spot_img
Home Blog Page 5967

ପରୀକ୍ଷା ହେଲା ପଛ, ଆହତଙ୍କୁ ଡ଼ାକ୍ତରଖାନା ପହଞ୍ଚାଇ ଛାତ୍ର ହେଲେ ସମ୍ମାନିତ

0

ବାଲେଶ୍ୱର: ମାନବିକତାର ଜ୍ୱଳନ୍ତ ଉଦ୍ଧାହରଣ। ନିଜ ପରୀକ୍ଷାକୁ ଭୁଲି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଛାତ୍ର। ଏଭଳି ମହାନ ଓ ଜନହିତକର କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ରେମୁଣାର ବରୁଣ କୁମାର ମହାଳିକଙ୍କୁ ତାଙ୍କୁ ସମ୍ମାନିତ ବି କରାଯାଇଛି।

ଘଟଣାଦିନ ବରୁଣ ନିଜ ପିଜି ପରୀକ୍ଷା ପାଇଁ ତରବର ହୋଇ ଲାଇନ୍‌ ଅଟୋ ଧରି ରେମୁଣାରୁ ବାହାରିଥିଲେ । ବାଲେଶ୍ୱର ଫକୀର ମୋହନ ଅଟୋନୋମସ୍‌ କଲେଜ୍‌ରେ ସାଢେ ୧୨ଟାରେ ତାଙ୍କର ବାଣିଜ୍ୟ ବିଭାଗର ଇଣ୍ଟରନାଲ ପିଜି ପାଇଁ ପରୀକ୍ଷା ଥିଲା। ରାସ୍ତାରେ ଯିବାବେଳେ ଭିଡ଼ ଯୋଗୁ ଅଟୋଟି ଅଟକି ଯାଇଥିଲା। ଏହି ସମୟରେ ତାଙ୍କ ଆଗରେ ଜଣେ ବୟସ୍କ ବ୍ୟକ୍ତି ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ବରୁଣ ପରୀକ୍ଷା କଥା ଚିନ୍ତା ନକରି ତୁରନ୍ତ ସେହି ଲାଇନ୍‌ ଅଟୋରେ ଆହତ ବୟସ୍କ ବ୍ୟକ୍ତିଙ୍କୁ ଉଠାଇ ବାଲେଶ୍ୱର ମେଡ଼ିକାଲରେ ପହଞ୍ଚିଲେ। ସେଠାରେ ତାଙ୍କୁ ଭର୍ତ୍ତି କରାଇ ଚିକିତ୍ସା କରାଇଲେ। ଏହାଭିତରେ ତାଙ୍କ ପରୀକ୍ଷାର ସମୟ ହୋଇଯାଇଥିଲେ ବି ସେ ପ୍ରଥମେ ଆହତ ବ୍ୟକ୍ତିଙ୍କ ବିଷୟରେ ହିଁ ଚିନ୍ତା କରିଥିଲେ। ଏଭଳି ମହାନ କାମ ପାଇଁ ପରିବହନ ବିଭାଗ ତରଫରୁ ଆୟୋଜିତ ଏକ ଉତ୍ସବରେ ବରୁଣଙ୍କୁ ସମ୍ମାନିତ କରାଯାଇଛି। ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ପ୍ରମାଣପତ୍ର ସହିତ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ରେମୁଣା ବିଧାୟକ ସୁଧାଶୁଂ ପରିଡ଼ା ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

କେବଳ ଏତିକି ନୁହଁ ଏହି ଅବସରରେ ରାଜ୍ୟ ସରକାରଙ୍କର ପରିବହନ ବିଭାଗ ତରଫରୁ ଦୂର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ମେଡ଼ିକାଲ ପହଞ୍ଚାଇଲେ ଆର୍ଥୀକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଅଜଣା ଗାଡ଼ି ଧକ୍କାରେ ମୃତ ବ୍ୟକ୍ତିଙ୍କ ସମ୍ପର୍କିୟଙ୍କୁ ମଧ୍ୟ ୨ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ଯୋଗାଇ ଦିଆଯାଇ ପାରିବାର ଯୋଜନା ମଧ୍ୟ ରହିଛି। କିନ୍ତୁ ମୃତ୍ୟୁର ୬ମାସ ମଧ୍ୟରେ ଜିଲ୍ଲା ପରିବହନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ହିଁ ହିତାଧିକାରୀ ଏହାର ସୁବିଧା ନେଇ ପାରିବେ। ସଡ଼କ ସୂରକ୍ଷା କମିଟର ବୈଠକରେ ଚାଳକଙ୍କୁ ସଚେତନ କରାଯିବା ସହିତ ଏହିଭଳି ଜନହିତକର ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରେ ବୁଲୁଛି ହାତୀ

0

କଟକ: ରେଭେନ୍‌ସା ଦ୍ବିତୀୟ କ୍ୟାମ୍ପସରେ ହାତୀ ଆତଙ୍କ  । ସିଡିଏ ସେକ୍ଟର ୧୪ ଅଞ୍ଚଳରେ ନିର୍ମାଣାଧୀନ ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସ ଭିତରରେ ବୁଲୁଛନ୍ତି ଦୁଇଟି ହାତୀ । ହାତୀ ଦୁଇଟି ଗତକାଲି ବିଳମ୍ବିତ ରାତିରେ ମହାନଦୀ ପାର ହୋଇ କ୍ୟାମ୍ପସ ଭିତରକୁ ପଶିଆସିଥିଲେ  । ମୁଣ୍ଡାସାହି ଲୋକଙ୍କଠାରୁ ଖବର ପାଇ ହାତୀ ଘଉଡାଇବାକୁ ବନ ବିଭାଗ ଉଦ୍ୟମ କରୁଛି  । ସହର ଭିତରେ ହାତୀ ବୁଲୁଥିବାରୁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି  ।

ଏଥିସହିତ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଆନ୍ଧ୍ରର ଷ୍ଟାଟସ୍ ରିପୋର୍ଟ; ୧୯୫୨ ମସିହାରୁ ନିର୍ବାଚନ କରିଆସୁଥିବା କହିଲା ଆନ୍ଧ୍ର

ରାମଦେବଙ୍କ କରୋନା ଔଷଧକୁ ଗ୍ରୀନ୍ ସିଗନାଲ୍: ବଜାରରେ ପ୍ରବେଶ କଲା କରୋନିଲ୍

0

ନୂଆଦିଲ୍ଲୀ: ବାବା ରାମଦେବଙ୍କ କରୋନା ଔଷଧର ବଜାର ପ୍ରବେଶ । ପତଞ୍ଜଳି ପ୍ରସ୍ତୁତ କରିଥିବା କରୋନା ମେଡିସିନ କୋରୋନିଲ୍‌କୁ ଆୟୁଷ ମନ୍ତ୍ରଣାଳୟ ଗ୍ରୀନ୍ ସିଗନାଲ ଦେଇଛି । ଏହି ଔଷଧ CoPP WHO GMP ସାର୍ଟିଫିକେଟ୍ ପାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଗୁରୁ ବାବା ରାମଦେବ ଏବେ କୋରୋନିଲ ଯୋଗେ କରୋନା ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି । ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ନୀରିକ୍ଷା କରାଯାଇ ଏହି ମେଡିସିନ ପ୍ରସ୍ତୁତ କରାଯାଇଛି ବୋଲି ପତଞ୍ଜଳି ପକ୍ଷରୁ କୁହାଯାଇଛି। କରୋନିଲ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଗୁରୁ ବାବା ରାମଦେବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଉପସ୍ଥିତ ଥିଲେ।

