spot_img
Home Blog Page 595

ପୂଜକଙ୍କୁ ତାଲା ପକାଇ ମନ୍ଦିରରୁ ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ପୂଜକଙ୍କୁ ଘର ଭିତରେ ତାଲା ପକାଇ ମନ୍ଦିରରୁ ଲୁଟ୍ ଅଭିଯୋଗ। ବ୍ରହ୍ମପୁର ଖଲ୍ଲିକୋଟ ଥାନା  ୧୬ ନମ୍ୱର ଜlତୀୟ ରାଜପଥ କଡରେ ଥିବା ଡାଳଖାଇ ମନ୍ଦିରରୁ ଲୁଟ୍ ହୋଇଛି। ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତ କାଲି ରାତିରେ ମନ୍ଦିରରୁ ଲୁଟ୍ ହୋଇଥିବାବେଳେ ଚୋରୀର ଭିଡିଓ CCTV ରେ କଏଦ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

 

 

ସୁନା ଦୋକାନରୁ ଚୋରି ଘଟଣା : ୬ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାରରେ ଥିବା ନାରାୟଣ ଜୁଏଲାରୀରୁ ଲୁଟ୍ ଘଟଣାରେ ୬ ଗିରଫ।  ୧୦ ଦିନ ପରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ କିଛି ସୁନା  ଓ ରୂପା ଅଳଙ୍କାର ସମେତ ୩ ମୋବାଇଲ ଓ ୩ ବାଇକ୍ ଜବତ କରାଯାଇଥିବା ପ୍ରେସମିଟରେ ସୂଚନା ଦେଇଛି ପୋଲିସ । ଗତ ଜୁନ ୨୫ ତାରିଖର  ହୋଇଥିଲା ଲୁଟ୍। ୪ ଦୁର୍ବୃତ୍ତ ୨ଟି ବାଇକରେ ଆସି ମାରଣାସ୍ତ୍ର ଦେଖାଇବା ସହିତ ଦୁଇ ରାଉଣ୍ଡ ବ୍ଲାଙ୍କ ଫାଇରିଂ କରି ଲୁଟିନେଇଥିଲେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର । ଘଟଣାକୁ ଗୁରୁତର ସହ ନେଇ ପୁରା ଏରିଆକୁ ନାକାବନ୍ଦି କରି ତଦନ୍ତ ଚଲାଇଥିଲା ପୋଲିସ। ପ୍ରାୟ ୧୦ ଦିନର ତନାଘନା ପରେ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ାର ବିକି ପାତ୍ର, ଜଗୁ ପାତ୍ର, ଅଜିତ୍ ପଟ୍ଟନାୟକ ଓ କଟକର  ଜଗନ୍ନାଥ ଘଡେ଼ଇ, ଯାଜପୁରର ଇନ୍ଦ୍ରମଣି ମହାନ୍ତ ଓ ହରିଚନ୍ଦନପୁର ଥାନା ବାଇଲବେଡା ଗାଁର ବୁଦ୍ଧଦେବ ମହାନ୍ତ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି,ଲୁଟ ଭଳି ମାମଲା ରହିଛି।

ଆଗାମୀ ୧୨ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ବର: ଆଗାମୀ ୧୨ ଘଣ୍ଟାରେ ଲଘୁଚାପ। ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ୧୨ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ। ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ୮ଟି ସ୍ଥାନରେ ଅତ୍ୟନ୍ତ ଭାରି ବର୍ଷା ରେକର୍ଡ ହୋଇଛି। ଝାରସୁଗୁଡାରେ ୨୦୫.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ, ଦେଓଗାଁରେ ୩୦୬ ମିଲିମିଟର,
ଲାଇକେରାରେ ୨୭୦.୪, କିରମେରାରେ ୨୫୫.୩, କୋଲାବିରା ଓ କୁଚିଣ୍ଡା ୨୩୩ ମିଲିମିଟର, ସୁନ୍ଦରଗଡରେ ୨୦୭.୮ ଓ ସମ୍ବଲପୁର ବାମରାରେ ୨୮୫.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। …

ଅନୁଗୁଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଥିବା ଅଭିଯୋଗ । ଯାହାକୁ ନେଇ ପ୍ରାୟ ଦୁଇ ଘଣ୍ଟା ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ହଣ୍ଡପା ଗାଁର ଗୁଲଜାର ଖାଁ ନାମକ ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଥିପାଇଁ ସେ ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡ୍ରେସିଂ କରିଥିଲେ । ତେବେ ଡ୍ରେସିଂ ବେଳେ ଯେଉଁ ଔଷଧ ଲଗାଯାଇଥିଲା ତାହା ଦେଢ଼ ବର୍ଷ ହେଲା ଏକ୍ସପାଏରୀ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏକ୍ସପାଏରୀ ଔଷଧ କାହିଁକି ଦିଆଯାଉଛି ବୋଲି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କୁ ପଚାରିଥିଲେ । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ନୂଆ ଦଳ ଗଠନ ପରେ ଆଗକୁ କଣ ରହିଛି ମସ୍କଙ୍କ ଯୋଜନା ?

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହେବା ପରି ମନେ ହେଉନି । ଟ୍ରମ୍ପଙ୍କ ଧମକ ପରେ ମସ୍କ ଏବେ ନୂଆ ଦଳ ଗଠନ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ନିଜର ନୂଆ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଦଳର ନାମ ଆମେରିକା ପାର୍ଟି ରଖିଛନ୍ତି । ଦଳର ନାଁ ଘୋଷଣା ପରେ ସେ କହିଛନ୍ତି- ଆପଣଙ୍କୁ ଆପଣଙ୍କ ସ୍ବାଧୀନତା ଫେରାଇ ଦେବାକୁ ‘ଆମେରିକା ପାର୍ଟି’ ଜନ୍ମ । ଦଳ ଲକ୍ଷ୍ୟ ଲୋକଙ୍କୁ ଲୋକଙ୍କ ସ୍ବାଧୀନତାକୁ ପୁନଶ୍ଚ ଫେରାଇ ଆଣିବା..

ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଶିଳ୍ପପତି ଏଲନ ମସ୍କଙ୍କ ଭିତରେ ବିବାଦ ନୂଆ ମୋଡ଼ ନେବା ପରେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଥିବା ଏଲନ ମସ୍କ ‘ଆମେରିକା ପାର୍ଟି’ନାଁରେ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି । ଏହାସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରାଜନୈତିକ ଭାବେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ମସ୍କ ।

ଗୋଟିଏ ପାର୍ଟି ସିଷ୍ଟମରୁ ଆମେରିକୀୟଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ମସ୍କ । କେବଳ ଏତିକି ନୁହେଁ ଏକ ସର୍ଭେ ଅନୁଯାୟୀ ୨-୧ ଅନୁପାତରେ ଆମେରିକୀୟ ମାନେ ନୂଆ ରାଜନୈତିକ ଦଳ ବିକଳ୍ପର ଇଚ୍ଛା ପ୍ରକାଶ କରିବା ପରେ ଏହି ଦଳ ଗଠନ ନେଇ ନିଷ୍ପତ୍ତି ହୋଇଥିବା ମସ୍କ କହିଛନ୍ତି । ଟେସଲା ମାଲିକ ଏଲନ ମସ୍କଙ୍କ ଏପରି ଘୋଷଣା ପରେ ଆମେରିକାର ରାଜନୈତିକ ହଲଚଲ ବଢ଼ିଯାଇଛି ।

ପନ୍ତ କହିଲେ ଦୁର୍ଘଟଣା ପରର କାହାଣୀ..

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଷ୍ଟାର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବେ ଦମଦାର ଫର୍ମରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ କିଛିଦିନ ତଳେ କପିଲ ଶର୍ମାଙ୍କ ଶୋରେ ଯୋଗ ଦେଇଥିଲେ । ଏହି ଶୋ’ରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଋଷଭ ପନ୍ତ, ଚହଲ ଏବଂ ଅଭିଶେକ ଶର୍ମା ଏହି ଶୋ’କୁ ଆସିଥିଲେ । ତେବେ ଏହି ସମୟରେ ପନ୍ତ ଦୁର୍ଘଟଣା ପରେ କେତେ କଷ୍ଟ କରି ପୁଣି ଦଳକୁ ଫେରିଲେ ସେ ସମ୍ପର୍କରେ କହିଥିଲେ । ସେ କହିଥିଲେ କି, ଦୁର୍ଘଟଣା ପରେ ମୋତେ ଏତେ ଔଷଧ ଖାଇବାକୁ ପଡ଼ୁଥିଲା କି, ମୁଁ ଆଉ କଣ ଖାଇବି ଭୁଲି ଯାଇଥିଲି । ଏହାସହ ସେ କହୁଥିବାବେଳେ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲେ । ତେବେ ଏହି ଶୋ’ରେ ଯୋଗ ଦେଇଥିବା ବାକି ଅତିଥୀମାନେ ମଧ୍ୟ ନିଜର ମନର ଅନେକ ଗୁପ୍ତକଥା କହିଥିବା ଦେଖିବାକୁ ମିଳିଥିଲା ।

ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଖୋଲିଲା ହୀରାକୁଦ ଗେଟ୍। ଜଳଭଣ୍ଡାରରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଛି। ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯିବ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୬ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୨ ହଜାର ୯୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବନ୍ୟାଜଳ ବୃଦ୍ଧି ପାଉଥିବାରୁ ହୀରାକୁଦରୁ ପାଣି ଛାଡ଼ିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ମହାନଦୀକୁ ନଯିବା ପାଇଁ ଆଲର୍ଟ କରାଯାଇଛି। ଅନ୍ୟପଟେ ବର୍ଷର ପ୍ରଥମ ବନ୍ୟାଜଳ ଖୋଲି ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ସେହିପରି ମହାନଦୀ ତଟବର୍ତ୍ତୀ ୧୩ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ସତର୍କ କରାଯାଇଛି।

ନିଜର ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ କପିଲ୍ ଶର୍ମା

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ଦ ଗ୍ରେଟ୍ ଇଣ୍ଡିଆ କପିଲ ଶର୍ମା ଶୋ’ ବେଶ ଚର୍ଚ୍ଚାରେ ରହିଛି । ନୂଆ ସିଜିନରେ ବେଶ ମଜା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ କପିଲ ଶର୍ମାଙ୍କ ଶୋ’ରେ ଯୋଗ ଦେଇଥିଲେ ଟିମ ଇଣ୍ଡିଆର ସ୍ପିନର ଚହଲ । ତେବେ ସେ ନିଜର ପ୍ରେମ ସମ୍ପର୍କକୁ ନେଇ ଏହି ଶୋ’ରେ ମୁହଁ ଖୋଲିଛନ୍ତି । ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଋଷଭ ପନ୍ତ, ଚହଲ ଏବଂ ଅଭିଶେକ ଶର୍ମା ଏହି ଶୋ’କୁ ଆସିଥିଲେ । ଯେଉଁଥିରେ ତାଙ୍କ ଆର ଜେ ମହଭାସଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ଚହଲ କିଛି କହି ନଥିଲେ । ଲାଜ କରିବା ସହ ଚହଲ କିଛି ଏଭଳି କଥା କହି ଦେଇଥିଲେ । ତଥାପି ତାଙ୍କୁ ନେଇ କୃଷ୍ଣା ମଜା କରୁଥିବା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ କହି ରଖୁଛୁ କି, ଧନଶ୍ରୀଙ୍କ ସହ ଚହଲଙ୍କ ଛାଡ଼ପତ୍ର ହେବା ପରେ ଆରଜେ ମହଭାସଙ୍କ ସହ ଚହଲଙ୍କ ନାମ ଯୋଡ଼ା ଯାଇଛି । ଆଇପିଏଲ ସମୟରେ ଏକଥାକୁ ନେଇ ଅଧିକ ଚର୍ଚ୍ଚ ହୋଇଥିବାବେଳେ ଚହଲ ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କପିଲ ଶର୍ମାଙ୍କ ନୂଆ ସିଜିନର ତୃତୀୟ ଏପିସୋଡ ଭାରତୀୟ ଟିମର ସଦସ୍ୟମାନେ ଯୋଗ ଦେଇଥିବାବେଳେ ଏହାକୁ ନେଇ ବେଶ ମଜା କରାଯାଇଥିବା ଦେଖିବାକୁ ମିଳିଥିଲା ।

ଏଥର ବ୍ରିକ୍ସ ସମ୍ମିଳନୀରେ ଦେଖାଯିବେ ନାହିଁ ପୁଟିନ, ଜିନପିଙ୍ଗ, ଭାରତର କ୍ଷତି ନା ଲାଭ ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ରବିବାର ଠାରୁ ବ୍ରାଜିଲର ରିଓ ଡି ଜେନେରିଓରେ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେଉଛି। ଏଥର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ବୈଠକରେ ଯୋଗ ଦେଉନାହାଁନ୍ତି। ଦଶ ବର୍ଷରୁ ଅଧିକ ସମୟ ଧରି ଶାସନରେ ଏହା ପ୍ରଥମ ଥର ଯେ ସି ବ୍ରିକ୍ସର ବାର୍ଷିକ ବୈଠକରୁ ଦୂରେଇ ଅଛନ୍ତି।

