spot_img
Home Blog Page 5915

ଜଟ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା, ଆକ୍ରମଣ ଭିଡିଓର ହେବ ଯାଞ୍ଚ: ଡିସିପି

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ, ରାଜଧାନୀର ବିଚ୍ ରାସ୍ତାରେ ହତ୍ୟାକାଣ୍ଡ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି । ସାଲିଆସାହିର ସୁଧୀର ପୃଷ୍ଟି, ସାଗର ପୃଷ୍ଟି ଏବଂ ଟୁକୁନା ଦାସଙ୍କ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଥିଲା । ସୁଧୀର ଓ ସାଗରଙ୍କ ସହ ମୃତ ଟୁକୁନା ଦାସ ଓରଫ ଜଟଙ୍କ ଗତକାଲି ଝଗଡ଼ା ହୋଇଥିଲା । ଆଜି ସକାଳୁ ମଧ୍ୟ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।

Personal Enmity Behind CRP Murder Case Says DCP

ତା’ପରେ ସୁଧୀର ଓ ସାଗର ସେମାନଙ୍କ ଗାଡ଼ିରେ ସାଲିଆସାହି ଟାଙ୍କି ନିକଟରୁ ଟୁକୁନାଙ୍କୁ ଉଠାଇ ଆଣିଥିଲେ । ସିଆରପି ନିକଟରେ ଗାଡ଼ି ଅଟକାଇ ଛୁରୀରେ ଟୁକୁନାଙ୍କୁ ଆକ୍ରମଣ କରିଥିଲେ ସୁଧୀର ଓ ସାଗର । ଏହା ଦେଖି ସ୍ଥାନୀୟ ଲୋକ ପାଟିତୁଣ୍ଡ କରିଥିଲେ । ଶହେକୁ ଫୋନ୍ ପରେ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଧୀର ଓ ସାଗରଙ୍କୁ ଉଦ୍ଧାର କରିଥିଲା । ଲୋକମାନେ ଉତ୍ତ୍ୟକ୍ତି ଥିଲେ । ପିସିଆର୍ ଉପରେ ଲୋକମାନେ ଆକ୍ରମଣ କରିଥିଲେ । ଏପରିକି ସୁଧୀର ଓ ସାଗରଙ୍କୁ ସେଇଠି ଦଣ୍ଡ ଲୋକମାନେ ଦଣ୍ଡ ଦେବେ ବୋଲି କହିଥିଲେ ।

Personal Enmity Behind CRP Murder Case Says DCP

ସିଆରପିରେ ଉପୁଜି ଥିବା ସ୍ଥିତି ଓ ମାରପିଟର ଭିଡିଓକୁ ଯାଞ୍ଚ କରାଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ଭିଡିଓରୁ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯିବ । ଅନ୍ୟପଟେ ମୃତ୍ୟୁବରଣ କରିଥିବା ଜଟ ନାଁରେ ୨୦୧୨ରେ ମାରପିଟ୍ କେସରେ ମାମଲା ହୋଇଥିଲା ବୋଲି ଡିସିପି କହିଛନ୍ତି ।

Personal Enmity Behind CRP Murder Case Says DCP

ପୋଲିସ ରୋଡ୍ ଷ୍ଟ୍ରିଟ୍ କ୍ରାଇମକୁ ଗମ୍ଭୀରତାର ସହ ନେଇଛି । ବିଶେଷକରି ରାଜଧାନୀରେ ଛିନତାଇ୍, ଲୁଟ୍ ଗତ ୧୦ ଦିନ ମଧ୍ୟର ବଢ଼ିଛି । ଗାଡ଼ିରେ କୌଣସି ମୂଲ୍ୟବାନ ଜିନିଷ ରଖି ଗାଡ଼ି ପାର୍କିଂ ନ କରିବା ଲାଗି ଡିସିପି ଅନୁରୋଧ କରିଛନ୍ତି । ଏଥିସହ ଅଧିକ ଟଙ୍କା ବ୍ୟାଙ୍କରୁ ଉଠାଇ ନେଇକରି ଯାଉଥିଲେ ଡାଏଲ୍ ୧୦୦କୁ ଜଣାନ୍ତୁ । ଏଭଳି କ୍ରାଇମରେ ରାଜ୍ୟ ବାହାର ଅପରାଧୀ ସହ ଗଞ୍ଜାମର ଅପରାଧୀ ସମ୍ପୃକ୍ତ । ଯଦି କାହା ପାଖେ କୌଣସି ସୂଚନା ରହୁଛି, ତାହାଲେ ପୋଲିସକୁ ଜଣାଇବାକୁ ଡିସିପି ଅନୁରୋଧ କରିଛନ୍ତି ।

