spot_img
Home Blog Page 5924

ଅପରେସନ ସମୟରେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଅଭିଯୋଗ ଆଣିଲେ ପରିବାର ଲୋକେ

ବୁର୍ଲା: ଡାକ୍ତରଙ୍କ ଭୁଲ ଚିକତ୍ସା ଯୋଗୁଁ ମହିଳା ଗୁରୁତର। ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରିବାର ନିୟନ୍ତ୍ରଣ ଅପରେସନ ସମୟରେ ଖାଦ୍ୟନଳୀ କାଟି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାବେଳେ ସେ ବୁର୍ଲାର ସର୍ଜରି ବିଭାଗରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡାର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ପରିବାର ନିୟନ୍ତ୍ରଣ ଅପରେସନ ପାଇଁ ଲଖନପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ତେବେ ସେଠାରେ ତାଙ୍କର ନସବନ୍ଦୀ ଅପରେସନ କରାଯିବା ସମୟରେ ଡାକ୍ତର ଖାଦ୍ୟନଳୀ କାଟି ଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ସଦର ମେଡିକାଲ ଓ ପରେ ବୁର୍ଲାରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବାରୁ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି।

ତାଜମହଲରେ ବୋମା ଖବର ମିଛ, ଫିରୋଜାବାଦରୁ ଆସିଥିଲା ଫେକ୍ କଲ୍

ନୂଆଦିଲ୍ଲୀ: ତାଜମହଲରେ ବୋମା ଆତଙ୍କ। ସକାଳୁ ସକାଳୁ ତାଜମହଲରେ ବୋମା ଥିବା ଖବର ପୋଲିସକୁ ମିଳିଥିଲା ।  ଡାଏଲ୍ ୧୧୨କୁ ଫୋନ୍ କରି ଏହି ପୋଲିସକୁ ଏହି ସୂଚନା ଦେଇଥିଲେ । ସୂଚନା ପାଇବା ପରେ ତୁରନ୍ତ ତାଜମହଲକୁ ପୋଲିସ ନିଜ ନିୟନ୍ତ୍ରଣକୁ ନେଇଥିଲା । ତାଜମହଲର ତିନି ଫାଟକକୁ ତତକ୍ଷଣାତ ବନ୍ଦ କରି ଦିଆଯାଇଥିଲା ।

ଫାଟକ ବନ୍ଦ କରିବା ପରେ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ତାଜମହଲ ଭିତରେ ଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ସେଠାରୁ ବାହାର କରାଯାଇଥିଲା । ଏହା ପରେ ବୋମା ନିଷ୍କ୍ରିୟକାରୀ ଦଳ ତାଜମହଲ ମଧ୍ୟରେ ତଲାସି କରିଥିଲା । ତେବେ ପରେ ଏହା ଏକ ମିଥ୍ୟା କଲ ଥିଲା ବୋଲି ଜଣା ପଡିଥିଲା । ପୋଲିସ ଅନୁସାରେ ଫିରୋଜାବାଦରୁ ଏହି ମିଥ୍ୟା କଲ ଆସିଥିଲା । କରୋନା କାରଣରୁ ଚାକିରି ପାଉନଥିବାରୁ ମାନସିକ ଭାରସମ୍ୟ ହରାଇଥିବା ଜଣେ ଯୁବକ ଏଭଳି କଲ କରିଥିଲା ବୋଲି ପୋଲିସ କହିଛି । ଆଗ୍ରା ପୋଲିସ ଅନୁସାରେ ଏହି ଯୁବକ ସେନାରେ ସାମିଲ ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ କରୋନା ଯୋଗୁ ସେନାରେ ଭର୍ତ୍ତି ହୋଇ ପାରିନଥିଲେ ।

୧୧୨କୁ କଲ କରି ଯୁବକ ଜଣକ ତାଜମହଲ ପରିସରରେ ବୋମା ଥିବା ସୂଚନା ଦେଇଥିଲେ । ଏହା ସହ ସେ କହିଥିଲେ ଯେ, ଖୁବଶୀଘ୍ର ବୋମା ଫାଟିବ । ସୂଚନା ପାଇବା ପରେ ତାଜମହଲ ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ତାଜମହଲରୁ ପର୍ଯ୍ୟଟକଙ୍କୁ ବାହାର କରିବା ସହିତ ଫୋନ୍ କଲକୁ ଟ୍ରେସ୍ କରିବା ଆରମ୍ଭ କରିଥିଲା । ଫୋନ୍ ଫିରୋଜାବାଦରୁ ହୋଇଥିଲା ବୋଲି ସିଆଇଏସଏଫ୍ ଜାଣିବାକୁ ପାଇଥିଲା ।

ଜାଲି କମ୍ପାନୀ ଖୋଲି ଲୁଟିନେଲେ ୨୮ କୋଟି

ରାଉରକେଲା: କରୋନା କାଳରେ ରାଉରକେଲା ବଢ଼ିଛି ଜିଏସ୍‌ଟି ଠକଙ୍କର ରାଜ। ଷ୍ଟିଲ ସିଟି ଏବେ ଜିଏସ୍‌ଟି ଠକଙ୍କର ଆଡ୍ଡାରେ ପରିଣତ ହୋଇଛି। କିଛି ଦିନ ପୂର୍ବରୁ ରାଉରକେଲାରେ ଜିଏସ୍‌ଟି ଠକ ଗିରଫ ହୋଇଥିଲେ। ତେବେ ଆଜି ମଧ୍ୟ ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ଓ୍ୱିଙ୍ଗ୍‌କୁ ବଡ଼ ସଫଳତା ମିଳିଛି।  ରାଉରକେଲା ସହରରେ ପୁଣି ୨୮ କୋଟି ଜିଏସଟି ଠକେଇର ଅଭିଯୋଗ। ଜଗଦା ଅଞ୍ଚଳରେ ରହୁଥିବା  ଘଟ କିଶୋର ବାଗଙ୍କ ନାମରେ ଜାଲି କମ୍ପାନୀ ଖୋଲାଯାଇ ଠକେଇ ହୋଇଥିବା ଅଭିଯୋଗ। ଖରିଆର ରୋଡରେ ଜାଲି କମ୍ପାନୀର କାର୍ଯ୍ୟାଳୟ ଥିବା ଦର୍ଶାଯାଇ ହୋଇଛି ଠକେଇ। ଜିଏସଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଧାନମଣ୍ଡିରୁ ଧାନ ଉଠିବା ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ, ଧାନବସ୍ତା ରଖି କଲେ ରାସ୍ତା ରୋକ

ନରସିଂହପୁର: ଧାନମଣ୍ଡିରେ ଚାଷୀଙ୍କ ଧାନ ନଉଠିବାରୁ ରାସ୍ତାରୋକ। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଓ ଅଢେଇଗୁଣ୍ଡି ପଞ୍ଚାୟତର ଚାଷୀ କରିଛନ୍ତି ଏହି ରାସ୍ତାରୋକ। କରିଲୋ ଛକ ଠାରେ କଟକ ନରସିଂହପୁର ରାଜ୍ୟ ରାଜପଥକୁ କଲେ ଅବରୋଧ। ସୂଚନା ଅନୁଯାୟୀ ଉକ୍ତ ଦୁଇଟି ପଞ୍ଚାୟତର ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଟୋକନ ପାଇଥିଲେ। ହେଲେ ଟୋକନ୍‌ ପାଖରେ ଥିଲେ ମଧ୍ୟ ଧାନ ବିକ୍ରି କରି ନପାରିନାହାନ୍ତି। ଯେଉଁଥିପାଇଁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାଫଳରେ ଏହାକୁ ନେଇ ଚାଷୀ ମାନେ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଚାଷୀ ମାନେ ଉତ୍ୟକ୍ତ ହୋଇ କଟକ ନରସିଂହପୁର ରାଜ୍ୟ ରାଜପଥର ମୁଖ୍ୟରାସ୍ତା କରିଲୋ ଛକ ଠାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।

ନିର୍ବାଚନ ପୂର୍ବରୁ ପ୍ରେଟ୍ରୋଲ ପମ୍ପ୍‌ରୁ ହଟିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ

ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପରୁ ହଟିବ ମୋଦିଙ୍କ ଫଟୋ। ୭୨ ଘଣ୍ଟା ମଧ୍ୟରେ ସବୁ ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ କାଢ଼ିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ଆଗକୁ ନିର୍ବାଚନ ଥିବା ବେଳେ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦଳର ବିଜ୍ଞାପନ କଲା ଭଳି ଲଗାଯାଇଛି। ତେଣୁ ଏହାକୁ କାଢ଼ିବାକୁ ଟିଏମ୍‌ସି (ତୃଣ ମୂଳ କଂଗ୍ରେସ) ଇସିଙ୍କ ଦ୍ବାରସ୍ଥ ହୋଇଥିଲା। ଇସିଙ୍କୁ ଟିଏମ୍‌ସିର ଏକ ପ୍ରତିନିଧି ଦଳ ଭେଟିବା ପରେ ସମସ୍ତ ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ କାଢ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗର ବିଭିନ୍ନ ପେଟ୍ରୋଲ ପମ୍ପ ଓ ରାସ୍ତା କଡ଼ରେ ପ୍ରଧାନମନ୍ତ୍ରୀ ଭାକ୍ସିନ୍ ନେବାର ହୋର୍ଡିଂ ଲଗାଯାଇଛି। ଏ ନେଇ ନିର୍ବାଚନ ଆୟୋଗଙ୍କ ଆଗରେ ଅଭିଯୋଗ ଆଣିଥିଲା ଟିଏମ୍ସି । ଏହାପରେ ସେହି ସବୁ ହୋର୍ଡିଂ, ପୋଷ୍ଟର ୭୨ ଘଣ୍ଟା ମଧ୍ୟରେ କାଢ଼ିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଇବ ନଦୀ ପଠାରୁ ମିଳିଲା ଯୁବକଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଇବ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। କଟାମୁଣ୍ଡ ଓ ଗୋଟିଏ କଟା ଗୋଡ ଉଦ୍ଧାର କରାଯାଇଥିବା ବେଳେ ଆଉ ଗୋଟିଏ କଟା ଗୋଡ ମିଳୁନଥିବାରୁ ପୋଲିସ ପକ୍ଷରୁ ଖୋଜାଖୋଜି କରାଯାଉଛି। ଯୁବକଙ୍କ ମୁଣ୍ଡ ଓ ଦୁଇ ଗୋଡ଼ କାଟି ନୃଶଂସ ଭାବେ ହତ୍ୟା କରିବା ପରେ ମୃତଦେହ ଫୋପାଡି ଦିଆ ଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ତଳସରା ଅଞ୍ଚଳର ବୋଲି ସୂଚନା ମିଳିଥିବା ବେଳେ ହତ୍ୟାର କାରଣ କଣ ଥାଇପାରେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସୁନ୍ଦରଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଲିସ ବାହାନାରେ ବଡ଼ବାବୁ ଡାକୁଛନ୍ତି କହି NHରୁ ଲୁଟିନେଲେ ଟ୍ରକ୍‌

ଖୋର୍ଦ୍ଧା: NH  ରେ ପୁଣି ମାତିଲେ ଲୁଟେରା। ବାରମ୍ବାର ହେଉଛି ଲୁଟ। ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଚ। ପୋଲିସ୍ର ପରିଚୟ ଦେଇ ଲୁହା ପଥର ବୋଝେଇ  ଟ୍ରକ୍  କଲେ ଲୁଟ୍। ଲୁଟ୍ ହୋଇଛି  ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ ମିଲ ନିକଟରୁ। ପ୍ରଥମେ ଗାଡ଼ିରେ ବସାଇଲେ ପରେ ମାଡ଼ ମାରି ଲୁଟିନେଲେ ଟ୍ରକ୍‌। ପୋଲିସ ପାଖରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଲୁହା ପଥର ବୋଝେଇ ଟ୍ରକ୍  କେଉଁଝର କୋଇଡ଼ାରୁ  ବ୍ରହ୍ମପୁର  ଗୋପାଳପୁର ଯାଉଥିଲା। ଟ୍ରକ୍ ଚାଳକ  ଗତ କାଲି ରାତିରେ  ଟ୍ରକ୍  ରଖି  ବିଶ୍ରାମ ନେଉଥିବା ବେଳେ  ଏକ ବୋଲେରୋ ରେ ଆସିଥିଲେ  ୫  ଦୂର୍ବୁର୍ତ। ବଡ ବାବୁ ଡାକୁଛନ୍ତି ଥାନାକୁ ଆସ କହି ଟ୍ରକ୍ ଚାଳକକୁ ବୋଲେରୋରେ ବସାଇ ନେଇଯାଇଥିଲେ ।

ଏହା ପରେ ଲୁଟେରା  ମାଡ ମାରି ବୋଲେରୋ ରୁ ଠେଲି ଦେଇଥିଲେ ଟ୍ରକ୍ ଚାଳକଙ୍କୁ। ଏହା ପରେ ଟ୍ରକ୍ ସହ ଟଙ୍କା ପଇସା ଗାଡି କାଗଜ ପତ୍ର ସବୁ ଲୁଟି ନେଇଯାଇଥିଲେ। ଟାଙ୍ଗୀ ଥାନାରେ ଚାଳକଙ୍କ ଏତଲା ପରେ  ଟାଙ୍ଗୀ   ପୋଲିସ୍  ବିଭିନ୍ନ ସ୍ଥାନ ରେ  ଆରମ୍ଭ କରିଛି ଚଢାଉ। ଜାତୀୟ ରାଜପଥରେ  ବାରମ୍ବାର    ଡକାୟତି ଯୋଗୁଁ ଗାଡି ଚାଳକ ମାନେ ଆତଙ୍କିତ ହେଉଥିବା ଜଣା ପଡିଛି।

କିଛି ଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ରାତିରେ ଭୀଷଣ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି, ବଦଳିଛି ପାଣିପାଗ। ଉତ୍ତର ଉପକୂଳ ବାସୀଙ୍କୁ ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି। ଗତକାଲି ପରି ଆଜି ମଧ୍ୟ ଭୁବନେଶ୍ବର, ଅନୁଗୁଳ ସମେତ ଅନ୍ୟାନ୍ୟ ସହରର ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।  ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡି ଦେଖା ଦେଇଛି। ଆସନ୍ତା ୪ଦିନ ରାଜ୍ୟରେ ଶୁଖିଲା ପାଗ ରହିବ। ମୟୁରଭଞ୍ଜ, ଭଦ୍ରକ,ଏବଂ କଟକ, ଖୋର୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଆଦି କେତେକ ଜିଲ୍ଲାରେ କୁହୁଡି ଦେଖାଦେଇଛି । କେତେକ ଅଞ୍ଚଳରେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । ଗତକାଲି ଭୁବନେଶ୍ବରେ ତାପମାତ୍ରା 37 ଡିଗ୍ରୀ ରହିଥିବା ବେଳେ ଆଜି ସମାନ ରହିବ ବୋଲି ପୂର୍ବାନୁମାନ କରାଯାଉଛି । କେତେକ ସ୍ଥୃାନରେ ଘଡଘଡି ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି । ଆକାଶ ମେଘାଛନ୍ନ ରହିବା ସହ ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

ଆଜିଠୁ ଦୁଇଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା। ଆଜିଠୁ ଦୁଇଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ। ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ। ଅଧିକ ତଥ୍ୟ ପ୍ରମାଣ ପାଇଁ କରିବ ମାରାଥନ ଜେରା। ୧୯୯୯ର କଳାରାତିର ସତ ବଖାଣିବ ଅଭିଯୁକ୍ତି ବିବନ। ବାରଙ୍ଗ ନରଣପୁର ଠାରୁ ମୁମ୍ବାଇର ଆମ୍ବିଭ୍ୟାଲି ପର୍ଯ୍ୟନ୍ତ। ଆବଶ୍ୟକ ପଡିଲେ ଏସବୁ ଜାଗାକୁ ନେଇ ବିବନ ଠାରୁ ଆତ୍ମଗୋପନର ତଥ୍ୟ ଉଗାରିବ ସିବିଆଇ। କମିଶନରେଟ୍ ପୋଲିସ ଠାରୁ ମିଳିଥିବା ନକଲି ପରିଚୟପତ୍ରକୁ ନେଇ ମଧ୍ୟ ଖୋଳତାଡ଼ କରିବ। ଗତକାଲି ଟିଆଇ ପରେଡରେ ଅଭିଯୁକ୍ତ ବିବନଙ୍କୁ ଚିହ୍ନିଛନ୍ତି ଅଞ୍ଜନା। ୧୦ଜଣଙ୍କୁ ଛିଡ଼ା କରାଯାଇ ତାଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନିବାକୁ କୁହାଯାଇଥିଲା। ହେଲେ ଅଞ୍ଜନା କିନ୍ତୁ ବ୍ୟସ୍ତବିବ୍ରତ ନହୋଇ ଆଙ୍ଗୁଠି ଉଠାଇ ଚିହ୍ନିଥିଲେ କଳା ରାତିର ସେହି ରାକ୍ଷାସ ବିବନଙ୍କୁ।

ତିନିକୋଶିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ସହରମୁହାଁ ବନ୍ୟଜନ୍ତୁ

ଜଳୁଛି ଜଙ୍ଗଲ , ତେଣେ ସହରମୁହାଁ ବନ୍ୟଯନ୍ତୁ। ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ତେଣୁ କଂକ୍ରିଟ ସହର ମୁହାଁ ହେଉଛନ୍ତି ଜଙ୍ଗଲ ଯନ୍ତୁ। ଟିଭି ସ୍କ୍ରିନରେ ଦେଖୁଥିବା ଏହି ୨ଟି ଦୃଶ୍ୟ ନୀଳଗିରି ଅଞ୍ଚଳର। ଗୋଟେପଟେ ନୀଳଗିରି ଉଦଳା ରାସ୍ତା ତିନିକୋଶିଆ ପାର୍ଶ୍ଵ ଜଙ୍ଗଲରେ ରାତିଅଧରେ ଲାଗିଛି ନିଆଁ ।

୭ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନୀଳଗିରି ସହରରେ ବୁଲୁଛି ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବନ ବିଭାଗ ଏଯାଏ ପହଂଚି ନଥିବା ବେଳେ ନିଆଁ ଏବେବି ଜଳୁଥୁବା ଦେଖିବାକୁ ମିଳିଛି। ଗୋଟେପଟେ ଜଙ୍ଗଲ ଜଳୁଥୁବା ବେଳେ ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି।