spot_img
Home Blog Page 5859

ଇଂଲଣ୍ଡ ଜିତିଲା ଟସ୍, ବ୍ୟାଟିଂ କରୁଛି ଭାରତ

ଅହମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ଟାଇଟଲ୍ ପାଇଁ ଲଢ଼େଇ । ଗୁଜରାଟ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୫ ଟିକିଆ ଟି-ଟ୍ୱେଣ୍ଟି ସିରିଜର ଅନ୍ତିମ ମ୍ୟାଚ୍ ଖେଳା ଯାଉଛି । ଟସ୍ ଜିତିଥିବା ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବ୍ୟାଟିଂ ଆରମ୍ଭରୁ ଭାରତ ଭଲ୍ ପ୍ରଦର୍ଶନ କରୁଛି ।

Ind Vs Eng 5th T-20 England Win Toss And Elet To Bowl

୮ ଓଭର ସୁଦ୍ଧା କୌଣସି ୱିକେଟ ନ ହରାଇ ଘରୋଇ ଦଳ ୮୦ ରନ୍ କରିବାରେ ସମର୍ଥ ହୋଇଛି । ରନ୍ ରେଟ୍ ୧୦ ରହିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଓପନିଂ ଯୋଡ଼ି ଭାରତକୁ ଭଲ ଆରମ୍ଭ ଦେଇଛନ୍ତି । ପୂର୍ବରୁ ୫ ଟିକିଆ ଟି-ଟ୍ୱେଣ୍ଟି ସିରିଜର ୪ଟି ମ୍ୟାଚ୍ ଖେଳା ଯାଇସାରିଛି । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତି ସିରିଜ୍ ୨-୨ରେ ବରାବର ରହିଛି ।

Ind Vs Eng 5th T-20 England Win Toss And Elet To Bowl

ଆଜିର ଶେଷ ତଥା ପଞ୍ଚମ ମ୍ୟାଚରେ ବିଜୟ ହିଁ ସ୍ତିର କରିବ କିଏ ଜିତିବ ସିରିଜ୍ । ଘରୋଇ ପିଚରେ ଭାରତ ହାର୍ ମାନିବ ନା ଟେଷ୍ଟ ସିରିଜ୍ ଭଳି ଭ୍ରମଣକାରୀ ଦଳ ଇଂଲଣ୍ଡ ଚାଖିବ ପରାଜୟର ସ୍ୱାଦ । ଭାରତ ୪ ଟିକିଆ ଟେଷ୍ଟ ସିରିଜକୁ ୩-୧ରେ ଜିତି ନେଇଥିଲା ।

ଏବେ ଟ୍ୱିଟରରେ ଦେଖିପାରିବେ ଭିଡ଼ିଓ, ସାମିଲ ହେବ ନୂଆ ଫିଚର

ନୂଆଦିଲ୍ଲୀ:  ସୋସିଅଲ ମିଡିଆ ପ୍ଲାଟଫର୍ମ ଫେସବୁକ ହେଉ ବା ହ୍ୱାଟ୍ସାଆପ୍‌ବା ଟ୍ୱିଟର, ସବୁବେଳେ ୟୁଜର୍ସଙ୍କ ସୁବିଧା ପାଇଁ ନୂଆନୂଆ ଫିଚର ଲଞ୍ଚ୍‌କରିଥାନ୍ତି । କିଛି ଫିଚର ୟୁଜର୍ସଙ୍କ ଆକାଉଣ୍ଟକୁ ହ୍ୟାକର୍ସଙ୍କ ନଜରରୁ ସୁରକ୍ଷିତ ରଖିବା ପାଇଁ ତ କିଛି ଫିଚର ଆପ୍‌ର ସରଳୀକରଣ ବ୍ୟବହାର ପାଇଁ ଲଞ୍ଚ୍‌ହୋଇଥାଏ । ନିକଟରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ଟ୍ୱିଟର ତା ଆପ୍‌ରେ ଖୁବ୍‌ଶୀଘ୍ର ଏକ ନୂଆ ଫିଚର ସାମିଲ କରିବାକୁ ଯାଉଛି । ଏହା ମାଧ୍ୟମରେ ୟୁଜର୍ସ ତାଙ୍କ ଟାଇମଲାଇନରେ ୟୁଟୁବ ଭିଡ଼ିଓ ଦେଖିପାରିବେ । ଅର୍ଥାତ୍‌ୟୁଟୁବ ଭିଡ଼ିଓ ଦେଖିବା ପାଇଁ ଆପଣଙ୍କୁ ୟୁଟୁବ୍‌ଆପକୁ ଯିବାକୁ ପଡ଼ିବ ନାହିଁ । ଯାହା ନିହାତି ଭାବରେ ୟୁଜର୍ସଙ୍କ ପାଇଁ ଏକ ଚମତ୍କାର ଫିଚର ଭାବରେ ପ୍ରମାଣିତ ହେବ ।

