spot_img
Home Blog Page 6001

ଏକାମ୍ର ପାଇଁ ଚକ୍ରାନ୍ତ; ଅପରାଜିତା ଚୁପ୍ କାହିଁକି ?

ଭୁବନେଶ୍ୱର: ଭୁବନେଶ୍ୱରର ବିକାଶ ମୋର ଏକାନ୍ତ କାମ୍ୟ । ସବୁବେଳେ ଏକଥା କହୁଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପତ୍ତା ମିଳୁନି । ଏକଥା ଆମେ କହୁନୁ ବରଂ ଅପରାଜିତା ନିଖୋଜ ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହେଉଛି । ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ଅପରାଜିତା ନିଖୋଜ ନେଇ ୨୫ ଶହରୁ ଅଧିକ ଟ୍ୱିଟ୍ ହୋଇଛି । ତେବେ, କୁଆଡ଼େ ଗଲେ ଅପରାଜିତା ? କଣ ସତରେ ଅପରାଜିତା ନିଖୋଜ ନା କାରଣ ଆଉ କିଛି ।

Why Aparajita Sarangi Is Silent Over Ekamra kshetra

ନିକଟରେ କେନ୍ଦ୍ରୀୟ ସ୍ମାରକୀ ପ୍ରାଧିକରଣ (NMA) ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ’ ପ୍ରକାଶ କରିଛନ୍ତି । ଫଳରେ ଏକାମ୍ର କ୍ଷେତ୍ରର ବିକାଶ ବାଧାପ୍ରାପ୍ତ ହେବ । କିନ୍ତୁ, ବିକାଶକୁ ନେଇ ସବୁବେଳେ ଡିଣ୍ଡିମ ପିଟୁଥିବା ମାଡାମ୍ ଅପରାଜିତା ଏହାକୁ ନେଇ ପୂରା ଚୁପ୍ ଅଛନ୍ତି । କଥା କଥାରେ ପ୍ରେସମିଟ୍ ଆଉ ଟ୍ୱିଟ୍ କରୁଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଜମାରୁ ପାଟି ଖୋଲୁନାହାଁନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ଓଡ଼ିଶା ବାସୀ ।

Why Aparajita Sarangi Is Silent Over Ekamra kshetra

ପ୍ରସ୍ତାବିତ ବାଇ-ଲ’କୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପଡ଼ୁଥିବା ଉଠୁଥିବା ବେଳେ ଅପରାଜିତା ନୀରବ । ସମସ୍ତେ ବାଇ-ଲ’କୁ ବିରୋଧ କରୁଛନ୍ତି । କିନ୍ତୁ, ଚୁପ୍ ବସିଛନ୍ତି ଖୋଦ୍ ଭୁବନେଶ୍ୱର ସାଂସଦ । ରାଜଧାନୀରେ ତମାମ୍ ପ୍ରତିବାଦ ସତ୍ତ୍ୱେ ସାଂସଦଙ୍କ ନିଦ୍ରା ଭାଙ୍ଗୁନି । ଦିଲ୍ଲୀରେ ଅଛନ୍ତି,ଭୁବନେଶ୍ୱର ଆସୁନାହାନ୍ତି କି ବିରୋଧ କରୁଥିବା ଲୋକ କିମ୍ବ ଲିଙ୍ଗରାଜ ମନ୍ଦିର ସେବାୟତ କାହା ସହ ମଧ୍ୟ ଆଲୋଚନା ଲାଗି କୌଣସି ଉଦ୍ୟମ ନାହିଁ । ମଙ୍ଗଳବାର ସାଂସଦ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଅପରାଜିତା ମତ ରଖିଥିଲେ । କିନ୍ତୁ, ଏକ୍ରାମ କ୍ଷେତ୍ରର ଐତିହ୍ୟ ଏନଏମ୍ଏର ପ୍ରସ୍ତାବିତ ବାଇ-ଲ’ ଦ୍ୱାରା କିଭଳି ବାଧାପ୍ରାପ୍ତା ହେବ କିମ୍ବା ଲୋକଙ୍କ ବିରୋଧ ନେଇ କିଛି କହିନଥିଲେ ।

