spot_img
Home Blog Page 5992

ବାହାଘର ପୂର୍ବରୁ ବିଦାୟ, ଦୁର୍ଘଟଣାରେ ଚାଲିଗଲା ବରର ଜୀବନ

ଯାଜପୁର: ମୁଣ୍ଡରେ ମୁକୁଟ ପିନ୍ଧିବା ପୂର୍ବରୁ ଜଳିଲା ଜୁଇ । ମଙ୍ଗନ ଦିନ ପୁଅ ମୁହଁରେ ନିଆଁ ଦେଲେ ବାପା । ରାତି ପାହିଲେ ହୋଇଥାନ୍ତା ପୁଅ ବାହାଘର । ପୁଅକୁ ବର ବେଶରେ ଦେଖିବା ପାଇଁ  ସରିଥିଲା ସବୁ ପ୍ରସ୍ତୁତି । ହେଲେ ଦଇବ ଦାଉ ସାଜିଲା । ଆଉ ପାଲିଙ୍କି ବଦଳରେ ଉଠିଲା କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତରେ । ଶୁକ୍ରବାର ବାହାଘର ଥିବା ବେଳେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଯୁବକ ।

Groom Died Before Day Of Marriage In Jajpur

ଦୁର୍ଘଟଣାରେ ବାହାଘରର ପୂର୍ବଦିନ ଲିଭି ଯାଇଛି ଦୀପକଙ୍କ ଜୀବନ ଦୀପ । ଦୀପକ ଗୁଜୁରାଟର ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ କିଛି ଦିନ ହେବ ବାହାଘର ପାଇଁ ଗାଁକୁ ଆସିଥିଲେ । ଶୁକ୍ରବାର ତାଙ୍କର ବାହାଘର ଥିବାରୁ ଗୁରୁବାର ବାଇକ୍ ଯୋଗେ କଟକରୁ ପୋଷାକ କିଣି ଫେରୁଥିଲେ, ହେଲେ ବିଧିର ବିଧାନ କିଛି ଅଲଗା ଥିଲା ।

Groom Died Before Day Of Marriage In Jajpur

ବଡ଼ଚଣା ଥାନା ବନ୍ଦାଳୋ ନିକଟରେ ଏକ ଟ୍ରକ୍ ଧକ୍କାରେ ଲିଭି ଯାଇଥିଲା ଦୀପକଙ୍କ ଜୀବନ ଦୀପ । ବାହାଘର ପାଇଁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଥିବା ବେଳେ ସବୁ ହସଖୁସି ନିମିଷକେ ପାଣି ଫୋଟକା ପରି ମିଳେଇ ଯାଇଛି । ଶାନ୍ତ ପଡ଼ି ଯାଇଛି ଗାଁ, ସ୍ତବ୍ଧ ହୋଇ ଯାଇଛି ଦୀପକଙ୍କ ପରିବାର । ଏକ ମାତ୍ର ପୁଅକୁ ହରାଇ ମାଆ ବାହୁନି କାନ୍ଧୁଥିବା ବେଳେ ପୁଅକୁ ମୁଖାଗ୍ନି ଦେବା ମୂକ ପ୍ରାୟ ପାଲଟି ଯାଇଛନ୍ତି ବାପା ।

ପ୍ରସ୍ତାବିତ ବାଇ-ଲ’କୁ ନେଇ ତେଜୁଛି ପ୍ରତିବାଦର ସ୍ୱର, ଏକାଠି ହେଲେ ରାଜଧାନୀବାସୀ

ଭୁବନେଶ୍ୱର: ଚକ୍ରାନ୍ତ କରୁଛି କେନ୍ଦ୍ର । ଏକାମ୍ର କ୍ଷେତ୍ରର ବିକାଶ ରୋକିବାକୁ ଜାତୀୟ ସ୍ମାରକୀ ପ୍ରାଧିକରଣ କରିଛି ଷଡ଼ଯନ୍ତ୍ର । ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ଏନଏମଏ ଜାରି କରିଥିବା ବାଇ-ଲ‘କୁ ନେଇ ଦେଖା ଦେଇଥିବା ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।