ଏହି ଫିଚରର ଟେଷ୍ଟିଂ ଆମେରିକା, ଜାପାନ,କାନାଡ଼ା ଏବଂ ସାଉଦି ଆରବରେ ଜାରି ରହିଛି । ଟ୍ୱିଟରର ମୁଖପାତ୍ରଙ୍କ କହିବା ଅନୁସାରେ ଏହି ନୂଆ ଫିଚରର ଟେଷ୍ଟିଂ ଚାରି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ପରବର୍ତ୍ତୀ ମୁହୂର୍ତ୍ତରେ ଫଳାଫଳକୁ ନଜରରେ ରଖି ଏହାକୁ ଲଞ୍ଚ୍‌କରାଯିବ ।

ସୂଚନାଯୋଗ୍ୟ ଟ୍ୱିଟର ଗତ ସପ୍ତାହରେ ମଧ୍ୟ ଏକ ନୂଆ ଫିଚର ଆଣିବା ପାଇଁ ଘୋଷଣା କରିଥିଲା । ଏହି ଫିଚର ମାଧ୍ୟମରେ ୟୁଜର୍ସ ଫୁଲ ସାଇଜ୍‌ମିଡିଆ ଫାଇଲ୍ସ ଦେଖିପାରିବେ ଏବଂ 4K ଇମେଜ ଶେୟାର କରିପାରିବେ । ଏହା ଆଣ୍ଡ୍ରଏଡ ଏବଂ IOS ଉଭୟ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

ମଙ୍ଗଳାଯୋଡିରେ ବିରଳ ପକ୍ଷୀ, ଓଡ଼ିଶାରେ ପ୍ରଥମ ଥର କମନ୍ ମୁରହେନ୍

ଖୋର୍ଦ୍ଧା: ମଙ୍ଗଳାଯୋଡିରେ ଠାବ ହୋଇଛି ବିରଳ ରଙ୍ଗର କମନ୍ ମୁରହେନ୍ ପକ୍ଷୀ । ଏହି ବିରଳ ପକ୍ଷୀକୁ ଠାବ କରିଛନ୍ତି ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ପ୍ରସିଦ୍ଧ ବାର୍ଡ ଗାଇଡ ମଧୁ ବେହେରା । ପକ୍ଷୀର ଜୁଲୋଜିକାଲ୍ ନାମ ହେଉଛି ଗାଲିନୁଲା କ୍ଲୋରୋପସ୍ । ପକ୍ଷୀଟି ଦେଖିବାକୁ କଳା ରଙ୍ଗର ହୋଇଥାଏ, ଲାଞ୍ଜ ତଳେ ବଡ଼ ଧଳା ଅଣ୍ଡାକାର ପ୍ୟାଚ୍ ଏବଂ ଦୁଇ ପାର୍ଶ୍ବରେ ଧଳା ଧାଡି ଦେଖାଯାଏ ।

କିନ୍ତୁ, ଏହି ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀର ମୁଣ୍ଡ, ବେକ, ଓ ଡେଣାର ଶେଷ ଭାଗ ସାଧାରଣ ପକ୍ଷୀଙ୍କ ପରି କଳା ରଙ୍ଗ ହୋଇଥିବା ବେଳେ, ପୂରା ଶରୀରର ଅଧାରୁ ଅଧିକ ଭାଗ ତୋଫା ଧଳା ରଙ୍ଗର ହୋଇଛି । ତେବେ ସାଧାରଣ ପକ୍ଷୀଙ୍କ ଏହାର ଲାଲ୍ ଥଣ୍ଟରେ ହଳଦିଆ ମୁନ ରହିଛି । କମନ୍ ମୁରହେନ୍ ପକ୍ଷୀଙ୍କ ମଧ୍ୟରେ ଲିୟୁସିଜିମ ମ୍ୟୁଟେସନ ଘଟଣା ଓଡ଼ିଶାରେ ପ୍ରଥମ ଘଟଣା ହୋଇଥିବା ବେଳେ ଭାରତରେ ଏହା ଦ୍ବିତୀୟ ଘଟଣା ।

