spot_img
Home Blog Page 5966

ବାଚସ୍ପତିଙ୍କ ସମ୍ମୁଖରେ ଥିବା ଫାଇବର କାଚ ଖସାଇଦେଲେ ବିରୋଧୀ

ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ହଟ୍ଟଗୋଳ ଜାରି ରଖିଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ ପରେ ସମବାୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ତଥାପି ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି ।

Odisha Assembly Adjourned Till Saturday Amid Opposition Roar

ବାଚସ୍ପତିଙ୍କ ସମ୍ମୁଖରେ ଲାଗିଥିବା ଫାଇବାର କାଚ ବିରୋଧୀ ତଳକୁ ଖସାଇ ଦେବା ସହ ପୋଡ଼ିଅମ୍  ଉପରକୁ ଚଢ଼ିବାକୁ ଉଦ୍ୟମ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ ଏଭଳି କରିଛନ୍ତି ବିରୋଧୀ ସଦସ୍ୟ ।

Odisha Assembly Adjourned Till Saturday Amid Opposition Roar

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଉପରକୁ ପେପର ଫିଙ୍ଗିଛନ୍ତି । ବିରୋଧୀଙ୍କ ପ୍ରବଳ ହୋହଲ୍ଲା ପରେ ଗୃହକୁ ବାଚସ୍ପତି ଆସନ୍ତାକାଲି ଯାଏ ମୁଲତବି ଘୋଷଣା କରିଛନ୍ତି ।

ବାଚସ୍ପତିଙ୍କ ରୁଲିଂ, କାଲି ଗୃହରେ ଧାନ କିଣା ନେଇ ବିବୃତି ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ ମୁଲତବି ହୋଇଛି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହରେ ରୁଲିଂ ଦେଇଛନ୍ତି । ଧାନ କିଣା ସମ୍ପର୍କରେ ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆସନ୍ତା ୭ ଦିନ ପରେ ଧାନ କିଣାରେ ଅଗ୍ରଗତି ନେଇ ପୁଣିଥରେ ଗୃହକୁ ଅବଗତ କରାଇବେ ।

Opposition Roar In Odisha Assembly, Speaker Ruling To Cooperative Min. To Make Statement On Mandi

ଆଜି ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ଓ ଧାନମଣ୍ଡି ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ହୋହଲ୍ଲା କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।  ସେପଟେ ଗୃହରେ ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି, କେନ୍ଦ୍ର ସରକାର କମାଉନାହାଁନ୍ତି । ସେଥିପାଇଁ ବିଜେପି ଏଭଳି ହଟ୍ଟଗୋଳ କରୁଥିବା ବିଜେଡି କହିଛି । ଧାନ କିଣାକୁ ନେଇ କେନ୍ଦ୍ର ସରକାରଙ୍କ ଯେତିକି ଟାର୍ଗେଟ ରହିଛି ସେ ଟାର୍ଗେଟ୍ ପୂରଣ ହେଲେ ସବୁ ଧାନ ଉଠିଯିବ

ଅନ୍ୟପଟେ ବିଜେପି ମଣ୍ଡିରେ ଧାନ ପଡ଼ି ରହିଥିବା କହିଛି । ଅବିଳମ୍ବେ ଧାନ ଉଠାଇବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ଗୃହ ଅଚଳାବସ୍ଥା ନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ପ୍ରଶ୍ନକାଳକୁ ବାତିଲ କରିବା ଠିକ୍ ନୁହେଁ । ଏହି ପ୍ରସଙ୍ଗକୁ ବିଧାନସଭାର ଅଲଗା ଫୋରମରେ ଉଠାଇବାର ସୁଯୋଗ ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି । ଅପରାହ୍ଣ ଅଧିବେଶନରେ ଉପସ୍ଥାପନ ହୋଇଛି ଓଡ଼ିଶା କୃଷିଜାତ ଓ ପଶୁ ସମ୍ପଦ ବିପଣନ ଅଧ୍ୟାଦେଶ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଗୃହ ମଧ୍ୟଭାଗରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି ।