ଅପରାଜିତାଙ୍କ ଏଭଳି ନୀରବତାକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଖାଲି ଓଡ଼ିଆ ନୁହେଁ ଅପରାଜିତାଙ୍କ ଏଭଳି ନିରବତାକୁ ଅଣ-ଓଡ଼ିଆ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ରିତେଶ ତ୍ୟାଗି ନାମକ ୟୁଜରେ ଅପରାଜିତା ତୁଣ୍ଡି ବାନ୍ଧିଛନ୍ତି କାହିଁକି ବୋଲି ଲେଖିଛନ୍ତି ।

ମୁକ୍ତି ସେଗାଲ ଲେଖିଛନ୍ତି- ଆପଣ କାହିଁକି ଓଡ଼ିଶାର ବଡ଼ ବିବାଦୀୟ ପ୍ରସଙ୍ଗରେ ନୀରବ ଅଛନ୍ତି ।

https://twitter.com/MuktiSegal/status/1359423340700704768

ସାହିଲ ରଣା ନାମକ ୟୁଜର୍ ଲେଖିଛନ୍ତି- ମାଡାମ ଆପଣଙ୍କ ମୁହଁରୁ ମନ୍ଦିର ବିଷୟରେ କିଛି ଶୁଣିବାକୁ ଚାହୁଁଛୁ । ବିପଦରେ ମନ୍ଦିର ମାଳିନୀ ସହରର ବିକାଶ, ଏପରି ସଙ୍ଗୀନ ସମୟରେ କୁଆଡ଼େ ଗଲେ ଅପରାଜିତା ?

https://twitter.com/SahilRa54494776/status/1359429347996823553

ଅର୍ଜିତ ଭଟ୍ଟ ନାମକ ୟୁଜର୍ ଲେଖିଛନ୍ତି- ଅପରାଜିତା କୁହନ୍ତୁ ।

https://twitter.com/BhattArijit/status/1359424812817481732

ବିଶାଲ ନାମକ ୟୁଜର ଲେଖିଛନ୍ତି- ଅପରାଜିତା ଭୁବନେଶ୍ୱର ସହ ଛିଡ଼ା ହୁଅନ୍ତୁ ।

https://twitter.com/Vishal28333423/status/1359420158469570560

ଅପରାଜିତାଙ୍କ ନୀରବତାକୁ ନେଇ ସୋସିଆଲ୍ ମିଡିଆ ହୁଲସ୍ତୁଲ୍ ହେଉଥିବା ବେଳେ କେବେ ଭାଙ୍ଗୁଛି ଅପରାଜିତାଙ୍କ ନିଦ, ତାହା ଦେଖିବାର କଥା ।

ଆସୁଛି ‘ସନ୍ଦେଶ’,ହ୍ୱାଟସଆପକୁ ଟକ୍କର ଦେବ ଦେଶୀ ଆପ୍

ନୂଆଦିଲ୍ଲୀ: ଖୁବଶୀଘ୍ର ଆସୁଛି ହ୍ୱାଟ୍ସଆପ୍ ମେସେଜିଂ ଆପର ଏକ ନୂଆ ବିକଳ୍ପ ‘ସନ୍ଦେଶ’। ଏହା ସମ୍ପୂର୍ଣ ରୂପେ ଭାରତ ନିର୍ମିତ ଆପ୍ । ସୂଚନା ମୁତାବକ, ସରକାରୀ କର୍ମଚାରୀଙ୍କ ଦ୍ୱାରା ଏହାର ପରୀକ୍ଷା ଆରମ୍ଭ ହୋଇଯାଇଛି। ‘ସନ୍ଦେଶ’ ହେଉଛି ଏକ ହିନ୍ଦୀ ଶବ୍ଦ ଯାହାର ଅର୍ଥ ହେଉଛି ‘ବାର୍ତ୍ତା’। ଏଥିରେ ଆପଣ,  ଚ୍ୟାଟ୍, ଅଡିଓ ଚ୍ୟାଟ୍ ସହ ଅଡିଓ-ଭିଡିଓ କଲ୍ ବି କରିପାରିବେ।