୮ ବର୍ଷର ବାଳକକୁ ଗିଳି ଦେଲା କୁମ୍ଭୀର, ପେଟ ଚିରି ବାହାର କଲେ…

ଇଣ୍ଡୋନେସିଆରେ ଗୋଟିଏ କୁମ୍ଭୀର ୮ ବର୍ଷର ଶିଶୁକୁ ସମ୍ପୂର୍ଣ୍ଣ ଗିଳି ଦେବା ଭଳି ଖବର ଶୁଣିବାକୁ ମିଳିଛି । ଏମିତିକି ଘଟଣା ଘଟିବା ପରେ ୨୬ ଫୁଟ୍ ଲମ୍ବର ଏହି କୁମ୍ଭୀରକୁ ଲୋକମାନେ ଧରିବା ସହ ତା’ ପେଟ ଚିରି ଶିଶୁର ମୃତଦେହକୁ ବାହାର କରିଥିଲେ ।

ଦ ସନର ରିପୋର୍ଟ ମୁତାବକ ମୃତ ଶିଶୁର ନାମ ଦିମସ ମୁଲ୍କାନ ସପୁତ୍ରା ବୋଲି ଜଣାପଡିଛି। ଦିମସ୍ ନିଜ ବାପାଙ୍କ ସହ ମାଛ ମାରିବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା।

ସୂଚନା ଅନୁଯାୟୀ,  ମାଛ ଧରୁଥିବା ବେଳେ ପାଣି ଭିତରୁ ଅଚାନକ କୁମ୍ଭୀର ବାହାରି ଛୁଆଟିକୁ ପାଣି ଭିତରକୁ ଟାଣି ନେଇଥିଲା । ଏହି ଘଟଣାଟି ଇଣ୍ଡୋନେସିଆର ବେଗ୍ନେଲୋନ୍ ଜିଲ୍ଲାରେ ବୁଧବାର ଘଟିଥିଲା ।

ଛୁଆକୁ ଟାଣି ନେଇଥିବା ଦେଖି ଦିମସର ପିତା ସୁବଲିଆସ୍ୟାହ କୁମ୍ଭୀରର ପିଛା କରିଥିଲେ । ପହଁରି ପହଁରି କୁମ୍ଭୀର ପାଖରେ ପହଞ୍ଚିବା ସହ ପୁଅକୁ ଛଡାଇବାକୁ ଚେଷ୍ଟା କରିଥିଲେ । ହେଲେ ତାକୁ ବଞ୍ଚାଇ ପାରିନଥିଲେ।

ତେବେ ଘଟଣାର ଗୋଟିଏ ଦିନ ପରେ କୁମ୍ଭୀରକୁ ଧରା ଯାଇଥିଲା । ପରେ ତାକୁ ପିଟିପିଟି ମାରିବା ସହ ପେଟ ଚିରି ମୃତଦେହକୁ ବାହାର କରିଥିଲେ । ଏହାର କିଛି ସପ୍ତାହ ପୂର୍ବରୁ ଇଣ୍ଡୋନେସିଆରେ ଏକ ଛୁଆକୁ କୁମ୍ଭୀର ମାରି ଦେଇଥିଲା ।

