spot_img
Home Blog Page 5762

ବାଲେଶ୍ୱରରେ ନିର୍ମାଣାଧୀନ ମେଗା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ବାଲେଶ୍ୱର: ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି 5-T ସଚିବ । 5-T ସଚିବ ଭି.କେ ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଗସ୍ତରେ 5-T ସଚିବ ଭି.କେ ପାଣ୍ଡିଆନ୍‌ । ଜିଲ୍ଲାରେ ନିର୍ମାଣାଧୀନ କେତେକ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବାକୁ ବାଲେଶ୍ବରରେ ପହଞ୍ଚିଛନ୍ତି 5-T ସଚିବ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ଅଛନ୍ତି । ସହର ସୌନ୍ଦର୍ଯ୍ୟକରଣ, ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜ, ପ୍ରସ୍ତାବିତ ପାର୍କ ନିର୍ମାଣ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ ।

ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଖାଁ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବକୁ ଗିରଫ କଲା ପୋଲିସ । ୟାକୁବକୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଗତକାଲି ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆତ୍ମସମର୍ପଣ କରିଥିଲା ୟାକୁବ ଖାଁ ଓରଫ୍ ସିଲ୍ଲୁ । ହାଇଦାର ମାମଲାର ତଦନ୍ତ ନେଇ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିବା ବେଳେ ଟିମ୍ ସମ୍ପୃକ୍ତ ମାମଲାରେ ୟାକୁବକୁ ଗତକାଲି ପଚରାଉଚରା ପରେ ଆଜି ଗିରଫ କରିଛି ।

ଅପରପକ୍ଷରେ SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଉଭାନ ହେବା ଘଟଣାକୁ ତିନି ଦିନ ବିତିଛି । କିନ୍ତୁ ଏବେ ବି ହାତ ଖାଲି କରି ବସିଛି ଓଡିଶା ପୋଲିସ । ସେପଟେ ଫେରାର ଦିନ କ୍ୟାବିନଟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମହମ୍ମଦ୍ ମୌସିମ ଏକ ଲିଖିତ ଏତଲା ଥାନାରେ ଦାଏର କରିଛନ୍ତି । ଗତ ୧୦ତାରିଖରେ ହାଇଦର ଫେରାର ହେବା ପରେ ସେହି ଦିନ ରାତିରେ ଦିଆଯାଇଥିବା ଏତଲାରେ କର୍ମଚାରୀ ଜଣକ ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି ।

ଏତଲାରେ ଉଲ୍ଲେଖ ରହିଛି, ଫେରାର ଦିନ ହାଇଦରକୁ ଭେଟିବାକୁ ତା’ର ପରିବାର ଓ ସମ୍ପର୍କୀୟ ମାନେ ଆସିଥିଲେ । ଯଥା ପୁଅ, ଭାଇ, ପୁତୁରା,ଶଳା ଓ ସାନ ଜ୍ବାଇଁ ସେଦିନ ଭେଟିବାକୁ ଆସିଥିଲେ । ଠିକ ସେହି ସୟରେ ସଂପର୍କୀୟ ଓ ଅନ୍ୟ ଲୋକମାନେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କନଷ୍ଟେବଳଙ୍କ ଉପରକୁ ଟକ୍ରାନ୍ତ କରି କିଛି ବିଷାକ୍ତ ଜିନିଷ ଉପରକୁ ଫିଙ୍ଗିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସୁରକ୍ଷାକର୍ମୀ ।

ଏଥିସହିତ ପଢ଼ନ୍ତୁ: ହାଇଦର ଫେରାର ଦିନ ଆସିଥିଲେ ପରିବାର ଲୋକ, ଏତଲାରେ ଉଲ୍ଲେଖ କଲେ ସୁରକ୍ଷାକର୍ମୀ

