spot_img
Home Blog Page 5748

ବଢ଼ୁଛି କରୋନା କୋପ: ଦିନକରେ ୧୩୪୧ ମୃତ ୨ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୨ ଲକ୍ଷ ୩୪ ହଜାର ୬୯୨ କରୋନା ପଜିଟିଭ୍ । ଏଥିସହ ଦିନକରେ ୧ ହଜାର ୩୪୧ ଜଣଙ୍କ ଜୀବନ ନେଇଛି କିଲର ଭାଇରସ।

ତେବେ ଗତ ୨୪ ଘଣ୍ଟାର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ସଂକ୍ରମିତ ହେଲେଣି ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ଜଣ । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଆକ୍ଟିଭ କେସ୍ ୧୬ ଲକ୍ଷ ୭୯ ହଜାର ୭୪୦ ଥିବା ବେଳେ, ମହାମାରୀରେ ୧ ଲକ୍ଷ ୭୫ ହଜାର ୬୪୯ ଜଣ ପ୍ରାଣ ହରାଇ ସାରିଲେଣି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩ ହଜାର ୭୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୯୮ ଜଣଙ୍କର ମୃତ୍ୟୁ ଘଟିଛି।  ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ଦୈନିକ ସଂକ୍ରମଣ। ଏଥି ସହ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩୭ ଲକ୍ଷରୁ ଅଧିକରେ ପହଞ୍ଚିଛି।

ଟିକା ନ ଥିବାରୁ ୧୫୦୦ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ

ଭୁବନେଶ୍ୱର:  ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡା,ନୂଆପଡା, କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକାକରଣ ବନ୍ଦ ରହିଛି । ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ବନ୍ଦ ରଖାଯାଇଛି । ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟ୍‌ଡାଉନ୍ ଯୋଗୁଁ ସେଠି ଟିକାକରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି ତାହା ଦ୍ୱାରା ୨ ରୁ ୩ ଦିନ ଟିକାକରଣ ହୋଇ ପାରିବ ।  ରାଜ୍ୟରେ କୋଭିସିଲ୍ଡ ଟିକା ୩.୬ ଲକ୍ଷ ରହିଛି ଓ କୋଭସ୍କିନ ୨.୩ ଲକ୍ଷ ରହିଛି । ଟିକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରି କହିଛନ୍ତି ଯେ, ସରକାର କୋରନା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ। ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନନ୍ତୁ । ସରକାର ଯେଉଁ ନିୟମ କରିଛନ୍ତି ତାକୁ ମାନିବାକୁ ଲୋକଙ୍କୁ କଲେ ଅପିଲ ।

ଏଥିସହିତ ପଢ଼ନ୍ତୁ: କରୋନା ମୁକାବିଲା ଦିଗରେ ରାଜ୍ୟ-କେନ୍ଦ୍ରର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା: ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଦେଲେ ପ୍ରସ୍ତାବ

 

ବଲିଉଡ୍‌ରେ ଚମକିଲେ ଓଡ଼ିଆପୁଅ ରତିକାନ୍ତ କମିଳା: ଜାଣନ୍ତୁ ବାଲିଆପାଳରୁ ବଲିଉଡ୍‌ ଯାଏଁ ଯାତ୍ରାର ପୂରା କାହାଣୀ

ଜଳେଶ୍ୱର: ବଲିଉଡରେ ଚମକିଲେ ଓଡ଼ିଆପୁଅ ରତିକାନ୍ତ କମିଳା । ଇଚ୍ଛା ଥିଲା ମୂର୍ତ୍ତିକାର ହେବା ପାଇଁ କିନ୍ତୁ ବନିଗଲେ କଳାକାର । ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦାରେ ଏବେ ସେ ତାଙ୍କ ଅଭିନୟର ଯାଦୁ ଦେଖାଉଛନ୍ତି ।