ଗତ ବର୍ଷ ଭାରତ ସରକାର ଏହି ଆପ୍ ପ୍ରସ୍ତୁତ କରିବାକୁ କହିଥିଲେ । ବର୍ତ୍ତମାନ ଏବା ଟେଷ୍ଟିଂ ଫେଜ୍ ରେ ରହିଛି ଏବଂ ପ୍ରାୟ ପ୍ରସ୍ତୁତ ଅଛି। ସୂଚନା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କେବଳ ସରକାରୀ କର୍ମଚାରୀମାନେ ବ୍ୟବହାର କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ସମସ୍ତଙ୍କ ପାଇଁ ଲଞ୍ଚ କରାଯିବ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏକ ଶାଖା ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ଏହି ଆପକୁ ନିୟନ୍ତ୍ରଣ କରିଥାଏ । ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମ ପାଇଁ ଉପଲବ୍ଧ କରାଯାଇଛି। ଯଦି ଉପଭୋକ୍ତାମାନେ LDAP ସାଇନ୍-ଇନ୍, OTP ସାଇନ୍-ଇନ୍ ଏବଂ ସନ୍ଦେଶ ୱେବ୍ ମାଧ୍ୟମରେ ଆପ୍ ସାଇନ୍ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ଏକ ପପ୍-ଅପ୍  ନୋଟିଫିକେଶନ ଆସିବ। ଯେଉଁଥିରେ ଲେଖାଥିବ, ‘This authentication method is applicable for authorized government officials’।
ସୂଚନାଯୋଗ୍ୟ, ଗତମାସରେ ଭାରତ ସରକାର ହ୍ୱାଟ୍ସଆପକୁ ନିଜର ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଆଣିବାକୁ କହିଥିଲେ। ଏହା ଭାରତୀୟ ହ୍ୱାତ୍ସଆପ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି କରାଯାଇଥିଲା। କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ଗୋପନୀୟତା ନୀତି ସମ୍ବନ୍ଧରେ ହ୍ୱାଟ୍ସଆପରଭାରତୀୟ ଏବଂ ୟୁରୋପୀୟ ବ୍ୟବହାରକାରୀଙ୍କ ପ୍ରତି ଭିନ୍ନ ବ୍ୟବହାର ଏକ ବଡ଼  ଚିନ୍ତାର ବିଷୟ। ହ୍ୱାଟ୍ସଆପ୍ ଏହି ନୂଆ ପ୍ରାଇଭେସି ପଲିସି ଫେବୃଆରୀ ୮ରୁ କାର୍ଯ୍ୟକାରୀ କରିବାକୁ କହିଥିଲା, କିନ୍ତୁ ପରେ ଏହାକୁ ମେ ୧୫ ପ୍ୟନ୍ତୁ ଘୁଞ୍ଚାଇଦେଲା । ଅନ୍ୟପଟେ ହ୍ୱାଟ୍ସଆପ୍ ସ୍ପଷ୍ଟ କରିଦେଇଛି ଯେ ଫେସବୁକ୍, ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଜିନିଷ ଦେଖିପାରିବ ନାହିଁ । ସେମାନଙ୍କ ସମସ୍ତ ଡାଟା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନରେ ସୁରକ୍ଷିତ ଅଛନ୍ତି।

 

 