ଖାସ୍ ଜାଗର ପାଇଁ: ମାର୍ଚ୍ଚ୧୦ ରୁ ୧୨ ଯାଏଁ ଆଖଣ୍ଡଳମଣିଙ୍କ ପୀଠରେ ୧୪୪ ଧାରା

ଆରଡ଼ି: ରାଜ୍ଯର ଅନ୍ଯତମ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ କଟକଣା ମଧ୍ୟରେ ହେବ  ଜାଗର ଯାତ୍ରା । ଏ ନେଇ କଟକଣା  ଜାରି କରିଛି ଜିଲାପ୍ରଶାସନ। ଜାଗରଯାତ୍ରାରେ ହେବାକୁ ଥିବା ସମସ୍ତ ନୀତିକାନ୍ତି ପରମ୍ପରା ଅନୁଯାୟୀ କରାଯିବା ସହ ଚଳିତବର୍ଷ କୋଭିଡ ନିୟମ ପାଳନ କରି ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବାକୁ ଜାଗରଯାତ୍ରାର ଅଧ୍ଯକ୍ଷ ତଥା ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସ ଜଣାଇଛନ୍ତି। ଏଥିପାଇଁ ଆସନ୍ତା  ମାର୍ଚ୍ଚ ୧୦ ବୁଧବାର ସକାଳ ୭ରୁ ଶୁକ୍ରବାର  ସକାଳ ୭ଟା ଯାଏଁ ଅର୍ଥାତ ୨ଦିନଯାଏଁ ପୀଠରେ  ୧୪୪ ଧାରା ବଳବତ୍ତର ରହିବ ବୋଲି ଜିଲାପାଳ ଶ୍ରୀ ଦାସ ଏକ ଚିଠି ମାଧ୍ଯମରେ ଜଣାଇଛନ୍ତି।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଜାଗର ଯାତ୍ରI ପାଇଁ ମନ୍ଦିର ପରିସରରେ ନୀତିକାନ୍ତି ସହ ପୂଜାର୍ଚ୍ଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହେବା ସହ,ଜାଗର ଯାତ୍ରା ସମୟରେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ରୋକ ଲଗାଇଛି ପ୍ରଶାସନ।  କେବଳ ସେବକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ସହ ସମସ୍ତ ସେବାକାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କୋଭିଡ କଟକଣା ଅନୁଯାୟୀ ସମସ୍ତ ସେବାୟତ ମାକ୍ସ ପରିଧ୍ଯାନ କରିବା ସହିତ ସାମାଜିକ ଦୂରତା ରକ୍ଷାକରିବା ପାଇଁ ପତ୍ରରେ ଉଲେଖ୍ଯ କରାଯାଇଛି। ମଣିବାବାଙ୍କ ମନ୍ଦିରର ପରମ୍ପରା ଅନୁଯାୟୀ  ମନ୍ଦିର ଚୂଡାକୁ ମହାଦୀପ ଭୋର ୪ଟା୩୦ରେ ଉଠିବ।

କୋର୍ଟ ଶୁଣାଇଲେ ଆଜୀବନ ସଜ୍ଜା, ଧକ୍କା ଦେଇ ଖସିଗଲା ଦୁଷ୍କର୍ମକାରୀ

ଭୋପାଳ: ସଜ୍ଜା ଶୁଣିଲା ଚମ୍ପଟ ମାରିଲା । ଦୁଷ୍କର୍ମ ଦୋଷୀକୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇବା ପରେ ସେ କୋର୍ଟରୁ ଚମ୍ପଟ୍ ମାରିଛି । ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା କୋର୍ଟରେ କ୍ଲର୍କଙ୍କୁ ଧକ୍କା ଦେଇ ଖସି ପଳାଇଛି ଦୋଷୀ । ଏବେ ଜିଲ୍ଲା ଏସପିଙ୍କ ସହ ପୋଲିସ ଦୋଷୀ ଜିତେନ୍ଦ୍ର ଭିଲକୁ ଖୋଜୁଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

Rape Culprit Absconding From Rajgarh Court After Life Imprisonment

ଏକ ଦୁଷ୍କର୍ମ ମାମଲାରେ ରାଜଗଡ଼ ଜିଲ୍ଲା କୋର୍ଟ ଜିତେନ୍ଦ୍ର ଭିଲକୁ ଦୋଷୀ ସାବ୍ୟସ୍ତ କରିଥିଲେ । ପକସୋ ଆକ୍ଟରେ ମାମଲାର ବିଚାର କରିବା ସହ ଆଜୀବନ ସଜ୍ଜା ଶୁଣାଇଥିଲେ ବିଚାରପତି । ଆଜୀବନ କାରାଦଣ୍ଡ ଶୁଣିବା ପରେ ଦୋଷୀ ବିଚଳିତ ହୋଇ ପଡ଼ିଥିଲା । କୋର୍ଟରେ କ୍ଲର୍କ ସହ ଅନ୍ୟମାନଙ୍କୁ ଧକ୍କା ମାରି ଖସି ପଳାଇଛି ।

Rape Culprit Absconding From Rajgarh Court After Life Imprisonment

ସୂଚନା ଅନୁସାରେ, ପ୍ରାୟ ୨ ବର୍ଷ ତଳେ ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କ ସହ ଜିତେନ୍ଦ୍ର ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ କଥା ସାମ୍ନାକୁ ଆସିଥିଲା । ପରିବାରର ପଚରାଉଚରା ପରେ ନାବାଳିକା ଜିତେନ୍ଦ୍ରର ନାଁ କହିଥିଲା । ଏହାପରେ ନାବାଳିକାର ପରିବାର ୨୦୧୮ ମସିହାରେ ଥାନାକୁ ଯାଇ ରାଜଗଡ଼ ଥାନାରେ ମାମଲା ରୁଜୁ କରିଥିଲେ ।

Rape Culprit Absconding From Rajgarh Court After Life Imprisonment

ଏତଲା ପରେ ପୋଲିସ ପକସୋ ଆକ୍ଟ ସହ ନାବାଳିକାଙ୍କୁ ଦୁଷ୍କର୍ମ ଓ ଅନ୍ୟ ଧାରାରେ ଜିତେନ୍ଦ୍ର ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାର ବିଚାର କରି ଜିଲ୍ଲା ଜଜ୍ ଜିତେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ଏହାପରେ ଜିତେନ୍ଦ୍ର କୋର୍ଟ ପରିସରରୁ ଚମ୍ପଟ ମାରିଥିଲା ।

କେନ୍ଦ୍ରକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ଭ୍ୟାକସିନ୍ ସାର୍ଟିଫିକେଟ୍ ଉପରୁ ହଟାନ୍ତୁ ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସକ୍ରିୟ ହୋଇପଡିଛନ୍ତି ନିର୍ବାଚନ ଆୟାେଗ । ଏମିତିକି ନିର୍ବାଚନକୁ ଅବାଧ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

ECI to launch Digital Voter-ID cards on National Voter's Day

ସୂଚନା ଅନୁସାରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ କରୋନା ଟିକାର ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରା । ୭୨ ଘଣ୍ଟା ମଧ୍ୟରେ ଏହି ଆଦେଶ ପାଳନ ନେଇ ସ୍ପଷ୍ଟ କରିବାକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ  ମାନଙ୍କୁ କୁହାଯାଇଛି ।

 

ଟିଏମସି ସାଂସଦ ଡେରିକ ଓ ବ୍ରାଇନଙ୍କ ଆପତ୍ତି ପରେ ଏଭଳି ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ । ସେମାନେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରାଙ୍କ ନିକଟରେ ଭ୍ୟାକ୍ସିନେସନ ସାର୍ଟିଫିକେଟରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ, ନାମ ଓ ବାର୍ତ୍ତାକୁ ନେଇ ଆପତ୍ତି ପ୍ରକାଶ କରିଥିଲେ । ସେମାନେ କହିଥିଲେ ଯେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ସରକାରୀ ପ୍ଲାଟଫର୍ମ କୋୱିନ୍ ଆାପ୍ ଜରିଆରେ ଏକପ୍ରକାର ନିଜର ପ୍ରଚାର କରୁଛନ୍ତି ।  କରୋନା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବଦଳରେ ସ୍ୱାସ୍ଥ୍ୟ କର୍ମୀଙ୍କ ଫଟୋ ରଖିବା ପାଇଁ ଦାବି କରିଛି କଂଗ୍ରେସ।

ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ଦେଶର ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ନିର୍ବାଚନ। ତନ୍ମଧ୍ୟରେ ରହିଛି ପଶ୍ଚିମବଙ୍ଗ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ଆସାମ।

 

 

ଟଙ୍କା ନଦେବାରୁ ପେଟ ସିଲେଇ ନକରି ୩ ବର୍ଷ ପିଲାକୁ ହସ୍ପିଟାଲରୁ ତଡିଦେଲେ ଡାକ୍ତର,ଛଟପଟ ହୋଇ ଚାଲିଗଲା ଜୀବନ

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଅମାନବୀୟ କାଣ୍ଡ । ଚିକିତ୍ସାର ପୂରା ଟଙ୍କା ଦେଇ ନପାରିବାରୁ ଅଧା ଅପରେଶନରୁ ୩ ବର୍ଷର ଝିଅକୁ ବାହାରକୁ କାଢ଼ିଦେଲେ ହସ୍ପିଟାଲ କତ୍ତୃପକ୍ଷ। ଫଳରେ ନିରିହ ପିଲାଟିର ମୃତ୍ୟୁ ହୋଇଛି । ଏଭଳି ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପିଲାଟିର ପେଟ ଅପରେଶନ ଚାଲିଥିବାବାଳେ ପେଟ ସିଲେଇ ନକରି ହସ୍ପିଟାଲ କତୃପକ୍ଷ ବାହାରକୁ କାଢ଼ିଦେଇଥିବା ଅଭିଯୋଗ।

ସୂଚନା ଅନୁଯାୟୀ ପ୍ରୟାଗରାଜର ବ୍ରହ୍ମଦିନ ମିଶ୍ରଙ୍କ ୩ ବର୍ଷର ଝିଅର ପେଟରେ କିଛି ସମସ୍ୟା ଥିଲା । ମାତାପିତା ତା’ର ଚିକିତ୍ସା ପାଇଁ ପ୍ରୟାଗରାଜର ରାୱତପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। କିଛିଦିନ ପରେ ଝିଅର ଅସ୍ତ୍ରୋପଚାର ହୋଇଥିଲା। ପିତାଙ୍କ କହିବା ମୁତାବକ ହସ୍ପିଟାଲ କତ୍ତୃପକ୍ଷ ଅପରେଶନର ଦେଢ଼ ଲକ୍ଷ ଟଙ୍କା ନେବା ପରେ ମଧ୍ୟ, ୫ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନ ଦେଇପାରିବାରୁ ହସ୍ପିଟାଲ ପ୍ରଶାଶନ ପିଲାଟିକୁ ପରିବାର ସମେତ ବାହାରକୁ ତଡ଼ିଦେଇଥିଲା।

ଏହାପରେ ପିତା ପିଲାଟିକୁ ନେଇ ହବୁ ଅନ୍ୟ ଡାକ୍ତରଖାନାକୁ ଯାଇଥିଲେ । ହେଲେ ସବୁଠି ପିଲାକୁ ନେବାରୁ ମନା କରିଦେଇଥିଲେ। କୁହାଯାଇଥିଲା ଯେ ପିଲାର ଅବସ୍ଥା ବହୁତ ସଂକଟାପନ୍ନ ଅଛି, ସେ ବଞ୍ଚିପାରିବ ନାହିଁ। ଶେଷରେ ଅନେକ ସମୟ ଧରି ସଂଘର୍ଷ କରି କରି ଶେଷରେ ଚିକିତ୍ସା ଅଭାବରୁ ପିଲାଟିର ମୃତ୍ୟୁ ହୋଇଥିଲା । ମୃତ ପିଲାର ପିତା ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା କତ୍ତୃପକ୍ଷ ଅପରେଶନ ପରେ ପିଲାର ପେଟକୁ ସିଲେଇ ନକରି ବାହାରକୁ କାଢ଼ିଦେଲେ । ଆଉ ଏହି କାରଣରୁ ଅନ୍ୟ ଡାକ୍ତରଖାନା ମଧ୍ୟ ପିଲାକୁ ନେବାକୁ ମନା କରି୍ଦେଲେ । ଫଳରେ ଚିକିତ୍ସା ଅଭାବରୁ ପିଲାଟିର ମୃତ୍ୟୁ ହୋଇଛି।

