spot_img
Home Blog Page 5747

କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନରେ ସୋନୁ ସୁଦ୍, କହିଲେ- ‘ସାହାଯ୍ୟ ପାଇଁ ସବୁବେଳେ ସାଥିରେ ଅଛି’

ମୁମ୍ବାଇ: କରୋନା ସଂକଟ ସମୟରେ ଅସହାୟଙ୍କ ନିକଟରେ ଭଗବାନ ହୋଇ ଛିଡ଼ା ହେଉଥିବା ସୋନୁ ସୁଦ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସମସ୍ତ ସତର୍କତା ପଦକ୍ଷେପ ନେବା ସହ ସୋନୁ ସୁଦ୍ କ୍ୱାରେଣ୍ଟାଇନରେ ଥିବା କହିଛନ୍ତି ।

Sonu Sood Tests Positive For Covid-19 Quarantines Himself

ସୋନୁ ସୁଦ୍ କରୋନା ସଂକ୍ରମିତ ହେବା ପରେ ଟ୍ୱିଟ୍ କରି ଲେଖିଛନ୍ତି- ଆଜି ସକାଳେ ମୋର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ସାବଧାନତାର ସହ ନିଜକୁ କ୍ୱାରେଣ୍ଟାଇନ୍ କରିବା ସହ ନିଜର ଧ୍ୟାନ ରଖିଛି । କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆପଣମାନଙ୍କୁ ସାହାଯ୍ୟ କରିବା ଲାଗି ମୋତେ ଆଉ ଅଧିକ ସମୟ ମିଳିଛି । ମନେ ରଖନ୍ତୁ ମୁଁ ସବୁବେଳେ ଆପଣମାନଙ୍କ ସହ ଅଛି ।

ସୋନୁ ସୁଦ୍ ନିଜ ପୋଷ୍ଟର ପ୍ରଥମରେ ଲେଖିଛନ୍ତି କରୋନା-ପଜିଟିଭ୍, ମନ ଓ ବଳ- ସୁପର ପଜିଟିଭ୍ । ଏର୍ଥାତ୍ ସୋନୁ ସୁଦ୍ ଆଜି ବି ଲୋକଙ୍କୁ ସାହାଯ୍ୟ ଲାଗି ଛିଡ଼ା ଆଗଭର ଓ ହାରିବେ ନାହିଁ । ଏହା ସୋନୁଙ୍କ ପ୍ରଂଶସକ ଓ ଅନ୍ୟ ଦେଶବାସୀଙ୍କ ଲାଗି ପ୍ରେରଣା ଅଟେ । ସୋନୁ ସୁଦ ଏପ୍ରିଲ୍ ୭ରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବା ସହ ସମସ୍ତଙ୍କୁ ଭ୍ୟାକ୍ସିନ୍ ନେବାକୁ ଅପିଲ୍ କରିଥିଲେ ।

Sonu Sood Tests Positive For Covid-19 Quarantines Himself

୨୦୨୦ ମସିହାରେ କରୋନା ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରି ସୋନୁ ସୁଦ୍ ସମସ୍ତଙ୍କ ମନ ଜିତିଥିଲେ । ସେବେଠାରୁ ଅଗଣିତ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି ସେ । ସୋନୁ ସୁଦ୍ ଲୋକଙ୍କ ଚିକିତ୍ସା ସହ ବିଦେଶରୁ ଭାରତକୁ ଫେରାଇ ଆଣିବା, ଅନ୍ୟ ରାଜ୍ୟରୁ ଘରକୁ ପଠାଇବା ସହ ଅନ୍ୟ କେତେକ ସାହାଯ୍ୟକାରୀ କାର୍ଯ୍ୟ କରିଛନ୍ତି ।

