spot_img
Home Blog Page 5887

ମାଲକାନଗିରିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ୍ଥପଲ୍ଲୀ ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ୍ଥପଲ୍ଲୀ ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଗାନ୍ଧିଜୀଙ୍କ ସ୍ମୃତିରେ ୨୮ଲକ୍ଷ ବ୍ୟୟରେ ନିର୍ମାଣ ହେଉଛି ପାର୍କ

କଟକ: ମହାତ୍ମାଙ୍କ ଶତବର୍ଷ ପୂର୍ତ୍ତିକୁ ନେଇ ବ୍ୟାପକ ପ୍ରସ୍ତୁତି । ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ କଟକ ଆସି ପୁରୀଘାଟରେ ବିଶାଳ ସମାବେଶରେ ଉଦବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ସଭାକୁ ଶହେ ବର୍ଷ ପୁରୁଛି । ଏହାକୁ ସ୍ମରଣୀୟ କରିବାକୁ କଟକରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ବେଲଭ୍ୟୁରେ ପାର୍କ ସାଙ୍ଗକୁ ତିଆରି ହେଉଛି ସଭାର ସ୍ମୃତି ବହନ କରୁଥିବା ଏକ ବିରାଟ ବ୍ରୋଞ୍ଜ ୱାଲ୍ ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧି କଟକ ଆସି ପୁରୀଘାଟରେ ବିଶାଳ ସମାବେଶରେ ଉଦବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ସଭାକୁ ଶହେ ବର୍ଷ ପୁରୁଛି । ସେହି ଦିନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏକ ପ୍ରଶଂସନୀୟ ଉଦ୍ୟମ କରୁଛି । କଟକ ବେଲଭ୍ୟୁ ଠାରେ ଏକ ସୁନ୍ଦର ପାର୍କ ନିର୍ମାଣ ପାଇଁ ୨୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ୱାଲକୁ ନିର୍ମାଣ କରୁଛନ୍ତି ଜଣାଶୁଣା କାରିଗର ଲକ୍ଷ୍ମୀଧର ମହାରଣା ।

ଏହି ବୃହତ ଆକାରର ବ୍ରୋଞ୍ଜ ୱାଲରେ ଗାନ୍ଧୀଜୀଙ୍କ ସହିତ କସ୍ତୁରିବା, ଗୋପବନ୍ଧୁ ଓ ଅନ୍ୟ ସଂଗ୍ରାମୀ ମାନେ ଠିକ ଶହେ ବର୍ଷ ତଳେ ଯେପରି ସଭାରେ ବସିଥିଲେ ଠିକ ସେହିପରି ସ୍ଥାନ ପାଇଛନ୍ତି । ଏହା ଆଉ ଗୋଟିଏ ସପ୍ତାହ ପରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ପାର୍କ ଓ ୱାଲ ଉଦଘାଟନ ସହ ଏହି ସ୍ମରଣୀୟ ଦିନର ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ସତ ହେଲା ସ୍ୱପ୍ନ: ଜଗନ୍ନାଥ ଭଜନ ରେକର୍ଡ କଲେ ମୁସଲମାନ ଭକ୍ତ

କଟକ: ସତ ହେଲା ଭାବର ସରସ । ପୂରଣ ହେଲା ଦୀର୍ଘ ବର୍ଷର ଇଚ୍ଛା। ଜଗନ୍ନାଥ ଭଜନ ରେକର୍ଡ କଲେ ମୁସଲମାନ ଭକ୍ତ ଅବଦୁଲ ସମଦ ନିଜାମୀ । ଦ୍ୱିତୀୟ ସାଲବେଗ ଅବଦୁଲଙ୍କ ସ୍ୱପ୍ନ ସତ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ‘ମୁଁ ଜାଣଛି ତମେ ଜାଣିଛ ହେ ସବୁ, ତଥାପି କହୁଛି ଶୁଣ ମହାପ୍ରଭୁ ।’ ଗୁହାରୀ ଶୁଣିଲେ ଭକତର ବନ୍ଧୁ । ସ୍ୱପ୍ନ ସତ ହେଲା ଆଉ ସଂଗୀତ ଦୁନିଆରେ ପାଦ ବି ପଡିଲା ।