ଅଭିଯୁକ୍ତ ସପକ୍ଷରେ ବିଜେପିର ଓକିଲାତି ଲଜ୍ଜାଜନକ: ବିଜେଡି

ଭୁବନେଶ୍ୱର: ପରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ତାହାଠାରୁ ଅଧିକ ଯନ୍ତ୍ରଣାଦାୟକ । ସେ ଭୁଲି ଯାଉଛନ୍ତି ଯେ- ପରୀ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ଏକ ଜଘନ୍ୟ ଅପରାଧ । ଏହି ଘଟଣାର ତଦନ୍ତ ତାଙ୍କ ଇଚ୍ଛା ଅନୁଯାୟୀ ନୁହେଁ, ବରଂ ବିଭିନ୍ନ ତଥ୍ୟ ପ୍ରମାଣକୁ ନେଇ କରାଯାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

BJD Counter Attack To BJP Spokesperson Lekhashree Over Pari Case

ସୁଶ୍ରୀ ସାହୁ କହିଛନ୍ତି- ପ୍ରଥମ ଦିନରୁ ଲକ୍ଷ୍ୟ କରାଯାଉଛି ବିଜେପି ବିଶେଷକରି ଶ୍ରୀମତୀ ସାମନ୍ତସିଂହାର ତଦନ୍ତକୁ ବାଟବଣା ଲାଗି ଉଦ୍ୟମ କରିବା ସହିତ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ସ୍ତରରେ ଅତ୍ୟନ୍ତ ଅଶାଳୀନ ଓ ଅପମାନଜନକ ଶବ୍ଦ ପ୍ରୟୋଗ କରୁଛନ୍ତି । ଏଭଳି ଆଚରଣ ଓ ଉଚ୍ଚାରଣ ପାଇଁ ତାଙ୍କୁ ଲଜ୍ଜା ଲାଗିବା କଥା । ଅତୀତରେ ରାଜ୍ୟ ରାଜନୀତିରେ କେବେ ହେଲେ ଏଭଳି ଶବ୍ଦ ବ୍ୟବହାର ଦେଖାଯାଇନଥିଲା, ଯାହାକି ଓଡ଼ିଆ ସଂସ୍କୃତି ଓ ନୀତିର ପରିପନ୍ଥୀ ।

BJD Counter Attack To BJP Spokesperson Lekhashree Over Pari Case

ଏହି ଘଟଣାରେ ଆମେ ପ୍ରଥମରୁ କହି ଆସୁଛୁ- ବିଜେପି ହାତରେ ଯଦି ସେଭଳି କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେମାନେ ତାହାକୁ ଏସ୍ଆଇଟି କିମ୍ବା ଅଦାଲତ ନିକଟରେ ଦାଖଲ କରନ୍ତୁ । ପ୍ରଥମେ ସେମାନେ ଏସ୍‌ଆଇଟିକୁ କୌଣସି ତଥ୍ୟ ପ୍ରମାଣ ଦେଲେ ନାହିଁ ବରଂ ଘଟଣାକୁ ରାଜନୀତି ରଙ୍ଗ ଦେଲେ । ଏବେ ଏହାର ଚାର୍ଜସିଟ୍ ହୋଇସାରିଛି । ଯଦି କିଛି ତଥ୍ୟ ପ୍ରମାଣ ଥାଏ ତେବେ ବିଜେପି ତାହା ଅଦାଲତରେ ମଧ୍ୟ ଦାଖଲ କରିପାରିବ । ମାତ୍ର ବିଜେପି ତାହା କରିବା ବଦଳରେ ଡାହା ମିଛ ଓ ମନଗଢା କଥା କହି କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାରେ ଲାଗିଛି । ଆମେ ତାଙ୍କୁ ପଚାରିବାକୁ ଚାହୁଁଛୁ ଯେ ଜଣେ ମହିଳା ହିସାବରେ ସେ କିଭଳି ପରୀ କ୍ଷେତ୍ରରେ ସାଂଘାତିକ ଅନ୍ୟାୟ କରୁଛନ୍ତି ଏବଂ ଏଭଳି ସ୍ପର୍ଶକାତର ଘଟଣାରେ ହୀନ ରାଜନୀତି କରୁଛନ୍ତି । ସେ ଏବଂ ବିଜେପିର ଅନ୍ୟ ନେତାମାନେ ଅତୀତର କୁନ୍ଦୁଲି ଓ ଟିକିରି ଭଳି ଏହି ଘଟଣାକୁ ମଧ୍ୟ ରାଜନୀତି ରଙ୍ଗ ଦେବାପାଇଁ ଉଦ୍ୟମ କରିଥିଲେ ।

