spot_img
Home Blog Page 60

ଇତିହାସରେ ପ୍ରଥମ: ଭାରତର ଘନିଷ୍ଠ ବନ୍ଧୁ ସହ ବାଂଲାଦେଶର ଡିଲ୍

ଇତିହାସରେ ପ୍ରଥମ: ଭାରତର ଘନିଷ୍ଠ ବନ୍ଧୁ ସହ ବାଂଲାଦେଶର ଡିଲ୍

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ଠିକ୍ ପୂର୍ବରୁ ବାଂଲାଦେଶର ୟୁନିସ ସରକାର ଏକ ଟ୍ରେଡ ଡିପ୍ଲୋମାସି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଭାରତର ପରମ ବନ୍ଧୁ କୁହାଯାଉଥିବା ଜାପାନ ସହ ବାଂଲାଦେଶ ଆର୍ଥିକ ସହଯୋଗ ଚୁକ୍ତି (ଇପିପି)ରେ ଦସ୍ତଖତ କରିଛି । ଏହି ଚୁକ୍ତି ନା କେବଳ ଡ୍ୟୁଟି-ଫ୍ରି ମାର୍କେଟ ଦେବ, ବରଂ ନିବେଶ, ଟେକ୍ନୋଲଜି, ସର୍ଭିସେଜରେ ଟ୍ରଡ ଓ ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟକୁ ଦୀର୍ଘକାଳୀନ ରଣନୈତିକ ସହଯୋଗ ପାଇଁ ଦ୍ବାର ଖୋଲିଦେବ ।

ବିଶେଷଜ୍ଞଙ୍କ ମତରେ ଏହା ବାଂଲାଦେଶ ଅର୍ଥ ବ୍ୟବସ୍ଥା ପାଇଁ ଉଚିତ ସମୟରେ ସଠିକ ନିଷ୍ପତ୍ତି ହେବ । ଜାପାନର ରାଜଧାନୀ ଟୋକିଓରେ ଏହି ଚୁକ୍ତି ହୋଇଛି । ବାଂଲାଦେଶ ଡେଲିଗେସନରେ ବାଜ୍ୟ ମନ୍ତୟାଳୟର ୪ ଜଣ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।

୪ ବର୍ଷରେ ଦୁଇ ଦେଶ ମଧ୍ୟରେ ଚୁକ୍ତି

ବାଂଲାଦେଶ-ଜାପାନ ଅର୍ଥନୈତିକ ସହଭାବିଗା ଚୁକ୍ତିମାନାକୁ ମାତ୍ର ୪ ବର୍ଷ ହୋଇଛି । ଯାହା ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାଡ ହିସାବରେ ବହୁତ କମ ସମୟ । ୨୦୨୨ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ତମ ବାର୍ଷିକ ସମୟରେ ଆରମ୍ଭ ହୋଇଥିଲା । ୨୦୨୩ ଡିସେମ୍ବରରେ ସୁଫାରିସ ଜମା କରାଯାଇଥିବା ବେଳେ ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଔପଚାରିକ ଆଲୋଚନା ଆରମ୍ଭ ହୋଇଥିଲା । ୨୦୨୪ରୁ ୨୫ ମଧ୍ୟରେ ଢାକା ଓ ଟୋକିଓରେ ୭ ରାଉଣ୍ଡ ବୈଠକ ହୋଇଥିଲା । ଟାରିଫ, ନନ୍ ଟାରିଫ ସମସ୍ୟା, ନିବେଶ ସୁରକ୍ଷା, ସର୍ଭିସ ସେକ୍ଟର,ବୌଦ୍ଧିକ ସମ୍ପତ୍ତି, ଶ୍ରମ ଏବଂ ପରିବେଶଗତ ମାନଦଣ୍ଡ ଓ ସପ୍ଲାଇ ଚେନର ବ୍ୟବହାରକୁ ଗୁରୁତ୍ବ ଦିଆଯାଇଥିଲା । ୨୦୨୫ରେ ଡ୍ରାଫ୍ଟ ଏଗ୍ରିମେମଣ୍ଟ ଫାଇନାଲ ହୋଇଥିଲା । ଗତ ଡିସେମ୍ବରରେ ବାଂଲାଦେଶ ବାଣିଜ୍ୟ ପରାମର୍ଶଦାତା ଶେଖ ବଶିରୁଦ୍ଦିନ ଏବଂ ଜାପାନ ବିଦେଶମନ୍ତ୍ରୀ ଇଓ୍ବାଓ ହୋରି ମିଳିତ ଭାବେ ଆଲୋଚନା ଶେଷ ହୋଇଥିବା ଘୋଷଣା କରିଥିଲେ ।

