spot_img
Home Blog Page 5509

‘ମହାମାରୀର ସମୟରେ ଯୋଗ ଆମକୁ ମାନସିକଭାବେ ସଶକ୍ତ କରିଛି’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ତଥା ବିଶ୍ୱରେ ଭୟଙ୍କର ଭୂତାଣୁ ଆରମ୍ଭ ହୋଇଥିବା ବେଳେ ଏହାର ମୁକାବିଲା ନେଇ ଆମ ପାଖରେ ପର୍ଯ୍ୟାପ୍ତ ସାଧନ ନଥିଲା । ମାନସିକ ସ୍ତରରେ ମଧ୍ୟ ଏଭଳି ଅଦୃଶ୍ୟ ଭୂତାଣୁର ମୁକାବିଲା ନେଇ ପ୍ରସ୍ତୁତ ନଥିଲୁ । ଏଭଳି ସମୟରେ ଆମକୁ ଯୋଗ ମାନସିକଭାବେ ସଶକ୍ତ କରିବା ସହ ଏହି ମହାମାରୀ ସହ ଲଢ଼ିବାକୁ ଶକ୍ତି ଯୋଗାଇଥିଲା । ଯୋଗ ବିଶ୍ୱର ଅନ୍ୟ ଦେଶମାନଙ୍କ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ନଥିଲେ ମଧ୍ୟ ଏଭଳି ଆହ୍ୱାନ ପୂର୍ଣ୍ଣ ପରିସ୍ଥିତିରେ ସେମାନେ ମଧ୍ୟ ଏହାକୁ ଆପଣାଇଥିଲେ ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଆହୁରି କହିଛନ୍ତି ଯେ, ଆଜି ମେଡିକାଲ ସାଇନ୍ସ ମଧ୍ୟ ଉପଚାର ସହିତ ହିଲିଂ ପ୍ରସୋସ ଉପରେ ଗୁରୁତ୍ୱ ଦେଉଛନ୍ତି । ଏବଂ ଯୋଗ ଏହି ହିଲିଂ ପ୍ରସୋସେ ଦିଗରେ ଅଧିକ ଫଳପ୍ରଦ । ଏବଂ ଏହା ନେଇ ବିଶ୍ୱର ବୈଜ୍ଞାନିକମାନେ ରିସର୍ଚ୍ଚ କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଯେତେବେଳେ ଭାରତ ୟୁନାଇଟେଡ୍ ନ୍ୟାସନରେ ଯୋଗ ଦିବସ ନେଇ ପ୍ରସ୍ତାବ ରଖାଯାଇଥିଲା ଏହା ପଛର ଉଦ୍ଦେଶ୍ୟ ଥିଲା ଯେ, ଯୋଗ ବିଜ୍ଞାନ ସମଗ୍ର ବିଶ୍ୱ ପାଇଁ ସୁଲଭ ହେଉ । ଆଜି ଏହି ଦିଗରେ ଭାରତ ୟୁନାଇଟେଡ୍ ନେସନ୍,WHO ସହିତ ମିଶିକରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ଏମ୍-ଯୋଗ ଆପ୍ ମାଧ୍ୟମରେ ଲୋକଙ୍କୁ ଏ ସମ୍ପର୍କରେ ଅଧିକ ସୂଚନା ପାଇପାରୁଛନ୍ତି । ପ୍ରଟୋକଲ ଅନୁଯାୟୀ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଜିଲ୍ଲା ବିଜେଡ଼ିର ଅଭିନବ କାର୍ଯ୍ୟକ୍ରମ, ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀଙ୍କୁ ପ୍ରଦାନ କରାଗଲା କରୋନା ଯୋଦ୍ଧା ସମ୍ମାନ । ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି । ନୀଳାଦ୍ରି ବିହାର ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯକ୍ରମ କରାଯାଇଛି । କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବିଏମସିର ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସମ୍ମାନିତ ଅତିଥି ଭାବେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଯୁବରାଜ ସ୍ବାଇଁ ଉପସ୍ଥିତ ରହିଥିଲେ  ।

ସେହିପରି ମେଡ଼ିକାଲ ଅଫିସର ତୁସିମା ମିଶ୍ର, ହେମନ୍ତ ମହାପାତ୍ର, ସତ୍ୟ ନାରାୟଣ ମହାନ୍ତି, ରଜତ କର, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ସମୟରେ ଜୀବନକୁ ବାଜି ଲଗାଇ କୋଭିଡ ଯୁଦ୍ଧରେ ଯୋଦ୍ଧା ସାଜିଥିବା ଏବଂ ଅହରହ କାମ କରୁଥିବା ସମସ୍ତ ଡାକ୍ତର,ନର୍ସ,ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

