spot_img
Home Blog Page 5988

କ୍ୟାପିଟାଲ ହିଲ୍‌ ଆକ୍ରମଣ ଘଟଣାରେ ଦୋଷମୁକ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ୱାସିଂଟନ୍‌: କ୍ୟାପିଟଲ୍‌ ହିଲରେ ହିଂସା ପାଇଁ ଉସକାଇବା ଅଭିଯୋଗରେ ଦୋଷମୁକ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଐତିହାସିକ ଦ୍ୱିତୀୟ ମହାଭିଯୋଗ ବିଚାରରେ ସଂଖ୍ୟାଗରିଷ୍ଠ ସିନେଟ୍‌ ରିପବ୍ଲିକାନ୍‌ମାନେ ଟ୍ରମ୍ପ୍‌ଙ୍କୁ ଦଣ୍ଡ ଦେବାଲାଗି ମନାକରି ଦେଇଛନ୍ତି । କ୍ୟାପିଟଲ ହିଲ୍ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କରିଥିଲେ । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ଜଣ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ କହିଥିବା ବେଳେ ୪୩ ଜଣ ସିନେଟର ଦୋଷୀ କହିନାହାନ୍ତି । ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ ଲାଗି ସିନେଟରେ ଦୁଇ ତୃତୀୟାଂଶ ବହୁମତ ଅର୍ଥାତ୍ ୬୭ ଭୋଟ୍ ଆବଶ୍ୟକ । ଆମେରିକାରେ ଜାନୁଆରୀ ୬ରେ କ୍ୟାପିଟାଲ ହିଲରେ ହୋଇଥିବା ହିଂସାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ଯାହାକୁ ସଂସଦର ତଳ ସଦନ ମଞ୍ଜୁରୀ ଦେଇଥିବା ବେଳେ ସିନେଟରେ ପ୍ରସ୍ତାବ କାଟ୍ ଖାଇଛି ।

କ୍ୟାପିଟାଲ ହିଲ୍‌ରେ ଆକ୍ରମଣ ଘଟଣା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍‌ କରାଯାଇଥିଲା । ଟ୍ରମ୍ପଙ୍କ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିଲା । ଆକ୍ରମଣ ପରେ ଆମେରିକାରେ ଜରୁରୀକାଳିନ ପରିସ୍ଥିତି ଉପୁଜିଥିବା ବେଳେ, ଏଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରାଯାଇଥିଲା ।  ଏନେଇ ଜୁକର ବର୍ଗ ମଧ୍ୟ ନିଜେ ଫେସ୍‌ବୁକ୍‌ରେ ଲେଖି ପୋଷ୍ଟ କରିଥିଲେ । କ୍ୟପିଟାଲ ହିଲ୍‌ରେ ଆକ୍ରମଣ ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିଲା ।

ଡିଭାଇଡର ପରେ ଟ୍ରକ୍‌କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌, ୧୮ରୁ ୧୪ ମୃତ, ବର୍ତ୍ତିଯାଇଛନ୍ତି ୪ ଶିଶୁ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକାଥରକେ ଚାଲିଗଲା ୧୪ ଜଣକ ଜୀବନ । ତୀର୍ଥ କରିବାକୁ ଯାଇଥିଲେ ଏକାଠି । ହେଲେ ଚାଲିଗଲେ ଆରପାରିକୁ । ଆନ୍ଧ୍ରପ୍ରଦେଶର  କୁର୍ଣ୍ଣୁଲ ଜିଲ୍ଲା ଭେଲଦୁର୍ତ୍ତୀ ମଣ୍ଡଲର ମାଦରପୁର ଗାଁରେ ଘଟିଛି ଏଭଳି ଦୁର୍ଘଟଣା ।