‘ଶକ୍ତିମାନ’ର ‘ଡ. ଜ୍ୟାକେଲ୍’ ଲଳିତ ପରିମୁ କରୋନା ସଂକ୍ରମିତ, ଆବଶ୍ୟକ ପ୍ଲାଜମା

ମୁମ୍ବାଇ: ଟିଭିର ସବୁଠୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ‘ଶକ୍ତିମାନ’ ସିରିଏଲରେ ‘ଡ. ଜ୍ୟାକେଲ’ ଭୂମିକାରେ ଅଭିନୟ କରିଥିବା ଅଭିନେତା ଲଳିତ ପରିମୁ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ତାଙ୍କୁ ମୁମ୍ବାଇ ନିକଟସ୍ଥ ଭାୟନ୍ଦର-ମୀରା ରୋଡର ଏକ କୋଭିଡ୍ ସେଣ୍ଟରର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି ଏବଂ ପ୍ଲାଜମା ଆବଶ୍ୟକତା ରହିଛି ।

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହଟା ଏନେଇ ସାମାଜିକ ଗଣମାଧ୍ୟମରେ ଲଳିତ ପରିମୁଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ହଂସଲ ଲେଖିଛନ୍ତି- ଅଭିନେତା ଲଳିତ ପରିମୁଙ୍କୁ ମହାଜନ ହଲର ଆଇସିୟୁ ୱାର୍ଡର ୫ରେ ଭର୍ତ୍ତି କରାଯାଇଛି । ପ୍ଲାଜମା ତୁରନ୍ତ ଆବଶ୍ୟକ । ଲଳିତଙ୍କ ବ୍ଲଡ୍ ଗ୍ରୁପ୍ A ପଜିଟିଭ୍ । ଦୟାକରି ସାହାଯ୍ୟ କରନ୍ତୁ ।

‘ହ୍ୟାଦର’, ‘ଏଜେଣ୍ଟ ବିନୋଦ’, ‘ମୁବାରକ’, ‘ହଜାର ଚୌରାସି କି ମା’ ଭଳି ଚଳଚ୍ଚିତ୍ର ଓ ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି । ଏଥିସହ ସ୍କାମ୍ ୱେବ ସିରିଜରେ ସିବିଆଇ ଅଫିସର ଭୂମିକାରେ ଲଳିତ ନଜର ଆସିଥିଲେ । ୧୯୯୭ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ରେ ଭିଲିଆନ୍ ଭାବେ ଜଣେ ବୈଜ୍ଞାନିକ ଡ. ଜ୍ୟାକେଲଙ୍କ ଭୂମିକାରେ ଅଭିନୟ କରିଥିଲେ ଲଳିତ ।

୧୪ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର: ବେପାରୀ ଗିରଫ

ଭୁବନେଶ୍ୱର: ପୁଣି ଏସଟିଏଫ ହାତରେ ବଜ୍ରକାପ୍ତା ବେପାରୀ ଓ ବଜ୍ରକାପ୍ତା । କଟକ ଜିଲ୍ଲା ବଡ଼ମ୍ବା ଅଭିମାନପୁର ଅଞ୍ଚଳରୁ ୧୪କିଲୋ ଓଜନର ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି କ୍ରାଇମ୍‌ବ୍ରାଞ୍ଚ । ଉଦ୍ଧାର ବଜ୍ରକାପ୍ତାର ଓଜନ ପ୍ରାୟ ୧୪ କେଜି ହେବ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ସହିତ ବେପାରୀ ଧରାପଡ଼ିଥିଲେ । ପୁଣି ପୋଲିସ ଛାପାରେ ବେପାରୀ ସହ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି STF । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି ପ୍ରଶାନ୍ତ ଭୋଇ । ବଜ୍ରକାପ୍ତା ବିକ୍ରି କରିବାକୁ ଡିଲ୍ ପାଇଁ ଯାଇଥିଲା ବେପାରୀ । ବଜ୍ରକାପ୍ତା ରାଜ୍ୟ ବାହାରକୁ ଚାଲାଣ ହୋଇଥାନ୍ତା । ସୂଚନା ପାଇ ଛାପା ମାରିଥିଲା ପୋଲିସ । ବଜ୍ରକାପ୍ତା ମାସଂକୁ ଚୀନରେ ଖାଦ୍ୟ ଭାବେ ବ୍ୟବହାର କରୁଥିବା ବେଳେ, ଏଥିରୁ ଔଷଧ ମଧ୍ୟ ପ୍ରସ୍ତୁତ ହେଉଛି । ବଜ୍ରକାପ୍ତା ଚୀନକୁ ମଧ୍ୟ ଚାଲାଣ ହେଉଥାଇପାରେ ବୋଲି କହିଛନ୍ତି ଏସ୍‌ଟିଏଫ୍‌ ଏସ୍‌ପି ।

