spot_img
Home Blog Page 5983

‘ଓଡ଼ିଶା ବନ୍ଦ’ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ଜାଣନ୍ତୁ କେଉଁ ଟ୍ରେନ୍‌ କେତେ ବିଳମ୍ବ ହୋଇଛି

ଭୁବନେଶ୍ୱର: ସୋମବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଶେଷ ହୋଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଓଡ଼ିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ  । ପେଟ୍ରୋଲ, ଡ଼ିଜେଲ, ଏଲପିଜି ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡକରା ଦିଆଯାଇଥିଲା । ତେବେ ଏହି ବନ୍ଦ ପାଇଁ ଟ୍ରେନ୍‌ ଚଳାଚଳରେ ସାମାନ୍ୟ ବାଧାପ୍ରାପ୍ତ ହୋଇଛି । ପୂର୍ବତଟରୁ ମିଳିଥିବା ତଥ୍ୟ ଅନୁଯାୟୀ କିଛି ଟ୍ରେନ୍‌ ବିଳମ୍ବ ଛାଡ଼ିଛି । ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ପକ୍ଷରୁ ବିକ୍ଷଷାଭ ପ୍ରଦର୍ଶନ କରାଯାଇଥିଲା । ତେଣୁ ଏଭଳି ପରିସ୍ଥିତି ଉପୁଜିଥିଲା ।

ତେବେ ତାଳଚେର ରେଳ ଷ୍ଟେସନ୍‌ରେ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ବନ୍ଦ ଡାକା ଦିଆଯାଇଥିଲା । ସେହିଭଳି ଭୁବନେଶ୍ୱରରେ ସକାଳ ୦୭ରୁ ୦୭.୫୫ ଯାଏଁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା । ଢ଼େଙ୍କାନାଳରେ ୦୭.୩୦ରୁ ୦୮.୨୦, ଛତ୍ରପୁରରେ ୦୮.୦୫ରୁ ୦୮.୫୫ , ପୁରୀରେ ୧୦.୫୦ରୁ ୧୧.୧୫ ଯାଏଁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା ।

୦୨୮୮୦ ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନ୍‌ଠାରେ ସକାଳ ୦୭.୨୦ରୁ ୦୮.୨୦ ପର୍ଯ୍ୟନ୍ତ ଅଟକି ରହିଥିଲା । ଏକ ଘଣ୍ଟା ବିଳମ୍ବରେ ଏହା ଛାଡ଼ିଥିଲା ।

ସେହିଭଳି ୦୮୪୯୩ ଭୁବନେଶ୍ୱର-ବଲାଙ୍ଗିର ସ୍ୱତନ୍ତ୍ର ଟ୍ରେନ୍‌ ଢ଼େଙ୍କାନାଳ ଷ୍ଟେସନ୍‌ଠାରେ ସକାଳ ୦୭.୪୮ରୁ ୮.୨୦ ଯାଏଁ ଅଟକି ରହିଥିଲା ।

୦୮୪୪୮ କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟ ସେହି ଢ଼େଙ୍କାନାଳଠାରେ ସକାଳ ୦୭.୪୮ରୁ ୮.୨୦ ଯାଏଁ ଅଟକି ରହିଥିଲା ।

୦୨୮୧୫ ପୁରୀ-ଆନନ୍ଦ ବିହାର ସ୍ପେସାଲ ଲେଫ୍ଟ ପୁରୀରୁ ୧୧ ଟା ପରିବର୍ତ୍ତେ ୧୧.୨୦ରେ ଛାଡ଼ିଛି ।

ଧକ୍କା ଦେଲା ପିକଅପ୍ ଭ୍ୟାନ, ଆଖି ବୁଜିଲେ ଦୁଇ ଶିଶୁୃ

ଢେଙ୍କାନାଳ: ଟାଉନଥାନା ବାଜିଚୌକ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ମୃତ ଶିଶୁ ଦୁଇ ଭଉଣୀ ଅଟନ୍ତି । ସେହିପରି ଦୁର୍ଘଟଣାରେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ବାଜିଚୌକ ସ୍ଥିତ ଫ୍ଲାଇ ଓଭର ତଳେ ପିକଅପ ଭ୍ୟାନ ଦୁର୍ଘଟଣା ଘଟାଇଛି । ଘଟଣାସ୍ଥଳରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ରହିଥିବା ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ ମୃତ ଦୁଇ ଭଉଣୀ ହେଉଛନ୍ତି ସଇନା ସବର ଏବଂ ସୁହାନା ସବର। ସପରିବାର ବିହାରରୁ ମହୁ ବିକ୍ରି କରିବା ପାଇଁ ଢେଙ୍କାନାଳ ଆସିଥିଲେ । ବାଜିଚୌକ ସ୍ଥିତ ଓଭରବ୍ରିଜ ତଳେ ରହୁଥିଲେ। ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟାଉନଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।

