spot_img
Home Blog Page 5987

ଚେନ୍ନାଇ ଟେଷ୍ଟରେ ଭାରତର କମବ୍ୟାକ୍, ଆରମ୍ଭରୁ ଇଂଲଣ୍ଡର ବ୍ୟାଟିଂ ବବିପର୍ଯ୍ୟୟ

ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ଭାରତର କମବ୍ୟାକ୍ । ବ୍ୟାଟସମ୍ୟାନଙ୍କ ପରେ ଦମ୍ ଦେଖାଇଲେ ବୋଲର । ଭାରତ ୩୨୯ ରନ୍ କରି ପ୍ରଥମ ଇନିଂସରେ ଅଲଆଉଟ୍ ହୋଇଥିବା ବେଳେ ଭ୍ରମଣକାରୀ ଇଂଲଣ୍ଡ ଦଳ ମଇଦାନକୁ ଓହ୍ଲାଇଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଦଳ ପକ୍ଷରୁ ରୋରି ବନସ୍ କୌଣସି ରନ୍ ନ କରି ପ୍ୟାଭିଲିୟନ୍‌ ଫେରିଯାଇଥିବା ବେଳେ ଡୋମନିକ୍ ସିବଲେ ୧୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହାସହ ଡାନିଏଲ ଲରେନ୍ସ ୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିଭଳି ଜୋ ରୁଟ୍‌ ୬, ବେନ୍‌ ଷ୍ଟୋକ୍‌ସ ୧୮, ଓଲି ପପ୍‌ ୨୨ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି । ୪୫ ଓଭର ବେଳକୁ ୯୭ ରନ୍‌ କରି ଦଳ ୬ଟି ଓ୍ୱିକେଟ୍‌ ହରାଇ ସାରିଛି । ଏବେ କ୍ରିଜ୍‌ରେ ବ୍ୟାଟିଂ ଭାର ସମ୍ଭାଳିଛନ୍ତି ବେନ୍‌ ଫୋକ୍‌ସ ଓ ମୋଇନ୍‌ ଅଲ୍ଲୀ ।

ସେପଟେ ଭାରତୀୟ ଟିମ୍‌ ପକ୍ଷରୁ ଇଶାନ୍ତ ଶର୍ମା ଗୋଟିଏ ଓ୍ୱିକେଟ୍‌ ନେଇଥିବା ବେଳେ ରବିଚନ୍ଦନ ଅଶ୍ୱିନୀ ସର୍ବାଧିକ ୩ଟି ଓ୍ୱିକେଟ୍‌ ହାସଲ କରିଥିବା ବେଳେ ଅକ୍ସର ପଟେଲ୍‌  ଗୋଟିଏ ଓ୍ୱିକେଟ୍‌ ହାସଲ କରିଛନ୍ତି । ସେହିଭଳି ମହମ୍ମଦ ସିରାଜ ମଧ୍ୟ ଗୋଟିଏ ଓ୍ୱିକେଟ୍‌ ହାସଲ କରିଛନ୍ତି ।

ବଟାନିକାଲ ଗାର୍ଡେନରେ ଭୟାବହ ଅଗ୍ନିକାଣ୍ଡ

0

ଭୁବନେଶ୍ୱର: ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଭୟାବହ ଅଗ୍ନିକାଣ୍ଡ । ଗାର୍ଡେନର ଶର୍ଗୁଣା ପ୍ରଜନନ କେନ୍ଦ୍ରର ୫୦ ମିଟର ପାଖ ଭୋଜିସ୍ଥଳ ପଛ ଗେଟ ପାଖରେ ଲାଗିଛି ନିଆଁ । କୌଣସି ଭୋଜିର କାଠର ନିଆଁ ବା ସିଗାରେଟର ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇଁ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ୨ ଦମକଳ ବାହିନୀ ପହଞ୍ଚିଛି ।

ବିବାଦୀୟ ବାଇ ଲ’ ପ୍ରତ୍ୟାହାର ଦାବିରେ କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବାକୁ ଜାରି ରହିଛି ପ୍ରତିବାଦ । ବିବାଦୀୟ ବାଇ ଲ’କୁ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏନେଇ କଂଗ୍ରେସ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ଓ ଭୁବନେଶ୍ୱର ବାସିନ୍ଦା ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ । ବାଇ ଲ’କୁ ବିରୋଧ କରି ସରସ୍ୱତୀ ପୂଜା ଦିନ ଭୁବନେଶ୍ୱରର ବିଭିନ୍ନ ମଠ ଓ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ଓଡିଶା ବନ୍ଦ କରିବ କଂଗ୍ରେସ । ସକାଳ ୭ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ କରାଯିବ । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ମୂଲ୍ୟବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗ ନେଇ ବନ୍ଦ ପାଳନ କରିବାକୁ କଂଗ୍ରେସ ଡାକରା ଦେଇଛି । ତେବେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା, କହିଲେ ସୁନ୍ଦରଗଡ଼ ମାଟିରେ ଭିରି ରହିଛି ଆତ୍ମୀୟତା

ଭୁବନେଶ୍ୱର: ସୁନ୍ଦରଗଡ଼ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ଏକ ସ୍ୱତନ୍ତ୍ର ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସୁନ୍ଦରଗଡ଼ର ମାଟି, ପାଣି ଓ ପବନରେ ଭରି ରହିଛି ଆତ୍ମୀୟତାର ଅନୁଭବ । ଆସନ୍ତା ଫେବୃଆରୀ ୧୬ରେ ସୁନ୍ଦରଗଡ଼ ଗସ୍ତ ଯାଇ ଜିଲ୍ଲାବାସୀଙ୍କୁ ଭେଟିବା ନେଇ ମୁଁ ଉତ୍ସାହିତ

ଆସନ୍ତା ୧୬ ତାରିଖରେ ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ୪ ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଉରକେଲା ସହରରେ ଦେଶର ସର୍ବ ଵୃହତ ହକି ଷ୍ଟାଡିୟମ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ପାଇଁ ଭିତ୍ତିପ୍ରସ୍ତର ସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟା ୩୦ ରେ ରାଉରକେଲା ବିମାନବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ରାଉରକେଲା ସହରର ବିପିୟୁଟି ପରିସରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିଠାରୁ ହିଁ ସମସ୍ତ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ସେଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ସେଠାରେ ନିଜର ଅଭିଭାଷଣ ରଖିବେ । ସକାଳ ୧୧ଟା ୪୦ ରୁ ୧୨ଟି ୨୩ ପର୍ଯ୍ୟନ୍ତ ରାଉରକେଲାରେ ରହିବେ ମୁଖ୍ୟମନ୍ତ୍ରୀ । ଏନେଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୁଚନା ଦେଇଛନ୍ତି ।

କଏଦି ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ଛେଚା ଖାଇଲେ ଯୁବକ !

ବାଲେଶ୍ୱର: ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ପିଲାଚୋର ସନ୍ଦେହରେ ମାଡ଼ । ଜେଲରେ ଥିବା ସମୟରେ ଅନ୍ୟଜଣେ କଏଦିକୁ ସାହାଯ୍ୟ କରିବାକୁ ଦେଇଥିଲେ ପ୍ରତିଶୃତି । ଆଉ ଜେଲରୁ ବାହାରି କଏଦିଙ୍କ ପୁଅକୁ ନେବାକୁ କରିଥିଲେ ଉଦ୍ୟମ । ଧରାପଡ଼ିବା ପରେ ପ୍ରଚୁର ଛେଚା ଖାଇଲେ ଯୁବକ । ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଡିଆ ଗାଁର ।

ସୂତନା ଅନୁସାରେ, କୁଡିଆ ଗାଁରେ ଏକ ବାହାଘର କାର୍ଯ୍ୟ ଚାଲିଥିଲାବେଳେ, ପରିବାର ଜଣେ ସଦସ୍ୟଙ୍କ ଦେହଖରାପ ହୋଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଯାଉଥିଲେ । ଘରେ ପ୍ରାୟ ସମସ୍ତେ ବ୍ୟସ୍ତ ଥାନ୍ତି। ରାତି ପ୍ରାୟ ଗୋଟାଏ ସମୟରେ ଜଣେ ଅଜଣା ଯୁବକ ଆସି ଖାଇବାକୁ ମାଗିଥିଲେ, ଘର ଲୋକେ ଯୁବକକୁ ପଲଥିନରେ ଖାଇବା ଦେଇ କବାଟ ବନ୍ଦ କରିଦେଇଥିଲେ । ତେବେ ରାତି ୨ ଟା ସମୟରେ ଯୁବକ ଜଣକ ଦୁଇ ମହଲା ଛାତ ଉପର ଦେଇ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥଲା । ଠିକ୍‌ ଏହି ସମୟରେ ପରିବାର ଲୋକ ପାଟିକରିବାରୁ ଯୁବକ ଜଣକ ଛାତରୁ ଡେଇଁ ପଳାଇଥିଲେ। ଏହାପରେ ଗ୍ରାମବାସୀଙ୍କ ସହଯୋଗରେ ଯୁବକକୁ ଧରି ନିର୍ଦ୍ଦୁମ ଛେଚିବା ପରେ ସତପ୍ରକାଶ କରିଥିବା ପରିବାର ଲୋକେ କହିଛନ୍ତି।

ସୂଚନାଯୋଗ୍ୟ ଯେ,  ମାଡ ଖାଇଥିବା ଯୁବକଜଣଙ୍କ ଗାଡି ଚୋରି ଅଭିଯୋଗରେ ଜେଲ ଯାଇଥିଲା । ସେଠାରେ ସ୍ତ୍ରୀକୁ ମାରି ଜେଲରେ ରହୁଥିବା ଅରୁପ ପ୍ରଧାନ ନାମକ ଯୁବକ ସହ ସାକ୍ଷାତ ହୋଇଥିଲା । ଏହାପରେ ଯୁବକ ଜଣକ ଅରୁପର ପୁଅକୁ ନେବାକୁ କୁଆଡେ ପ୍ରତିଶୃତି ଦେଇଥିଲେ । ଏବଂ ସେଥିପାଇଁ ସେ ଆଜି ତାଙ୍କ ପୁଅକୁ ନେବାକୁ ଆସିଥିଲା । ତେବେ ଅଟକ ଯୁବକ ଜଣକ ହେଲେ ବିଶ୍ୱଜିତ ଜେନା, ଘର ବାଲିଆପାଳ ଥାନା ମାଣିକ ସିମୁଳିଆ ଗାଁର ବୋଲି ଜଣାପଡିଛି।

ବଢିଲା ସେନାର ଶକ୍ତି, ସାମିଲ ହେଲା ୧୧୪ ଶକ୍ତିଶାଳି ଅର୍ଜୁନ

ନୂଆଦିଲ୍ଲୀ: ପୁଲଓ୍ୱାମା ସହିଦ ଦିବସରେ ବଢିଲା ସେନାର ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ଲଢୁଆ ଟ୍ୟାଙ୍କ ଅର୍ଜୁନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁ ଗସ୍ତରେ ଯାଇ ସେନାକୁ ଅର୍ପଣ କରିଛନ୍ତି ୧୧୮ଟି ଅର୍ଜୁନ ଟ୍ୟାଙ୍କ୍‌ । ଏହା ଦ୍ୱାରା ସେନାର ମନବୋଳ ଓ ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ଏହି ଅବସରରେ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ୱାଣେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୧୮ଟି ଅର୍ଜୁନ୍ ଟ୍ୟାଙ୍କକୁ ସେନାରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୮୪୦୦ କୋଟି ଟଙ୍କା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ୟାଙ୍କ ଶତ୍ରୁ ରାଷ୍ଟ୍ରୁକୁ ମାତ୍ ଦେବା ପାଇଁ ସକ୍ଷମ ହେବ । ଏହି ଟ୍ୟାଙ୍କ ବହୁ ଦୂରରେ ଥାଇ ମଧ୍ୟ ଶତ୍ରୁ ରାଷ୍ଟ୍ରର ଶିବିର ଉପରେ ତିକ୍ଷ୍ନ ଭାବେ ଆକ୍ରମଣ କରିପାରିବାର କ୍ଷମତା ରଖୁଛି । ଚୀନ ଓ ପାକିସ୍ତାନ ବିରୋଧରେ ସୀମାରେ ଉତ୍ତେଜନା ରହିଥିବା ବେଳେ ସେନାରେ ଅର୍ଜୁନ ଟ୍ୟାଙ୍କ ସାମିଲ ହେବ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇପାରେ । କାରଣ ଅର୍ଜୁନ ଟ୍ୟାଙ୍କ ପାଇ ସେନା ଆହୁରି ମଜ୍‌ଭୁତ୍‌ ହୋଇଛି ।

ଏହି ବର୍ଷ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନର ସାକ୍ଷୀ ହେବାକୁ ଯାଉଛି । ରାଜନୈତିକ ଦଳଗୁଡିକ ନିର୍ବାଚନୀ ପ୍ରଚାରରେ ଲାଗିପଡ଼ିଛନ୍ତି । ପୂର୍ବରେ ପଶ୍ଚିମବଙ୍ଗ, ଆସାମ ଏବଂ ଦକ୍ଷିଣରେ ତାମିଲନାଡୁ, କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁ ଏବଂ କେରଳ ଗସ୍ତରେ ଅଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ ପ୍ରଦାନ କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱ ବହନ କରେ ବୋଲି କୁହାଯାଉଛି । ଅନ୍ୟପଟେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆସାମରେ ଦଳର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

ଚେନ୍ନାଇ ଏବଂ ଅଟିପାଟ୍ଟୁ ମଧ୍ୟରେ ଚତୁର୍ଥ ରେଳ ଲାଇନର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୯୩.୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୨୨.୧ କିଲୋମିଟର ଲମ୍ବା ଲାଇନ ଚେନ୍ନାଇ ଏବଂ ଥିରୁବଲୁର ଜିଲ୍ଲାକୁ ସଂଯୋଗ କରିବ ।

ଲାଲ୍‌ଚାନ୍ଦକୁ ଇଣ୍ଡିଆଜ୍ ମୋଷ୍ଟ ପ୍ରୋମିନେଣ୍ଟ ଇଣ୍ଡିଆନ ଆଇକନ ଆୱାର୍ଡ

ଭୁବନେଶ୍ୱର: ପୁଣି ଲାଲଚାନ୍ଦ ଜୁଏଲର୍ସକୁ ସଫଳତା । ଇଣ୍ଡିଆଜ୍ ମୋଷ୍ଟ ପ୍ରୋମିନେଣ୍ଟ ଇଣ୍ଡିଆନ ଆଇକନ ଆୱାର୍ଡ ହାତେଇଛି ଲାଲଚାନ୍ଦ ଜୁଏଲର୍ସ । ବେଷ୍ଟ ମଲ୍ଟି ବ୍ରାଣ୍ଡ ଜୁଏଲାରୀ କଲେକ୍ସନ କାଟାଗୋରୀରେ ଲାଲଚାନ୍ଦ ଜୁଏଲର୍ସକୁ ମିଳିଛି ସମ୍ମାନ ।

ମେରିଟ୍ ଆୱାର୍ଡ ଓ ମାର୍କେଟିଂ ରିସର୍ଚ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭର୍ଚ୍ଚୁଆଲ ମାଧ୍ୟମରେ ଏହି ପୁରସ୍କାର ପ୍ରଦାନ କାରଯାଇଛି । ଏହି ଆୱାର୍ଡ ସୋ’ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କ୍ରିକେଟର କପିଲ ଦେବ ଓ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ଯୋଗଦେଇଥିଲେ । ସମ୍ମାନ ପାଇବା ପରେ ଲାଲଚାନ୍ଦର ଗ୍ରାହକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚେୟାରମ୍ୟାନ୍ ସଞ୍ଜୟ ହଂସ ।

ଗ୍ରାହକଙ୍କ ଭଲପାଇବା ପାଇଁ ଲାଲଚାନ୍ଦ ଆଜି ୩୦ ବର୍ଷରୁ ଅଧିକ ଦିନ ହେବ ସେବା ଯୋଗାଇ ଆସୁଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି ସଞ୍ଜୟ ହଂସ । ଓଡ଼ିଶା ତଥା ଇଷ୍ଟର୍ଣ୍ଣ ଇଣ୍ଡିଆରେ ପ୍ରଥମ ପସନ୍ଦ ପାଲଟିଥିବା ଲାଲଚାନ୍ଦ ଜୁଏଲର୍ସର ଗହଣା, ପ୍ରତିବର୍ଗର ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣା: ମର୍ଡର ପ୍ଳଟରେ ସଇତାନ କରୁଛି କ୍ରାଇମ ସିନର ରିକ୍ରିଏସନ

ଭୁବନେଶ୍ୱର: ଖୋଲୁଛି କଟାମୁଣ୍ଡର ଅକୁହା କାହାଣୀ । ରିମାଣ୍ଡର ଶେଷ ଦିନରେ ଅଭିଯୁକ୍ତଙ୍କୁ ଘାଣ୍ଟୁଛି ଚନ୍ଦକା ଥାନା ପୋଲିସ । ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାର କାରଣ ଓ ତଥ୍ୟ ପ୍ରମାଣ ସାଉଁଟିବାରେ ଲାଗିଛି ପୋଲିସ । ଫୁଲେଶ୍ୱରୀ ବସ୍ତିରୁ ଭରତପୂର, ମର୍ଡର ପ୍ଳଟରୁ ପ୍ରମାଣ ନଷ୍ଟ ଯାଏଁ, ସବୁଠି ସଇତାନ କରିଛି କ୍ରାଇମ ସିନ୍ ରିକ୍ରିଏସନ । ଡେଡ୍‌ବଡି ଫିଙ୍ଗିବାକୁ ଅନ୍ଧାରୁଆରେ ଅନ୍ଧାର ରାତିରେ ଦୁଇ ଘଣ୍ଟା ବୁଲିଥିଲେ ସଞ୍ଜୟ ଓ ଚନ୍ଦୁ ।

ସ୍ପଟ୍‌ରେ  ସଞ୍ଜୟ ଦେଖାଇଥିଲା ତଣ୍ଟିକାଟିବାର ଡେମୋ  । ହତ୍ୟା ଦିନ ଦୁଇ ଅଭିଯୁକ୍ତ ମଦ ପିଇଥିଲେ । ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, ଫୁଲେଶ୍ୱରୀ ବସ୍ତିରେ ଡେମୋ ଦେଖାଇଛନ୍ତି । ବିବାହ ବିବାଦରୁ ପୁଷ୍ପଲତାଙ୍କୁ ହତ୍ୟା କରିଥିଲା ସଞ୍ଜୟ । ତଣ୍ଟି ଚିପି ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରକୁ ଅଲଗା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ  । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ । ଯେଉଁ ଓଢ଼ଣୀରେ ପୁଷ୍ପଲତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା ତାକୁ ଜବତ କରିଛି ପୋଲିସ ।

ଏହାସହ ଘଟଣା ଦିନ ସେମାନେ କ’ଣ କ’ଣ କରିଥିଲେ, ତା’ର ତଥ୍ୟ ପାଇଛି ତଦନ୍ତକାରୀ ଟିମ୍ । ଘରର ଆଜବେଷ୍ଟସ୍ ଭଙ୍ଗା ଥିବାରୁ କାଳେ ସେହି ବାଟେ ଡେଡ୍ ବଡି ନିଆ ଯାଇଥିବ, ତା’ର ଯାଞ୍ଚ ବି କରିଛି ସାଇଣ୍ଟିଫିକ୍‌ ଟିମ୍ । ହତ୍ୟାରେ ବ୍ୟବହୃତ ଛୁରୀ, ଗ୍ଲୋବ୍‌ସ, ଗାଡ଼ି ସହ ପୋଡଶୀ ଓ ହାର୍ଡୱେର ଦୋକାନୀଙ୍କ ସାକ୍ଷୀ ଗୁରୁତ୍ୱପୂର୍ଣ୍ଣ ରହିବ । ଦରକାର ପଡିଲେ ପୁଷ୍ପଲତାଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ପୋଲିସ ଜେରା କରିପାରେ ।

ରାଜଧାନୀରେ ଫୁଟିଲା ବୋମା, ପ୍ରଚଣ୍ଡ ଶବ୍ଦରେ କଂପିଲା କଟକ ରୋଡ୍‌

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା । ବୋମାର ପ୍ରଚଣ୍ଡ ଶବ୍ଦରେ କଂପିଲା କଟକ ରୋଡ । କଳ୍ପନା ଛକ ନିକଟ କଟକ ରୋଡରେ ଦୁଇଟି ସ୍ଥାନରେ ବୋମାମାଡ଼ । ସ୍ଥାନୀୟ ଲୋକେ ଆତଙ୍କିତ । ଶନିବାର ରାତିରେ ଏହି ବୋମା ମାଡ଼ ହୋଇଥିଲା । ବିସ୍ଫୋରଣ ଶବ୍ଦରେ ସମସ୍ତଙ୍କ ଛାତି ଥରି ଉଠିଲା । ମନରେ ଛନକା ପଶିଥିଲା । କଳ୍ପନା ଛକରୁ ଲକ୍ଷ୍ମୀସାଗର ରାସ୍ତାରେ ଥିବା ଏକ ବାର୍‌ ସମ୍ମୁଖରେ ଦୁଇଟି ବୋମା ମାଡ଼ ହୋଇଥିଲା । ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟି ଅଫୁଟା ରହିଥିଲା ।

ବୋମା ମାଡ଼ର ପ୍ରଚଣ୍ଡ ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଲୋକେ ଗାଡ଼ି ଅଟକାଇ ଦେଇଥିଲେ । ରାସ୍ତା ମଝିରେ ବୋମା ପଡ଼ିଥିବାରୁ ସମସ୍ତଙ୍କ ମନରେ ରହିଥିଲା ଅଜଣା ଭୟ । କାଳେ ପୁଣି ଫୁଟିବ କି ବୋମା ।  ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପିସିଆର୍‌ ଭ୍ୟାନ୍‌ରୁ ପୋଲିସ ଅଧିକାରୀମାନେ ବାହାରି ଅଫୁଟା ବୋମାକୁ ଜବତ କରିଥିଲେ । ସ୍ଥାନୀୟ ଲୋକ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରିଥିଲେ । ପ୍ରଥମେ ଅଫୁଟା ବୋମା ଉପରେ ପାଣି ଢ଼ାଳି ପୋଲିସ ତାକୁ ନିଷ୍କ୍ରିୟ କରିଥିଲା ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଜଣେ ଦୁର୍ବୃତ୍ତ ଏକ ବାଇକ୍‌ରେ ଯାଉଥିବା ବେଳେ ବୋମା ଖସିପଡ଼ିଥିଲା । ଗୋଟିଏ ଫୁଟିଥିବା ବେଳେ ଅନ୍ୟଟି ଅଫୁଟା ରହିଥିଲା ।ତେବେ ଏହି ଘଟଣା ନେଇ ପୋଲିସର ତଦନ୍ତ ଚାଲିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇପାରେ ବୋଲିସ ପୋଲିସ ପାଖରୁ ସୂଚନା ମିଳିଛି ।

୪ ସୁପାରି କିଲର ସହଯୋଗରେ ସ୍ତ୍ରୀକୁ ମାରି ଟାଙ୍ଗୀ ଦେଲା ସ୍ୱାମୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳରେ ଘର ଭିତରୁ ବୋହୂର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ କଲା ପୋଲିସ । ବୋହୂ ସସ୍ମିତାଙ୍କୁ ତାଙ୍କ ସ୍ୱାମୀ ଏବଂ ୪ ସୁପାରି କିଲର ଯୋଜନାବଦ୍ଧ ଭାବେ ହତ୍ୟା କରି ଘର ଭିତରେ ଝୁଲାଇ ଦେଇଥିବା ପୋଲିସ କହିଛି । ଗତ ଜାନୁଆରୀ ୨୯ ତାରିଖରେ ଶରଣକୁଳ ସୁଆର ସାହିର ଅକ୍ଷି ମହାପାତ୍ରଙ୍କ ପତ୍ନୀ ସସ୍ମିତା ମହାପାତ୍ରଙ୍କ ମୃତଦେହ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ମୃତଦେହ ବ୍ୟବଚ୍ଛେଦ ପରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ସସ୍ମିତାଙ୍କ ସ୍ୱାମୀ ଅକ୍ଷିଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଏହି କାରଣରୁ ଅକ୍ଷି ନିଜ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଘର ଭିତରେ ଝୁଲାଇ ଦେଇଥିଲେ । ଏହି ଘଟଣାରେ ଅକ୍ଷିକୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏବଂ ପରେ ୪ ଜଣ ସୁପାରି କିଲରଙ୍କୁ ଗିରଫ କରିଛି ପୋଲିସ ।