ଏଥିସହିତ ପଢ଼ନ୍ତୁ: ଚୌଦ୍ୱାର ଜେଲ୍‌ରେ ହାଇଦରଙ୍କୁ ସଙ୍ଗରୋଧରେ ରଖାଗଲା: ଆରଟିପିସିଆର ରିପୋର୍ଟକୁ ଅପେକ୍ଷା

କ୍ୟାପ୍ଟେନ୍ କୁଲଙ୍କ ନାଁରେ ଯୋଡ଼ା ହେଲା ନୂଆ ରେକର୍ଡ଼

0

ମୁମ୍ବାଇ: ଶୁକ୍ରବାର ମଇଦାନକୁ ଓହ୍ଲାଇଥିଲେ ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ । ଯେଉଁଥିରେ ବାଜି ମାରିନେଇଛି ଧୋନି ବାହିନୀ। ଆଇପିଏଲର ଅଷ୍ଟମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟରେ ହରାଇଛି ଚେନ୍ନାଇ ସୁପର କିଙ୍ଗ୍ସ। ତେବେ ଆଇପିଏଲ ୨୦୨୧ର ପ୍ରଥମ ବିଜୟ ସହ ଶୁକ୍ରବାର ଧୋନି ଆଉ ଏକ ଉପଲବ୍ଧି ନିଜ ନାଁରେ କରିଛନ୍ତି। ଶୁକ୍ରବାର ମୁମ୍ବାଇର ୱାଙ୍ଖେଡ଼େ ମଇଦାନରେ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ପୂର୍ବରୁ ଦେଶ ପାଇଁ ଓ ନିଜ ପାଇଁ ବ୍ୟକ୍ତିଗତ ରେକର୍ଡ କରିଥିବା ଧୋନି ଶୁକ୍ରବାର ଚେନ୍ନାଇ ପାଇଁ ୨୦୦ତମ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

କ୍ୟାପ୍ଟେନ କୁଲ୍ ଧୋନି ୨୦୦୮ ପ୍ରଥମ ଆଇପିଏଲରୁ ହିଁ ଚେନ୍ନାଇ ସହ ରହିଛନ୍ତି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ୨୦୧୦, ୨୦୧୧, ୨୦୧୮ରେ ୩ଥର ଆଇପିଏଲ ଜିତିଛି। ତେବେ ସିଏସ୍‌କେ ପକ୍ଷରୁ ୨୦୦ ମ୍ୟାଚ୍‌ ଖେଳିବାରେ ଧୋନି ହେଉଛନ୍ତି ପ୍ରଥମ ଖେଳାଳି।

ଏହି ୨୦୦ ମ୍ୟାଚ୍‌ ମଧ୍ୟରେ ଧୋନି ଚେନ୍ନାଇ ପାଇଁ ୨୪ଟି ଚାମ୍ପିୟନ୍ସ ଲିଗ୍‌ ଟି-୨୦ ମ୍ୟାଚ୍ ମଧ୍ୟ‌ ଖେଳିଛନ୍ତି। ସେ ୨୦୧୦ ଓ ୨୦୧୪ରେ ଚେନ୍ନାଇ ପାଇଁ ଚାମ୍ପିୟନ୍ସ ଲିଗ୍‌ ଟି-୨୦ ଟ୍ରଫି ମଧ୍ୟ ଜିତିଛନ୍ତି। ତେବେ ପୂର୍ବରୁ ଧୋନି ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ଼ ମଧ୍ୟ ନିଜ ନାଁରେ କରିସାରିଛନ୍ତି।