BJD Counter Attack To BJP Spokesperson Lekhashree Over Pari Case

ଆମେ ସମସ୍ତେ ଦେଖିଛେ ଯେ ଟିକିରି ଘଟଣାରେ କିଭଳି ସେମାନଙ୍କର ମିଥ୍ୟା ପ୍ରଚାର ଏବଂ ଦୋମୁହାଁ ନୀତି ଧରାପଡ଼ିଥିଲା ଏବଂ ଯେଉଁବ୍ୟକ୍ତିଙ୍କ ବିରୋଧରେ ସେମାନେ ଅଭିଯୋଗ କରୁଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢାଇଥିଲେ । ଅନୁରୂପ ଭାବେ କୁନ୍ଦୁଲି ଘଟଣାରେ ମଧ୍ୟ ମିଛର ପର୍ଦ୍ଦାଫାସ୍ ହୋଇଥିଲା । ବିଭିନ୍ନ ସ୍ପର୍ଶକାତର ଓ ଜଘନ୍ୟ ଅପରାଧ ଘଟଣାରେ ବିଜେପି କିଭଳି ତଳ ସ୍ତରକୁ ଖସି ରାଜନୀତି କରେ ତାହା ଓଡ଼ିଶାବାସୀ ଦେଖି ଆସୁଛନ୍ତି । ଏଭଳି ଘୃଣ୍ୟ ରାଜନୀତି ପାଇଁ ରାଜ୍ୟବାସୀ ମଧ୍ୟ ସେମାନଙ୍କୁ ଉଚିତ୍‍ ଜବାବ ଦେଉଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

୧୧ ବର୍ଷ ମଧ୍ୟରେ ୨୦୦ ପ୍ରତିଶତ ବଢ଼ିଛି ପେଟ୍ରୋଲ ଦର

ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ଦିନ ଗଡ଼ୁଛି, ଦର ବଢ଼ୁଛି । ଦିନ ଥିଲା କେନ୍ଦ୍ରରେ ସରକାରକୁ ଆସିବା ଲାଗି ବିଜେପି ଦେଶବ୍ୟାପୀ ଆନ୍ଦୋଳନ କରୁଥିଲା । ୟୁପିଏ ସରକାର ଉପରେ ଦରବୃଦ୍ଧି ନେଇ ଜୋରଦାର ହମଲା କରୁଥିଲେ ବିଜେପି ନେତା । ସମୟ ସହ ସରକାର ବଦଳିଛି । ୨୦୦୯ରେ ୪୪ ଟଙ୍କା ଥିବା ପେଟ୍ରୋଲ୍ ଲିଟର ପିଛା ବଢ଼ି ବଢ଼ି ଶହେ ଟଙ୍କା ହୋଇଛି । ଅବଶ୍ୟ ୨୦୦୯ରୁ ୨୦୨୧ ମଧ୍ୟରେ ପୂର୍ବାପେକ୍ଷା ଦେଶରେ ଗାଡ଼ିଘୋଡ଼ା ବଢ଼ିଛି । ସେହି ଅନୁପାତରେ ବଢ଼ିଛି ପେଟ୍ରୋଲ ଓ ଡିଜେଲର ବ୍ୟବହାର । ଅଶୋଧିତ ତୈଳଦର ଦରରେ ସେତେଟା ପରିବର୍ତ୍ତନ ହୋଇନଥିବା ବେଳେ ୧୧ ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲର ଦାମ ୨ ଗୁଣା ଅର୍ଥାତ୍ ୨୦୦ ପ୍ରତିଶତ ବଢ଼ିଛି ।