People Of Bhubaneswar Protests Against NMA’s ByeLaws By Lighting Lamp

ଏନଏମଏର ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କରି ରାଜଧାନୀବାସୀଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଦୀପ ଜାଳି ବାଇ-ଲ‘ କୁ ବିରୋଧ କରୁଛନ୍ତି ଲୋକେ । ରାଜ୍ୟ ସରକାରଙ୍କ ସହ କଂଗ୍ରେସ ଦଳ ଓ ସେବାୟତ ମଧ୍ୟ ଏହାନକୁ ବିରୋଧ କରିଆସୁଛନ୍ତି । ଏକାମ୍ର କ୍ଷେତ୍ରର ବିକାଶରେ ପ୍ରସ୍ତାବିତ ବାଇ-ଲ’ ବାଧକ ସାଜିବ ବୋଲି ଅଭିଯୋଗ ହୋଇଛି ।

People Of Bhubaneswar Protests Against NMA’s ByeLaws By Lighting Lamp

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କେନ୍ଦ୍ର ସରକାର ତୁରନ୍ତ ପ୍ରସ୍ତାବିତ ବାଇ-ଲ’ ଫେରାଇ ନେବାକୁ ଦାବି କରିଛନ୍ତି । ପ୍ରସଙ୍ଗରେ କେନ୍ଦ୍ର ସରକାର ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଓଡ଼ିଶାର ସାଂସଦଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିସହ ପଢ଼ନ୍ତୁ- ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କଲେ ମୁଖ୍ୟମନ୍ତ୍ରୀ

ରିଙ୍କୁ ଶର୍ମା ମୃତ୍ୟୁ ଘଟଣା; ସାଂପ୍ରଦାୟିକ ହତ୍ୟା ହୋଇଥିବା ପରିବାରର ଅଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୫ ବର୍ଷୀୟ ଯୁବକ ରିଙ୍କୁ ଶର୍ମାଙ୍କ ମୃତ୍ୟୁ ନେଇ ସମଗ୍ର ଦେଶରେ ଉଦବେଗ । କାହିଁକି ଏବଂ କେଉଁ ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣ କରାଯାଇଛି ସେ ନେଇ ସବୁଠି ପ୍ରଶ୍ନର ତାତି । କୌଣସି ଏକ କଥାକୁ ନେଇ ଝଗଡ଼ା ଏବଂ ହତ୍ୟା କରାଯାଇଥିବା କହିଛି ଦିଲ୍ଲୀ ପୋଲିସ । କିନ୍ତୁ ପୋଲିସର ସ୍ପଷ୍ଟୀକରଣ ମାନିବାକୁ ନାରାଜ ପରିବାର ଲୋକେ । ପୁଅକୁ ନିର୍ଦ୍ଧିଷ୍ଠ ସମ୍ପ୍ରଦାୟର କିଛି ବ୍ୟକ୍ତି ହତ୍ୟା କରିଛନ୍ତି ଏବଂ ଏହା ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ରିଙ୍କୁ ଶର୍ମାଙ୍କ ମାଆ ।

ପୋଲିସର କହିବା ମୁତାବକ, ସାଙ୍ଗର ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଦଗେବାକୁ ଯାଇଥିଲେ ରିଙ୍କୁ ଶର୍ମା । ସେଠାରେ କିଛି ବନ୍ଧୁଙ୍କ ସହ ରିଙ୍କର ବଚସା ହୋଇଥିଲା । ଏବଂ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ରିଙ୍କୁ ଜନ୍ମଦିନ କାର୍ଯ୍ୟକ୍ରମରୁ ପଳାଇ ଆସୁଥିଲେ । ଫେରିବା ବାଟରେ ସଂଘବଦ୍ଧ ଭାବେ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିବା ସହ ପିଠିରେ ଛୁରୀ ଭର୍ତ୍ତି କରିଦେଇଥିଲେ । ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ରିଙ୍କୁ ଶର୍ମାଙ୍କର ମେଡିକାଲରେ ମୃତ୍ୟୁ ଘଟିଥିଲା । ଏହି ଅଭିଯୋଗରେ ରିଙ୍କୁ ଶର୍ମାଙ୍କର ୪ ଜଣ ସାଙ୍ଗ ଜାହିଦ, ମେହତାବ, ଦାନିଶ, ଇସଲାମ ଏବଂ ତାଉଜିନଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଦିଲ୍ଲୀ ଡିସିପି ।

