spot_img
Home Blog Page 552

ଗଂଜାମରେ ଡାଇରିଆ ନେଲା ଆଉ ୩ ଜୀବନ

ଗଂଜାମରେ ଡାଇରିଆ ନେଲା ଆଉ ୩ ଜୀବନ। ଗତକାଲି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଜଣକର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଉଛନ୍ତି ଶୁକୁରୀ ମଳିକ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଆଜି ସକାଳେ ପୁଣି ୪ ଜଣ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। । ସ୍ୱାସ୍ଥ୍ୟ ବିଭାଗର ଟିମ ଓ ସାନଖେମୁଣ୍ଡି ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ସାନଖେମୁଣ୍ଡି ଓ ପାତ୍ରପୁର ଅଂଚଳରେ ଡାଇରିଆ ହୋଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୦ରୁ ଅଧିକ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ଫେରିଥିଲେ । ଅନ୍ୟପଟେ ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଂଚାୟତ ଦାମପୁର ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ରୋଗୀ ସ୍ତାନାନ୍ତର ପାଇଁ ସମସ୍ୟା ସୃଷ୍ଟି ହେଉଥିବା ସରପଞ୍ଚ ସୂଚନା ଦେଇଛନ୍ତି।

ଭିଜିଲାନ୍ସ ଜାଲରେ ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ କରୁଛି ଭିଜିଲାନ୍ସ। ବାସଭବନ ସମେତ ୪ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ରେଡରେ ୬ ଜଣ ଡ଼ିଏସପି, ୧୦ ଇନ୍ସପେକ୍ଟରଙ୍କୁ ନେଇ ଚାଲିଛି ରେଡ଼। ଭୁବନେଶ୍ୱର ବଡଗଡ଼ରେ ଥିବା ଘର, ବାଲିଅନ୍ତାରେ ଫାର୍ମ ହାଉସ, ରାୟଗଡାରେ ଥିବା ପୈତୃକ ଘର ଓ ଭୁବନେଶ୍ୱର ଅଫିସରେ ଚାଲିଛି ରେଡ଼। ଭୋର ସମୟରରୁ ଏହି ରେଡ଼ ଚାଲିଥିବା ବେଳେ ଅନେକ୍ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ମିଳିଛି।

ଆଜିଠୁ ରାଜସ୍ଥାନରେ ଭାରତୀୟ ବାୟୁସେନାର ବଡ଼ଧରଣର ସମରାଭ୍ୟାସ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ରାଜସ୍ଥାନରେ ଭାରତୀୟ ବାୟୁସେନାର ବଡ଼ଧରଣର ସମରାଭ୍ୟାସ । ରାଜସ୍ଥାନ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାରେ ଆସନ୍ତା ୨୫ ଯାଏ ଚାଲିବ ସମରାଭ୍ୟାସ । ଏଥିଲାଗି ଜାରି ହୋଇଛି ନୋଟିସ ଟୁ ଏୟାରମେନ ବା ନୋଟାମ । ଏହି ବଡ଼ଧରଣର ସମରାଭ୍ୟାସ ବାର୍ମରରୁ ଯୋଧପୁର ଯାଏ ଚାଲିବ । ଭାରତୀୟ ବାୟୁସେନାକୁ ପ୍ରସ୍ତୁତ ରଖିବା, ସମ୍ଭାବ୍ୟ ବିପଦରେ ଜାଗତିଆର ଉଦ୍ଦେଶ୍ୟରେ ଏହି ଡ୍ରିଲ କରାଯିବ। ଏଥିରେ ବୟୁସେନାର ୩ଟି କମାଣ୍ଡ ସାମିଲ ହେବ। ସମରାଭ୍ୟାସ ଯୋଗୁ ବାର୍ମରରୁ ଯୋଧପୁର ଯାଏ ବେସାମରିକ ବିମାନ ଚଳାଚଳକୁ ନିଷିଦ୍ଧ କରାଯାଇଛି। ଏଥିରେ ରାଫେଲ, ମିରାଜ 2000, ସୁଖୋଇ-30, ଏୟାର ଡିଫେନ୍ସ ସିଷ୍ଟମ, ସପୋର୍ଟ ସିଷ୍ଟମ, ବହୁ ଲଢୁଆ ବିମାନ ସାମିଲ ହେବେ। ଏହା ସହ ରାତ୍ରୀକାଳୀନ ଡ୍ରିଲ ବି ଅନୁଷ୍ଠିତ ହେବ । ଦେଶର ପ୍ରତିରକ୍ଷା ସାମର୍ଥ୍ୟ ବଢାଇବା ଉଦ୍ଦେଶ୍ୟରେ ଏହି ସମରାଭ୍ୟାସ କରାଯାଉଛି । ଅପରେସନ ସିନ୍ଦୂର ବେଳେ ରାଜସ୍ଥାନର ବାର୍ମର, ଜୈସଲମର, ବିକାନେର, ଶ୍ରୀଗଙ୍ଗାନଗର ଅଞ୍ଚଳକୁ ପାକିସ୍ତାନ ୪ଶହରୁ ଅଧିକ ଡ୍ରୋନ ଛାଡିଥିଲା । ତେବେ ଏସମସ୍ତ ଡ୍ରୋନକୁ ଧ୍ବଂସ କରିଦିଆଯାଇଥିଲା ।

ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆଉ ଏକ ପାଦ

ନନ୍ଦିଘୋଷ ବ୍ୟୁରୋ : ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆଉ ଏକ ପାଦ । ଆଜି ତୁର୍କୀରେ ହେବ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । କଥାବାର୍ତ୍ତା ନେଇ ୟୁକ୍ରେନ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ପରିଷଦ ପକ୍ଷରୁ ଏସଂକ୍ରାନ୍ତ ନିଷ୍ପତ୍ତି ହୋଇଛି । ଫଳରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ସାମୟିକ ଅନ୍ତ ଘଟିପାରେ ବୋଲି ଆଶା କରାଯାଉଛି । ସେପଟେ ଶାନ୍ତି ପ୍ରତିଷ୍ଠା ପ୍ରସଙ୍ଗରେ କଥାବାର୍ତ୍ତାକୁ ଗୁରୁତ୍ବ ଦିଆଯିବ ବୋଲି କହିଛି କ୍ରେମଲିନ । କଥାବାର୍ତ୍ତା ଅବସରରେ ବନ୍ଦୀ ବିନିମୟ କାର୍ଯ୍ଯକ୍ରମ ପ୍ରସଙ୍ଗରେ ବି ହୋଇପାରେ ଆଲୋଚନା । ସେପଟେ ଯୁଦ୍ଧ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅତ୍ୟଧିକ ଚାପ ପକାଉଥିବାରୁ ତୁର୍କୀ ବୈଠକରେ ଏକ ବଡ଼ ନିଷ୍କର୍ଷ ଆସିବା ସମ୍ଭାବନା ରହିଛି । ୟୁକ୍ରେନରେ ମାର୍ଶଲ ଆଇନ ଜାରି ରହିଥିବାରୁ ଭୋଲଦିମିର ଜେଲେନସ୍କି ଜଣେ ବୈଧ ଶାସକ ନୁହନ୍ତି ବୋଲି କହିଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଗତ ମେ ୧୬ ଓ ଜୁନ ୨ରେ ୟୁକ୍ରେନ ଓ ରୁଷ ମଧ୍ୟରେ ଇସ୍ତାନବୁଲରେ ଦୁଇ ଥର ଆଲୋଚନା ହୋଇଥିଲା । ଏହି କଥାବାର୍ତ୍ତାର ଫଳ ସ୍ବରୂପ ସହସ୍ରାଧିକ ବନ୍ଦୀଙ୍କୁ ବିନିମୟ କରାଯାଇଥିଲା ।

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ: ଚଞ୍ଚଳ ରାଣା ହେଲେ ବିଏମସି କମିସନର

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣା ହେଲେ ବିଏମସି କମିସନର। ଶିଳ୍ପ ବିଭାଗ ACS ହେମନ୍ତ ଶର୍ମା ହେଲେ I & PR ସଚିବ। ସଂସ୍କୃତି ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ହୋଇଛନ୍ତି ଅର୍ଥ ସଚିବ। ସେ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ NBS ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। ଏହା ସହ OSRTCର CMD ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଅବକାରୀ ବିଭାଗ ପ୍ରମୁଖ ସଚିବ ହେଲେ ଭାସ୍କରଜ୍ୟୋତି ଶର୍ମା। ଦକ୍ଷିଣାଞ୍ଚଳ ଆରଡିସି ରୁପାରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ। ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହିତ ସେ ଉତ୍ତରାଞ୍ଚଳ ଆରଡିସି ଓ WODC ରେ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଇପିକଲ୍ ଏମଡି ଭୁପେନ୍ଦ୍ର ସିଂ ପୁନିଆ ହେଲେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ସଚିବ ହୋଇଛନ୍ତି। ସେ ଇପିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। କେନ୍ଦ୍ରାଞ୍ଚଳ ଆରଡିସି ବି. ପରମେଶ୍ବରନ୍ ହେଲେ ଏସସି-ଏସଟି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ସଚିବ। ହସ୍ତତନ୍ତ ବୟନ ବିଭାଗ ସଚିବ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଡି.ପ୍ରଶାନ୍ତ କୁମାର ରେଡ୍ଡି ହେଲେ ଏମଏସ୍ଏମ୍ଇ ବିଭାଗ ସଚିବ। ସେ ମଧ୍ୟ IDCOର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରମ କମିଶନର ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଫ୍ୟାକଟ୍ରି ଓ ବଏଲରର୍ସ ଇନସିପେକ୍ଟର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ମନୀଷ ଅଗ୍ରଓ୍ବାଲ ଅତିରିକ୍ତ ଏସଆରସି ନିଯୁକ୍ତ ହୋଇଛନ୍ତି। ସେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ହୋଇଛନ୍ତି ସଂଗ୍ରାମ କେଶରୀ ମହାପାତ୍ର।

