spot_img
Home Blog Page 5878

ବୁମରାହଙ୍କ ପତ୍ନୀ ସଞ୍ଜନା ଗଣେଶନ କିଏ? ସେ କେମିତି ଚୋରଇଲେ ବୁମରାହଙ୍କ ହୃଦୟ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ। ୨୦୧୪ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ଗାଣେସନଙ୍କୁ ସେ ବିବାହ କରିଛନ୍ତି। ଦୁହିଁଙ୍କ ବିବାହର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ବର କନ୍ୟା ବେଶରେ ଦୁହେଁ ବେଶ୍ ଚମତ୍କାର ଦେଖାଯାଉଛନ୍ତି। ତେବେ ଏହାରି ମଧ୍ୟରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ସଞ୍ଜନା ଗଣେଶନ କିଏ ଓ ସେ କେମିତି ବୁମରାହଙ୍କ ହୃଦୟ ଚୋରେଇନେଲେ।

 

View this post on Instagram

 

A post shared by Sabyasachi (@sabyasachiofficial)

ବାସ୍ତବରେ, ସଞ୍ଜନା ଗଣେସନ ଜଣେ ଭାରତୀୟ ମଡେଲ ଏବଂ ସ୍ପୋର୍ଟସ ଆଙ୍କର। ସେ ସବୁବେଳେ ଷ୍ଟାର ସ୍ପୋର୍ଟସ ଚ୍ୟାନେଲରେ ଭାଷ୍ୟକାର ସାଜନ୍ତି। ମଡେଲରୁ ଆଙ୍କର ବନିଥିବା ସଞ୍ଜନା ଆଇପିଏଲ ସହ ଏକାଧିକ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ କରିଛନ୍ତି।  କ୍ରିକେଟ ବ୍ୟତୀତ ସେ ବେଳେବେଳେ ବ୍ୟାଡମିଣ୍ଟନ ଓ ଫୁଟବଲ ଇଭେଣ୍ଟ ବି ହୋଷ୍ଟ କରନ୍ତି। ନିକଟରେ ଆଇପିଏଲ୍ ୨୦୨୧ର ଅକଶନ ବି ସଞ୍ଜନା ହିଁ ହୋଷ୍ଟ କରୁଥିଲେ। ସଞ୍ଜନା ଜଣାଶୁଣା ମ୍ୟାନେଜମେଣ୍ଟ ଗୁରୁ ଗଣେଶ ରାମସ୍ୱାମୀଙ୍କ ଝିଅ। ରାମସ୍ୱାମୀ ପୁଣେର ‘ଆଲାନା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସ’ର ନିର୍ଦ୍ଦେଶକ। ସଞ୍ଜନା ପୁଣେର ସିମ୍ବାୟାସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏକ ସଫ୍ଟୱେୟାର ଇଞ୍ଜିନିୟରିଂ ଡିଗ୍ରୀ ହସଲ କରିଛନ୍ତି। ଏହା ପରେ ସେ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ । ସଞ୍ଜନା ଫେମିନା ମିସ୍ ଇଣ୍ଡିଆ ୨୦୧୩ ରେ ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ସେ ଫେମିନା ଅଫିସିଆଲି ଗର୍ଜିୟସ୍ ଟାଇଟଲ୍ ଜିତିଥିଲେ । ଏମଟିଭିର ଲୋକପ୍ରିୟ ରିଆଲିଟି ସୋ ସ୍ପ୍ଲିଟ୍ସଭିଲା ସିଜନ୍ ୭ ରେ ବି ନଜର ଆସିଥିଲେ ସଞ୍ଜନା।

 

View this post on Instagram

 

A post shared by Sabyasachi (@sabyasachiofficial)

ସଞ୍ଜନା ଏବଂ ବୁମରାଙ୍କ ଲଭ ଷ୍ଟୋରୀ  କ୍ରିକେଟ୍ ମଇଦାନରୁ ହିଁ ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମୟରେ ଦୁହିଁଙ୍କର ପ୍ରଥମ ଭେଟ ହୋଇଥିଲା। ଏବଂ ପରେ ଉଭୟ ପରସ୍ପର ସହ କଥାବାର୍ତ୍ତା ହୋଇଥିଲେ ଏବଂ ଘନିଷ୍ଠ ବନ୍ଧୁ ମଧ୍ୟ ହୋଇଗଲେ। ଆଉ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳିଗଲା। ଆଉ ଉଭୟ ପରସ୍ପରର ଜୀବନସାଥୀ ହେବାକୁ ନିଷ୍ପତ୍ତିନେଲେ।

 

View this post on Instagram

 

A post shared by Sabyasachi (@sabyasachiofficial)

ବୁମରାହ ଓ ସଞ୍ଜନା ଗତକାଲି ଗୋଆରେ ବିବାହ କରିଛନ୍ତି। ସମ୍ପୁର୍ଣ୍ଣ ପଞ୍ଜାବୀ ରିତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି। ବିବାହ କାର୍ଯ୍ୟକ୍ରମରେ କେବଳ ଦୁଇ ପରିବାରର ସଦସ୍ୟ ଓ କିଛି ନିକଟତର ବନ୍ଧୁ ସାମିଲ ହୋଇଥିଲେ। କରୋନା କଟକଣା ଯୋଗୁ ବୁମ୍ରା ବେଶୀ ଲୋକଙ୍କୁ ବିବାହକୁ ନିମନ୍ତ୍ରଣ କରିନାହାନ୍ତି।

ବଟି ଆଦାୟକୁ କେନ୍ଦ୍ରକରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁରୀ: ପୁରୀ ବାସେଳି ସାହି ଥାନା ମିଶ୍ରସାହିରେ ଯୁବକଙ୍କୁ ଆକ୍ରମଣ। ବଟି ଆଦାୟକୁ କେନ୍ଦ୍ରକରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ୩ ଜଣ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ପୁରୀ ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ହେଲେ ପ୍ରଦୀପ ତ୍ରିପାଠୀ ଓରଫ ସୁକାନ୍ତ ।

ବଟି ଆଦାୟକୁ କେନ୍ଦ୍ର କରି ଟିମ ଓରଫ ସୁକାନ୍ତକୁ ତିନି ଜଣ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କିଛିଦିନ ଧରି ସୁକାନ୍ତକୁ ଏମାନେ ବଟି ଦେବାକୁ ଧମକ ଦେଉଥିଲେ । ଆଜି ସକାଳୁ ସୁକାନ୍ତ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଉଥିବା ସମୟରେ ଦୁବୃର୍ତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିଲେ । ପୁରୀ ବାସେଳିସାହି ପୋଲିସ ଘଟଣାର ତଦନ୍ତ କରୁଛି।

ରାଉରକେଲା ଆଇଜିଏଚ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଫୁଲ୍ଲ ମଲ୍ଲିକଙ୍କ ଚିଠି। ରାଉରକେଲା IGH ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଖିଲେ ଚିଠି। ଚିଠି ଲେଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଚିଠିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ଆଇଜିଏଚ୍‌କୁ ମେଡିକାଲ କଲେଜ କରାନଯିବା ନେଇ ଅସନ୍ତୋଷ ବଖାଣିଛନ୍ତି ମନ୍ତ୍ରୀ। ଯଦି ଦେଖିବା ଆଇଜିଏଚ୍‌କୁ ମେଡିକାଲ କଲେଜ କରିବା ପାଇଁ ପ୍ରଧାନମନ୍ତ୍ରୀ  ଘୋଷଣା କରିଥିଲେ। ୨୦୧୫ ଏପ୍ରିଲ ୨ରେ ଘୋଷଣା କରିଥିଲେ। ଆଇଜିଏଚ୍‌କୁ ଏକ ସୁପର ସ୍ପେସିଆଲିଷ୍ଟ କଲେଜ କରିବେ ବୋଲି ଘୋଷଣା କରିଥିଲେ। ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନା ହୋଇଥାନ୍ତା ଆଇଜିଏଚ୍‌।

ହେଲେ ଏଇ ଭିତରେ ୬ ବର୍ଷ ବିତି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ତାଙ୍କ ଘୋଷଣାକୁ ପୂର୍ଣ୍ଣ କରିନାହାନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହାର କାର୍ଯ୍ୟଭାର ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଏହାର କାର୍ଯ୍ୟଭାର ଦିଆଯାଇଥିଲା। ତେବେ ତତ୍କାଳୀନ ଇସ୍ପାତ ମନ୍ତ୍ରୀ ଶୀଘ୍ର କାମ ସାରିବା ପାଇଁ ଦେଇଥିଲେ ଆଶ୍ୱାସନା। ୬ବର୍ଷ ପରେ ମଧ୍ୟ ତାହା ହୋଇନଥିବା ଚିଠିରେ ଦର୍ଶାଯାଇଛି।

ଏବେ ଆଇଜିଏଚରେ ୨୦୦ଶଯ୍ୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ କରାଯାଇଛି ମାତ୍ର। ଏହା ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଆଇଜିଏଚକୁ ଏକ ମେଡିକାଲ କଲେଜରେ ପରିଣତ କରାଯାଇପାରିନାହିଁ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅବହେଳା କରିଅଛନ୍ତି। ଆଇଜିଏଚ ଏକ ମେଡିକାଲ କଲେଜରେ ଉନ୍ନୀତ ହୋଇଥିଲେ ରାଉରକେଲା ଆଖପାଖ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହୋଇଥାନ୍ତେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।

କଟକ ସଦର ପରେ କଟକ ସହର ଓ ଭୁବନେଶ୍ୱରରେ ହେବ ସେରୋ ସର୍ଭେ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରୀ ସାରାଦେଶରେ ଆତଙ୍କ ଖେଳାଇଥିବା ବେଳେ କଟକ ସଦରରେ ଚାଲିଛି ସେରୋ ସର୍ଭେ। ପରେ କଟକ ସହର ଓ ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ପ୍ରତି ୬ ମାସରେ ସର୍ଭେ ହେବା କଥା। ବ୍ରହ୍ମପୁରରେ ୬ ମାସ ତଳେ ସର୍ଭେ ହୋଇଥିଲା। ଅନ୍ୟସ୍ଥାନ ମାନଙ୍କରେ ନଭେମ୍ବରରେ ହୋଇଥିଲା ସର୍ଭେ। ଏହା ଭିତରେ ୪ ମାସ ବିତି ଯାଇଛି। ଟିକାକରଣ ଜାରି ଥିବା ବେଳେ କେତେ ପ୍ରତିଶତ ଲୋକଙ୍କ ଠାରେ ପ୍ରତିଷେଧକ ସୃଷ୍ଟି ହୋଇଛି ଦେଖିବାକୁ ସେରୋ ସର୍ଭେ କରାଯାଉଥିବା କହିଛନ୍ତି ଆରଏମଆସି ନିର୍ଦ୍ଦେଶିକା। ଗତ ଅକ୍ଟୋବର ଓ ନଭେମ୍ବରରେ ହୋଇଥିବା ସେରୋ ସର୍ଭେରେ ଭୁବନେଶ୍ୱର ଓ କଟକରେ ୫୦ ପ୍ରତିଶତ ପ୍ରତିଷେଧକ ସୃଷ୍ଟି ହୋଇଥିଲା।

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ବିଜେଡି ସଦସ୍ୟଙ୍କ ଗୃହରେ ହୋହଲ୍ଲା

ଭୁବନେଶ୍ୱର: ବିଧାନସଭାରେ ଥମୁନି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗ। ସ୍ୱାଭାବିକ ହେଉନି ଗୃହ। ଆଜିବି ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଫଳରେ ଗୃହକୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତ୍ତି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଚଳାବସ୍ଥା ଜାରିରହିଛି। ଆଜି ଗୃହ ଆରମ୍ଭରୁ ଶାସକ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ।

ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ବିଧାୟକ କ୍ଷମା ମାଗନ୍ତୁ ବୋଲି ଜିଦରେ ଅଟଳ ଅଛନ୍ତି ବିଜେଡି ଓ କଂଗ୍ରେସ। ବିରୋଧୀ ବିଜେପି ଓ କଂଗ୍ରେସ ଧାନମଣ୍ଡି ସମସ୍ୟା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ତେବେ ଆଜି ଗୃହରେ ନଦୀ ଓ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ରାଜ୍ୟରେ ଉତ୍କଟ ଜଳଭାବ ସମସ୍ୟା ଉପରେ ଆଲୋଚନା ହେବାର ରହିଛି। ଏନେଇ ମୁଲତବି ପ୍ରସ୍ତାବ ଦେଇଛି କଂଗ୍ରେସ। ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ ଜଳସଂପଦ ମନ୍ତ୍ରୀ। ଇସ୍ପାତ, ଖଣି ଓ ଶିଳ୍ପ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ରହିଛି ।

ଗତ ୨୪ ଘଣ୍ଟାରେ ୨୪ ହଜାର ୪୯୨ ଟି ନୂଆ କରୋନା ସଂକ୍ରିମିତ ଚିହ୍ନଟ, ୧୩୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୪୯୨ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସୋମବାର ଦିନ ଏହି ମହାମାରୀରେ ୧୩୧ ଜଣଙ୍କର ମୃତ୍ୟୁ ଘଟିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ କରୋନା ରୋଗର ପଜିଟିଭ ମାମଲା ଏକ କୋଟି ୧୪ ଲକ୍ଷ ୯ ହଜାର  ୮୩୧ ରେ ପହଞ୍ଚିଛି। ସେଥିମଧ୍ୟରୁ ଏକ ଲକ୍ଷ ୫୮ ହଜାର ୮୫୬ ଜଣଙ୍କର ମୃତ୍ୟୁ ହୋଇଛି।

ଦେଶରେ ସମୁଦାୟ କରୋନା ସକ୍ରିୟ ମାମଲା ବର୍ତ୍ତମାନ ଦୁଇ ଲକ୍ଷ ୨୩ ହଜାର ୪୩୨ କୁ ବୃଦ୍ଧି ପାଇଛି। ଏଥି ସହିତ, ସୁସ୍ଥ ହୋଇ ଘରକୁ ଫେରିଥିବା ମାମଲାଗୁଡ଼ିକର ମୋଟ ସଂଖ୍ୟା ହେଉଛି ଏକ କୋଟି ୧୦ ଲକ୍ଷ ୨୭ ହଜାର ୫୪୩।  ଗତକାଲି, ୨୦ ହଜାର ୧୯୧ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୨୯ ଲକ୍ଷ ୪୭ ହଜାର ୪୩୨ଟି କରେନା ଟିକା ଦିଆସରିଛି।

କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ଲୁହା ରଡରେ ଗୋଡାଇଗୋଡାଇ ପିଟିଲେ

ସମ୍ବଲପୁର: କେମେଣ୍ଟ ମରାରୁ ମହାଭାରତ। କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ଲୁହା ରଡରେ ଗୋଡାଇଗୋଡାଇ ପିଟିଲେ। ସମ୍ବଲପୁର କ୍ଷେତରାଜପୁର ଥାନା ଏକ ପେଟ୍ରୋଲ ପମ୍ପରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି। ଆକ୍ରମଣର ଦୃଶ୍ୟ ପେଟ୍ରୋଲ ପମ୍ପରେ ଥିବା ସିସିଟିଭି ରେ କଏଦ୍ ହୋଇଛି। ଏଭଳି ମାଡ଼ ଦେଖିଲେ ଲୋମ ଭୟରେ ଟାଙ୍କୁରି ଉଠିବ। ଅଭିଯୋଗଅନୁସାରେ କ୍ରୀଷ୍ଣାନଗରର ଜଣେ ଯୁବକ ସହ ସେହି ଅଞ୍ଚଳ କିଛି ଯୁବକଙ୍କ ସହ ବାର୍ତ୍ତାଳାପ କରୁଥିଲେ। ସାମାନ୍ୟ ବଚସାପରେ ଗଣ୍ଡୋଗଳ ଆରମ୍ଭ ହୋଇଥିଲା। ଏହା ପରେ ଅନ୍ୟ ଯୁବକମାନେ ଲୁହା ରଡରେ ତାଙ୍କୁ ଆକ୍ରମଣ କରିଥିଲେ। ତେବେ କମେଣ୍ଟମରାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥଇବା ଜଣାପଡିଛି।

ଦିଲ୍ଲୀରେ କରୋନାର ଆଉ ଏକ ନୂଆ ରୂପ, ବ୍ରିଟେନ୍ ଷ୍ଟ୍ରେନ୍‌ ପରେ ଏବେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନର ଆରାମ ପରେ ଫୁଣି ଘାଣ୍ଟିଲାଣି କରୋନା ସଂକ୍ରମଣ । ଦେଶର କିଛି ରାଜ୍ୟରେ ସଂକ୍ରମଣର ଦ୍ୱିଦୀୟ ଲହରୀ ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ର ସମେତ ୫ ରାଜ୍ୟରେ କରୋନା ଏବେ ବଢ଼ିବାରେ ଲାଗିଛି। ଏହି ସମୟରେ ରାଜଧାନୀ ଦିଲ୍ଲୀରେ ଏବେ ଆଉ ଏକ ବଡ଼ ସମସ୍ୟା ଉପୁଜିଛି। ପୂର୍ବରୁ ଦେଶରେ ବ୍ରିଟେନ୍‌ ଷ୍ଟ୍ରେନ୍‌ ମିଳିଥିବା ବେଳେ ଏବେ ଦିଲ୍ଲୀରେ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍‌ ମିଳିଥିବା ସୂଚନା ମିଳିଛି। ଜଣେ ୩୩ ବର୍ଷ ବୟସ୍କ ଯୁବକଙ୍କଠାରେ ଏହି ଷ୍ଟ୍ରେନ ଦେଖା ଦେଇଛି। ତେବେ ସଂକ୍ରମିତଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ସମଗ୍ର ଦେଶରେ ଅତି କମରେ ଏହି ଷ୍ଟ୍ରେନ୍‌ର ଚାରିଟି ମାମଲା ରହିଛି।

ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ପ୍ରଥମ ଥର ପାଇଁ ଦିଲ୍ଲୀରେ ମିଳିଛି। ସଂକ୍ରମିତ ବ୍ୟକ୍ତି ହେଉଛନ୍ତି କେରଳର। ସେ କହିଛନ୍ତି ସେ ୯ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ କରୋନା ପରୀକ୍ଷା କରିଥିଲେ୦। ଏହାପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ପରେ ସେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ରିପୋର୍ଟରୁ ଏହା ଦକ୍ଷିଆ ଆଫ୍ରିକାର ଷ୍ଟ୍ରେନ ବୋଲି ଜଣା ପଡ଼ିଥିଲା ।

ସେପଟେ ତାଙ୍କଠାରୁ କେଉଁଭଳି ଭାବରେ ସଂକ୍ରମଣକୁ ରୋକା ଯାଇପାରିବ ସେନେଇ ଡାକ୍ତରମାନେ ଅଧିକ ଧ୍ୟାନ ଦେଇଛନ୍ତି। ଚିହ୍ନଟ ହୋଇଥିବା ରୋଗୀଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ଏଥିପାଇଁ ଏକ ଅଲଗା ଓ୍ୱାର୍ଡ ଗଠନ କରଯାଇଛି।