ରବି ଦିଶାଙ୍କୁ ଗିରଫ କରିବା ଉଚିତ୍‌ ନୁହେଁ, ଏହା ଗଣତନ୍ତ୍ର ଉପରେ ଆକ୍ରମଣ: ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ପରିବେଶବିତ୍ ଦିଶା ରବିଙ୍କ ଗିରଫକୁ ଗଣତନ୍ତ୍ର ଉପରେ ଅଦୃଶ୍ୟ ଆକ୍ରମଣ କହିଲେ କେଜ୍ରିଓ୍ୱାଲ । ଚାଷୀ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ସେୟାର ହୋଇଥିବା ଟୁଲ୍ କିଟ୍ ମାମଲାରେ ଦିଶା ରବିଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ୍ । ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଚାଷୀଙ୍କୁ ସମର୍ଥନ କରିବା ଅପରାଧ ନୁହେଁ ବୋଲି କେଜ୍ରିଓ୍ୱାଲ ଟୁଇଟ୍ କରିଛନ୍ତି ।

ସେପଟେ ଦିଶାଙ୍କୁ ରିଲିଜ୍‌ କରିବାକୁ ବାଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଛାତ୍ରଛାତ୍ରୀ । କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପି. ଚିଦାମ୍ବରମ ଓ ଜୟରାମ ରମେଶଙ୍କ ଭଳି ବହୁ ନେତା ଦିଶାଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି । ଚାଷୀ ଆନ୍ଦୋଳନକୁ ନେଇ ସ୍ୱିଡେନ୍‌ର ପରିବେଶବିତ୍ ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲ୍‌କିଟ୍ ମାମଲାରେ ଗିରଫ ହୋଇଛନ୍ତି ବେଙ୍ଗାଲୁରୁର ଦିଶା ।

ଚାଷୀ ଆନ୍ଦୋଳନ ସହ ଜଡ଼ିତ ଏହି ଟୁଲ‌କିଟ୍‌କୁ ଦିଶା ଏଡିଟ୍‌ କରି ପଠାଇଥିବା ଅଭିଯୋଗ ହୋଇଛି । ଗିରଫ ପରେ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛି ସ୍ପେଶାଲ ସେଲ୍ । ଦିଶା ବାଙ୍ଗାଲୁରୁର ଏକ ଘରୋଇ କଲେଜରେ MBA କରିଥିବା ବେଳେ ‘ଫ୍ରାଇଡେ ଫର୍‌ ଫ୍ୟୁଚର ଇଣ୍ଡିଆ’ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ଦିଶାଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କ ସହଯୋଗୀଙ୍କ ଉପରେ ନଜର ରଖିଛି ପୋଲିସ ।

ଦିଶାଙ୍କ ଘନିଷ୍ଠ ବନ୍ଧୁ ନିକିତା ଜେକବଙ୍କ ସମେତ ୨ ଜଣଙ୍କ ନାଁରେ ଜାମିନ ବିହୀନ ପରଓ୍ୱାନା (NBW) ଜାରି କରାଯାଇଥିବା ବେଳେ ସେ ଫେରାର ଥିବା ସୂଚନା ମିଳିଛି । ଗତ ୧୧ ତାରିଖରେ ସ୍ପେଶାଲ ସେଲ୍ ପୋଲିସ ନିକିତାଙ୍କ ଘରେ ପହଞ୍ଚି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଯାଞ୍ଚ କରିଥିଲା । ଏହାସହ କେତେକ କାଗଜପତ୍ରରେ ପୋଲିସ ତାଙ୍କ ଦସ୍ତଖତ ମଧ୍ୟ ରଖିଛି । ହେଲେ ଏହାପରଠୁ ସେ ଫେରାର ଥିବା ପୋଲିସ କହିଛି ।

ଜୋର ଧରୁଛି ବାଇ-ଲ ପ୍ରତ୍ୟାହାର ପ୍ରତିବାଦ, ମଙ୍ଗଳବାର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼

ଭୁବନେଶ୍ବର: ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ-ଲ ପ୍ରତ୍ୟାହାର ନେଇ ଜୋରଦାର ହେବାକୁ ଯାଉଛି ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଆସନ୍ତାକାଲି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ ହୋଇ ପ୍ରତିବାଦ କରାଯିବ । ସକାଳ ୧୦ଟାରୁ ଏହି ପ୍ରତିବାଦ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ସେବାୟତ କମିଟି ।

ଏହି ଚିଠା ବାଇ-ଲ’ ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବ । ତେଣୁ ଜାତୀୟ ସ୍ମାରକୀ ପ୍ରାଧିକରଣର ଏହି ନିଷ୍ପତିକୁ ବିରୋଧ କରୁଛୁ । ଯାହାକୁ ନେଇ ଆସନ୍ତାକାଲି ଘଣ୍ଟ ଘଣ୍ଟାମାଡ ଜରିଆରେ ବିରୋଧ କରାଯିବା ନେଇ ନିଷ୍ପତି ନେଇଛି ନିଖିଳ ଓଡ଼ିଶା ସେବାୟତ କମିଟି । ଏହି ଉପନିୟମ ଦ୍ବାରା ଭୁବନେଶ୍ବରର ୨ମନ୍ଦିର ପ୍ରଭାବିତ ହେବ । ସେହିପରି ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ମଧ୍ୟ ବାଇ-ଲ’ ଦ୍ବାରା ପ୍ରଭାବିତ ହେବ । ସେପଟେ ଚିଠା ବାଇ-ଲ’ କୁ ପ୍ରତ୍ୟାହାର ନେଇ ପ୍ରତିବାଦ କରୁଛନ୍ତି ରାଜଧାନୀବାସୀ ।

ସେପଟେ ସେବାୟତ ମଧ୍ୟ ଚିଠା ବାଇ-ଲ’କୁ ଦୃଢ଼ ବିରୋଧ କରିଛନ୍ତି । ତୁରନ୍ତ ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ ଅଡ଼ି ବସିଛନ୍ତି । ବିବାଦୀୟ ବାଇ ଲ’କୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ଗତକାଲି ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଦସ୍ତଖତ ଅଭିଯାନ କରିଛି। ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ପ୍ରତିବାଦ କରିବା ସହ ରାଜଧାନୀ ବାସୀ ଏହାର ପ୍ରତିବାଦରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ ।

ବାଇ-ଲ’ ପ୍ରତ୍ୟାର ନେଇ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ପ୍ରସ୍ତାବିତ ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ଶୀଘ୍ର ବାଇ-ଲ’ ପ୍ରତ୍ୟାହାର ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ନେଇ ଚିଠିରେ ଉଲ୍ଲେଖ ମଧ୍ୟ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପରିସରକୁ ନେଇ ଯେଉଁ ବାଇ-ଲ’ ପ୍ରସ୍ତୁତ କରାଯାଇଛି ତାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଦ୍ୱାରା ଜାରି ବିଜ୍ଞପ୍ତିକୁ ନିଜେ ବିରୋଧ କରିଥିଲେ । ପରେ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିବାରୁ NMA ସଚିବ ଏହି ବାଇ ଲ’କୁ ପ୍ରତ୍ୟାହାର କରିଥିଲେ ।

ସାରା ବିଶ୍ୱର ଠାକୁର ଭାବରେ ପରିଗଣିତ ପ୍ରଭୁ ଲିଙ୍ଗରାଜ । ଏହା ସହିତ ପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ରହିଛି । ଭକ୍ତି ଭାବର ସହିତ ସମସ୍ତେ ବନ୍ଧା । ସେ ସେବାୟତ ହୁଅନ୍ତୁ ବା ଭକ୍ତ । କିନ୍ତୁ NMAର ବିଜ୍ଞପ୍ତି ପ୍ରତ୍ୟାହାର ନ ହେଲେ ଏହାର ସୌନ୍ଦର୍ଯ୍ୟକରଣ ଓ ପ୍ରଭୁଙ୍କ ନୀତିକାନ୍ତି ତଥା ସେବା ଓ ସେବାୟତ ପ୍ରଭାବିତ ହେବେ ।ଲିଙ୍ଗରାଜ ମନ୍ଦିର ସହ ଯୋଡ଼ି ହୋଇଛି ରାଜ୍ୟବାସୀଙ୍କ ଭକ୍ତି ଓ ଭାବାବେଗ । ଲିଙ୍ଗରାଜ ମନ୍ଦିର ହେଉଛି ଏକ ଶୈବପୀଠ ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହା ଏବେ ମନ୍ଦିର ମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଆଉ ଏହି ସୌନ୍ଦର୍ଯ୍ୟକରଣ ଲାଗି ସ୍ୱଇଚ୍ଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ । ଯଦି ବାଇ-ଲ ପ୍ରତ୍ୟାହାର କରାନଯାଏ ତେବେ ପ୍ରକଳ୍ପର ଉନ୍ନତିକରଣରେ ବାଧାପ୍ରାପ୍ତ ହେବ ।

ନବମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି, ଆହୁରି ୪ ଦିନ ଚାଲିବ ! ମୃତ୍ୟୁସଂଖ୍ୟା ବୃଦ୍ଧି ଆଶଙ୍କା

ଉତ୍ତରାଖଣ୍ଡ: ଆଜିକୁ ୯ ଦିନ ପୁରିଲା । ନବମ ଦିନରେ ତପୋବନ ଟନେଲରୁ ଉଦ୍ଧାର ହେଲା ଆଉ ତିନି ମୃତଦେହ । ଏହି ଉଦ୍ଧାର କାର୍ଯ୍ୟ ଆହୁରି ୩-୪ ଦିନ ଚାଲିବ ବୋଲି ଉତ୍ତରାଖଣ୍ଡ ଡିଜିପି ସୂଚନା ଦେଇଛନ୍ତି । ତେବେ ରାଇନି ଗାଁରୁ ସୋମବାର କୌଣସି ମୃତଦେହ ଉଦ୍ଧାର ହୋଇ ନାହିଁ ବୋଲି ସେ କହିଛନ୍ତି ।

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଯୋଗୁଁ ଘଟିଥିବା ଜଳପ୍ରଳୟକୁ ୯ ଦିନ ପୂରିଛି । ଏପର୍ଯ୍ୟନ୍ତ ୫୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଆହୁରି ପ୍ରାୟ ୧୫୦ ଲୋକ ନିଖୋଜ ଅଛନ୍ତି । ତପୋବନ ଟନେଲରେ ଫସିଥିବା NTPCର ପ୍ରାୟ ୩୫ କର୍ମଚାରୀଙ୍କ ମଧ୍ୟରୁ ୮ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ସେମାନଙ୍କ ମଧ୍ୟରେ କେତେଜଣ NTPCର କର୍ମଚାରୀ ରହିଥିବା ବେଳେ କେତେଜଣ ଇଞ୍ଜିନିୟର ମଧ୍ୟ ଅଛନ୍ତି ।

ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଏହାଛଡ଼ା ତପୋବନଠାରେ ନିର୍ମାଣାଧୀନ ଜଳ ବିଦ୍ୟୁତ୍ ପ୍ରକଳ୍ପର ତଳଭାଗରେ ରେସ୍କ୍ୟୁ ଅପରେସନ ପାଇଁ ପାଣି ଶୁଖାଯାଉଛି । ଟନେଲର ୧୪୦ ମିଟରରୁ ଅଧିକ କାଦୁଅ, ପଙ୍କ ସଫା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଟନେଲ ସଫା କରିବାକୁ ଆହୁରି ୩-୪ ଦିନ ଲାଗିବା ନେଇ ଅନୁମାନ କରାଯାଉଛି ।

କିଛି ଦିନ ବ୍ୟବଧାନରେ ପୁଣି ଜବତ ହେଲା ବାଘଛାଲ, ୨ ଗିରଫ

ନୂଆପଡା: ନୂଆପଡାରୁ ବାଘଛାଲ ଜବତ । ସିନାପାଲି ପୋଲିସ ଥାନା ଅଧିନ ପଳାଶପଡା ଛକରୁ ବାଘଛାଲ ଜବତ କଲା ଏସଟିଏଫ୍ । ସେମାନଙ୍କ ନିକଟରୁ ବାଘଛାଲ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନୂଆପଡା ଖାରିଆରର ସବୁର୍ବନ ସିଂଦେଓ ଓ ସମାନ ସିଂ । ଅଭିଯୁକ୍ତଙ୍କୁ ଖରିଆର ସିଭିଲ ଓ କ୍ରିମିନାଲ କୋର୍ଟରେ ହାଜର କାରଯାଇଛି । କେମିକାଲ ଏକଜାମିନେସନ ପାଇଁ ଡେରାଡୁନ wild life institute of indiaକୁ ପଠାଯିବ ବାଘଛାଲ।