ଭାରତକୁ ନେଇ ଆମେରିକାର ଗୋଟିଏ ଫଟୋ ଦେଖି ପାକିସ୍ତାନ ଓ ଚୀନ ଟେନସନରେ

ଭାରତକୁ ନେଇ ଆମେରିକାର ଗୋଟିଏ ଫଟୋ ଦେଖି ପାକିସ୍ତାନ ଓ ଚୀନ ଟେନସନରେ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନେଇ ଗତ ଶୁକ୍ରବାର ଘୋଷଣା କରାଗଲା । ହେଲେ ଏହି ଟ୍ରେଡ ଡିଲ ଓ ଏହାର ସର୍ତ୍ତ ଯେତିକି ଚର୍ଚ୍ଚାରେ ନାହିଁ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛି ଆମେରିକା ପକ୍ଷରୁ ଜାରି କରାଯାଇଥିବା ଏକ ଫଟୋ । ଆମେରିକା ବ୍ୟାପାର ପ୍ରତିନିଧି କାର୍ଯ୍ୟାଳୟ ଦ୍ବାରା ଭାରତର ନକ୍ସା ଜାରି କରାଯାଇଛି । ଯାହା ଉଭୟ ପାକିସ୍ତାନ ଓ ଚୀନକୁ ଅସହଜ କରିଦେଇଛି ।

ଏହି ନକ୍ସାରେ ପୂରା ଜମ୍ମୁ ଓ କାଶ୍ମୀର, ଯେଉଁଥିରେ ପିଓକେ ବି ସାମିଲ ଅଛି । ଯାହା ସ୍ପଷ୍ଟ ଭାବେ ଭାରତର ଅଂଶ ବୋଲି ଉଲ୍ଲେଖ କରୁଛି । ସେତିକି ନୁହେଁ, ଚୀନ ଦାବି କରୁଥିବା ଅକ୍ସାଇ ଚୀନକୁ ବି ଭାରତର ସୀମା ଭିତରେ ଦର୍ଶାଯାଇଛି ।

ଆମେରିକା ନକ୍ସା ଦେଖି ପାକିସ୍ତାନର ନିଦ ହଜିଲା

ଆମେରିକା ଓ ଏହାର ଷ୍ଟେଟ ଡିପାର୍ଟମେଣ୍ଟ ପ୍ରାୟତଃ ଏମିତି ନକ୍ସା ଜାରି କରିଥାଏ । ଯେଉଁଥିରେ ପିଓକେକୁ ଡଟେଡ ଲାଇନ ବା ବିବାଦୀୟ କ୍ଷେତ୍ର ଭାବେ ଦର୍ଶା ଯାଉଥିଲା । ପାକିସ୍ତାନକୁ ଅସନ୍ତୁଷ୍ଠ ନ କରିବାକୁ ଆମେରିକା ଏମିତି କରୁଥିଲା । ହେଲେ ଏଥର ପୂରା ଜମ୍ମୁ ଓ କାଶ୍ମୀରକୁ ଭାରତର ଅଂଶ ଭାବେ ଦେଖାଯାଇଛି ।

ଚୀନକୁ ବି ବାଧିଛି

ନକ୍ସାରେ ଅକ୍ସାଇ ଚୀନକୁ ବି ଭାରତର ଅଂଶ ଭାବେ ଦେଖାଯିବା ଚୀନକୁ ବି ପସନ୍ଦ ଆସିନି । ବେଞ୍ଜିଂ ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି । ଭାରତ ଏକାଧିକ ଥର ଆମେରିକା ଓ ଅନ୍ତରାଷ୍ଟ୍ରୀୟ ସଂସ୍ଥାଙ୍କ ନିକଟରେ ଭୁଲ ମାନଚିତ୍ରକୁ ନେଇ ଆପତ୍ତି ଉଠାଇ ଆସିଛି । ବିଶେଷ କରି ଜମ୍ମୁ ଓ କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶକୁ ନେଇ । ହେଲେ ଏଥରର ନକ୍ସା ଏହି ସବୁ ଅଞ୍ଚଳ ଭାରତର ବୋଲି ଆମେରିକା ସ୍ବୀକାର କରିନେଇଥିବାକୁ ଦର୍ଶାଉଛି ।

