spot_img
Home Blog Page 5937

ବଦଳିଲେ ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ

ସମ୍ବଲପୁର: ବଦଳିଲେ ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ। ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରାଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷ ଭାବେ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକଙ୍କୁ ନିଯୁକ୍ତ କରାଯାଇଛି।

ଅଧିକ୍ଷକ ପ୍ରଫେସର ଡାକ୍ତର ବ୍ରଜ ମୋହନ ମିଶ୍ର ଙ୍କ ସ୍ଥାନ ଗ୍ରହଣ କଲେ ଚକ୍ଷୁ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା। ପୂର୍ବରୁ ଅଧ୍ୟକ୍ଷ ଥିବା ଜୟଶ୍ରୀ ଦୋରା ବଦଳି ହୋଇଛନ୍ତି, ତାଙ୍କ ସ୍ଥନରେ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି ପୂର୍ବରୁ ଅଧିକ୍ଷକ ଥିବା  ପ୍ରଫେସର ଡାକ୍ତର ବ୍ରଜ ମୋହନ ମିଶ୍ର ବଦଳି ହେବା ସହ  ତାଙ୍କ ସ୍ଥାନ ଗ୍ରହଣ କରିଛନ୍ତି ଚକ୍ଷୁ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା।

ଗଞ୍ଜାମ ହୁମ୍ମାରେ ଜଘନ୍ୟ ହତ୍ୟାକାଣ୍ଡ, ରାସ୍ତାରେ ପଡିଛି ମୃତ ଦେହ

ଗଞ୍ଜାମ: ପୁଣି ପଡିଲା ରକ୍ତ ଛିଟା । ଗଞ୍ଜାମର ହୁମ୍ମା ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ରମ୍ବା ବଡ଼ସାହି ବାସିନ୍ଦା ଦଣ୍ଡପାଣି ବିଶ୍ବାଳଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ। କେଉଟ ସାହି ରାସ୍ତା ଉପରେ ମୃତଦେହ ପଡିରହିଥିବା ସୂଚନା ମିଳିଛି ।

ସେପଟେ ଘଟଣାସ୍ଥଳରୁ ଇଟା, କଠଫିଳିଆ, ବେଲ୍ଟ ବ୍ୟବହାର ହୋଇଥିବା ବେଳେ ହତ୍ୟାରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଜବତ କରିଛି ପୋଲିସ । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅମୁମାନ କରିଛି ପୋଲିସ । ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ହତ୍ୟା ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ଅଧ୍ୟାପକରୁ ରାଜ୍ୟପାଳ, ୭୯ ବର୍ଷରେ ଗଣେଶୀ ଲାଲ

ଭୁବନେଶ୍ବର: ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଜି ଶୁଭ ଜନ୍ମଦିନ । ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ରାଜନେତା । ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି । ଓଡିଶାର ମହାମହିମ ରାଜ୍ୟପାଳ 1 ମାର୍ଚ୍ଚ 1942ରେ ହରିୟାଣାର ସିର୍ସା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି । ସେହିପରି FA, BA ଏବଂ MAରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।

ସେହିପରି ଶିକ୍ଷା ସମାପ୍ତ କରିବା ପରେ ସେ ଏକାଡ଼େମିକ ବୃତ୍ତିରେ ଯୋଗ ଦେଇଥିଲେ 1964 ରୁ 1990 ମଧ୍ୟରେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। 1975–76 ମସିହାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ସେ କାରାବରଣ କରିଥିଲେ । ମହାବିଦ୍ୟାଳୟରେ ଜଣେ ଗଣିତ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ, ପ୍ରଫେସର ଗଣେଶୀ ଲାଲ୍ । 1990 ରେ ଗଣେଣୀ ଲାଲ ଶିକ୍ଷାଦାନରୁ ଇସ୍ତଫା ଦେଇଥିଲେ । 1996 ମସିହାରେ ନିର୍ବାଚନ ଲଢି ସିର୍ସା ଆସନରୁ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ
ହରିୟାଣାର ମୁଖ୍ୟମନ୍ତ୍ରୀ ବଂଶିଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ସେହିପରି ଶ୍ରମ ଏବଂ ରୋଜଗାର, ଖାଦ୍ୟଯୋଗାଣ, ଅବକାରୀ ବିଭାଗ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକ ତାଙ୍କ ଅଧୀନରେ ରହିଥିଲା । 29 ମଇ 2018 ମସିହାରୁ ସେ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟରତ । ରାଜନେତା ହେଲେ ମଧ୍ୟ ସେ ଲେଖାଲେଖିରେ ରୁଚି ରଖିଥାନ୍ତି
“Geeta”- The Unattached Attachment ନାମରେ ଏକ ପୁସ୍ତକ ରଚନା କରିଛନ୍ତି । ଏହି ପୁସ୍ତକଟି ପାଠକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ପ୍ରଧାନମନ୍ତ୍ରୀ ନେଲେ କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ବେଳେ କରୋନା ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ  । ଆଜି ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ୍’ ଦିଆଯାଇଛି । କମ୍‌ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଓ ଡାକ୍ତରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍‌ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିଜେ ଟିକା ନେବା ସହ ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । ସେହିପରି ବିନା ଭୟ ଏବଂ ସଙ୍କଟରେ ଟିକା ନିଅନ୍ତୁ ଏବଂ ଦେଶକୁ କରୋନାରୁ ମୁକ୍ତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜିଠୁ ସାରାଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣଜାରି ରହିଛି । ୧୦ ହଜାର ସରକାରୀ କେନ୍ଦ୍ର ଓ ୨୦ ହଜାର ଘରୋଇ ହସପିଟାଲରେ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ପର୍ଯ୍ୟାୟରେ ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯିବ ।

୩୩ ବର୍ଷର ସେବା ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର: ୧୯୮୮ ବ୍ୟାଚର ଭାରତୀୟ ପୋଲିସ ସେବା ଅଫିସର ସତ୍ୟଜିତ୍ ମହାନ୍ତି ଆଜି ଚାକିରିରୁ ଅବସର ନେଇଛନ୍ତି । ଓଡ଼ିଶା ଅଗ୍ନିଶମ ମହାନିର୍ଦ୍ଦେଶକ ଭାବେ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ସେ ଅବସର ନେଇଛନ୍ତି । ସୋମବାର ଆସନ୍ତାକାଲି ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (OPSC)ର ଅଧ୍ୟକ୍ଷ ଭାବେ ସେ ଯୋଗଦେବେ ।

ଆଜି ସତ୍ୟଜିତ୍ ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ୧୯୮୮ ବ୍ୟାଚର ଏହି ଆଇପିଏସ୍ ଅଫିସର ଜୟପୁରରୁ ୧୯୯୦ ମସିହାରେ ଏଏସପି ଭାବେ ଚାକିରି ଆରମ୍ଭ କରିଥିଲେ । ପରେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ଭିଜିଲାନ୍ସ ଏସପି ଓ ଟ୍ରାନ୍ସପୋର୍ଟ କମିଶନର ଭାବେ ତାଙ୍କର ଅଭିଜ୍ଞତା ରହିଛି । ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଟ୍ୱିନ୍ ସିଟି ପୋଲିସ କମିଶନର ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ଡିଜିପି, ଅଗ୍ନିଶମ ଡିଜି ଭାବେ ସେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ।

ଗୁଲାମଙ୍କ ସମେତ ୭ ନେତାଙ୍କ ମୁଣ୍ଡରେ ଗେରୁଆ ପଗଡ଼ି, ଆହୁରି ବିଗିଡ଼ୁଛି କି କଂଗ୍ରେସ ସ୍ଥିତି ?

ନୂଆଦିଲ୍ଲୀ: ଗୁଲାମନବୀ ଆଜାଦ୍ । ଏହି ନାଁକୁ ଅଳ୍ପ ବହୁତେ ସମସ୍ତେ ଜାଣିଥିବେ । କାରଣ ଏହି ନାଁ ଦଶନ୍ଧି ଦଶନ୍ଧି ଧରି ଜାତୀୟ ରାଜନୀତିରେ ଗୁଞ୍ଜରିତ ହୋଇଥାଏ । ତେବେ ସବୁବେଳେ କଂଗ୍ରେସ ଓ କଂଗ୍ରେସ ସରକାରର ଗୁଣଗାନ କରୁଥିବା ଗୁଲାମ ନବୀ ଆଜାଦ୍‌ଙ୍କୁ ହଠାତ୍ ପୁଣି ଥରେ ଗେରୁଆ ପଗଡ଼ିରେ ଦେଖିବାକୁ ମିଳିଛି । ସବୁବେଳେ ବିଜେପି ଓ ଆର୍ଆର୍ଏସ୍ ବିରୋଧରେ ବିଷାଦ୍ଗାର କରୁଥିବା ନେତା କେମିତି ଗେରୁଆ ପଗଡ଼ି ପିନ୍ଧିଲେ ତାକୁ ନେଇ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ତେବେ ଏଠି ଗୋଟେ ଛୋଟ କଥା ଜାଣିବାର ଅଛି ଯେ, ଗୁଲାମନବୀ ଆଜାଦ୍‌ଙ୍କୁ ଗେରୁଆ ପଗଡ଼ି ପିନ୍ଧିବାର ଦେଖାଯିବା ଏହା ପ୍ରଥମ ଥର ନୁହେଁ । କାରଣ ଏହାପୂର୍ବରୁ ସେ ଅନେକ ଥର ଗେରୁଆ ପଗଡ଼ି ପିନ୍ଧିଛନ୍ତି । ଯେତେବେଳେ ସେ ହିନ୍ଦୁ ବହୁଳ ଅଂଚଳକୁ କିମ୍ବା ହିନ୍ଦୁ ଉତ୍ସବକୁ ଯାଆନ୍ତି ସେତେବେଳେ ସେ ଏଭଳି ଗେରୁଆ ପଗଡ଼ି ପିନ୍ଧିଥାନ୍ତି । ତେବେ ଯଦି ପୂର୍ବରୁ ଏଭଳି ଘଟିସାରିଛି ତାହାଲେ ଏଥର କାହିଁକି ଏତେ ଚର୍ଚ୍ଚା ଚାଲିଛି ।

ସବୁଠାରୁ ବଡ଼ କଥା ହେଲା ଏଥର ଗୁଲାମନବୀ ଆଜାଦ୍ ଏକା ନୁହେଁ ଏଥର ତାଙ୍କ ସହ ଅନ୍ୟ ୭ ଜଣ ନେତା ମଧ୍ୟ ଗେରୁଆ ପଗଡ଼ି ପିନ୍ଧିଥିବା ଦେଖାଯାଇଛି । ତେଣୁ ଏହାକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି । ଏହି ଘଟଣା ଏବେ ରାଜନୈତି ମହଲରେ ବିଭିନ୍ନ ଦିଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ କଂଗ୍ରେସର ବର୍ତ୍ତମାନ ପରିସ୍ଥିତି ଯାହା ରହିଛି, ତାକୁ ନେଇ ଅନେକ ଆକଳନ କରାଯାଉଛି ।

ଗତ ବର୍ଷ ୨୩ ଜଣ ଅସନ୍ତୁଷ୍ଟ କଂଗ୍ରେସ ନେତା (ଜି -୨୩) ଦଳରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ଆଉ ଏବେ ୮ଜଣ ନେତା ଗେରୁଆ ପଗଡ଼ି ପିନ୍ଧିଥିବା ଦେଖାଯାଇଛି । ତେଣୁ ଏହାକୁ ନେଇ ଜାତୀୟ ରାଜନୀତି ଓ କଂଗ୍ରେସର ସ୍ଥିତି ବିଷୟରେ ଅନେକ କିଛି ଆନୁମାନ ଲଗାଯାଇପାରେ । ଏହି ନେତାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନେ କଂଗ୍ରେସ ସହିତ ଅଛନ୍ତି, କିନ୍ତୁ ଦଳର ସାମ୍ପ୍ରତିକ ପରିସ୍ଥିତି ସେମାନଙ୍କ ପାଇଁ ଗ୍ରହଣୀୟ ନୁହେଁ । କଂଗ୍ରେସ ପକ୍ଷରୁ ଏନେଇ ବିବୃତ୍ତି ମଧ୍ୟ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଏମାନେ ହେଉଛନ୍ତି ଦଳର ବରିଷ୍ଠ ନେତା । ତେଣୁ ସେମାନେ ସବୁ କଥା ଛାଡ଼ି ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ହେବାକୁ ଯାଇଛି ସେଠାରେ ଦଳ ପାଇଁ ପ୍ରଚାର କରିବା ଉଚିତ୍ ।