ନିରାଶ ପିତା ସୋସିଆଲ ମିଡିଆ ମାଧ୍ୟମରେ ବି ଝିଅର ଚିକିତ୍ସା ପାଇଁ ଗୁହାରି କରିଥିଲେ। ଭିଡିଓରେ ବାପା ଝିଅର ଖୋଲା ପେଟକୁ ଦେଖାଇ ନ୍ୟାୟ ପାଇଁ ନିବେଦନ କରିଥିଲେ। ଭିଡିଓଟି ପୋଷ୍ଟ ହେବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆରେ ଲୋକମାନେ ଜିଲ୍ଲା ପ୍ରଶାସନ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଡାକ୍ତରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରୁଛନ୍ତି।

ସୂଚନା ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ୱାମୀ ଏହି ଘଟଣାର ତଦନ୍ତ ଦଳ ଗଠନ କରିଛନ୍ତି। ଏଡିଏମ୍ ସିଟି ଏବଂ ପ୍ରୟାଗରାଜ ସିଏମଓର ମିଳିତ ଦଳ ଏହି ଘଟଣାର ତଦନ୍ତ କରିବେ। ଏଥି ସହିତ ଡିଏମ ଏହା ମଧ୍ୟ କହିଛି ଯେ ଏହି ଘଟଣାର ପ୍ରତ୍ୟେକ ଦିଗକୁ ସଠିକ୍ ଯାଞ୍ଚ କରିବା ପରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶସ୍ତା ହେଉଛି ସୁନା, ୯ ମାସରେ ଦର ୨୧ ପ୍ରତିଶତ ହ୍ରାସ

ମୁମ୍ବାଇ: ୯ ମାସର ମହଙ୍ଗା ପରେ ଶସ୍ତା ହୋଇଛି ସୁନା । ଦେଶରେ ଶୁକ୍ରବାର ସୁନା ଦର ୧୦ ଗ୍ରାମ୍ ପିଛା ପାଖାପାଖି ୪୩ ହଜାର ଟଙ୍କାକୁ ଖସି ଆସିଛି । ଗତବର୍ଷ ଅଗଷ୍ଟ ମାସରେ ସୁନାର ସର୍ବାଧିକ ଦର ୫୬ ହଜାର ୩୧୦ ରେକର୍ଡ ସ୍ତରରେ ଥିଲା । ୯ ମାସ ମଧ୍ୟରେ ସୁନା ଦର ୨୧ ପ୍ରତିଶତ ଖସିଛି ।

From peak of Rs 56,000 in August, gold plunges to near Rs 43,000

ଅନ୍ତର୍ଜାତୀୟ ମାର୍କେଟରେ ସୁନା ଦର ହ୍ରାସ ପରେ ଦେଶରେ ଦର ଖସିଛି । ଗୁରୁବାର ପ୍ରାୟ ୯ ମାସ ପରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପ୍ରତି ୧୭୦୦ ଡଲାର ତଳେ ରହିଛି । ଅଗଷ୍ଟରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପ୍ରତି ସୁନା ଦର ୨,୦୧୦ ଡଲାର ରହିଥିଲା । ଏହା ଏବେ ୧୫ ପ୍ରତିଶତ ଖସିଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ସୁନାଦର ଆହୁରି ଖସିବ । ଆଉନ୍ସ ପ୍ରତି ସୁନା ମୂଲ୍ୟ ୧,୫୦୦ ଡଲାର ପାଖାପାଖି ଖସି ଆସିବ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି ।