ଗୋପନୀୟତା ଚୋରି ମାମଲା: ହ୍ୱାଟ୍ସଆପ୍ ଓ ଫେସବୁକକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଲୋକଙ୍କ ଗୋପନୀୟତା ଚୋରି ତଥା ସେମାନଙ୍କ ଗୋପନୀୟ ତଥ୍ୟକୁ ନେଇ ଦୁଇ ସୋସିଆଲ୍ ମିଡିଆ ସାଇଟ୍ ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ବ୍ୟବସାୟ କରୁଛନ୍ତି ବୋଲି ଆସିଥିବା ଅଭିଯୋଗକୁ ଭାରତର ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଏହି ଦୁଇ ସୋସିଆଲ୍ ମିଡିଆ କମ୍ପନୀକୁ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସରେ କୋର୍ଟ ଦର୍ଶାଇଛନ୍ତି ଯେ, ଲୋକଙ୍କ ଗୋପନୀୟତା ହେଉଛି ଗୁରୁତ୍ୱପୂର୍ଣ୍ଣ ।

ଏହାକୁ ସୁରକ୍ଷିତ ରଖିବା ଲାଗି ଭାରତର ସାଧାରଣ ଜନତା ଆମ ଉପରେ ଆସ୍ଥା ରଖିଛନ୍ତି। ଏବେ ସେମାନେ ଭାବୁଛନ୍ତି ଯେ, ନୂଆ ଗୋପନୀୟତା ନୀତି ଦ୍ୱାରା ସେମାନଙ୍କ କଥାବାର୍ତ୍ତା ଏବଂ ଚ୍ୟାଟ ମେସେଜ୍ ଅନ୍ୟ କାହା ହାତକୁ ଚାଲି ଯାଉଛି। ଏଣୁ ଏ ବିଷୟରେ ଶୁଣାଣି ହେବା ଦରକାର।
‘ଆପଣ ୨ ବା ୩ ଟ୍ରିଲିୟନ୍ ଡଲାରର କମ୍ପାନୀ ହୋଇପାରନ୍ତି। କିନ୍ତୁ ଲୋକଙ୍କ ଗୋପନୀୟତାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ । ଏଥିପାଇଁ ସେମାନଙ୍କ ଆସ୍ଥା ଆମ ଉପରେ ରହିଛି’ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ନିକଟରେ ହ୍ୱାଟ୍ସଆପ୍ ଏହାର ଗୋନୀୟତା ନୀତିକୁ ପରିବର୍ତ୍ତନ କରିବା ଲାଗି ଚାହିଁଥିଲା। ଜନସାଧାରଣଙ୍କ ବିରୋଧ ହେତୁ ଯଦିଓ ଏ ନୀତି ଲାଗୁ ହୋଇ ନାହିଁ କିନ୍ତୁ ଏହା କୌଣସି ବି ମୁହୂର୍ତ୍ତରେ ଲାଗୁ ହେବାର ଆଶଙ୍କା ରହିଛି। ଏହି ନୂଆ ନିୟମ ଦ୍ୱାରା ଜନସାଧାରଣଙ୍କ ଭିତରେ ହେଉଥିବା କଥାବାର୍ତ୍ତା ଏବଂ ଚ୍ୟାଟ୍ ବାର୍ତ୍ତା ଅନ୍ୟମାନଙ୍କୁ ଶେୟାର ହେବାର ଆଶଙ୍କା ରହିଛି। ଏହିପରି ଶେୟାର କରି କମ୍ପାନୀ ଅଧିକରୁ ଅଧିକ ରାଜସ୍ୱ ଅର୍ଜନ କରିବା ଆଶଙ୍କା ଥିବାରୁ ଭାରତର ଜନସାଧାରଣ କୋର୍ଟ ଏବଂ ସରକାରଙ୍କ ଆଗରେ ଏହି ନୀତି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଖାଲି ସେତିକି ନୁହେଁ ୟୁରୋପୀୟ ରାଷ୍ଟ୍ରରେ ଯେଉଁ ପରି ଭାବେ ଗୋପନୀୟତା ନୀତିକୁ କାର୍ଯ୍ୟକାରୀ କରାଯାଉଛି ତାହା ଭାରତରେ ଲାଗୁ ପାଇଁ ମଧ୍ୟ କୋର୍ଟଙ୍କ ପାଖରେ ଆବେଦନ ହୋଇଛି ।