ପତଞ୍ଜଳି ପକ୍ଷରୁ କୋରୋନିଲ ମେଡିସିନକୁ ନେଇ କରାଯାଇଥିବା ଅନୁସନ୍ଧାନ ରିପୋର୍ଟ ମଧ୍ୟ ଜାରି କରାଯାଇଛି। ଆୟୁଷ ଚିକିତ୍ସା ପଦ୍ଧତିରେ ନୁଆ କୋରୋନିଲ ମେଡିସିନକୁ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି। ଯୋଗ ଓ ଆୟୁର୍ବେଦକୁ ବୈଜ୍ଞାନିକ ପ୍ରମାଣପତ୍ର ସହ ସାରା ବିଶ୍ୱରେ ସ୍ଥାପିତ କରିବାକୁ ଭାରତ ଚେଷ୍ଟା କରୁଛି। ଏବେ ଚିକିତ୍ସା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି ବୋଲି ବାବା ରାମଦେବ କହିଛନ୍ତି । ସେପଟେ DGCA ପରେ କୋରୋନିଲକୁ WHO ପକ୍ଷରୁ ବ୍ୟବହାର ଅନୁମତି ମିଳିଛି । ବିଶ୍ୱର ୧୫୪ ଦେଶରେ କୋରୋନିଲ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ବୋଲି ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି।

ବାଇ ଲ’ ପ୍ରତ୍ୟାହାର ଦାବି କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା: ଭୁଆଁ ନବୁଲାଇବାକୁ ବିଜେପି ନେତାଙ୍କୁ ପରାମର୍ଶ

0

ଭୁବନେଶ୍ୱର: ବାଇ ଲ’ ତୁରନ୍ତ ପ୍ରତ୍ୟାହାର ହେଉ  । ବାଇ ଲ’ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଦାବି ରଖିଛନ୍ତି । ବାଇ ଲ’କୁ ସ୍ଥଗିତ ନୁହେଁ, ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି ରଖିଛନ୍ତି  । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ  ଅପରାଜିତା ଷଡ଼ଙ୍ଗୀଙ୍କ ଭିନ୍ନ ଭିନ୍ନ ମତକୁ ନାପସନ୍ଦ କରିବା ସହ ଲୋକଙ୍କୁ ଭୁଆଁ ନବୁଲାଇବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରତାପ  । ଐତିହ୍ୟ କ୍ଷେତ୍ର ବିକାଶରେ ଏହା ବାଧକ ସାଜୁଥିବାରୁ ବାଇ ଲ’ର ତୁରନ୍ତ ପ୍ରତ୍ୟାହାର ନେଇ ପ୍ରତାପ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ଯୋଗ୍ୟ ଯେ, ଏନ୍‌ଏମ୍ଏ ଦ୍ୱାରା ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ବାଇ ଲ’ ଜାରି କରାଯାଇଛି । ଯାହା ଦ୍ୱାରା ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ବାଧ ଉପୁଜିବ । ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁରୀ ଜଗନ୍ନାଥଙ୍କ ମନ୍ଦିର ପାଇଁ ଲାଗୁ ବାଇ ଲ’କୁ ପ୍ରତ୍ୟାହାର କରାଯାଇଛି  । କିନ୍ତୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରଙ୍କ ପାଇଁ ବାଇ ଲ’ ବଳବତ୍ତର ରହିଛି । ଏହାକୁ ନେଇ ମଧ୍ୟ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଫେବୃଆରୀ ୧୬ ତାରିଖ ସକାଳ ୧୦ଟାରେ ଘଣ୍ଟମାଡ଼ କରାଯାଇଥିଲା । NMA ବାଇ-ଲ’ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିବାକୁ ନିଖିଳ ଓଡ଼ିଶା ସେବାୟତ କମିଟି ଆହ୍ୱାନ ଦିଆଯାଇଥିଲା ।

ଏଥିସହିତ ପଢ଼ନ୍ତୁ ରାମଦେବଙ୍କ କରୋନା ଔଷଧକୁ ଗ୍ରୀନ୍ ସିଗନାଲ୍: ବଜାରରେ ପ୍ରବେଶ କଲା କରୋନିଲ୍

 

ଆଜି G-7 ସମ୍ମିଳନୀ: ଅତିଥି ଦେଶ ଭାବେ ଯୋଗ ଦେବ ଭାରତ

ନୂଆଦିଲ୍ଲୀ: ଆଜି ବସିବ G-7 ସମ୍ମିଳନୀ। କରୋନା ପାଇଁ ଚଳିତବର୍ଷ ଏହି ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହେବ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବୈଠକରେ ଅଧ୍ୟକ୍ଷତା କରିବେ।

ଏହି ବୈଠକରେ ବ୍ରିଟେନ ସମେତ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ଆମେରିକାର ପ୍ରତିନିଧି ସାମିଲ ହେବେ। ଏଥିରେ ବିଶ୍ୱ ଅର୍ଥନୀତି ଓ କରୋନା ଭାକ୍‌ସିନ୍‌ ନେଇ ଆଲୋଚନା କରାଯିବ। ସାରା ବିଶ୍ୱରେ କିଭଳି କରୋନା ଟିକା ପହଞ୍ଚିବ ଓ ଭବିଷ୍ୟତରେ ମହାମାରୀକୁ କିପରି ପରିଚାଳନା କରାଯିବ, ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବ।

ସୂଚନା ଅନୁଯାୟୀ, ବୈଠକରେ ଭାରତ ସମେତ ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ଅତିଥି ଦେଶ ଭାବେ ସାମିଲ ହେବେ। ୟୁରୋପିଆନ କାଉନସିଲ ଓ ୟୁରୋପିଆନ କମିସନର ପ୍ରେସିଡେଣ୍ଟ ମଧ୍ୟ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ସୁପ୍ରିମକୋର୍ଟରେ ଆନ୍ଧ୍ରର ଷ୍ଟାଟସ୍ ରିପୋର୍ଟ; ୧୯୫୨ ମସିହାରୁ ନିର୍ବାଚନ କରିଆସୁଥିବା କହିଲା ଆନ୍ଧ୍ର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ରାୟର ଅବମାନନା ଆନ୍ଧ୍ର ସରକାର କରିଛି ବୋଲି ଓଡ଼ିଶା ସରକାର ଅଭିଯୋଗ ଆଣି ସୁପ୍ରିମକୋର୍ଟ ଯାଇଥିଲେ । ଏହି ମାମଲାରେ ଆନ୍ଧ୍ର ସରକାର ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଆନ୍ଧ୍ର ଜବାବର ପ୍ରତି ଜବାବ ଦେବାକୁ ଓଡ଼ିଶା ସରକାରଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ଆନ୍ଧ୍ର ସରକାର ତାଙ୍କ ସତ୍ୟପାଠରେ କୋଟିଆ ଗ୍ରାମପୁଞ୍ଜର ବିବାଦୀୟ ୩ଟି ଗାଁରେ ୧୯୫୨ ମସିହାରୁ ନିର୍ବାଚନ କରିଆସୁଛନ୍ତି ବୋଲି ଦର୍ଶାଇଛନ୍ତି । ଓଡ଼ିଶାର କୋଟିଆ ଗାଁରେ ଆନ୍ଧ୍ରର ସରକାର ଜୋରଜବରଦସ୍ତ ପଞ୍ଚାୟତ ନିର୍ବାଚନ କରୁଥିବାରୁ ଏହ ଏବେ ଚର୍ଚ୍ଚାରେ ଅଛି । ସୀମା ବିବାଦକୁ ରାଜେନୖତିକ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତି ଶୁଣାଣି ଉପରେ ସମସ୍ତଙ୍କ ନଜର ରହିବ ।

ଏଥିସହିତ ପଢ଼ନ୍ତୁ: ବନ୍ଧା ହେଲେ ଶିକ୍ଷକ, ଜାଲ୍ ସାର୍ଟିଫିକେଟ୍ ଦେଇ ୬ ବର୍ଷ ହେଲା କରିଥିଲେ ଚାକିରି

 