ତୀର୍ଥଯାତ୍ରୀ ବସ୍‌ଟି ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବସ୍‌ରେ ମୋଟ ୧୮ ଜଣ ତୀର୍ଥଯାତ୍ରୀ ଥିଲେ । ସେଥିରୁ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୮ଜଣ ମହିଳା ରହିଥିବା ବେଳେ ୫ ପୁରୁଷ ଓ ଜଣେ ଶିଶୁ ରହିଛନ୍ତି । ଅନ୍ୟ ଚାରି ଜଣ ଶିଶୁ ଗୁରୁତର ଅଛନ୍ତି । ସେହିଭଳି ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଗୁରୁତର ଏବଂ ମୃତକଙ୍କ ପରିଚୟ ସଂଗ୍ରହ କରିବା ସହ ସେମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛି । ତଥ୍ୟ ମିଳିବା ପରେ ସେମାନଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯିବ ।

ଦୁର୍ଘଟଣାର ପ୍ରତ୍ୟେକ୍ଷଦର୍ଶି ତଥା ପୋଲିସର ସୂଚନା ଅନୁଯାୟୀ ବସ୍‌ଟି ରୋଡ ଡିଭାଇଡର ସହ ଧକ୍କା ହୋଇଥିଲା । ଗାଡ଼ିଟି ଦ୍ରୁତ ଗତିରେ ଥିଲା । ଡିଭାଇଡର ସହ ଧକ୍କା ହେବା ପରେ ଗାଡ଼ିଟି ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ସକାଳ ପ୍ରାୟ ୪ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣାଟି କୁର୍ଣ୍ଣୁଲଠାରୁ ୨୫ କିଲୋମିଟର ଦୂର ମଦପୁରମର ଭେଲଦ୍ରୁତିରେ ଘଟିଥିଲା । ତୀର୍ଥଯାତ୍ରୀ ବସ୍‌ଟି ରାଜସ୍ଥାନର ଆଜ୍‌ମେର ଅଞ୍ଚଳକୁ ଯାଉଥିଲା । ମେସିନ୍‌ ସହଯୋଗରେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ କାଟି ଲୋକଙ୍କୁ ଉଦ୍ଧାର କରାଯାଇଛି ।

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଜୁଇ ଶୋଇପଡ଼ିଲା ସ୍ତ୍ରୀ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ପାରିବାରିକ କଳହରୁ ଉନ୍ମତ୍ତକାଣ୍ଡ । ସ୍ତ୍ରୀ ଆଗରେ କିରୋସିନ ଢାଳି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ସ୍ବାମୀକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମୃତ । ଗୁରୁତର ଅବସ୍ଥାରେ ସ୍ୱାମୀ କଟକ ବଡ ମେଡିକାଲରେ ଭର୍ତ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁର ଶୈଳେନ୍ଦ୍ର ମଲ୍ଲିକ ଏବଂ ସ୍ତ୍ରୀ ବନ୍ଦିତା ମଲ୍ଲିକଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା ।

ଏବଂ ସାମାନ୍ୟ ଝଗଡ଼ା ଉଗ୍ରରୂପ ନେବାରୁ ସ୍ୱାମୀ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ହୋଇଥିଲେ । ଉଭୟଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବନ୍ଦିତାଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଶୈଳେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଅଛି ।

ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ବୃଦ୍ଧି ନେଇ କଂଗ୍ରେସର ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ବନ୍ଦ କରିବ କଂଗ୍ରେସ । ସକାଳ ୭ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ କରାଯିବ । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ମୂଲ୍ୟବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗ ନେଇ ବନ୍ଦ ପାଳନ କରିବାକୁ କଂଗ୍ରେସ ଡାକରା ଦେଇଛି । ତେବେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବିବାହ ଗାଡ଼ି, ଆମ୍ବୁଲାନ୍ସ, ମେଡିସିନ୍ ଦୋକାନ ଏବଂ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯିବ । କଟକରେ ବନ୍ଦ୍ ସଫଳ କରିବାକୁ ନଗର କଂଗ୍ରେସ ପକ୍ଷରୁ  ପ୍ରସ୍ତୁତି କରାଯାଇଛି । ଟ୍ରକ୍, ବସ୍, ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବିଭିନ୍ନ ଆସୋସିଏସନକୁ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅନୁରୋଧ କରିଛନ୍ତି ।