Petrol And Diesel Price Increased By 200 Percentage Within 11 Years

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୦୯ ଜୁଲାଇ ମାସରେ ପେଟ୍ରୋଲର ସର୍ବନିମ୍ନ ଦର ଲିଟର ପିଛା ୪୦ ଟଙ୍କା ୬୨ ପଇସା ଥିବାବେଳେ ସର୍ବାଧିକ ୪୪ ଟଙ୍କା ୭୨ ପଇସା ହୋଇଥିଲା । ସେହିଭଳି ଡିଜେଲର ସର୍ବନିମ୍ନ ଦର ଲିଟର ପିଛା ୩୦ ଟଙ୍କା ୮୬ ପଇସା ଥିବାବେଳେ ସର୍ବାଧିକ ୩୨ ଟଙ୍କା ୯୨ ପଇସା ଛୁଇଁଥିଲା । ସେତେବେଳେ ଭାରତ କିଣୁଥିବା ଅଶୋଧିତ ତୈଳ ବ୍ୟାରେଲ୍ ପିଛା ସର୍ବନିମ୍ନ ୪୩.୨୨ ଡଲାର ଓ ସର୍ବାଧିକ ୭୫.୦୨ ଡଲାର ଥିଲା ।

Petrol And Diesel Price Increased By 200 Percentage Within 11 Years

ସେହିଭଳି ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ଡିସେମ୍ବର ମାସରେ ପେଟ୍ରୋଲର ସର୍ବନିମ୍ନ ଦର ଲିଟର ପିଛା ୬୩ ଟଙ୍କା ୩୩ ପଇସା ଓ ଡିଜେଲ୍ ୫୨ ଟଙ୍କା ୫୧ ପଇସା ରହିଥିଲା । ସେତେବେଳେ ଭାରତ ଆମଦାନୀ କରୁଥିବା ଅଶୋଧିତ ତୈଳ ବ୍ୟାରେଲ୍ ପିଛା ସର୍ବନିମ୍ନ ୬୧.୨୧ ଡଲାର ଥିଲା । କେନ୍ଦ୍ରରେ ବିଜେପି ସରକାରକୁ ଆସିବା ପରେ ଦର ବଢ଼ି ବଢ଼ି ଚାଲିଛି । ଫେବ୍ରୁଆରୀରେ ପେଟ୍ରୋଲ ଶତକ ମାରିଛି ।

Petrol And Diesel Price Increased By 200 Percentage Within 11 Years

୨୦୨୧ ଫେବ୍ରୁଆରୀ ୧୯ରେ ଭାରତ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୬୩.୬୫ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୬୨୯.୪୭ ଟଙ୍କା ଦେଇ କିଣୁଛି । ଆଉ ଦେଶର ରାଜଧାନୀ ଦିଲ୍ଲୀରେ ଆଜିର ଦିନରେ ପେଟ୍ରୋଲର ଲିଟର ପିଛା ଦର ୯୦ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲର ଲିଟର ପିଛା ଦାମ ୮୦ ଟଙ୍କା ୬୦ ପଇସା ରହିଛି । ୨୦୦୯, ୨୦୧୪ ଓ ୨୦୨୧ ମସିହାର ସମସ୍ତ ଡାଟାକୁ ଦେଖିଲେ ଅଶୋଧିତ ତୈଳଦର ପ୍ରାୟତଃ ସମାନ ରହିଥିବା ବେଳେ ୧୧ ବର୍ଷ ଭିତରେ ଦର ଦୁଇଗୁଣାରୁ ଅଧିକ ବଢ଼ିଛି ।

