spot_img
Home Blog Page 5873

୫ ଜଣରେ ହେବ ଡୋରଟୁ ଡୋର ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍। ଏପ୍ରିଲ ୧୭ରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପୁରୀ ଜିଲ୍ଲାରେ ଲାଗୁ ହୋଇଛି ଆଚରଣ ବିଧି। ଗୋଟିଏ ବୁଥରେ ହଜାରେ ମତଦାତା ଭୋଟ ଦେଇପାରିବେ। ବୁଥ୍ ସଂଖ୍ୟା ଏଥର ୧୭ ପ୍ରତିଶତକୁ ବୃଦ୍ଧି କରାଯାଇଛି। EVM ସଂଖ୍ୟା ବଢ଼ାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ୩ ପ୍ରକାର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି।

ଦିବ୍ୟାଙ୍ଗ, କରୋନା ସଂକ୍ରମିତ, ବୃଦ୍ଧବୃଦ୍ଧାଙ୍କ ପାଇଁ ପୋଷ୍ଟାଲ୍ ବାଲାଟର ହୋଇଛି ବ୍ୟବସ୍ଥା। ବୁଥ ସଂଖ୍ୟା ୨୭୧ରୁ ବୃଦ୍ଧି କରାଯାଇ ୩୪୮ କରାଯାଇଛି। ୧୫୦ ପ୍ରତିଶତରୁ ଅଧିକ EVM ଓ VVPAT ରହିଛି। ଭିନ୍ନକ୍ଷମ ଭୋଟର ସାର୍ଟିଫିକେଟ୍ ଦେଖାଇ ପୋଷ୍ଟାଲ ବାଲଟର ସୁଯୋଗ ପାଇବେ। ୮୦ ବର୍ଷରୁ ଅଧିକ କିମ୍ବା କୋଭିଡ଼ ଲକ୍ଷଣ ଥିବା ଆକ୍ରାନ୍ତ ବ୍ୟକ୍ତି ଆଜିଠାରୁ ପୋଷ୍ଟଲ ବାଲଟ ପାଇଁ ଆବେଦନ କରିପାରିବେ। ଏହା ବିଜ୍ଞପ୍ତି ପ୍ରକାଶର ପ୍ରକାଶ ପାଞ୍ଚ ଦିନ ଯାଏ ଚାଲିବ। ନାମାଙ୍କନ ସମୟରେ ଦୁଇଟି ଗାଡ଼ି ବ୍ୟବହାର ହେବ।

ଡୋର ଟୁ ଡୋର ପ୍ରଚାରରେ ପ୍ରାର୍ଥୀଙ୍କ ସମେତ ୫ ଜଣ ସାମିଲ ହୋଇପାରିବେ। SRC ଗାଇଡ଼ଲାଇନ ଅନୁସାରେ ସଭା ସମିତି ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ। ପୋଲିଂ ଅଧିକାରୀଙ୍କ ଟ୍ରେନିଂ ହେବ। ନିର୍ବାଚନ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ନିଆଯାଇ ସେମାନଙ୍କୁ ଟିକା ଦିଆଯିବ। ଏଥି ପାଇଁ ଜଣେ ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ରହିବେ। କରୋନା କଟକଣାରେ ଉପନିର୍ବାଚନ ପ୍ରକ୍ରିୟା ସରିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ ଭୋଟର। ଅଙ୍ଗନବାଡି ଓ ଆଶା କର୍ମୀ ପ୍ରତି ବୁଥରେ ନିୟୋଜିତ ରହିବେ। ସବୁ କର୍ମଚାରୀ ଓ ଭୋଟରଙ୍କ ଥର୍ମାଲ ସ୍କାନିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କଲେ ସାଂସଦ ମୁନ୍ନା ଖାଁ

ନୂଆଦିଲ୍ଲୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ସାଂସଦ ମୁନ୍ନା ଖାଁ। ବିଜୁବାବୁଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ ମିଳିନି ବୋଲି ସାଂସଦ ଗୃହରେ ଅଭିଯୋଗ କରିଛନ୍ତି। ତିନିଟି ଉଦାହରଣ ଦେଇ ବିଜୁବାବୁଙ୍କ ମହାନତା ସମ୍ପର୍କରେ ସାଂସଦ ମୁନ୍ନା ଖାଁ ଗୃହରେ ଦାବି କରିଥିଲେ ଯେ, ଏଭଳି ଜଣେ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ଷ୍ଟେଟସମ୍ୟାନଙ୍କୁ ଭାରତରତ୍ନ ନଦେବା ନିଶ୍ଚିତ ରୁପେ ଦୁର୍ଭାଗ୍ୟଜନକ।