ଏହା ପୂର୍ବରୁ 2017 ରେ କେରଳର ଥିରୁଭାନନ୍ତପୁରମ ଜିଲ୍ଲାର ଭେଲାୟାନି-ପୁଞ୍ଚାକରୀ ଆର୍ଦ୍ରଭୂମିରେ ଏକ ଲିୟୁସିଷ୍ଟିକ କମନ୍ ମୁରହେନ୍ ଦେଖିବାକୁ ମିଳିଥିଲା । ସାଧାରଣ ଭାବେ ଖରା ଦିନେ ମଙ୍ଗଳାଯୋଡିରେ ଖରା ଦିନେ ଟୁରିଷ୍ଟ ମାନଙ୍କ ସଂଖ୍ୟା କମୁଥିବା ବେଳେ, ଖାସ ଏହି ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀ ର ଫଟୋ ଉଠେଇବା ପାଇଁ ପକ୍ଷୀ ପ୍ରେମୀଙ୍କର ଭିଡ ଜମିବ ବୋଲି ମଧୁ ବେହେରା ଆଶା ବ୍ୟକ୍ତ କରିଛନ୍ତି ।

ଭୁବନେଶ୍ୱରରେ ରାଷ୍ଟ୍ରପତି: ସ୍ୱାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବିମାନବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ରାମନାଥ କୋଭିନ୍ଦ । ରାଷ୍ଟ୍ରପତି ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବାବେଳେ ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଛନ୍ତି । ବିମାନ ବନ୍ଦରରେ ପହଁଚିବା କ୍ଷଣି ରାମନାଥ କୋବିନ୍ଦଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଆଜି ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି । ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ଏବଂ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି  ରାଉରକେଲା ତିନି  ଦିନିଆ  ଗସ୍ତ ଅବସରରେ ଏନଆଇଟିର ସମାବର୍ରତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ବିମାନରେ ଫଟୋ ଆଙ୍କି ସୋନୁଙ୍କୁ ସମ୍ମାନ ଦେଲା ସ୍ପାଇସଜେଟ୍

ମୁମ୍ବାଇ: କରୋନାକାଳରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ଅତୁଳନୀୟ ଅବଦାନ ପ୍ରତିଟି ଲୋକଙ୍କର ହୃଦୟରେ ଛାପି ହୋଇ ରହିଛି। ଆଉ ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନିତ ବି କରାଯାଇଛି । ଆଉ ଏବେ ତାଙ୍କୁ ମିଳିଛି ଆଉ ଏକ ବଡ଼ ସମ୍ମାନ। ସ୍ପାଇସଜେଟର ସ୍ୱତନ୍ତ୍ର ବିମାନରେ ତାଙ୍କ ପ୍ରତିଛବି ଅଙ୍କାଯାଇ ତାଙ୍କୁ ସମ୍ମାନିତ କରାଯାଇଛି।

 

କରୋନା ସମୟରେ ସୋନୁ ସୁଦ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକମାନଙ୍କୁ ଫୋରାଇ ଆଣି ସମସ୍ତଙ୍କ ମନ ଜିତିଥିଲେ। ସୋନୁଙ୍କ ଏହି ଅବଦାନକୁ ସମ୍ମାନ ଜଣାଇବା ପାଇଁ ସ୍ପାଇସଜେଟ୍ ଏକ ସ୍ୱତନ୍ତ୍ର ବିମାନ ତିଆରି କରିଛି। ସ୍ପାଇସଜେଟ୍ ଏହାର ବୋଇଙ୍ଗ ୭୩୭ ବିମାନରେ ସୋନୁଙ୍କ ପ୍ରତିଛବି ଆଙ୍କି ତାଙ୍କୁ ସମ୍ମାନିତ କରିଛି।