Petrol And Diesel Price Increased By 200 Percentage Within 11 Years

ପେଟ୍ରୋଲ ଓ ଡିଜେଲ୍ ଉପରେ ରାଜ ଭାଟ୍ ନେଉଥିବା ବେଳେ କେନ୍ଦ୍ର ସରକାର ସେଣ୍ଟ୍ରାଲ ଏକ୍ସସାଇଜ୍ ଓ କଷ୍ଟମ୍ ଟାରିଫ୍ ଲାଗୁ କରି ଦର ବଢ଼ାଇଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ଲିଟର ପିଛା ୨.୫୦% ବେସିକ୍ କଷ୍ଟମ ଡ୍ୟୁଟି, ସିଭିଡି ୨ ଟଙ୍କା ପଇସା, ଅତିରିକ୍ତ ସୀମା ଶୁଳ୍କ ଲିଟର ପିଛା ୧୮ ଟଙ୍କା, ବେସିକ୍ ଏକ୍ସସାଇଡ୍ ଡ୍ୟୁଟି ଲିଟର ପିଛା ୧ ଟଙ୍କା ୪୦ ପଇସା, ସ୍ପେଶାଲ୍ ଅତିରିକ୍ତ ସୀମା ଶୁଳ୍କ ବାବଦକୁ ଲିଟର ପିଛା ୧୧ ଟଙ୍କା, କୃଷି ଓ ଭିତ୍ତିଭୂମି ସେସ୍ ପାଇଁ ଲିଟର ପିଛା ୨ ଟଙ୍କା ୫୦ ପଇସା, ରୋଡ୍ ଓ ଭିତ୍ତିଭୂମି ସେସ୍ ପାଇଁ ଲିଟର ପିଛା ୧୮ ଟଙ୍କା ନେଉଛି । ଏମିତି ପେଟ୍ରୋଲ ଲିଟର ପିଛା କେନ୍ଦ୍ର ବିଭିନ୍ନ କର ହିସାବରେ ୫୫ ଟଙ୍କାରୁ ଅଧିକ ନେଉଛି ।

Petrol And Diesel Price Increased By 200 Percentage Within 11 Years

ପେଟ୍ରୋଲିୟମ ପଦାର୍ଥର ଦର ବୃଦ୍ଧି ରାଜ୍ୟରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜିର ଦିନରେ ରାଜ୍ୟର ୩୦ ଜିଲ୍ଲାରେ ପେଟ୍ରୋଲର ଦର ୯୦ ତଳେ ନାହିଁ । ରାଜ୍ୟରେ ପେଟ୍ରୋଲର ସର୍ବାଧିକ ଦର ରହିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରିରେ ପେଟ୍ରୋଲ୍ ୯୫ ଟଙ୍କା ୫୬ ପଇସା ରହିଛି । ସେହିଭଳି ରାଜ୍ୟରେ ଡିଜେଲର ସର୍ବାଧିକ ଦର ଲିଟର ପିଛା ୯୨ ଟଙ୍କା ୩୪ ପଇସା ରହିଛି ।

ଉନ୍ନାଓରେ ଦୁଇ ଯୁବତୀଙ୍କ ମୃତ ଦେହ ମିଳିବା ଘଟଣା; ଦୋକାନରୁ ଚିପ୍ସ ଖାଇଥିବା ଜଣାଇଲା ସ୍ନାଇପର ଡଗ୍ସ