ଟାଇମିଂ ବଢ଼ାଇଲା ସସପେନ୍ସ

ଆଉ ଏ ସବୁ ଭିତରେ ସମୟର ବ୍ୟବହାର ବହୁତ ଗୁରୁତ୍ବ ରଖୁଛି । ନିକଟ ଅତୀତରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଗ ଭଳି ମଧୁର ନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇ ଥିଲେ, ଯାହା ଅନ୍ୟ ସହଯୋଗୀ ଦେଶମାନଙ୍କ ତୁଳନାରେ ସବୁଠାରୁ ଅଧିକ ଥିଲା । ଏବେ ଟ୍ରେଡ ଡିଲ ପରେ ଏହାକୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି । ଯାହା ଏସିଆରେ ସବୁଠାରୁ କମ ବୋଲି କୁହାଯାଉଛି । ଆଉ ଏହି ସମୟ ମଧ୍ୟରେ ଭାରତ ଓ ପାକିସ୍ତାନକୁ ହାଇଫନ କରିବା ନେଇ ଟ୍ରମ୍ପଙ୍କ ଉପରେ ଆରୋପ ବି ଲାଗିଛି । ଏମିତି ସ୍ଥିତିରେ ଏହି ନକ୍ସା ଭାରତ ପାଇଁ କେବଳ ଆଶ୍ବସ୍ତିକର ନୁହେଁ, ନିରବ ବିଜୟ ବୋଲି ବି କୁହାଯାଉଛି ।

ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ମହାନଦୀକୁ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ କି ପ୍ରତିବଦ୍ଧତା ନାହିଁ । ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି । ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏପରି କହି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ । ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା ଯେ, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ସେ ପଚାରିଛନ୍ତି, ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ’ଣ ଆନ୍ତରିକତା ? ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ’ଣ ? ମହାନଦୀ ଆମ ମାଆ । ଓଡ଼ିଶାର ଜୀବନରେଖା । ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ । ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ । ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ ବୋଲି ଚେତେଇ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଏସିଆର ସବୁଠାରୁ ଧନୀ ମୁମ୍ବାଇ ମହାନଗର ନିଗମର ମେୟର ହେବେ ରୀତୁ ତାବଡେ

ଏସିଆର ସବୁଠାରୁ ଧନୀ ମୁମ୍ବାଇ ମହାନଗର ନିଗମର ମେୟର ହେବେ ରୀତୁ ତାବଡେ

ନନ୍ଦିଘୋଷ ବ୍ୟୁରୋ: ବିଜେପି କର୍ପୋରେଟର ରୀତୁ ତାବଡ଼େ ହେବେ ମୁମ୍ବାଇ ମେୟର । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏସିଆର ସର୍ବବୃହତ ଧନୀ ମହାନଗର ହେଉଛି ମୁମ୍ବାଇ । ସେପଟେ ଶିବସେନା କର୍ପୋରେଟର ସଞ୍ଜୟ ଗାଦି ହେବେ ଡେପୁଟୀ ମେୟର । ଗତ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ବହୁଳ ବିଜୟ ହୋଇଥିଲା । ଆସନ୍ତା ୧୧ ତାରିଖରେ ହେବେ ମେୟର ନିର୍ବାଚନ ।

ବୃହନ ମୁମ୍ବାଇ ମହାନଗର ନିଗମର ବିଜେପି କର୍ପୋରେଟରମାନଙ୍କ ବୈଠକରେ ରୀତୁଙ୍କ ନାଁରେ ମୋହର ଲାଗିଥିଲା । ମୁମ୍ବାଇର ମେୟର ପଦବୀ ସାଧାରଣ ବର୍ଗର ମହିଳା ବର୍ଗ ଲାଗି ସଂରକ୍ଷିତ ଥିଲା । ଘାତୋକପୁର ୱାର୍ଡରୁ ୩ ଥର କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି ରୀତୁ । ସେ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୧ ନିର୍ବାଚନରେ ଯଦି ରୀତୁ ବିଜୟୀ ହୁଅନ୍ତି ତେବେ ସେ ହେବ ବିଜେପିର ଦ୍ବିତୀୟ ମେୟର । ପୂର୍ବରୁ ୧୯୮୨ରୁ ୧୯୮୩ ବିଜେପିର ପ୍ରଭାକର ପାଇ ମେୟର ହୋଇଥିଲେ ।