ପୁଲୱାମା ଆକ୍ରମଣରେ ସହିଦଙ୍କ ପାଇଁ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର: ପୁଲୱାମା ଆକ୍ରମଣରେ ସହିଦଙ୍କ ପାଇଁ ବିରାଟ ତ୍ରିରଙ୍ଗା ଯାତ୍ରା । ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୨ ବର୍ଷ ପୁରିଛି  । ୨୦୧୯ ଫେବୃୟାରୀ ୧୪ରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ ସହିଦ ହୋଇଥିଲେ । ହେଲେ ଆଜି ବି ଆଜିବି ସହିଦଙ୍କୁ ଝୁରୁଛି ମାତୃଭୂମି । ଆଜି ସେହି ବୀରପୁତ୍ରମାନଙ୍କୁ ମନପକାଇ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି ।

ଭୁବନେଶ୍ୱର ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଶୋଭାଯାତ୍ରା ହୋଇଛି । ବାଣୀବିହାରରୁ ଏହି ଶୋଭାଯାତ୍ରା  ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଛି ।  ହଜାର ହଜାର ସଂଖ୍ୟକ ଯୁବକ, ସେନା କର୍ମଚାରୀ ଯବାନ ଏଥିରେ ସାମିଲ ହୋଇଛନ୍ତି । ଯୁବକଙ୍କ ମନରେ ଦେଶ ପ୍ରେମ ଭାବ ଜାଗ୍ରତ କିରବା ସହ ସହିଦଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଏଭଳି ଶୋଭାରଯାତ୍ରାର ଆୟୋଜନ କାରଯାଇଛି । ଅଧିକରୁ ଅଧିକ ସଂଖ୍ୟକ ଯୁବକ ସେନାବାହିନୀରେ ସାମିଲ ପାଇଁ ସେମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ଆହ୍ୱାନ ଦିଆଯାଇଛି ।

ଘରୁ ମିଳିଲା ହନୁମାନ ପଇସା ସହ ବହୁ ପୁରୁଣା ଓ ତମ୍ବା ମୁଦ୍ରା

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୋଲିସ ହାତରେ ଲାଗିଛି ବଡ଼ ସଫଳତା । ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ବନ୍ଧୁକ ସହ ତିନିଜଣଙ୍କୁ ଗିରଫ କରିଛି ପୋଲିସ । କୌଣସି ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ମୋହନ ତ୍ରିବେଦୀଙ୍କ ଘରେ ଚଢ଼ାଉ କରିଥିଲା ପୋଲିସ ।

ଚଢ଼ାଉ ସମୟରେ ଏସବୁ ସାମଗ୍ରୀକୁ ଜବତ କରାଯାଇଥିଲା । ତେବେ ଗିରଫ ତିନି ଅଭିଯୁକ୍ତ ଏଠାରେ ଏକ ରାକେଟ ଚଳାଉଥିବା ସହ ଗରିବ ଆଦିବାସୀଙ୍କୁ ନକଲି ରତ୍ନ ପଥର, ତମ୍ବା ପଇସା, ହନୁମାନ ପଇସା ନାଁରେ ଠକୁଥିଲେ । କେବଳ ସେତିକି ନୁହେଁ ଅଭିଯୁକ୍ତ ଠାରୁ ଏକ ହରିଣ ଚମଡା ମଧ୍ୟ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ ।

ତେବେ ଚଢ଼ାଉ ପରେ ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ରାକେଟ ସକ୍ରିୟ ଥିବା ଅନୁମାନ କରୁଛି ପୋଲିସ । ଗିରଫ ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆଜି ହେଉଛି ପ୍ରେମ ପାଇଁ ଦିନ ଟିଏ

ଭୁବନେଶ୍ୱର: ଆଜି ଭାଲେଣ୍ଟାଇନ୍ ଡେ  ।  ଅର୍ଥାତ୍ ଆଜି ହେଉଛି ପ୍ରେମ ପାଇଁ ଦିନ ଟିଏ  । ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ  । ପ୍ରେମ କ୍ଷମା ପ୍ରେମ ଦୟା  । ପ୍ରେମର ପରିଭାଷା ସଂଗ୍ୟା ହୀନ  । କେବେ ଏହା ଗଗନ ପରି ଅସୀମ ତ ଆଉ କେବେ ସାଗର ପରି ଗଭୀର  । ପ୍ରେମ ମାନେ’ ନା ବାଧା ବିଘ୍ନ । ନା ମାନେ’ ସୀମା ସରହଦ । ପ୍ରେମର ଏହି ଦିନ ପାଇଁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ ।