ଲକ୍ଷ୍ନୌ: ଉନ୍ନାଓରେ ଦୁଇ ଯୁବତୀଙ୍କ ମୃତ ଦେହ ମିଳିବା ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ । ଦଳିତ ପରିବାରର ଦୁଇ ଯୁବତୀଙ୍କ ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ଘଟଣାରେ ତଦନ୍ତ ତ୍ବରାନିତ କରିଛି ତଦନ୍ତକାରୀ ଦଳ । ଯାଞ୍ଚ ଜାରି ରଖିଥିବା ପୋଲିସ ହାତରେ ଲାଗିଛି ଆଉ ଏକ ସାଘାଂତିକ ସୁରାକ । ଘଟଣା ଘଟିଥିବା ଦିନ ଅର୍ଥାତ ବୁଧବାର ଦ୍ବିପ୍ରହରରେ ଘରୁ ବାହାରିବା ପରେ ଉଭୟ ଯୁବତୀ ଗାଁ ର ଏକ ଦୋକାନରେ ଚିପ୍ସ କିଣି ଖାଇଥିବା ପୋଲିସ ହାତରେ ସୁରାକ ଲାଗିଛି । ଏହାପରେ ପୋଲିସ ଦୋକାନକୁ ସିଜ କରିଛି । ଏହା ସହ ସମସ୍ତ ଚିପ୍ସ ଏବଂ ବିସ୍କୁଟକୁ ଜବତ କରି ଯାଞ୍ଚ ଜାରି ରଖିଛି ।

ଏହି ମାମଲାରେ ପୋଲିସ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି । ହତ୍ୟା, ଆତ୍ମହତ୍ୟା କିମ୍ବା ଦୁର୍ଘଟଣା କଣ ଘଟିଛି ସେଦିନ । ତଦନ୍ତର ଶେଷ ସୋପାନରେ ପୋଲିସ ଖୁବ ଜଲ୍ଦି ପହଁଚିଯିବା ନେଇ ମଧ୍ୟ ଆଶାବ୍ୟକ୍ତ କରିଛନ୍ତି ଅଧିକାରୀ । ସତରେ ସେ ଦିନ କଣ ଘଟିଥିଲା, କେଉଁଥି ପାଇଁ ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଛି ?

ଘଟଣାକୁ ଦୁଇ ଦିନ ବିତିଥିଲା ବେଳେ ଗାଁ ର ଏକ ଦୋକାନରୁ ଯୁବତୀ ଦ୍ବୟ ଚିପ୍ସ କିଣି ଖାଇଥିବା ଜଣାଇଛି ସ୍ନାଇପର କୁକୁର । ତଦନ୍ତକାରୀ ଦଳକୁ କୁକୁର ହିଁ ନୂଆ ଦିଗ ଦେଖାଇଥିବା କହିଛନ୍ତି ତଦନ୍ତକାରୀ ଦଳ । ସୂଚନା ମୁତାବକ ସ୍ନାଇପର ଡଗ ଦୋକାନ ପାଖରେ ସୁଙ୍ଘି ବୁଲୁଥିବା ବେଳେ, ଦୋକାନ ଭିତରକୁ ଦୈଡ଼ିବାକୁ ଲାଗିଥିଲା । ଫଳରେ ଏହି ଦିଗକୁ ଜାଣିବାକୁ ଯାଞ୍ଚ ଅଧିକାରୀଙ୍କୁ ସହଜ ହୋଇଥିଲା ।

କୋଟିଏରୁ ଅଧିକ ନେଲେଣି କରୋନା ଟିକା

0

ନୂଆଦିଲ୍ଲୀ: ଦେଶରେ ଜୋରଦାର ଚାଲିଛି କରୋନା ଟିକାକରଣ କାର୍ଯ୍ୟକ୍ରମ। ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆସରିଲାଣି। ସୂଚନା ମୁତାବକ ଏବେ ସୁଦ୍ଧା ଦେଶରେ ୧ କୋଟି ୧ ଲକ୍ଷ ୮୮ହଜାର ୭ ଜଣଙ୍କୁ କରୋନା ଟିକା ଦିଆଯାଇଛି।

ଜାନୁୟାରୀ ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା । ୩୩ ଦିନ ମଧ୍ୟରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି। ଅନ୍ୟପଟେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୧୯୩ ମାମଲା ନଜରକୁ ଆସିଛି। ସେପଟେ ୧୦ହଜାର ୮୯୬ ଜଣ ମେଡିକାଲକୁ ଡିସ୍‌ଚାର୍ଜ ହୋଇଥିବା ବେଳେ ଗୋଟିଏ ଦିନରେ ୯୭ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ଦେଶରେ ସମୁଦାୟ ୧ଲକ୍ଷ ୩୯ ହଜାର ୫୪୨ ଆକ୍ଟିଭ୍ କେସ୍ ରହିଛି ।

ପୋଲିସ ଅଧିକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲା ସନ୍ଦିଗ୍ଧ, ସିସିଟିଭି କଏଦ କଲା ଦୃଶ୍ୟ

ଜମ୍ମୁ କଶ୍ମୀର: ଶ୍ରୀନଗରରେ ପୁଣି ଆତଙ୍କୀଙ୍କ ଉତ୍ପାତ। କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଲାଇଲେ ଆତଙ୍କବାଦୀ । ବାରମୁଲା ଅଞ୍ଚଳରେ ଏହି ଆକ୍ରମଣ ଘଟିଥିବା ଜଣା ପଡିଛି। ପୋଲିସ କର୍ମଚାରୀଙ୍କ ଉପରକୁ ଜଣେ ସନ୍ଦିଗ୍ଧ ଗୁଳି ଚଳାଇ ଦୈଡି ପଳାଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି ।

ସେପଟେ ଘଟଣାରେ ୨ ପୋଲିସ ଅଧିକାରୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ପୋଲିସ ଅଧିକାରୀଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା କର୍ମୀଙ୍କୁ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଗୁଳି ମାରିବା ବେଳର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଆକ୍ରମଣର ସମ୍ପୂର୍ଣ୍ଣ ଦୃଶ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

ସୂଚନା ମୁତାବକ ଜଣେ ସୁରକ୍ଷାକର୍ମୀ ଦାୟିତ୍ବରେ ରହିଥିବାବେଳେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଏକ ସାଲ୍‌ ଘୋଡ଼ି ହୋଇ ଆସିଥିଲେ । ଏବଂ ଏହି ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ସାଲ ଭିତରୁ ବନ୍ଧୁକ ବାହାର କରି ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଉଥିବା ଦେଖାଯାଇଛି । ଏହି ଘଟଣାରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି ।

ସାର୍ଟିଫିକେଟ୍ ପାଇଁ ଯିବାକୁ ପଡିବ ନାହିଁ ବୋର୍ଡ ଅଫିସ, ଅନ୍‌ଲାଇନରେ ମିଳିବ କାଗଜପତ୍ର

0

ଭୁବନେଶ୍ବର: ସାର୍ଟିଫିକେଟ୍‌ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଣିକି ଆଉ ସ୍କୁଲ କି ବୋର୍ଡ ଅଫିସକୁ ଯିବାକୁ ପଡ଼ିବ ନାହିଁ। ଏବେ ଅନ୍‌ଲାଇନ୍‌ ଜରିଆରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଦାନ କରାଯିବ । ପୂର୍ବରୁ ଛାତ୍ରଛାତ୍ରୀ ଶିକ୍ଷା ସମ୍ବନ୍ଧୀୟ କାଗଜପତ୍ର କାର୍ଯ୍ୟାଳୟ ଯାଇ ନିଜେ ଆଣୁଥିବା ବେଳେ ଏଣିକି ଆଉ ସାର୍ଟିଫିକେଟ୍‌ ପାଇଁ ବୋର୍ଡ ଅଫିସକୁ ଯିବାର ଆବଶ୍ୟକତା ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରି ଏହି ବିଷୟରେ ସୂଚନା ପ୍ରଦାନ କରାଯାଇଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ବୋର୍ଡ ଅଫିସ ଯିବା ବଦଳରେ ଅନ୍‌ଲାଇନ୍‌ ଜରିଆରେ ମିଳିପାରିବ ବୋଲି ସୂଚନା ଦିଆଯାଇଛି  । ସେହିପରି ସାର୍ଟିଫିକେଟ୍‌ ଓ ଅନ୍ୟ କାଗଜପତ୍ର ମଧ୍ୟ ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