ସେହିପରି ଓଡ଼ିଶା ପାନୀୟ ନିଗମର ଏମ୍ଡି ଭାବେ ନିଯୁକ୍ତି ପାଇଲେ ଦେବେନ କୁମାର ପ୍ରଧାନ। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ହେଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ହେଲେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ। ରଘୁରାମ ଆର୍ ଆୟାର ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ORMASର ସିଇଓ ଥିବା ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ। କ୍ରୀଡ଼ା ନିର୍ଦ୍ଦେଶକ ହେଲେ ଡ.ୟେଦୁଳା ବିଜୟ। ନିୟତି ପଟ୍ଟନାୟକ ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ। ନବରଙ୍ଗପୁର ଜିଲ୍ଲାପାଳ ହୋଇଛନ୍ତି ମହେଶ୍ବର ସ୍ବାଇଁ। ରାୟଗଡ଼ା ଜିଲ୍ଲାପାଳ ଥିବା ପାରୁଲ ପଟ୍ଟଓ୍ବାରୀ ହୋଇଛନ୍ତି SSEPD ନିର୍ଦ୍ଦେଶକ। ଅବୋଲି ସୁନୀଲ ନରବାଣେ ହୋଇଛନ୍ତି ଶିଳ୍ପ ନିର୍ଦ୍ଦେଶକ। କନ୍ଧମାଳ ଜିଲ୍ଲାପାଳ ଥିବା ଅମୃତ ରୁତୁରାଜ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ମଧୁମିତା ରଥ। ବୌଦ୍ଧ ଜିଲ୍ଲାପାଳ ଥିବା ସୁବ୍ରତ କୁମାର ପଣ୍ଡା ହେଲେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ। ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ପ୍ରତାପ ଚନ୍ଦ୍ର ହୋତା ହେଲେ ହସ୍ତତନ୍ତ ଓ ବୟନ ବିଭାଗ ଅତିରିକ୍ତ ସଚିବ। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ସାଗରିକା ହୋତା ହେଲେ ଅର୍ଥ ବିଭାଗ ଅତିରିକ୍ତ ସଚିବ। ଗଞ୍ଜାମ ଜିଲ୍ଲାପାଳ ଥିବା ଦିବ୍ୟଜ୍ୟୋତି ପରିଡ଼ା ହୋଇଛନ୍ତି ପୁରୀ ଜିଲ୍ଲାପାଳ।

ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର

ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଆଉ ଏହି ଆରୋଗ୍ୟ ମନ୍ଦିରରରେ ନିୟୋଜିତ ରହିବେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ । ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିର୍ଦ୍ଧାରିତ ୧୨୦ ପ୍ରକାର ଔଷଧ ରୋଗୀଙ୍କୁ ଦେବାର ବ୍ୟବସ୍ଥା କରାଯିବ । ଖୋର୍ଦ୍ଧାରେ ଏକ କମ୍ୟୁନିଟି ହେଲେଥ ଅଧିକାରୀଙ୍କ ଏକ କର୍ମଶାଳାରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗାଁ ଗଣ୍ଡା, ଦୁର୍ଗ ଅଞ୍ଚଳରେ ଲୋକଙ୍କର ଥଣ୍ଡା, ଜ୍ବର, କାଶ ଭଳି ସାଧାରଣ ରୋଗ ପାଇଁ ଡାକ୍ତରଙ୍କ ଅନୁପସ୍ଥିତିରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଚିକିତ୍ସା କରିପାରିବେ ।

ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ: ଉପମୁଖ୍ୟମନ୍ତ୍ରୀ

୨୨ ହଜାର ସୁଭଦ୍ରା ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ସମୀକ୍ଷା କରାଯିବ । ଏ ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଭୁବନେଶ୍ୱର ୟୁନିଟ ୯ ସରକାରୀ ବାଳକ ବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ସମ୍ବଲପୁର IIMର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି । ଏହାସହ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ରାଜ୍ୟର ୧ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ପୁନଃ ଯାଞ୍ଚ କରାଯିବ । ଆସନ୍ତା ଦୁଇ ୩ ଦିନ ଭିତରେ ସମୀକ୍ଷା ହେବ । ଏହାପରେ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ସହାୟତା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।