୭୩ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ପାଳିତ ହୋଇଛି ରାଜଧାନୀର ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସ ଅବସରରେ ପିଏମଜି ଛକରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବାଚସ୍ପତିଙ୍କ ସମେତ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ହାସ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ଜିଲ୍ଲାପାଳ ସନତ ମହାନ୍ତି ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ୧୯୪୮ ମସିହା ଆଜିର ଦିନରେ ମାତ୍ର ୧୪ ହଜାର ଲୋକଙ୍କୁ ନେଇ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ଦେଢକୋଟି ଲୋକ ରାଜଧାନୀରେ ରହିବା ପାଇଁ ଭିତ୍ତିଭୂମି ରହିଛି। କାଳକ୍ରମେ ଲୋକସଂଖ୍ୟା ବୃଦ୍ଧି ହେବା ସହ ଭିତ୍ତିଭୂମିର ବିକାଶ ହୋଇଛି। ରାଜଧାନୀରେ ଆଇଟି ହବ ହୋଇଛି। ବଡବଡ ଅଟ୍ଟାଳିକା ଛିଡା ହୋଇଛି। ରାଜଧାନୀ ଭୁବନେଶ୍ବର ବିଶ୍ବସ୍ତରୀୟ ସହରରେ ପରିଣତ ହେବା ସହ ସ୍ବାସ୍ଥ୍ୟ ସେବାରେ ଏକ ମାଇଲଖୁଣ୍ଟ ହୋଇଥିବା ବାଚସ୍ପତି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେବାପରେ ସହରର ବିକାଶ ଦୃତଗତିରେ ଆଗେଇ ଚାଲିଛି। ଯେଉଁ ଲକ୍ଷନେଇ ଭୁବନେଶ୍ୱର କୁ ରାଜଧାନୀ କରାଯାଇଥିଲା ତାହା ସାକାର ହୋଇଥିବା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ସୁନିଲଙ୍କ ସ୍ଥାନରେ ସୁଶୀଲ, ମଙ୍ଗଳବାର ନେବେ CEC ଦାୟିତ୍ବ

ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ଶହ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୮୪ ପଜିଟିଭ । ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ ୧୦୩୫, ଲୋକାଲ କେସ୍ ୭୪୯ । ୨ଜଣଙ୍କ ଜୀବନ ନେଇଛି କିଲର କରୋନା । ଭଦ୍ରକ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ନୂଆପଡାରୁ ସର୍ବାଧିକ ୩୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୨୪୧, ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୯୧, ବରଗଡ଼ରୁ ୮୭, ଗଞ୍ଜାମରୁ ୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ୭୨, ନବରଙ୍ଗପୁରରୁ ୬୭, କଳାହାଣ୍ଡିରୁ ୬୮, ନବରଙ୍ଗପୁରରୁ ୬୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୫୯, କେନ୍ଦୁଝରରୁ ୫୪, ପୁରୀରୁ ୫୩, ଷ୍ଟେଟପୁଲରୁ ୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫୩ହଦାର ୮୬ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୪୦ହଜାର ୬ଶହ । ଆକ୍ଟିଭ କେସ୍ ୧୦ହଜାର ୫୦୩ରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: ବଢୁଛି କୋଭିଡ, ଘୁଞ୍ଚିଲା ବୋର୍ଡ ପରୀକ୍ଷା

ଗ୍ରୀଷ୍ମକଷ୍ଟରୁ ବଳିଗଲାଣି ଜଳକଷ୍ଟ: ଗାଁ ପୋଖରୀ ପାଲଟିଛି ପାନୀୟ ଜଳର ଉତ୍ସ

ଏପ୍ରିଲ ମାସରେ ଡହଡହ ଖରା । ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ ଲୋକଙ୍କୁ ଅତିଷ୍ଟ କଲାଣି । କଳାହାଣ୍ଡି ଜିଲ୍ଲା ହଳଦୀ ପଞ୍ଚାୟତର ସାଗରପଡା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ନଳକୂପର ଜଳସ୍ତର କମୁଛି, ଯେଉଁଠାରୁ ପାଣି ବାହାରୁଛି ସେଠାରେ ଫ୍ଲୋରାଇଡ ଯୋଗୁଁ ବଢୁଛି ରୋଗ । ସେପଟେ ଗଞ୍ଜାମ ଜିଲ୍ଲା ଡାକିବଜା ଗୌଡ ସାହିରେ ମଧ୍ୟ ସମାନ ସମସ୍ୟା । ଏଠି ଓଭର ହେଡ୍ ଟାଙ୍କି ଥାଇବି ପାଣିପାଇଁ ଡହଳବିକଳ ଲୋକେ ।