ସେପଟେ ପୋଲିସର ସ୍ପଷ୍ଟୀକରଣକୁ ଗ୍ରହଣ କରିନାହାଁନ୍ତି ପରିବାର ଲୋକେ । ଡିସିପିଙ୍କୁ ଚିଠି ଲେଖି ପରିବାରର ସୁରକ୍ଷା ସହିତ ଏହା ଏକ ସାମ୍ପ୍ରଦାୟିକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ରିଙ୍କୁ ଶର୍ମାଙ୍କ ଭାଇ । ପରିବାର ଲୋକଙ୍କ କହିବା ମୁତାବକ, ରିଙ୍କୁ ଶର୍ମା ବିଶ୍ବ ହିନ୍ଦୁ ପରଷଦର ସଦସ୍ୟ ରହିଥିଲେ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇ ଅର୍ଥ ସଂଗ୍ରହ କରୁଥିଲେ । ଏହି କ୍ରମରେ ନିଜର ଜଣେ ମୁସଲିମ ଘନିଷ୍ଠ ବନ୍ଧୁଙ୍କ ଘର ମଙ୍ଗଲପୁରୀ ଅଞ୍ଚଳକୁ ନିଧି ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଘନିଷ୍ଠ ବନ୍ଧୁ ହୋଇଥିବାରୁ ସେ ତାଙ୍କ ଘରକୁ ବିନା ଦ୍ବିଧାରେ ଯାଇଥିଲେ । କିନ୍ତୁ ଏହି ଘଟଣାକୁ ନେଇ ରିଙ୍କୁଙ୍କ ସାଙ୍ଗ ଏବଂ ତାଙ୍କ ଭାଇ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ୍ କରିଥିଲେ । ଏବଂ ଛୁରୀ ଭୁସିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ତେଣୁ ଏହି ଘଟଣାର ସଠିକ ସନ୍ଧାନ କରିବା ସହିତ ତାଙ୍କ ପରିବାରକୁ ନ୍ୟାୟ ଏବଂ ସୁରକ୍ଷା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୃତକ ରିଙ୍କୁ ଶର୍ମାଙ୍କ ଭାଇ । ସେହିପରି ତାଙ୍କ ବାପା କହିଛନ୍ତି, ମୋ ପୁଅ କଦାପି ଗଣ୍ଡଗୋଳ କରେନାହିଁ । ସେ ବିଶ୍ବହିନ୍ଦୁ ପରିଷଦ ସହ ଜଡ଼ିତ ରହିଥିଲା । ଯେହେତୁ ସେ ନିଧି ସଂଗ୍ରହ ପାଇଁ ଯାଇଥିଲା, ଅଭିଯୁକ୍ତ ମାନେ ଏହି ଘଟଣାରେ ମୋ ପୁଅକୁ ଟାର୍ଗେଟ ରଖିଥିଲେ । ଏବଂ ତାକୁ ଏକୁଟିଆ ପାଇଁ ଆକ୍ରମଣ କରିଛନ୍ତି । କେବଳ ୫ କିମ୍ବା ୧୦ ଜଣ ନୁହଁନ୍ତି । ଏଥିରେ ୫୦ ରୁ ୬୦ ଲୋକ ସଂଶ୍ଲିଶ୍ଟ ରହିଛନ୍ତି । ହାତରେ ଖଣ୍ଡା, ଠେଙ୍ଗା ଏବଂ ଛୁରୀ ଧରି ସଭିଏଁ ଆକ୍ରମଣ କରିଥିବା କହିଛନ୍ତି ରିଙ୍କୁ ଶର୍ମାଙ୍କ ବାପା । ସେପଟେ ଏପରି ଅଭିଯୋଗ ପରେ ବିଜେପି ଏବଂ ଭିଏଚପି ସ୍ବର ଉଠାଇବା ସହ ରିଙ୍କୁ ଶର୍ମାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ।

୩ ହାତୀ ଦାନ୍ତ ଜବତ, ୩ ଜଣଙ୍କୁ ଗିରଫ କଲା STF

ଭୁବନେଶ୍ୱର: ଏସଟିଏଫକୁ ବଡ଼ ସଫଳତା । ଯାଜପୁର ଜିଲ୍ଲାରେ ରେଡ୍ କରି ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) ୩ ଗୋଟି ହାତୀ ଦାନ୍ତ ଜବତ କରିଛି । ଏସଟିଏଫ୍ ଟିମ୍ ଶୁକ୍ରବାର ସକାଳେ ଯାଜପୁର ଜିଲ୍ଲା କବାଟବନ୍ଧ ଛକ ନିକଟ ବ୍ରାହ୍ମଣୀ ବ୍ରିଜ ନିକଟରେ ରେଡ୍ କରିଥିଲା । ମାମଲାରେ ଏସଟିଏଫ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଗୋଟି ହାତୀ ଦାନ୍ତ ଜବତ କରାଯାଇଛି ।

STF Seized Three Elephant Tusk, Arrested Three At Jajpur

୩ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝର ଭଗବାନପୁରର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ଼ ଓ ଯାଜପୁର କଣ୍ଟାବନ୍ଧର ଅମ୍ବୁଜ ପ୍ରଧାନ । ସେମାନଙ୍କ ଠାରୁ ହାତୀ ଦାନ୍ତ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ଅଭିଯୁକ୍ତମାନେ ହାତୀ ଦାନ୍ତ ନେଇ କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ଏସଟିଏଫ ଦାନ୍ତ ଜବତ କରିଥିଲା ।

 STF Seized Three Elephant Tusk, Arrested Three At Jajpur

୩ ଅଭିଯୁକ୍ତଙ୍କୁ ଗିରଫ କରାଯିବ ସହ ଚଣ୍ଡିଖୋଲ ଜେଏମଏଫସିରେ ହାଜ କରାଯାଇଛି । ଏନେଇ ଏସଟିଏଫ ପକ୍ଷରୁ ଧାରା ୩୭୯/୪୧୧ରେ ମାମଲା ରୁଜୁ କରାଯାଇଛି । ଅଧିକ ତଦନ୍ତ ଜାରି ରହିଥିବା ଏସଟିଏଫ୍ ସୂଚନା ଦେଇଛି ।

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଲାଗି ଦାବିକଲେ ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକ । ଜାତୀୟ ସ୍ମାରକୀ ପ୍ରାଧିକରଣ (NMA) ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ଜାରି କରିଥିବା ପ୍ରସ୍ତାବିତ ଅଧିନିୟମକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିନିଅନ୍ତୁ । ଏଥିସହ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା କୌଣସି ନିଷ୍ପତ୍ତି ନେଲାବେଳେ ରାଜ୍ୟକୁ ବିଶ୍ୱାସକୁ ନେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ସମସ୍ତ ସାଂସଦ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେନ୍ଦ୍ର ସରକାର ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ନିକଟରେ ଉପସ୍ଥାପନ କରିବାକୁ ନବୀନ ଅନୁରୋଧ କରୁଛନ୍ତି । ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ବାଇ-ଲ’ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଛି । ଏହା ସେବାୟତଙ୍କ ଜୀବନଜୀବିକା ସହ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ସୁପରିଚାଳନା ଉପରେ ପ୍ରଭାବ ପକାଇବ ବୋଲି ନବୀନ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ଓଡ଼ିଶା ଦାବି ରହିଲା, ବିବାଦୀୟ NMA ବାଇ-ଲ’ ହଟିଲା

ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଏକାମ୍ର କ୍ଷେତ୍ର ସହ ପୁରୀ ଜଗନ୍ନାଥ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ‘ ପ୍ରକାଶ କରିଥିଲା । ପ୍ରବଳ ବିରୋଧ ଓ ରାଜ୍ୟ ସରକାରଙ୍କ ଅନୁରୋଧ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପୁରୀ ଜଗନ୍ନାଥ ମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ‘କୁ ପ୍ରତ୍ୟାହାର କରି ନେଇଥିଲେ । ଏବେ ଏକାମ୍ର କ୍ଷେତ୍ର ଲାଗି ପ୍ରସ୍ତାବିତ ବାଇ-ଲ‘କୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରି ନେଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଭାଲେଣ୍ଟାଇନ୍ ସପ୍ତାହରେ ବୋକା ବନାଉଛନ୍ତି ଠକ, ଜୁଏଲାରୀ ଗିଫ୍ଟ ନାଁରେ ଠକେଇ

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ ସପ୍ତାହ ଆସିବା ସହ, ବଢ଼ିଛି ଅନଲାଇନ୍ ସ୍କାମ୍ । ଲୁଟେରା ଠକେଇ ପାଇଁ ଇମେଲକୁ କରିଛନ୍ତି ମାଧ୍ୟମ । ସୋସିଆଲ୍ ମିଡିଆ, ହ୍ୱାଟ୍ସଆପ୍ ଏବଂ ମେସେଞ୍ଜର ଭଳି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମରେ ଲୋକଙ୍କୁ ବୋକା ବନାଉଛନ୍ତି । ବିଶେଷକରି ଅନଲାଇନ୍ ସପିଂ କରୁଥିବା ଲୋକଙ୍କୁ ଭାଲେଣ୍ଟାଇନ୍ ସପ୍ତାହ ସମ୍ପର୍କିତ ନକଲି ୱେବସାଇଟ୍, ଅଫର୍, ଡିସକାଉଣ୍ଟ, ଭାଉଚର, ଗିଫ୍ଟ କାର୍ଡ ଦେଇ ଠକେଇ କରାଯାଉଛି ।

Valentine's Day online fraud Fake website of jewellery brand and more

ସେହିଭଳି ଏକ ଫେକ୍ ଅନ୍ତର୍ଜାତୀୟ ଜୁଏଲାରୀ ୱେବସାଇଟ୍ ହେଉଛି ପାଣ୍ଡୋରା । ଅନଲାଇନ୍ ଲୁଟେରା ଲୋକପ୍ରିୟ ଜୁଏଲାରୀ ପାଣ୍ଡୋରା ନାଁ ବ୍ୟବହାର କରି ଲୁଟୁଛନ୍ତି । ପାଣ୍ଡୋରା ପରି ଅବିକଳ ୱେବସାଇଟରେ ଜୁଏଲାରୀ ପ୍ରାଇସ୍ ୟୁଏସ୍ ଡଲାର ରହିଛି । ଏବଂ ୱେବପେଜର ତଳେ କମ୍ପାନୀର ଆମେରିକା ଠିକଣା ରହିଛି । ଏପରିକି ୱେବପେଜର ତଳ ଭାଗରେ ଥିବା କମ୍ପାନୀ କପିରାଇଟ୍ ୨୦୨୧କୁ ପରିବର୍ତ୍ତନ ହୋଇନାହିଁ । ଏପରିକି କମ୍ପାନୀର ଠିକଣା ସବୁ ସାନ ଅକ୍ଷରରେ ଲେଖାଯାଇଛି । ଏତିକିରୁ ଆପଣ ଜାଣିପାରିବେ ଏହା କମ୍ପାନୀର ପ୍ରକୃତ ୱେବସାଇଟ୍ ନୁହେଁ ।

Valentine's Day online fraud Fake website of jewellery brand and more

ଏପରିକି ଉକ୍ତ ୱେବସାଇଟରେ କମ୍ପାନୀର ଭୁଲ୍ ଇମେଲ୍ ଆଇଡି ସହ ୟୁଆରଏଲ୍ (www . pcharms . com ) ରହିଛି । ଯାହାକି ଆପଣଙ୍କୁ ବ୍ରାଣ୍ଡର ୱେବସାଇଟ୍ ପରିବର୍ତ୍ତେ ଅନ୍ୟ ସର୍ଭରକୁ ନେଇଯିବ । ସ୍କାମର୍ ପଠାଉଥିବା ମେଲରେ ମଧ୍ୟ ତ୍ରୁଟି ରହିଛି ।

Valentine's Day online fraud Fake website of jewellery brand and more

ଖାଲା ପାଣ୍ଡୋରା ନୁହେଁ ଲୁଟେରା ଟାଟା ଗ୍ରୁପ୍ ନାଁ ବ୍ୟବହାର କରି ଲୁଟ୍ କରୁଛନ୍ତି । ଏନେଇ ଟାଟା ଗ୍ରୁପ୍ ପକ୍ଷରୁ ଫେକ୍ ମେସେଜ୍ ପ୍ରତି ସତର୍କ ରହିବାକୁ କୁହାଯାଇଛି । ଗିଫ୍ ଓ ଭାଉଚର ମିଳିବା ନେଇ ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ଘୁରୁ ବୁଲୁଥିବା ଲିଙ୍କ୍ ନକଲି ବୋଲି ଟାଟା ଗ୍ରୁପ୍ କହିଛି ।

ଶସ୍ତା ହେବ ପେଟ୍ରୋଲ, ଡିଜେଲ ଓ ମଦ; ଘୋଷଣା କଲା ଏହି ରାଜ୍ୟ

ଗୁଆହାଟି: ମହଙ୍ଗା ମାଡ଼ରୁ ଆଂଶିକ ମୁକ୍ତି ପ୍ରାଇଁ ଆସାମ ସରକାରଙ୍କ ନିଷ୍ପତ୍ତି । କୋଭିଡ୍ ସମୟରେ ଆସାମ ସରକାର ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ଅତିରିକ୍ତ ୫ ଟଙ୍କା ଓ ମଦରେ ଅତିରିକ୍ତ ୨୫ ପ୍ରତିଶତ ଅବକାରୀ ଶୁଳ୍କ ଲଗାଇଥିଲେ । ଏହାକୁ ପ୍ରତ୍ୟାହାର କରିନେବା ଲାଗି ଆସାମ ସରକାରଙ୍କ ଅର୍ଥମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମା ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Petrol, Diesel, Liquor To Become Cheaper In Assam

ମହାମାରୀ କୋଭିଡ୍ ପାଇଁ ସରକାର ପେଟ୍ରୋଲ, ଡିଜେଲ୍ ସହ ମଦ ଉପରେ ଅତିରିକ୍ତ କର ବସାଇଥିଲେ । ମହାମାରୀ ସ୍ଥିତିରେ ସୁଧାର ଆସିଥିବାରୁ ଉକ୍ତ ଅତିରିକ୍ତ କର ଲାଗୁ ରଖିବା ନୈତିକତା ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Petrol, Diesel, Liquor To Become Cheaper In Assam

ଦେଶରେ ଗୁଜରାଟରେ ପେଟ୍ରୋଲ୍ ଦାମ ସବୁଠୁ କମ୍ ରହିଛି । ଅତିରିକ୍ତ କର ପ୍ରତ୍ୟାହାର ପରେ ଦେଶରେ ଦ୍ୱିତୀୟ ରାଜ୍ୟ ଭାବେ ଆସାମରେ ପେଟ୍ରୋଲ ଦର କମ ରହିବ । ଅତିରିକ୍ତ କର ପ୍ରତ୍ୟାହାର ପରେ ମାସିକ ୮୦ କୋଟି ଟଙ୍କା ରାଜସ୍ୱ ହ୍ରାସ ଘଟିବ ବୋଲି ସେ ସୂଚନା ଦେଇଛନ୍ତି ।

Petrol, Diesel, Liquor To Become Cheaper In Assam

ଆସାମରେ ଏବେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ୍ ଦର ଲିଟର ପିଛା ୮୪ ଟଙ୍କା ୨୯ ପଇସା ରହିଛି । ଅତିରିକ୍ତ କର ହ୍ରାସ ପରେ ଆସାମରେ ପେଟ୍ରୋଲ ଲିଟର ପିଛା ଦର ୮୫ ଟଙ୍କା ୪୧ ପଇସା ଏବଂ ଡିଜେଲର ଲିଟର ପିଛା ଦର ୭୯ ଟଙ୍କା ୨୯ ପଇସାକୁ ଖସି ଆସିବ ।

ଟିଏମସି ଛାଡିଲେ ସାଂସଦ ଦିନେଶ ତ୍ରିବେଦୀ, କହିଲେ ଜନତାଙ୍କ ସ୍ୱାର୍ଥ ପାଇଁ କରିପାରୁନି କାର୍ଯ୍ୟ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଛୁଟିଛି ଘଡିକେ ଘୋଡ଼ା । ଜୋର ଧରିଛି ଦଳ ବଦଳ ରଜନୀତି । କେଉଁ ମୂହୂର୍ତ୍ତରେ କିଏ କେଉଁ ଦଳରେ ତାହା ଜାଣିବା ମୁସ୍କିଲ ହୋଇପଡିଛି । ସେପଟେ ଶାସକ ଟିଏମସିକୁ ଏହି କ୍ରମରେ ଲାଗିଛି ଶକ୍ତ ଧକ୍କା । ପୁଣି ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଜଣେ ସାଂସଦ । ରାଜ୍ୟସଭା ସାସଂଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିନେଶ ତ୍ରିବେଦୀ ତୃଣ ମୂଳ କଂଗ୍ରେସରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।

ରାଜ୍ୟରେ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେଉଛି ଦଳ ବଦଳ ପର୍ବ ସେତିକି ବୃଦ୍ଧି ଘଟିବାରେ ଲାଗିଛି । ସେପଟେ ରାଜ୍ୟସଭାରେ କେନ୍ଦ୍ରୀୟ ବଜେଟ ନେଇ ଚର୍ଚ୍ଚା ଚାଲିଥିବାବେଳେ ଟିଏମସିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଦିନେଶ ତ୍ରିବେଦୀ ରାଜ୍ୟସଭାରେ ଉଦଭୋଧନ ଦେଇ କହିଛନ୍ତି, ପଶ୍ଚିମବଙ୍ଗରେ କୌଣସି କାର୍ଯ୍ୟ କରିପାରୁ ନାହିଁ । କୈଣସି ଉନ୍ନତି ପାଇଁ ସହଯୋଗ କରିପାରୁ ନାହିଁ । ସାଧାରଣ ଲୋକଙ୍କ ପାଇଁ ସେବା କରିବାର ପଣ କରିଥିବା ବେଳେ ଯେଉଁ ରାଜନୈତିକ ଦଳରେ ମୁଁ ରହିଛି ସେଥିରେ ସୀମିତ ହୋଇଯାଇଛି ।

ସେହିପରି ଦିନେଶ ତ୍ରିବେଦୀ କହିଛନ୍ତି, ଏବେ ମୋତେ ଅନୁଭବ ହେଉଛି କି ଆଉ ସୀମିତ ରହିବାର ସମୟ ନାହିଁ । ପଶ୍ଚିମବଙ୍ଗ ବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ । ତେଣୁ ମୁଁ ଟିଏମସି ଦଳକୁ ପରିତ୍ୟାଗ କରି ଦେଶର ଏବଂ ରାଜ୍ୟର ବିକଶ ପାଇଁ କାର୍ଯ୍ୟ କରିବି । ଗୃହରେ ଗୋଟେପଟେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଇସ୍ତଫା ଦେବା ନେଇ ସ୍ପଷ୍ଟ କରିଛନ୍ତି ଦିନେଶ । ସେପଟେ ପୂର୍ବରୁ ଟିଏମସି ଛାଡିଥିବା ଶୁଭେନ୍ଧୁ ଅଧିକାରୀଙ୍କର ସମେତ ଅନେକ ନେତା ପରବର୍ତ୍ତୀ ସମୟରେ ବିଜେପିରେ ଯୋଗଦାନ କରିଥିଲେ । ତେଣୁ ଶାସକ ତୃଣ ମୂଳ କଂଗ୍ରେସକୁ ଛାଡିବାକୁ ସ୍ପଷ୍ଟ କରିଥିବା ସାଂସଦ ଦିନେଶ ତ୍ରିବେଦୀ ଖୁବ ଜଲ୍ଦି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଦଶପଲ୍ଲା ବନାଞ୍ଚଳରୁ ପୁରୀ ଗଲା ପ୍ରଥମ ରଥକାଠ

ପୁରୀ: ଚଳିତବର୍ଷ ପୁରୀ ରଥଯାତ୍ରା ଲାଗି ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପ୍ରଥମ ରଥକାଠ ଯାଇଛି । ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଚ୍ଛା ଜଙ୍ଗଲରୁ ୨ ଟ୍ରିପ୍ କାଠ ସଂଗ୍ରହ କରାଯାଇ ପୁରୀ ପଠା ଯାଇଛି । ପଠା ଯାଇଥିବା ରଥକାଠ ଆଜି ରାତିରେ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ । ଏଥିପାଇଁ  ଆଜି ନୟାଗଡ଼ ବନଖଣ୍ଡ ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଆଗରେ ରଥକାଠ ପୂଜା କରାଯାଇ ପୁରୀକୁ ରଥ କାଠ ଯୋଗଣର ଶୁଭାରମ୍ଭ କରାଯାଇଛି ।

Nayagarh Transported First Phase Of Ratha Katha To Puri

ପୁରୀକୁ ରଥକାଠ ପରିବହନ ପାଇଁ ଗତ ମାସ ୧୧ ତାରିଖ ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ଧରି ନୟାଗଡ଼ରେ ପହଞ୍ଚିଥିଲେ ପୁରୀର ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ବରିଷ୍ଠ କେୟାର ଟେକର ସୁଦର୍ଶନ ମେକାପ, ଅମିନ ମହାରଣା, ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ଅଙ୍କିତ କୁମାର ସାହୁଙ୍କ 5 ଜଣିଆ ପ୍ରତିନିଧି ଦଳ । ୧୨ ତାରିଖରେ ଗଣିଆ ବ୍ଳକ ବଡ଼ମୂଳର ବଡ଼ ରାଉଳଙ୍କ ପୂଜାର୍ଚ୍ଚନା କରାଯିବା ପରେ ଚଳିତ ବର୍ଷର ରଥକାଠ ଦଶପଲ୍ଲା ବନାଅଞ୍ଚଳରୁ ସଂଗ୍ରହ କରାଯାଇଥିବା ନୟାଗଡ଼ ବନଖଣ୍ଡ  ଅଧିକାରୀ କହିଛନ୍ତି ।

Nayagarh Transported First Phase Of Ratha Katha To Puri

ଚଳିତବର୍ଷ ପୁରୀ ରଥଯାତ୍ରା ନିମନ୍ତେ ତିନି ରଥ ନିର୍ମାଣ ପାଇଁ ୭୯୬ ଖଣ୍ଡ କାଠ ଆବଶ୍ୟକ ରହିଛି । ଏଥିପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ ୧୮୦ ଖଣ୍ଡ କାଠ ଯୋଗାଣ ପାଇଁ ନିର୍ଦ୍ଦେଶ ରହିଛି । ନୟାଗଡ଼ରୁ ପୁରୀକୁ ପରିବହନ ହେବାକୁ ଥିବ ରଥକାଠ ମଧ୍ୟରେ ରହିଛି ଆସନ, ଧଉରା, ଫାଶୀ ଓ ଶିମିଳି ଭଳି କାଠ । ଏସବୁ କାଠକୁ ପୁରୀକୁ ଓ କଟକ ଖପୁରିଆ କାଠ ସ’ମିଲ ଯୋଗାଇବା ପାଇଁ ନୟାଗଡ଼ ବନଖଣ୍ଡକୁ ନିର୍ଦ୍ଦେଶ ରହିଛି ।

ବାଣ କାରଖାନାରେ ଅଗ୍ନିକାଣ୍ଡ, ୬ ଜଣଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡ଼ୁ ବିରୁଧୁନଗର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଆଁ ଆୟତ ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ଅଧିକ ଖବର ଅପଡେଟ୍ ପାଇଁ ଦେଖୁଥାନ୍ତୁ- https://nandighoshatv.com/