ପ୍ରେମ , କାହିଁ କେଉଁ କାଳରୁ ବହୁଥିବା ସନ୍ତୋଷତାର ଖରସ୍ରୋତାଟିଏ । ପ୍ରେମ ତ ସଜ୍ଞା ହୀନ । ପ୍ରେମ ମରୁଭୂମି, ପ୍ରେମ ମରୁଝର । ଅଢେଇ ଅକ୍ଷର ପ୍ରେମ ଭାରି ଅମାନିଆ । ପ୍ରେମ ଅନ୍ତର ଅନୁଭବର ପୁଣ୍ୟ ମନ୍ଦିରଟିଏ । ପ୍ରେମ କେବେ ଶୀତଳତାର ସ୍ପର୍ଶରେ ଶିହରେଇ ଦିଏ ତ ଆଉ କେତେବେଳେ ସୀମାହୀନ ସରଗରେ ଓଡିବାକୁ ଡେଣା ଖଞ୍ଜି ଦିଏ । ପ୍ରେମ ବିଶ୍ବାସ । ପ୍ରେମ ରାଗରୁଷା ଆଉ ଅଭିମାନର କଅଁଳ ସ୍ପର୍ଷ । ପ୍ରେମରେ ଭରି ରହିଛି ସାତ ସିନ୍ଧୁର ସରାଗର ଶକ୍ତି । ଏ ପ୍ରେମ ଅବୋଲକରା ଭାରି ଅଥୟ । କେବେକେବେ ଫଗୁଣର ସାତ ରଙ୍ଗରେ ରଙ୍ଗୀନ୍ ହୋଇ ରଙ୍ଗ ଦେଖାଏ ପୁଣି ଶ୍ରାବଣର ଅସରାଏ ଆଗମନରେ ମାଦକତାର ନିଶାରେ ଭିଜେଇ ବି ଦିଏ ।

ପ୍ରେମ ମେଞ୍ଚାମେଞ୍ଚା ପ୍ରତିଶ୍ରୁତିର ପାହାଡ । ପ୍ରେମ ସ୍ନେହ, ତ୍ୟାଗର ସଞ୍ଚାର । ପ୍ରେମ ଅପାସୋରା, ପ୍ରେମ ଅଭୂଲା । ପ୍ରେମର ସ୍ରୋତରେ ଯିଏ ପଡିଛି ପ୍ରୀତିର ପ୍ରଗାଢତାରେ ସେ ଭିଜି ଯାଇଛି । ସୀମାହୀନ ପ୍ରେମ ସାଗରରେ ଉବୁଟୁବୁ ପ୍ରତିଟି ପ୍ରେମ ପକ୍ଷୀ ଚାହିଁ ବସିଥାନ୍ତି ଖାସ୍ ଏଇ ଦିନକୁ । ପ୍ରେମର ଦିନ ଭାଲେଣ୍ଟାଇନ୍ସ ଡେ । ପ୍ରେମ ସପ୍ତାହର ଶେଷ ଦିନରେ ନିଜର ସାଥି ସହ ନିଆରା ଅନୁଭୂତି ସାଉଁଟିବାକୁ ପ୍ରତିଟି ପ୍ରେମ ଚଢେଇର ଭାରି ଇଚ୍ଛା । କେଦାର ଗୌରୀ, ହୀର ରାଞ୍ଝା, ସଲିମ ଅନାରକଲୀ, ସାହାଜହାଁ-ମମତାଜ୍‌ଙ୍କ ପ୍ରେମର ଉଦାହରଣ ଦେଇ ସାଥୀକୁ ସାଥି ଦିଏ ଆଉ ଏକ ତାଜମହଲ ଗଢିଦେବାର ମିଠା ଆଶ୍ୱସ୍ତି । ଚକଲେଟ୍ ଗୋଲାପରୁ ଟେଡି ଆଲିଙ୍ଗନ, ଚୁମ୍ବନ ପରେ ଲଭ୍ ଷ୍ଟେସନରେ ଗାଡି ଅଟକେ । ଆଉ ଫଗୁଣର ରେଳ ଗାଡିରେ ବସି ଛୁକଛୁକ୍ ଶବ୍ଧରେ ମନ ଆଉ ହୃଦୟକୁ ହଜାଇ ଦିଅନ୍ତି ପ୍ରେମୀଯୁଗଳ । ମନ ଖୋଲା କଥା ସାଙ୍ଗକୁ ତାରା ଜହ୍ନ ଆଣିଦେବାର ପ୍ରତିଶ୍ରୁତି ।

