spot_img
Home Blog Page 598

୧ ମାସରୁ ଉର୍ଦ୍ଧ୍ବ ହେବ ନିଖୋଜ ନାବାଳିକାର ପତ୍ତା ପାଉନି ପୋଲିସ

ବଜାରକୁ ଚପଲ କିଣିବାକୁ ଯାଇ ନାବାଳିକା ନିଖୋଜ । ୧ ମାସରୁ ଉର୍ଦ୍ଧ୍ବ ହେବ ନିଖୋଜ ନାବାଳିକାର ପତ୍ତା ପାଉନି ପୋଲିସ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର । ଚାନ୍ଦବାଲି ପିରହାଟ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗତ ଜୁନ ୨୫ରେ ଚପଲ କିଣିବାକୁ ଯାଇ ନିଖୋଜ ହୋଇଥିଲେ ନାବାଳିକା। ବହୁ ଖୋଜାଖୋଜି ପରେ ଝିଅକୁ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର। ତିହିଡି ଥାନା ଅଧିନ କାଁପଡା ଗାଁର ବାଦଲ ମଳିକ ଓ ମଳୟ ମଳିକ ତାଙ୍କ ଝିଅକୁ ଅପହରଣ କରିନେଇଥିବା ପିରହାଟ ଥାନାରେ ଅଭିଯୋଗ ହୋଇଥିଲା। ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଭଦ୍ରକ ଏସ ପି ଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି ପରିବାର। ଅନ୍ୟ ପଟେ ପିରହାଟ ଥାନାଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି।

ଭୁବନେଶ୍ବର ଆମ ବସ ଡିପୋରେ ଡ୍ରାଇଭରମାନଙ୍କ ହଙ୍ଗାମା: ବସ ଆଗରେ ଶୋଇ ରହି କରିଛନ୍ତି ପ୍ରତିବାଦ 

ଭୁବନେଶ୍ବର ଆମ ବସ ଡିପୋରେ ଡ୍ରାଇଭରମାନଙ୍କ ହଙ୍ଗାମା  । ବସ ଆଗରେ ଶୋଇ ରହି କରିଛନ୍ତି ପ୍ରତିବାଦ  । ଡ୍ରାଇଭରଙ୍କ ହଙ୍ଗାମା ଯୋଗୁ ଗଡ଼ୁନି ବସ୍। ଫଳରେ ଗାଡକଣ ଡିପୋରେ ଅଟକିଛି ସମସ୍ତ ବସ  । ଗାଡ଼ି ନ ଚଳାଇ ଧାରଣାରେ ବସିଛନ୍ତି ଡ୍ରାଇଭର  ।

ହୋଟେଲ ଭିତରେ ମହିଳା କର୍ମଚାରୀଙ୍କ ହଙ୍ଗାମା: ମାରପିଟ୍‌ କଲେ, ଯାହା ପାରିଲେ ଭାଙ୍ଗିଲେ

ହୋଟେଲ ଭିତରେ ମହିଳା କର୍ମଚାରୀଙ୍କ ହଙ୍ଗାମା। ମାରପିଟ କଲେ ଯାହା ପାରିଲେ ଭାଙ୍ଗିଲେ । ନନ୍ଦିଘୋଷ ଟିଭି ହାତରେ ଲାଗିଲା ହଙ୍ଗମାର ଏକ୍ସକ୍ଲୁସିଭ ଭିଜୁଆଲ । ଫୁଲକୁଣ୍ଡ ଠାରୁ ଆରମ୍ଭ କରି କମ୍ପ୍ୟୁଟର ଏପରିକି କାଚ କବାଟକୁ ଲୁହା ରଡରେ ଭାଙ୍ଗି କଲେ ଚୁରମାର । ଏ ହେଉଛି ରାଜଧାନୀ ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ହୋଟେଲର ଦୃଶ୍ୟ । ଏ ନେଇ ଇନଫୋସିଟି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ କରୁଛି । ସମ୍ପୃକ୍ତ ମହିଳାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

କରଜ ସୁଝିବା ଚିନ୍ତାରେ ଜମିରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା, ପରିବାର ଲୋକଙ୍କ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ ଦନ୍ଦରା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା। ଘଟଣାର ତଦନ୍ତ ପାଇଁ ଗାଁରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ସହ ଅନ୍ୟ ଅଧିକାରୀ। ବର୍ଷାଭାବ ଯୋଗୁଁ ଚାଷ କାର୍ଯ୍ୟ ଧିମେଇ ପଡିଥିବା ବେଳେ କରଜ ସୁଝିବା ଚିନ୍ତାରେ ଜମିରେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ହେଲେ ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗ୍ରାମର ଚାଷୀ ରାଜକୁମାର ପାତ୍ର । ପରିବାର ଓ ସମ୍ପର୍କୀୟଙ୍କ ସହଯୋଗ ରେ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଜମିରେ ଚାଷ ସହିତ ଛତୁ ଚାଷ ପାଇଁ କରଜ କରିଥିଲେ । ଆତ୍ମହତ୍ୟା ପରେ ତାଙ୍କ ସ୍ତ୍ରୀ ଓ ଝିଅ ଅସହାୟ ହୋଇପଡ଼ିଛନ୍ତି ।