କୃପାସିନ୍ଧୁଙ୍କର ଅପାର କୃପାରେ ଜଗନ୍ନାଥ ଭଜନ ଗାଇଛନ୍ତି କଟକ ପ୍ରହରାଜପୁର ମୁସଲମାନ ଭକ୍ତ ଅବଦୁଲ ସମଦ ନିଜାମୀ । ଅବଦୁଲ ସମଦଙ୍କ ସ୍ୱପ୍ନକୁ ସାକାର କରିବାରେ ସାରଥି ସାଜିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଭଜନଟିକୁ ନନ୍ଦିଘୋଷ ଟିଭିର ସଂପାଦକ ଶିଶିର ଭଟ୍ଟମିଶ୍ର ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମଆନନ୍ଦ  ।

ଅବଦୁଲ୍ ପିଲା ଦିନରୁ ଅନ୍ଧ ହୋଇଥିବା ବେଳେ ଜଗନ୍ନାଥ ଭକ୍ତି ଓ ସଂଗୀତ ପ୍ରତି ରହିଛି ଅହେତୁକ ଦୁର୍ବଳତା । କିଛିଦିନ ପୂର୍ବରୁ ଅବଦୁଲଙ୍କ ଏକ ଗୀତ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ସାଲବେଗ ଭକ୍ତ । ପ୍ରତିଭାକୁ ଦେଖି ସ୍ୱରକୁ ଆଗକୁ ନେବାକୁ ପ୍ରୟାସ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଉ ଶେଷରେ ପୂରଣ ହୋଇଛି ଅବଦୁଲଙ୍କ ସ୍ୱପ୍ନ ।

barsha

ସୂଚନା ଯୋଗ୍ୟ ଯେ, ପୂର୍ବରୁ କୋରାପୁଟର ନମିତାଙ୍କୁ ଆଗକୁ ଆଣି ଗୀତ ରେକର୍ଡ କରିଥିଲେ ବର୍ଷା। ଏବେ ପୁଣି ଅବଦୁଲଙ୍କୁ ଆଗକୁ ଆଣି ନିଆରା ପ୍ରୟାସ ଜାରି ରଖିଛନ୍ତି ବର୍ଷା ।

ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ତାତି । ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ମେଘମୁକ୍ତ ଆକାଶ ପାଇଁ ଆଜିଠୁ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ଉତ୍ତର ଉପକୂଳରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପାଇଁ ରାଜ୍ୟର ୧୧ ଜିଲ୍ଲାକୁ ଘୂର୍ଣ୍ଣିଝଡ ଓ ବଜ୍ରପାତ ଜନିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରିକରାଯାଇଛି । ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ସତର୍କତା ଜାରି କରାଯାଇଛି ।

ଏହାସହ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ସମ୍ବଲପୁର, ବରଗଡ ଏବଂ ଦେଓଗଡର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ଟିଟିଲାଗଡ ଲଗାତର ଦୁଇଦିନ ହେବ ରାଜ୍ୟର ଉତ୍ତପ୍ତ ସହର ଭାବରେ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଛି ।

ନାକ ତଳକୁ ମାସ୍କ ଖସିଲେ ବିମାନବନ୍ଦରରୁ ତଡ଼ା ଖାଇବେ

ନୂଆଦିଲ୍ଲୀ: ବିମାନ ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ  । ମାସ୍କ ନପିନ୍ଧିଲେ ହୋଇପାରେ ଘର ୱାପ୍‌ସୀ  । ଗାଇଡ୍‌ଲାଇନ ଜାରିକଲା ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ ବା ଡିଜିସିଏ  । ବିମାନରେ ଯାତ୍ରା ସମୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବାକୁ ଆବଶ୍ୟକ । ନହେଲେ ବିମାନରେ ଯାତ୍ରା କରିପାରିବେ ନାହିଁ  ।