ଟ୍ରେନ ଆଗକୁ ଡେଇଁ ପଡିଲେ ICICIବ୍ୟାଙ୍କ ପରିଚାଳକଙ୍କ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଭୁବନେଶ୍ୱର:  ICICIବ୍ୟାଙ୍କ ପରିଚାଳକଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ଶ୍ରୀୟା ଛକ ଆଇସିଆଇସିଆଇ ଶାଖା ପରିଚାଳକ ଗୌରବ ରାଜଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛନ୍ତି ଗୌରବ ରାଜ । ଗୌରବଙ୍କ ଘର ବିହାର ଭାଗଲପୁରରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଜିଆରପି ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଜଣେ ବ୍ୟାଙ୍କ ପରିଚାଳକ କାହିଁକି ଏବଂ କେଉଁ  କାରଣ ପାଇଁ ଆତ୍ମହତ୍ୟା କଲେ ତାହାର କାରଣ ଖୋଜୁଛି ଜିଆରପି ପୋଲିସ  । ସେପଟେ ମଧ୍ୟାହ୍ନ ୧ଟା ସମୟରେ ଗୌରବ ଆତ୍ମହତ୍ୟା କରିଥିବାବେଳେ କେମିତି କେହି ଦେଖିପାରିଲେ ନାହିଁ, ତାହା ସନ୍ଦେହ ସୃଷ୍ଟି କରିଛି  । ସୂଚନା ମୁତାବକ ସତ୍ୟନଗର ଓଭରବ୍ରିଜ ଠାରୁ ସହିଦ ନଗର ଓଭରବ୍ରିଜ ମଧ୍ୟରେ ଗୌରବ ଆତ୍ମହତ୍ୟା କରିଛନ୍ତି  ।

କୋଭିଡ ଭାରିଆଣ୍ଟର ନୂଆ ରୂପ, ଚିନ୍ତାଜନକ ତଥ୍ୟ ଦେଲେ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର

ନୂଆଦିଲ୍ଲୀ: କୋଭିଡ ଭାରିଆଣ୍ଟ ନେଇ ପୁଣି ଚିନ୍ତାଜନକ ତଥ୍ୟ ଦେଲେ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ । ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଏବେ ନୂଆ ରୂପ ନେଇଛି । ଏହି ନୂଆ ଭାରିଆଣ୍ଟର ନାଁ ରଖାଯାଇଛି କେ-୪-୧୭-ଏନ । ଏହା ମୂଳ ଡେଲଟା ଭାରିଆଣ୍ଟଠାରୁ ଅଧିକ ଶକ୍ତିଶାଳୀ । ବ୍ରିଟେନ ଓ ରୁଷରେ ଡେଲଟା ଭାରିଆଣ୍ଟ ଉତ୍ପାତ କରୁଥିବାବେଳେ ନୂଆ ଭାରିଆଣ୍ଟ ବି ଅଧିକ ବିପଦ ସୃଷ୍ଟି କରିବ ବୋଲି ସେ ସତର୍କ କରାଇଦେଇଛନ୍ତି ।

ଯଦି କଠୋର କଟକଣା ଲାଗୁ କରା ନଯାଏ ତେବେ ଏହି ଭାରିଆଣ୍ଟ ବିପଜ୍ଜନକ ସାବ୍ୟସ୍ତ ହେବ । ବିଭିନ୍ନ ମ୍ୟୁଟେସନ ପରେ ଡେଲଟା ଭାରିଆଣ୍ଟ ଡେଲଟା ପ୍ଲସ ଭାବେ ନିରୂପିତ ହୋଇଛି । ଡେଲଟା ଅପେକ୍ଷା ଡେଲଟା ପ୍ଲସ ଅଧିକ ସଂକ୍ରମଣଶୀଳ ହୋଇଛି । ଆସନ୍ତା କିଛି ସପ୍ତାହରେ ଏହି ଭାରିଆଣ୍ଟର ବିପଦ ପରିଲକ୍ଷିତ ହେବ ବୋଲି ସତର୍କ କରାଇଦେଇଛନ୍ତି ଗୁଲେରିଆ । ମୂଳ ଭାଇରସ ବାରମ୍ବାର ପରିବର୍ତ୍ତିତ ହେଉଛି ଏବେ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ଯଦି ବର୍ତ୍ତମାନଠାରୁ ଲୋକେ ସତର୍କ ନ ହୁଅନ୍ତି ତେବେ ଆସନ୍ତା ୩-୪ ମାସ ମଧ୍ୟରେ ଏହି ଭାରିଆଣ୍ଟ ବି ଅଶେଷ କ୍ଷତିସାଧନ କରିବ ବୋଲି ସେ କହିଛନ୍ତି ।

ଏହି ଦୁଇ ଭାରିଆଣ୍ଟର ଜିନୋମ ସିକୁଏନସିଂ କରାଯିବାର ଆବଶ୍ୟକତା ରହିଛି । ଏହାଦ୍ବାରା ଏହି ଭାଇରସ କିପରି ରୂପାୟିତ ହେଉଛି ତାହା ସ୍ପଷ୍ଟ ହୋଇପାରିବ ।  ନୀତି ଆୟୋଗ ସ୍ବାସ୍ଥ୍ୟ ବିଭାଗ ସଚିବ ଡାକ୍ତର ଭି.କେ. ପଲ କହିଛନ୍ତି- ଡେଲଟା ପ୍ଲସର ଉପସ୍ଥିତି ଠାବ ହେବା ପରେ ଗ୍ଲୋବାଲ ଡାଟା ସିଷ୍ଟମ ନିକଟରେ ଦାଖଲ କରାଯାଇଛି । ସେପଟେ ସିଏସଆଇଆର- ଆଇଜିଆଇବିର ବୈଜ୍ଞାନିକ ବିନୋଦ ସ୍କାରିଆ କହିଛନ୍ତି- କେ୪୧୭୯ ଭାରିଆଣ୍ଟ ୟୁରୋପ, ଆମେରିକା ଓ ଅନ୍ୟ ଏସୀୟ ରାଷ୍ଟ୍ରରେ ନିଜ କାୟା ବଢାଇଛି ।

କେନ୍ଦ୍ର ସରକାର ଦେବେନି ମୃତ୍ୟୁ କ୍ଷତିପୂରଣ, କୋଭିଡ ମୃତ୍ୟୁରେ ଭୁଲ ରିପୋର୍ଟ ଦେଲେ ଡାକ୍ତରଙ୍କୁ ଜେଲ

ନୂଆଦିଲ୍ଲୀ:  କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଆଉ ମିଳିବନି କ୍ଷତିପୂରଣ  । ମୃତକଙ୍କ ପରିବାରକୁ ମିଳିବନି ୪ ଲକ୍ଷ ଲେଖାଏଁ କ୍ଷତିପୂରଣ । ଏ ନେଇ ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । କୋର୍ଟରେ ସରକାର କହିଛନ୍ତି, ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏଣୁ ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି ।

ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ହଜାର ହଜାର କୋଭିଡ୍ ରୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ସମ୍ଭବ ନୁହେଁ । କ୍ଷତିପୂରଣ ବାବଦରେ ଏହି ବିପୁଳ ଅର୍ଥ ପ୍ରଦାନ କରାଗଲେ ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଲାଗି ଖର୍ଚ୍ଚ ହ୍ରାସ ପାଇବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର । ସେପଟେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ କୋଭିଡଜନିତ ମୃତ୍ୟୁ ବୋଲି ଲେଖିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

ଅବମାନନା କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଆକ୍ରମଣକାରୀଙ୍କ ବିରୋଧରେ ମହାମାରୀ ରୋଗ(ସଂଶୋଧନ) ଆଇନ ୨୦୨୦ ଲାଗୁ କରିବା ପାଇଁ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଆଇନ ଅନୁସାରେ ଆକ୍ରମଣକାରୀଙ୍କୁ ୫ ବର୍ଷ ଯାଏଁ ଜେଲଦଣ୍ଡ ସହ ୨ ଲକ୍ଷ ଟଙ୍କା ଯାଏଁ ଜରିମାନାର ବ୍ୟବସ୍ଥା ରହିଛି । ଏହା ସହ ଯଦି ଆକ୍ରମଣରେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଅଧିକ ଗୁରୁତର ହୁଅନ୍ତି ତେବେ ୭ ବର୍ଷ ଯାଏଁ ଜେଲ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ।

 

ପଦାରେ ପଡ଼ିଲା ଚାଇନା ଷଡ଼ଯନ୍ତ୍ର, କୋଭିଡ ଉତ୍ପତିସ୍ଥଳକୁ ପୁରସ୍କାର

ନୂଆଦିଲ୍ଲୀ: ବଦମାସୀର ସୀମା ଟପିଲା ଚୀନ । କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି ଲାଗି ପୁରସ୍କାର ଘୋଷଣା କରିଛନ୍ତି ଚୀନ ସରକାର । ୨୦୨୧ ଲାଗି ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ମିଳିଛି ପୁରସ୍କାର । ଚାଇନିଜ ଏକାଡେମୀ ଅଫ ସାଇନସେସ ବା ସିଏଏସ ପକ୍ଷରୁ ଗତବର୍ଷଠାରୁ ସ୍କାନରରେ ରହିଥିବା ଉହାନ ଇନଷ୍ଟିଚ୍ୟୁଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚୀନର ବ୍ୟାଟ ଓମ୍ୟାନ କୁହାଯାଉଥିବା ସି ଝେଙ୍ଗଲି ଓ ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର ଉହାନ ନ୍ୟାସନାଲ ବାୟୋସେଫଟି ଲବରେଟୋରୀର ନିର୍ଦ୍ଦେଶକ ୟୁହାନ ଝିମିଙ୍ଗଙ୍କୁ ଉଲ୍ଲେଖନୀୟ ସଫଳତା ଲାଗି ପୁରସ୍କାର ମିଳିଛି ।

ଗତ ୫ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ସେମାନଙ୍କୁ ପୁରସ୍କୃତ କରାଯାଇଛି । ଚାଇନିଜ ଏକାଡେମୀ ଅଫ ସାଇନସେସ କହିଛି- କୋଭିଡ ୧୯ର ଆରମ୍ଭ ହେବା ପରେ ଏହି ପ୍ରତିଷ୍ଠାନ ତୁରନ୍ତ ପାଥୋଜେନର ସନ୍ଧାନ କରିଥିଲା । ଷୋଗ ଭାଇରସର ସମ୍ପୂର୍ଣ୍ଣ ଜିନୋମ ସିକ୍ବେନସିଂ କରିବାରେ ସକ୍ଷମ ହୋଇଥଲା । ଅଳ୍ପଦିନ ଭିତରେ ଏହି ପ୍ରକ୍ରିୟା ଯୋଗୁ ଭାଇରସକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥିଲା ।

ଉଲ୍ଲେଖନୀୟ ଗବେଷଣା ଯୋଗୁ ଭାଇରସର ବେସିକ ବାୟୋଲୋଜିକାଲ ଗୁଣଗୁଡିକୁ ଚିହ୍ନଟ କରାଯାଇପାରିଥିଲା ଏବଂ ପ୍ରମାଣିତ ହୋଇଥିଲା ଯେ ବାଦୁଡି ଜରିଆରେ ଆସିଥିବା ଏହି ଭାଇରସ ପରିବର୍ତ୍ତିତ ରୂପରେ କୋଭିଡ ୧୯ ଭାବେ ବ୍ୟାପୀ ଥିଲା । ଏହା ସହ ବୈଜ୍ଞାନିକମାନେ ମାନବର ଏସିଇ-୨କୁ ବ୍ୟବହାର କରି କୋଭିଡର ଏକ ଆନିମଲ ମଡେଲ ବାହାର କରିଥିଲେ ଏବଂ ଏହାର ସଂକ୍ରମଣ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରିଥିଲେ । ସେମାନେ ଅତ୍ୟନ୍ତ ଜଟିଳ ଓ ପର୍ଯ୍ୟାୟଭୁକ୍ତ ପ୍ରଣାଳୀରେ କୋଭିଡ ଚିହ୍ନଟ ପ୍ରକ୍ରିୟା ସମ୍ପନ୍ନ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

କେମିତି ଧରାପଡ଼ିଲା ପୁଲୱାମା ମାଷ୍ଟରମାଇଣ୍ଡ? ପ୍ରେମିକା ଫଟୋ ଚିହ୍ନାଇଲା ଚେହେରା..

ନୂଆଦିଲ୍ଲୀ:  ୨୦୧୯ ଫେବ୍ରୁଆରୀ ୧୪ରେ ଘଟିଥିଲା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ । ତା’ର ୬ ମାସ ପରେ ବି ଏହି ଆକ୍ରମଣର ମାଷ୍ଟରମାଇଣ୍ଡ କିଏ, ସେ ଦେଖିବାକୁ କେମିତି, ସେନେଇ ଜାତୀୟ ତଦନ୍ତକାରୀ ସଂସ୍ଥା କିଛି ବି ପ୍ରମାଣ ପାଉନଥିଲା । କିନ୍ତୁ ଆତଙ୍କବାଦୀ ମସୁହୁଦ ଅଜହରର ହାତ ଥିବା ସ୍ପଷ୍ଟ ହୋଇଥିଲା । ତା ସହ ତାର ପୁତୁରା ଉମର ଫାରୁକ୍‌ ମଧ୍ୟ ପୁରା ପ୍ଲାନିଂରେ ସହଯୋଗ କରିଥିଲା । କିନ୍ତୁ ଉମରର କୌଣସି ଠିକଣା ପାଉନଥିଲା ତଦନ୍ତକାରୀ ସଂସ୍ଥା । ଆକ୍ରମଣ ପରେ ଉମର କାଶ୍ମୀରରେ ଥିଲା ନା, ୧୪ ଫେବ୍ରୁଆରୀ ଘଟଣାର ମାସେ ପରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲା? ସେ ବିଷୟରେ କୌଣସି ସୂଚନା ମିଳୁନଥିଲା । ଏନକାଣ୍ଟରରେ ଦୁଇ ଆତଙ୍କବାଦୀଙ୍କ ଫଟୋ ଦେଖି ଏହା ସ୍ପଷ୍ଟ ହୋଇଥିଲା ଯେ ଜଣେ ଯୁବକଙ୍କ ନାଁ ଇଦ୍ରିସ, ହେଲେ ଆଉ ଜଣେ କିଏ ଏବେ ବି ସ୍ପଷ୍ଟ ହୋଇନଥିଲା ।

ଆତଙ୍କବାଦୀଙ୍କ ନିକଟରୁ ମିଳିଥିବା ଦୁଇଟି ଭଙ୍ଗା ଫୋନ୍‌ ହିଁ ଥିଲା ଶେଷ ପ୍ରମାଣ । ମୋବାଇଲକୁ ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌କୁ ପଠାଯାଇଥିଲା । ସେଥିରୁ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଥିଲା ଜ୍ୟାକ୍‌ପଟ୍‌ । ଏଥିରୁ ଦୁଇ ଆତଙ୍କବାଦୀଙ୍କ ସହ ଅନ୍ୟ କିଛି ଫଟୋ ମଧ୍ୟ ମିଳିଥିଲା । ହାଇକମାଣ୍ଡଙ୍କ ସହ କଥାବାର୍ତ୍ତାର ରେକର୍ଡିଂ ମଧ୍ୟ ମିଳିଥିଲା । ପୁଲଓ୍ବାମା ଆକ୍ରମଣ ପରେ ଆତଙ୍କୀ ହାଇକମାଣ୍ଡ ତଥା ଜୈସ୍‌ ଏ ମହମ୍ମଦ ଇଦ୍ରିସକୁ ନିଜ ମୋବାଇଲ୍‌ ଭାଙ୍ଗି ଦେବା ପାଇଁ କହିଥିଲେ, ହେଲେ ଇଦ୍ରିସ ଏହା କରିନଥିଲା । ଗୋଟିଏ ଫୋନକୁ ସୁଇଜ ଅଫ୍‌ କରି ଅନ୍ୟ ଫୋନ୍‌ରେ ଆତଙ୍କୀଙ୍କ ସହ କଥାବାର୍ତ୍ତା କରୁଥିଲା ଇଦ୍ରିସ । ଏହାହିଁ ଥିଲା ଇଦ୍ରିସର ସବୁଠୁ ବଡ଼ ଭୁଲ୍‌ ।

ଏବେ ବି ଏନଆଇଏ, ଫୋନ୍‌କୁ ନେଇ ଅନେକ ଆଶଙ୍କା ଭିତରେ ଥିଲା । କାହିଁକି ଫୋନ୍‌ ଭାଙ୍ଗିନଥିଲା ଇଦ୍ରିସ । ଏହା ପଛର ରହସ୍ୟ ମଧ୍ୟ ଏନଆଇଏକୁ ସ୍ତବ୍ଧ କରିଦେଇଥିଲା । କାଶ୍ମୀରର ୨୨ ବର୍ଷୀୟ ଯୁବତୀ ଇଂସା ଜାନ୍‌ ପ୍ରେମରେ ପଡିଥିଲା ଆତଙ୍କବାଦୀ ଇଦ୍ରିସ । ପ୍ରେମ ହିଁ ତାକୁ ମିଶନ ବିରୋଧରେ କାମ କରିବାକୁ ଉସ୍‌କାଇଥିଲା । ସେହି ଫୋନରେ ହିଁ ଇଦ୍ରିସ ନିଜର ପ୍ରେମିକା ସହ ଯୋଗାଯୋଗରେ ରହୁଥିଲା । ଫୋନ୍‌ରେ ପୂର୍ବରୁ ସେଲଫି ମଧ୍ୟ ନେଇଥିଲା । ପୁଲଓ୍ବାମା ଆକ୍ରମଣ ପ୍ଲାନକୁ ସଫଳ କରିବା ପାଇଁ ନିଜ ପ୍ରେମିକା ଘରେ ହିଁ ରହୁଥିଲା ଇଦ୍ରିସ ।

ଇଂସାର ବାପା ଜୈସ ଏ ମହମ୍ମଦର ସମର୍ଥକ ଥିବାରୁ ଇଦ୍ରିସକୁ କିଛି ଅସୁବିଧା ହୋଇନଥିଲା । କିନ୍ତୁ ଇଣ୍ଟେଲିଜେନ୍ସ ଅନୁସାରେ ଇଦରିସ୍‌ ସହ ମାଷ୍ଟରମାଇଣ୍ଡ ଉମରର ସମ୍ପର୍କ ମଧ୍ୟ ସ୍ପଷ୍ଟ ହୋଇପାରିନଥିଲା । ହେଲେ ଘଟଣାର ବର୍ଷେ ପରେ ଇଦ୍ରିସ୍‌ ହିଁ ଉମର ବୋଲି ହୋଇଥିଲା ସ୍ପଷ୍ଟ । ଇଂସା ଜାନ୍‌ ଓ ଇଦ୍ରିସ୍‌ ଫୋଟ ଦେଖି ଏନଆଇଏ ହାତରେ ଧରାପଡିଥିବା ଜଣେ ଆତଙ୍କବାଦୀ ହିଁ ସ୍ପଷ୍ଟ କରିଥିଲା । ସେ ହିଁ ପୁଲଓ୍ବାମା ଆକ୍ରମଣର ବ୍ଲୁ ପ୍ରିଣ୍ଟ ଲେଖିଥିଲା ।

