spot_img
Home Blog Page 5588

ମୁଖ୍ୟ ସଚିବଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବାକୁ ଚିଠି ଲେଖିଲେ ମମତା, କହିଲେ ଏହା ଏକପାକ୍ଷିଆ ନିଷ୍ପତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। କାରଣ ବନ୍ଦୋପାଧ୍ୟୟଙ୍କ ଦିଲ୍ଲୀ ଗସ୍ତରେ ଲାଗିଛି ରୋକ । ଆଉ ରାଜ୍ୟ ଓ କେନ୍ଦ୍ର ଫଶି ଯାଇଛନ୍ତି ବାନ୍ଦୋପାଧ୍ୟାୟ । ଅଲପନ ବନ୍ଦୋପାଧ୍ୟୟଙ୍କୁ ମେ ୩୧ ଅର୍ଥାତ୍ ଆଜି ସକାଳ ୧୦ ଟା ପୂର୍ବରୁ ଦିଲ୍ଲୀରେ ରିପୋର୍ଟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବନ୍ଦୋପାଧ୍ୟାୟ ସେଠାରେ ରିପୋର୍ଟ କରିବା ବଦଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କେନ୍ଦ୍ରକୁ ଏକ ଚିଠି ପଠାଇଛନ୍ତି । ଆଉ ସେ ଚିଠି ମାଧ୍ୟମରେ ମମତା ଲେଖିଛନ୍ତି ଯେ, ଏଭଳି କଠିନ ସମୟରେ ପଶ୍ଚିମବଙ୍ଗ ସରକାର ତାଙ୍କର ମୁଖ୍ୟ ସଚିବଙ୍କୁ ମୁକ୍ତ କରିପାରିବେ ନାହିଁ । ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମମତାଙ୍କ ଏହି ନିଷ୍ପତ୍ତି ପରେ DoPT ବିଭାଗ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରି ଯେଉଁ ପତ୍ରରେ ମମତା ଲେଖିଛନ୍ତି ସେଥିରେ ଲେଖାଯାଇଛି ଯେ, ଆଲାପାନ୍ ବାନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀର ରିପୋର୍ଟ କରିବାର ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଉଚିତ୍। ଏବଂ ମମତା କହିଛନ୍ତି ଯେ, କେନ୍ଦ୍ରର ଏହି ‘ଏକପାଖିଆ’ ନିଷ୍ପତ୍ତିରେ ସେ ଆଶ୍ଚର୍ଯ୍ୟ । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବନ୍ଦୋପାଧ୍ୟାୟଙ୍କୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଚିଠିରେ କଣ ଲେଖିଛନ୍ତି ମମତା ?

ମମତା ବାନାର୍ଜୀ ଏହି ଚିଠିରେ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ଏଭଳି କଷ୍ଟ ସମୟରେ ତାହାର ମୁଖ୍ୟ ସଚିବଙ୍କୁ ମୁକ୍ତ କରିପାରିବେ ନାହିଁ । ମମତା କେନ୍ଦ୍ରକୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶକୁ ପୁନର୍ବିଚାର ଏବଂ ବାତିଲ କରିବାକୁ ଅନୁରୋଧ କରିଛନ୍ତି । ଶନିବାର ଦିନ ମମତା କହିଥିଲେ, “ତାଙ୍କର (ଆଲାପାନ୍ ବାନ୍ଦୋପାଧ୍ୟାୟ) ଭୁଲ୍ କ’ଣ? ମୁଖ୍ୟ ଶାସନ ସଚିବ ଭାବରେ ମୋତେ ସାହାଯ୍ୟ କରିବା ତାଙ୍କର କର୍ତ୍ତବ୍ୟ। ବନ୍ଦୋପାଧ୍ୟାୟଙ୍କୁ କାହିଁକି ହଇରାଣ କରାଯାଉଛି ? ସେ ଦିନରାତି କାର୍ଯ୍ୟ କରୁଥିବା ଜଣେ ସଚ୍ଚୋଟ ବ୍ୟକ୍ତି। ”

ସୂଚନାଯୋଗ୍ୟ ଯେ, ବନ୍ଦୋପାଧ୍ୟାୟଙ୍କ କାର୍ଯ୍ଯକାଳ ଆଜି ଅର୍ଥାତ୍ ୩୧ମେ ସରିବାର ଥିଲା କିନ୍ତୁ ଏହାର କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବନ୍ଦୋପାଧ୍ୟୟଙ୍କ କାର୍ଯ୍ୟକାଳ ଆଉ ୩ମାସ ବୃଦ୍ଧି କରାଇଛନ୍ତି । ତେବେ ଏଭଳି ପରିସ୍ଥିତରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ଏହି ଶୀତଳ ଯୁଦ୍ଧ ଏବେ ପଦାରେ ପଡ଼ିଛି ।

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟରେ ଲାଗିବନି ରୋକ, ଆବେଦନକାରୀଙ୍କ ଉପରେ ଲାଗିଲା ଜୋରିମାନା

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟରେ ଲାଗିବନି ରୋକ। ଏନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି ।

ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ କାର୍ଯ୍ୟରେ ରୋକ ଲଗାଇବାକୁ ଦାଏର ହୋଇଥିବା ପିଟିସନର ଶୁଣାଣି କରି କାର୍ଯ୍ୟ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ ପିଟିସନ ଦାଏର କରିଥିବା ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଏହି ଅବସରରେ କୋର୍ଟ କହିଛନ୍ତି ଯେ, ସେଣ୍ଟ୍ରାଲ ଭିଷ୍ଟା ଏକ ପ୍ରମୁଖ ପ୍ରକଳ୍ପ ଏବଂ ଏକ ଆବଶ୍ୟକୀୟ ରାଷ୍ଟ୍ରୀୟ ଯୋଜନା । ଏହା ସହ ଆବେଦନକୁ ଏକ ସୁପରିକଳ୍ପିତ କହିବା ସଙ୍ଗେସଙ୍ଗେ ଏହା ବାସ୍ତବିକ ଜନସ୍ୱାର୍ଥ ମାମଲା ନୁହେଁ ବୋଲି କହିଛନ୍ତି ।

ଦିଲ୍ଲୀରେ ଲକଡାଉନ ଜାରି କରାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ହେଲେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟ ଜାରି ରହିବା ସହ ସେଠାରେ ପ୍ରାୟ ୫ଶହ ଶ୍ରମିକ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଯୋଗୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି କୋର୍ଟରେ ପିଟିସନ ଦାଏର ହୋଇଥିଲା ।

Delhi High Court

ତେବେ ଏହି ପ୍ରକଳ୍ପ କାର୍ଯ୍ୟସ୍ଥଳରେ କରୋନା କଟକଣାରେ କାର୍ଯ୍ୟ ଚାଲିଛି । ତେଣୁ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ ବୋଲି କୋର୍ଟ କହିଛନ୍ତି।

 

ପାଇଖାନା ଟାଙ୍କିରୁ ଉଦ୍ଧାର କରିବାକୁ ଯାଇ ଉଭୟ ମାଲିକ ଓ ଶ୍ରମିକ ମୃତ

ଫୁଲବାଣୀ: ପିଟବାରି ଗାଁରେ ଅଘଟଣ । ପାଇଖାନା‌ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ସନ୍ତୋଷ କହଁର ଓ ସଞ୍ଜୟ ପ୍ରଧାନ । ସୂଚନା ଅନୁଯାୟୀ, ଆଜି ସକାଳୁ ଗାଁରେ ଏକ ନୂଆ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ୍‌ କାଠ ବାହାର କରିବାକୁ ଯାଇ ସନ୍ତୋଷ କହଁର ଶ୍ବାସରୁଦ୍ଧ ହୋଇ ଟାଙ୍କି ଭିତରେ ଅଚେତ ହୋଇପଡ଼ିଯାଇଥିଲେ । ଏହା ଦେଖି ଘର ମାଲିକ ସଞ୍ଜୟ ପ୍ରଧାନ ତାଙ୍କୁ ଉଦ୍ଧାର କରିବା ନେଇ ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ ।ହେଲେ ସେ ମଧ୍ୟ ଟାଙ୍କି ଭିତରୁ ବାହାରି ପାରିନଥିଲେ । ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀର କର୍ମଚାରୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସେମାନଙ୍କୁ ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ‘ତାରଜନ୍’ ଚଳଚ୍ଚିତ୍ର ଅଭିନେତା ଜୋ ଲାରାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ନେଇ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବ କେନ୍ଦ୍ର