ଲଭ୍ ଜିହାଦ ଅଧ୍ୟାଦେଶ ବିରଧରେ ହୋଇଥିବା ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଲଭ୍ ଜିହାଦ ଅଧ୍ୟାଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିସନ ଖାରଜ ହୋଇଛି। ବେଆଇନ ଭାବେ ଧର୍ମପରିବର୍ତ୍ତନ ଓ ଲଭ୍ ଜିହାଦକୁ ନେଇ ମଧ୍ୟପ୍ରଦେଶ ସରକାର ଗତ ଜାନୁୟାରୀରେ ନୁଆ ଅଧ୍ୟାଦେଶ ଆଣିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିଲା ।

ତେବେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଏଭଳି ପିଟସନ ପ୍ରଥମେ ହାଇକୋର୍ଟରେ ଦାଏର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏକାଧିକ ରାଜ୍ୟରେ ଜାରି ହୋଇଥିବା ଏଭଳି ଅଧ୍ୟାଦେଶ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ସୁପ୍ରିମକୋର୍ଟ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ। ମାତ୍ର କୌଣସି ଗୋଟିଏ ରାଜ୍ୟର ଅଧ୍ୟାଦେଶକୁ ନେଇ କରାଯାଇଥିବା ପିଟିସନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦାଏର ହୋଇଥିବା ଏକ ପିଟିସନର ଶୁଣାଣି କରି ୟୁପି ଓ ଉତ୍ତରାଖଣ୍ଡ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଥିଲେ।

ମୟୂରଭଞ୍ଜ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡ଼ିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡ ଅଧିବାସୀ । ମୃତକଙ୍କ ପରିବାର ଲୋକଙ୍କୁ  ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁବରଣ କରିଥିବା ୪ ଜଣ ଓଡ଼ିଶା ଅଧିବାସୀଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ,  ମୟୂରଭଞ୍ଜ ଜିଲ୍ଲା ବାରିପଦା-ଅମର୍ଦା ରାଜ୍ୟ ରାଜପଥର ଶୀର୍ଷାପାଳ ଛକରେ ଗୁରୁବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିବା ବେଳେ ଗୋଟିଏ ଟ୍ରକ ଧକ୍କାରେ ତିନିଟି ଅଟୋ (ଦୁଇଟି ଯାତ୍ରୀବାହୀ ଏବଂ ଅନ୍ୟଟି ଡାଲା ଅଟୋ)କୁ ସିରିଜ ଧକ୍କା ଦେବାରୁ ଘଟଣାସ୍ଥଳରେ ଅଟୋଗୁଡିକ ଭାଙ୍ଗିରୁଜି ଯିବା ସହିତ ଚାରିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ନିୟମିତ ଦୁର୍ଘଟଣା ଘଟୁଥିବାରୁ ତିନିଦଫା ଦାବିରେ ଉତ୍ୟକ୍ତ ଅଞ୍ଚଳବାସୀ ଶୀର୍ଷାପାଳ ଛକରେ ରାସ୍ତା ଅବରୋଧ କରିବା ସହିତ ଧାରଣାରେ ବସିଥିଲେ।

ଏଥିସହିତ ପଢ଼ନ୍ତୁ: ବାଇ ଲ’ ପ୍ରତ୍ୟାହାର ଦାବି କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା: ଭୁଆଁ ନବୁଲାଇବାକୁ ବିଜେପି ନେତାଙ୍କୁ ପରାମର୍ଶ