ଭାରତ ସରକାରଙ୍କ ପକ୍ଷରୁ ମଧ୍ୟନେଇ ତଥ୍ୟ ରଖାଯାଇଛି। ଭାରତ ସରକାର କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ କମ୍ପାନୀମାନେ ବ୍ୟବହାରକାରୀଙ୍କ ତଥ୍ୟକୁ ଶେୟର କରିପାରିବେ ନାହିଁ । କୋର୍ଟଙ୍କ ଏହି ହସ୍ତକ୍ଷେପ ପରେ ଭାରତରେ ଲାଗୁ ହେବାକୁ ହ୍ୱାଟ୍ସଆପ୍ ଓ ଫେସବୁକର ନୂଆ ଗୋପନୀୟତା ନୀତି ନୂଆ ମୋଡ଼ ନେବ ବୋଲି ଆଶା ରହିଛି। ତେବେ କମ୍ପାନୀପକ୍ଷରୁ କୁହାଯାଇଛି ଯେ, ୟୁରୋପୀୟ ଦୋମାନଙ୍କୁ ଛାଡ଼ିଦେଲେ ପୃଥିବୀର ବିଭିନ୍ନ କୋଣରେ ଏହିପରି ନୀତିକୁ ଲାଗୁ କରାଯାଇଛି ଯାହାକୁ ଭାରତରେ ଲାଗୁ କରିବା ଯୋଜନା ରହିଛି। ଏହାଦ୍ୱାରା ଲୋକଙ୍କ ଗୋପନୀୟତାରେ ଆଞ୍ଚ ଆସିବ ନାହିଁ।

ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲା ପ୍ରେମିକ

ଗଞ୍ଜାମ: ମହଙ୍ଗା ପଡ଼ିଲା ଅଶ୍ଲୀଳ ଭିଡିଓ ପୋଷ୍ଟ କରିବା । ଫେସବୁକରେ ଅଶ୍ଲୀଳ ଭିଡିଓ ପୋଷ୍ଟ କରି ଗିରଫ ହୋଇଛନ୍ତି ଯୁବକ । ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ପ୍ରେମିକପ୍ରବର । ପ୍ରେମରେ ବିଫଳ ଯୋଗୁଁ ଭିଡିଓ ପୋଷ୍ଟ କରିଥିଲା ଯୁବକ । ଅଭିଯୁକ୍ତଙ୍କ ଘର ଗଞ୍ଜାମରେ ହୋଇଥିବା ସୂଚନା ମିଳିଛି ।

ଏ ନେଇ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ଯୁବକକୁ ଗିରଫ କରାଯାଇଛି ।

୬ ଘଣ୍ଟିଆ ଓଡ଼ିଶା ବନ୍ଦ: ତାଲା ଭାଙ୍ଗି ଧସେଇ ପଶିଲେ, କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ

0

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରସ ବନ୍ଦର ପ୍ରଭାବ ପଡିଛି । କୋଣାର୍କ ଅସ୍ତରଙ୍ଗରେ କଂଗ୍ରେସ କର୍ମୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ପେଟ୍ରୋଲ, ଡିଜେଲ, ଏଲ ପି ଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଆହ୍ୱାନ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ସକାଳୁ ଭୁବନେଶ୍ୱର ଅସ୍ତରଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା ।

ପରେ ଏକ ବିକ୍ଷୋବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଉତକ୍ଷୀପ୍ତ କଂଗ୍ରେସ କର୍ମୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ତାଲା ଭାଙ୍ଗି ଧସେଇ ପଶିଯାଇ କାର୍ଯ୍ୟାଳୟ ଆସବାବପତ୍ର, କାଗଜପତ୍ର , ଫୋପଡାଫିଙ୍ଗା କରି ଭଙ୍ଗାରୁଜା କରିଥିଲେ । ସ୍ଥାନୀୟ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ କର୍ମୀ ମାନେ ଅଟକି ନଥିଲେ ।