ମିଲ୍‌ ରୁ ଉଠୁନି ଚାଉଳ, ଚିନ୍ତାରେ ମିଲର୍ସ: ଚାଉଳକୁ ତୁରନ୍ତ ଉଠାଇବାକୁ ଦାବି କରିଛି ମିଲର୍ସ ସଂଘ

ମିଲ୍‌ ରୁ ଉଠୁନି ଚାଉଳ, ଚିନ୍ତାରେ ମିଲର୍ସ । ବରଗଡ଼ ଜିଲ୍ଲା ମିଲର୍ସ ଆସୋସିଏସନ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି  । ମିଲ୍ ରେ ପଡିରହିଥିବା ଚାଉଳକୁ ତୁରନ୍ତ ଉଠାଇବାକୁ ଦାବି କରିଛି ମିଲର୍ସ ସଂଘ । କେତେକ ମଣ୍ଡିରେ ଏବେ ବି ଗଦା ହୋଇ ରହିଛି ଧାନ । ଚାଉଳ ଉଠିପାରିନଥିବାରୁ ମିଲ୍ ରେ ଜାଗା ନାହିଁ  । ଏବେ ମିଲ୍ ରୁ ଚାଉଳ ଉଠୁନଥିବାରୁ ଚିନ୍ତାରେ ମିଲର୍ସ । ବର୍ତମାନ ସୁଦ୍ଧା ମାତ୍ର ୩୯ ପ୍ରତିଶତ ଚାଉଳ ଉଠାଯାଇଥିବାବେଳେ ୬୧ ପ୍ରତିଶତ ଚାଉଳ ମିଲ୍ ରେ ପଡିରହିଥିବା କହିଛନ୍ତି ମିଲର୍ସ  । ସେହିପରି ଚଳିତ ରବି ଧାନ ଗୁଡିକ, ଚାଉଳ ନ ଉଠିବା ଯୋଗୁଁ ପଡ଼ିରହିଛି  । ତେବେ ବେଶୀ ଦିନ ପଡିରହିଲେ ତାହା ମଧ୍ୟ ଖରାପ ହେବାର ଆଶଙ୍କା ରହିଚ୍ଛି  । ତେଣୁ ଖୁବଶୀଘ୍ର ଚାଉଳ ଉଠାଇବାକୁ ସରକାରଙ୍କୁ ନିବେଦନ କରିଛି ବରଗଡ଼ ମିଲର୍ସ ସଂଘ ।

ସ୍କୁଲ ଫାଟକରେ ତାଲା ପକାଇବା ସହିତ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ସ୍କୁଲ ଫାଟକରେ ତାଲା ପକାଇବା ସହିତ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ଶିକ୍ଷକ ବଦଳି ଆଦେଶ ବାତିଲ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା। ବାରିପଦା କୁଳିଅଣା ବ୍ଲକ ଭାଲିଆଡିହା ମୁକୁନ୍ଦରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଫାଟକ ଆଗରେ ଦେଇଛନ୍ତି ଧାରଣା । ବିଦ୍ୟାଳୟରେ ୧୦୬ ଛାତ୍ର ଛାତ୍ରୀଙ୍କୁ ୮ଜଣ ଶିକ୍ଷକ ରହିଥିବା ବେଳେ ଜଣେ ଶିକ୍ଷକଙ୍କୁ ଗତ ୩୦ ତାରିଖ ଦିନ ବଦଳି କରାଯାଇଥିଲା। ତେବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁଙ୍କ ସୁପାରିଶରେ ବଦଳି ହୋଇଥିବା ଅଭିଯୋଗ ହୋଇଛି। ତେବେ ବଦଳିକୁ ବିରୋଧ କରି ଧାରଣାରେ ବସିଛନ୍ତି ଶତାଧିକ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ।

କୁଲଗାଓଁରେ ଅପରେସନ ଅଖଲ: ଜଣେ ଆତଙ୍କବାଦୀ ନିପାତ

ଜାମ୍ମୁ ଓ କାଶ୍ମୀରର କୁଲଗାଓଁରେ ଅପରେସନ ଅଖଲ। ଅପରେସନରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସେଠାରେ ୨ ଜଣ ଆତଙ୍କୀଙ୍କୁ ଘେରାବନ୍ଦୀ କରାଯାଇଛି। ଜଙ୍ଗଲରେ ଯବାନ-ଆତଙ୍କୀ ଗୁଳିବିନିମୟ ଜାରି ରହିଛି। ଅଖଲ ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଜାରି ରହିଛି। ଲସ୍କର-ଏ-ତଏବାର ସହଯୋଗୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫର ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। ମୃତ ଆତଙ୍କୀମାନେ ପହଲଗାଓଁ ହମଲା ସହ ସମ୍ପୃକ୍ତ ଥିବା ସୂଚନା ମିଳିଛି।

ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା। ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁରେ ଜଣେ ଚାଷୀ ଧାନବିଲ ଦେଖିବାକୁ ଗତକାଲି ସନ୍ଧ୍ୟା ବେଳେ ଯାଇଥିଲେ। ସେ ଘରକୁ ନଫେରିବାରୁ ଆଜି ସକାଳୁ ଘର ଲୋକେ ଖୋଜା ଖୋଜି କରିବା ପରେ ଗାଁ ପୋଖରୀ ନିକଟରେ ତାଙ୍କ ମୃତଦେହ ଠାବ କରିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏକ ମଇଁଷିକୁ ମଧ୍ୟ ମାରିଦେଇଛି ଦନ୍ତା। ହିନ୍ଦୋଳରେ ଚଳିତ ସପ୍ତାହରେ ଚାରି ଜଣଙ୍କୁ ମାରିଦେଲାଣି ଦନ୍ତା। ମୃତକ ହେଉଛନ୍ତି ସୁଧାକର ସାମଲ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଓ ବନ ବିଭାଗ ଅଧିକାରୀ ପହଂଚି ଶବକୁ ପୋଷ୍ଟ ମଟମ ପାଇଁ ପଠାଇଛନ୍ତି। ଦୁଇ ଦିନ ତଳେ ହାତୀ ୩ ଜଣଙ୍କୁ ମାରିବା ଘଟଣାରେ ଜଣେ ଫରେଷ୍ଟର ଏବଂ ହିନ୍ଦୋଳ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଥିଲା।

ଚୋରା ମଦ ଭାଟି ଉପରେ ବୁଲିଲା ବୁଲଡୋଜର

ଚୋରା ମଦ ଭାଟି ଉପରେ ବୁଲିଲା ବୁଲଡୋଜର । ଆଠଗଡ଼ ଥାନା କୋରଙ୍ଗା ଗାଁରେ ଚୋରା ଦେଶୀ ମଦଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି। ଘଟଣାସ୍ଥଳରୁ ଭାଟି ଛାଡ଼ି ମଦ ମାଫିଆ ଫେରାର୍ ହୋଇଯାଇଛି। ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଆଠଗଡ଼ ଡିଏସପି, ଆଇଆଇସି, ଆଠଗଡ଼ ଅବକାରୀ ଉପଅଧୀକ୍ଷକ ସମେତ ଏକ ପ୍ଲାଟୁନ ଫୋର୍ସ ଚଢ଼ାଉରେ ସାମିଲ ଅଛନ୍ତି । ଦୀର୍ଘ ଦିନ ଧରି ଏହି ଗାଁରେ ଚୋରା ଦେଶୀ ମଦ ପ୍ରସ୍ତୁତ ହୋଇ ଓଡିଶାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା।

ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା: ସିଡବ୍ଲୁସି କାର୍ଯ୍ୟାଳୟର ସଭ୍ୟଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ସିଡବ୍ଲୁସି କାର୍ଯ୍ୟାଳୟର ସଭ୍ୟ ବିବେକାନନ୍ଦ ବଳଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ସେହି କାର୍ଯ୍ୟାଳୟର ସାମାଜିକ କୋଅର୍ଡିନେଟର ମହିଳା। ଯୁବତୀ ଜଣକ ଭୁବନେଶ୍ୱର ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଏଠାରେ ଶିଶୁ ଶ୍ରମିକ, ଶିଶୁ ଶ୍ରମିକ ଚାଲାଣ, ବାଲ୍ୟ ବିବାହ ରୋକିବା ନିମନ୍ତେ ଜଗତସିଂହପୁର ଜିଲ୍ଲାରେ କୋଅର୍ଡିନେଟର ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ସେ ଏହି କାର୍ଯ୍ୟାଳୟ ପରିସରରେ ଏକ କ୍ଵାର୍ଟର୍ସରେ ରୁହନ୍ତି। ଯୁବତୀ ଜଣକ ଏକୁଟିଆ ରହୁଥିବାର ସୁଯୋଗ ନେଇ ସିଡବ୍ଲୁସି ସଭ୍ୟ ବିବେକାନନ୍ଦ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ଦାଏର କରାଯାଇଛି। ଅଭିଯୁକ୍ତକୁ ଜଗତସିଂହପୁର ପୋଲିସ ନିଜ ହେପାଜତରେ ରଖିଛି। ସିଡବ୍ଲୁସି ସଭ୍ୟ ବିବେକାନନ୍ଦଙ୍କ ନାମରେ ପୂର୍ବରୁ ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷଙ୍କ ନିକଟରେ ଫେବୁଆରୀରୁ ପୀଡିତା ଅଭିଯୋଗ କରିଥିଲେ ସୁଦ୍ଧା କଣ ପାଇଁ ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଏହି ଘଟଣାକୁ ଚାପି ରଖୁଥିଲେ ତାହା ତଦନ୍ତ ସାପେକ୍ଷ।