ବାଲିଆପାଳରୁ ବଲିଉଡ୍‌ । କଲ ସେଣ୍ଟର ବୟରୁ ବଲିଉଡ ଦୁନିଆରେ ଏଣ୍ଟ୍ରି ମାରିଛନ୍ତି ଓଡ଼ିଆ ପୁଅ ରତିକାନ୍ତ । ଇଚ୍ଛା ଥିଲା ଫାଇନ ଆର୍ଟ ଶିକ୍ଷା ପାଇଁ କିନ୍ତୁ ବନିଗଲେ ଧାରାବାହିକର ଖଳନାୟକ ।  ନିକଟ ଅତୀତରେ ରିଲିଜ ହୋଇଥିବା ‘ମୁମ୍ବାଇ ସାଗା’ ରେ ନଜର ଆସିଛନ୍ତି ଓଡ଼ିଆ ଯୁବକ ରତିକାନ୍ତ । ମୁମ୍ବାଇରେ ରହି ବିଭିନ୍ନ ଧାରାବାହିକ ଓ ସିନେମାରେ ଅଭିନୟ କରିଥିବା ରତିକାନ୍ତ ୨ଟି ନୱଡା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ରୋଷନୀ ଫିଲ୍ମ ସର୍ଟ ଫିଲ୍ମ ଫେଷ୍ଟିଭାଲ ପାଇଁ ଜୁରୀ ବୋର୍ଡ଼ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।  ଏହି ପ୍ରତିଯୋଗିତାରେ ୧୫୦ରୁ ଊର୍ଦ୍ଧ୍ୱ ଦେଶ ଅଂଶଗ୍ରହଣ କରିବେ । ଯାହାକୁ ନେଇ ବାଲେଶ୍ବର ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି ରତିକାନ୍ତ ।

ରତିକାନ୍ତ ପିଲାଟି ବେଳୁ ଭଲ ପାଠ ପଢିବା ସହ ଭଲ ମୂର୍ତ୍ତି ମଧ୍ୟ ନିର୍ମାଣ କରୁଥିଲେ । ତେଣୁ ଫାଇନ ଆର୍ଟ ଶିଖିବା ପାଇଁ ଆଗ୍ରହ ଥିଲା ମାତ୍ର ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କର ଫାଇନ ଆର୍ଟରେ ଆଗକୁ ଯାଇ ପାରିନଥିଲେ । ତେଣୁ ଘରୁ ପାଦ କାଢି ଏକ କଲ ସେଣ୍ଟର ରେ କାମ କରିବା ପାଇଁ ଗଲେ । ସେଠାରେ NACT ଶିକ୍ଷାଲାଭ ପରେ ୨୦୧୩  ଦୂରଦର୍ଶନରେ ପ୍ରସାରିତ “ଐସେ ପ୍ରେମ କାହା ” ଛୋଟ ପରଦାରେ ପାଦ ଥାପିଥିଲେ  ପରେ ବିଗ୍ ମ୍ୟାଜିକ୍ ଚ୍ୟାନେଲ୍‌ରେ “ଆକବର ବିରବଲ “, କଲର୍ସ ଟିଭିରେ ଚନ୍ଦ୍ରନନ୍ଦିନୀ , ଆଣ୍ଡ ଟିଭିରେ ସିଦ୍ଧିବିନାୟକ Star plusରେ  କୟାମତ୍ କି ରାତ୍ , ଜୀ ଟିଭିରେ ଐସେ ଦିୱାନଗି ଦେଖି ନେହି କଭି , ମନ ମୋହିନୀ , ଫିଅର ଫାଇଲରେ ବିଭିନ୍ନ ଧାରାବାହିକ ଚ୍ୟାନେଲରେ ୫୦ରୁ ଉର୍ଦ୍ଧ ଧାରାବାହିକରେ ସେ ଅଭିନୟ କରିଛନ୍ତି  ।  ସେହିପରି ରାମଗୋପଲ ବର୍ମାଙ୍କ ନିର୍ଦ୍ଦେଶିତ ‘ସରକାର ରାଜ୍ -୩’  ଭଳି ବଡ଼ ବ୍ୟାନ୍‌ରର ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ନିକଟ ଅତୀତରେ ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶୀତ ‘ମୁମ୍ବାଇ ସାଗା’ ରେ ଜନ  ଅବ୍ରହାମ ଏବଂ ଇମ୍ରାନ ହାସମୀ ଙ୍କ ଅଭିନୟ କରିଛନ୍ତି ରତିକାନ୍ତ ।

ଦିବଂଗତ ନେତା ଅଜିତ ମଙ୍ଗରାଜଙ୍କ ମାଆ କ୍ଷେତ୍ରମଣି ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପୁଅ ମୃତ୍ୟୁର ଦୁଇ ଦିନ ନ ପୁରୁଣୁ ଚାଲିଗଲେ ମାଆ । ପିପିଲି ଉପ-ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ତାଙ୍କ ମାଆଙ୍କ ମଧ୍ୟ ଦେହାନ୍ତ ହୋଇଛି । ତାଙ୍କ ମାଆ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।  କୋଭିଡ ଆକ୍ରାନ୍ତ ହେବାପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମାଆ କ୍ଷେତ୍ରମଣି ମଙ୍ଗରାଜ। ପ୍ରଥମେ ପୁଅ, ଆଉ ଏବେ ମାଆ । ଏପରି ଦୁଃଖର ଆଉ ଏକ ପାହାଡ଼ ପଡିଛି ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାରରେ। ସୂଚନାଯୋଗ୍ୟ ପିପିଲି କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ ମଙ୍ଗରାଜ ଗତ ୧୦ ତାରିଖରେ କରୋନା ପଜିଟିଭ୍ ଜଣାପଡିବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିିତ୍ସାଧିନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମତ୍ୟୁ ହୋଇଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି।  ୭୦ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ପାଇଥିଲେ । ଅଜିତଙ୍କ କୋଭିଡ ଯୋଗୁଁ ଚାଲିଯାଇଥିଲା ଜୀବନ ଆଉ ଏବେ ତାଙ୍କ ମାଆଙ୍କ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୂରା ପରିବାର ।

ଏଥିସହିତ ପଢ଼ନ୍ତୁ: ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କ’ଣ ହେବ?

କରୋନା ମୁକାବିଲା ଦିଗରେ ରାଜ୍ୟ-କେନ୍ଦ୍ରର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା: ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଦେଲେ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ଏଯାବତ୍ ମୋଟ ୪୭ ଲକ୍ଷ କୋଭିଡ ଟିକାର ଡୋଜ୍ ଦିଆଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ରହିଛନ୍ତି । ଦୈନିକ ୩ ଲକ୍ଷ ଟିକାକରଣର ନେଇ ରାଜ୍ୟର କ୍ଷମତା ରହିଛି । ଅପରପକ୍ଷରେ ଟିକାକରଣ ଦିଗରେ ରାଜ୍ୟବାସୀଙ୍କ ଅଭୂତପୂର୍ବ ସହଯୋଗ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୈନିକ ୩ ଲକ୍ଷ କରୋନା ଟିକାର ଡୋଜ୍ ଦିଆଗଲା ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ଟିକାକରଣ ନେଇ ୧୬୦ ଦିିନ ସମୟ ଲାଗିବ । କିନ୍ତୁ ଟିକା ପ୍ରଧାନରେ ଅସୁବିଧା ଯୋଗୁଁ ଆମକୁ ଏହି ଟାର୍ଗେଟ ହାସଲ କରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏଣୁ ୨୫ ଲକ୍ଷ ଭ୍ୟାକ୍ସିନ ଯୋଗାଇବାକୁ ଚିଠିରେ ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ । ଏହାଛଡା ଟିକାକୁ ୪ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ବର୍ତ୍ତମାନର କରୋନା ସ୍ଥିତିକୁ ନଜରରେ ରଖି ଭ୍ୟାକ୍ସିନକୁ ଖୋଲା ବଜାରରେ ବିକ୍ରି ଅନୁମତି ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଯେଉଁମାନେ ଏହି ଟିକା କିଣିବାରେ ସକ୍ଷମ ହେବେ ସେମାନେ ନିଜେ ଟିକା ନେଇପାରିବେ । ଯେଉଁ ଟିକା ଗୁଡିକୁ ମଞ୍ଜୁରୀ ମିଳିଛି ତାର ଯୋଗାଣ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି ।

 