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ କେନ୍ଦ୍ର ସରକାର ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ। ଏନେଇ ସୁପ୍ରିମକୋର୍ଟଙ୍କୁ ଆଟର୍ଣ୍ଣି ଜେନେରାଲ ଅବଗତ କରାଇଛନ୍ତି। ଆସନ୍ତା ଜୁନ ୩ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ଅନୁଯାୟୀ, ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ସହ ପୂର୍ବବର୍ଷ ନୀତି ଅନୁସାରେ ପରୀକ୍ଷା ଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଛି । ଆଜି ଏହାର ଶୁଣାଣି ଆରମ୍ଭ ପରେ କେନ୍ଦ୍ର ସରକାର ଦୁଇ ଦିନ ସମୟ ମାଗିଛନ୍ତି । ଦୁଇ ଦିନ ମଧ୍ୟରେ ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ବୋଲି ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

Schools Must Reduce Fees For Online Classes Supreme Court

ତେବେ ଜଷ୍ଟିସ୍ ଏ. ଏମ. ଖାନୱିଲକର ଏବଂ ଜଷ୍ଚିସ୍ ଦିନେଶ ମାହେଶ୍ୱରୀ ମାମଲାର ଶୁଣାଣି କରି ତୁରନ୍ତ ନିଷ୍ପତ୍ତି ଶୁଣାଇବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଯାହା ଫଳରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଓ ସିଆଇଏସ୍ଇ ପକ୍ଷରୁ ଦଶମ ପରୀକ୍ଷା ବାତିଲ କରାଯିବା ସହ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।

All Higher Educational Institutions of State Remain Closed Tomorrow For Congress Odisha Bandh

 

ବାରମ୍ବାର ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ। ଏପରିକି ସୁପ୍ରିମକୋର୍ଟ ଏହାର ବିଚାର କରି କେନ୍ଦ୍ର ସରକାରଙ୍କୁ ଉଚିତ୍ ପରାମର୍ଶ ଦେବା ପାଇଁ ଅପିଲ୍ କରିଛନ୍ତି ଛାତ୍ରଛାତ୍ରୀ। ସେପଟେ ଆସନ୍ତାକାଲି ପରୀକ୍ଷା ତାରିଖ ଘୋଷଣା କରିପାରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। କିଭଳି ପରୀକ୍ଷା କରାଯିବ ସେ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ନିକଟରୁ କେନ୍ଦ୍ର ସରକାର ପ୍ରସ୍ତାବ ଗ୍ରହଣ କରିଛନ୍ତି।

କରୋନାରେ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ମିଳିବ ମାସିକ ୧୫ ଶହ ଟଙ୍କା

ପାଟଣା: କରୋନାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରତି ମାସରେ ବିହାର ସରକାର ୧୫୦୦ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ଏହି ପିଲାମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇବେ ଏବଂ ସେମାନଙ୍କୁ ରାଜ୍ୟ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ ।

ସୂଚନା ଅନୁଯାୟୀ, “ଯେଉଁ ପିଲାମାନେ କରୋନା ସଂକ୍ରମଣରେ ଉଭୟ ପିତାମାତା କିମ୍ବା ଜଣେ ପିତା ତଥା ମାତାଙ୍କୁ ହରାଇଥିବେ ସେମାନଙ୍କୁ ଏହି ସହାୟତା ମିଳିବ। ରାଜ୍ୟ ସରକାର ସେମାନଙ୍କୁ ବାଲ ସହାୟତା ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ 00 ୧୫୦୦ ଟଙ୍କା ପ୍ରଦାନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟୁଇଟ୍ କରି କହିଛନ୍ତି ଯେ ଅନାଥ ଝିଅ ମାନେ ଅଗ୍ରାଧିକାର ଭିତ୍ତିରେ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଆଡମିଶନ ପାଇବେ ।