ଦେଶରେ ବିଭିନ୍ନ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ଏକ ନିର୍ଦ୍ଦେଶ ଦେଇଛି ଡିଜିସିଏ । ବିମାନରେ ଯାତ୍ରା ସମୟରେ ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ ହୋଇଯାଇଛି । କେବଳ ସେତିକି ନୁହେଁ ନାକ ତଳକୁ ମାସ୍କ ପିନ୍ଧିଲେ ମଧ୍ୟ ଗାଇଡଲାଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ବିମାନବନ୍ଦରରେ ମୁତୟନ ପୋଲିସ କର୍ମଚାରୀ ଓ ସିଆଇଏସ୍‌ଏଫ ଯବାନ ଏସବୁ କଟକଣା ପାଳନ ହେଉଛି ନା ନାହିଁ ତାହା ଅନୁଧ୍ୟାନ କରିବେ । ଯଦି କେହି ନିୟମ ପାଳନ କରୁନଥାନ୍ତି, ତେବେ ତାଙ୍କୁ ତୁରନ୍ତ ବିମାନବନ୍ଦରରୁ ବାହାରକୁ ପଠାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଆପାର୍ଟମେଣ୍ଟରେ ଗାଡ଼ି ପାର୍କିିଂକୁ ନେଇ ପ୍ରଥମେ ଗଣ୍ଡଗୋଳ ଆଉ ତାପରେ..

ବାଲେଶ୍ୱର: ବାଲେଶ୍ୱର ଗଡଗଡିଆ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ ଫୁଟିଲା ଗୁଳି । ଗୁଳିମାଡରେ ବ୍ୟାଟେରି ଦୋକାନି ଗୁରୁତର ହୋଇଛନ୍ତି  । ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି  । ଗାଡି ପାର୍କିଂ ସମସ୍ୟାକୁ ନେଇ ଗୁଳିକାଣ୍ଡ ଘଟିଛି । ବ୍ୟବସାୟୀ ହେଲେ ଆନନ୍ଦ ସିଂ । ତାଙ୍କ ଶରୀରରେ ଗୁଳି ରହି ଯାଇଥିବାରୁ ଆନନ୍ଦଙ୍କୁ ବାଲେଶ୍ୱର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ତେବେ ଆନନ୍ଦ ସିଂଙ୍କୁ ଗୁଳି ମାରିଥିବା ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ପୋଲିସ ଗିରଫ କରିଛି । ଆପାର୍ଟମେଣ୍ଟରେ ପାର୍କିଂ ସମସ୍ୟାକୁ ନେଇ ଆନନ୍ଦ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହି ସମୟରେ ହଠାତ୍ ଲକ୍ଷ୍ମଣ ନିଜ ବନ୍ଧୁକରୁ ଆନନ୍ଦଙ୍କ ଉପରକୁ ଗୁଳି ମାରିଥିଲେ । ଆନନ୍ଦଙ୍କ ଛାତିରେ ଗୁଳି ବାଜିଥିଲା  । ଚିତ୍କାର ଶୁଣି ସିକ୍ୟୁରିଟି ଗାର୍ଡ ଆନନ୍ଦଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

ଅଗ୍ନିକାଣ୍ଡରେ ମାଆ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ: ନିଆଁରେ ଜଳି ମାଆ ମୃତ, ଝିଅ ଗୁରୁତର । ହୁ ହୁ ହୋଇ ଜଳିଗଲା ଘର । ବାହାରି ପାରିଲେନି ମାଆ ଓ ଝିଅ  । ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମାଆ ଓ ଝିଅ ଘର ରୋଷେଇ କରୁଥିବା ବେଳେ ହଠାତ୍ ନିଆଁ ଲାଗିଥିଲା । ଝିଅକୁ କୌଣସି ମତେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନିଆଁ ଭିତରୁ ଫସି ରହିଥିବା ମାଆକୁ ଉଦ୍ଧାର କରାଯାଇ ନପାରିବାରୁ ତାଙ୍କପ ମୃତ୍ୟୁ ହୋଇଛି ।

Mother Burnt Alive, Daughter Critical After Fire Catches House In Bhadrak

ମହଲାସାହିର ପ୍ରଭାତ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାତଙ୍କ ପତ୍ନୀ ଭାରତୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଏଥି ସହ ୧୦ ବର୍ଷର ଝିଅ ଅଗ୍ନିକାଣ୍ଡରେ ଗୁରୁତର ହୋଇ  ଚିକିତ୍ସିତ ହେଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ଅନୁସାରେ ରୋଷେଇ ବେଳେ ନିଆଁ ଲାଗି ଯାଇଥିଲା ।

Mother Burnt Alive, Daughter Critical After Fire Catches House In Bhadrak

ନିଆଁର ପ୍ରକୋପ ଏତେ ଥିଲା ଯେ ହଠାତ୍ ଆୟତ୍ତ କରିବା ସମ୍ଭବପର ହୋଇନଥିଲା । ଚାଳ ଘର ହୋଇଥିବାରୁ ଓ ପବନ ଦେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଥିଲା । ସ୍ଥାନୀୟ ଲୋକେ ଧାଁ ଦୌଡ଼ କରି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ୨ ବଖରା ଘର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି ।

ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ; ସିଟି କାଉନସିଲ ଓ ପରିବାର ମଧ୍ୟରେ ୧୯୬ କୋଟି ଚୁକ୍ତି

ୱାସିଂଟନ: ଆମେରିକା ନାଗରିକ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ମାମଲାରେ ଆର୍ଥିକ ବୁଝାମଣା ହୋଇଛି । ଆମେରିକାର ସିଟି କାଉନସିଲ ଓ ଜର୍ଜଙ୍କ ପରିବାର ମଧ୍ୟରେ ଏହି ବୁଝାମଣା ହୋଇଥିବା ଜଣାପଡିଛି । ପାଖାପାଖି ୧୯୬ କୋଟି ଟଙ୍କାରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏଥିସହ ପୂର୍ବତନ ପୋଲିସ ଅଧିକାରୀ ଡେରେକ ଚୌବିନଙ୍କ ବିରୋଧରେ ମାମଲା ମଧ୍ୟ ଜାରି ରହିବ । ଜର୍ଜଙ୍କ ସଙ୍ଘିୟ ନାଗରିକତା ଉଲଘଂନ ହୋଇଥିବା ନେଇ ଗତବର୍ଷ ଜୁଲାଇରେ ପରିବାର ଲୋକ ମାମଲା ରୁଜୁ କରିଥିଲେ ।

ଏହି ଆର୍ଥିକ ଚୁକ୍ତି ପରେ ଜର୍ଜଙ୍କ ସହ ଘଟିଥିବା ଘଟଣା ଦୋହରାଯିବ ନାହିଁ ବୋଲି ସିଟି କାଉନସିଲ ସଦସ୍ୟ ଆଶା କରିଛନ୍ତି । ସେପଟେ ଦୋଷୀ ଡେରେକ ଚୌବିନଙ୍କ ମାମଲାରେ ଛଅ ଜଣିଆ ବିଚାରପତି ଶୁଣାଣି କରିବେ । ଗତବର୍ଷ ମେ ୨୫ ରେ ଏକ ମାମଲାରେ ଜର୍ଜ ଫ୍ଲୋଏଡକୁ ପୋଲିସ ଅଧିକାରୀ ଡେରେକ ଗିରଫ କରିଥିଲେ । ଏହାପରେ ରାସ୍ତା ମଝିରେ ଜର୍ଜଙ୍କ ବେକରେ ନିଜ ଆଣ୍ଠୁ ଦେଇ ମାଡିବସିଥିଲେ ।

ଏଭଳି ସ୍ଥିତିରେ ପାଖାପାଖି ୮ ମିନିଟ ପରେ ଜର୍ଜଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେତେବେଳେ ଏହାର ଏକ ଭିଡିଓ ସାରା ବିଶ୍ବରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଆମେରିକାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଘଟଣାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବଦନାମ ହୋଇଥିଲେ ।

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଘଟଣା, ନିନ୍ଦା କଲେ ବିଜେଡ଼ି-କଂଗ୍ରେସ