କାଶ୍ମୀରରେ ପାକିସ୍ଥାନ ଆକ୍ରମଣ ସମୟରେ ପଞ୍ଜାବ ରେଜିମେଣ୍ଟକୁ ଉଡାଜାହଜରେ ନେଇ କାଶ୍ମୀର ମାଟିରେ ଓହ୍ଲାଇବାରେ ବିଜୁବାବୁ ଯେଉଁ ଦୁଃସାହସ ଦେଖାଇଥିଲେ ତାହା ଇତିହାସରେ ବିରଳ। ସେହିପରି ୬୦ବର୍ଷ ତଳେ ଆତ୍ମନିର୍ଭର ଭାରତର ସ୍ୱପ୍ନ ଦେଖି ବିଜୁବାବୁ ସୁନାବେଡାରେ HAL ବା ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ସ୍ଥାପନ କରିଥିଲେ।

ବିଜୁବାବୁ ଏକ ମାତ୍ର ବ୍ୟକ୍ତି ତିନିଟି ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମ ଲଢିଥିଲେ। ଋଷିଆ, ଇଣ୍ଡୋନେସିଆ ଓ ଭାରତ ପାଇଁ ବିଜୁବାବୁଙ୍କ ସ୍ୱାଧୀନତା ସଂଗ୍ରାମ ଲଢି ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଥିଲେ। ସେଥିପାଇଁ ତାଙ୍କ ଦେହାନ୍ତ ସମୟରେ ତିନିଟି ଦେଶର ଜାତୀୟ ପତକା ଅର୍ଦ୍ଧନିମିତ ହୋଇଥିଲା। ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କୁ ଭାରତରତ୍ନ ଦେବାରେ ଅବହେଳା କରିବା ନିଶ୍ଚିତ ରୁପେ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ସାଂସଦ।

ଚାଷୀଙ୍କ ଧାନ କିଣିବା ପାଇଁ କେନ୍ଦ୍ର ସରକାର ଇଛୁକ ନୁହନ୍ତି : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଭୁବନେଶ୍ୱର: ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଚାଷୀଙ୍କ ଧାନ କିଣିବା ପାଇଁ ସରକାର ଇଛୁକ ନୁହନ୍ତି। ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଦିଲ୍ଲୀରେ ଆମ ପଇସା ଦିଅନ୍ତୁ ବୋଲି କାହିଁକି କହୁନାହାନ୍ତି। ଚାଷୀ କୂଳ ଏମାନଙ୍କୁ ପୂରା ଦେଶରେ ଛି କରିଦେଇଛନ୍ତି ବୋଲି କହିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ବେପାରୀ ଜନତା ପାର୍ଟିଙ୍କ ସହ ଚାଷୀ ରହିବେନି। ଚାଷୀଙ୍କ ପେଟକୁ ଲାତ ମାରିଛନ୍ତି ଏମାନେ। ଏବେ ସୁଦ୍ଧା୧୯ ହଜାର କୋଟି ଟଙ୍କାର ଧାନ କିଣାଯାଇଛି। ସେପଟେ ସୁବାସ ପାଣିଗ୍ରାହୀ ତାଙ୍କ ନିଜର ଟିଆରପି ବଢେଇବା ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି। ଆମେ ଦାବି କରୁଛୁ ସେ କ୍ଷମା ମାଗନ୍ତୁ। ରାଜ୍ୟପାଳ ସଂସ୍ଥାର ମୁରବୀ, ପବିତ୍ର ଗୃହର ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି ତେଣୁ ରାଜ୍ୟପାଳଙ୍କୁ ଜଣେଇଛୁ। ଏଯାବତ ୬୧ ଲକ୍ଷ ଟନ ଧାନ ଉଠେଇଛୁ। ବିଜେପି କଂଗ୍ରେସ ଯାହା କରୁଛନ୍ତି ଭୁଲ କରୁଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

ଡିସେମ୍ବର ସୁଦ୍ଧା ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାଣି: ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ଘରେ ଘରେ ବିଶୁଦ୍ଧ ପାଣି ପହଞ୍ଚିବ। ୧୧୪ ପୌରାଞ୍ଚଳକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଯେଉଁଠି ପାଣି ସମସ୍ୟାର ଅଭିଯୋଗ ରହିବ ତା’ର ସମାଧାନ କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହାସହ ଆବଶ୍ୟକ ପଡିଲେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ଖରାଦିନ ଆସୁଛି ଏବଂ ବହୁ ମାତ୍ରାରେ ପାଣିର ଆବଶ୍ୟକତା ରହିଛି। ସେଥିପାଇଁ ସବୁ ପାନୀୟଜଳ ପ୍ରକଳ୍ପ ଗୁଡ଼ିକ କାମ କରୁଛି କି ନାହିଁ ତାହା ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ତାକୁ ତୁରନ୍ତ ସଜାଡ଼ି ପାଣି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ଯେଉଁଠି ପିଇବା ପାଣି ସମସ୍ୟା ରହିଛି ଟ୍ୟାଙ୍କର ଯୋଗେ ଘରକୁ ପିଇବା ପାଣି ଯୋଗାଇ ଦିଆଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ।

ଶ୍ରୀମନ୍ଦିରର ଯାଞ୍ଚ ପାଇଁ ପହଞ୍ଚିଲା NSG ଟିମ୍

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ଯାଞ୍ଚ ପାଇଁ ପହଞ୍ଚିଲା NSG ଟିମ୍। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବ ଏହି ଟିମ୍। ଆଗକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରୀମନ୍ଦିର ଗସ୍ତ ରହିଥିବା ବେଳେ NSG ଟିମ୍‌ ସୁରକ୍ଷା ଯାଞ୍ଚ କଡାକଡ଼ି କରିବ। ଶ୍ରୀମନ୍ଦିର ଚାରିପଟ ବୁଲି ସ୍ଥିତି ଅନୁଧ୍ୟାନ କରିଛି ଏହି ଟିମ୍। ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ  NSGର ୩ ଜଣିଆ ଟିମ୍‌ ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵ ଏବଂ ଚେକିଂ ପଏଣ୍ଟ  ବୁଲି ଦେଖିଥିଲେ। ଏହା ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ କିପରି ଆହୁରି ସୁଧାର ଅଣାଯାଇପାରିବ ସେ ନେଇ ସମୀକ୍ଷା କରିଥିଲେ। ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ ଧାମ ହୋଇଥିବାରୁ ସଦା ସର୍ବଦା ଆତଙ୍କବାଦୀଙ୍କ ନଜରରେ ରହି ଆସିଛି। ଏହାର ସୁରକ୍ଷାକୁ କଡାକଡି କରିବା ଲାଗି NSG ପକ୍ଷରୁ ଶ୍ରୀମନ୍ଦିର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତନଖି କରାଯାଇଛି।

ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକ, ବିଧାନସଭାରୁ ପଦଯାତ୍ରାରେ ଯାଇ ଜଣାଇଲେ ଦାବି

ଭୁବନେଶ୍ୱର: ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିରୋଧ କରି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବା ସହ ସ୍ମାରକପତ୍ର ଦେଇଛନ୍ତି। ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ ଗୃହର ଗରିମା ନଷ୍ଟ କରିଛନ୍ତି, ଏଣୁ ସେ କ୍ଷମା ମାଗିବା ଉଚିତ୍ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ବିଜେଡି। ବିଧାୟକ କ୍ଷମା ନମାଗିବାରୁ ଗୃହ ବାରମ୍ବାର ସ୍ତଗିତ ହେଉଛି ଠିକ ଭାବରେ ଚାଲିପାରୁନହିଁ। ସେପଟେ ଆଜି ବି ଆରମ୍ଭରୁ ବିଧାନସଭା ଅଚଳ ହୋଇଥିଲା। ଏପରି ସ୍ଥିତିରେ ଅପରାହ୍ମ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ସ୍ୱାଭାବିକ ହୋଇପାରୁନି ଗୃହ କାର୍ଯ୍ୟ।

Odisha Assembly Speaker Called All Party Meeting

କରୋନା ସମୟରେ ଏଭଳି ଏକ ନିଷ୍ପତ୍ତି ନିନ୍ଦନୀୟ ବୋଲି ସ୍ମାରକପତ୍ରରେ ଜଣାଯାଇଛି। ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ କାପୁରୁଷତାକୁ ଦର୍ଶାଉଛି ବୋଲି ସ୍ମାରକପତ୍ରରେ ଜଣାଇଛି ବିଜେଡି। ସେ ଅତି ଲଜ୍ଜାଜନକ, ଅତି ହୀନ କାର୍ଯ୍ୟ କରିଛନ୍ତି ଗୃହରେ। କୃଷଙ୍କ ବିଭିନ୍ନ ସମସ୍ୟା ନେଇ ଦେଶ ଉଠୁଛି ପଡୁଛି। ଏହି ସମୟରେ BJP ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବା ନିନ୍ଦନୀୟ କାମ ଅଟେ। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ବିଧାୟକଙ୍କ ପ୍ରୟାସ ଅଶୋଭନୀୟ। ଶସ୍ତା ରାଜନୀତି ଆପଣାଇଛନ୍ତି ବିଧାୟକ। ବିଧାନସଭାର ଗରିମା ରକ୍ଷା କରିନାହାନ୍ତି, କ୍ଷୁଣ୍ଣ କରିଛନ୍ତି ଏଭଳି ଆଚରଣ କରି। ଆତ୍ମହତ୍ୟା ଉଦ୍ୟମ ତାଙ୍କ ନିଜସ୍ୱ ନା ଦଳର ପ୍ରରୋଚନା ସ୍ପଷ୍ଟ କରନ୍ତୁ ବୋଲି ସ୍ମାରକପତ୍ରରେ ଜଣାଯାଇଛି। ଯଦି ରାଜନୈତିକ ଉଦ୍ଦେଶ୍ୟ ଏହା ହୋଇଛି ତେବେ ଆଗକୁ ସାଙ୍ଘାତିକ ବାର୍ତ୍ତା ଦେବ। ବିଜେପି ବିଧାୟକଙ୍କ ଏପରି ଆଚରଣରେ ରାଜ୍ୟବାସୀ ଚକିତ କରିଛି ବୋଲି ଏଥିରେ ଜଣାଯାଇଛି। ଆତ୍ମହତ୍ୟା ଉଦ୍ୟମ ମାନସିକତା ଏକ ଅପରାଧ, ପାପ ବିବେଚିତ। ଏଭଳି ଆଚରଣ ପାଇଁ ବିଧାୟକଙ୍କୁ ରାଜ୍ୟର ସବୁ ଜନସାଧାରଣଙ୍କୁ ନିଃସର୍ତ୍ତ କ୍ଷମା କ୍ଷମା ମାଗିବା ଦରକାର ବୋଲି ଜଣାଯାଇଛି।

ରାଜ୍ୟରେ କରୋସଂକ୍ରମର ଏବେବି ଜାରି ରହିଛି। ଏବେ ସମସ୍ତଙ୍କ ଘରେ ସାନିଟାଇଜର ରହିଛି। ତେବେ ଗୃହରେ ସାନିଟାଇଜର ପି ପୁରା ରାଜ୍ୟକୁ ଏକ ଭୟର ବାର୍ତ୍ତା ଦେଇଛନ୍ତି ବୋଲି କହିଛି ବିଜେଡି। ଗୃହ ହେଉଛି ଏକ ପବିତ୍ର ସ୍ଥାନ। ଯେଉଁଠାରେ ରାଜ୍ୟର ସବୁ ପ୍ରକାରର ଦିଗକୁ ନେଇ ଆଲୋଚନା କରାଯାଏ। ତେବେ ସେଠାରେ ଏଭଳି ଏକ ଆଚରଣ ପୁରା ଗୃହକୁ ଆଜି ଲଜ୍ଜିତ କରିଛି ବୋଲି ଦାବିପତ୍ରରେ ଜଣା ଯାଇଛି।

‘ଅଜାନ’ ବିରୁଦ୍ଧରେ ଅଭିଯୋଗ ନେଇ ତେଜୁଛି ରାଜନୀତି

ଲକ୍ଷ୍ନୌ: ଅଜାନକୁ ନେଇ ଉତ୍ତରପ୍ରଦେଶର ଆହ୍ଲାବାଦ ସେଣ୍ଟ୍ରାଲ ୟୁନିଭରସିଟିର କୁଳପତିଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନକୁ ନେଇ ଏବେ ସରଗରମ ରାଜନୀତି। କୁଳପତି ପ୍ରଫେସର ସଂଗୀତତା ଶ୍ରୀବାସ୍ତବ ପ୍ରୟାଗରାଜର ଡିଏମଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ମସଜିଦର ଆଜାନ ତାଙ୍କ ନିଦକୁ ବ୍ୟାଘାତ କରୁଛି। ଏବଂ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି। ବର୍ତ୍ତମାନ ପ୍ରଫେସର ସଙ୍ଗୀତାଙ୍କ ଏଭଳି ପଦକ୍ଷେପ ଉପରେ ବିଭିନ୍ନ ରାଜନୈତିକ ପ୍ରତିକ୍ରିୟା ଆସୁଛି।

ସମାଜବାଦି ପାର୍ଟି ନେତା ଅନୁରାଗ ଭଦୌରିଆ କହିଛନ୍ତି ଯେ ବିଜେପି କେବଳ ଧର୍ମ ଓ ଜାତି ପ୍ରସଙ୍ଗରେ ରାଜନୀତି କରିବାକୁ ଚାହୁଁଛି। ଯେବେଠୁ ବଜେପି ଶାସନଗାଦିରେ ବସିଛି ସେବେଠୁ କେବଳ ଜାତି-ଧର୍ମ ରାଜନୀତି ହେଉଛି। ରୋଜଗାର ଉପରେ କେହି ଧ୍ୟାନ ଦେଉନାହାଁନ୍ତି । ସେ କହିଛନ୍ତି ଯେ କୌଣସି ଶିକ୍ଷାନୁଷ୍ଠାନକୁ ଏଭଳି ମାମଲାରେ ଜୋର ଦେବା ଉଚିତ ନୁହେଁ ।

ଅନ୍ୟପଟେ ବିଜେପି ବିଜେପି ମୁଖପାତ୍ର ନବୀନ ଶ୍ରୀବାସ୍ତବ କହିଛନ୍ତି ଯେ ନମାଜ ପଢ଼ିବା ଠିକ୍ ଏବଂ ଅଧିକାର । କିନ୍ତୁ କୋର୍ଟ ଏପୂର୍ବରୁ ହିଁ କହିସାରିଛନ୍ତି ଯେ  ଲାଉଡ ସ୍ପିକର ଲଗାଇବା ଗୋପନୀୟତାର ଉଲ୍ଲଂଘନ ଅଟେ। ବିଜେପି ମୁଖପାତ୍ର କହିଛନ୍ତି ଯେ ଲାଉଡ ସ୍ପିକର ବ୍ୟବହାର କରିବା ସାମ୍ବିଧାନିକ ଉପଯୁକ୍ତ ନୁହେଁ।

ଏହି ମାମଲାରେ ମୁସଲିମ ଧର୍ମଗୁରୁ ମୌଲାନା ସୈଫ୍ ଆବ୍ବାସଙ୍କର  କହିଛନ୍ତି ଯେ ଅଜାନ କେବଳ ୨ରୁ ୩ ମିନିଟ ପାଇଁ ହୁଏ। ଅଭିଯୋଗ କରୁଥିବା ବ୍ୟକ୍ତିଙ୍କୁ ଏହା ମଧ୍ୟ କହିବାର ଥିଲା ଯେ ସକାଳେ ଯେଉଁ ଆଳତୀ ହେଉଛି ସେଥିରେ ବି ତାଙ୍କର ନିଦ ଖରାପ ହେଉଛି। ସେକହିଛନ୍ତି ଯେ କେବଳ ଅଜାନ ପାଇଁ ଏଭଳି ଅଭିଯୋଗ କରିବା ଠିକ୍ ନୁହେଁ । ତାଙ୍କୁ ଏହି ଅଭିଯୋଗ ଫେରାଇନେବା ଉଚିତ୍ । ସେହିପରି ଆଉଜଣେ ଧର୍ମଗୁରୁ ମୌଲାନା ସୁଫିୟାନା ନିଜାମୀ କହିଛନ୍ତି ଯେ ଆମ ଦେଶରେ ସବୁ ଧର୍ମର ଲୋକ ରହୁଛନ୍ତି । କେଉଁଠି ମସଜିଦର ଆଜାନ ହୁଏ ତ କେଉଁଠି ମନ୍ଦିରର ଭଜନ କୀର୍ତ୍ତନ ହୁଏ । ଯଦି କେହି କହୁଛନ୍ତି ଯେ କେବଳ ଅଜାନ ପାଇଁନିଦ ଖରାପ ହେଉଛି ତେବେ ଏହା ଠିକ୍ ନୁହେଁ ।

 

ଦଳର ରୋଲ ମଡେଲ ହେଉଛନ୍ତି ବିଧାୟକ, ସେମାନଙ୍କ ଏଭଳି ଆଚରଣ ନିନ୍ଦନୀୟ: ବିଧାୟକ ପ୍ରଣବ ପ୍ରକାଶ ଦାଶ

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରହୀଙ୍କ ଆଚରଣକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକ। ବିଧାନସଭାରେ ହଟ୍ଟଗୋଲ ପରେ ବିଜେଡି ବିଧାୟକ ମାନେ ରାଜରାସ୍ତାରେ ପଦଯାତ୍ରା କହି ଯାଇଥିଲେ ରାଜଭବନକୁ। ବିଧାୟକ ନିଃସ୍ୱାର୍ଥ କ୍ଷମା ପ୍ରାର୍ଥନା ମାଗନ୍ତୁ ବୋଲି ରାଜ୍ୟ ପାଳଙ୍କୁ ଜଣାଇଛନ୍ତି ବିଧାୟକ ମାନେ। ସେପଟେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି ବିଜେପି କ୍ଷମା ପାର୍ଥନା କରୁ। କୋଭିଡ ସମୟରେ ଏଭଳି ଏକ ପଦକ୍ଷେପ ସାରା ଓଡ଼ିଶା ପାଇଁ ଏକ ଖରାପ ମାର୍ଗଦର୍ଶନ ଦେଇଛନ୍ତି ବିଧାୟକ।

ଏବେ ସମସ୍ତଙ୍କ ଘରେ କରୋନା ପାଇଁ ସାନିଟାଇଜର ରହିଛି। ତେବେ ସାନିଟାଇଜର ପି ଏଭଳି ସମୟରେ ସାହାଯ୍ୟ କରୁଥିବା ସାନିଟାଇଜରକୁ ଭୁଲ ପ୍ରମାଣିତ ନକରୁନ୍ତୁ ବୋଲି ବିଧାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାୟକ ମାନେ ହେଉଛନ୍ତି ଗୋଟେ ଦଳର ରୋଲ ମଡ଼େଲ। ସେମାନେ ଏଭଳି ପଦକ୍ଷେପ ନେବା ଏକ ବହୁତ ବଡ଼ ନିନ୍ଦନୀୟ ଘଟଣା। ଗଣତନ୍ତ୍ରର ମନ୍ଦିର ହେଉଛି ବିଧାନସଭା ଗୃହ। ସେଠାରେ ଏଭଳି କରିବା ଠିକ ନୁହେଁ। ଏହା ରାଜନୖତିକ ନା ବ୍ୟକ୍ତିଗତ ତାହା ସମସ୍ତଙ୍କ ସାମ୍ନାରେ ମତ ରଖନ୍ତୁ ବୋଲି କହିଛନ୍ତି ବିଧାୟକ।

ଗତକାଲି ଅଲପାର୍ଟି ମିଟିଂରେ ମଧ୍ୟ କିଛି ନିର୍ଯ୍ୟାସ ବାହାରି ପାରିନଥିଲା। ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବିଧାୟକ ଏବଂ ବିଜେପି ଷ୍ଟେଟ ୟୁନିଟ ଯେଉଁ କାର୍ଯ୍ୟ କରିଛି ତାହାର ଷ୍ଟାଣ୍ଡକୁ କ୍ଲିୟର କରୁ ବୋଲି କୁହାଯାଇଥିଲା। କିନ୍ତୁ ବିଜେପି ଏହା କରିନଥିଲା। ସେଥିପାଇଁ ଆଜି ଆମେ ରାଜ୍ୟପାଳଙ୍କୁ ଭେଟିଥିଲୁ ବୋଲି କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାଶ। ଗୃହର ସମ୍ମାନ ରଖିବା ହେଉଛି ପ୍ରତ୍ୟେକ ବିଧାୟକଙ୍କର ପ୍ରଥମ କର୍ତ୍ତବ୍ୟ। କିନ୍ତୁ ଏହି କର୍ତ୍ତବ୍ୟକୁ ଭୁଲି ଯାଇଛନ୍ତି ବିଜେପି ବିଧାୟକ। ସେପଟେ ଚାଷୀଙ୍କ ପ୍ରସଙ୍ଗରେ ମଧ୍ୟ କହିଛନ୍ତି ପ୍ରଣବ। ଆମେ ବାରମ୍ବାର କେନ୍ଦମନ୍ତ୍ରୀଙ୍କୁ ଦେଖା କଲା ସତ୍ତ୍ୱେ ମଧ୍ୟ କୌଣସି ପ୍ରକାରର ସହଯୋଗ ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ।

 

ବିଜେପି ବିଧାୟକଙ୍କ ଆଚରଣ ସମଗ୍ର ଓଡ଼ିଶାର ଗରିମାକୁ କ୍ଷୁର୍ଣ୍ଣ କରିଛି: ବିଧାୟକ ଅତନୁ ସବ୍ୟସାଚୀ

ଭୁବନେଶ୍ୱର: ବିଧାନସଭା ମଧ୍ୟରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ରାଜ୍ୟ ପାଳଙ୍କୁ ଭେଟିଛି ବିଜେଡି। ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ନେଇ ରାଜ୍ୟପାଳଙ୍କୁ ଜଣାଇଛି ବିଜେଡି। ସେପଟେ ବିଧାନସଭା ଭିତରେ ଘଟିଥିବା ଘଟଣା ହେଉଛି ସବୁଠାରୁ ବଡ଼ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ। ଏଥିରି ସାରା ରାଜ୍ୟର ସମ୍ମାନ ହାନି ହୋଇଛି। ଏଭଳି ଏକ ଆଚରଣ ପାଇଁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦରକାର। ଯେତେବେଳେ ରାଜ୍ୟରେ କରୋନା ପାଇଁ ସମସ୍ତେ ସଂଘର୍ଷ କରୁଛନ୍ତି ସେହି ସମୟରେ ଏଭଳି ଏକ  ନିଷ୍ପତ୍ତି ପୁରା ରାଜ୍ୟ ଉପରେ ଖରାପ ପ୍ରଭାବ ପକାଇବ। ତେଣୁ ସେ ପୁରା ଓଡ଼ିଶାର ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ। ବିଧାନସଭା ୪ ଦିନ ହେଲା ଚାଲିପାରୁନି। ଏଥିରେ ବିଧାନସଭାର ଗାରିମା ସହ ପୁରା ରାଜ୍ୟର ଗାରିମାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ସେ କହିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଏଭଳି ଏକ ଭୁଲ ଆଚରଣ କରିବା ସତ୍ତ୍ୱେ ଜାତୀୟ ଦଳ ଏଥିପ୍ରତି କିଛି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ରହିଛି ଏବଂ ସମର୍ଥନ ମଧ୍ୟ କରୁଛି।

ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ଆବଶ୍ୟକ ଭିତ୍ତିଭୂମି, ଡାକ୍ତର, କର୍ମଚାରୀଙ୍କୁ ନିଯୁକ୍ତି କରାଯାଇନାହିଁ: ବିଜେଡି

ରାଉରକେଲା: ରାଉରକେଲା ବିଜେଡିର ପ୍ରେସମିଟ୍। ଇସ୍ପାତ ଜେନେରାଲ ହସ୍ପିଟାଲକୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ କରିବା ପାଇଁ ୨୦୧୫ ମସିହାରେ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ ପ୍ରତିୃଶୃତି ଅନୁସାରେ ମେଡିକାଲ କଲେଜ ହୋଇନଥିବାରୁ ପ୍ରଧାନମନ୍ତ୍ରୀ ରାଉରକେଲା ଏବଂ ଓଡ଼ିଶା ପ୍ରତି ଅବହେଳା ଓ ପ୍ରତାରଣା କରିଥିବା ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେଡି। ଏପରିକି ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ଆବଶ୍ୟକ ଭିତ୍ତିଭୂମି, ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇନାହିଁ। ଏଭଳିସ୍ଥଳେ ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି କେବଳ ସୁପର ସ୍ପେଶିଆଲିଟି ହସ୍ପିଟାଲ କୋଠାଘରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି, ଯାହାକୁ ରାଉରକେଲାବାସୀ ବିରୋଧ କରିଛନ୍ତି ବୋଲି ପ୍ରେସ୍‌ମିଟରେ ବିଜେଡି କହିଛି। ସହରର ନାଗରିକ କମିଟି ସମେତ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ବୁଦ୍ଧିଜୀବୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୯ ତାରିଖରେ ମାନଵ ଶୃଙ୍ଖଳ କରି ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସମର୍ଥନ ଘୋଷଣା କରିଛି ବିଜେଡି ।