ଚୈତ୍ର ମାସରେ ଜଳକଷ୍ଟ । ଉପରେ ଉତ୍ତାପ, ତଳ ଶୁଖିଲା । ନଳକୂପରୁ ବାହାରୁନି ପାଣି । ଯେଉଁଠାରୁ ବାହାରୁଛି, ତାହା ଫ୍ଲୋରାଇଡ ଯୁକ୍ତ । ଫଳରେ ନାନା  ପ୍ରକାର ଦୂଷିତ ଜଳ ଜନିତ ରୋଗରେ ପୀଡ଼ିତ ଲୋକେ । ଏହି ସମସ୍ୟା ଏବେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ପଞ୍ଚାୟତର ସାଗରପଡା ଗାଁ ର । ଏଠାରେ ଥିବା ପ୍ରାୟ ୨୫୦ରୁ ଅଧିକ ଲୋକଙ୍କ ପାଇଁ ରହିଛି ୪ଟି ନଳକୂପ । ହେଲେ ଖରାଦିନେ ଜଳସ୍ତର କମିଯାଉଛି । ଲୋକଙ୍କ ସମସ୍ୟାକୁ ଦେଖି ଏଠାରେ ପ୍ରଶାସନ ନିର୍ମାଣ କରିଥିଲା ସୌରଜଳ ଯୋଗାଣ ପ୍ରକଳ୍ପ । ହେଲେ କିଛି ଦିନ ଚାଲିବା ପରେ ଏହା ଅଚଳ । ଏପରିକି ଷ୍ଟାଣ୍ଡ ପୋଷ୍ଟ ବି ଭାଙ୍ଗି ଗଲାଣି । ସେପଟେ ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା ଗ୍ରୀଷ୍ମ ପାଇଁ ପ୍ରସ୍ତୁତି କରାଯାଉଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

ସେପଟେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତର ଡାକିବଜା ଗୌଡ ସାହିରେ ମଧ୍ୟ ସମାନ ସମସ୍ୟା । ଗାଁ ମୁଣ୍ଡରେ ରହିଛି ଓଭରହେଡ୍ ଟାଙ୍ଗି । ହେଲେ ଏଥିରୁ ପାଣି ନ ମିଳିବାରୁ ଗାଁ ପୋଖରୀ ପାଲଟିଛି ପାନୀୟ ଜଳର ଉତ୍ସ । ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛି ।  ।

ବାଲେଶ୍ୱର ଗସ୍ତରେ ଯିବେ ୫-ଟି ସଚିବ, ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ

ବାଲେଶ୍ୱର: ଆଜି ବାଲେଶ୍ବର ଗସ୍ତରେ ଯିବେ 5-T ସଚିବ ଭି.କେ ପାଣ୍ଡିଆନ୍‌  । ଜିଲ୍ଲାରେ ନିର୍ମାଣାଧୀନ କେତେକ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା ପାଇଁ ଆଜି ବାଲେଶ୍ବର ଗସ୍ତ କରିବେ 5-T ସଚିବ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ବିଭାଗ ସଚିବ କିଷନ କୁମାର ମଧ୍ୟ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।  ବାଲେଶ୍ବର ପୋଲିସ ଲାଇନ୍‌ ପଡ଼ିଆରେ ପହଞ୍ଚିବା ପରେ ବିଭିନ୍ନ ପ୍ରକଳ୍ପର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୯ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ହାଇକୋର୍ଟ ପରିସରରେ ଉଦଘାଟିତ ହେଲା ବସବର ଟ୍ରକିଂ ସିଷ୍ଟମ୍