ପରୀ ହତ୍ୟା ମାମଲା: ଅଭିଯୁକ୍ତର ଏଲଭିଏ ଟେଷ୍ଟ ନେଇ ଆବେଦନର ହେବ ଶୁଣାଣି

ନୟାଗଡ଼: ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ଅଭିଯୁକ୍ତର ଏଲ୍‌ଭିଏ ଟେଷ୍ଟ ଶୁଣାଣି । ଅଭିଯୁକ୍ତ ନାବାଳକର ଏଲ୍‌ଭିଏ ଟେଷ୍ଟ କରିବାକୁ ଆବେଦନ କରିଛି ଏସଆଇଟି । ଏନେଇ ଗତ ୧୨ ତାରିଖ ଦିନ ଶୁଣାଣି ହୋଇଥିଲା । କିନ୍ତୁ ଶୁଣାଣି ସମ୍ପୂର୍ଣ୍ଣ ହୋଇ ନଥିବାରୁ ଆଜି ପୁଣି ଏଲ୍‌ଭିଏ ଟେଷ୍ଟ ଉପରେ ଶୁଣାଣି ହେବ । ପୂର୍ବରୁ ବ୍ରେନ୍ ମ୍ୟାପିଂ ଟେଷ୍ଟ ପାଇଁ ମନା କରିଥିଲା ଅଭିଯୁକ୍ତ । ପରୀ ହତ୍ୟା ମାମଲାରେ ଗତକାଲି ଅଭିଯୁକ୍ତର ସ୍ବୀକାରୋକ୍ତି ନେଇ ଏକ ଭିଡିଓ ଆସିଥିଲା । ଯେଉଁଥିରେ ପରୀକୁ କେମିତି ହତ୍ୟା କରିଥିଲା, ସେନେଇ କହିଥିଲା ଅଭିଯୁକ୍ତ । କେମିତି ଓ କେଉଁଠି ଫିଙ୍ଗିଥିଲା ମୃତଦେହ, ସବୁକଥା କହିଥିଲା ଅଭିଯୁକ୍ତ । ମାମଲାରେ ଏସ୍‌ଆଇଟି ଚାର୍ଜସିଟ ଦାଖଲ କରିସାରିଛି ।

ଏଥିସହିତ ପଢ଼ନ୍ତୁ: ପରୀ ହତ୍ୟା ମାମଲା: ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ, ଦୁଷ୍କର୍ମ ପରେ ହତ୍ୟା ଉଲ୍ଲେଖ

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି

0

ଭୁବନେଶ୍ୱର:ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି । ଆରମ୍ଭରୁ ହୋହଲ୍ଲା ଯୋଗୁଁ ମିନିଟିଏ ବି ଚାଲିପାରିଲାନଥିଲା ଗୃହକାର୍ଯ୍ୟ । ପ୍ରଥମେ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରଖାଯାଇଥିଲା । ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୁଣି ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ଓ ଧାନମଣ୍ଡି ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ହୋହଲ୍ଲା କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସେପଟେ ଗୃହରେ ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । କହିଛି ଯେହେତୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି, କେନ୍ଦ୍ର ସରକାର କମାଉନାହାନ୍ତି । ସେଥିପାଇଁ ଏଭଳି ହଟ୍ଟଗୋଳ କରୁଛି ବିଜେପି । ଏହାର କିଛି ଯଥାର୍ଥତା ନାହିଁ । ଧାନ କିଣାକୁ ନେଇ କେନ୍ଦ୍ର ସରକାରଙ୍କ ଯେତିକି ଟାର୍ଗେଟ ରହିଛି ସେ ଟାର୍ଗେଟ ପୂରଣ ହେଲେ ସବୁ ଧାନ ଉଠିଯିବ । ବିଜେପି କହିଛି, ମଣ୍ଡିରେ ଧାନ ପଡି ରହିଛି । ଅବିଳମ୍ବେ ଧାନ ଉଠାଇବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ସେପଟେ ଗୃହ ଅଚଳାବସ୍ଥା ନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ପ୍ରଶ୍ନକାଳକୁ ବାତିଲ କରିବା ଠିକ ନୁହେଁ। ଏହି ପ୍ରସଙ୍ଗକୁ ବିଧାନସଭାର ଅଲଗା ଫୋରମରେ ଉଠାଇବାର ସୁଯୋଗ ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଆନ୍ଧ୍ରର ଷ୍ଟାଟସ୍ ରିପୋର୍ଟ; ୧୯୫୨ ମସିହାରୁ ନିର୍ବାଚନ କରିଆସୁଥିବା କହିଲା ଆନ୍ଧ୍ର