ସେନୁ ଏହି ଫଟୋଗୁଡ଼ିକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଶେଆର୍ କରି ସ୍ପାଇସ ଜେଟକୁ ଧନ୍ୟବାଦ ବି ଜଣାଇଛନ୍ତି । ଏଥି ସହିତ ସେ ନିଜର ପୂରୁଣା ସ୍ମୃତିକୁ ବି ମନେ କପକାଇଛନ୍ତି। ସେ ଲେଖିଛନ୍ତି, ‘ଏହା ମୋତ ମୋର ବିନା ରିଜର୍ଭେଶନରେ ପଞ୍ଜାବରୁ ମୁମ୍ବାଇକୁ ଆସିଥିବା ଯାତ୍ରା କଥା ମନେପାକାଇଦେଲା । ଆଜି ମୋର ମାତା-ପିତାଙ୍କ କଥା ବହୁତ ମନେପଡ଼ୁଛି। ଧନ୍ୟବାଦ ସ୍ପାଇସ ଜେଟ୍।’

ଭାରତୀୟଙ୍କଠାରୁ ପାକିସ୍ତାନୀ ଅଧିକ ସୁଖି ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ବିଶ୍ୱ ଦେଖିଛି ୨୦୨୦ରେ କରୋନାର କରାଳ ରୂପ । ଯାହା ମାନବ ଜୀବନକୁ କରିଛି ଅସ୍ତବ୍ୟସ୍ତ । କିନ୍ତୁ ଗତ ଶୁକ୍ରବାର ଜାରି ହୋଇଥିବା ଓ୍ୱର୍ଲଡ ହାପିନେସ ରିପୋର୍ଟ ଅନୁସାରେ , ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ପରେ ମଧ୍ୟ ଲୋକଙ୍କ ଆଶା ଓ ଉତ୍ସାହ ଫିକା ପଡ଼ିନି ।

ୟୁଏନ୍‌ସଷ୍ଟେନେବଲ ଡେଭଲପମେଣ୍ଟ ସଲ୍ୟୁସନ୍ସ ନେଟଓ୍ୱର୍କ ଦ୍ୱାରା ପ୍ରାୟୋଜିତ ୧୪୯ଟି ଦେଶର ବାର୍ଷିକ ରିପୋର୍ଟ ସୁସ୍ଥ ଜୀବନ ଏବଂ ନାଗରିକଙ୍କ ରାୟ ଉପରେ ଆଧାରିତ । ପ୍ରତିକୂଳ ପରିସ୍ଥିତିରେ ସାମାଜିକ ସମର୍ଥନ କେଉଁଭଳି ଥିଲା ଏବଂ କ’ଣ ସବୁ ନକରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ଭଳି ଏକାଧିକ ପ୍ରଶ୍ନ ଏଥିରେ ସାମିଲ ହୋଇଥିଲା ।

ରିପୋର୍ଟ ଅନୁସାରେ ବିଶ୍ୱର ଅଧିକ ଖୁସିଥିବା ଦେଶ ତାଲିକାକୁ କବଜା କରିଛି ଇଉରୋପ । ଏହାର ଏକାଧିକ ଦେଶର ନାମ ଏହି ତାଳିକାରେ ରହିଛି । ଏଥିରେ ପ୍ରଥମ ସ୍ଥାନରେ ରହିଛି ଫିନଲ୍ୟାଣ୍ଡ୍‌। ଦ୍ୱିତୀୟ ସ୍ଥାନରେ ଡେନମାର୍କ, ତୃତୀୟ ସ୍ଥାନରେ ସ୍ୱିଜରଲ୍ୟାଣ୍ଡ୍‌,ପଞ୍ଚମରେ ନେଦରଲ୍ୟାଣ୍ଡ୍,ଷଷ୍ଠରେ ଆଇସଲ୍ୟାଣ୍ଡ୍‌, ସପ୍ତମରେ ନରଓ୍ୱେ,ଅଷ୍ଟମରେ ସ୍ୱିଡେନ୍‌ଓ ନବମରେ ଲଗଜମବର୍ଗ ରହିଛି । ତେବେ ନ୍ୟଜିଲାଣ୍ଡ ହେଉଛି ଏଭଳି ଏକ ଅଣ ୟୁରୋପୀୟ ଦେଶ ଯିଏ ଦଶମ ସ୍ଥାନରେ ରହିଛି ।