From peak of Rs 56,000 in August, gold plunges to near Rs 43,000

ଡଲାର ଦୃଢ଼ ହେବା ପରେ ସୁନା ମୂଲ୍ୟ ହ୍ରାସ୍ ପାଇଛି । ଆମେରିକା ଅର୍ଥନୀତି ସୁଦୃଢ଼ ହେଉଛି । ନିବେଶକାରୀ ଆମେରିକା ସରକାରଙ୍କ ବଣ୍ଡରେ ନିବେଶ କରୁଛନ୍ତି । ବିଶେଷ କରି ସୁନାରେ ନିବେଶ ବଢ଼ୁଛି । ଯାହାର ପ୍ରଭାବ ସୁନା ଦର ଉପରେ ପଡ଼ିଛି । ଏହାଛଡ଼ା ଦେଶରେ ସୁନାର ଚାହିଦା ଏବଂ ଅନ୍ତର୍ଜାତୀୟ ବଜାରରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଉପରେ ଦେଶରେ ଦର ନିର୍ଭର କରେ । ଏବେ ଡଲାର ଅଧିକାଂଶ ଦେଶର ଟଙ୍କା ତୁଳନାରେ ମଜଭୁତ୍ ସ୍ଥିତିରେ ରହିଛି । ତେବେ, ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ସୁନା ଆଉନ୍ସ ପ୍ରତି ୧,୫୦୦ ଡଲାର ପାଖାପାଖି ଖସି ଆସିବ ।

ହତ୍ୟାକାଣ୍ଡକୁ ନେଇ ଉତ୍‌କ୍ଷୀପ୍ତ ଲୋକେ: ପିସିଆର ଭ୍ୟାନ୍‌ରେ ବସିଥିବା ଅଭିଯୁକ୍ତଙ୍କୁ ନିର୍ଦ୍ଧୁମ ପିଟିଲେ

ଭୁବନେଶ୍ୱର: ରାଜଧାନୀର ସିଆରପି ଛକରେ ହତ୍ୟାକଣ୍ଡକୁ ନେଇ ତୀବ୍ର ଉତ୍ତେଜନା । ରାଜଧାନୀର ଛାତି ଉପରେ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ ହତ୍ୟାକାଣ୍ଡ ଭିଆଇଥିବାବେଳେ ଏହାକୁ ନେଇ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତଙ୍କୁ ପୋଲିସ କାବୁ କରି ପିସିଆର ଭ୍ୟାନ୍ ମାଧ୍ୟମରେ ଥାନାକୁ ନେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଭ୍ୟାନ୍‌ ଚାରିପଟେ ଘେରିଯାଇଥିଲେ । ଏବଂ ପିସିଆର ଭ୍ୟାନ୍ ଭିତରେ ବସିଥିବା ଦୁର୍ବୃତ୍ତଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ମିଳିଥିବା ସୂଚନା ପ୍ରକାରେ କିଛି ଦୁର୍ବୃତ୍ତ ଓଡ଼ି ୦୨ ବିଏନ୍ ୧୨୩୧ ଗାଡ଼ିରେ ଆସିଥିଲେ । ଏବଂ ସିଆରପି ଛକ ନିକଟରେ  ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଏଥିରେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସାଲିଆ  ସାହିର ହୋଇଥିବା କିଛି ସ୍ଥାନୀୟ ଲୋକେ କହିଛନ୍ତି । ଏବଂ ପାରିବାରିକ କାରଣରୁ ହତ୍ୟାକାଣ୍ଡ ବୋଲି ମଧ୍ୟ ସୂଚନା ମିଳିଛି । ତେବେ ମୃତ ଯୁବକଙ୍କୁ ହତ୍ୟା କରିବାକୁ ଦୁର୍ବୃତ୍ତମାନେ ଗୋଡ଼ାଉ ଥିବା ବେଳେ ଉପସ୍ଥିତ ଲୋକେ ଦୁର୍ବୃତ୍ତଙ୍କ ଉପରକୁ ପଥର ମାଡ଼ କରି ସେମାନଙ୍କୁ ଆକ୍ରମଣରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ଏଥିରେ ଥମିନଥିଲେ ଏବଂ ଯୁବକଙ୍କୁ ଛୁରିରେ ବାରମ୍ୱାର ଆକ୍ରମଣ କରିଥିଲେ ।

