spot_img
Home Blog Page 5936

କଙ୍ଗନାଙ୍କ ବିରୋଧରେ ଓ୍ୱାରେଣ୍ଟ ଜାରି କଲେ କୋର୍ଟ, ଜାଣନ୍ତୁ କାହିଁକି

ମୁମ୍ବାଇ: ଜାଭେଦ ଅଖତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ । ଏପରିକି ମାନହାନୀ ମାମଲାରେ କୋର୍ଟରେ ହାଜର ନ ହେବାରୁ ଅନ୍ଧେରୀ ମେଟ୍ରୋପୋଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ନାମରେ ଜାମିନ ଯୁକ୍ତ ଓ୍ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି ।

ସୂଚନା ଅନୁସାରେ ମେଟ୍ରୋପୋଲିଟାନ୍ ମାଜିଷ୍ଟ୍ରେଟ୍ ଆର.ଆର.ଖାନ୍ ଜାଭେଦ ଅଖତରଙ୍କ ଦ୍ୱାରା ଦାୟର କରାଯାଇଥିବା ମାନହାନୀ ମୋକଦ୍ଦମା ମାମଲାରେ ମାର୍ଚ୍ଚ ୧ରେ କୋର୍ଟରେ ହାଜର ହେବା ଲାଗି ସମନ ଜାରି କରିଥିଲେ । ହେଲେ ସେ ଆସିନଥିଲେ । ଗତ ୨୦୨୦ ମସିହା ଡିସେମ୍ବର ମାସରେ ଜାଭେଦଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଉପରେ ଯାଞ୍ଚ ଲାଗି ଜୁହୁ ପୋଲିସକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ ।

ତାଙ୍କ ନିର୍ଦ୍ଦେଶ ପରେ ଜୁହୁ ପୋଲିସ ଘଟଣାର ତଦନ୍ତ କରିଥିଲେ । ଏପରିକି ଏହି ମାମଲାରେ ଅଧିକ ଯାଞ୍ଚର ଆବଶ୍ୟକତା ରହିଛି ବୋଲି କୋର୍ଟରେ କହିଥିଲେ । ଏକ ସାକ୍ଷାତକାରର ଭିଡିଓ କ୍ଲିପ୍ ସହ ଏକ ରିପୋର୍ଟର କପି ମଧ୍ୟ କୋର୍ଟରେ ଦାଖଲ କରିଥିଲେ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗତ ବର୍ଷ ଜୁଲାଇ ୧୯ ତାରିଖରେ କଙ୍ଗନା ଏକ ଟିଭି ସାକ୍ଷାତକାରରେ ଅଖତରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯାେଗ କରିଥିଲେ । ଏପରିକି କଙ୍ଗନା ତାଙ୍କ ଛବି ବିଗାଡିବା ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ ।

ମାର୍ଚ୍ଚ ଆରମ୍ଭରୁ ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର, ୩ ମାସରେ ବୃଦ୍ଧି ପାଇଛି ୨୨୫ ଟଙ୍କା

ନୂଆଦିଲ୍ଲୀ: ମାର୍ଚ୍ଚ ଆରମ୍ଭରୁ ମହଙ୍ଗା ଝଟ୍‌କା । ପୁଣି ବଢିଲା ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର । ଏଥର ୨୫ ଟଙ୍କା ବୃଦ୍ଧି ପାଇଛି ସିଲିଣ୍ଡର ଦର । ଦିଲ୍ଲୀରେ ରୋଷେଇ ସିଲିଣ୍ଡର ଦର ୮୧୯ ଟଙ୍କା ହୋଇଥିବା ବେଳେ କମର୍ସିଆଲ ସିଲିଣ୍ଡର ପିଛା ୯୦ ଟଙ୍କା ୫୦ ପଇସା ବଢ଼ି ୧୬୧୪ ଟଙ୍କାରେ ପହଞ୍ଚିଛି । ଗତ ମାସକ ମଧ୍ୟରେ ସିଲିଣ୍ଡର ଦର ୪ ଥର ବଢ଼ିଲାଣି ।

୪ ଫେବ୍ରୁଆରୀରେ ୨୫ଟଙ୍କା ବଢ଼ିଥିବା ବେଳେ ୧୪ ଫେବ୍ରୁଆରୀରେ ୫୦ ଟଙ୍କା ବଢ଼ିଥିଲା । ଏହାପରେ ଆଉ ୨୫ ଟଙ୍କା ବଢ଼ିଥିବା ବେଳେ ଆଜି ପୁଣି ୨୫ ଟଙ୍କା ବୃଦ୍ଧି ଘଟିଛି । ଗତ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ LPG ସିଲିଣ୍ଡର ଦର ପ୍ରାୟ ୨୨୫ ଟଙ୍କା ବଢ଼ିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଦର ନିୟନ୍ତ୍ରଣ କରିବାରେ ଅସମର୍ଥ ରହିଛନ୍ତି କେନ୍ଦ୍ର ସରକାର ।

ଗୋଟିଏ ପଟେ ପେଟ୍ରୋଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି, ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । କରୋନା କାଳରେ ଅନେକ ଲୋକ ନିଜ ଜୀବିକା ହରାଇ ଘରେ ବସିଥିବା ବେଳେ ଦେଶର ଅର୍ଥନୈତିକ ମେରୁଦରଣ୍ଡ ମଧ୍ୟ ଦୋହଲି ଯାଇଛି । ସାଧାରଣ ଲୋକଙ୍କ ପାଖରେ ଦୈନନ୍ଦିନ ଖର୍ଚ୍ଚ ତଥା ଦୁଇ ଓଳି ଭଲ ଖାଇବାକୁ କଷ୍ଟ ପଡ଼ୁଥିବା ବେଳେ, ଏଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ହେଉନଥିବାରୁ ସାଧାରଣରେ ଅସନ୍ତୋଷ

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ଦୁରାରୋଗ୍ୟରେ ପୀଡ଼ିତ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଲୋକମାନଙ୍କୁ ଟିକା ଦିଆଯାଉଛି । ତେଣୁ ଏନେଇ ସବୁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବେସରକାରୀ ହସ୍ପିଟାଲଗୁଡ଼ିକୁ ସାମିଲ କରାଯିବା ପରେ ଟିକାକରଣ ପ୍ରକ୍ରିୟା ଜୋରଦାର ହେବ ବୋଲି ଆଶା କରାଯାଉଛି । ଟିକା ନେବାକୁ ଆଗ୍ରହୀ ଲୋକମାନେ cowin.gov.in ଓ୍ବେବ୍‌ସାଇଟ୍‌ରେ ନାମ ପଞ୍ଜିକୃତ କରିପାରିବେ । ତେବେ କେତେକ ରାଜ୍ୟରେ ନାମ ପଞ୍ଜୀକରଣ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । କୋ-ଓ୍ବିନ୍‌ ଆପ୍‌ରେ ନାମ ପଞ୍ଜିକୃତ ହୋଇପାରୁ ନ ଥିବାରୁ ମେଡିକାଲରେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ନାଁ ରେଜିଷ୍ଟର କରୁଛନ୍ତି ଜନତା ।

ସେପଟେ ବିହାରର ବେସରକାରୀ ହସ୍ପିଟାଲରେ ବି ଲୋକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ନୀତୀଶ ସରକାର । ନିର୍ବାଚନୀ ପ୍ରତିଶ୍ରୁତି ଯୋଗୁ ମାଗଣାରେ ଲୋକଙ୍କୁ ଟିକା ଦିଆଯିବ ବୋଲି ନୀତିଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିକା ଗ୍ରହଣ କରିଛନ୍ତି । ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ପହଞ୍ଚି ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ୍’ ଦିଆଯାଇଛି । ଏହି ଅବସରରେ କମ୍‌ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଓ ଡାକ୍ତରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍‌ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିଜେ ଟିକା ନେବା ସହ ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । ସେହିପରି ବିନା ଭୟ ଏବଂ ସଙ୍କଟରେ ଟିକା ନିଅନ୍ତୁ ଏବଂ ଦେଶକୁ କରୋନାରୁ ମୁକ୍ତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୧୦ ହଜାର ସରକାରୀ କେନ୍ଦ୍ର ଓ ୨୦ ହଜାର ଘରୋଇ ହସ୍ପିଟାଲରେ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ ।

ଭାଇକୁ ହତ୍ୟା କଲା ଭାଇ, ଅଧାପୋଡ଼ା ଶବକୁ ଜବତ କଲା ପୋଲିସ

ବୌଦ୍ଧ: ଭାଇକୁ ହତ୍ୟା କଲା ଭାଇ । ସାନଭାଇକୁ ହତ୍ୟା କଲେ ୨ ବଡ଼ଭାଇ । ହତ୍ୟାପରେ ଘର ସାମ୍ନା ବିଲରେ ପୋଡ଼ିଦେଲେ ଦୁଇ ଭାଇ । ସେପଟେ ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଉକ୍ତ ସ୍ଥାନକୁ ଯିବା ସହ ଅଧାପୋଡା ଶବକୁ ଜବତ କରିଛି ପୋଲିସ । ଖବର ମୁତାବକ ମୃତକ ଜଣଙ୍କ ହେଲେ ରିଜର୍ଭ ପୋଲିସ କନେଷ୍ଟବଳ ସନ୍ତୋଷ ଜାନୀ ।

ଘଟଣାପରେ ହତ୍ୟାକାରୀ ୨ ଭାଇ ଫେରାର୍ ହୋଇଯାଇଛନ୍ତି । ସୂଚନା ମୁତାବକ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ, ସନ୍ତୋଷ ଜାନୀଙ୍କ ସହ ବଡ଼ ଭାଇ ସାର୍ତିକ ଜାନୀ ଓ ମଝିଆଁ ଭାଇ ପ୍ରଶାନ୍ତ ଜାନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ଏହାପରେ ଦୁଇଭାଇ ମିଶି ସାନଭାଇ ସନ୍ତୋଷଙ୍କକୁ ହତ୍ୟା କରିଥିଲେ ।

ପରେ ସନ୍ତୋଷର ଶବକୁ ନେଇ ଘର ସାମ୍ନାରେ ଏକ ବିଲରେ କିରୋସିନ ଢାଳି ପୋଡି ଦେଇଥିଲେ । ବାଉଁଶୁଣୀ ଥାନା ପୋଲିସ୍ ପହଞ୍ଚି ଅଧାପୋଡା ଶବ ଓ ପାଉଁଶ ଜବତ କରି ତଦନ୍ତ ଜାରି ରଖିଛି l ମୃତ ସନ୍ତୋଷ ରିଜର୍ଭ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟକରୁଥିଲେ । ପୂର୍ବରୁ ମଝିଆଁ ଭାଇ ପ୍ରଶାନ୍ତ ଜାନୀ ଅନ୍ୟ ଏକ ହତ୍ୟାକାଣ୍ଡରେ ମଧ୍ୟ ଜେଲ୍ ଯାଇଥିଲା ।

ଲୁଟ ପାଇଁ ଗୁଳିମାଡ଼; ବ୍ୟବସାୟୀ ମୃତ, ଅନ୍ୟ ଜଣେ ଆହତ

ରାଉରକେଲା: ଲୁଟ୍ ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ କଲେ ଦୁବୁର୍ତ୍ତ। ସେପଟେ ଗୁରୁତର ଅବସ୍ଥାରେ ବ୍ୟବସାୟୀ ରୋହିତ ବର୍ମାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ସରୋଜ ଦାସ ଗୁରୁତର ହୋଇ ଚିକିତ୍ସିତ ହୋଇଛନ୍ତି ।

ସୂଚନା ଅନୁସାରେ 3 ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରିଥିବା ବେଳେ ୮ଶହ ଗ୍ରାମ ସୁନା ଲୁଟି ନେଇଛନ୍ତି । କିନ୍ତୁ ଲୁଟ କରିବା ପରେ ତିନି ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଖୋକା ଜବତ କରିଛି ପୋଲିସ ।

ସେପଟେ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ବଡ଼ଗାଁ ଥାନା ପୋଲିସ ପହଞ୍ଚିବା ସହ ତଦନ୍ତ ଜାରି ରଖିଛନ୍ତି ।

୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଯଥାଶୀଘ୍ର ସାରିଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ମାର୍ଚ୍ଚ ମାସ। ତେବେ ଆପଣଙ୍କର ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି, ତେବେ ଏହାକୁ ତୁରନ୍ତ ସାରି ଦିଅନ୍ତୁ। କାହିଁକିନା ଆଗକୁ ୧୧ ଦିନ ବନ୍ଦ ରହିବାକୁ ଯାଉଛି ବ୍ୟାଙ୍କ୍। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚ ବ୍ୟାଙ୍କଗୁଡ଼ିକ ପାଞ୍ଚ ଦିନ ବନ୍ଦ ରହିବ। ଏହି ଦିନ ଗୁଡ଼ିକ ହେଲା ମାର୍ଚ୍ଚ ୫, ମାର୍ଚ୍ଚ ୧୧, ମାର୍ଚ୍ଚ ୨୨, ମାର୍ଚ୍ଚ ୨୯ ଏବଂ ମାର୍ଚ୍ଚ ୩୦। ଏହା ବ୍ୟତୀତ ଚାରିଟି ରବିବାର ଏବଂ ଦୁଇ ଶନିବାର ଦିନ ମଧ୍ୟ ବନ୍ଦ ରହିବ।

ଅବଶ୍ୟ, ଏହି ଛୁଟିଗୁଡ଼ିକ ସବୁ ରାଜ୍ୟରେ ପାଳନ କରାଯାଏ ନାହିଁ ଏବଂ ଏହା ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ଅନୁଯାୟୀ ଭିନ୍ନ ବି ହୋଇପାରେ। ସମଗ୍ର ଦେଶରେ ବ୍ୟାଙ୍କଗୁଡ଼ିକ ଦ୍ୱାରା କେବଳ ଗେଜେଟରେ ପ୍ରକାଶିତ ଛୁଟିଦିନ ହିଁ ପାଳନ କରାଯାଏ । ତେବେ ଏସବୁ ବ୍ୟତୀତ ସରକାରଙ୍କ ଘରୋଇକରଣ ଯୋଜନାକୁ ବିରୋଧ କରି ଅନେକ ବ୍ୟାଙ୍କ ୟୁନିଅନ ଧର୍ମଘଟ ଡାକରା ବି ଦେଇଛନ୍ତି। ତେବେ ଏଥିଯୋଗୁ ମଧ୍ୟ  ବ୍ୟାଙ୍କ ସେବା ବ୍ୟାହତ ହୋଇପାରେ। ବ୍ୟାଙ୍କ ୟୁନିଅନ ତରଫରୁ ଆସନ୍ତା ମାର୍ଚ୍ଚ ୧୫ ଏବଂ ୧୬ ରେ ଦୁଇ ଦିନିଆ ଧର୍ମଘଟ ପାଳନ କରାଯିବ।

ଅନ୍ୟପଟେ ବ୍ୟାଙ୍କ ୟୁନିଅନ ମାର୍ଚ୍ଚ ୧୦ ରେ ଦିଲ୍ଲୀରେ ସଂସଦ ଅଭିମୁଖେ ଯାତ୍ରା କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ତେବେ ଯଦି ସରକାର ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ପୁନର୍ବିଚାର ନ କରନ୍ତି ତେବେ ଯଦି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବା ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଜାରି ରହିବ ବୋଲି କହିଛନ୍ତି ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (AIBEA)କହିଛି। ତେଣୁ ଆପଣଙ୍କର ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତେବେ ଯଥାଶୀଘ୍ର ଓଏହାକୁ ସାରିଦିଅନ୍ତୁ। ନଚେତ ଆପଣ ହଇରାଣ ହୋଇରପାରନ୍ତି ।

ବିବାହ ପୂର୍ବରୁ ହଳଦୀ ସେରିମୋନିରେ ସବ୍ୟଅର୍ଚ୍ଚିତା

ଭୁବନେଶ୍ବର: ବାହାଘର ପୂର୍ବରୁ ହଳଦୀ ମାଖିଲେ ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ରାଜସ୍ଥାନର ଦାମୀ ରିସର୍ଟରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ହଳଦୀ ସେରିମୋନିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିବାବେଳେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା ହଳଦୀ ଲଗାଇଥିବା ଫଟୋରେ ନଜର ଆସିଛନ୍ତି।

ଗତକାଲି ଅର୍ଥାତ ରବିବାର ବିବାହ ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଉଭୟେ । ଅନେକ ଫିଲ୍ମରେ ଦର୍ଶକଙ୍କ ନିକଟରେ ଆଦୃତ ସାଜିଥିବା ଏହି ଆକ୍ଟର ପରବର୍ତ୍ତୀ ସମୟରେ ଭେଟିଦେଇଥିଲେ ଗୋଟ ପରେ ଗୋଟେ ହିଟ ଫିଲ୍ମ ।

ଲୋକସେବା ଆୟୋଗ ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ବର: ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ଡିଜି ପଦରୁ ରବିବାର ଅବସର ନେଇଥିଲେ ସତ୍ୟଜିତ୍‌ । ୧୯୮୮ ବ୍ୟାଚର IPS ଅଫିସର ସତ୍ୟଜିତ ମହାନ୍ତି ପୋଲିସ କମିଶନର ଓ ଡିଜିପି ଭାବେ ଦାୟିତ୍ବ ତୁଲାଇଛନ୍ତି । ରବିବାର ଓଡ଼ିଶା ପୋଲିସ ସେବାରୁ ଅବସର ନେବା ପରେ ସୋମବାର ଲୋକସବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ନିଜର ୩୩ ବର୍ଷ ବୃତ୍ତିଗତ ଜୀବନକାଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜ ମାନଙ୍କରେ ଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଉପ ମହାନିରୀକ୍ଷକ ଏବ ଆରକ୍ଷୀ ମହାନିରୀକ୍ଷକ ଭାବ ଅବସ୍ଥାପିତ ହୋଇ ସଫଳତା ପୂର୍ବକ ଦାୟିତ୍ବ ନିର୍ବାହ କରିଛନ୍ତି । ଏହାଛଡା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ, ରାଜ୍ୟ ପୋଲିସ ଓ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ, ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଏବ ଟୁଇନ ସିଟିର କମିଶନର ଭାବେ କାର୍ଯ୍ୟ କରିଛନ୍ତି ।

ଡିଜି ପାହ୍ୟାକୁ ପଦୋନ୍ନତି ହୋଇ କାରାଗାର ମହାନିର୍ଦ୍ଦେଶକ, ଓ ନେର୍ଦ୍ଦେଶକ ସଂସ୍କାର ସେବା, ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ପୋଲିସ୍ ଉଲ୍ଲେଖନୀୟ ସେବା ପଦକ, ପୋଲିସ୍ ବିଶିଷ୍ଟ ସେବା ପଦକ ମଧ୍ୟ ମିଳିଛି । ଆଜି ସେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ନେଇଛନ୍ତି ।

କୋଭାକ୍ସିନ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଲେ ଆଜି ଏଭି ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଧାନସଭା ଡିସ୍‌ପେନ୍‌ସାରିରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କୋଭାକ୍ସିନ ଟିକା ନେଇଛନ୍ତି । ସୂଚନା ମୁତାବକ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ସାମିଲ ହେବା ସହ ଟିକା ନେଇପାରିବେ । ସେହିପରି ସମସ୍ତଙ୍କୁ ଟିକା ନେବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ନିଜେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣରେ ଡୋଜ ନେଇ ଖୁସି ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସେହିପରି ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତାଠୁ ଅଧିକ ବୟସ୍କ ବ୍ୟକ୍ତିମାନେ ଟିକା ନେଇପାରିବେ। ଟିକା ନେବାକୁ ହେଲେ ସରକାରଙ୍କ Co-WIN2.0 ପୋର୍ଟାଲ୍‌ରେ (‘କୋ-ଓ୍ଵିନ୍‌୨.୦) ନାମ ପଞ୍ଜିକରଣ କରାଇପାରିବେ।

ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀକ୍ଷେତ୍ରେର ପୁଣି ଜମି ଅଧିଗ୍ରହଣ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପୁରୀରେ ପୁଣି ଆରମ୍ଭ ହୋଇଛି ଜମି ଅଧିଗ୍ରହଣ କାର୍ଯ୍ୟ । ୭୫ ମିଟର ସୁରକ୍ଷା ବଳୟ ଭିତରେ ଆସୁଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଆଜି ସକାଳୁ ଭଙ୍ଗା ଯାଉଛି ।

ମଠର ୮ରୁ ୯ମିଟର ଜାଗା ଅଧିଗ୍ରହଣ କରାଯାଉଛି । ସେ ମଧ୍ୟରେ ୧୩ଟି ଦୋକାନ ଘର ରହିଛି । ଉପଜିଲ୍ଲାପାଳ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅଧିଗ୍ରହଣ କାର୍ଯ୍ୟ କରାଯାଉଛି । ଶାନ୍ତି ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମଧ୍ୟ ଉଚ୍ଛେଦ ସ୍ଥନାରେ ମୁତୟନ କରାଯାଇଛି ।

ଗତ ମାସ ୨୭ ତାରିଖରେ ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଶ୍ରୀକ୍ଷେତ୍ରର ବିକାଶ ପାଇଁ  ବିଧାନସଭାରେ ରାଜଡ୍ୟ ସରକାର ପାରିତ କରିଥିଲେ ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମହାପ୍ରଭୁଙ୍କ ଦର୍ଶନ ପାଇବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଛା ରହିଛି। ଭକ୍ତ କିପରି ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ଦାୟିତ୍ବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  ।

ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ଶ୍ରୀକ୍ଷେତ୍ରର ବିକାଶ ପକ୍ରିୟାକୁ ତ୍ୱରାନିତ କରିବା ପାଇଁ ଆଜି ଠାରୁ ଏହି ଉଚ୍ଛେଦ ପକ୍ରିୟା ଆରମ୍ଭ କରାଯାଇଛି  । ଯେଉଁଥିପାଇଁ ଆଜି ରାଧାବଲ୍ଲଭ ମଠର କିଛି ଅଂଶକୁ  ଭଙ୍ଗା ଯାଉଥିବା ଦେଖାଯାଇଛି  ।