ଗଲଓ୍ୱାନ ସଂଘର୍ଷକୁ ସ୍ୱୀକାର କଲା ଚୀନ

0

ନୂଆଦିଲ୍ଲୀ: ସତ ମାନିଲା ଚୀନ୍ । ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଗଲଓ୍ୱାନ ସଂଘର୍ଷ ସତକୁ ଚୀନ୍‌ ସ୍ୱୀକାର କରିଛି । ଗଲଓ୍ୱାନ୍ ଘାଟିରେ ଭାରତ-ଚୀନ୍‌ ସଂଘର୍ଷ ବେଳେ ୫ ପିଏଲଏ ଯବାନଙ୍କ ଜୀବନ ଯାଇଥିଲା ବୋଲି ଚୀନ୍‌ ସରକାରୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ।  ଭାରତ ଓ ଚୀନ ମଧ୍ୟରେ ବିବାଦ ଧିରେ ଧିରେ କମୁଥିବା ବେଳେ ଗଲଓ୍ୱାନ ଘାଟି ସଂଘର୍ଷକୁ ନେଇ ଖବର ପ୍ରକାଶ କରିଛି ଚୀନ୍‌ ଗଣମାଧ୍ୟମ । ୨୦୨୦ ଜୁନ୍ ୧୫ ତାରିଖରେ ଭାରତ-ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନଙ୍କ ସମେତ ବହୁ ଚୀନ୍ ଯବାନଙ୍କ ଜୀବନ ଯାଇଥିଲା । ହେଲେ ପିଏଲଏ ଯବାନଙ୍କ ମୃତ୍ୟୁକୁ ସ୍ବୀକାର କରି ନ ଥିଲା ଚୀନ୍ । ଏବେ ଚୀନ୍‌ର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଏ ନେଇ ଖବର ପ୍ରସାରଣ କରିଛି । କାରାକୋରମ୍‌ ପାହାଡ଼ ଉପରେ ସଂଘର୍ଷ ବେଳେ ଚୀନ୍‌ର ୫ ସୈନ୍ୟଙ୍କ ଜୀବନ ଯାଇଥିବା ଉଲ୍ଲେଖ କରିଛି ଗ୍ଲୋବାଲ ଟାଇମ୍ସ । ଗଲଓ୍ୱାନ ଘାଟିରେ ଦୁଇ ସୈନ୍ୟଙ୍କ ମଧ୍ୟରେ ଗୁଳିଚାଳନା ଯୋଗୁ ଚୀନ୍‌ର ପ୍ରାୟ ୫୦ ସୈନ୍ୟଙ୍କ ଜୀବନ ଯାଇଥିବା ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଓ୍ୱା.କେ ଯୋଶୀ ପୂର୍ବରୁ କହିଥିଲେ ।

ଏଥିସହିତ ପଢ଼ନ୍ତୁ: ୬ ହାତୀ ମୃତ୍ୟୁ ଘଟଣା: କଳାହାଣ୍ଡିଗସ୍ତରେ ଯିବେ ୪ ଜଣିଆ ଟିମ୍

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ଟଙ୍କା ଲୁଟୁନେଲେ ଦୁର୍ବୃତ୍ତ

0

କଟକ: ବଡମ୍ବା ଥାନା ଗୋପାଳପୁର ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ  । ତିନି ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ଆସି ୧ ଲକ୍ଷ ୩ ହଜାର ଟଙ୍କା ଲୁଟିନେଇଛନ୍ତି  । ଏନେଇ ପେଟ୍ରୋଲ ପମ୍ପ ମାଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି  । ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୧୦ ବେଳେ ୩ ଜଣ ଦୁର୍ବୁତ୍ତ ମୋଟର ସାଇକେଲରେ ଆସି ପେଟ୍ରୋଲ ପକାଇବାକୁ କହିଥିଲେ । ପେଟ୍ରୋଲ ପକାଇବା ପରେ ଟଙ୍କା ମାଗିବାରୁ ଟଙ୍କା ଦେବୁନାହିଁ କହିବା ସହ କର୍ମଚାରୀଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇନେଇଥିଲେ  । ଆକ୍ରମଣରେ କର୍ମଚାରୀଙ୍କ ମୁଣ୍ଡ ଫାଟି ଯାଇଛି  । ଘଟଣାସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ତଦନ୍ତ କରୁଛି  ।

 ଏଥିସହିତ ପଢ଼ନ୍ତୁ: ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା