ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା । ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୬୪ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୨୧୨୭ ଓ ୧୫୩୭ ସ୍ଥାନୀୟ ସଂକ୍ରମିତ ଚିହ୍ନଟ । ଅନୁଗୁଳରୁ ୫୯, ବାଲେଶ୍ୱର ୩୯, ବରଗଡ଼ ୨୧୦, ଭଦ୍ରକ ୨୭, ବଲାଙ୍ଗୀର ୭୯, ବୌଦ୍ଧ ୬, କଟକ ୧୯୮, ଦେବଗଡ଼ ୩୦, ଢେଙ୍କାନାଳ ୪୭, ଗଜପତି ୬୩, ଗଞ୍ଜାମ ୬୬, ଜଗତସିଂହପୁର ୮, ଯାଜପୁର ୫୮, ଝାରସୁଗୁଡ଼ା ୧୮୩, କଳାହାଣ୍ଡି ୩୨୪, କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୫୬, ଖୋର୍ଦ୍ଧା ୭୦୪, କୋରାପୁଟ ୩୯, ମାଲକାନଗିରି ୪, ମୟୂରଭଞ୍ଜ ୧୧୯, ନବରଙ୍ଗପୁର ୮୧, ନୟାଗଡ଼ ୨୮, ନୂଆପଡ଼ା ୨୨୧, ପୁରୀ ୧୪୩, ରାୟଗଡ଼ା ୫୭, ସମ୍ୱଲପୁର ୧୯୯, ସୋନପୁର ୧୬, ସୁନ୍ଦରଗଡ଼ ୩୪୦, ଷ୍ଟେଟ୍ ପୋଲ୍ରୁ ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ମୋଟ ୨୧୪୩୬ ଜଣ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।
ପବନରେ ବ୍ୟାପୁଛି କରୋନା ଭାଇରସ୍ : ସୁରକ୍ଷିତ ରହିବାର ଉପାୟ କହିଲେ ଏକ୍ସପର୍ଟ ଡାକ୍ତର
ଓ୍ୱାଶିଂଟନ୍: ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଦି ଲାନ୍ସେଟ୍ ପ୍ରକାଶିତ ରିପୋର୍ଟ ମୁତାବକ ପବନରେ କରୋନା ବ୍ୟାପୀବାର ଆଶଙ୍କା ଅଧିକ ରହିଛି । ଏହା ପରେ ଏହାକୁ ନେଇ ଲୋକଙ୍କ ମଧ୍ୟ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି । ମେରୀଲେ ସ୍କୁଲ ଅଫ୍ ମେଡିସିନ୍ ର ଡା. ଫହୀମ୍ ୟୁନସଙ୍କ ଲାନସେଟ୍ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଚିନ୍ତା କରିବାର କୌଣସି କାରଣ ନାହିଁ, ପବନରେ କରୋନା ବ୍ୟାପୁଥିବା ନେଇ ଆମେ ଅବଗତ ଅଛୁ । ଡ. ଫହୀମ୍ କହିଛନ୍ତି ଯେ, କପଡ଼ାର ମାସ୍କ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ । ଏନ୍-୯୫ ମାସ୍କ ଅବା କେଏନ୍ ୯୫ ମାସ୍କ ୨ଟି କିଣି ଆଣି ଏହାକୁ ବ୍ୟବହାର କରନ୍ତୁ । ଗୋଟିଏ ବ୍ୟବହାର କରିବା ପରେ ଏହାକୁ ପେପର ବ୍ୟାଗ୍ରେ ରଖିଦିଅନ୍ତୁ ଏବଂ ଅନ୍ୟଟିକୁ ବ୍ୟବହାର କରନ୍ତୁ । ଏହି ଭଳି ଭାବେ ପ୍ରତି ୨୪ ଘଣ୍ଟାରେ ମାସ୍କ ଚେଞ୍ଜ କରି ସପ୍ତାହେ ଯାଏଁ ପିନ୍ଧିପାରିବେ ।
LANCET STUDY: No worries. We know COVID spreads (droplet to airborne) in a spectrum
Solution: Buy two N95 or KN95 masks. Use one today; leave the other in a PAPER bag for tomorrow. Keep alternating every 24 hours. Reuse for weeks if they aren’t damaged
Ditch cloth masks
— Faheem Younus, MD (@FaheemYounus) April 17, 2021
