜାତିସଂଘରେ ଯୋଗ ଦେଇ ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭିଏସକେ କୌମୁଦି କହିଛନ୍ତି ଯେ, ଆତଙ୍କବାଦୀଙ୍କ ଦ୍ୱାରା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଟାର୍ଗେଟ ସ୍ଥଳରେ ଡ୍ରୋନ ଦ୍ୱାରା ଆକ୍ରମଣ କରିବା ସମଗ୍ର ବିଶ୍ୱ ପାଇଁ ବିପଦ । ତେଣୁ ଏହା ବିରୋଧରେ ସମସ୍ତ ଦେଶ ମିଶି ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଭାରତ ଏହା ଉପରେ ମଧ୍ୟ ଜୋର ଦେଇଛି ଯେ, ସୀମାନ୍ତରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ଡ୍ରୋନ୍ ବ୍ୟବହାର କରାଯାଏ। ସୂଚନାଯୋଗ୍ୟ ଯେ ଦୁଇ ଦିନ ପୂର୍ବେ ଜାମ୍ମୁ ବିମାନବନ୍ଦରର ATC ଏବଂ ସେଠାରେ ପାର୍କିଂ ହୋଇଥିବା MI17 ଜାହାଜକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ଡ୍ରୋନରେ ଆକ୍ରମଣ କରିଥିଲେ। ଏନଆଇଏ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି ଏବଂ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଏ-ତାଇବା ଏହି ଆକ୍ରମଣ ପଛରେ ଥିବା ସନ୍ଦେହ କରାଯାଉଛି।

ତେବେ ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣ ସହ ଜଡିତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ସମୟରେ ଗୃହ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ ଏନଆଇଏକୁ ଦେଇଛି। ଏନଆଇଏ ମଧ୍ୟ ତଦନ୍ତ ଆରମ୍ଭ କରିଛି ଏବଂ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତର ରିପୋର୍ଟକୁ ଅନୁଧ୍ୟାନ କରୁଛି । ସୂଚନା ଅନୁସାରେ, ଏହି ଆକ୍ରମଣରେ ହାଇ ଗ୍ରେଡ୍ ବିସ୍ଫୋରକ ବ୍ୟବହାର କରାଯାଇଛି । ଏହା RDX କିମ୍ବା TNT ହୋଇପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଆକ୍ରମଣରେ ବ୍ୟବହୃତ ଡ୍ରୋନ୍ ସୀମା ଆରପାର୍ଶ୍ୱରୁ ପରିଚାଳିତ ହେଉଛି। ଏୟାରଫୋର୍ସ ଷ୍ଟେସନକୁ ଗୁଗୁଲ୍ ଆର୍ଥରେ ଦେଖାଯାଇଥାଏ ।

କମିଶନରେଟ ପୋଲିସ ପଞ୍ଝାରେ ୭ ସାଇବର ଅପରାଧୀ, ୧୬ ହଜାରରୁ ଅଧିକ ସିମ୍ ଜବତ

ଭୁବନେଶ୍ୱର: ସହିଦନଗରର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ବଡ଼ ସଫଳତା ପାଇଛି କମିଶନରେଟ୍ ପୋଲିସ । ତଦନ୍ତ ବେଳେ ଜଣାପଡ଼ିଥିଲା ଭଦ୍ରକ, ବାଲେଶ୍ୱର ଆଖପାଖ ଜିଲ୍ଲାରୁ ବହୁ ପରିମାଣର ପ୍ରି-ଆକ୍ଟିଭେଟେଡ୍ ସିମ୍ ବାହାରକୁ ଚାଲାଣ ହେଉଥିଲା । ଉକ୍ତ ସିମଗୁଡ଼ିକ ସାଇବର କ୍ରାଇମରେ ବ୍ୟବହାର କରାଯାଉଥିଲା । ଆମେ ପ୍ରି-ଆକ୍ଟିଭେଟେଡ୍ ସିମକୁ ଟ୍ରାକ୍ କରି ତଦନ୍ତ କରିଥିଲୁ । ଏହା ପଛରେ ବଡ଼ ଗ୍ୟାଙ୍ଗ ଥିବା ଜଣା ପଡ଼ିଥିଲା ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