‘ଛତିଶଗଡ଼ ଫେରନ୍ତା ଜଣେ ସଂକ୍ରମିତଙ୍କ ଠାରୁ ୩୦ ଜଣ ସଂକ୍ରମିତ ହେଉଛନ୍ତି’

ଭୁବନେଶ୍ୱର: ବାହାର ଲୋକ ସଂକ୍ରମଣ ନେଇକି ଆସିଛନ୍ତି । ଛତିଶଗଡ଼ରୁ ଯେଉଁମାନେ ଆସିଛନ୍ତି, ଜଣଙ୍କ ଠାରୁ ୩୦ ଜଣ ସଂକ୍ରମିତ ହେଉଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କରୋନା ଡ୍ରପ୍‌ଲେଟ୍ ବାୟୁ ମଣ୍ଡଳରେ ବୁଲୁଛି । ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁନି । ୯ ବେଳେ କର୍ଫ୍ୟୁ ଅଛି ଭାବି ତା’ପୂର୍ବରୁ ଭିଡ଼ ଜମାନ୍ତୁ ନାହିଁ ।  ଅମାନିଆଙ୍କ ଲାଗି ସଂକ୍ରମଣ ବଢ଼ୁଛି । ସମୟ ଆସିଛି ସମ୍ପୂର୍ଣ୍ଣ ସତର୍କ ଓ ଦାୟିତ୍ୱବାନ ହେବାର । ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ। ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନିବାକୁ ନିବେଦନ କରିଛନ୍ତି ଶ୍ରୀ ପାଣିଗ୍ରାହୀ । ପ୍ରତ୍ୟେକ ଦିନ ତଳସ୍ତରରୁ ମନିଟର କରୁଛୁ । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କରୋନା ଚେନ୍ ଭାଙ୍ଗିବାକୁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଆଜିଠୁ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଟିକା ନ ଥିବାରୁ ୧୫୦୦ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଣ୍ଡ ବିହୀନ ଶିଶୁ ଜନ୍ମ: ଏସ୍‌ସିବିକୁ ସ୍ଥାନାନ୍ତର

ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧୪ତାରିଖରେ ଅଧାମୁଣ୍ଡ ଥିବା ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଛି । ଶିଶୁଟିର ସମଗ୍ର ଶରୀର ଠିକ୍ ଥିବା ବେଳେ ମୁଣ୍ଡଟି ନଥିବା ସହ କେବଳ ପାଟି ତଳକୁ ମୁଣ୍ଡର ଅଙ୍ଗ ଥିବା ଦେଖାଯାଇଛି । ଏହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଶିଶୁଟିକୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି । ଶିଶୁଟି ସୁସ୍ଥ ଥିବା ବେଳେ ଏପରି ଏକ ବିରଳ ଶିଶୁ ଜନ୍ମ ନେବା ଜିଲ୍ଲାବାସୀଙ୍କୁ ଚକିତ କରିଛି ଏବଂ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଳଟିଛି । ମଙ୍ଗଲବଜାର ନିକଟରେ ରହୁଥିବା ଅବସରା ବେଗମଙ୍କ ଶିଶୁ ପୁତ୍ର ଜନ୍ମ ନେଇଛି । ତେବେ ଆର୍ଥ ଅଭାବ ଯୋଗୁଁ ଚିକିତ୍ସାରେ ବାଧା ଉପୁଜିଛି । ଏହି ପରିପ୍ରେକ୍ଷୀରେ ଶିଶୁଟିର ଚିକିତ୍ସା କରିବାପାଇଁ ଶିଶୁପୁତ୍ରଙ୍କ ମାଆ ସରକାରଙ୍କୁ  ଅନୁରୋଧ କରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଗୋଟିଏ ଦେହରେ ଦୁଇଟି ମୁଣ୍ଡ ଥିବା ଶିଶୁ କନ୍ୟା ଜନ୍ମ, ଶିଶୁ ଭବନ ସ୍ଥାନାନ୍ତର