ପବନରେ କରୋନା ବ୍ୟାପୀବାର ମାନେ ଏହା ନୁହେଁ ଯେ, ବାୟୁ ସଂକ୍ରମିତ ହୋଇଯାଇଛି । ଏହାର ଅର୍ଥ ଏହା ଯେ ଏହା ବାୟୁରେ ଭାଇରାସ୍ ରହିପାରେ । ବିନା ମାସ୍କ ବ୍ୟବହାରରେ କେବଳ ସାମାଜିକ ଦୂରତ୍ୱ ରକ୍ଷା କରିବା ଦ୍ୱାରା ଏବେ ମଧ୍ୟ ପାର୍କ ଏବଂ ସମୁଦ୍ର କୂଳକୁ ଯାଇହେବ ।
ଡା. ଫହୀମ୍ ମହାମାରୀ ଆରମ୍ଭରେ ଟ୍ୱିଟରରେ ଲୋକଙ୍କ ଅସୁବିଧା ଦୂର କରିବା ନେଇ ଚେଷ୍ଟା କରିଆସୁଛନ୍ତି । ଡ. ଫହୀମ୍ କହିଛନ୍ତି ଯେ,ଲୋକେ ଯଦି କିଛି ନିୟମର ପାଳନ କରନ୍ତି ତେବେ ସେମାନେ ଘରେ ହିଁ ସଂକ୍ରମଣକୁ ସୀମିତ ରଖିପାରିବେ । ସେ ଦାବି କରିଛନ୍ତି ଯେ, ଘରେ ହିଁ ଠିକ୍ ଭାବେ ରହିବା ଦ୍ୱାରା ୮୦ରୁ୯୦ ପ୍ରତିଶତ ଲୋକ ଠିକ୍ ହୋଇଯାଅନ୍ତି ।
ଏଥିସହିତ ପଢ଼ନ୍ତୁ: କରୋନାରୁ ବଞ୍ଚିବା ପାଇଁ କ’ଣ ଖାଇବେ, ସାରଣୀ ଜାରି କଲା WHO
ପୁଣି ବଢ଼ିବ ତାତି: ୩ ଦିନ ଯାଏଁ ନାହିଁ ନିସ୍ତାର
ଭୁବନେଶ୍ୱର: ପୁଣି ତାତିବ ଓଡ଼ିଶା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି । ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ। ରାଜଧାନୀ ଭୁବନେଶ୍ବର ସମେତ ବଲାଙ୍ଗୀର, ଟିଟିଲାଗଡ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ମୟୂରଭଞ୍ଜ ଏବଂ ମାଲକାନଗିରିରେ ତାପମାତ୍ରା ବୃଦ୍ଧି ହେବ । କାଳବୈଶାଖୀ ନେଇ ମଧ୍ୟ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, କେରାପୁଟ, ମାଲକାନଗିରି, ରାୟଗଡା ଏବଂ ଗଜପତି ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୨୨ ତାରିଖ ପରେ ପାଗରେ ପରବର୍ତ୍ତନ ଆସିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଏଥିସହିତ ପଢ଼ନ୍ତୁ: କରୋନା ରୋଗୀଙ୍କୁ ଆଶ୍ୱସ୍ତି, କମିଲା Remdesivir ଦାମ୍
ଦେଶ ଛାଡି ଚୀନ ଟିକା ନେବା ଲାଗି ନେପାଳ ଯାଉଛନ୍ତି ଲୋକେ? ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହେଉଛି । ଏହି ପରିପ୍ରେକ୍ଷୀରେ ସରକାର ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ କିଛି ଲୋକ ଭାରତରେ ଟିକା ନେବା ପରିବର୍ତ୍ତେ ନେପାଳ ଯାଇ ଚୀନ ଟିକା ନେଉଛନ୍ତି। ତେବେ ସେମାନେ ଏଭଳି କାହିଁକି କରୁଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…
ବିବିସି ରିପୋର୍ଟ ଅନୁଯାୟୀ ବୁଧବାର ଦିନ ନେପାଳର ରାଜଧାନୀ କାଠମାଣ୍ଡୁର ଜଣେ ମେଡିକାଲ୍ କର୍ମଚାରୀ ଟିକା ପାଇଁ ଛିଡା ହୋଇଥିବା ଲୋକଙ୍କ ହାତରେ ସୁଟକେସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସନ୍ଦେହ ହେବାରୁ ସେ ଲୋକଙ୍କୁ ପରିଚୟ ପତ୍ର ଦେଖାଇବାକୁ କହିଥିଲେ । ଯାହା ପରେ ସେମାନେ ଭାରତୀୟ ପାସପୋର୍ଟ ଦେଖାଇଥିଲେ । ହେଲେ ସେଠାରେ ଥିବା କର୍ମଚାରୀମାନେ ଏହି ଟିକା ଦେବାକୁ ମନା କରିଦେଇଥିଲେ । ଏଭଳି କଥା ଶୁଣି ଲୋକମାନେ ଝଗଡା କରିବା ଆରମ୍ଭ କରି ଦେଇଥିଲେ ।

ସୂଚନା ଅନୁଯାୟୀ, ଯେଉଁମାନେ ଚୀନ ତିଆରି ଟିକା ନେବେ ସେମାନଙ୍କୁ ଚୀନରେ ପ୍ରବେଶ ପାଇଁ ଭିସା ଦିଆଯିବ ବୋଲି ଚୀନ୍ ଦୂତାବାସ ନିଜ ୱେବସାଇଟରେ ଏଭଳି ସୂଚନା ଦେଇଛି । ଏଭଳି ସୂଚନା ମିଳିବା ପରେ ଚୀନରେ ବ୍ୟବସାୟ କିମ୍ବା ଅନ୍ୟ କାମ ପାଇଁ ଯିବାକୁ ଚାହୁଁଥିବା ଭାରତୀୟମାନେ ଟିକା ନେବାକୁ ସେଠାରେ ପହଞ୍ଚିଥିଲେ ।
ବିବିସି ଅନୁଯାୟୀ କାଠମାଣ୍ଡୁର ଟେକୁ ହସ୍ପିଟାଲର ନିର୍ଦ୍ଦେଶକ ସାଗର ରାଜ ଭଣ୍ଡାରୀ କହିଛନ୍ତି ଯେ ସେ ଏବିଷୟରେ କିଛି ଜାଣି ନାହାଁନ୍ତି। କରୋନା ଭ୍ୟାକ୍ସିନର ଦୁରୁପଯୋଗ କରାଯାଉଥିବା ନେଇ ଏହି ଘଟଣାରୁ ଜଣାପଡିଥିଲା । କାରଣ ଏହି ଲୋକମାନଙ୍କର ଟିକା ନେବାର କୗେଣସି ଉଦ୍ଦେଶ୍ୟ ନାହିଁ ବରଂ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଚୀନ୍ ଯିବା ।

ଅପରପକ୍ଷେ ନେପାଳର ଅଧିକାରୀ ମାନେ ଆଶଙ୍କା କରିଛନ୍ତି ଯେ ଚାଇନାର କମ୍ପାନୀଗୁଡିକ ସହିତ ବ୍ୟବସାୟ କରୁଥିବା ଭାରତୀୟ ବ୍ୟବସାୟୀମାନେ ସେମାନଙ୍କ କର୍ମଚାରୀ ମାନଙ୍କୁ ଚୀନ୍ ପଠାଇବା ପାଇଁ ଏହି କୗେଶଳ ଆପଣାଉଛନ୍ତି । ଏହି କାରଣରୁ ସେମାନେ କେବଳ ଚୀନ୍ ପ୍ରସ୍ତୁତ ଟିକା ବ୍ୟବହାର କରିବା ଲାଗି ଚାହୁଁଛନ୍ତି।
ତେବେ ଭାରତରେ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ଲାଗି ଟୀକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏବେ ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ଜରୁରୀକାଳୀନ ସ୍ଥିତିରେ ଋଷର ‘ସ୍ପୁଟନିକ ଭି’କୁ ବ୍ୟବହାରିକ ଅନୁମତି ଦିଆଯାଇଛି।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଭାରତବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୪ ତମ ପବିତ୍ର ଶ୍ରାଦ୍ଧ ଦିବସ ଆଜି ରାଜ୍ୟବ୍ୟାପୀ କୋଭିଡ୍ କଟକଣାରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ, ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରମୁଖ ବିଜୁ ପଟ୍ଟନାୟକଙ୍କର ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ କହିଛନ୍ତି, ବିଜୁ ବାବୁ ଥିଲେ ଜଣେ ଉତ୍ତୁଙ୍ଗ ନେତୃତ୍ୱ । ଦିନେ ସାରା ବିଶ୍ୱକୁ ତାଙ୍କ ନେତୃତ୍ୱ ପ୍ରସାରିତ ଥିଲା । ତାଙ୍କ ଜୀବଦଶାରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାର ସଂକଳ୍ପ, ଆଜି ତାଙ୍କୁ ଜଣେ କାଳଜୟୀ ନେତା ଭାବେ ମର୍ଯ୍ୟାଦା ଦେଇଛି । ସମଗ୍ର ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ବିଜୁ ବାବୁ ଜୀବନବ୍ୟାପୀ ଓଡ଼ିଆ ଜାତିର ସମୃଦ୍ଧି ଓ ବିକାଶ ଲାଗି କେବଳ ଜଣେ ସମର୍ପିତ ବ୍ୟକ୍ତିତ୍ୱ ନଥିଲେ ବରଂ ସ୍ୱାଧୀନତା ପରବର୍ତ୍ତୀ ନବ ଓଡ଼ିଶା ଗଠନରେ ତାଙ୍କର ଅମ୍ଲାନ ଭୂମିକାକୁ ଓଡ଼ିଆ ଜାତି ସବୁଦିନ ସ୍ମରଣ କରିବ ।

ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ବଳିଦାନ, ଅସୀମ ତ୍ୟାଗ, ଚିନ୍ତା ଓ ଚେତନା ସବୁବେଳେ ଆମକୁ ପ୍ରେରଣା ଦେଉଥିବ । ଆଜି ଏହି ପବିତ୍ର ଶ୍ରାଦ୍ଧ ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନରେ ପୁଣିଥରେ ନିଜକୁ ସମର୍ପିତ କରିବା । ଏହାସହ ଆମ ବ୍ୟକ୍ତିଗତ ଜୀବନରେ ଓଡ଼ିଆ ଜାତି ଗଠନ ପାଇଁ ପ୍ରବାଦ ପୁରୁଷ ଦେଖିଥିବା ସ୍ୱପ୍ନକୁ ଯଦି ଆମେ କିଛି ପରିମାଣରେ ରୂପାୟିତ କରିପାରିବା, ତାହା ହିଁ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଦଳର ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁ ଓଡ଼ିଆ ଜାତିର ଚିରନମସ୍ୟ । ତାଙ୍କର ପ୍ରେରଣା, ସଂଘର୍ଷ ଆମକୁ ସବୁବେଳେ ଉଦ୍ବୁଦ୍ଧ କରୁଥିବ । ସେ ଥିଲେ ଜାତୀୟତାର ପ୍ରତୀକ । ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କର ସମଗ୍ର ଜୀବନ ସମର୍ପିତ ଥିଲା । ଆଜି ପବିତ୍ର ଶ୍ରାଦ୍ଧ ଦିବସରେ ତାଙ୍କର ଅମ୍ଲାନ ପ୍ରତିଭା ପ୍ରତି ଶ୍ରଦ୍ଧା ନିବେଦନ କରୁଛୁ । ଏହି ଅବକାଶରେ ରାଜ୍ୟବ୍ୟାପୀ ସମସ୍ତ ନିର୍ବାଚନମଣ୍ଡଳୀ, ଜିଲ୍ଲା ସଦର ମହକୁମାରେ ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।
ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେ ଦେଖାଇଯାଇଥିବା ମାର୍ଗ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି। pic.twitter.com/uqDkmIhpaJ
— Naveen Patnaik (@Naveen_Odisha) April 17, 2021
ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କରୋନା ମହାମାରୀର ଏହି ସଂକଟ ସମୟରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପ୍ରବାଦ ପୁରୁଷଙ୍କର ୨୪ତମ ଶ୍ରାଦ୍ଧ ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ନିରାଡ଼ମ୍ବର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା କଟକଣାକୁ ଅନୁପାଳନ କରି ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କର ଅଗଣିତ ଶୁଭେଚ୍ଛୁ, ପ୍ରେମୀ ଏବଂ ବିଜୁ ଜନତା ଦଳର କର୍ମୀ ଏହି ମହାର୍ଘ୍ୟ ଉତ୍ସବକୁ ପାଳନ କରିଥିବାରୁ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ।
କରୋନାକୁ ହରାଇଲେ ବଲିଉଡ ଅଭିନେତା ଭିକି କୌଶଲ
ମୁମ୍ବାଇ: କରୋନାର ଦ୍ବିତୀୟ ଲହର ବଲିଉଡ୍କୁ ବି ଆକ୍ରାନ୍ତ କରିଛି। ଜଣଙ୍କ ପରେ ଜଣେ କଳାକାର ଆକ୍ରାନ୍ତ ହେଉଥିବା ବେଳେ ସୁଟିଂକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଖୁସିର କଥା ହେଲା, ରୂପେଲି ପରଦାର ଏହି ନାୟକମାନେ କରୋନା ଯୁଦ୍ଧରେ ବି ଭାଇରସ୍କୁ ହରାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅଭିନେତା ଭିକି କୌଶଲ କରୋନାରୁ ମୁକ୍ତ ହୋଇଥିବା ଜଣାଯାଇଛି। ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ସେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଭିକି ନିଜର ଏକ ଫଟୋ ଛାଡ଼ି ସେଥିରେ ‘ନେଗେଟିଭ୍’ ବୋଲି ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଭିକି ଓ ଅଭିନେତ୍ରୀ ଗତ ୫ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ଏହାର ଠିକ୍ ପରଦିନ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏବେ ଭିକି କରୋନାମୁକ୍ତ ହୋଇଥିବା ବେଳେ ଭୂମି ଓ କ୍ୟାଟ୍ରିନାଙ୍କ ରିପୋର୍ଟ ଆସି ନଥିବା ଜଣାଯାଇଛି। ଏହା ପୂର୍ବରୁ ଅଭିନେତ୍ରୀ ଆଲିୟା ଭଟ୍ଟ କରୋନାରୁ ମୁକ୍ତ ହୋଇଛନ୍ତି।
କରୋନା ରୋଗୀଙ୍କୁ ଆଶ୍ୱସ୍ତି, କମିଲା Remdesivir ଦାମ୍
ନୂଆଦିଲ୍ଲୀ: କୋଭିଡ଼ ଦ୍ୱିତୀୟ ଲହରି ଜାରି ରହିଥିବା ବେଳେ କରୋନା ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । କରୋନା ଚିକିତ୍ସାରେ ବ୍ୟବହୃତ ରେମଡେସିଭିରର ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ହ୍ରାସ ହୋଇଛି ।
ଦେଶରେ ରେମଡିସିଭିର ୭ ମ୍ୟାନୁଫାକ୍ଟଚର-
ନିକଟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଦେଶରେ ରେମଡିସିଭିରର ୭ ମ୍ୟାନୁଫାକ୍ଟଚରର ରହିଛନ୍ତି । ସେମାନଙ୍କର ମାସକୁ ପ୍ରତି ୟୁନିଟ୍ କ୍ଷମତା ପ୍ରାୟ ୩୮.୮୦ ଲକ୍ଷ ଅଟେ। ଫାର୍ମାସ୍ୟୁଟିକାଲ୍ସ ବିଭାଗ ଘରୋଇ ଉତ୍ପାଦକଙ୍କ ସହ ମିଶି ଔଷଧର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଚେଷ୍ଟା ଚଳାଇଛି।
Due to Government’s intervention, the price of #Remdesivir Injection is now reduced!
I am thankful to pharmaceutical companies for joining hands with the Government to fight against CoVID Pandemic. pic.twitter.com/bNNqZ0T4Wb
— Dr Mansukh Mandaviya (@mansukhmandviya) April 17, 2021
ଅପରପକ୍ଷେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି-ଭି ସଦାନନ୍ଦ ଗୌଡ ଶୁକ୍ରବାର ଦିନ କହିଥିଲେ ଯେ ଦେଶରେ ଏହାର ଉପଲବ୍ଧତା ବୃଦ୍ଧି ପାଇଁ ରେମେଡିସିଭିର ଉତ୍ପାଦନ ବୃଦ୍ଧି ନିମେନ୍ତ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୬.୬୯ ଲକ୍ଷ ରେମେଡିସିଭି ଇଞ୍ଜେକ୍ସନ ଯୋଗାଇ ଦିଆଯାଇଛି ।
Total 6.69 lacs vials of #Remdesivir have been made available to different States/UTs of the country during the last 5 days.
The supply has been ramped up in the most effective states.
— Sadananda Gowda (@DVSadanandGowda) April 16, 2021
ସେହିପରି ଅନ୍ୟ ଏକ ଟୁଇଟ୍ରେ ସେ କହିଛନ୍ତି ଯେ ସରକାରଙ୍କ ହସ୍ତକ୍ଷେପ ପରେ ରେମଡେସିଭେରର ଅଗ୍ରଣୀ ଉତ୍ପାଦକ ସ୍ୱେଚ୍ଛାକୃତ ଭାବରେ ୧୫ ଏପ୍ରିଲ ୨୦୨୧ରୁ ଏହାର ମୂଲ୍ୟ ୫,୪୦୦ରୁ ୩୫୦୦ ଟଙ୍କାକୁ ହ୍ରାସ କରିଛନ୍ତି।