ତେବେ ଏଭଳି ପରିସ୍ଥିତିରେ କଂଗ୍ରେସରେ ଭବିଷ୍ୟତ କ’ଣ ହେବ ସେନେଇ ପ୍ରଶ୍ନ ଉଠିଛି । କୁହାଯାଉଛି କେବଳ ଜମ୍ମୁରେ ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ବିଦ୍ରୋହୀ ନେତାମାନେ ବୈଠକ କରିବାକୁ ଯାଉଛନ୍ତି । ଏଭଳି ନେତାଙ୍କ ପରବର୍ତ୍ତୀ ବୈଠକ ହିମାଚଳ ପ୍ରଦେଶରେ ହେବାକୁ ଯାଉଛି । ଆଉ ଆନନ୍ଦ ଶର୍ମା ଏହି ହିମାଚଳ ପ୍ରଦେଶରୁ ହିଁ ଆସନ୍ତି । ଶର୍ମାଙ୍କ ନିକଟରେ ଦଳ ପାଇଁ ଅନେକ ଅଭିଯୋଗ ରହିଛି ।

କୁହାଯାଏ ଆନନ୍ଦ ଶର୍ମା ଗାନ୍ଧୀ ପରିବାରର ଅତି ନିକଟତର । ବର୍ତ୍ତମାନ ତାଙ୍କ ମନରେ ଗୋଟିଏ ଅସନ୍ତୋଷ ରହିଛି ଯେ, ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଆହୁରି ବର୍ଷେ ବାକି ଥିବା ବେଳେ ତାଙ୍କୁ ବିରାେଧୀ ଦଳ ନେତା ପଦରୁ ଦୁରେଇ ରଖାଗଲା । ଖାଲି ସେତିକି ନୁହେଁ ମଲ୍ଲିକାର୍ଜୁନ୍ ଖଡ଼ଗେ ରାହୁଲଙ୍କ ନିକଟତର, ତେଣୁ ତାଙ୍କୁ ସେହି ପଦ ଦିଆଯାଇଛି ବୋଲି ମଧ୍ୟ ଆନନ୍ଦଙ୍କ ମନରେ ଅସନ୍ତୋଷ ରହିଛି । ଶର୍ମାଙ୍କ ନିକଟତର ସୂତ୍ରରୁ ଯାହା ଜଣାପଡ଼ିଛି ଯେ, ମଲ୍ଲିକାର୍ଜୁନଙ୍କ ନିର୍ଦ୍ଦେଶ ଶୁଣିବା ଆନନ୍ଦଙ୍କ ପାଇଁ ଅତ୍ୟନ୍ତ ସହଜ ନୁହେଁ । ଆନନ୍ଦ ଏବେ ରାଜ୍ୟସଭାରେ ବିରୋଧୀ ଦଳର ଉପନେତା ଦାୟିତ୍ୱ ତୁଲାଉଛନ୍ତି ।

ସବୁଠାରୁ ବଡ଼ କଥା ହେଲା ହିମାଚଳ ପ୍ରଦେଶ ପରେ ଏଭଳି ବିଦ୍ରୋହୀ ନେତାଙ୍କ ବୈଠକ ହରିୟାଣା, ପଞ୍ଜାବ ଏବଂ ଦିଲ୍ଲୀରେ ମଧ୍ୟ ହେବାକୁ ଯାଉଛି । ଖାଲି ସେତିକି ନୁହେଁ ଜୁନ୍ ୨୩ରେ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ପାଦ ପାଇଁ ନିର୍ବାଚନରେ ‘ଜି-୨୩’ର ଅସନ୍ତୁଷ୍ଟ ନେତାମାନେ ପ୍ରାର୍ଥୀ ଦେଇପାରନ୍ତି । ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ନିଜ ଦାବି ରଖିପାରନ୍ତି ।

ଗତ ବର୍ଷ ଅଗଷ୍ଟରେ ଜି -୨୩ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅନେକ ପ୍ରଶ୍ନ କରିଥିଲେ । ସେମାନେ ପ୍ରଶ୍ନ କରିଥିଲେ ଯେ, ଦଳରେ କୌଣସି ନେତା ନାହାଁନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହୋଇନାହାନ୍ତି । ଦଳର ନିଷ୍ପତ୍ତି କିଏ ନେଉଛନ୍ତି ? ତାହା କାହାକୁ ଜଣାପଡ଼ୁ ନାହିଁ । ତେବେ ଜ-୨୩ ନେତାଙ୍କ ଏଭଳି କହିବା ପଛର ଉଦେଶ୍ୟ ମଧ୍ୟ ରହିଛି । କାରଣ ସୋନିଆ ଗାନ୍ଧୀ ଏବେ ଆଉ ଦୈନନ୍ଦିନ ରାଜନୈତିକ ଘଟଣା ସହ ଜଡ଼ିତ ନୁହନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଯେ, ନେତାମାନେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି ।