ଆଜିର ଡିଜିଟାଲ୍ ଯୁଗରେ ଫେସବୁକରୁ ହ୍ବାଟସଆପ୍, ଇନଷ୍ଟା… । ସବୁଠି ସାଥୀକୁ ଦରକାର ସୁରିଲା ଅଭିନନ୍ଦନ । ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ଯୁବପିଢି ଦେଇଛନ୍ତି ନୂଆ ପରିଚୟ । ପରିଚୟ ଯାହା ହେଉ ସେଇ ପ୍ରେମ କାଲି ଥିଲା । ଆଜି ଅଛି ଆଉ କାଲି ବି ଥିବ । ପ୍ରେମ ଅମର । ପ୍ରେମ ଚିରନ୍ତନ ହୋଇ ମନର ବଗିଚାରେ ସେଇମିତି ଫୁଟିଥିବ ।

ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରୀ ଉଠେ, ପୁଲୱାମା ଆକ୍ରମଣକୁ ପୁରିଲା ୨ବର୍ଷ

ପୁଲୱାମା: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ  । ୨୦୧୯ ଫେବୃୟାରୀ ୧୪ରେ ଆଜି ଭାରତୀୟଙ୍କ ମନକେ ସୃଷ୍ଟି କରେ ଭୟର ବିଭିଷିକା । କିଏବା ଜାଣିଥିଲା ଯବାନଙ୍କ ସେହି ବସ୍ ଯାତ୍ରା ଶେଷ ଯାତ୍ରା ହୋଇଥିବ ବୋଲି । ଆଖି ପିଛୁଳାକେ ସମ୍ପୂର୍ଣ୍ଣ ବସ୍ ବିସ୍ଫୋରଣରେ ଭଷ୍ମ ହୋଇଯାଇଥିଲା । ଆଉ ଏହି ବିଷ୍ଫୋରଣ ତିବ୍ରତା ଏତେ ଥିଲା ଯେ, ଯବାନଙ୍କ ଶରୀର ମାଂସ ପିଣ୍ଡୁଣାରେ ପରିବର୍ତ୍ତନ ହୋଇଯାଇଥିଲା ।

Pulwama Attack

କାହାକୁ ଚିହ୍ନିବା ତ ଅସମ୍ଭବ ହୋଇଯାଇଥିଲା ।  ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ ଶହୀଦ ହୋଇଥିଲେ । ଆଉ ଏହି ୪୦ ଜଣଙ୍କ ଭିତରେ ଥିଲେ ୨ ଓଡ଼ିଆ ବୀରପୁତ୍ର । ସମୟ ବିତି ଯାଇଛି । ହେଲେ ଆଜି ବି ସେହି ଲୁହ ଭିଜା ଘଟଣା ମନେ ପଡ଼ିଗଲେ ଛାତି ଥରି ଉଠେ  । ଆଜିବି ଶହୀଦ୍‌ଙ୍କୁ ଝୁରୁଛି ମାତୃଭୂମି । ଆତଙ୍କବାଦୀ ଷଡ଼ଯନ୍ତ୍ର ଅନୁସାରେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌ ସହିତ ବିସ୍ଫୋରକ ଭର୍ତ୍ତି କାରକୁ ଧକ୍କା କରାଯାଇଥିଲା ।