commissionerate police Arrested 7 Of Cyber Gang

ଗ୍ରାହକଙ୍କ ପରିଚୟ ପତ୍ରକୁ ନକଲ କରି ବହୁ ସିମ୍ ଆକ୍ଟିଭ୍ କରି ଅନ୍ୟ ରାଜ୍ୟକୁ ପଠାଯାଉଥିଲା । ଏହି ସବୁ ସିମ୍ ଅନ୍ୟ ରାଜ୍ୟକୁ ପଠାଯାଇ ଠକେଇ କରାଯାଉଛି । ଏହି ସିମ୍ ଗୋଟିଏ ଥର ବ୍ୟବହାର କରି ଫୋପାଡ଼ି ଦିଅନ୍ତି । ଫଳରେ ସାଇବର କ୍ରାଇମ୍ ବଢ଼ିଥାଏ । ଆମେ ବିଭିନ୍ନ ସ୍ଥାନ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଅଞ୍ଚଳରେ ରେଡ୍ କରି ୭ ଜଣଙ୍କୁ ଗିରଫ କରାଯାଇଛି ।

commissionerate police Arrested 7 Of Cyber Gang

୭ ଜଣଙ୍କ ଠାରୁ ୧୬ ହଜାରରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଛି । ସିମ୍ ଆକ୍ଟିଭେଟ୍ ପାଇଁ ବ୍ୟବହୃତ ୧୧୦ରୁ ଅଧିକ ମୋବାଇଲ୍ ଫୋନ୍ ଜବତ ହୋଇଛି । ଗିରଫ ୭ ଜଣଙ୍କ ମଧ୍ୟରୁ ୫ ଜଣ ମୋବାଇଲ୍ ବିକ୍ରେତା ଅଛନ୍ତି । ଅନ୍ୟ ୨ ଜଣ ଏକ ନିର୍ଦ୍ଦିଷ୍ଟ ସର୍ଭିସ୍ ପ୍ରୋପାଇଡର କମ୍ପାନୀର କର୍ମଚାରୀ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଏତେ ସଂଖ୍ୟାରେ ସିମ୍ କିଭଳି ଆକ୍ଟିଭେଟ୍ ହେଉଛି । କିଭଳି ବାହାରକୁ ଯାଉଛି । ଏସବୁର ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ରାଜ୍ୟ ବାହାରକୁ ଏହି ସାଇବର କ୍ରାଇମ୍ ଚେର ଲମ୍ବିଛି । ଗୋଟିଏ ପ୍ରି-ଆକ୍ଟିଭେଟ୍ ସିମର ମୂଲ୍ୟ ୫ ଶହ ଟଙ୍କାରୁ ଅଧିକ । ପ୍ରି-ଆକ୍ଟିଭେଟ୍ ସିମକୁ ଗିରଫ ଅଭିଯୁକ୍ତ କୋରିଅର ମାଧ୍ୟମରେ ବାହାର ରାଜ୍ୟକୁ ପଠାଉଥିଲେ । ତଦନ୍ତରେ ଯାହାର ଅବହେଳା ଦେଖାଯିବ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରତ୍ନତତ୍ତ୍ୱ ବିଭାଗର ୬ ଜଣିଆ ଟିମ୍

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏଥିପାଇଁ ପ୍ରାଥମିକ ପ୍ରର୍ଯ୍ୟାୟରେ ସରକାର ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ହେଲେ କୋଭିଡ୍ କଟକଣା ପାଇଁ ଦୀର୍ଘମାସ ହେବ କାର୍ଯ୍ୟ ଅଟକି ରହିଥିଲା ।