କଟକ:  ହାଇକୋର୍ଟ ପରିସରରେ ସୋମବାର ଦିନ ମୁଖ୍ୟ ବିଚାରପତି ଡ. ଏସ୍.ମୁରଲୀଧରଙ୍କ ଦ୍ୱାରା ବସବର ଟ୍ରକିଂ ସିଷ୍‌ଟମ ଓ ଇଲେକ୍ଟ୍ରିକାଲ୍ କଣ୍ଟ୍ରୋଲ୍ ରୁମ୍ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଭିଡ଼ିଓ କନଫରେନ୍ସିଂ ଜରିଆରେ କୋର୍ଟ ବିଲ୍ଡିଂ କମିଟିର ଚେୟାରମ୍ୟାନ୍ ଜଷ୍ଟିସ୍ ସି.ଆର ଦାସ ଓ କୋର୍ଟ ବିଲ୍ଡିଂ କମିଟିର ସଦସ୍ୟ ତଥା ହାଇକୋର୍ଟ ଜଜ୍ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଯୋଗ ଦେଇଥିଲେ।

ଏହାବ୍ୟତୀତ ଆଡଭୋକେଟ୍ ଜେନେରାଲ୍ ଅଶୋକ କୁମାର ପରିଜା, ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ପ୍ରେସିଡେଣ୍ଟ ଜଗବନ୍ଧୁ ସାହୁ, ଓଡ଼ିଶା ସରକାରଙ୍କ ୱାର୍କ୍ସ ଡିପାର୍ଟମେଣ୍ଟ ସେକ୍ରେଟାରୀ ତଥା ଇଞ୍ଜିନିୟର-ଇନ୍-ଚିଫ୍ (ବିଲ୍ଡିଂ) ଡ. କିଷନ୍ କୁମାରଙ୍କ ସମେତ ଅନ୍ୟ ରେଜିଷ୍ଟ୍ରି ସଦସ୍ୟ ଭର୍ଚୁଆଲି ଯୋଗ ଦେଇଥିଲେ।

ବସବର ଟ୍ରକିଂ ସିଷ୍ଟମ୍ ନିର୍ମାଣ କରିବାର ସମସ୍ତ କାର୍ଯ୍ୟ ସୁରକ୍ଷା ପ୍ରୋଟୋକଲ୍ ମଧ୍ୟରେ ଧାର୍ଯ୍ୟ ୩୩ ଦିନ ଭିତରେ ସମାପ୍ତ ହୋଇଥିବା ନେଇ ୱାର୍କ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

 

ତାରାତାରିଣୀଙ୍କ ଦର୍ଶନ କରିପାରିବେ ନାହିଁ ବାହାର ଲୋକ, କେବଳ ସ୍ଥାନୀୟ ଲୋକଙ୍କୁ ଅନୁମତି

ଗଞ୍ଜାମ: ଜିଲ୍ଲାରେ ବୃଦ୍ଧି ଘଟିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ରବିବାର ୮୦ ଟପିଛି । ଯାହାକୁ ନେଇ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ମା ତାରାତାରିଣୀଙ୍କ ଦର୍ଶନ ଉପରେ ରୋକ ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କୋଭିଡ ପରିସ୍ଥିତି ବିଗୁଡୁ ଥିବାରୁ ଦର୍ଶନ କରିବାକୁ ଲଗାଯାଇଛି ରୋକ । କେବଳ ସ୍ଥାନୀୟ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ ଏବଂ ତାହା ପୁଣି କଟକଣା ଅନୁଯାୟୀ ବୋଲି କହିଛି ପ୍ରଶାସନ ।

ମନ୍ଦିରକୁ ବାହାର ଅର୍ଥାତ ଜିଲ୍ଲା ବାହରୁ ଆସୁଥିବା ଲୋକଙ୍କୁ ଛଡା ଯିବନାହିଁ ବୋଲି ସିଧାସଳଖ କହିଛନ୍ତି ଜିଲ୍ଲାପାଳ । ସେହିପରି ମନ୍ଦିରକୁ ଆସୁଥିବା ସମସ୍ତ ଯାନବାହାନ ବନ୍ଦ ରଖାଯିବ । ଆଜି ରାତିରୁ ସମସ୍ତ ଛକରେ କୋଭିଡ କଟକଣା କଡାକଡି ହେବା ସହ ଚେକିଂ ମଧ୍ୟ କରାଯିବ । ଜାନୁଆରୀରୁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି । ତେଣୁ ଜିଲ୍ଲା ବାସୀ ସତର୍କ ଏବଂ ସଚେତନ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ।