spot_img
Home Blog Page 5991

ବିଜୟାନଗରମ୍ ପ୍ରଶାସନକୁ କୋରାପୁଟ ଜିଲ୍ଲାପାଳଙ୍କ ଚିଠି, ନିର୍ବାଚନ ବନ୍ଦ କରିବାକୁ ଦାବି

କୋରାପୁଟ: କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ବେଆଇନ୍ ନିର୍ବାଚନ କୋରାପୁଟ ଜିଲ୍ଲାପାଳ ଚିଠି ଲେଖିଛନ୍ତି । ଆନ୍ଧ୍ରପ୍ରଦେଶ ବିଜୟାନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖି କୋଟିଆରେ ନିର୍ବାଚନକୁ ବେଆଇନ୍ ଦର୍ଶାଇଛନ୍ତି । ଓଡ଼ିଶାର କଣ୍ଟେପ୍ଟ ପିଟିସନ୍ ଆଧାରରେ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୧୯ ତାରିଖରେ ହେବ ।

Koraput Collector Writes Vizianagaram DM To Stop Election In Kotia GP

ସେହିଭଳି ୧୯୬୮ରେ ସୁପ୍ରିମକୋର୍ଟ ସୀମା ବିବାଦର ଶୁଣାଣି କରି ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଆନ୍ଧ୍ର ପ୍ରଦେଶ ପଦକ୍ଷେପ ନେଇନାହିଁ । କୋଟିଆରେ ଆନ୍ଧ୍ର ବେଆଇନ୍ ଭାବେ କରୁଥିବା ନିର୍ବାଚନ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ କୋରାପୁଟ ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।

ନନ୍ଦିଘୋଷ ଟିଭିର ବର୍ଷ ପୂର୍ତ୍ତି ପାଇଁ ମେକାନିକାଲ୍ ଇଞ୍ଜିନିୟରଙ୍କ ସାଣ୍ଡ ଆନିମେସନ୍

କଟକ: ଶନିବାର ନନ୍ଦିଘୋଷ ଟିଭିକୁ ପୂରୁଛି ବର୍ଷେ । ବର୍ଷକ ଭିତରେ ନନ୍ଦିଘୋଷ ଟିଭି ସାଜିଛି ଓଡ଼ିଆଙ୍କ ସ୍ୱାର୍ଥର ସାରଥୀ । ଭାଗି ହୋଇଛି ଓଡ଼ିଆଙ୍କ ପ୍ରତିଟି ସୁଖ, ଦୁଃଖରେ । ଗଣମାଧ୍ୟମ ଦୁନିଆରେ ଲେଖିଛି ନୂଆ ଅଧ୍ୟାୟ । ନନ୍ଦିଘୋଷ ଟିଭିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମେକାନିକାଲ ଇଞ୍ଜିନିୟର ରଶ୍ମି ରଞ୍ଜନ ବିଷୋୟୀ ପ୍ରସ୍ତୁତ କରିଛନ୍ତି ସାଣ୍ଡ ଆନିମେସନ୍ ।

Nandighosha TV 1st anniversary Sand Animation Art BY Rasmi Ranjan Bishoi

ଶନିବାର ନନ୍ଦିଘୋଷ ଟିଭିର ପ୍ରଥମ ଜନ୍ମ ବାର୍ଷକ ଅବସରରେ ଆୟୋଜନ କରାଯାଇଛି ଏକ ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ’ କନକ୍ଲେଭ୍ । ଜାଣନ୍ତୁ ଏହି ବିଶେଷ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସୂଚୀ ।

ଜାତି ନନ୍ଦିଘୋଷ କନକ୍ଲେଭ୍

ଉଦଘାଟନ: ଦିନ ୧୧ଟା

ମୁଖ୍ୟ ଅତିଥି: ଏସ୍ ଭେଙ୍କଟନାରାୟଣ, ବରିଷ୍ଠ ସାମ୍ୱାଦିକ

ପ୍ରଥମ ଅଧିବେଶନ: ମଧ୍ୟାହ୍ନ ୧୨ଟା ରୁ ୧୨.୪୫

ଆଲୋଚନା ପ୍ରସଙ୍ଗ: ‘ବିକାଶ ଧାରାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ’

ପ୍ୟାନେଲ୍: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ୱାଇଁ, ବିଜେଡି ସାଂସଦ ଅମର ପଟ୍ଟନାୟକ

ଦ୍ୱିତୀୟ ଅଧିବେଶନ: ଦିନ ୧ଟା ରୁ ୧.୪୫

ଆଲୋଚନା ପ୍ରସଙ୍ଗ: ମହାମାରୀ ପରର ଅର୍ଥନୀତି

ପ୍ୟାନେଲ୍: ପ୍ରୋ ଭାଇସ୍ ଚ୍ୟାନେଲର ପ୍ରଫେସର କ୍ଷିତିଶ୍ ଭୂଷଣ ଦାସ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି, ଅର୍ଥନୀତିଜ୍ଞ ବିଜୟ କୁମାର ସାହୁ

ତୃତୀୟ ଅଧିବେଶନ: ଅପରାହ୍ଣ ୩ଟା ରୁ ୩.୪୫

ଆଲୋଚନା ପ୍ରସଙ୍ଗ: ‘ଓଡ଼ିଶାର ରୂପାନ୍ତର’

ପ୍ୟାନେଲ୍: ଓଡ଼ିଶାର ଉନ୍ନୟନ କମିଶନର ପ୍ରଦୀପ ଜେନା, ନାଲକୋ ସିଏମଡି ଶ୍ରୀଧର ପଣ୍ଡା, ହକି ଖେଳାଳୀ ଦିଲ୍ଲୀପ ତିର୍କୀ

ଚତୁର୍ଥ ଅଧିବେଶନ: ଅପରାହ୍ଣ ୪ଟା ରୁ ୪.୪୫

ଆଲୋଚନା ପ୍ରସଙ୍ଗ: ସିନେମା ଏବଂ ସୋସିଆଲ ମିଡିଆ

ପ୍ୟାନେଲ୍: ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସିନେମା ସମୀକ୍ଷକ ପୀୟୂଷ ରାୟ

ପଞ୍ଚମ ଅଧିବେଶନ: ସନ୍ଧ୍ୟା ୫ଟା ରୁ ୫.୪୫

ଆଲୋଚନା ପ୍ରସଙ୍ଗ: ‘ଓଡ଼ିଆ ସାହିତ୍ୟ- ଆସନ୍ତାକାଲି’

ପ୍ୟାନେଲ୍: ଲେଖକ ବିଭୁତି ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ଲେଖିକା ଅପର୍ଣ୍ଣା ମହାନ୍ତି

ଷଷ୍ଠ ଅଧିବେଶନ: ସନ୍ଧ୍ୟା ୬ଟା ରୁ ୭ଟା

ଆଲୋଚନା ପ୍ରସଙ୍ଗ: ବିଶିଷ୍ଟ ନିମନ୍ତ୍ରିତ ଅତିଥି ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ଅଭିଭାଷଣ

ପ୍ୟାନେଲ୍:  ଜବର ସିଂ ପନୱର, ସିଇଓ ନନ୍ଦିଘୋଷଟିଭି, ଶିଶିର ଭଟ୍ଟମିଶ୍ର, ସମ୍ପାଦକ ନ୍ଦିଘୋଷ ଟିଭି

ସାଂସ୍କୃତିକ କାର୍ଯ୍ୟକ୍ରମ: ସନ୍ଧ୍ୟା ୭ଟା

କଣ୍ଠଶିଳ୍ପୀ: ନାଜିଆ ଆଲମ୍, ମହାପ୍ରସାଦ କର, ସନ୍ଦିପ ପାଲିତ୍

୨୦୦୦ ମସିହାରୁ କମିଛି ସ୍ୱିଜରଲ୍ୟାଣ୍ଡରେ ହିମସ୍ଖଳନ, କେମିତି ଜାଣନ୍ତୁ…

ସ୍ବିଜରଲ୍ୟାଣ୍ଡ: ନିକଟରେ ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନ ସଭିଙ୍କ ଆଖିରୁ ନିଦ ହଜାଇ ଦେଇଛି । ସହଶ୍ରାଧିକ ଲୋକ ମୃତାହତ ହୋଇଥିବା ବେଳେ ଏବେ ବି ଅନେକ ନିଖୋଜ । ପ୍ରକୃତିର ବିତ୍ପାତ ଅଦିନରେ ମାନବ ସମାଜକୁ ଅନେକ କିଛି ଶିକ୍ଷା ଦେଇଛି । ପ୍ରକୃତି ଉପରେ ମଣିଷର ଅତ୍ୟାଚାର ହିଁ ଏହାର ପରିଣାମ ବୋଲି ମତ ପ୍ରକାଶ କରିଛନ୍ତି ପରିବେଶବିତ । ଏଭଳି ସମୟରେ ସ୍ବିଜରଲ୍ୟାଣ୍ଡରୁ ଆସିଥିବା ଏକ ତଥ୍ୟ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ସହାୟକ ହେବା ନେଇ ଆଶା ପ୍ରକଟ କରିଛି ।

ପାହାଡ ପର୍ବତ ଘେରା ସୁଉଚ୍ଚ ଶୀଖରରେ ଅବସ୍ଥିତ ସ୍ବିଜରଲ୍ୟାଣ୍ଡ । ହିମସ୍ଖଳନ ଘଟିବା ସେଠାରେ ନିତିଦିନିଆ କଥା ଥିବାବେଳେ ପ୍ରତି ସମୟରେ ପ୍ରକୃତି କୋପରେ ପ୍ରାଣ ହରାନ୍ତି ଅନେକ ନିରୀହ ସାଧାରଣ ଜନତା । କିନ୍ତୁ ସେଠାକାର ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିଷ୍ପତି ଏପରି ଏକ ବିତ୍ପତି ରୋକିବାରେ ସହାୟକ ହୋଇଛି । ଫଳରେ ପ୍ରାୟ ୨୦ ବର୍ଷ ଧରି ଦେଖିବାକୁ ମିଳିନାହିଁ ଏପରି ବିପର୍ଯ୍ୟୟ ।

ପ୍ରତିଦିନର କୁଢ କୁଢ ଆବର୍ଜନା ବାହାରେ ପଡିବା ହିମସ୍ଖଳନର ମୁଖ୍ୟ କାରଣ ବୋଲି ଜଣାପଡିଥିଲା । ପରେ ଆବର୍ଜନାକୁ ସଠିକ ଭାବେ ଉପଯୋଗ କରିବାର ପନ୍ଥା ଆପଣାଇଲା ସ୍ଥାନୀୟ ସରକାର । ପ୍ରତିଦନ ବାହାରୁଥିବା ଆବର୍ଜନାର ୫୦ ପ୍ରତିଶତକୁ ପୁନଃକରଣ କରିବା ସହ ଅବଶିଷ୍ଟ ୫୦ ପ୍ରତିଶତକୁ ବିଦ୍ୟୁତ ସୃଷ୍ଟିରେ ବିନିଯୋଗ କରାଯାଉଛି । ଫଳରେ ୨୦୦୦ ମସିହାରୁ ଏହି ପ୍ରାକୃତିକ ବିତ୍ପତି ସ୍ବିଜରଲ୍ୟାଣ୍ଡରେ ମାତ୍ରାଧିକ ଦେଖାଯାଉନଥିବା କହିଛି ଏକ ସର୍ଭେ ରିପୋର୍ଟ ।

ଆଲିଙ୍ଗନ ଏବଂ ହ୍ୟାଣ୍ଡସେକ୍‌କୁ ଟୋକିଓ ଅଲମ୍ପିକରେ ବାରଣ, ଅଲମ୍ପିକରେ ବଣ୍ଟାଯିବ ଦେଢ଼ ଲକ୍ଷରୁ ଅଧିକ କଣ୍ଡମ

ନୂଆଦିଲ୍ଲୀ: କରୋନା କଟକଣା ସହ ଏଥର ହେବାକୁ ଯାଉଛି ଟୋକିଓ ଅଲମ୍ପିକ। ଏହି ଅଲମ୍ପିକରେ ରହିବ କରୋନାକୁ ନେଇ ବିଭିନ୍ନ ପ୍ରକାରର କଟକଣା। ଖେଳାଳି ଖେଳାଳି ମାନଙ୍କ ମଧ୍ୟରେ ଆଲିଙ୍ଗନ, ହାତ ମିଳାଇବା ଭଳି କାର୍ଯ୍ୟକୁ ଦୃଢ଼ ଭାବରେ ବାରଣ କରାଯାଇଛି। ଖାଲି ସେତିକି ନୁହେଁ ଚଳିତ ଥର ଆୟୋଜନ ହେବାକୁ ଯାଉଥିବା ଟୋକିଓ ଅଲମ୍ପିକରେ ଦେଢ଼ ଳକ୍ଷରୁ ଅଧିକ ମାଗଣା କଣ୍ଡମ ବଣ୍ଟା ହେବାକୁ ଯାଉଛି। Japantoday.com ର ରିପୋର୍ଟ ଅନୁଯାୟୀ ଏଥର ଅଲମ୍ପିକ ପାଇଁ ଭାଇରସ୍ ନିୟମ ପୁସ୍ତକ ପ୍ରକାଶ ପାଇଥିଲା। ଯେଉଁଥିରେ ଏହି ସୂଚନା ଦିଆଯାଇଛି। ଟୋକିଓ ଅଲିମ୍ପିକ ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି।

ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରକାଶିତ ୩୩ ପୃଷ୍ଠାର ଭାଇରସ୍ ନିୟମ ବୁକରେ ଦର୍ଶାଯାଇଛି ଯେ ନିୟମ ଭାଙ୍ଗୁଥିବା ଖେଳାଳି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ଖେଳରୁ ମଧ୍ୟ ବାହାର କରିଦିଆଯାଇପାରେ। ଖାଲି ସେତିକି ନୁହେଁ ପ୍ରତି ଚାରି ଦିନରେ ଥରେ ଖେଳାଳିମାନଙ୍କର କରୋନା ଟେଷ୍ଟ କରାଯିବ। ଏବଂ ଯେଉଁ ଖେଳାଳି କରୋନା ଦ୍ୱାରା ଆକ୍ରାନ୍ତ ଜଣାପଡ଼ିବ ସେମାନଙ୍କୁ ଖେଳରୁ ବାରଣ କରାଯିବ ବୋଲି ଏହି ବୁକରେ ଲେଖାଯାଇଛି।

ତେବେ ଯଦି ଦେଖିବା ବର୍ତ୍ତମାନର ନିୟମକୁ ଏପ୍ରିଲ୍ ଏବଂ ଜୁନରେ ସମୀକ୍ଷା କଲାପରେ ଆବଶ୍ୟକ ହେଲେ ନିୟମରେ ପରିବର୍ତ୍ତନ କରାଯାଇପାରେ। ଭାଇରସ୍‌ ନିୟମ ପୁସ୍ତକରେ ଆହୁରି ମଧ୍ୟ କୁହାଯାଇଛି ଯେ ଜାପାନକୁ ଆସୁଥିବା ଖେଳାଳି ମାନଙ୍କୁ ୭୨ ଘଣ୍ଟା ମଧ୍ୟରେ କରୋନା ରିପୋର୍ଟ ଦାଖଲ କରିବାକୁ ପଡିବ। ଏହାପରେ ଜାପାନରେ ପହଞ୍ଚିବା ପରେ ସେମାନଙ୍କର ଆଉଥରେ କରୋନା ଟେଷ୍ଟ କରାଯିବ। ତେବେ ଖେଳାଳି ମାନଙ୍କ ପାଇଁ କ୍ୱାରେଣ୍ଟାଇନର ନିୟମ ରହିବ ନାହିଁ ବୋଲି ଏହି ପୁସ୍ତକରେ କୁହାଯାଇଛି।

ଏଥରର ଟୋକିଓ ଅଲିମ୍ପିରେ ଖେଳାଳି ମାନେ ଜିମ, ପର୍ଯ୍ୟଟନ ସ୍ଥଳି, ସୋରୁମ, ରେଷ୍ଟୁରାଣ୍ଟ କିମ୍ବା ବାର୍‌କୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବୁକ୍‌ରେ ସ୍ଥିର କରାଯାଇଥିବା ସ୍ଥାନକୁ ହିଁ ଖେଳାଳିମାନେ ଯାଇପାରିବେ। ତେବେ ଆୟୋଜକମାନେ ଖେଳାଳି ମାନଙ୍କ ପାଇଁ କରୋନା ଟୀକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ। ଆୟୋଜକମାନେ କହିଛନ୍ତି ଯେ କରୋନା ବିପଦକୁ ହ୍ରାସ କରିବା ପାଇଁ ଜାପାନରେ ଖେଳର ସମୟ ସର୍ବନିମ୍ନ ରଖାଯିବ। ସେପଟେ AFP ରିପୋର୍ଟ ଅନୁଯାୟୀ ଏଥର ଦେଢ଼ ଲକ୍ଷ ମାଗଣା କଣ୍ଡୋମ ବଣ୍ଟନ କରାଯିବ ବୋଲି ଆୟୋଜକମାନେ ନିଶ୍ଚିତ କରିଛନ୍ତି। କିନ୍ତୁ ଯଥାସମ୍ଭବ ଲୋକଙ୍କୁ ଖେଳାଳିମାନେ ନଭେଟିବା ପାଇଁ ନିବେଦନ କରାଯାଇଛି।

ସାରସକଣା ବ୍ଲକ ୫୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ

ବାରିପଦା: ଉପନିର୍ବାଚନରେ ବିଜେଡି ବିଜୟୀ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ  ୫୬ ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଶେଖର ମହାନ୍ତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବଂଶୀଧର ବେରାଙ୍କୁ ୧୦ ହଜାର ୪୨୮ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ୧୫ ହଜାର ୩୫୧ ଭୋଟ୍ ପାଇଥିବା ବେଳେ ବିଜେପିକୁ ୪, ୯୨୩ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ ଚିତ୍ତବିକାଶ ମହାପାତ୍ର ପାଇଛନ୍ତି ସର୍ବମୋଟ ୬୧୮ ଭୋଟ୍ ।

Zilla Parishad Bypoll BJD Defeat BJP In Mayurbhanj Saraskana  

ସେହିଭଳି ଜେଏମ୍ଏମ୍ ପ୍ରାର୍ଥୀ ପ୍ରଦୀପ୍ତ କୁମାର ମହାନ୍ତ ୧,୧୬୩ ଭୋଟ୍ ପାଇଛି । କଂଗ୍ରେସ ଠାରୁ ଅଧିକ ଭୋଟ୍ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ମହାନ୍ତଙ୍କୁ ମିଳିଛି । ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ୨,୪୩୦ ଭୋଟ ପାଇଥିବା ବେଳେ ୯୨୯ଟି ଭୋଟ୍ ନାକଚ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ । ଉପନିର୍ବାଚନ ଭୋଟ୍ ଗଣତି ଆଠଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମରୁ ଅଷ୍ଟମ ପର୍ଯ୍ୟାୟ ସମସ୍ତ ରାଉଣ୍ଡରେ ଶାସକ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିଲେ ।

Zilla Parishad Bypoll BJD Defeat BJP In Mayurbhanj Saraskana  

ଏହି ବିଜୟ ପାଇଁ ତୁଷାରେନ୍ଦୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ-୨ର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସଦାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭାରତ-ଚୀନ ବୁଝାମଣା; ମୋଦି ସରକାରକୁ ରାହୁଲ ଗାନ୍ଧୀଙ୍କ ୩ ପ୍ରଶ୍ନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ପରେ ରାଜନୀତିର ରଣାଙ୍ଗନରେ ଲାଗିଛି ନିଆଁ । ଦୁଇ ଦେଶ ଅର୍ଥାତ ଭାରତ-ଚୀନ ମଧ୍ୟରେ ସେନା ପ୍ରତ୍ୟାହାର ନେଇ ବୁଝାମଣା ହୋଇଥିବା ନେଇ ପ୍ରତିରକ୍ଷା କହିବା ପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ସୀମା ସୁରକ୍ଷା ନେଇ ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏନେଇ ସ୍ପଷ୍ଟୀକରଣ ରଖିଥିଲା ପ୍ରତିରକ୍ଷା ମନ୍ତ୍ରୀଳୟ । ସେପଟେ ପ୍ରତିରକ୍ଷା ମନ୍ତ୍ରାଳୟର ସ୍ପଷ୍ଟୀକରଣ ପରେ କଂଗ୍ରେସ ଉପରେ ବର୍ଷିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ସୀମାରୁ ସେନା ପ୍ରତ୍ୟାହର ନିଷ୍ପତିରେ ସଂସଦ ଏବଂ ସଂସଦ ବାହାରେ ବିରୋଧି ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବାବେଳେ ଆଜି ପୁଣି ଥରେ ଟ୍ବିଟ କରି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ୩ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଥମ ପ୍ରଶ୍ନରେ ରାହୁଲ କହିଛନ୍ତି କ’ଣ ଆମ ସେନା ବାହାନୀଙ୍କୁ କୈଳାଶ ରେଞ୍ଜରୁ ପ୍ରତ୍ୟାହାର କରି ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ? କାହିଁକି ଆମ ମାଟିକୁ ଛାଡି ଅର୍ଥାତ ଫିଙ୍ଗର ୪ରୁ ପ୍ରତ୍ୟାହୃତ ହୋଇ ଫିଙ୍ଗର ୩କୁ ଅଣାଯାଇଛି ? ଏବଂ କାହିଁକି ଚୀନ ଡେପସାଙ୍ଗ ପ୍ଲେନ୍ସ ଓ ହାର୍ଟ ସ୍ପ୍ରିଙ୍ଗ୍ସରୁ ସେନା ପ୍ରତ୍ୟାହାର କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ।

ଭାରତ ଓ ଚୀନ ସୀମାର ବୁଝାମଣା ପରେ ଏବେ ଦୁଇଦେଶର ସେନା ପଛକୁ ହଟିଛନ୍ତି । ଭାରତ ଫିଙ୍ଗର ୩କୁ ଫେରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। କେଉଁ ପରିସ୍ଥିତିରେ ଭାରତୀୟ ସେନା ପଛକୁ ହଟିଲେ ପ୍ରଧାନମନ୍ତ୍ରୀଙ୍କୁ ତା’ର ଜବାବ ଦେବାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦାବି କରିଛନ୍ତି । ମୋଦି ସରକାର ଚୀନକୁ ଭାରତର ଜମି ଟେକି ଦେଇଥିବା କହିଛନ୍ତି ରାହୁଲ।

ବାଣ କାରଖାନାରେ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାମିଲନାଡ଼ୁ ବିରୁଧୁନଗର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ ନିଆଁ ଲାଗି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପ୍ରତି ନବୀନ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ସହାୟତା ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି ।

ବାଣ କାରଖାନାରେ ନିଆଁ ଲାଗି ଆହତ ହୋଇଥିବା ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତାହତଙ୍କ ସମ୍ପର୍କରେ ପରିବାର ବର୍ଗଙ୍କୁ ସୂଚନା ଦେବା ଲାଗି ବ୍ୟବସ୍ଥା କରାଯାଇଛି । ଭବିଷ୍ୟତରେ ଯେଭଳି ଏଭଳି ଦୁର୍ଘଟଣା ନଘଟିବ ସେଥିପ୍ରତି ଦୃଷ୍ଟି ଦେଇ ନିୟମିତ ବ୍ୟବଧ୍ୟାନରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ, ୧୨ ଦିନରେ ୪ ହାତୀ ମୃତ

କଳାହାଣ୍ଡି: ବିପଦରେ ଗଜରାଜ । ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଗତ ୧୨ ଦିନ ମଧ୍ୟରେ ଏଭଳି ଭାବେ ୪ ହାତୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ୪ଟି ଯାକ ମାଈହାତୀ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଗର୍ଭବତୀ ଥିଲା ବୋଲି ଡିଏଫ୍ଓ ଦକ୍ଷିଣ ବନଖଣ୍ଡ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି ।

Four Elephant Dead Under 12 Days In Karlapat Wild Life Sanctuary Kalahandi

ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ଝରଣା ନିକଟରୁ ଆଜି ଆଉ ଏକ ମାଈହାତୀର ମୃତଦେହ ଉଦ୍ଧାର ହୋଇଛି । ଦକ୍ଷିଣ ବନଖଣ୍ଡ ଡିଏଫଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏହାସହ ସାଇଣ୍ଟିଫିକ୍ ଓ ବନ୍ୟପ୍ରାଣୀ ପଶୁସମ୍ପଦ ବିଭାଗର କର୍ମଚାରୀ ମୃତହାତୀର ଶବ ବ୍ୟବଛେଦ କରିଛନ୍ତି । ତେବେ ହାତୀ ମୃତ୍ଯୁ ପଛର କାରଣ ଜଣାପଡ଼ିନାହିଁ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫଓ ସୂଚନା ଦେଇଛନ୍ତି ।

Four Elephant Dead Under 12 Days In Karlapat Wild Life Sanctuary Kalahandi

 

ସୂଚନାଯୋଗ୍ୟ- ଚଳିତ ମାସ ୧ ତାରିଖରେ ପ୍ରଥମେ ଗୋଟିଏ ହାତୀ ପରେ ୮ ତାରିଖରେ ଆଉ ଗୋଟିଏ ଏମିତି ୧୨ ଦିନ ଭିତରେ ୪ଗୋଟି ହାତୀର ମୃତ୍ୟୁ ହୋଇଛି । ଯାହାକି ଚିନ୍ତାର ବିଷୟ ପାଲଟିଛି । ଭୁତାଣୁ ଜନିତ ହେମରେଜ ସେପ୍ଟିସେମିଆ ରୋଗରେ ହାତୀଙ୍କ ମୃତ୍ୟୁ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଡିଏଫଓ କହିଛନ୍ତି ।

୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ଯୋଜନାରେ ୧୨୭୨ କୋଟି ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର: ଚାଷୀ ପାଇଲେ କାଳିଆ ଯୋଜନାରେ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇଛି ।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ । ମୁଁ ଚାହେଁ, ଚାଷୀର ରୋଜଗାର ବଢୁ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ । ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।’

କୃଷି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- କରୋନା ସମୟରେ ଅର୍ଥନୀତିର ସବୁ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । କିନ୍ତୁ, ଆମର ଚାଷୀଭାଇ ମାନଙ୍କ ସାହସ ଓ ପରିଶ୍ରମ କୃଷି କ୍ଷେତ୍ରରେ ଉନ୍ନତି ଆଣିଛି । ଚାଷୀଭାଇ ସଞ୍ଜିବନୀ ପରି ଦେଶର ଅର୍ଥନୀତିକୁ ରକ୍ଷା କରିପାରିଛି । ‘ଚାଷୀର ତ୍ୟାଗକୁ, ପରିଶ୍ରମକୁ ମୁଁ ପ୍ରଣାମ କରୁଛି’ବୋଲି  ମୁଖ୍ୟମନ୍ତ୍ରୀ କହିଥିଲେ ।

ଚାଷୀଙ୍କ ପାଇଁ ଆରମ୍ଭରୁ ସେ କାମ କରି ଆସିଛନ୍ତି ଏବଂ କରି ଚାଲିବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭଲ ରହିଲେ ଦେଶ ଓ ସମାଜ ଭଲରେ ରହିବ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଚାଷୀଭାଇଙ୍କ ପାଇଁ ବିଭିନ୍ନ ଯୋଜନା କରି ଆସୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ- MSPକୁ ଦୁଇ ଗୁଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି । ଏହା ସହିତ କୃଷିଜାତ ଜିନିଷ ପାଇଁ ବ୍ୟବସାୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚାଷୀଭାଇମାନେ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ନେବେ ଏବଂ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବେ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ କାଳିଆ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ସୁନ୍ଦରଗଡ଼ର କୁମାରୀ ମାରାଇ, ବରଗଡ଼ର ମାଣିକ ପ୍ରଧାନ, ନବରଙ୍ଗପୁରର ଘନ ପାଇକ, ନୟାଗଡ଼ର ଦାଶରଥି ସାହୁ ଓ ମୟୂରଭଞ୍ଜର ଚାଷୀମାନେ କାଳିଆ ସହାୟତା ଦ୍ବାରା କିପରି ଚାଷ ସହିତ ଛେଳି ପାଳନ ଓ ଅନ୍ୟ ଆନୁଷଙ୍ଗିକ କୃଷି କାମ କରି ସେମାନେ କିପରି ଲାଭବାନ୍‌ ହୋଇଛନ୍ତି । ସେ ବିଷୟରେ କହି କାଳିଆ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କହିଥିଲେ- ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ୍ ପରିସ୍ଥିତି ସତ୍ତ୍ୱେ ଚାଷୀମାନେ ଭଲ ଫସଲ ଅମଳ କରି ଓଡ଼ିଶାକୁ ଆଗକୁ ନେଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ବ ଯୋଗୁ ରାଜ୍ୟ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି ବୋଲି ସେ କହିଥିଲେ ।

ଏହି ଅବସରରେ କାଳିଆ ଯୋଜନା ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଯାଜପୁରରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ଯୋଗଦେଲେ ଅନ୍ୟ ଦଳର ଶତାଧିକ କର୍ମୀ

ଯାଜପୁର: ଶକ୍ତି ବୃଦ୍ଧି କରୁଛି ବିଜେଡି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଦଳ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଏବଂ ଯାଜପୁର ପାଇଁ ପ୍ରତିବଦ୍ଧ ଥିବା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିକାଶ କାର୍ଯ୍ୟ ବିମୋହିତ କରୁଛି । ଯେଉଁଥିପାଇଁ ବିଭିନ୍ନ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ଶତାଧିକ କର୍ମୀ । ଯାଜପୁର ନିର୍ବାଚନ ମଣ୍ଡଳୀ ମହେଶ୍ବରପୁର ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ମିଶ୍ରଣ ପର୍ବ । ଯେଉଁଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ପୂର୍ବତନ ପୌରାଧ୍ୟକ୍ଷ ।

 Jajpur MLA Pranab Prakash To Address Public Grievances Of His Assembly Constituency Three Day In A Week

ପ୍ରତିଟି ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯିବ ବୋଲି ଟେଲି କନଫରେନ୍ସିଂ ଯୋଗେ କହିଛନ୍ତି ପ୍ରଣବ ପ୍ରକାଶ । ଆମ ଗାଁକୁ ଆମେ ଗଢ଼ିବା ଅଭିଯାନରେ ମଧ୍ୟ ଏହି ପଞ୍ଚାୟତକୁ ସାମିଲ୍ କରାଯାଇଛି । ପଞ୍ଚାୟତର ପ୍ରତିଟି ୱାର୍ଡରେ ୱାର୍ଡ କମିଟି ଗଠନ କରାଯିବ । ଲୋକଙ୍କ ପ୍ରତିଟି ସମସ୍ୟାକୁ ସମାଧାନ କରାଯିବ ।

 Jajpur MLA Pranab Prakash To Address Public Grievances Of His Assembly Constituency Three Day In A Week

ଯେଉଁଥିପାଇଁ ବିଧାୟକଙ୍କ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି । ଏଥିସହ ପ୍ରତି ରବିବାର, ସୋମବାର ଓ ବୁଧବାର ସକାଳ ୮ରୁ ଦିନ ୧୦ଟା ପର୍ଯ୍ୟନ୍ତ ବିଧାୟକଙ୍କ ବାସଭବନରେ ଲୋକମାନଙ୍କ ଅଭିଯୋଗ ଶୁଣାଣି ପାଇଁ ବିଧାୟକ ଏହି ଅଭିଯାନ ମାଧ୍ୟମରେ ଅନୁରୋଧ କରିଛନ୍ତି ।