ସେପଟେ ଦହିସରରୁ କର୍ପୋରେଟରେ ଭାବେ ବିଜୟୀ ହୋଇଥିବା ଶିବସେନାର ସଞ୍ଜୟ ଗାଦି ଡେପୁଟୀ ମେୟର ହେବେ । ଦଳର ୪ କର୍ପୋରେଟରଙ୍କୁ ୫ ବର୍ଷ ଭିତରେ ଡେପୁଟୀ ମେୟର ପଦରେ ଅଧିଷ୍ଠିତ କରିବା ଲାଗି ଶିବସେନା କରିଛି ନୂଆ ଫର୍ମୁଲା । ଏହି ଫର୍ମୁଲା ଅନୁସାରେ ପ୍ରତି ଡେପୁଟୀ ମେୟରଙ୍କ କାର୍ଯ୍ୟକାଳ ବର୍ଷେ ତିନିମାସ ରହିବ ।

ମେଘାଳୟ ରାଟ ହୋଲ୍ ମାଇନ୍ସ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି

ମେଘାଳୟ ରାଟ ହୋଲ୍ ମାଇନ୍ସ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ମେଘାଳୟର ପୂର୍ବ ଜୟନ୍ତିଆ ହିଲସରେ ବେଆଇନ ରାଟ ହୋଲ ମାଇନ୍ସ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଶୁକ୍ରବାର ଆଉ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ପୋଲିସ ଏହି ଘଟଣାରେ ବେଆଇନ ଖଣି ପରିଚାଳନା କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ସେମାନେ ଖଣି ମାଲିକ ବୋଲି ସୂଚନା ରହିଛି ।

ଗତ ୫ ତାରିଖରେ ଡିନାମାଇଟ ବିସ୍ଫୋରଣ କରାଯିବା ସମୟରେ ଏହି ଭୟଙ୍କର ଘଟଣା ଘଟିଥିଲା । ଏନଡିଆରଏଫ ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାରେ ୫ ଆହତ ସିଲଚର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟରେ ରଖି ମେଘାଳୟ ହାଇକୋର୍ଚ ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ କେଉଁ କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ରିପୋର୍ଟ ଦେବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ପାଇଁ ଆଦେଶ ଦିଆଯାଇଛି ।

ମେଘାଳୟରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ରାଟ-ହୋଲ ମାଇନିଂ ଅର୍ଥ ସଂକୀର୍ଣ୍ଣ ଗର୍ତ୍ତରେ ପଶି ଶ୍ରମିକମାନେ କୋଇଲା ଉତ୍ତୋଳନ କରିଥାନ୍ତି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୨୦୧୪ରେ ମେଘାଳୟରେ ରାଟ୍-ହୋଲ୍ ମାଇନିଂକୁ ପରିବେଶ ପ୍ରଦୂଷଣ କାରଣରୁ ନିଷିଦ୍ଧ କରିଛନ୍ତି । ତଥାପି ଅବୈଧ ଭାବେ ଏହା ଚାଲିଆସୁଛି ।

ରାୟଗଡ଼ା ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ଏଡିଜି

ରାୟଗଡ଼ା ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ଏଡିଜି

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ହେଲା ମାଓବାଦୀ ମୁକ୍ତ । ଆଜିଠାରୁ ଏହି ଜିଲ୍ଲାରୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି ଏଡିଜି ସଂଜୀବ ପଣ୍ତା । ଲାଲ ହିଂସାରୁ ରାୟଗଡ଼ା ଜିଲ୍ଲା ମୁକ୍ତ ହେଲା ବୋଲି ସେ କହିଛନ୍ତି । ଏହା ଆଗରୁ କୋରାପୁଟ ଜିଲ୍ଲାକୁ ମଧ୍ୟ ପୋଲିସ ନକ୍ସଲ ମୁକ୍ତ ବୋଲି ଘୋଷଣା କରିଥିଲା ।

ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ୧୫ ଦୁର୍ଦ୍ଦାନ୍ତ ନକ୍ସଲ । ସେମାନଙ୍କ ମଧ୍ୟରେ ଅଛନ୍ତି, ବାସଧାରା ଘୁମୁସର ନାଗାବଳି ଡିଭିଜନର ଦୁଇ ହାଡକୋର ମାଓବାଦୀ ନିଖିଳ ଓ ଇନ୍ଦୁ । ଏହି ମାଓବାଦୀ ଦମ୍ପତିଙ୍କ ନାଁରେ କୋଟିଏ ଦଶ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେମାନେ କହିଛନ୍ତି ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ । ପୋଲିସକୁ ସେମାନେ ହସ୍ତାନ୍ତର କରିଛନ୍ତି ୨ଟି AK47 ରାଇଫଲ, ଏସଏଲଆର୍ ୫ଟି, ଷ୍ଟେନଗନ୍ ଗୋଟିଏ, ଇନସାସ୍ ରାଇଫଲ ଗୋଟିଏ ଓ ବହୁ ଅଫୁଟା ଗୁଳି ।

ICC ଫେରାଇଲା ଖାଲି ହାତରେ, U-19 ବିଶ୍ବ ଚାମ୍ପିଅନ ଭାରତୀୟ ଟିମ୍ ପାଇଁ ବିସିସିଆଇ ଖୋଲିଲା ପୁରସ୍କାର ପେଡି

ICC ଫେରାଇଲା ଖାଲି ହାତରେ, U-19 ବିଶ୍ବ ଚାମ୍ପିଅନ ଭାରତୀୟ ଟିମ୍ ପାଇଁ ବିସିସିଆଇ ଖୋଲିଲା ପୁରସ୍କାର ପେଡି

ନନ୍ଦିଘୋଷ ବ୍ୟୁରୋ: ଜୁନିଅର କ୍ରିକେଟରେ ପୁଣି ଥରେ ଭାରତର ଦବଦାବ ଦେଖିବାକୁ ମିଳିଛି । ଅଣ୍ଡର-୧୯ କ୍ରିକେଟ ବିଶ୍ବକପରେ ପୁଣି ଥରେ ଭାରତ ଚାମ୍ପିଅନ ହୋଇଛି । ଜିମ୍ବାଓ୍ବେରେ ଖେଳାଯାଇଥିବା ଏହି ବିଶ୍ବକପରେ ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ବରେ ଭାରତ ଷଷ୍ଠ ଥର ଚାମ୍ପିଅନ ହୋଇଛି ।ବୈଭବ ସୂର୍ଯ୍ୟବଂଶୀଙ୍କ ସମେତ ଏହି ଯୁବ କ୍ରିକେଟରଙ୍କ ପାଇଁ ବିସିସିଆ ନିଜ ଟ୍ରେଜେରୀ ଖୋଲି ଦେଇଛି । ଟିମ୍ ଇଣ୍ଡିଆ ପାଇଁ ବିସିସିଆ ୭.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି ।

ICC ଫେରାଇ ଥିଲା ଖାଲି ହାତରେ

ଜିମ୍ବାଓ୍ବେରର ଂରାରେରେ ଶୁକ୍ରବାର ଖେଳା ଯାଇଥିବା ବିଶ୍ବକପ ଫାଇନାଲରେ ଭାରତ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଷଷ୍ଠଥର ଚାମ୍ପିଅନ ହୋଇଛି । ଶେଷଥର ପାଇଁ ଭାରତ ୨୦୨୨ରେ ଚାମ୍ପିଅନ ହୋଇଥିଲା । ତେବେ ଏହି ଟ୍ରଫି ପାଇଁ ଆଇସିସି ପକ୍ଷରୁ କୌଣସି ପୁରସ୍କାର ଦିଆଯାଇ ନଥିଲା । ଉଦଯାପନୀ ଉତ୍ସବରେ ଖେଳାଳିଙ୍କୁ କେବଳ ମେଡାଲ ମିଳିଥିଲା । ଅଣ୍ଡର-୧୯ ସ୍ତରର କ୍ରିକେଟ ପାଇଁ ଆଇସିସି କୌଣସି ପୁରସ୍କାର ଦେଇ ନଥାଏ । କାରଣ ଏହି ଟୁର୍ଣ୍ଣାମେଣ୍ଟ ଯୁବ ଖେଳାଳିଙ୍କ ବିକାଶ ପାଇଁ ଖେଳା ଯାଇଥାଏ ।

BCCIର ବମ୍ଫର ପୁରସ୍କାର ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଆଇସିସି ନିୟମ ଅନୁସାରେ ବିଜୟୀ ଭାରତୀୟ ଟିମକୁ କୌଣସି ଅର୍ଥରାଶି ପୁରସ୍କାର ଦେଇ ନଥିଲା । ହେଲେ ବିସିସିଆଇ ନିଜ ନରତୀ ଅନୁସାରେ ବିଶ୍ବ ଚାମ୍ପିଅନ ଟିମକୁ ସମ୍ମାନିତ କରିବା ଜାରି ରଖିଛି । ଭାରତୀୟ ଟିମ୍ ବିଶ୍ବ ଚାମ୍ପିଅନ ହେବାର ଦିନକ ପରେ ବିସିସିଆଇ ସଚିବ ଦେବଜିତ ସୌକିୟା ଅଣ୍ଡର-୧୯ ଟିମ୍ ପାଇଁ ୭.୫ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୨୫ ବିଶ୍ପକପ୍ ଜିତିଥିବା ମହିଳା କ୍ରିକେଟ ଟଇମକୁ ୫ କୋଟି ଟଙ୍କାର ପୁରସ୍କାର ଦେଇଥିଲା ବିସିସିଆ ।

୩୦ ବର୍ଷ ତଳର ମାମଲାରେ ବାହୁବଳୀ ସାଂସଦ ପପୁ ଯାଦବ ଗିରଫ

୩୦ ବର୍ଷ ତଳର ମାମଲାରେ ବାହୁବଳୀ ସାଂସଦ ପପୁ ଯାଦବ ଗିରଫ

ନନ୍ଦିଘୋଷ ବ୍ୟୁରୋ: ୩୦ ବର୍ଷ ତଳର ଏକ ଜାଲିଆତି ମାମଲାରେ ବିହାରର ବାହୁବଳି ସ୍ଵାଧୀନ ସାଂସଦ ପପୁ ଯାଦବ ଗିରଫ । ହାଇଡ୍ରାମା ମଧ୍ୟରେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ସଂସଦର ଅଧିବେଶନରେ ଯୋଗ ଦେଇ ଘରକୁ ଫେରିବା ପରେ ପରେ ତାଙ୍କୁ ଗିରଫ କରିବାକୁ ପହଞ୍ଚିଥିଲା ପୋଲିସ । ଏହାକୁ ପପୁଙ୍କ ସମର୍ଥକ ବିରୋଧ କରିଥିଲେ । ନିଜେ ପପୁ କହିଥିଲେ, ସେ କୋର୍ଟରେ ହାଜର ହେବେ । କିନ୍ତୁ ପୋଲିସ ତାଙ୍କୁ ଗିରଫ କରିବାକୁ ଜଗି ବସିଥିଲା । ଶେଷରେ ହାଇଡ୍ରାମା ମଧ୍ୟରେ ପୋଲିସ ପପୁ ଯାଦବଙ୍କୁ ଗିରଫ କରିଛି ।

ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ

ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ

ନନ୍ଦିଘୋଷ ବ୍ୟୁରୋ: ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ । କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରାଳୟ ସଚିବ ନିଜେ ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାକୁ ସିପିଂ ମହାନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ମିଳିବା ପରେ ସିପିଂ ଡିଜିଙ୍କ ତରଫରୁ ସିଙ୍ଗାପୁର ଓ ମରିସସ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଛି। ଏହା ସହିତ ଭାରତର ବିଭିନ୍ନ ସଂସ୍ଥା ସହିତ ମଧ୍ୟ ସମନ୍ଵୟ ରଖାଯାଇଛି । ମିଳିତ ଭାବେ ସାର୍ଥକଙ୍କୁ ଖୋଜାଖୋଜି ଚାଲିଛି ।

ସାର୍ଥକଙ୍କ ପରିବାରକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ସିପିଂ ଡିଜି ନିଜେ ନିୟମିତ ଭାବେ ଅପଡେଟ୍ ନେଉଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଏହି ଘଟଣାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।