କୁମ୍ଭମେଳାକୁ ଅଧିକ ସଂଖ୍ୟାରେ ଭକ୍ତ ନଆସିବାକୁ ଜୁନା ଆଖାଡ଼ା ମହାମଣ୍ଡଳେଶ୍ୱରଙ୍କ ନିବେଦନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ କୁମ୍ଭ ମେଳା ଚିନ୍ତାକୁ ବଢାଇ ଦେଇଛି । କୁମ୍ଭମେଳାରୁ ଶହ ଶହ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କୁ ସମାଲୋଚନା କରାଯାଉଛି । ଏହାମଧ୍ୟରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଥ ସମାଜକୁ କୁମ୍ଭମେଳା ପ୍ରତିକାତ୍ମକ କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲକୁ ଗ୍ରହଣ କରି ଜୁନା ଆଖାଡା ମହାମଣ୍ଡେଳଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି ଭକ୍ତଙ୍କୁ ଅଧିକ ସଂଖ୍ୟାରେ କୁମ୍ଭ ସ୍ନାନ ପାଇଁ ଆସନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି । ସମୟ ପୂର୍ବରୁ କୁମ୍ଭ ମେଳା ସମାପ୍ତିର ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ସେ ଜୁନା ଆଖାଡା ମହାମଣ୍ଡେଳଶ୍ୱର ସ୍ୱାମୀ ଅବଧେଶାନନ୍ଦଙ୍କ ସହ ଫୋନରେ କଥା ହୋଇଛନ୍ତି । ମୁଁ ପ୍ରାର୍ଥନା କରିଥିଲେ ଯେ, ଦୁଇଟି ଶାହି ସ୍ନାନ ସରିଯାଇଛି । ଏବେ କରୋନା ସଂକଟ କାରଣରୁ କୁମ୍ଭକୁ କେବଳ ପ୍ରତିକାତ୍ମକ ରଖାଯାଉ । ଫଳରେ କରୋନା ବିରୋଧୀ ଲଢେଇକୁ ବଳ ମିଳିବ ।
ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ସ୍ୱାମୀ ଅବଧେଶାନନ୍ଦ ଭକ୍ତଙ୍କୁ ଅଧିକ ସଂଖ୍ୟାରେ କୁମ୍ଭ ସ୍ନାନ କରିବାକୁ ନଆସିବା ପାଇଁ ଅପିଲ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ମାନନୀୟ ପ୍ରଧାନନ୍ତ୍ରୀଙ୍କ ଆହ୍ୱାନକୁ ଆମେ ସମ୍ମାନ କରୁଛୁ । ଜୀବନ ରକ୍ଷା ପୂଣ୍ୟ କର୍ମ । ମୋର ଧର୍ମପରାୟଣ ଜନତାଙ୍କୁ ଆଗ୍ରହ ଯେ, କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟାରେ ଭକ୍ତ କୁମ୍ଭମେଳାକୁ ନଆସନ୍ତୁ ।

ରାଜ୍ୟ ପାଳୁଛି ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ଆଜି ପ୍ରବାଦପୁରୁଷ, ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ସାରା ଓଡ଼ିଶା । ବିଜୁଙ୍କ ନାମରେ ଗଠିତ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳିବ ବିଜୁ ଶ୍ରାଦ୍ଧ ଉତ୍ସବ । ଏପ୍ରିଲ ୧୭ ତାରିଖ ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ଓଡ଼ିଶାବାସୀଙ୍କ ହୃଦୟରେ ଆଜି ବି ସେ ବିରାଜମାନ । ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ପ୍ରତିବର୍ଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଆସୁଛି । ଏଥର ମଧ୍ୟ କୋଭିଡ୍ କଟକଣା ଭିତରେ ପାଳନ ସହ ମାସ୍କ ବ୍ୟବହାରର ଗୁରୁତ୍ବ ଓ କୋଭିଡ୍ ଗାଇଡଲାଇନ୍ ବିଷୟରେ ଲୋକଙ୍କୁ ବୁଝାଇବାକୁ ବିଜେଡି କର୍ମକର୍ତ୍ତା, ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ଓ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ ଏବଂ ନଗର ସଭାପତିଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ରାଜ୍ୟବାସୀଙ୍କ ପ୍ରତି ବିଜେଡିର ଥିବା ପ୍ରତିବଦ୍ଧତା ଦର୍ଶାଇବାକୁ ଆଜି ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ପ୍ରତି ନିର୍ବାଚନ ମଣ୍ଡଳୀରେ ରକ୍ତ ସଂଗ୍ରହ କରାଯିବ । ଓଡ଼ିଶାକୁ ନିଜ ପରିବାର ଭାବି ଜନକଲ୍ୟାଣକୁ ମୂଳମନ୍ତ୍ର କରିଥିବା ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ସେବାଭାବକୁ ତ୍ବରାନିତ କଲେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

କରୋନା ହେଲ୍ପଲାଇନକୁ ସଂକ୍ରମିତ କରିଥିଲେ ଫୋନ୍, ଉତ୍ତର ଆସିଲା-ଯା ମରିଯା

0

ଲକ୍ଷ୍ନୌ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଆତଙ୍କ ସୃଷ୍ଟି କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୪ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୪୧ ଜଣ ପ୍ରାଣ ହରାଇଛନ୍ତି । କରୋନା କାଳରେ ଦେଶବାସୀଙ୍କ ପାଇଁ ସାହା ହେଉଛି ସରକାରୀ ହେଲ୍ଥକେୟାର ସିଷ୍ଟମ । କିନ୍ତୁ ସେତେବେଳେ କ’ଣ ହେବ ଯେତେବେଳେ ସରକାରୀ ହେଲ୍ଥ କେୟାର ସିଷ୍ଟମ ହିଁ ଲୋକଙ୍କୁ ମରିବା ପାଇଁ ଛାଡିଦେବ ? ଉତ୍ତର ପ୍ରଦେଶ ଏବେ କରୋନା ମାମଲାରେ ମହାରାଷ୍ଟ୍ରଠାରୁ ମଧ୍ୟ ଆଗରେ ରହିଛି । ଦେଶରେ ସବୁଠୁ ଅଧିକ ସକ୍ରିୟ ମାମଲା ଏହି ରାଜ୍ୟରେ ଦେଖିବାକୁ ମିଳୁଛି । ରାଜ୍ୟର ଯୋଗୀ ସରକାର କରୋନା ମୁକାବିଲା ପାଇଁ ବଡ ବଡ ପଦକ୍ଷେପ ନେଇଛନ୍ତି ବୋଲି ବାହସ୍ଫୋଟ ମାରୁଛନ୍ତି । କିନ୍ତୁ ରାଜଧାନୀ ଲକ୍ଷ୍ନୌରେ ଏଭଳି ଗୋଟିଏ ମାମଲା ସାମ୍ନାକୁ ଆସିଛି ଯାହା ସରକାରୀ କଳର ଅସଲ ମୁଖାକୁ ଖୋଲି ଦେଇଛି । ଜଣେ କରୋନା ସଂକ୍ରମିତ ରାଜ୍ୟ କରୋନା ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଅପିଲ କରିଥିଲେ । ତାଙ୍କୁ ଯାହା ଉତ୍ତର ମିଳିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାହାଯ୍ୟ ମାଗୁଥିବା ସଂକ୍ରମିତଙ୍କୁ ହେଲ୍ପ ସେଣ୍ଟର କର୍ମଚାରୀ ମରିଯିବାକୁ କହିଥିଲେ ।