ସଟଡାଉନରେ ଚାଲିଛି ହାଇ ପ୍ରୋଫାଇଲ ସେକ୍ସ ରାକେଟ, ଅଚାନକ ଚଢାଉ କଲା ପୋଲିସ

ଭୁବନେଶ୍ୱର: କମିଶନରେଟ ପୁଲିସର ବ୍ଲକିଂ ଓ ଚେକିଂକୁ ଜୋରଦାର । ସୁଯୋଗ ନେଇ ଷ୍ଟେସନ ବଜାର ଅଂଚଳରେ ଚାଲିଥିଲା ଦେହ ବ୍ୟବସାୟର ଗୋଲକ ଧନ୍ଦା। ଖବର ପାଇ ଲକ୍ଷ୍ମୀ ସାଗର ଥାନା ପୁଲିସ ଆତର୍କିତ ଭାବେ ଗେଷ୍ଟ ହାଉସରେ ଚଢ଼ଉ କରିଥିଲା । ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ 3 ଜଣକୁ ଅଟକ ରଖଛି ପୋଲିସ। ଯୁବତୀ ଜଣଙ୍କୁ ପୁଲିସ ସୁଧାରଗୃହକୁ ପଠାଇଛି। ରାଜଧାନୀରେ ସଟଡାଉନରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଠାବ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ସଉଦା। ଘର ଭଡା ପାଇଁ ଗେଷ୍ଟହାଉସର ମ୍ୟାନେଜର କରୁଥିଲା ଦେହ ବେପାର। ୱିକେଣ୍ଡ ସଟଡାଉନରେ ଜମୁଥିଲା ବେପାର। ଡିମାଣ୍ଡରେ ଥିଲେ ଲୋକାଲ ଗାର୍ଲ। ମୋବାଇଲରେ ଫିକ୍ସ ହେଉଥିଲା ରେଟ।

ଦିନରେ 5 ହଜାର, ରାତିରେ ଦଶ ହଜାର। ପୋଲିସକୁ ଚକମା ଦେବା ପାଇଁ ଗେଷ୍ଟ ହାଉସ ବାହାରେ ପଡୁଥିଲା, ହେଲେ ଭିତରେ ଚାଲୁ ଥିଲା ପାଲା। କୋର୍ଡ ୱାର୍ଡ ଥିଲା visting କାର୍ଡ଼। ଆଉ କାର୍ଡ଼ ଦେଖାଇଲେ ମିଳୁ ଥିଲା ଏଣ୍ଟ୍ରି। ଖବର ଲକ୍ଷ୍ମୀ ସାଗର ବୁଧେଶ୍ୱରୀ କୋଲନିରେ ପାଇ ଗ୍ରହାକ ବେଶରେ ରେଡ଼ ମାରି ଲକ୍ଷ୍ମୀସାଗର ଥାନା ପୋଲିସ। 3 ଜଣ ଯୁବକ ଓ ଜଣେ ଯୁବତୀଙ୍କଙ୍କୁ ଅସଂଯତ ଅବସ୍ତାରେ ଉଦ୍ଧାର କରିଥିଲା । ଚଢ଼ାଉ ପରେ ଯୁବକ ମାନେ ଛାତ ଉପରୁ ଡିଆଁ ମାରିବାକୁ ଚେଷ୍ଟା କରିଥୁବ ବେକେ ଗୋଡେଇ ଧରିଥିଲା ପୋଲିସ ।ରୁମ ଭିତରୁ ପୁଲିସ ନଗଦ ଟଙ୍କା, ପୁଳେ ଏଟିଏମ କାର୍ଡ,ମନିପର୍ସ, ଭ୍ୟାନିଟ, ୪ଟି ମୋବାଇଲ ଫୋନ, ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ  ।