ଜାମ୍ମୁରେ ବସିଥିବା ବୈଠକକୁ ନେଇ କଂଗ୍ରେସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନପାରେ । କାରଣ ଦଳ ଚାହୁଁନି ଯେ, ଏଭଳି କୌଣସି ପରିସ୍ଥିତି ଉପୁଜୁ ଯେଉଁଥିରେ ଆଗାମୀ ନିର୍ବାଚନ ପୂର୍ବରୁ ଲୋକଙ୍କ ଧ୍ୟାନ ଭଙ୍ଗ ହେଉ । କାରଣ କଂଗ୍ରେସ ଜାଣିଛି ଯେ, ଏହି ବିଦ୍ରୋହୀ ନେତାମାନେ ଆଗକୁ କଣ୍ଟା ହୋଇପାରନ୍ତି । ତେବେ ଏସବୁକୁ ସମାଧାନ କରିବାକୁ ଭିତରେ ଭିତରେ ଚେଷ୍ଟା ଚଳାଇଛି କଂଗ୍ରେସ।

ଶ୍ରୀମନ୍ଦିର ବିକାଶ ପାଇଁ ଲକ୍ଷେ ଟଙ୍କା ଦାନ ସହ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସମ୍ମାନ ଜଣାଇଲେ ଧର୍ମେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ବିକାଶ ନେଇ ସହଯୋଗ କରିବେ କେନ୍ଦ୍ର ସରକାର । ଶ୍ରୀମନ୍ଦିର ନେଇ ରାଜ୍ୟ ସରକାର ଯେଉଁ ପରିକଳ୍ପନା କରିଛନ୍ତି ତାହାକୁ ଭାରତ ସରକାର ସହଯୋଗ କରୁଛନ୍ତି ଓ କରିବେ । ଏହାସହିତ ଶ୍ରୀମନ୍ଦିର ସେବାୟତ ମାନଙ୍କ ପାଇଁ ସ୍କିଲ ଡେଭଲପ୍‌ମେଣ୍ଟ ମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପୁରୀ ଗସ୍ତ ଅବସରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଧର୍ମେନ୍ଦ୍ର ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ଏକ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ବିକାଶ ପାଇଁ ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂକଳ୍ପକୁ ସମ୍ମାନ ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଧର୍ମେନ୍ଦ୍ର ।

ସେପଟେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆରମ୍ଭ କରିଛନ୍ତି । ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଶ୍ରୀକ୍ଷେତ୍ରର ବିକାଶ ସାରା ବିଶ୍ୱ ଦେଖିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ସବୁ ମହଲରୁ ଧନ୍ୟବାଦର ଶୁଅ ଛୁଟିଛି । ଓଡ଼ିଆ ଜାତିର ପରମ୍ପରା, ଐତିହ୍ୟ ଓ ମର୍ଯ୍ୟାଦାର ପ୍ରତୀକ ହେଉଛି ଶ୍ରୀକ୍ଷେତ୍ର । ଶ୍ରୀଜଗନ୍ନାଥ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆରାଧ୍ୟ ଦେବତା । ବିଶ୍ୱନିୟନ୍ତାଙ୍କ ନୀଳାଚଳର ବିକାଶ ସ୍ୱାଗତଯୋଗ୍ୟ ବୋଲି ରାଜନେତା ଓ ବୁଦ୍ଧିଜୀବୀ କହିଛନ୍ତି ।

ଛାତରୁ ପଡ଼ି ଟିକ୍‌ଟକ୍‌ ଷ୍ଟାରଙ୍କ ମୃତ୍ୟୁ ଘଟଣାରେ, ଶିବସେନା ନେତା ସଞ୍ଜୟ ରୋଠୋର ଦେଲେ ଇସ୍ତଫା

ମୁମ୍ବାଇ: ଉଦ୍ଧବ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ସଞ୍ଜୟ ରାଠୋର ତାଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଟିକ୍‌ଟକ୍‌ ଷ୍ଟାରଙ୍କ ଆତ୍ମହତ୍ୟା ମାମଲାର ନାଁ ଆସିବା ପରେ ସଞ୍ଜୟ ଚିନ୍ତିତ ଥିଲେ, ତେଣୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶିବସେନା ନେତା ସଞ୍ଜୟ ରାଠୋର ରବିବାର ସିଏମ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ ଏବଂ ଏହା ପରେ ସେ ନିଜ ଇସ୍ତଫା ପତ୍ର ଦାଖଲ କରିଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ସଞ୍ଜୟ ରାଠୋର କହିଛନ୍ତି ଯେ, ‘ମୁଁ ଇସ୍ତଫା ଦେଉଛି ସତ ହେଲେ ଘଟଣାର ତଦନ୍ତ ଶେଷ ହେବା ପରେ ଏହାକୁ ଗ୍ରହଣ କରାଯାଉ ।

ଇସ୍ତଫା ଦେବା ପରେ ସଞ୍ଜୟ କହିଛନ୍ତି, ‘ମୁଁ ମୋର ଇସ୍ତଫା ସିଏମ ଉଦ୍ଧବ ଠାକରେଙ୍କ ନିକଟରେ ଦାଖଲ କରିଛି । ବିଧାନସଭା ଚଳେଇ ନଦେବା ପାଇଁ ବିରୋଧୀ ଯେଭଳି ଚେତାବନୀ ଦେଉଛନ୍ତି ସେଥିପାଇଁ ମୁଁ ଏଥିରୁ ନିଜକୁ ଦୂରେଇ ରଖିଛି । ଏହି ମାମଲାରେ ମୁଁ ନିରପେକ୍ଷ ତଦନ୍ତ ଚାହୁଁଛି ।

ସୋସିଆଲ ମିଡିଆ ପୋଷ୍ଟରେ ଏହି ଦାବି କରାଯାଇଥିଲା

କିଛି ଦିନ ହେବ ସୋସିଆଲ ମିଡିଆ ପୋଷ୍ଟ ଏବଂ କିଛି ବିଜେପି ନେତା ଦାବି କରି ଆସୁଥିଲେ ଯେ, ଫେବୃଆରୀ ୮ ରେ ପୁଣେର ହଡ଼ପସର  ଅଞ୍ଚଳରେ ଏକ ବିଲ୍ଡିଂରୁ ଖସିପଡ଼ି ପରେ ମୃତ୍ୟୁବରଣ କରିଥିବା ମହିଳା, ଜଣେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ସଂପର୍କରେ ଥିଲେ ।

ବିବାଦ ପରେ ସଞ୍ଜୟଙ୍କୁ ଡାକିଲେ ଉଦ୍ଧବ

ନିକଟ ଅତୀତରେ ଏନେଇ ବିବାଦ ବଢ଼ୁଥିବା ଦେଖି ସିଏମ୍ ଉଦ୍ଧବ ଠାକରେ ୨୪ ଫେବୃଆରୀରେ ସଞ୍ଜୟଙ୍କୁ ଡାକାଇଥିଲେ ।  ବିବାଦ ଆରମ୍ଭ ହେବା ପରେ ସଞ୍ଜୟ ଦୀର୍ଘ ଦିନ ଧରି ସର୍ବସାଧାରଣଠାରୁ ଦୂରେଇ ଯାଇଥିଲେ । ହେଲେ ହଠାତ୍‌ ସେ ମଙ୍ଗଳବାର ୱାଶିମ୍ ଜିଲ୍ଲାର ଏକ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ନିଜ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ସଞ୍ଜୟ କହିଥିଲେ ଯେ, ମହିଳାଙ୍କ ମୃତ୍ୟୁ ପରେ ‘ଡାର୍ଟି ପଲିଟିକ୍ସ’ କରଯାଉଥିଲା । ତେବେ ତଦନ୍ତ ପରେ ସବୁ ସତ୍ୟ ସାମ୍ନାକୁ ଆସିଥିଲା ।

ଭିସୁଟରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷା ବାତିଲ୍

ସମ୍ବଲପୁର: ବୁର୍ଲା ଭିସୁଟ୍ ସଟଡାଉନ୍ ହେବା ପରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷାକୁ ବାତିଲ୍ କରି ଦିଆଯାଇଛି । ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କର ଅଫଲାଇନ ପରୀକ୍ଷା ହେବାର ଥିଲା । ବିଶ୍ୱବିଦ୍ୟାଳୟର ୨୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ସତର୍କ ପଦକ୍ଷେପ ନେଇଥିଲା । ବିଶ୍ୱବିଦ୍ୟାଳୟକୁ ସଟଡାଉନ ଘୋଷଣା କରାଯିବା ସହ କଣ୍ଟେଣ୍ଟମେଣ୍ଟ ଯୋନ ଓ ବଫର ଯୋନ ଘୋଷଣା କରାଯାଇଥିଲା ।

ଭିସୁଟ୍ ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଜାରି କରାଯାଇଛି । ଭିସୁଟର ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହୀନି ଓ ବିଶାଖା ହଷ୍ଟେଲ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ସେହିପରି ପୁଲହ ହଷ୍ଟେଲକୁ ବଫର ଯୋନ ଭାବେ ଘୋଷଣା କରିଛି ପ୍ରଶାସନଷ  ।

ଏହି ଅଞ୍ଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ସଟଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠୁ କ୍ୟାମ୍ପସରେ ସଟଡାଉନ ଲାଗୁ ହୋଇଛି । ଛାତ୍ରଛାତ୍ରୀ ମାନେ ନିଜ ଘରକୁ ଫେରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସବ୍ୟସାଚୀଙ୍କ ହାତ ଧରିବେ ଅର୍ଚ୍ଚିତା, ସୋମବାର ରାଜସ୍ଥାନରେ ବିବାହ

ଭୁବନେଶ୍ୱର: ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କୁ ବାହା ହେଉଛନ୍ତି ଓଲଉଡ୍ ହିରୋ ସବ୍ୟସାଚୀ ମିଶ୍ର । ଆସନ୍ତାକାଲି ଉଭୟଙ୍କ ବାହାଘର ରାଜସ୍ଥାନରେ ହେବ । ଉଭୟଙ୍କ ବାହାଘର ନେଇ ୨ ସେଲିବ୍ରିଟି ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ଅନେକ ଦିନ ଧରି ୨ ଜଣଙ୍କ ଆଫେୟାର୍ସକୁ ନେଇ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ହେବାକୁ ଯାଉଛି ଶୁଭ ପରିଣୟ ।

ସବ୍ୟସାଚୀ-ଅର୍ଚ୍ଚିତା ଯୋଡ଼ି ଓଲିଉଡ୍ ଚଳଚ୍ଚିତ୍ର ‘ପିଲାଟା ବିଗିଡ଼ି ଗଲା’, ‘ସ୍ମାଇଲ୍ ପ୍ଲିଜ୍‘,‘ମୁଁ ଏକା ତୁମର‘,‘ମୁଁ ସ୍ୱପ୍ନର ସୌଦାଗର‘,‘ପାଗଳ କରିଛି ପାଉଁଞ୍ଜି ତୋର‘,‘କୋଉ ଦୁନିଆରୁ ଆସିଲ ବନ୍ଧୁ‘,‘ତୋର ମୋର ଯୋଡ଼ି ସୁନ୍ଦର‘,‘କେବେ ତୁମେ ନାହଁ କେବେ ମୁଁ ନାହିଁ’ ଚଳଚ୍ଚିତ୍ରରେ ଏକାଠି ନଜର ଆସିଛନ୍ତି ।

Sabyasachi, Archita to tie knot in Rajasthan

୨୦୧୩ରେ ସବ୍ୟସାଚୀଙ୍କ ଛାଡ଼ପତ୍ର ପରେ ଅର୍ଚ୍ଚିତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଯାହାକୁ ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ଖଣ୍ଡନ କରିଥିଲେ । ସିଲଭର ସ୍କ୍ରିନରେ ଉଭୟଙ୍କ ରୋମାନ୍ସ ଦର୍ଶକ ଦେଖିଥିବା ବେଳେ ଏବେ ରିଅଲ ଲାଇଫରେ ପତିପତ୍ନୀ ହେବାକୁ ଯାଉଛନ୍ତି ସବ୍ୟ ଓ ଅର୍ଚ୍ଚିତା ।