କୋଟିଆର ଖଣିଜ ସମ୍ପଦ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

କୋଟିଆର ଖଣିଜ ସମ୍ପଦ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । କୋଟିଆର ଗୋଟିଏ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ । ତାକୁ ଚିହ୍ନଟ କରିବାକୁ ଖଣି ବିଭାଗ ବି ପଦକ୍ଷେପ ନେଉଛି । ବିଜେପି କ୍ଷମତାକୂୁ ଆସିବାର ୧୩ ମାସ ପରେ କୋଟିଆବାସୀଙ୍କୁ ଦରଦ ଦେଖାଇଲେ ସରକାର ।କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା । ନିର୍ବାଚନ ସମୟ ରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କୋଟିଆର ସମନ୍ବିତ ବିକାଶ ସରକାରଙ୍କ ଲକ୍ଷ୍ୟ । ପରିବହନ ବିଭାଗ ପକ୍ଷରୁ କୋଟିଆ ରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା ।

ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ: ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବ କି କିରୋସିନ ଦିଆସିଲି…..

ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ। ନବମ ଶ୍ରେଣୀ ଛାତ୍ରୀଙ୍କୁ ମଝି ରାସ୍ତାରେ ଦୁର୍ବୃତ୍ତଙ୍କ ଧମକ। ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବକି କିରୋସିନ ଦିଆସିଲି। ଏନେଇ ଅଭିଭାବକଙ୍କୁ ଜଣାଇଛନ୍ତି ଛାତ୍ରୀ ଜଣକ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ଟ୍ୟୁସନ କି ସ୍କୁଲକୁ ଯାଉନାହାନ୍ତି ଛାତ୍ରଛାତ୍ରୀ। ଯେଉଁ ଛାତ୍ର ଛାତ୍ରୀ ଆସୁଛନ୍ତି ସେମାନଙ୍କ ସାଙ୍ଗରେ ଅଭିଭାବକମାନେ ଆସୁଛନ୍ତି। ବଳଙ୍ଗାର ନାବାଳିକା ଘଟଣା ମନରୁ ନଲିଭୁଣୁ ପୁଣି ନବମ ଶ୍ରେଣୀ ଛାତ୍ରୀଙ୍କୁ ଧମକ ଦେଇଛନ୍ତି ଦୁର୍ବୃତ୍ତ।

ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଗିରଫ ହେଲେ ଯୁବକ

ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲେ ଯୁବକ । ଗିରଫ ଯୁବକ ଜଣକ ହେଲେ ହିଞ୍ଜିଳିକାଟୁ ଥାନା ଅଞ୍ଚଳର ଜୀବନ ମିଶ୍ର । ଇନଷ୍ଟାଗ୍ରାମ ଜରିଆରେ ଜୀବନ ସଂସ୍କୃତ ଶିକ୍ଷୟତ୍ରୀଙ୍କ ସହ ପରିଚୟ ହୋଇଥିଲେ । ବ୍ରହ୍ମପୁର ଅଶୋକ ନଗରରେ ଥିବା ନିଜର ସମ୍ପର୍କୀୟଙ୍କ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ୨୭ ବର୍ଷ ବୟସ୍କା ସଂସ୍କୃତ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ପରେ ଜୀବନକୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ଏହି ଘଟଣାରେ ପୋଲିସ ପୀଡ଼ିତା ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ, ପୀଡ଼ିତାଙ୍କ ପୋଷାକ ଜବତ କରିଛି। ପୀଡ଼ିତା ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ପ୍ରାୟ ବର୍ଷକ ତଳେ ଜୀବନଙ୍କ ସହ ପୀଡ଼ିତାଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା। ଗତ ଜୁଲାଇ ୧୫ରେ ପୀଡ଼ିତାଙ୍କୁ ଜୀବନ ସହାୟତା କରିବା ଲାଗି ବ୍ରହ୍ମପୁରକୁ ଡାକିଥିଲେ। ଅଶୋକ ନଗରରେ ସେ ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ପରେ ସେ ପୀଡ଼ିତାଙ୍କୁ ହାଲୁକା ଭାବେ କହିଥିଲେ- ଯଦି ଭୁଲ୍ ହୋଇଯାଇଛି ତେବେ ବିବାହ କରିବେ। ପରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଭାଟକୁମରଡା ମେଡିକାଲ ସେଣ୍ଟରକୁ ନେଇଥିଲା। ସେଠାରୁ ତାଙ୍କୁ ଏମକେସିଜି ମେଡିକାଲକୁ ରେଫର କରାଯାଇଥିଲା।ଚିକିତ୍ସା ପରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଛାତ୍ରାବାସରେ ଛାଡିଦେଇଥିଲା। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଜୀବନକୁ ଗିରଫ କରିଛି।