ଭୁବନେଶ୍ବର: ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଜୋର ଧରିଛି ରାଜନୀତି । ବିଧାୟକଙ୍କ ଏପରି ଉଦ୍ୟମ ବିଧାନସଭାର ଗାରିମାକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଛି ବିଜେଡ଼ି । ତେଣୁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି । ନହେଲେ ଗୃହ ଚଳାଇ ଦିଆଯିବନାହିଁ ବୋଲି ଶାସକ ଦଳ କହିଛି । କାଲିର ସୁଇସାଇଡ୍ ଡ୍ରାମାକୁ ନେଇ ଆଜି ଗୃହ ଚାଲିପାରିନାହିଁ । ହଙ୍ଗାମା ଯୋଗୁଁ ଗୃହକୁ ବାରମ୍ବାର ମୁଲତବି ରଖିଛନ୍ତି ବାଚସ୍ପତି ।

ଧାନକିଣା ଏବଂ ମଣ୍ଡି ଅବ୍ୟବସ୍ଥା ଅଭିଯୋଗ ନେଇ ଶୁକ୍ରବାର ବିଧାନସଭାରେ ସୁବାସ ପାଣିଗ୍ରାହୀ ଦେଖାଇଲେ ହାଇଭୋଲଟେଜ୍ ଡ୍ରାମା। ଆତ୍ମହତ୍ୟା ଉଦ୍ୟମ କରି ବିଧାନସଭା ଇତିହାସରେ ରଚିଲେ କଳଙ୍କିତ ଅଧ୍ୟାୟ । କ୍ଷୁର୍ଣ୍ଣ କଲେ ଗୃହର ମର୍ଯ୍ୟାଦା। ତେଣୁ ସେ ତୁରନ୍ତ ଗୃହ ମଧ୍ୟରେ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି । କିଛି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି, କ୍ଷମା ଦାବି ସ୍ବରକୁ ଶାଣିତ କରିଥିଲେ । ଜଣେ ଜନ ପ୍ରତିନିଧି ନିଜ ଆଚରଣ ଓ ଉଚ୍ଚାରଣ ଭୁଲି ଯେଉଁଭଳି ଭୁଲ ବାର୍ତ୍ତା ଦେଲେ, ତାକୁ ଦୃଢ ବିରୋଧ କରିଛି ବିଜେଡି।

ଚର୍ଚ୍ଚାରେ ରହିବା ପାଇଁ ନା ଏହା ପଛରେ ବିଜେପିର ସୁଚିନ୍ତିତ ରାଜନୀତି ରହିଛି, ସେନେଇ ଦଳ ସ୍ପଷ୍ଟ କରିବାକୁ କହିଛି ବିଜେଡି । ବିଧାୟକଙ୍କ ଆତ୍ମହତ୍ୟା ନାଟକ ନେଇ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଝଡ଼ । ଫଳରେ ଗୃହକୁ ବାରମ୍ବାର ମୁଲତିବ ରଖିଛନ୍ତି ବାଚସ୍ପତି । କେବଳ ଶାସକ ଦଳ ନୁହେଁ, ବିରୋଧୀ ମଧ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଚାହିଁଲେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ, ହେଲେ କ୍ଷମା କାହିଁକି ମାଗିବେ ବୋଲି ଯୁକ୍ତି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ସେପଟେ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଥାନ୍ତା ବୋଲି କଂଗ୍ରେସ କହିଛି । ବିଜେପି ବିଧାୟକଙ୍କ ଏପରି ଉଦ୍ୟମକୁ ମଧ୍ୟ ନିନ୍ଦା କରିଛି କଂଗ୍ରେସ । ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଦେଶରେ କୃଷି ଆଇନ୍ ନେଇ ଅନ୍ନଦାତାଙ୍କ ଆକ୍ରୋଶ ଚରମରେ ରହିଛି । ଶହେରୁ ଅଧିକ ଦିନ ଧରି ଶୀତ, ଖରାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ ହେଲେ କେନ୍ଦ୍ର ସରକାର ଶୁଣୁନାହାନ୍ତି । ସେପଟେ ମଣ୍ଡି ସମସ୍ୟା ନେଇ ଦୁଇ ଦୁଇ ଥର ବିଧାନସଭା ଆଲୋଚନାରେ ମନ୍ତ୍ରୀ ଉତ୍ତର ରଖିବା ସହ ପ୍ରକୃତ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି କହିଛନ୍ତି ।