ଅଭିଯୁକ୍ତଙ୍କ ସ୍ତ୍ରୀକୁ ରସିକିଆ କନେଷ୍ଟବଳଙ୍କ ପ୍ରେମ ନିବେଦନ

ଭଣ୍ଡାରୀପୋଖରୀ: ପୋଲିସ ବାବୁଙ୍କର ପ୍ରେମ ନିବେଦନ। ଅଭିଯୁକ୍ତଙ୍କ ସ୍ତ୍ରୀକୁ ପ୍ରେମ ନିବେଦନ ସହ ଅସଦାଚରଣ କରି ଭଣ୍ଡାରୀପୋଖରୀ ଥାନାର ହାବିଲଦାର ଅଟକ। ପୀଡ଼ିତାଙ୍କ ଅଭିଯୋଗ ପରେ ସଂପୃକ୍ତ କନେଷ୍ଟବଳଙ୍କ ନାଁରେ ମାମଲା ରୁଜୁ କରିବା ସହ ପଚରାଉଚରା କରୁଛି ପୋଲିସ। ଅଭିଯୋଗ ଅନୁଯାୟୀ, ଜମିବାଡ଼ି ବିବାଦ ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ । କୋର୍ଟଚାଲାଣ ବେଳେ ଅଭିଯୁକ୍ତ ଜଣକ କନେଷ୍ଟବଳ ହରମୋହନ ନାୟକଙ୍କ ମୋବାଇଲରୁ ସ୍ତ୍ରୀଙ୍କ ପାଖକୁ ଫୋନ କରିଥିଲେ। ପରେ ହରମୋହନ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ପାଖକୁ ବାରମ୍ବାର କଲ କରିବା ସହ ବିଭିନ୍ନ ଲୋଭ ଦେଖାଇ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଏନେଇ  ମହିଳା ଥାନାରେ ଅଭିଯୋଗ ପରେ ଭଣ୍ଡାରୀପୋଖରୀ ପୋଲିସ ସଂପୃକ୍ତ ହାବିଲଦାରକୁ ଅଟକ ରଖି ପଚରାଉଚରା କରୁଛି।

ଅହମ୍ମଦାବାଦରେ କରୋନା ପ୍ରଭାବ, ବିନା ଦର୍ଶକରେ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାକି ଥିବା ୩ ମ୍ୟାଚ୍‌

ନୂଆଦିଲ୍ଲୀ: କ୍ରିକେଟ୍ ମୈଦାନ ଉପରେ ପଡିଛି କରୋନାର ପ୍ରଭାବ। ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ । ଆଜି ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ବିନା ଦର୍ଶକରେ ଏହି ମ୍ୟାଚ୍ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଚା ମଧ୍ୟରେ ଗୁଜରାଟରେ ୯୦୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।

ଏଥି ପାଇଁ ବିନା ଦର୍ଶକରେ ମ୍ୟାଚ ହେବା ନେଇ ଘୋଷଣା କରାଯାଇଛି । ବାକିଥିବା ଦୁଇଟି ମ୍ୟାଚ୍ ମଧ୍ୟ ବିନା ଦର୍ଶକରେ ହେବା ନେଇ ନିଷ୍ପତ୍ତି ହୋଇଛି । ସେପଟେ ଆଜିର ମ୍ୟାଚ୍ ଜିତି ସିରିଜରେ ଦବଦବା ଜାହିର କରିବା ପାଇଁ ଚେଷ୍ଟା କରିବେ ଉଭୟ ଦଳ । ପୂର୍ବରୁ ୨ଟି ମ୍ୟାଚରୁ ଭାରତ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍ ବରାବର କରିଛନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛି ଟିମ ଇଣ୍ଡିଆ । ଖାସ କରି କ୍ୟାପଟେନ୍ କୋହଲି ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଙ୍କେତ ଦେଇଛି । ସେପଟେ ଟେଷ୍ଟ ସିରିଜ୍ ହାରି ବ୍ୟାକଫୁଟରେ ଥିବା ଇଂଲିସ ଟିମ ଟି-୨୦ ସିରିଜ୍ ଉପରେ ନଜର ରଖିଛି ।