ସୂଚନାଯୋଗ୍ୟ, ଓ୍ୱର୍ଲଡ ହାପିନେସ୍‌ରିପୋର୍ଟରେ ଫିନଲ୍ୟାଣ୍ଡ ଥରେ ନୁହେଁ କି ଦୁଇଥର ନୁହେଁ ବରଂ ଲଗାତାର ଚତୁର୍ଥ ଥର ପାଇଁ ପ୍ରଥମ ସ୍ଥାନରେ ରହିଆସୁଛି । ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକା ପାଞ୍ଚ ବର୍ଷ ପୂର୍ବେ ୧୩ତମ ସ୍ଥାନରେ ରହିଥିଲା । ବ୍ରିଟେନରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାରରେ ପହଞ୍ଚିବା ପରେ ଏହି ଦେଶ 17 ତମ ସ୍ଥାନକୁ ଚାଲି ଯାଇଛି ।
ଏବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଲିକାରେ ଭାରତର ସ୍ଥାନ କେଉଁଠି?

ରିପୋର୍ଟ ଅନୁସାରେ ଗତବର୍ଷ ୧୪୦ତମ ସ୍ଥାନରେ ଥିବା ଭାରତ ଚଳିତ ବର୍ଷ ୧୩୯ ତମ ସ୍ଥାନରେ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ଠାରୁ ଖୁବ୍‌ଆଗରେ ରହିଛି ପାକିସ୍ତାନ । ପାକିସ୍ତାନ୍‌୧୦୫ତମ ସ୍ଥାନରେ ରହିଛି । ନେପାଳ ୮୭,ବାଂଲାଦେଶ ୧୦୧, ମିଆଁମାର ୧୨୬ ଏବଂ ଶ୍ରୀଲଙ୍କା ୧୨୯ ତମ ସ୍ଥାନରେ ରହିଛି ।

ହାଇସ୍କୁଲ ବନ୍ଦ ହେବା ନେଇ କଂଗ୍ରେସର ଉଦବେଗ୍, ମନ୍ତ୍ରୀ କହିଲେ ବନ୍ଦ ନେଇ ନିଆଯାଇନି ନୀତିଗତ ନିଷ୍ପତ୍ତି

ଭୁବନେଶ୍ୱର: ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦବେଗ୍ । ଗୃହରେ ହାଇସ୍କୁଲ ପ୍ରସଙ୍ଗ ଉଠାଇବା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ କରିଛନ୍ତି । ବିଧାନସଭା ଚାଲୁଥିବା ବେଳେ କାହିଁକି ବିଭାଗ ଏପରି ନିଷ୍ପତ୍ତି ନେଲା । ବିଧାନସଭା ଚାଲିଥିବା ବେଳେ ଏପରି ନୀତିଗତ ନିଷ୍ପତ୍ତି ହୋଇଛି କି ? ବୋଲି ନରସିଂହ ପ୍ରଶ୍ନ କରିବା ସହ ପ୍ରତିବାଦ କରିଛନ୍ତି ।

Minister Samir Das On High School Issue Says No Departmental Decision Was Taken

ଏହା ଉପରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି- କିଛି ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି । କିଛି ସ୍କୁଲରେ ପିଲା ଅଛନ୍ତି ଶିକ୍ଷକ ନାହାନ୍ତି । ଅନ୍ୟ କିଛି ସ୍ଥାନରେ ରାସ୍ତା ଏପଟେ ଗୋଟିଏ ସ୍କୁଲ ଓ ଅନ୍ୟପଟେ ଆଉ ଗୋଟିଏ ସ୍କୁଲ ରହିଛି । ତାକୁ ଦୃଷ୍ଟିରେ ରଖି କେବଳ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ଦିଆଯିବା ପରେ ସେ ଉପରେ ବିଚାରବିମର୍ଶ ଚାଲିଛି । ତେଣୁ ହଜାରେ ହାଇସ୍କୁଲ ବନ୍ଦ ହେବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

