ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା। ଆଜିଠୁ ଦୁଇଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ। ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ। ଅଧିକ ତଥ୍ୟ ପ୍ରମାଣ ପାଇଁ କରିବ ମାରାଥନ ଜେରା। ୧୯୯୯ର କଳାରାତିର ସତ ବଖାଣିବ ଅଭିଯୁକ୍ତି ବିବନ। ବାରଙ୍ଗ ନରଣପୁର ଠାରୁ ମୁମ୍ବାଇର ଆମ୍ବିଭ୍ୟାଲି ପର୍ଯ୍ୟନ୍ତ। ଆବଶ୍ୟକ ପଡିଲେ ଏସବୁ ଜାଗାକୁ ନେଇ ବିବନ ଠାରୁ ଆତ୍ମଗୋପନର ତଥ୍ୟ ଉଗାରିବ ସିବିଆଇ। କମିଶନରେଟ୍ ପୋଲିସ ଠାରୁ ମିଳିଥିବା ନକଲି ପରିଚୟପତ୍ରକୁ ନେଇ ମଧ୍ୟ ଖୋଳତାଡ଼ କରିବ। ଗତକାଲି ଟିଆଇ ପରେଡରେ ଅଭିଯୁକ୍ତ ବିବନଙ୍କୁ ଚିହ୍ନିଛନ୍ତି ଅଞ୍ଜନା। ୧୦ଜଣଙ୍କୁ ଛିଡ଼ା କରାଯାଇ ତାଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନିବାକୁ କୁହାଯାଇଥିଲା। ହେଲେ ଅଞ୍ଜନା କିନ୍ତୁ ବ୍ୟସ୍ତବିବ୍ରତ ନହୋଇ ଆଙ୍ଗୁଠି ଉଠାଇ ଚିହ୍ନିଥିଲେ କଳା ରାତିର ସେହି ରାକ୍ଷାସ ବିବନଙ୍କୁ।
ତିନିକୋଶିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ସହରମୁହାଁ ବନ୍ୟଜନ୍ତୁ
ଜଳୁଛି ଜଙ୍ଗଲ , ତେଣେ ସହରମୁହାଁ ବନ୍ୟଯନ୍ତୁ। ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ତେଣୁ କଂକ୍ରିଟ ସହର ମୁହାଁ ହେଉଛନ୍ତି ଜଙ୍ଗଲ ଯନ୍ତୁ। ଟିଭି ସ୍କ୍ରିନରେ ଦେଖୁଥିବା ଏହି ୨ଟି ଦୃଶ୍ୟ ନୀଳଗିରି ଅଞ୍ଚଳର। ଗୋଟେପଟେ ନୀଳଗିରି ଉଦଳା ରାସ୍ତା ତିନିକୋଶିଆ ପାର୍ଶ୍ଵ ଜଙ୍ଗଲରେ ରାତିଅଧରେ ଲାଗିଛି ନିଆଁ ।
୭ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନୀଳଗିରି ସହରରେ ବୁଲୁଛି ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବନ ବିଭାଗ ଏଯାଏ ପହଂଚି ନଥିବା ବେଳେ ନିଆଁ ଏବେବି ଜଳୁଥୁବା ଦେଖିବାକୁ ମିଳିଛି। ଗୋଟେପଟେ ଜଙ୍ଗଲ ଜଳୁଥୁବା ବେଳେ ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି।
ଘରେ ଶୋଇଥିବାବେଳେ ବୃଦ୍ଧଙ୍କୁ ଟେକି ଆଣି ଦଳି ମାରିଦେଲା ଦନ୍ତା
ସୋନପର: ଘରେ ଶୋଇଥିବାବେଳେ ବୃଦ୍ଧଙ୍କୁ ଟେକି ଆଣି ଦଳି ମାରିଦେଲା ଦନ୍ତା। ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ଅଘଟଣ। ମୃତକ ହେଲେ ୬୦ ବର୍ଷୀୟ ନାରାୟଣ ଭୋଇ। ଘରେ ଶୋଇଥିବା ବେଳେ ନାରାୟଣକୁ ହାତୀ ଆକ୍ରମଣ କରିଥିଲା। ବନ ବିଭାଗ ଓ ପୋଲିସ ଘଟଣା ସ୍ଥଳକୁ ପହଂଚି ଶବକୁ ଉଦ୍ଧାର କରିଛନ୍ତି। ନାରାୟଣ ନିଜ ଝିଅ ଘରେ ରହୁଥିଲେ। ଗତକାଲି ଶୋଇଥିଲା ବେଳେ ବିଳମ୍ବିତ ରାତିରେ ଦନ୍ତା ଆସି ଘର ଭାଙ୍ଗି ଘର ଭିତରକୁ ପଶିଥିଲା। ବୃଦ୍ଧଙ୍କୁ ଘରୁ ଟେକି ଆଣି ଦଳିଦେଇଥିଲା। ଗତ କିଛି ମାସ ହେଲା ଉଲୁଣ୍ଡା ରେଞ୍ଚ ଅଞ୍ଚଳରେ ବଣୁଆ ହାତୀ ପଲ ଉତ୍ପାତ ଚଳାଇଛନ୍ତି। ହାତୀଙ୍କୁ ଘଉଡାଇବାରେ ବନବିଭାଗ ବିଫଳ ହେଉଥିବାବେଳେ ଲୋକେ ଭୟଭିତ ଅସ୍ଥାରେ ଅଛନ୍ତି।
୯ ବର୍ଷର ନାବାଳିକା ହେଲେ ଶୋଷଣର ଶିକାର
ବୁର୍ଲା: ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାର। ପୁଣି ଜଣେ ୯ ବର୍ଷର ନାବାଳିକା ହେଲେ ଶୋଷଣର ଶିକାର। ଘଟଣାଟି ଘଟିଛି ବୁର୍ଲା ମେଡିକାଲରେ। ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳର ଜଣେ ମହିଳା ନିଜ ମାର ଚିକିତ୍ସା ପାଇଁ ବୁର୍ଲା ଭିମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଆସିଥିଲେ। ମହିଳାଙ୍କ ସହିତ ଥିଲେ ତାଙ୍କ ନାବାଳକ ପୁଅ ଓ ଝିଅ। ତେବେ ନାବାଳିକାକୁ ଏକଟୁଆ ପାଇ ଜୋର ଜବରଦସ୍ତି ସହ ଅସଦାଚରଣ କରିଥିଲେ ଜଣେ ଯୁବକ। ନାବାଳିକା ଜଣକ ନିଜ ମା’କୁ ଏନେଇ ଜଣାଇଥିଲେ। ପରେ ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଓ ସୁରକ୍ଷାକର୍ମୀଙ୍କ ସହାୟତାରେ ଯୁବକଙ୍କୁ କାବୁ କରାଯାଇଥିଲା। ମେଡିକାଲ ଫାଣ୍ଡିରେ ଅଭିଯୋଗ ପରେ ଯୁବକକୁ ବୁର୍ଲା ଥାନାରେ ଅଟକ ରଖାଯାଇଛି। ନାବାଳିକାର ମା’ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ, ଆଜି ସଂପୃକ୍ତ ଯୁବକର ଡାକ୍ତରୀ ମାଇନା କରାଯିବ। ପୋକସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୁର୍ଲା ପୋଲିସ।
ନିର୍ବାଚନ ପୂର୍ବରୁ ବାଏ ବାଏ, ରାଜନୀତିରୁ ବିଦାୟ ନେଲେ ଶଶିକଳା
ଚେନ୍ନାଇ: ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ବଡ଼ ଧରଣର ଟ୍ୱିଷ୍ଟ । ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ବିଦାୟ ନେଇଛନ୍ତି । ସେ ଚିଠି ଲେଖି ଗଣମାଧ୍ୟମକୁ ଏ ବିଷୟରେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ରାଜନୀତି କରିବାର ଇଚ୍ଛା କମି ଯାଇଥିଲା । କେବେବି ସେ କ୍ଷମତା ଓ ପଦବୀ ପଛରେ ନାହାନ୍ତି ବୋଲି ଶଶିକଳା କହିଛନ୍ତି । ଆଗାମୀ ନିର୍ବାଚନରେ ଏଆଇଏଡିଏମକେକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ । ଡିଏମକେକୁ ହରାଇବା ପାଇଁ ଦଳ ପକ୍ଷରୁ ଅନବରତ ପ୍ରୟାସ ଜାରି ରଖିବା ଦରକାର ବୋଲି ଶଶିକଳା କହିଛନ୍ତି ।
Tamil Nadu: In a statement, VK Sasikala says she is quitting public life; asks the AIADMK cadre to stand united and ensure DMK is defeated in forthcoming Assemlby elections.
(file photo) pic.twitter.com/qEXfWLkXhq
— ANI (@ANI) March 3, 2021
ଏକ ଦୁର୍ନୀତି ମାମଲାରେ ଶଶିକଳା ୪ ବର୍ଷ ଜେଲଦଣ୍ଡ ପରେ ଗତ ଜାନୁଆରୀ ଜେଲରୁ ମୁକୁଳିଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏଆଇଏଡିଏମକେରେ ମିଶିବେ ବୋଲି ଅନୁମାନ କରାଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀ ପାଲାନୀସାମୀ ଏନେଇ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଥିଲା । ଗତକାଲି ମଧ୍ୟ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ଏକ ବୈଠକ ବସିଥିଲା । ଏଥିରେ ଶଶିକଳା ଦଳରେ ଯୋଗଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଶଶିକଳା ରାଜନୀତି ଛାଡ଼ିବା ଆଗାମୀ ନିର୍ବାଚନକୁ ଏକ ନୂଆ ଦିଗ ଦେବ ବୋଲି ଚର୍ଚ୍ଚା ହେଉଛି ।
ଦମ ଦେଖାଇଲା ଦେଶୀ ଟିକା ‘କୋଭାକ୍ସିନ୍’
ନୂଆଦିଲ୍ଲୀ: ଦମ ଦେଖାଇଲା ଦେଶୀ ଟିକା । କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୮୧ ପ୍ରତିଶତ ସଫଳ ହୋଇଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି । ଏଥିସହ କରୋନାର ନୂଆ ଷ୍ଟ୍ରେନ୍କୁ ମଧ୍ୟ ମାତ ଦେବାରେ କୋଭାକ୍ସିନ ସଫଳ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗତ ଜାନୁଆରୀ ମାସରେ ହିଁ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।
COVAXIN has demonstrated an interim vaccine efficacy of 81% in its Phase 3 clinical trial. The trials involved 25,800 subjects, the largest ever conducted in India, in partnership with ICMR: Bharat Biotech pic.twitter.com/jDIka9LIEE
— ANI (@ANI) March 3, 2021
ସେତେ ବେଳେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରେଜଲ୍ଟ ନଦେଖି ଏହାକୁ ଅନୁମତି ଦେଇଥିବାରୁ ପ୍ରବଳ ବିରୋଧ କରାଯାଇଥିଲା । ହାଇଦ୍ରାବାଦର ଭାରତବାୟୋଟେକ୍ କମ୍ପାନୀ ଆଇସିଏମଆର ସହ ମିଶି କୋଭାକ୍ସିନ ପ୍ରସ୍ତୁତ କରାଯାଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨୫ ହଜାର ୮୦୦ ଜଣ ଟିକା ନେଇଥିଲେ ।
ଉଦଘାଟିତ ହେଲା ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍-୨୦୨୧
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଲ ରିସର୍ଟରେ ବୁଧବାର ଠାରୁ ଆରମ୍ଭ ହୋଇଛି ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍ । ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୭ ତାରିଖ ଯାଏ ଚାଲିବ । ଜେ ମହାପାତ୍ର (ମେଜର ସନ୍ଦୀପ ମହାପାତ୍ରଙ୍କ ପିତା) ଓ ଖୋର୍ଦ୍ଧା ଜିଲ୍ଲା ଟେନିସ୍ ଆସୋସିଏସନ ସମ୍ପାଦକ ଅସିତ୍ ପ୍ରଧାନଙ୍କ ଦ୍ଵାରା ଏହି ପ୍ରତିଯୋଗିତା ଉଦଘାଟିତ ହୋଇଛି ।

୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାଞ୍ଚଟି ବର୍ଗ ଯଥା ପୁରୁଷ ଏକକ, ମହିଳା ଏକକ, ୧୬ ବର୍ଷରୁ କମ୍ ବାଳକ, ୧୬ ବର୍ଷରୁ କମ୍ ବାଳିକା ଏବଂ ପୁରୁଷ ଯୁଗଳରେ ଖେଳା ଯାଉଛି । ଓଡ଼ିଶା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର ୧୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି ।
୧,୭୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏଥର ପୁରୁଷ ଏକକ ବର୍ଗରେ ରାଜ୍ୟରେ ସର୍ବାଧିକ ୩୦,୦୦୦ ଟଙ୍କାର ପୁରସ୍କାର ଦିଆଯିବ । ସେହିଭଳି ଉପବିଜେତାଙ୍କୁ ୧୫,୦୦୦ ଟଙ୍କା ମିଳିବ । ପୁରୁଷ ଯୁଗଳ ବିଜେତାଙ୍କୁ ୨୦,୦୦୦ ଏବଂ ବାଳକ ଓ ବାଳିକା ବର୍ଗ ବିଜେତାଙ୍କୁ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ଗୁପ୍ତା ସୁଇଟ୍ସରେ ଗ୍ୟାସ୍ ବିସ୍ଫୋରଣ, କର୍ମଚାରୀଙ୍କ ସହ ଗ୍ରାହକ ଆହତ
ଭୁବନେଶ୍ୱର: କଟକ ରୋଡରେ ଥିବା ଗୁପ୍ତା ସୁଇଟ୍ସ ଓ ଚାଟ୍ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ ଘଟିଛି । ୨ରୁ ୩ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି । ସିଲିଣ୍ଡର ବିସ୍ଫୋରଣରେ ଅଞ୍ଚଳ ଥରି ଉଠିଥିଲା । ଏଥିରେ ୨ରୁ ୩ଜଣ ଆହତ ହୋଇଛନ୍ତି ।

ଆହତଙ୍କୁ କ୍ୟାପଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି । ହୋଟେଲ କର୍ମଚାରୀଙ୍କ ସହ ଖାଇ ବସିଥିବା କିଛି ଗ୍ରାହକ ଆହତ ହୋଇଥିବା ସୂଚନା ମିଳିଛି । ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ହୁତହୁତ୍ ହୋଇ ଜଳିଥିଲା । ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା ।
ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେବ ବିଶାଳ ସାଇକେଲ ଶୋଭାଯାତ୍ରା
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିମାନବନ୍ଦର ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍ ଯାତ୍ରାର ଆୟୋଜନ କରାଯାଉଛି ।
ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ମାନ୍ୟବାର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସାଇକେଲ୍ ଶୋଭାଯାତ୍ରାରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତାକୁ ଆଗେଇ ନେବା ପାଇଁ ଓଡ଼ିଶାର ପ୍ରତ୍ୟେକ ଯୁବ ଛାତ୍ରଙ୍କ ପ୍ରେରଣାର ଉତ୍ସ, ସାହସର ସ୍ତମ୍ଭ ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାର୍ଚ୍ଚ ୫ ତାରିଖ ଠାରୁ ଅପ୍ରେଲ ୧୭ ତାରିଖ ପର୍ଯ୍ୟନ୍ତ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଉତ୍ସର୍ଗୀକୃତ ଓଡ଼ିଶା ମୋ ପରିବାର -ଜୀବନବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯିବ । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।
ଶ୍ରୀକୃଷ୍ଣଙ୍କ ପାଞ୍ଚଜନ୍ୟ ଶଂଖ ଏବେ କେଉଁଠି ଅଛି ?
ଭୁବନେଶ୍ୱର: ସର୍ବ ପୂରାତନ ସନାତନ ଧର୍ମରେ ଶଙ୍ଖର ମହତ୍ତ୍ୱ ବେଶ୍ ଅଧିକ। କୁହାଯାଏଯେ ଶଙ୍ଖର ଧ୍ୱନିରେ ବାତାବରଣ ଶୁଦ୍ଧ ହୋଇଯାଏ । ଶରୀର ନିରୋଗ ରହେ। ଘରେ ପ୍ରତିଦିନ ଶଙ୍ଖ ବାଜିଲେ ବାସ୍ତୁଦୋଷ କଟିଥାଏ ଓ ଅସୁରଶକ୍ତି ଘରେ ପ୍ରବେଶ କରିପାରେ ନାହିଁ । ଶଙ୍ଖରୁ ନିର୍ଗତ ଓଁକାର ଧ୍ୱନୀର ଶକ୍ତି ବହୁତ। ଏହାକୁ ଶୁଖ, ଶାନ୍ତି, ସମୃଦ୍ଧି, ବିଜୟ, ଯଶ, କିର୍ତ୍ତୀ ଓ ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ।
ଆପଣ ଜାଣନ୍ତି କି ଏହି ଶଙ୍ଖ ବହୁତ ପ୍ରକାରର ଅଛି। ହେଲେ ଏଗୁଡ଼ିକଠୁ ବି ସବୁଠ ବେଶଷ ଶଙ୍ଖ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଶଙ୍ଖ ପାଞ୍ଚଜନ୍ୟ ଶଙ୍ଖ ଆସନ୍ତୁ ଜାଣିବା ଏହି ଶଙ୍ଖ ବିଷୟରେ।

ପାଞ୍ଚଜନ୍ୟ ଶଙ୍ଖ ହେଉଛି ଅତ୍ୟନ୍ତ ପବିତ୍ର ଶଙ୍ଖ। ବିଶ୍ୱାସ ରହିଛି ଯେ ଏହାର ଉତ୍ପତି ସମୁଦ୍ର ମନ୍ଥନରୁ ହୋଇଥିଲା। ସମୁଦ୍ର ମନ୍ଥନରୁ ପ୍ରାପ୍ତ ୧୪ ରତ୍ନରୁ ଷଷ୍ଠ ରତ୍ନ ଥିଲା ଶଙ୍ଖ। ଏହା ଏକ ବେଶ୍ ଚମତ୍କାରୀ ଶଙ୍ଖ । ପୌରାଣିକ କଥା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ଗୁରୁଦେବଙ୍କ ପୁତ୍ରକୁ ଏକ ଦୈତ୍ୟ ଥରେ ଉଠାଇନେଇଥିଲା । ସେହି ଦୈତ୍ୟର ପିଛା କରି ଶ୍ରୀକୃଷ୍ଣ ଦୈତ୍ୟନଗରୀରେ ପହଞ୍ଚିଥିଲେ । ସେଠାରେ ଦେଖିଲେ ଯେ ଅସୁରଟି ଏକ ଶଙ୍ଖ ଭିତରେ ଶୋଇଛି। ସେ ସେହି ଅସୁରର ସଂହାର କରି ଶଙ୍ଖଟିକୁ ନିଜ ପାଖରେ ରଖିଲେ। ଏହାପରେ ଜଣାପଡ଼ିଲା ଯେ ଗୁରୁପୁତ୍ର ଯମପୁରରେ ଅଛି । ସେ ଜମପୁରକୁ ଗଲେ । ହେଲେ ସେଠାରେ ତାଙ୍କୁ ଯମଦୁତମାନେ ପ୍ରବେଶ କରିବାକୁ ଦେଇନଥିଲେ । ଏଥିରେ ରାଗିଯାଇ ଭଗବାନ ଶ୍ରୀକୃଷ୍ଣ ସେହି ଶଙ୍ଖ ନାଦ କରିଥିଲେ । ଯାହାର ଶବ୍ଦରେ ପୂରା ଯମପୁର ଦୋହଲିବାକୁ ଲାଗିଲା । ଏହାପରେ ସ୍ୱୟଂ ଯମରାଜ ଶ୍ରୀକୃଷ୍ଣଙ୍କୁ ତାଙ୍କ ଗୁରୁପୁତ୍ରଙ୍କ ଆତ୍ମା ଫେରାଇଦେଲେ। ଏହାପରେ ସେ ମର୍ତ୍ୟପୁରକୁ ଫେରିଥିଲେ ଓ ଗୁରୁଙ୍କୁ ତାଙ୍କ ପୁତ୍ର ସହ ପଞ୍ଚ ଜନ୍ୟ ଶଙ୍ଖ ପ୍ରଦାନ କଲେ । କିନ୍ତୁ ଗୁରୁ ସେହି ପାଞ୍ଚଜନ୍ୟ ଶଙ୍ଖକୁ ପୁଣିଥରେ ଶ୍ରୀକୃଷ୍ଣଙ୍କ ଫେରାଇଦେଲେ ଆଉ କହିଲେ ଏହା କେବଳ ତୁମ ପାଇଁ। ପରେ ଗୁରୁଙ୍କ ଆଜ୍ଞାରେ ଭଗବାନଶ୍ରୀକୃଷ୍ଣ ପାଞ୍ଚଜନ୍ୟ ଶଙ୍ଖ ନାଦ କରି ପୁରାତନ ଯୁଗର ସମାପ୍ତି ଓ ନୂତନ ଯୁଗର ପ୍ରାରମ୍ଭ କରିଥିଲେ।

କୁହାଯାଏ ଯେ ଶ୍ରୀକୃଷ୍ଣଙ୍କ ଏହି ଶଙ୍ଖ ଧ୍ୱନି ଦୂର ଦୂରାନ୍ତର ପର୍ଯ୍ୟନ୍ତ ଶୁଭାଯାଏ । ଏହି ଧ୍ୱନି ଶୁଣି ମାହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ମନରେ ଉତ୍ସାହ, ସାହାସର ସଞ୍ଚାର ହେଉଥିବାବେଳେ, କୌରବଙ୍କ ମନରେ କିନ୍ତୁ ଜାଗ୍ରତ ହେଉଥିଲା ଭୟ। ସେମାନଙ୍କ ପାଇଁ ଏହି ଧୱ୍ନି ଥିଲା ସିଂହର ଗର୍ଜନଠୁ ବି ଅଧିକ ଭୟଙ୍କର ।
ଏବେ ବି ଏହି ଶଙ୍ଖ ବଜାରର ମିଳେ । କିନ୍ତୁ ଏଗୁଡ଼ିକ ଶ୍ରୀକୃଷ୍ଁଙ୍କ ଶଙ୍କ ପରି ଚମତ୍କାରୀ ନୁହଁ । କୁହାଯାଏ ଯେ ମହାଭାରତ ପରେ ଏହି ଶଙ୍ଖକୁ ଶ୍ରୀକୃଷ୍ଣ ରାଜସ୍ଥାନର ପରଶର ଋଷିଙ୍କ ଆଶ୍ରମରେ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହା ଚୋରି ହୋଇଯାଉଥିବା କୁହାଯାଏ । ତେବେ ଅନେକ କୁହନ୍ତି ଯେ ଏହି ଶଙ୍ଖ ଉତ୍ତରାଖଣ୍ଡରେ ଆଦି ବଦ୍ରୀରେ ପୀଠରେ ଏବେ ବି ସୁରକ୍ଷିତ ରହିଛି ।