Pulwama Attack

ରାଜରାସ୍ତା କ୍ଷଣିକ ମଧ୍ୟରେ ଶହୀଦଙ୍କ ଶରୀରର ଖଣ୍ଡ ଖଣ୍ଡ ମାଂସ ପିଣ୍ଡୁଳା ଓ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା । ଆଉ ଏହି ଆକ୍ରମଣରେ କେତେ ଯେ ସମ୍ପର୍କର ମୃତ୍ୟୁ ହୋଇଥିଲା ତାହା ବୁଝିବା ଅସମ୍ଭବ । କେତେ ଶିଶୁ ବାପା ଛେଉଣ୍ଡ ହୋଇଥିଲେ ଆଉ କେତେ ମାଆଙ୍କ କୋଳ ବି ଶୂନ୍ୟ ହୋଇଯାଇଥିଲା । ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ କରାଯାଇ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା ।

ଏହି ଘଟଣା ଭିଆଇଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଉପରେ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଆତଙ୍କବାଦୀ ଆକ୍ରମଣ ଘଟଣାର ୧୨ ଦିନ ପରେ ଅର୍ଥାତ୍ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍ ରେ ଥିବା ଜୈସ୍-ଏ-ମହମ୍ମଦର ବିଭିନ୍ନ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

Abhinandan

ଫେବୃଆରୀ ୨୭ ତାରିଖରେ ପାକ୍ ବାୟୁସେନା ଜମ୍ମୁକାଶ୍ମୀରର ସୈନ୍ୟ ଶିବିର ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା । ମାତ୍ର ଭାରତୀୟ ବାୟୁସେନା ସେହି ଉଦ୍ୟମକୁ ବିଫଳ କରିଦେଇଥିଲା ।  ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ମିଗ୍ ୨୧ ବିମାନ ପାକ୍ ବାୟୁସେନାର ଏଫ-୧୬କୁ ଧ୍ୱଂସ କରିଥିଲେ ।

ଏହାପରେ ତାଙ୍କୁ ପିଓକେରେ ଅବତରଣ କରିବାକୁ ପଡିଥିଲା । ସେଠାରେ ତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିଦେଇଥିଲେ । କୂଟନୀତିର ଚକ୍ରବ୍ୟୁହରେ ପଡି ବନ୍ଦୀ କରିବାର ଦୁଇ ଦିନ ପରେ ପାକିସ୍ତାନକୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା । ତେବେ ଓ୍ୱାଘା ବର୍ଡର ଅଟାରୀ ଗେଟ୍ ଦେଇ ୱିଙ୍ଗ୍ କମାଣ୍ଡର ସ୍ୱଦେଶ ଫେରିଥିଲେ ।

ଜାତି ନନ୍ଦିଘୋଷ କନକ୍ଲେଭ୍‌ରେ ବରିଷ୍ଠ ସାମ୍ୱାଦିକ ଏସ୍. ଭେଙ୍କଟ ନାରାୟଣ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ସ୍ବନକ୍ଷତ୍ର ଉପଲକ୍ଷେ ଆୟୋଜିତ ଜାତି ନନ୍ଦିଘୋଷ କନ୍‌କ୍ଲେଭ୍‌କୁ ବରିଷ୍ଠ ସାମ୍ୱାଦିକ ଏସ୍. ଭେଙ୍କଟ ନାରାୟଣ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ । ସାମ୍ବାଦିକମାନେ ଦାୟିତ୍ବବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଜାତି ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ ଏସ୍. ଭେଙ୍କଟ ନାରାୟଣ କହିଛନ୍ତି, ଆମେରିକାରେ ୩୯ ଚ୍ୟାନେଲ, ଭାରତରେ ୧୦୦୦ରୁ ଅଧିକ ଚ୍ୟାନେଲ । ତେବେ ଚ୍ୟାନେଲଙ୍କ ଗୁଣବତ୍ତାକୁ ନେଇ ମୁଁ ସନ୍ତୁଷ୍ଟ ନୁହେଁ । ଭାରତରେ ନ୍ୟୁଜ୍ କମ ଗହଳି ଅଧିକ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଏସ୍. ଭେଙ୍କଟ ନାରାୟଣ ।

ଚାଷୀ ଆନ୍ଦୋଳନର ପ୍ରକୃତ କାରଣକୁ ନ୍ୟୁଜ୍ ଚ୍ୟାନେଲ ସାମ୍ନାକୁ ଆଣି ନାହାନ୍ତି । ଚାଷୀ ନେତାଙ୍କ ସହିତ ମିଡିଆର ଆଲୋଚନା କରିବାର ରହିଛି । ଆଙ୍କର ମାନେ ଚିତ୍କାର କରୁଛନ୍ତି, ଆଙ୍କର ମାନଙ୍କ ପକ୍ଷରେ ଦେଶରେ କଣ ଚାଲିଛି ତାହା ଦେଖାଇବାର କଥା । ଟିଭିରେ ଆଲୋଚନା କାର୍ଯ୍ୟକ୍ରମ ଶସ୍ତା ହୋଇଯାଇଛି । ସେହିପରି ହାଇଦ୍ରାବାଦର ମହମ୍ମଦ ସିରାଜ, ଯିଏ ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟର କାରଣ ଥିଲେ, ତାଙ୍କୁ ନେଇ ଷ୍ଟୋରି ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି ସାମ୍ବାଦିକ ଏସ୍. ଭେଙ୍କଟ ନାରାୟଣ ।

ଜାତି ନନ୍ଦିଘୋଷ କନକ୍ଲେଭ୍‌ରେ କରୋନାରେ ମୃତ ସାମ୍ବାଦିକଙ୍କୁ ମରଣୋତ୍ତର ସମ୍ମାନ

0

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ସ୍ୱନକ୍ଷତ୍ର ଉପଲକ୍ଷେ ଆୟୋଜିତ ହୋଇଯାଇଛି ଜାତି ନନ୍ଦିଘୋଷ କନ୍‌କ୍ଲେଭ୍‌। ଜାତି ନନ୍ଦିଘୋଷ କନ୍‌କ୍ଲେଭ୍‌ରେ ନିଜ ନିଜ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ମାନ ପ୍ରଦାନ କରାଯାଇଛି। କରୋନା କାଳରେ ପ୍ରାଣ ହରାଇଥିବା ସାମ୍ବାଦିକ କରୋନା ଯୋଦ୍ଧାଙ୍କ ପରିବାରକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ପ୍ରବୀର ପ୍ରଧାନ, ତାରିଣୀ ପାଢ଼ୀ ଓ ରୁଦ୍ର ମହାପାତ୍ରଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଥିଲା।

ସେହିପରି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ଜାତି ନନ୍ଦିଘୋଷ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଶିକ୍ଷାବିତ୍‌ ପ୍ରଫେସର ମନୋଜ ରଞ୍ଜନ ନାୟକ, ଅଭିନେତା ସବ୍ୟସାଚୀ ମିଶ୍ର, ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ସିରାଜୁଦ୍ଦିନ କମ୍ପାନୀ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ମହମ୍ମଦ ୟୁଶା ସିରାଜୁଦ୍ଦିନ, ଏସ୍‌ଏନ୍‌ ମହାନ୍ତି ଗ୍ରୁପ୍‌ର ଏମ୍‌ଡି ପ୍ରବୋଧ ମହାନ୍ତି, ଫାଲକନ ମେରାଇନ ଏକ୍ସପର୍ଟ ଲିମିଟେଡର ଏମ୍‌ଡି ତାରା ପ୍ରସାଦ ପଟ୍ଟନାୟକ, ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ବାର୍କର ଯୁବ ବୈଜ୍ଞାନିକ ଓମ୍ ବିବର୍ତ୍ତ, ଐତିହାସିକ ଅନୀଲ ଧୀର, ଟ୍ୱିଟର ଗାର୍ଲ ଚାରୁବାଳା ବାରିକ, ଐତିହ୍ୟ କର୍ମୀ ପ୍ରତୀକ ପଟ୍ଟନାୟକ, ଉତ୍କଳିକା କତାରଙ୍କୁ ମଧ୍ୟ ଜାତି ନନ୍ଦିଘୋଷ ସମ୍ମାନ ପ୍ରଦାନ କରାଯାଇଥିଲା।