ଜିନପିଙ୍ଗଙ୍କ ଅନୁପସ୍ଥିତି ଏପରି ଏକ ସମୟରେ ଆସିଛି ଯେତେବେଳେ ୨୦୨୪ ପରେ ୧୦ ସଦସ୍ୟ ବିଶିଷ୍ଟ ଏକ ଗୋଷ୍ଠୀ, ବ୍ରିକ୍ସ ଆମେରିକା ସହିତ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ଏବଂ ବିଶ୍ୱ ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅନେକ ଦେଶ ଉପରେ ଲାଗୁ କରାଯାଇଥିବା ଶୁଳ୍କ ୯ ଜୁଲାଇରେ ଶେଷ ହେଉଛି, ଯାହା ଏହି ଦେଶଗୁଡ଼ିକ ଉପରେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରିବା ପାଇଁ ଚାପ ସୃଷ୍ଟି କରୁଛି। ଏଥର ସି ଜିନପିଙ୍ଗଙ୍କ ବଦଳରେ ଚୀନର ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ବ୍ରିକ୍ସରେ ଚୀନର ପ୍ରତିନିଧିତ୍ୱ କରୁଛନ୍ତି।

୨୦୦୯ ମସିହାରେ ବ୍ରାଜିଲ, ରୁଷ, ଭାରତ ଏବଂ ଚୀନର ଏକ ଆର୍ଥିକ ସହଯୋଗ ଗୋଷ୍ଠୀ ଭାବରେ ବ୍ରିକ୍ସ ଆରମ୍ଭ ହୋଇଥିଲା, ଯାହାର ଗୋଟିଏ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଏଥିରେ ଯୋଗ ଦେଇଥିଲା। ୨୦୨୪ ମସିହାରେ ଏଥିରେ ମିଶର, ୟୁଏଇ, ଇଥିଓପିଆ, ଇଣ୍ଡୋନେସିଆ ଏବଂ ଇରାନ ମଧ୍ୟ ସାମିଲ ହୋଇଥିଲେ। ବର୍ତ୍ତମାନ ଏହି ଗୋଷ୍ଠୀ ବିଶ୍ୱ ଶକ୍ତି ସନ୍ତୁଳନରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି, ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରଭାବକୁ ସନ୍ତୁଳିତ କରିବା ପାଇଁ ଏହା କାମ କରୁଛି।

ଭାରତ ଏଥର ବ୍ରିକ୍ସ ଶିଖର ସମ୍ମିଳନୀର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି। ଚୀନ୍ ଏବଂ ରୁଷର ନେତାଙ୍କ ଅନୁପସ୍ଥିତିରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଭୂମିକା ପାଇବାର ସମ୍ଭାବନା ରହିଛି। ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିୟ ଲୁଲା ଡା ସିଲଭାଙ୍କ ସହିତ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବେ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା ମଧ୍ୟ ସମ୍ମିଳନୀରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନାର୍ଥେ ବ୍ରାଜିଲ ଏକ ରାଜ୍ୟ ଗସ୍ତର ମଧ୍ୟ ଆୟୋଜନ କରିଛି, ଯାହା ୮-୯ ଜୁଲାଇରେ ବ୍ରାସିଲିଆରେ ହେବ।

ପଥରରେ ଛେଚି ଗାନ୍ଧିମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ନବରଙ୍ଗପୁର: ନବରଙ୍ଗପୁର ଗାନ୍ଧିମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ। ଗାନ୍ଧୀ ନଗର ଠାରେ ଥିବା ଗାନ୍ଧୀ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ପ୍ରତିମୂର୍ତ୍ତିକୁ ପଥର ଛେଚି ଭାଙ୍ଗି ଦେଇଛନ୍ତି। ୧୭ ନମ୍ବର ୱାର୍ଡ ଗାନ୍ଧୀ ନଗର ଅଞ୍ଚଳର ଏ ଘଟଣା। ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ଗୋଟିଏ ପରେ ଗୋଟିଏ ପଥର ମାରି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିଲା।  ପାଖରେ ଥିବା ଅନ୍ୟ ଲୋକ ବାରଣ କରିବାକୁ ତାଙ୍କୁ ପଥର ଧରି ଗୋଡ଼ାଇଥିଲା। ପୋଲିସ ପହଂଚି ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ଜଣାପଡିଛି। ଗାନ୍ଧିନଗର ଅଞ୍ଚଳରେ ନିୟମିତ ପୋଲିସ ପାଟ୍ରୋଲିଂ କରାଯିବା ସହ ଦୁର୍ବୃତ୍ତକୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି। ତୁରନ୍ତ ନୂତନ ପ୍ରତିମୂର୍ତ୍ତି ସ୍ଥାପନ ନ କରାଯିବା ପର୍ଯ୍ୟନ୍ତ ଅନ୍ନ ଜଳ ସ୍ପର୍ଶ କରିବି ନାହିଁ ବୋଲି କହି ପ୍ରତିମୂର୍ତ୍ତି ତଳେ ଅନଶନରେ ବସିଥିଲେ ଶହୀଦ ସ୍ମୃତି ସସଂଦ  ସଭାପତି ମନୋରଞ୍ଜନ ତ୍ରିପାଠୀ। ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।…