ଏହାପୂର୍ବରୁ ଏହି ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଶନିବାର ଦିନ PM-CARES ପାଣ୍ଠିରୁ କେନ୍ଦ୍ର ପକ୍ଷରୁ ଯୋଜନା ଘୋଷଣା କରାଯାଇଥିଲା ।

ବିହାର ସାମାଜିକ କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ୪୮ ଜଣ ପିଲା ଉଭୟ ପିତାମାତାଙ୍କୁ ହରାଇଥିବାବେଳେ ୧,୪୮୬ ପିଲା ଜଣେ ଲେଖାଏଁ ପିତାମାତାଙ୍କୁ ହରାଇଛନ୍ତି। ଏହିପରି ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ପ୍ରସ୍ତାବ ଦେଇଛି।

‘ବାତ୍ୟାଞ୍ଚଳରେ ପ୍ରଣବଙ୍କ କାର୍ଯ୍ୟକୁ ସୁରଙ୍କ ପ୍ରଶଂସା: କହିଲେ, ଟ୍ରକ ଟ୍ରକ ରିଲିଫ୍ ସାମଗ୍ରୀ ପହଞ୍ଚାଇଛନ୍ତି’

ଭୁବନେଶ୍ୱର: ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବାତ୍ୟାଞ୍ଚଳରେ ଭଲ କାମ କରିଛନ୍ତି ପ୍ରଣବ । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦଃଖ ବୁଝିଛନ୍ତି । ଟ୍ରକ ଟ୍ରକ ରିଲିଫ ପହଞ୍ଚାଇଛନ୍ତି । ସେଥିପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ସୁରେଶ ରାଉତରାୟ ଧନ୍ୟବାଦ ଦେଇଛନ୍ତି । ବିପତ୍ତି ସମୟରେ ଗରିବ ଲୋକଙ୍କୁ ପ୍ରଣବ ସହଯୋଗର ହାତ ବଢାଇଛନ୍ତି । ତାଙ୍କଠୁ ଅନ୍ୟମାନେ ଶିଖିବା ଉଚିତ୍ । ପ୍ରଣବଙ୍କ ବାପା ଅଶୋକ ଦାସ ବି ଏପରି କାମ କରୁଥିଲେ । ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ପ୍ରଣବ ଠିକ୍ ତାଙ୍କ ବାପାଙ୍କ ପରି ବୋଲି ସୁର କହିଛନ୍ତି । ସେହିଭଳି ବାତ୍ୟା ସମୟରେ ମନ୍ତ୍ରୀମାନେ ଗ୍ରାଉଣ୍ଡରେ କରିଥିବା କାମକୁ ପ୍ରଶଂସା କରିଛନ୍ତି ସୁରେଶ ରାଉତରାୟ ।

ସୂଚନା ଯୋଗ୍ୟ ଯେ, ‘ୟାସ’ ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡେରା ପକାଇଥିଲେ ବରିଷ୍ଠ ମନ୍ତ୍ରୀ ଓ ବିଧାୟକ । ଏହା ପରେ ପ୍ରଭାବିତ ଲୋକଙ୍କ ପାଖରେ ଯେମିତି କୌଣସି ମୌଳିକ ସମସ୍ୟା ନ ରହେ ଏବଂ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟ ଯେମିତି ଅବିଳମ୍ବେ ଶେଷ ହେବ ସେ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବାଲେଶ୍ବର ଓ ଭଦ୍ରକ ଗସ୍ତରେ ୫ ମନ୍ତ୍ରୀ ଓ ୪ ବିଧାୟକ: ରିଲିଫ୍ ଓ ପୁନର୍ଗଠନ କାର୍ଯ୍ୟକୁ ଗୁରୁତ୍ବ

ଦେଶରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ଦେଢ ଲକ୍ଷ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରରେ ଏବେ ବ୍ରେକ ଲାଗିଛି । ଦିନ ବଢିବା ସହ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ସଂକ୍ରମଣ । ପ୍ରତିଦିନ, କରୋନାରେ ହ୍ରାସ ପାଉଥିବା ମାମଲା ଲୋକମାନଙ୍କୁ ଆଶ୍ୱସ୍ଥି ଦେଇଛି । ଯଦିଓ କରୋନାରୁ ମୃତ୍ୟୁ ସଂଖ୍ୟା ଏତେଟା ହ୍ରାସ ପାଇନାହିଁ । ଯଦିଓ କରୋନାରେ ସଂକ୍ରମିତଙ୍କ ସଂଖ୍ୟା କିଛି ମାତ୍ରାରେ କମିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୫୨ ହଜାର ୭୩୪ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୩ ହଜାର ୧୨୮ ରୋଗୀ ପ୍ରାଣ ହରାଇଛନ୍ତି। ଯଦିଓ କରୋନାରୁ ୨ ଲକ୍ଷ ୩୮ ହଜାର ଲୋକ କରୋନା ମାତ୍ ଦେବାରେ ସକ୍ଷମ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୨ କୋଟି ୮୦ ଲକ୍ଷ ୪୭ ହଜାର ୫୩୪କୁ ବୃଦ୍ଧି ହୋଇଛି ।

ସେହିପରି ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୨୮ ହଜାର ୮୬୪ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛନ୍ତି  । ଏବଂ କରୋନାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ସଂକ୍ରମଣରେ ବ୍ରେକ  ଲାଗିଛି । ମାର୍ଚ୍ଚ ୧୬ ପରେ ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ୧୮ ହଜାର ୬୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏବଂ ୪୦୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି  ।  ଏହାସହ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ କିଛି ରାଜ୍ୟ କଟକଣା ସହ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ମହାରାଷ୍ଟ୍ର ସରକାର ଜୁନ ୧୫ ଯାଏ ଲକଡାଉନ ବୃଦ୍ଧି କରିଛନ୍ତି । ସେପଟେ ତେଲେଙ୍ଗାନାରେ ଆଉ ୧୦ ଦିନ ଲକଡାଉନ ଅବଧି ବୃଦ୍ଧି କରାଯାଇଛି  ।

ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ: ଯୁବତୀଙ୍କୁ ଛୁରା ମାଡ଼ କରି ଲୁଟ୍ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର: ଲକଡାଉନରେ ଲୁଟେରା ରାଜ୍ । ମହିଳାଙ୍କୁ ଛୁରୀ ମାଡ଼ କରି ଲୁଟ୍ ଉଦ୍ୟମ । ସିସିଟିଭିରେ କଏଦ ହେଲା ଲୁଟର ଲାଇଭ୍ ଦୃଶ୍ୟ । ରାଜଧାନୀରେ ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାଡ଼ କରି ଲୁଟ ଉଦ୍ୟମ । ନୟାପଲ୍ଲୀ ଭିଆଇପି ରୋଡ଼ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଯାହାର ସମ୍ପୂର୍ଣ୍ଣ ଚିତ୍ର କଏଦ ହୋଇଛି ସିସିଟିଭିରେ । ସୂଚନା ଅନୁସାରେ ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଏକୁଟିଆ ଦେଖି ଲୁଟ୍ ଉଦ୍ୟମ କରିଥିଲା । ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ସେପଟେ ମହିଳା ଜଣକ ଗୁରୁତର ଅବସ୍ଥାରେ ନୟାପଲ୍ଲୀ ର ଉସ୍ତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ବୁର୍ଲା ଭିମ୍‌ସାର୍ ବ୍ଳାକ୍ ଫଙ୍ଗସ୍ ସନ୍ଦିଗ୍ଧଙ୍କ ମୃତ୍ୟୁ

 

ବିମାନ ଦୁର୍ଘଟଣାରେ ‘ତାରଜନ୍’ ଚଳଚ୍ଚିତ୍ର ଅଭିନେତା ଜୋ ଲାରାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ‘ତାରଜନ୍’ ଚଳଚ୍ଚିତ୍ର ଅଭିନେତା ଜୋ ଲାରାଙ୍କ ମୃତ୍ୟୁ । ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଜୋ’ଙ୍କ ସମେତ ମୋଟ ୭ ଜଣଙ୍କୁ ନେଇ ଯାଇଥିବା ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବା ପରେ ସମସ୍ତଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ ତାଙ୍କ ସ୍ତ୍ରୀ ମଧ୍ୟ ରହିଛନ୍ତି । ୟୁଏସ୍ ସିଟିର ନାସଭେଲ୍ ପ୍ରଶାସନର ସୂଚନା ମୁତାବକ ଶନିବାର ଗୋଟିଏ ଛୋଟ କମର୍ସିଆଲ୍ ଜେଟ୍ ଦିନ ୧୧ ଘଣ୍ଟା ସମୟରେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଉଦ୍ଧାରକାରୀ ଦଳ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ, ଜୋ ଲାରା ଯାଉଥିବା ବିମାନ ଟି ପ୍ରେସୀ ପ୍ରିଷ୍ଟ ହ୍ରଦରେ ଖସିପଡ଼ିଥିଲା । ଯାହା ନାସଭେଲ୍‌ର ଠାରୁ ୧୯ କିଲୋମିଟରରେ ଦୂରରେ ଅବସ୍ଥିତ । ତେବେ ସର୍ଚ୍ଚ ଅପରେସନ୍ ବେଳେ ଦୁର୍ଘଟଣାଗ୍ରସ୍ତ ବିମାନ ସହିତ କିଛି ମଣିଷ ଶରୀରର ମଧ୍ୟ ଖଣ୍ଡବିଖଣ୍ଡିତ ଅଂଶ ମିଳିଛି । ତେବେ ସମ୍ପୂର୍ଣ୍ଣ ଅନ୍ଧାର ହେବା ଯାଏଁ ସର୍ଚ୍ଚ ଅପରେସନ୍ ଜାରି ରହିବ । ଏବଂ ପୁଣି ସୋମବାର ସର୍ଚ୍ଚ ଅପରେସନ୍ ଆରମ୍ଭ ହେବ ବୋଲି ଆରସିଏଫ୍‌ଆରଙ୍କ ପକ୍ଷରୁ କୁହାଯାଇଛି ।

Tarzan: The Epic Adventures actor Joe Lara dies in plane crash alongside wife Gwen - Future Tech Trends

          ପରଲୋକଗତ ଜୋ ଲାରା ୧୯୮୯ ମସିହାରେ ଫିଲ୍ମ ତାରଜନ୍‌ରେ  ତାରଜନ୍ ଭୂମିକାରେ ନଜର ଆସିଥିଲେ । ଏହାପରେ ସେ ଟେଲିଭିଜନ୍ ପାଇଁ ତାରଜନ୍ ସିରିଜ୍ ମଧ୍ୟ ଆରମ୍ଭ କରିଥିଲେ । ଯାହା ୧୯୯୬-୧୯୯୭ ମସିହ ଯାଏଁ ଟିଭି ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲା । ତାଙ୍କ ପତ୍ନୀ ଜ୍ୱେନ୍ ଲାରା, ଯାହାଙ୍କୁ ସେ ୨୦୧୮ ମସିହାରେ ବିବାହ କରିଥିଲେ । ସେ ଖ୍ରୀଷ୍ଟିଆନ୍ ଓ୍ୱେଟ୍ ଲସ୍ ଗ୍ରୁପ୍‌ର ମୁଖ୍ୟ ଥିଲେ । ସେ ଏହାକୁ ୧୯୮୬ ମସିହାରେ ଗଢ଼ିଥିଲେ ।

ଏଥିସହିତ ପଢ଼ନ୍ତୁ: ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣଙ୍କ ହୃଦଘାତରେ ନିଧନ