ଗତ ୩ ତାରିଖରୁ ନିଖୋଜ ଅଛନ୍ତି ସାର୍ଥକ । ଏହି ସମୟରେ ତାଙ୍କର ଜାହାଜ ସିଙ୍ଗାପୁରରୁ ଚୀନକୁ ଯାଉଥିଲା । ସେବେଠାରୁ ସାର୍ଥକଙ୍କ କୌଣସି ଖୋଜ ଖବର ମିଳୁନି । ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ ରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ସିପ୍ EA Jerseyରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ ।

ଆଜିଠାରୁ ଟି-୨୦ ବିଶ୍ବକପ୍ ମହାସମର

ଆଜିଠାରୁ ଟି-୨୦ ବିଶ୍ବକପ୍ ମହାସମର

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ଟି-୨୦ ବିଶ୍ବକପ ମହାସମର । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଥିବା ଏହି ବିଶ୍ବକପରେ ରେକର୍ଡ ସଂଖ୍ୟାରେ ୨୦ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ୪ଟି ଗ୍ରୁପରେ ବିଭକ୍ତ ଏହି ୨୦ ଦଳିଆ ଟୁର୍ଣ୍ଣାମେଣ୍ଟକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଥମ ଥର ପାଇଁ ଇଟାଲି ଭଳି ଦଳ ଯୋଗ୍ୟତା ଅର୍ଜନ କରିଛି ।

ଉଦଘାଟନୀ ଦିବସରେ ପାକିସ୍ତାନ-ନେଦରଲାଣ୍ଡସ, ୱେଷ୍ଟଇଣ୍ଡିଜ-ସ୍କଟଲ୍ଯାଣ୍ଡ ଖେଳ ହେବାକୁ ଥିବାବେଳେ ଅଫିସିଆଲି ଭାରତ-ଆମେରିକା ମ୍ଯାଚରୁ ବିଶ୍ବକପ ଶୁଭାରମ୍ଭ ହେବ । ବିଶ୍ବକପ ଲାଗି ହିଟ ମ୍ଯାନ ରୋହିତ ଶର୍ମା ଆମ୍ବାସାଡାର ଅଛନ୍ତି । ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ସ୍କଟଲ୍ୟାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ନ୍ଯୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ନେଦରଲାଣ୍ଡ, ନାମିବ୍ଯା, ଜିମ୍ବାୱେ, ନେପାଳ, ଓମାନ, ୟୁଏଇ ଓ ଇଟାଲି ପଡିଆକୁ ଓହ୍ଲାଇବେ । ମାର୍ଚ୍ଚ ୮ ତାରିଖ ଯାଏଁ ଟୁର୍ଣ୍ଣାମେଣ୍ଟ ଚାଲିବ ।

ବାଂଲାଦେଶ ସୁରକ୍ଷା କାରଣ ଦର୍ଶାଇ ଭାରତ ଆସିବାକୁ ମନା କରିବାରୁ ତା’ ବଦଳରେ ସ୍କଟଲ୍ଯାଣ୍ଡକୁ ବିଶ୍ବକପ ଟିକେଟ ମିଳିଛି । ପ୍ରଥମ ଥର ଲାଗି ଡିଫେଣ୍ଡିଂ ଚାମ୍ପିଅନ ଭାରତ ଆୟୋଜକ ଭାବେ ଏଥର ଟ୍ରଫି ହାତେଇବାକୁ ପ୍ଲାନ କରିଛି । ଗୃପ ପର୍ଯ୍ୟାୟରେ ପ୍ରତିଦିନ ତିନିଟି ଲେଖାଏଁ ମ୍ୟାଚ ଖେଳାଯିବ । ପ୍ରତ୍ଯେକ ଗୃପର ଶ୍ରେଷ୍ଠ ଦୁଇ ଦଳ ସୁପର-୮କୁ ଯିବେ । ସେଠାରୁ ସେମିଫାଇନାଲିଷ୍ଟ ଓ ଫାଇନାଲିଷ୍ଟ ବଛାଯିବେ । ଗତ ୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ଏକ ସଂଘର୍ଷପୂର୍ଣ୍ଣ ମ୍ଯାଚରେ ହରାଇ ଚାମ୍ପିଅନ ହୋଇଥିଲା ।