Minister Samir Das On High School Issue Says No Departmental Decision Was Taken

ଅନ୍ୟପଟେ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଦବେଗ୍ ପ୍ରକାଶ କରିଛନ୍ତି । ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟର କୌଣସି ବି ଗୋଟିଏ ସ୍କୁଲ ବନ୍ଦ ହେବ ନାହିଁ । ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ ବୋଲି ତାରା ଦାବି କରିଛନ୍ତି । ଏହି ପ୍ରସଙ୍ଗକୁ ଏକ ନିର୍ଦ୍ଦିଷ୍ଟ ଫୋରମରେ ଆଣିବାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁରୋଧ କରିଥିବା ବେଳେ ଗୃହକୁ ସୋମବାର ଯାଏ ମୁଲତବି ରଖାଯାଇଛି ।

୭ ଦିନ ପାଇଁ ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରାକୁ ଅନୁମତି

ବ୍ରହ୍ମପୁର: ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ଅନୁମତି ଦେଇଛନ୍ତି ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଏନେଇ ସେ ଟ୍ୱିଟ୍ ଯୋଗେ ଅବଗତ କରାଇଛନ୍ତି । ତେବେ ୭ ଦିନ ଧରି ଏହି ଯାତ୍ରା କରିବାକୁ ଅନୁମତି ଦେଇଛି ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ପାଳନ କରି ୭ ଦିନ ମଧ୍ୟରେ ଯାତ୍ରା ସାରିବାକୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଇଏମସି କମିଶନର । ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଅନୁମତି ମିଳିଥିବାରୁ ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି ।

ତେବେ ଦୁଇବର୍ଷରେ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ମାତ୍ର ୭ ଦିନ ଯାତ୍ରା ପାଳନ ପାଇଁ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ଯାତ୍ରା କମିଟି ସଦସ୍ୟ । ଗତକାଲି ମାଆଙ୍କ ଶୁଭଖୁଣ୍ଟି ସ୍ଥାପନ ହେବାର ଥିଲା । ତେବେ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଅନୁମତି ମିଳିବା ପରେ ଦେଶୀ ବେହେରାଙ୍କ ଅଧ୍ୟକ୍ଷତାରେ ପୁଣି ଯାତ୍ରା କମିଟି ବୈଠକ ବସି ଦିନ ଧାର୍ଯ୍ୟ କରାଯିବ ।

BeMC Granted Permission For Celebration Of Maa Budhi Thakurani Yatra

ପଣ୍ଡିତଙ୍କ ସିଦ୍ଧାନ୍ତ ପରେ ତାରିଖ ଘୋଷଣା ପରେ ମା’ଙ୍କ ମନ୍ଦିର ଅର୍ଥାତ ଶାଶୂ ଘରକୁ ଯାଇ ନିମନ୍ତ୍ରଣ କରାଯିବା ପରେ ସ୍ଥାପନ ହେବ ଶୁଭଖୁଣ୍ଟି । ତେବେ କୋଭିଡ୍ ଗାଇଡଲାଇନ୍ ମାନିବା ସପକ୍ଷରେ ଯାତ୍ରା କମିଟି ମତ ଦେଇଛି । ଯାତ୍ରା ପାଇଁ କୌଣସି ବିରାଟ ପଟୁଆରକୁ ମନା କରାଯାଇଥିବା ବଳେ ଅସ୍ଥାୟୀ ମନ୍ଦିରରେ ସାମାଜିକ ଦୂରତା ରଖି ଶ୍ରଦ୍ଧାଳୁ ଦର୍ଶନ କରିବେ । ତେବେ ଜିଲ୍ଲା ବ୍ୟତୀତ ବାହାର ରାଜ୍ୟର କୌଣସି ଭକ୍ତଙ୍କୁ ଆସିବାକୁ ବାରଣ କରାଯାଇଛି ।

ଖଣି ମାଫିଆ ଓ ଟିଟୋ ଗ୍ୟାଙ୍ଗ ସହ ସାରଦାଙ୍କ ସମ୍ପର୍କ ଥିବା ଅଭିଯୋଗ

ଭୁବନେଶ୍ୱର: ମାହାଙ୍ଗାର ବିଜେପି ନେତା ସାରଦା ପ୍ରଧାନଙ୍କୁ ଟାର୍ଗେଟ୍ କଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଅପରାଧୀମାନଙ୍କ ସହ ସାରଦା ପ୍ରଧାନଙ୍କର ଲିଙ୍କ୍ ରହିଛି । ସାରଦା ପ୍ରଧାନ ୨୨ଦିନ ଜେଲରେ ଥିଲେ । ୧୯୯୭ରେ ବିପିଏଲ୍‌‌ ତାଲିକାରେ ଥିବା ଲୋକ କେମିତି କୋଟିପତି ହେଲେ ବୋଲି ବ୍ୟୋମକେଶ ରାୟ ପ୍ରଶ୍ନ କରିଛନ୍ତି ।

BJD Alleged BJP Leader Sarada Pradhan Linked With Tito Gang

ଏଥିସହ ସାରଦା ପ୍ରଧାନଙ୍କର ଖଣି ମାଫିଆ ଓ ଟିଟୋ ଗ୍ୟାଙ୍ଗ୍ ସହ ଲିଙ୍କ୍‌ ରହିଛି ବୋଲି ବ୍ୟୋମକେଶ ରାୟ ଅଭିଯୋଗ କରିଛନ୍ତି । ତେଣୁ ସାରଦା ପ୍ରଧାନଙ୍କ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ନ ହେବା ଉଚିତ୍ ବୋଲି ବ୍ୟୋମକେଶ କହିଛନ୍ତି । ଅନ୍ୟପଟେ ସାରଦାଙ୍କ ନାଁରେ ଅଭିଯୋଗ ଥିଲେ ତୁରନ୍ତ ତାଙ୍କୁ ଗିରଫ କରାଯାଉ । ଆଇନ ତା’ ବାଟରେ ଯାଉ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଏଥିସହ ପଢ଼ନ୍ତୁ- ନୟାପଲ୍ଲୀ ଭଡ଼ାଟିଆଙ୍କୁ ଆକ୍ରମଣ ଘଟଣାରେ ସାରଦାଙ୍କ ଗିରଫ ଦାବି କଲା ବିଜେଡି

ଭାରତ ଓ ଆମେରିକା ମଧ୍ୟରେ ବଢ଼ିବ ସାମରିକ ସମ୍ପର୍କ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିକାଶ ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହୋଇଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶେଷ ଦେଶ ଭାବେ ଭାରତରେ ପହଞ୍ଚିଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବାଇଡେନ୍ ପ୍ରଶାସନ ସହ ସହଯୋଗୀ ଦେଶର ସମ୍ପର୍କକୁ ପ୍ରଭାବିତ କରିବ । ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ବୁଝାମଣା ସ୍ୱାକ୍ଷର ହୋଇଛି ।

ମିଳିତ ପ୍ରେସମିଟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନ୍ କହିଛନ୍ତି- ରାଜନାଥଙ୍କ ସହ ଚର୍ଚ୍ଚା ସାର୍ଥକ ହୋଇଛି । ରାଜନାଥ ସିଂହ କହିଛନ୍ତି ଏଫଡିଆଇର ଲାଭ ସହ ୨ଦେଶର ସେନା ମଧ୍ୟରେ ସହଭାଗିତା, ସୂଚନା ବିନିମୟ, ଯୁଦ୍ଧ ସହଯୋଗ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଏହା ପ୍ରଥମ ଭାରତ ଗସ୍ତ ।

ଏକବିଂଶ ଶତାବ୍ଦୀରେ ଆମେରିକା ସହ ଭାରତର ସମ୍ପର୍କ ଆହୁରି ମଜଭୁତ୍ ହେବ ଲାଗି ଆଶା କରୁଛୁ ବୋଲି ରାଜନାଥ କହିଛନ୍ତି । ରକ୍ଷା କ୍ଷେତ୍ରରେ ଉଦାର ଏଫଡିଆଇର ଲାଭ ଉଠାଇବାକୁ ରାଜନାଥ ଆମେରିକାକୁ ଆମନ୍ତ୍ରଣ କରିଛନ୍ତି । ଭାରତୀୟ ସେନା ଓ ଆମେରିକାର ହିନ୍ଦ-ପ୍ରଶାନ୍ତ କମାଣ୍ଡର, ମଧ୍ୟ କମାଣ୍ଡର ଓ ଆଫ୍ରିକା କମାଣ୍ଡରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ସହମତି ହୋଇଛି ।