spot_img
Home Blog Page 5510

ସୁରକ୍ଷାରେ ଥିବା କନଷ୍ଟେବଳ ଲୁଟିନେଲେ ସବ-ଇନ୍ସପେକ୍ଟରଙ୍କ ଟଙ୍କା

ଭୁବନେଶ୍ୱର:  ଚୋରି ତ ଚୋରି ପୁଣି ସାଙ୍ଘାତିକ ଚୋରି   । ସୁରକ୍ଷା ପାଇଁ ରହିଥିବା ଲୋକ ଶେଷରେ ଲୁଟିନେଲା  । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ  । ସୂଚନା ମୁତାବକ CRPFର ସବ ଇନ୍ସପେକ୍ଟରଙ୍କ  ଟଙ୍କା ଚୋରି ଘଟଣାରେ ଆଜି ହୋଇଛି ଫର୍ଦ୍ଦାଫାସ   । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି  ସୁରକ୍ଷା ପାଇଁ ନିୟୋଜିତ ଥିବା  CRPF କନଷ୍ଟେବଳ  ।

ମିଳିଥିବା ଖବର ମୁତବାକ 8ଲକ୍ଷ 39 ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା  । ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପ୍ରିୟବ୍ରତ ପ୍ରିୟଦର୍ଶନ ପତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ  । ସବ ଇନ୍ସପେକ୍ଟରଙ୍କ ଦେହ ଖରାପ ଥିବାରୁ କନଷ୍ଟେବଳଙ୍କୁ ତାଙ୍କ ସେବା କରିବା ପାଇଁ ନିୟୋଜିତ କରାଯାଇଥିଲା  । ବିଶ୍ୱାସରେ ସିନିୟର ଅଫିସର ଟଙ୍କା ଉଠାଇବା ପାଇଁ କନଷ୍ଟେବଳକୁ ATM କାର୍ଡ ଦେଇଥିଲେ  ।

ବିଶ୍ୱାସର ସୁଯୋଗ ନେଇ  8 ଲକ୍ଷ 39 ହଜାର ଟଙ୍କା କୌଶଳ କ୍ରମେ କାଢି ନେଇଥିଲା କନଷ୍ଟେବଳ  । ଏହି ସବୁ ଟଙ୍କାକୁ ସେୟାର ମାର୍କେଟରେ ଲଗାଇ ତାକୁ ଦୁଇଗୁଣା କରିବା ଆଶାରେ ଖର୍ଚ୍ଚ କରିଥିଲା ଅଭିଯୁକ୍ତ  । ଏନେଇ ରାଜ ପାଲ  ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ  । ପରେ ପୋଲିସ ଘଟଣାର ତଦନ୍ତ ଚଳାଇବା ପରେ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି  । ଏବଂ ସମସ୍ତ ଟଙ୍କା ଫେରି ପାଇଛନ୍ତି ଅଭିଯୋଗକାରୀ ଅଫିସର  ।

ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ ଧନ୍ୟବାଦ ଦେଲେ ଖିଲାଡ଼ି ବୟ ଅକ୍ଷୟ କୁମାର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ ଧନ୍ୟବାଦ ଜଣାଇଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ କୃତଜ୍ଞତା ଜଣାଇଲେ ଅକ୍ଷୟ । ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା ପତ୍ର ପଠାଇଛନ୍ତି । ଅକ୍ଷୟଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କୁ ସାହାଯ୍ୟ କରଥିଲେ ସୁବାସ । ଟୁଟୁ ଭୂୟାଁ ପତ୍ନୀ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ବ୍ରହ୍ଣପୁର ମେଡିକାଲରେ ଭର୍ତ୍ତି ପରେ ଓଡ଼ିଶା ମୋ ପରିବାରର ସଂଯୋଜକ ସୁବାସଙ୍କ ସମସ୍ତ ସହାୟତା ଏବଂ ସାହାଯ୍ୟ ଜାରି ରହିଥିଲା  । ଫଳରେ ଭୂୟାଁଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ସୁବାସ । ମେଡିକାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇପାରିଥିଲା । ଏଥିପାଇଁ ଅଭିନେତା ତଥା ବଲିଉଡ ସୁପରଷ୍ଟାର  କୃତଜ୍ଞତା ପତ୍ର ।

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ

ଗଞ୍ଜାମ: ଜିଲ୍ଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗାଁ ଏବେ ପୁରୁଷଶୂନ୍ୟ । ଆଧୁନିକତା ଭିତରେ ଲୁଚି ରହିଛି ଅନ୍ଧ ବିଶ୍ୱାସର ପୁଟୁଳି । ଗୁଣି ଗାରେଡ଼ି ସନ୍ଦେହରେ ଜଣେଙ୍କୁ ଗ୍ରାମର କିଛି ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ସୂଚନା ମୁତାବକ ଗୁଣିଗାରେଡ଼ି ସନ୍ଦେହରେ ଗତକାଲି ଗାଁରେ ହତ୍ୟାକାଣ୍ଡ ଘଟିଥବା ଜଣାପଡିଛି । ଏଥିରେ ଏନ୍.ଭେଙ୍କଟ ରମଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ ।

ସେପଟେ ଘଟଣା ବିଷୟରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି  । ଘଟଣାରେ ୩୦ରୁ ଅଧିକ ଲୋକଙ୍କୁ ପୋଲିସ ଅଟକ ରଖିଛି । ଗିରଫଦାରୀ ଭୟରେ ରାମେୟାପଲ୍ଲୀ ଗାଁ ଏବେ ପୁରୁଷଶୂନ୍ୟ ହୋଇପଡ଼ିଛି । ମୃତଦେହ ଜବତ କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ରାମେୟାପଲ୍ଲୀର ପି.ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ଛତିଶା ନିଯୋଗ ବୈଠକରେ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ସ୍ନାନ ଯାତ୍ରା ପାଇଁ ଆସନ୍ତା ୨୪ ତାରିଖ ରାତି ଗୋଟାଏରୁ ଭୋର ଚାରିଟା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ନୀତି ହେବ । ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ଜଳଲାଗି ନୀତି ସଂପନ୍ନ କରିବାକୁ ସ୍ଥିର ହୋଇଛି । ଦିନ ୧୧ଟା ୩୦ରୁ ୧୨ଟା ୩୦ମଧ୍ୟରେ ଛେରାପହଁରା ହୋଇ ଶ୍ରୀଜିଉଙ୍କୁ ହାତୀବେଶ କରାଯିବ । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚା ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସକାଳ ୮ଟାରେ ରଥ ପ୍ରତିଷ୍ଠା ସହ ୮ଟା ୩୦ରୁ ଆରମ୍ଭ ହେବ ପହଣ୍ଡି । ଦିନ ଦୁଇଟାରେ ଛେରା ପହଁରା ନୀତି ଶେଷ କରି ରଥଟଣା ଅପରାହ୍ନ ୩ଟା ସୁଦ୍ଧା ଆରମ୍ଭ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି । ଛତିଶା ନିଯୋଗ ବୈଠକରେ ଭର୍ଚୁଆଲରେ ଜିଲ୍ଲାପାଳଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ବ୍ୟାପକ ହେବ ଟିକାକରଣ: ଦୈନିକ ୩ ଲକ୍ଷ ଟିକାକରଣ ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ

ବ୍ୟାପକ ହେବ ଟିକାକରଣ: ଦୈନିକ ୩ ଲକ୍ଷ ଟିକାକରଣ ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ

ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ ହେବ ଟିକାକରଣ । କାଲିଠୁ କ୍ୟାମ୍ପେନ୍ ମୋଡ୍‌ରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ନୂଆ ଟିକାନୀତି ଅନୁସାରେ ହେବ ଭ୍ୟାକ୍ସିନେସନ । ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି । ଆସନ୍ତାକାଲି ରାଜ୍ୟର ସବୁ ବ୍ଲକ୍ ଓ ମ୍ୟୁନିସିପାଲିଟିରେ କ୍ୟାମ୍ପେନ୍ ମୋଡରେ ଟିକାକରଣ ହେବ । ପ୍ରତ୍ୟେକ ବ୍ଲକରେ ୫ଟି ସେସନ, ଏନଏସିରେ ୫ଟି ଲେଖାଏଁ ସେସନ, ପୌରପରିଷଦରେ ୧୦ଟି, ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜୀକରଣ ପାଇଁ ଜିଲ୍ଲାସ୍ତରରେ ହେବ ଯୋଜନା । ସଠିକ ସମୟରେ ଦ୍ୱିତୀୟ ଡୋଜ୍ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଟିକାକରଣ ପାଇଁ ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି ।

 

ଏଥିସହିତ ପଢ଼ନ୍ତୁ: ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭରଣପୋଷଣ ପାଇଁ ମିଳିବ ମାସିକ ୨୫୦୦ ଟଙ୍କା

 

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ୧୫ ଦିନ ତଳୁ କୋଭିଡ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ପୋଷ୍ଟ କୋଭିଡ ଚିକିତ୍ସାରେ ଅଛନ୍ତି । ଏବେ ସେ ଚଳାବୁଲା କରିବା ସହ ସଲିଡ୍‌ ଖାଦ୍ୟ ବି ଖାଇ ପାରୁଛନ୍ତି । ଏହିଭଳି ସ୍ଥିତି ରହିଲେ ଆଉ ୩-୪ ଦିନରେ ତାଙ୍କୁ ଡିସଚାର୍ଜ କରିଦିଆଯିବ । ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ପ୍ରତିଦିନ ମନିଟରିଂ କରାଯାଉଛି । ଆଜିକୁ ଠିକ ଦୁଇ ମାସ ତଳେ ଏପ୍ରିଲ ୨୦ ତାରିଖରେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଏଥିସହିତ ପଢ଼ନ୍ତୁ: ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭରଣପୋଷଣ ପାଇଁ ମିଳିବ ମାସିକ ୨୫୦୦ ଟଙ୍କା

ଅଯୋଧ୍ୟା: ୨୦ ଲକ୍ଷର ଜମିକୁ ଟ୍ରଷ୍ଟକୁ ୨.୫କୋଟିରେ ବିକ୍ରିକୁ ନେଇ ମେୟରଙ୍କୁ ପ୍ରଶ୍ନ କଲେ ମହନ୍ତ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପାଇଁ କିଣାଯାଇଥିବା ଜମିକୁ ନେଇ ଆଉ ଏକ ନୂଆ ବିବାଦ ଦେଖାଦେଇଛି । ଯେଉଁଥିରେ ମେୟର ଋଷିକେଶ ଉପାଧ୍ୟାୟଙ୍କ ଭଣଜା ଦୀପ ନାରାୟଣ ଉପାଧ୍ୟାୟଙ୍କ ଭୂମିକା ସାମ୍ନାକୁ ଆସିଛି। ଏହି ପ୍ରସଙ୍ଗରେ ଅଯୋଧ୍ୟାରେ ମହନ୍ତ ଦେବେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ମେୟର ନିଜେ ତାଙ୍କୁ ରାମ ମନ୍ଦିର ନାମରେ ଜମି ମାଗିବାକୁ ଆସିଥିଲେ। ତେବେ ମେୟର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଯଦିଓ ମହନ୍ତ ଦେବେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ କହିଛନ୍ତି ଯେ, ରାମ ମାନ୍ଦିର ଟ୍ରଷ୍ଟରୁ ତାଙ୍କୁ କେହି ଭେଟି ନଥିଲେ, କେବଳ ମେୟର ତାଙ୍କୁ ଭେଟିଥିଲେ। ସେ କହିଛନ୍ତି, “ଟ୍ରଷ୍ଟ ଆମ ସହିତ ସିଧାସଳଖ ଯୋଗାଯୋଗ କରିନାହିଁ। ମେୟର ଋଷିକେଶ ଉପାଧ୍ୟକ୍ଷଙ୍କୁ ସେ ଭେଟିଥିଲେ। ଆମକୁ କୁହାଯାଇଥିଲା ଯେ ରାମଲାଲା ଟ୍ରଷ୍ଟ ଏହାର ଆବଶ୍ୟକତା ଅଛି, ତେଣୁ ଆମେ ଜମିକୁ ଦେଇଥିଲୁ । ଆମକୁ ଲାଗଥିଲା ଯେ ସେମାନେ ଟ୍ରଷ୍ଟ ସହ ଜଡ଼ିତ ଅଛନ୍ତି ତେଣୁ ଆମେ ନିସଙ୍କୋଚରେ ଜମି ଦେଇ ଦେଇଥିଲୁ ।

ସେ ଆହୁରି ମଧ୍ୟ କହିଛନ୍ତି, “ସେମାନେ କିଭଳି ଏହି ଜମିକୁ ୨.୫କୋଟିରେ ବିକିଥିଲେ ତାହା ଆଶ୍ଚର୍ଯ୍ୟକର ବିଷୟ । ଯଦି ସେମାନେ ଏତେ ଟଙ୍କା ଦେଇ ଜମିଟିକୁ ଟ୍ରଷ୍ଟକୁ ବିକ୍ରି କରିଥିଲେ, ତେବେ ଆମେକୁ ବି ସେହି ଅନୁସାରେ ଦେୟ ଦେବା ଉଚିତ୍।” ସେ କହିଛନ୍ତି, “ଭଗବାନଙ୍କ ନାମରେ ଅର୍ଥର ଅପବ୍ୟବହାର କରାଯିବା ଉଚିତ ନୁହେଁ। ଏହା ସମ୍ପୂର୍ଣ୍ଣ ଭୁଲ । ଅଯୋଧ୍ୟାରେ କଣ ଘଟୁଛି ଭଗବାନ ଜାଣିବା ଉଚିତ୍। ଭଗବାନ ରାମଙ୍କ ନାମରେ ଯିଏ ଏମିତି କରିବ ସେ ପାପି ହେବ । ଭଗବାନ ସମସ୍ତଙ୍କୁ ବୁଦ୍ଧି ଟିକେ ଦିଅନ୍ତୁ ଯେମିତି ସେମାନେ ଭଗବାନଙ୍କ ନାମର ଟଙ୍କାକୁ ଅପବ୍ୟବହାର କରିବେ ନାହିଁ। ”

ତେବେ ମେୟର ମହନ୍ତଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ମେୟର ଋଷିକେଶ ଉପାଧ୍ୟାୟ କହିଛନ୍ତି ଯେ, ସେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଉତ୍ତର ସହିତ ଉପସ୍ଥିତ ହେବେ। ସେ କହିଛନ୍ତି, “ମୁଁ ମହନ୍ତଙ୍କୁ ଭେଟିବାକୁ ଯାଇ ନଥିଲି। ଏହା ମୋ ବିରୋଧରେ ଏକ ରାଜନୈତିକ ଚକ୍ରାନ୍ତ । ମୁଁ ଏହି ଅଭିଯୋଗର କୋର୍ଟରେ ଉତ୍ତର ଦେବି।” ଭଣଜା ଦୀପ ନାରାୟଣ ଉପାଧ୍ୟାୟଙ୍କ ଭୂମିକାରେ ମେୟର କିଛି କହି ନାହାଁନ୍ତି । ମେୟର କେବଳ କହିଛନ୍ତି ଯେ ଯଦି କେହି ଭୁଲ କରିଛନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୂରା ଘଟଣାକ୍ରମ କଣ ଥିଲା ?

ମେୟର ଋଷିକେଶ ଉପାଧ୍ୟାୟଙ୍କ ଭଣଜା ଦୀପ ନାରାୟଣ ଉପାଧ୍ୟାୟ ୨୦ ଫେବୃଆରୀ ୨୦୨୧ ରେ ଅଯୋଧ୍ୟାର ମହନ୍ତ ଦେବେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଠାରୁ ୧୩୫ ରୁ ୮୯୦ ବର୍ଗ ମିଟର ଜମି କିଣିଥିଲେ।  ୩ ମାସ ପରେ, ୧୧ ମଇ ୨୦୨୧ରେ, ଦୀପ ନାରାୟଣ ସମାନ ଜମିକୁ ରାମ ମାନ୍ଦିର ଟ୍ରଷ୍ଟକୁ ୨.୫ କୋଟିରେ ବିକ୍ରି କରିଥିଲେ। କେବଳ ଏତିକି ନୁହେଁ, ମେୟରଙ୍କ ଭଣଜା ୨୭ ଲକ୍ଷରେ ୬୭୬.୮୬ ବର୍ଗ ମିଟରର ଆଉ ଏକ ଜମି କିଣି ଟ୍ରଷ୍ଟକୁ ୧ କୋଟିରେ ବିକ୍ରି କରିଥିଲେ ।

ମୋଦିଙ୍କ ସହ ହେବାକୁ ଥିବା ବୈଠକରେ ସାମିଲ ନ ହୋଇପାରନ୍ତି ମେହବୁବା ମୁଫତି

ନୂଆଦିଲ୍ଲୀ: ମୋଦିଙ୍କ ବୈଠକରେ ସାମିଲ ହେବାକୁ ଚାହୁଁ ନାହାଁନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଜାମ୍ମୁ କାଶ୍ମୀରର ରାଜନୈତିକ ଦଳର ନେତାମାନଙ୍କସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୪ ରେ ଦିଲ୍ଲୀରେ ଏକ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକ ପାଇଁ ୧୪ ଜଣ ନେତାଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏହି ବୈଠକରୁ ନିଜକୁ ଦୂରେଇ ରଖିପାରନ୍ତି। ଯଦିଓ ଦଳୀୟ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଜାମ୍ମୁ କାଶ୍ମୀରରେ ରାଜନୈତିକ ଅନିଶ୍ଚିତତାର ପରିସ୍ଥିତିକୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୪ରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ଜୁନ୍ ୨୪ରେ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ୧୪ ଜଣ ନେତାଙ୍କୁ ଡକାଯାଇଛି। ତେବେ ମେହବୁବା ମୁଫତି ଏହି ବୈଠକରେ ସାମିଲ ନହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ଯଦିଓ ରବିବାର ଦିନ ପିଡିପି ସଂସଦ ବ୍ୟାପାର କମିଟି (ପିଏସି)ର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହି ବୈଠକରେ ମେହବୁବା ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବେ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ।

ସୂତ୍ରରୁ ପ୍ରକାଶ ଯେ, ଯଦି ମେହବୁବା ମୁଫତି ଏହି ବୈଠକରେ ଯୋଗ ନ ଦିଅନ୍ତି, ତେବେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ୭ଟି ଦଳର ମେଣ୍ଟ (ଗୁପକର ଘୋଷଣା)ର ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିପାରିବେ । ୫ ଅଗଷ୍ଟ ୨୦୧୯ ରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦କୁ ହଟାଇ ଦିଆଯାଇଥିଲା । ସେବେଠାରୁ ଏଠାରେ ରାଜନୈତିକ ଅସ୍ଥିରତାର ଦେଖାଦେଇଛି। ଧାରା ୩୭୦ ରଦ୍ଦ ହେବା ପରେ ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଆଲୋଚନା କରିବା କେନ୍ଦ୍ରର ଏକ ବଡ ପଦକ୍ଷେପ ।

ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭରଣପୋଷଣ ପାଇଁ ମିଳିବ ମାସିକ ୨୫୦୦ ଟଙ୍କା

ଭୁବନେଶ୍ୱର:ପିତୃ ଦିବସରେ ନବୀନଙ୍କ ‘ଆଶୀର୍ବାଦ’ । ଅନାଥ, ଅସହାୟ ଶିଶୁଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହି ଯୋଜନାରେ ଅନାଥ ଶିଶୁଙ୍କୁ ମିଳିବ ମାସିକ ୨୫ଶହ ଟଙ୍କା । ବାପା କିମ୍ବା ମାଆ ଜଣକୁ ହରାଇଥିଲେ ମାସିକ ୧୫ଶହ ଟଙ୍କା ମିଳିବ । ପିଲାଙ୍କୁ ୧୮ ବର୍ଷ ହେବା ଯାଏଁ ରାଜ୍ୟ ସରକାର ସହାୟତା ଦେବେ ।

୨୦୨୦ ଏପ୍ରିଲ ପହିଲା ବା ତା’ ପରେ ଉଭୟ ବାପାମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପିଲାଙ୍କ ଶିକ୍ଷା, ଦୀକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି । ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପାଇପାରିବେ । ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ସୁବିଧା ମିଳିବ । ସେହିଭଳି ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଏହି ପିଲା । ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ ସାହାଯ୍ୟ କରାଯିବ । ଶିକ୍ଷା ଅଧିକାର ଆଇନରେ ଜିଲ୍ଲାପାଳ ସହଯୋଗ ଯୋଗାଇଦେବେ । ଉଚ୍ଚଶିକ୍ଷା ପାଇଁ ଗ୍ରୀନ ପାସେଜ ଯୋଜନାରେ ସହଯୋଗ ମିଳିବ । ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କୁ ମିଳିପାରିବ ବାସଗୃହ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କାଘର ମଧ୍ୟ ମିଳିବ । ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ନିଆଯିବ ପଦକ୍ଷେପ । ପିଲାର ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହିବେ ସରକାର । ବିଜୁ ଶିଶୁ ସୁରକ୍ଷା ଯୋଜନା ଓ JJFରୁ ମିଳିବ ସହାୟତା । ଜଣେ ବି ଅସହାୟ ଶିଶୁକୁ ବାଦ୍ ନଦେବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି ।

ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ପ୍ରତିବନ୍ଧକ କୋହଳ କଲା ଦୁବାଇ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣର ହ୍ରାସ ପାଇବା ପରେ ପୁଣି ଥରେ ପରିବହନ ଉପରୁ ପ୍ରତିବନ୍ଧକକୁ କୋହଳ କରାଯାଉଛି । ଏହି ପର୍ଯ୍ୟାୟରେ, ଭାରତ ସମେତ ଅନ୍ୟାନ୍ୟ ଦେଶରୁ ଦୁବାଇକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଯାତ୍ରା ପ୍ରତିବନ୍ଧକକୁ କୋହଳ କରିବାକୁ ଘୋଷଣା କରିଛି ଦୁବାଇ । ତେବେ ଦୁବାଇ ଯାଉଥିବା ଲୋକଙ୍କ ପାଇଁ ଅନେକ ସର୍ତ୍ତ ରଖାଯାଇଛି ।

ସର୍ତ୍ତ ଅନୁଯାୟୀ, ଦୁବାଇ ଯାଉଥିବା ଯାତ୍ରୀଙ୍କ ପାଇଁ କରୋନା ଟିକାର ଉଭୟ ଡୋଜ ନେବା ବାଧ୍ୟତାମୂଳକ । ଏହାସହ ଏହି ଟିକା ୟୁଏଇ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଦରକାର । ସୂଚନା ଅନୁଯାୟୀ, ଦୁବାଇରେ ସଙ୍କଟ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବୋଚ୍ଚ କମିଟି, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ବିଷୟରେ ଦୁବାଇର ଟ୍ରାଭେଲ୍ ପ୍ରୋଟୋକଲର ଘୋଷଣା କରିଛି। ଏହି କମିଟିର ନେତୃତ୍ୱ ନେଉଛନ୍ତି ଶେଖ ମଂସୁର ବିନ୍ ମହମ୍ମଦ ଓ ବିନ୍ ରସିଦ ମଖତୁମ୍।

ଏହି ଟିକାଗୁଡିକ ଅନୁମୋଦିତ ହୋଇଛି

ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବୈଧ ଆବାସିକ ଭିସା ରହିବା ଆବଶ୍ୟକ | ଏହା ବ୍ୟତୀତ କେବଳ ଏଭଳି ଲୋକଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ଯେଉଁମାନେ କରୋନା ଟିକା ନେଇଛନ୍ତି। ୟୁଏଇ ସରକାର ସ୍ୱୀକୃତି ଦେଇଥିବା ଚାରୋଟି ଟିକା ମଧ୍ୟରେ ସିନୋଫାର୍ମା, ଫାଇଜର-ବାୟୋଣ୍ଟେକ୍, ସ୍ପୁଟନିକ୍-ଭି ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଟିକା ସହିତ PCR ପରୀକ୍ଷା ମଧ୍ୟ ଆବଶ୍ୟକ । କେବଳ ୪୮ ଘଣ୍ଟା ପୂର୍ବରୁ କରାଯାଇଥିବା ପରୀକ୍ଷା ବୈଧ ହେବ । ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ୍ ହେବା ଆବଶ୍ୟକ ।

କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡ଼ିବ

ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ଚାରି ଘଣ୍ଟା ପୂର୍ବରୁ ରାପିଡ PCR ପରୀକ୍ଷା କରାଯିବ । ତେବେ ଦୁବାଇରେ ଅବତରଣ କରିବା ପରେ ମଧ୍ୟ PCR ପରୀକ୍ଷା କରାଯିବ । ଯାତ୍ରୀମାନଙ୍କୁ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡ଼ିବ । ପରୀକ୍ଷା ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦିଆଯିବ । ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ଚଳିତ ବର୍ଷ ଏପ୍ରିଲରେ ପହଞ୍ଚିବା ପରେ ଦୁବାଇ ଭାରତରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।