https://www.youtube.com/watch?v=bFu1WB_Akgg

ରାଜଧାନୀରେ ଚାଞ୍ଚଲ୍ୟ: ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । CRP ଛକରେ ୨ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଯୁବକ ଜଣେ ଗାଡ଼ିଚାଳକ, ଆକ୍ରମଣର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପହଞ୍ଚି ପୋଲିସର ତନାଘନା । ସୂଚନା ପ୍ରକାରେ, ଗୋଟିଏ ଗାଡ଼ିରେ ଏକାଧିକ ଯୁବକ ଆସିଥିଲେ । ଏବଂ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ  । ଉପସ୍ଥିତ ଲୋକେ ଦୁର୍ବୃତ୍ତଙ୍କ ଉପରକୁ ପଥର ମାଡ଼ କରି ସେମାନଙ୍କୁ ଆକ୍ରମଣରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ଏଥିରେ ଥମିନଥିଲେ ଏବଂ ଯୁବକଙ୍କୁ ହତ୍ୟା କରିଥିଲେ । ତେବେ ମୃତ ଯୁବକଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି ।

https://www.youtube.com/watch?v=bFu1WB_Akgg

 

ବଙ୍ଗାଳୀ ମିସ୍ତ୍ରୀଙ୍କୁ ହତ୍ୟା ମାମଲାରେ ୬ ଗିରଫ

ବଲାଙ୍ଗୀର: ବଙ୍ଗାଳୀ ମିସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଭୋଜି କରି ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଭିଆଇଥିବା ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସଡିପିଓ ସୂଚନା ଦେଇଛନ୍ତି । ମୃତ ବଙ୍ଗାଳୀ ମିସ୍ତ୍ରୀ ଶେଖ୍‌ ବାନୀଙ୍କୁ ନିର୍ମମ ଭାବେ ହତ୍ୟା କରି ଛାତରୁ ନାଳକୁ ଫିଙ୍ଗି ଦେଇଥିଲେ ସହଯୋଗୀ । ପ୍ରଥମେ ଶେଖ୍‌ଙ୍କୁ ପଥରରେ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ବେଡସିଟ୍ ଘୋଡାଇ ମୃତଦେହକୁ ନାଳକୁ ଫିଙ୍ଗାଯାଇଥିଲା । ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପ୍ରତ୍ୟେକ ଦିନ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ଲାଗେ । ୮ ବର୍ଷ ହେବ କୋଲକାତାରୁ ଆସି ବଲାଙ୍ଗୀରରେ ରହି ଘର ମିସ୍ତ୍ରି ଭାବେ କାମ କରି ରହୁଥିଲେ ଶେଖ୍‌ ।

ସୂଚନା ଯୋଗ୍ୟ ଯେ, ଗତକାଲି ଗେଟ୍‌ ସୋରବର ପଡ଼ାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ବଙ୍ଗାଳୀ ରାଜମିସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ସେକ୍‌ଙ୍କ ସହ ରହୁଥିବା ୫ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଶୁକ୍ରବାର ସକାଳୁ ପାଲିସ ସେକ ବାନୀଙ୍କ ମୃତଦେହ ନାଳରୁ ଉଦ୍ଧାର କରିଥିଲା ।  ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ମୃତ ଶେଖ୍‌ ବାନୀ ୮ବର୍ଷ ହେୱା କୋଲକାତାରୁ ଆସି ବଲାଙ୍ଗୀରରେ ରହୁଥିଲେ । ତେବେ ବିଭିନ୍ନ ସମୟରେ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ସ୍ଥାନୀୟ ଲୋକ କହିଥିଲେ ।