Six Members Of Archaeological Team In Aradi

ଆଜି ପ୍ରତ୍ନତତ୍ତ୍ୱ ବିଭାଗର ୬ ଜଣିଆ ଟିମ୍ ଆରଡି ପୀଠକୁ ଆସି ବାବାଙ୍କ ମନ୍ଦିର ଗର୍ଭଗୃହର ଯାଞ୍ଚ କରିଛନ୍ତି । ଏଥିସହ ମନ୍ଦିର ବେଢା, ୪ ଗୁମୁଟ ମନ୍ଦିର, ଗଳିଘର, ଅଳାଁ, ମୁକ୍ତି ମଣ୍ଡପ ଆଦି ସ୍ଥାନ ବୁଲି ଦେଖିଛନ୍ତି । ନୂତନ ଭାବେ ହେବାକୁ ଥିବା ଯଜ୍ଞ ମଣ୍ଡପ, ଶ୍ରାବଣୀ ମଣ୍ଡପ, ବେଢା ପ୍ରାଚେରିର ସମ୍ଭନ୍ଧରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ କ୍ରୀଡ଼ା ବିଭାଗର ସୁପାରିସ । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର । ଏହାସହ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଣାଳୟକୁ ସୁପାରିସ୍ କରାଯାଇଛି ।

ଏହାଛଡ଼ା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ରାଜ୍ୟ ସରକାର ଦୂତୀ ଓ ବୀରେନ୍ଦ୍ରଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିଥିଲେ । ଦୂତୀଙ୍କୁ ଗତବର୍ଷ ଅର୍ଜୁନ ପୁରସ୍କାର ମିଳିଥିଲା । ବୀରେନ୍ଦ୍ର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଟିକଟ୍ ପାଇଛନ୍ତି । ଭାରତୀୟ ହକି ଟିମ୍‌ର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା ।

ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ୨ କିନ୍ନର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି । କିନ୍ନର କରୁଥିଲେ ଗଞ୍ଜେଇ ବେପାର । ଟ୍ରେନ୍ ଯୋଗେ ଅହମଦାବାଦ ଗଞ୍ଜେଇ ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଆରପିଏଫର ମିଳିତ ଚଢ଼ାଉ ବେଳେ ଧରା ପଡ଼ିଛନ୍ତି କିନ୍ନର । ପୁରୀ-ଗୁଜରାଟ ଗାନ୍ଧିଧାମ ଏକ୍ସପ୍ରେସରେ ଅହମଦାବାଦ ଗଞ୍ଜେଇ ଚାଲାଣ କରୁଥିଲେ ।

Two Kinner Arrested For Smugling Of Ganja Bhubaneswar By Train

ଭୁବନେଶ୍ୱର ରେଳ ଷ୍ଟେସନର ରେଲୱେ ମେଲ୍ ସର୍ଭିସ ଅଫିସ ସାମ୍ନାରୁ ୨ ଜଣ କିନ୍ନର ଗଞ୍ଜେଇ ସହ ଧରା ପଡ଼ିଛନ୍ତି । ସେମାନେ ହ୍ୟାଣ୍ଡବ୍ୟାଗ ଓ ସୁଟକେସରେ ଗଞ୍ଜେଇ ନେଉଥିଲେ । ଅଭିଯୁକ୍ତ ଦୁହେଁ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଏବଂ ଅନ୍ୟଜଣେ ବସନ୍ତ ସ୍ୱାଇଁ ଓରଫ ବାସନ୍ତୀ । ଦୁଇ ଜଣଙ୍କଠାରୁ ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ।

Two Kinner Arrested For Smugling Of Ganja Bhubaneswar By Train

ଦୁହେଁ ସୋମବାର ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଆସିଥିଲେ । ପରେ ଗାନ୍ଧୀଧାମ ଏକ୍ସପ୍ରେସରେ ସୋମବାର ରାତି ୯ଟାରେ ଭୁବନେଶ୍ୱର ଷ୍ଟେସନରୁ ଅହମଦାବାଦ ଅଭିମୁଖେ ଯାଇଥାନ୍ତେ । ତା’ପୂର୍ବରୁ ସୂଚନା ପାଇ ରାତି ୮ଟା ସମୟରେ ଗଞ୍ଜେଇ ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଜୁଲାଇ ସୁଦ୍ଧା ଲାଗୁ କର ୱାନ୍ ନେସନ ୱାନ୍ ରାସନ କାର୍ଡ

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଏନଆଇସି ସହଯୋଗରେ ଏକ ୱେବସାଇଟ୍ ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋର୍ଟ । ଏଥିସହ ୨୦୨୧ ଜୁଲାଇ ୩୧ ସୁଦ୍ଧା ସମସ୍ତ ଶ୍ରମିକଙ୍କ ପଞ୍ଜିକରଣ ସାରିବାକୁ କୋର୍ଟ କହିଛନ୍ତି ।

Supreme Court Says Implement One Nation One Ration Card Scheme By 31st July

କୋର୍ଟ କହିଛନ୍ତି, ଜୁଲାଇ ୨୧ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ବିତରଣ ପାଇଁ ଯୋଜନା ଲାଗୁ କରାଯାଉ । ଉକ୍ତ ଯୋଜନା ମହାମାରୀ ସରିବା ଯାଏ ଜାରି ରଖାଯାଉ । ଏଥିସହ ସମସ୍ତ ରାଜ୍ୟରେ ୱାନ୍ ନେସନ ୱାନ୍ ରାସନ କାର୍ଡ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି ।

ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ୍ ୧୯୭୯ ପ୍ରକାରେ ସମସ୍ତ ପ୍ରତିଷ୍ଠାନ ଓ ଠିକାଦାରଙ୍କୁ ପଞ୍ଜିକରଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶ୍ରମିକଙ୍କ ସଂଖ୍ୟା ଅଧିକ ଥିବା ସ୍ଥାନରେ ରାଜ୍ୟ ସରକାର କମ୍ୟୁନିଟି କିଚେନ୍ କରିବା ପାଇଁ କୋର୍ଟ କହିଛନ୍ତି । ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମହାମାରୀ ସରିବା ଯାଏ ଜାରି ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ନବବଧୂକୁ କାନ୍ଧରେ ଧରି ନଦୀ ପାର କରାଇଲା ବର

କିଶନଗଞ୍ଜ: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିରେ ଜଣେ ବର ତାଙ୍କ ନବବଧୂଙ୍କୁ କାନ୍ଧରେ ନେଇ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ହେଉଛି ବିହାରର କିଶନଗଞ୍ଜ ଜିଲ୍ଲାର ।

ସୂଚନା ଅନୁସାରେ, କିଶନଗଞ୍ଜର ଦିଘଲବ୍ୟାଙ୍କ ବ୍ଲକ ଅଞ୍ଚଳର ସିଂଘୀମାରୀ କନକଇ ନଦୀର ପଲସା ଘାଟରୁ ଏହି ଭିଡିଓ ଅତ୍ୟନ୍ତ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବର ତାଙ୍କ ନବବଧୂଙ୍କୁ କାନ୍ଧରେ ନେଇ ନଦୀ ପାର ହୋଇଥିବାର ନଜର ଆସିଛନ୍ତି। ଶନିବାର ଦିନ ଏହି ଶୋଭାଯାତ୍ରା ଲୋହାଗଡା ଗାଁରୁ ପଲସା ଗ୍ରାମକୁ ଯାଇଥିଲା। ଏବଂ ବିବାହ ସାରି ରବିବାର ଦିନ ଫେରୁଥିବାବେଳେ ଅଧା ନଦୀରେ ଡଙ୍ଗା ପାର ହେବା ପରେ ବର ତାଙ୍କ ନବ ବିବାହିତ କନ୍ୟାକୁ କାନ୍ଧରେ ନଦୀ ପାର ହୋଇ ଯାଉଥିଲେ, ଯାହ କେହି ଜଣେ କାମେରା କଏଦ କରିଦେଇଥିଲେ।

ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଯୋଗ୍ୟ ଯେ, ଗଲେ ପଲସା ଏକ ସୀମାନ୍ତ ଗ୍ରାମ, ଏବଂ ଏଠାକୁ ଯିବାକୁ ହେଲେ କନକଇ ନଦୀ ପାର କରିବାକୁ ପଡ଼ିଥାଏ । ଲୋକେ ଏଠାରେ ପୋଲ ନ ହୋଇଥିବାରୁ ଲୋକମାନେ ଡଙ୍ଗାରେ ଯିବା ଆସିବା କରିଥାନ୍ତି ।

ଜୁଲାଇ ୫ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ପାଇଁ ଆରମ୍ଭ ହେବ ଫର୍ମ ଫିଲଅପ୍

କଟକ: ମାଟ୍ରିକ ମୂଲ୍ୟାୟନରେ ହୋଇଛି କି ତ୍ରୁଟି ? ଏନେଇ ପ୍ରେସମିଟରେ ଉତ୍ତର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ କମା ଯାଇଥିଲା । ଶହେ ଦିନର ପାଠପଢ଼ା ପରେ ମେ ୩ ତାରିଖରେ ପରୀକ୍ଷା ହେବାର ଥିଲା । ଦ୍ୱନ୍ଦ୍ୱ ଦୂର ପାଇଁ ଅତିରିକ୍ତ କ୍ଲାସ କରାଯାଇଥିଲା । ପରୀକ୍ଷା ଦର୍ପଣ ନାଁରେ ଏକ ପ୍ରଶ୍ନ ପାର୍ଟନ ମଧ୍ୟ ଦିଆଯାଇଥିଲା । ୯୨ ଦିନ ପର୍ଯ୍ୟନ୍ତ ପାଠପଢ଼ା ପରେ କରୋନା ପାଇଁ ସ୍କୁଲ୍ ବନ୍ଦ କରାଯାଇଥିଲା ।

 Board Clarification On Matric Exams Cuttack

ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ପାଇଁ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ୍ କରିବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ କହିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ବିଚାରବିମର୍ଶ, ପରାମର୍ଶ ପରେ ବିକଳ୍ପ ଆସେସମେଣ୍ଟ ବ୍ୟବସ୍ଥା କରିଥିଲା । ଏହାକୁ ୱେବସାଇଟରେ ଦିଆଯାଇ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠା ଯାଇଥିଲା । ମେ ୭ ତାରିଖରେ ଉକ୍ତ ଗାଇଡଲାଇନକୁ ସାର୍ବଜନୀନ କରାଯାଇଥିଲା । ସେହି ଅନୁସାରେ, ନବମ ଓ ଦଶମ ଶ୍ରେଣୀର ମାର୍କକୁ ଫଳାଫଳ ମୂଲ୍ୟାୟନ କରାଯାଇଥିଲା ।

 Board Clarification On Matric Exams Cuttack

ସ୍କୁଲ୍ ମାନେ ମାର୍କ ଅପଲୋଡ୍ କରିବା ପରେ ମୂଲ୍ୟାୟନ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ପରୀକ୍ଷା ବାତିଲ୍ ପରେ ବୋର୍ଡ କର୍ତ୍ତୃପକ୍ଷ ଶିକ୍ଷାବିତ୍, ଡିଇଓ ଓ କୋର୍ କମିଟି ସହ ଆଲୋଚନା କରିଥିଲା । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କ ସହ ଦଶମର ୩ଟି ଅଭ୍ୟାସ ଟେଷ୍ଟର ୨ଟି ସର୍ବୋଚ୍ଚ ମାର୍କକୁ ନେଇ ଫଳ ପ୍ରକାଶିତ ହୋଇଛି । ଏହି ସବୁ ମାର୍କକୁ ସ୍କୁଲ୍ କର୍ତ୍ତୃପକ୍ଷ ଅପଲୋଡ୍ କରିଥିଲେ । ତାପରେ ବିଗତ ୪ ବର୍ଷର ଫଳାଫଳ ମଧ୍ୟ ଆନାଲିସିସ୍ କରାଯାଇଥିଲା । ସୁରୁଖୁରୁରେ ପିଲାଙ୍କ ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପଦକ୍ଷେପ ନେଇଥିଲା । ସିବିଏସଇ ଗୋଟିଏ ବର୍ଷ ମାର୍କ ନେଇଛି, ଆମେ ନେଇନୁ ବୋଲି କହିଛନ୍ତି ବୋର୍ଡର ଉପ ସଭାପତି ।

Board Clarification On Matric Exams Cuttack

ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ଫର୍ମ ଫିଲଅପ୍ କରି ଅଫଲାଇନ୍ ପରୀକ୍ଷା ଦେଇ ପାରିବେ । ଜୁଲାଇ ୫ରେ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ନୋଟିଫିକେସନ୍ ହେବ । ଫର୍ମ ଫିଲଅପ୍ ପାଇଁ ୧୦ ଦିନ ଦିଆଯିବ । ଜୁଲାଇ ମାସରେ ହିଁ ଅଫଲାଇନ୍ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ଦିନ ମଧ୍ୟରେ ହିଁ ରେଜଲ୍ଟ ବାହାରିବ । ସେହି ରେଜଲ୍ଟକୁ ଯୁକ୍ତ ୨ ପଢ଼ିବେ । ଅଫଲାଇନ୍ ପରୀକ୍ଷା ମାର୍କକୁ ଚୂଡ଼ାନ୍ତ ମାର୍କ ଧରାଯିବ ।

ଜମ୍ମୁ ବାୟୁସେନା ଷ୍ଟେସନରେ ଆକ୍ରମଣର ତଦନ୍ତ କରିବ NIA

ନୂଆଦିଲ୍ଲୀ: ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ରବିବାର ରାତିରେ ହୋଇଥିବା ଡ୍ରୋନ୍ ଆକ୍ରମଣର ତଦନ୍ତ ଭାର NIAକୁ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏବେ ଏହି ପୂରା ମାମଲାର ତଦନ୍ତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି କରିବ । ଏନଆଇଏ ଜମ୍ମୁ-କାଶ୍ମୀର ପୋଲିସ ଠାରୁ ମାମଲାର ତଦନ୍ତ ବେଳେ ମିଳିଥିବା ଦସ୍ତାବିଜକୁ ଗ୍ରହଣ କରୁଛି । ଖୁବଶୀଘ୍ର ଏନଆଇଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବ ।

ଏହା ପୂର୍ବରୁ ସ୍ଥାନୀୟ ପୋଲିସ ଓ ବାୟୁ ସେନା ଅଧିକାରୀଙ୍କ ସହ ଏନଆଇଏ, ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ ସହିତ କେତେକ ସୁରକ୍ଷା ଏଜେନ୍ସି ଆତଙ୍କବାଦୀ ଆକ୍ରମଣ ନେଇ ଯାଞ୍ଚ କରିଥିଲେ । ତଦନ୍ତକାରୀ ଏଜେନ୍ସି ଆତଙ୍କବାଦୀ ଆକ୍ରମଣ ଦିଗକୁ ନେଇ ଯାଞ୍ଚ କରିଛନ୍ତି । ତେବେ ଡ୍ରୋନ୍ ଆକ୍ରମଣର ୪୮ ଘଣ୍ଟା ପରେ ମଧ୍ୟ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଯାହା ପରେ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ରବିବାର ଜମ୍ମୁ-କାଶ୍ମୀର ଏୟାରବେସ୍ ଉପରେ ଡ୍ରୋନ୍ ସାହାଯ୍ୟରେ ଦୁଇ ଦୁଇଟି ଆକ୍ରମଣ କରାଯାଇଥିଲା । ବିସ୍ଫୋରଣରେ ଏକ କୋଠାର ଛାତ କ୍ଷତିଗ୍ରସ୍ତ ହୋଇଥିଲା । ସୋମବାର ୨ଗୋଟି ଡ୍ରୋନ୍ ଜମ୍ମୁର କାଳୁଚକ ମିଲିଟାରୀ ଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା । ସେନାର ଫାୟାରିଂ ପରେ ଡ୍ରୋନ୍ ୨ଟି ଗାଏବ ହୋଇ ଯାଇଥିଲା ।