ସନ୍ତୋଷ କୁମାର ନାମକ ବ୍ୟକ୍ତି ନିଜ ପତ୍ନୀଙ୍କ ସହିତ କରୋନା ଟେଷ୍ଟ୍ କରାଇଥିଲେ । ଏପ୍ରିଲ ୧୦ ତାରିଖ ଦିନ ସେ ଏହି ଟେଷ୍ଟ୍ କରିଥିଲେ । ଏପ୍ରିଲ ୧୨ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ସନ୍ତୋଷ ହେଲ୍ପ ଲାଇନକୁ କଲ୍ କରିଥିଲେ । ଗୋଟିଏ କଲରେ ସଂକ୍ରମିତଙ୍କୁ ସାହାଯ୍ୟର ଦାବି କରୁଥିବା କଲ ସେଣ୍ଟର କେମିତି ଲୋକଙ୍କୁ ସାହାଯ୍ୟ କରୁଛି ତାହା ସନ୍ତୋଷ ଏହି ଗୋଟିଏ କଲରୁ ଜାଣିପାରିଥିଲେ । ପ୍ରଥମ କଲ ପରେ ୧୫ ଏପ୍ରିଲରେ ସନ୍ତୋଷଙ୍କ ପାଖକୁ କଲବ୍ୟାକ୍ ଆସିଥିଲା । ସକାଳ ୮.୧୪ ମିନିଟରେ ଆସିଥିବା କଲ ୫୪ ସେକେଣ୍ଡ୍ ପାଇଁ ଜାରି ରହିଥିଲା । କଲ ସେଣ୍ଟର ପ୍ରତିନିଧି ସନ୍ତୋଷଙ୍କୁ ପଚାରିଥିଲେ ଯେ, ସେ ହୋମ୍ ଆଇସୋଲେସନ୍ ଆପ୍ ଡାଉନ୍ ଲୋଡ୍ କରିଛନ୍ତି କି ନାହିଁ ? ସନ୍ତୋଷଙ୍କ ଉତ୍ତର ଥିଲା ଯେ, ସେ ଏଭଳି କୌଣସି ଆପ୍ ବାବଦରେ ଜାଣି ନାହାନ୍ତି । ଯାହାର ଉତ୍ତରରେ କଲ ସେଣ୍ଟର କର୍ମଚାରୀ ଜଣଙ୍କ ତାଙ୍କୁ କହିଥିଲେ ଯେ,‘‘ ଯା ତୁ ମରିଯା’’

ଏହି କଲ ସନ୍ତୋଷଙ୍କୁ ମାନସିକ ଅଶାନ୍ତି ଦେଇଥିଲା । ଏନେଇ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖି ସେମାନଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ।

ତାମିଲ ହାସ୍ୟ ଅଭିନେତା ବିବେକଙ୍କ ହୃଦଘାତରେ ପରଲୋକ: କରୋନା ଟିକା ନେଇ ହୋଇଛି ହୃଦଘାତ !

ଚେନ୍ନାଇ: ତାମିଲ ହାସ୍ୟ ଅଭିନେତା ବିବେକଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପରଲୋକ । ମୃତ୍ୟବେଳକୁ ତାଙ୍କ ୫୯ ବର୍ଷ ବୟସ ହୋଇଛି । ଛାତିରେ ଯନ୍ତ୍ରଣା ବେହୋସ ଅବସ୍ଥାରେ ତାଙ୍କୁ ଗତକାଲି ରାତ୍ରୀ ୧୧ ଟାରେ ପତ୍ନୀ ଓ ପୁଅ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏବଂ ସେଠାରେ ତାଙ୍କ ଆଞ୍ଜିଓପ୍ଳାଷ୍ଟି କରାଯାଇ ଇସିଏମ୍‌ଓରେ ରଖାଯାଇଥିଲା । ସେଠାରେ ଆଜି ଭୋର ୪ଟା ୩୫ ମିନିଟରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

Tamil actor, comedian Vivek passes away at 59 after suffering heart attack

ତେବେ ଗତ କିଛି ଦିନ ତଳେ ଅଭିନେତା କରୋନା ଟିକା ନେଇଥିବା ବେଳେ ଏଥିଲାଗି ତାଙ୍କ ହୃଦଘାତ ହେଉଥିବା ଗୁଜବ ସୃଷ୍ଟି ହୋଇଛି । ଆଉ ଏହି ଗୁଜବକୁ ଖଣ୍ଡନ କରିବା ନେଇ ତାମିଲନାଡ଼ୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ କରିବା ନେଇ ଯୋଜନା କରାଯାଇଛି । ଅପରପକ୍ଷରେ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ କରୋନା ଟିକା ଜନିତ ହୃଦଘାତକୁ ଖଣ୍ଡନ କରିଛନ୍ତି ।