ରାଜ୍ୟରେ ୩ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।  ଦିନକରେ ୩୧୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ଜଣଙ୍କ ଜୀବନ ନେଇଛି କିଲର କରୋନା । ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । କ୍ବାରେଣ୍ଟାଇନରୁ ୧୮୨୩, ଲୋକାଲ କେସ୍ ୧୩୨୧ । ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୫୨୩, ଖୋର୍ଦ୍ଧାରୁ ୪୯୭, ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୩୯୫, ବରଗଡ଼ରୁ ୧୫୬, ସମ୍ବଲପୁରରୁ ୧୪୯, କଟକରୁ ୧୪୦, ପୁରୀରୁ ୧୨୯, କେନ୍ଦୁଝରରୁ ୧୨୮, ଜାରସୁଗୁଡାରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୧୦, ନବରଙ୍ଗରରୁ ୯୬, ଯାଜପୁରରୁ ୭୬, ମୟୂରଭଞ୍ଜରୁ ୬୮, ଗଜପତିରୁ ୬୭, କଳାହାଣ୍ଡିରୁ ୫୩, ଭଦ୍ରକରୁ ୫୧, ଅନୁଗୁଳରୁ ୪୯, ଗଞ୍ଜାମ ଓ ରାୟଗଡ଼ାରୁ ୪୪ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ନୟାଗଡ଼ରୁ ୨୯, ବାଲେଶ୍ବରରୁ ୨୮, ଦେଓଗଡ଼ରୁ ୨୧, ଜଗତସିଂହପୁର ଓ କୋରାପୁଟରୁ ୧୮ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୫, କନ୍ଧମାଳରୁ ୧୩, ବୌଦ୍ଧରୁ ୭, ସୋନପୁରରୁ ୪ ଓ ଢେଙ୍କାନାଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୪ହଜାର ୫୯୪ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୪୩ହଜାର ୫୨୨ଜଣ ।

ଏଥିସହିତ ପଢ଼ନ୍ତୁ: ଚୌଦ୍ୱାର ଜେଲ୍‌ରେ ହାଇଦରଙ୍କୁ ସଙ୍ଗରୋଧରେ ରଖାଗଲା: ଆରଟିପିସିଆର ରିପୋର୍ଟକୁ ଅପେକ୍ଷା

ଚା’ ପିଉଥିବା ବେଳେ ଟଳିପଡ଼ିଲେ ଯୁବକ, ମୃତ ଘୋଷଣା କଲେ ଡାକ୍ତର

ବଲାଙ୍ଗୀର: ଏମିତି ବି ମୃତ୍ୟୁ ଆସେ ଯାହା ନ ଦେଖିଲେ କେହି ବି ବିଶ୍ୱାସ କରିପାରିବେନି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ । ଚା’ ପିଉଥିବା ସମୟରେ ଟଳି ପଡ଼ିଲେ ଜଣେ ଯୁବକ । ମୃତ ଯୁବକର ନାଁ ରାକେଶ ଜୈସ୍ଵଳ ବୋଲି ଜଣାପଡ଼ିଛି । ତାଙ୍କ ଘର କଲିକତାରେ । ରାସ୍ତାରେ ରାକେଶ ପଡ଼ିରହିଥିବା ବେଳେ କିଛି ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗତ କିଛି ତଳେ କଲିକତାର ଦୁଇ ଜଣ ଯୁବକ ରାକେଶ ଜୈସ୍ଵଳ ଓ ବିଶାଳ ଜୈସ୍ଵଳ ଓଟିପିସିର କୌଣସି କାମରେ ନବରଙ୍ଗପୁର ଆସିଥିଲେ । ଏନେଇ ଆଜି ନବରଙ୍ଗପୁରରୁ ଏକ ଗାଡ଼ି ଭଡ଼ା କରି କଲିକତା ଫେରୁଥିବା ବେଳେ ବଲାଙ୍ଗୀର ଠାରେ ଚା’ ପିଉଥିବା ସମୟରେ ହୃତଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି । ଏନେଇ ଟାଉନ ଥାନା ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବକକୁ ଘଟଣା ନେଇ ପଚରାଉଚୁରା କରିଛି ପୋଲିସ । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ୨ ସହଯୋଗୀ ସହ ହାଇଦରକୁ ମୁହାଁମୁହିଁ ଜେରା କରିବ ପୋଲିସ, ୭ ଦିନ ଲାଗି ମିଳିଲା ରିମାଣ୍ଡ ଅନୁମତି