ପୋଲିସର ସୂଚନା ଅନୁସାରେ ଘର ର ପ୍ରକୃତ ମାଲିକ ଦିଲ୍ଲୀ ରେ ରହନ୍ତି । ଆଉ ଜଣେ ବ୍ୟକ୍ତି ଗେଷ୍ଟ ହାଉସ କରିଥିଲେ। ଲକଡାଉନରେ ବେପାର ବନ୍ଦ ହେବା ପରେ ସମସ୍ୟା ଦେଖା ଦେଇଥିଲା। ମାସିକ 25 ହଜାର ଟଙ୍କା ଥିଲା ଘର ଭଡା। ଆଉ ଭଡ଼ା ଦେବା ପାଇଁ ମ୍ୟାନେଜର ଜଣକ ଏସ କେ ଗେଷ୍ଟ ହାଉସ ନା ଦେଇ ଭିତରେ ଗୋଟିଏ ମାସ ହେଲା ଦେହ ବ୍ୟବସାୟ ଚଳାଇ ଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ପୂର୍ବରୁ ଏହି ଘରେ ପୋଲିସ ଚଢ଼ାଉ କରିଥିଲେ ମଧ୍ୟ କାହାକୁ ପାଉନଥିଲା । ଏବେ ଘର କୁ ସିଲ କରିବା ସହ ଘର ର ପ୍ରକୃତ ମାଲିକ ଏ ବିଷୟରେ ଜାଣିଥିଲେ ନ ନାହିଁ ତାହାର ତଦନ୍ତ କରୁଛି ପୋଲିସ ।

ଆନ୍ତର୍ଜାତୀୟ ଯୋଗ ଦିବସରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଆସନ୍ତାକାଲି ୨୧ ଜୁନରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ । ଏହି ବର୍ଷର ବିଷୟବସ୍ତୁ ହେଉଛି ‘ୟୋଗା ଫର ୱେଲନେସ ‘ ଅର୍ଥାତ୍ ସୁସ୍ଥତା ପାଇଁ ଯୋଗ, ଯାହା ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ନିତ୍ୟାନ୍ତ ଆବଶ୍ୟକ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏହା ମଧ୍ୟ କହିଛନ୍ତି ଯେ,  ମୁଁ ଆସନ୍ତାକାଲି ସକାଳ ପ୍ରାୟ ୬.୩୦ ସମୟରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବି ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସମ୍ବୋଧନକୁ ଦୂରଦର୍ଶନ ସହ ଅନ୍ୟାନ୍ୟ ଚ୍ୟାନେଲ ମାନଙ୍କରେ ସିଧା ପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ସମ୍ବାଦ କରିବେ । ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେମାନଙ୍କ କ୍ଷେତ୍ରର ସେଲିବ୍ରିଟିମାନେ ଅଂଶଗ୍ରହଣ କରିବେ ।

କରୋନା ପ୍ରୋଟୋକଲକୁ ଧ୍ୟାନରେ ରଖି ଗୋଟିଏ ସ୍ଥାନରେ କେବଳ ୨୦ ଜଣ ଲୋକ ଯୋଗଦେବେ । କୁହାଯାଉଛି ଯେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ( ସ୍ୱତନ୍ତ୍ର ପ୍ରଭାର) ପ୍ରହ୍ଲାଦ ସିଂ ପଟେଲ ସକାଳ ୭ ଟାରୁ ୭.୪୫ ପର୍ଯ୍ୟନ୍ତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଲାଲକିଲ୍ଲା ଦୁର୍ଗଠାରେ ଯୋଗାଭ୍ୟାସ କରିବେ ।

ଉଲ୍ଲେଖନୀୟ କଥା ହେଉଛି, କରୋନା ଯୋଗୁଁ, ଏଥର କୌଣସି ସାର୍ବଜନିକ ଯୋଗ କାର୍ଯ୍ୟକ୍ରମ ହେବ ନାହିଁ । ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟମାନଙ୍କ ସମ୍ବୋଧନ ପରେ ପରେ ଯୋଗ କରାଯିବ। ଲୋକମାନେ ଯୋଗ କାର୍ଯ୍ୟକ୍ରମରେ ଘରେ ରହି ଅଂଶଗ୍ରହଣ କରିବେ । ଏହା ପରେ ଆଧ୍ୟାତ୍ମିକ ଏବଂ ଯୋଗ ଗୁରୁମାନେ ସମ୍ବୋଧନ କରିବେ ।

ଯୋଗ ଦିବସ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ, ୭୫ଟି ଐତିହାସିକ ସ୍ଥାନରେ ଯୋଗ ଇଣ୍ଡିଆ ହେରିଟେଜ କାର୍ଯ୍ୟକ୍ରମର ଆୟୋଜନ କରୁଛି । ଏହା ଅଧୀନରେ, ଦେଶର ୭୫ଟି ସ୍ଥାନରେ ଯେଉଁଥିରେ ବିଶ୍ୱର ଐତିହ୍ୟ ସ୍ଥଳ, ସ୍ମାରକୀ, ସାଂସ୍କୃତିକ, ଐତିହାସିକ ସ୍ଥାନ ସାମିଲ ରହିଛି ।

କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୁଇଟି ବିକଳ୍ପ, ପେନସନ ସ୍କିମରେ ଆସିଛି ଏଭଳି ପରିବର୍ତ୍ତନ

ନୂଆଦିଲ୍ଲୀ: ପେନସନ୍ ଯୋଜନାକୁ ନେଇ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ନେସନାଲ ପେନସନ ସ୍କିମ୍ (NPS) ଏବଂ ପୁରୁଣା ପେନ୍ସନ୍ ସ୍କିମ୍ ମଧ୍ୟରେ ଯେକୌଣସି ବିକଳ୍ପ ବାଛିବାରେ ସକ୍ଷମ ହେବେ । CCS ନିୟମ -2021 ଅନୁଯାୟୀ, ଆସୁଥିବା କର୍ମଚାରୀଙ୍କୁ ତାଙ୍କ ମୃତ୍ୟୁ ପୂର୍ବରୁ ଓଲଡ ନେସନାଲ ପେନ୍ସନ୍ ସ୍କିମ୍ ଏବଂ ନେସନାଲ ପେନ୍ସନ୍ ସ୍କିମ୍ ଅଧୀନରେ ଜମା ହୋଇଥିବା ପେନ୍ସନ୍ କର୍ପସ ସୁବିଧା ବାଛିବା ପାଇଁ ବିକଳ୍ପ ପାଇବେ।

ତେବେ, ଏହି ଯୋଜନାର ଲାଭ ସେହି ପରିବାରଙ୍କ ପାଇଁ ଉପଲବ୍ଧ ହେବ ନାହିଁ ଯାହାର ସଦସ୍ୟ ମୃତ୍ୟୁବରଣ କରିସାରିଛନ୍ତି । CCS ନିୟମ, ୨୦୨୧କୁ ୩୦ ମାର୍ଚ୍ଚ ୨୦୨୧ ରେ ଗେଜେଟ୍ ନୋଟିଫିକେସନ ଜରିଆରେ ସୂଚିତ କରାଯାଇଛି । ନିୟମ ଅନୁଯାୟୀ, ଯଦି ଜଣେ କର୍ମଚାରୀ ଏହି ଦୁଇଟି ବିକଳ୍ପ ମଧ୍ୟରୁ କୌଣସିଟି ବାଛି ନାହାଁନ୍ତି, ତେବେ ପ୍ରଥମ ୧୫ ବର୍ଷ ପାଇଁ ତାଙ୍କୁ ପୁରୁଣା ପେନ୍ସନ୍ ସ୍କିମ୍ ଅଧୀନରେ ସୁବିଧା ଦିଆଯିବ । ତା’ପରେ ୧୫ ବର୍ଷ ପରେ, ସେ ଡିଫଲ୍ଟ ଭାବରେ ନେସନାଲ ପେନ୍ସନ୍ ସ୍କିମର ଲାଭ ମିଳିବ ।

CCS ନିୟମ କ’ଣ ?

୨୦୨୧ CCS ନିୟମ – ୨୦୨୧ ଅନୁଯାୟୀ, NPS ଅଧୀନରେ ଆସୁଥିବା ସମସ୍ତ କର୍ମଚାରୀ, ସରକାରୀ ଚାକିରିରେ ଆସୁଥିବା  ଜାତୀୟ ପେନ୍ସନ୍ ଯୋଜନାର ଲାଭ ପାଇବା ପାଇଁ ଫର୍ମ ୧ କୁ ବିକଳ୍ପ ଭାବରେ ଚୟନ କରିବେ ।

ଏହି ନିୟମ ଅନୁଯାୟୀ, ସରକାରୀ କର୍ମଚାରୀ ଯେଉଁମାନେ ପୂର୍ବରୁ ସରକାରୀ ଚାକିରିରେ ଅଛନ୍ତି ଏବଂ NPS ଅଧୀନରେ ଅଛନ୍ତି ସେମାନଙ୍କୁ ମଧ୍ୟ ଫର୍ମ ୨ରେ ଶୀଘ୍ର ଏହି ବିକଳ୍ପ ଚୟନ କରିବାକୁ ପଡିବ । ୯ ଜୁନ୍ ରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଦ୍ୱାରା ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଜାରି କରାଯାଇଛି।

ଏହି ଅନୁଯାୟୀ, ଯେଉଁ କର୍ମଚାରୀମାନେ ସରକାରୀ ଚାକିରିରେ ଅଛନ୍ତି ଏବଂ NPS ଅଧୀନରେ ଅଛନ୍ତି, ସେମାନଙ୍କୁ ଫର୍ମ -୨ ରେ ପାରିବାରିକ ବିବରଣୀ ମଧ୍ୟ ଦେବାକୁ ପଡିବ । ଏହାକୁ କେନ୍ଦ୍ରୀୟ ରେକର୍ଡରେ ସୁରକ୍ଷିତ କରିବା ମଧ୍ୟ ଆବଶ୍ୟକ । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ସମସ୍ତଙ୍କୁ ଜୁନ୍ ୧୧ ସୁଦ୍ଧା ସଂପୃକ୍ତ ବିଭାଗକୁ ଏହି ବିଷୟରେ ଜଣାଇବାକୁ କହିଥିଲେ।