ଆସାମରେ ୨, ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ

ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଯୋଜନା ପ୍ରସ୍ତୁତ କରୁଛି । ସୂଚନା ଅନୁସାରେ ଆସାମରେ ୨ଟି ପର୍ଯ୍ୟାୟରେ ଭୋଟ୍ ହେବ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ସେଠାକାର ଭୋଟର ସରକାର ବାଛିବେ । ୫ ରାଜ୍ୟରେ ଭୋଟ୍ ହେବାକୁ ଥିବା ବେଳେ ତିନୋଟି ରାଜ୍ୟରେ ଗୋଟିଏ ଦିନରେ ଭୋଟ୍ ସାରିବାକୁ କମିଶନଙ୍କ ଯୋଜନା ରହିଛି । ଅନ୍ୟପକ୍ଷରେ ୨ଟି ରାଜ୍ୟରେ ଦୁଇରୁ ତିନି ପର୍ଯ୍ୟାୟରେ ଭୋଟ ହୋଇପାରେ । ସେହିଭଳି ପଶ୍ଚିମ ବଙ୍ଗରେ ୬ରୁ ୮ ପର୍ଯ୍ୟାୟରେ ଭୋଟ୍ ହେବାର ସମ୍ଭାବନା ରହିଛି ।

କମିଶନ ତାମିଲନାଡୁ ଓ ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ଭୋଟ କରିବା ଉପରେ ବିଚାର କରୁଛନ୍ତି । ସେହିଭଳି ପ.ବଙ୍ଗରେ ୭ରୁ ୮ ଫେଜ୍ କିମ୍ବା ୫ରୁ ୬ ପର୍ଯ୍ୟାୟରେ ଭୋଟ୍ ହୋଇପାରେ ।

୫ ରାଜ୍ୟରେ କେବେ ଭୋଟ ହେବ ସେନେଇ କମିଶନ ଫେବୃଆରୀ ୧୫ ପରେ କମିଶନ ଘୋଷଣା କରିପାରନ୍ତି ।
ନିର୍ବାଚନ କମିଶନଙ୍କ ଅନୁସାରେ ତାମିଲନାଡୁରେ ମେ ୨୪,ପ.ବଙ୍ଗରେ ମେ ୩୦,ଆସାମରେ ମେ ୩୧,ପୁଡୁଚେରିରେ ଜୁନ୍ ୮ ଓ କେରଳରେ ଜୁନ୍ ୧ ତାରିଖ ଦିନ ସରକାରଙ୍କ କାର୍ଯ୍ୟକାଳ ସରୁଛି । ତାମିଲନାଡୁରେ ଇ.ପଲାନିସ୍ୱାମୀଙ୍କ ଏଆଇଏଡିଏମକେ ସରକାର ଶାସନରେ ଥିବା ବେଳେ ଆସାମରେ ବିଜେପି ଓ ପଶ୍ଚିମବଙ୍ଗରେ ଟିଏମସିର ସରକାର ରହିଛି ।

ଭୁବନେଶ୍ୱର ସାଂସଦଙ୍କୁ ବଡ଼ୁ ନିଯୋଗର ବିରୋଧ,ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ ନକରାଇଦେବାକୁ ଚେତାବନୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ସାଂସଦଙ୍କ ନୀରବତାକୁ ମନ୍ତ୍ରୀଙ୍କ ସମାଲୋଚନା। ସମାଲୋଚନା କଲେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ଟ୍ୱିଟ ଯୋଗେ ସମାଲୋଚନା କରି ଅଶୋକ କହିଛନ୍ତି ଯେ, ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରବାସୀ କେବେ କ୍ଷମା ଦେବେନି। ସୂଚନା ଅନୁସାରେ ଏନଏମଏ ପ୍ରସ୍ତାବିତ ବାଇ ଲରୁ ଯଦିଓ ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗ ପ୍ରତ୍ୟାହୃତ ହୋଇଛି କିନ୍ତୁ ଭୁବନେଶ୍ୱରର ବ୍ରହ୍ମେଶ୍ୱରପାଟଣା ଓ ଅନନ୍ତବାସୁଦେବ ମନ୍ଦିର ଏଥିରେ ରହିଛି। ତେଣୁ ଏହା କାର୍ଯ୍ୟକାରୀ ହେଲେ ଏକାମ୍ର କ୍ଷେତ୍ରରେ ବିକାଶ ବାଧାପ୍ରାପ୍ତ ହେବ।

ସେପଟେ ଏକାମ୍ର କ୍ଷେତ୍ର ବିକାଶରେ କେନ୍ଦ୍ର ବାଧକ ସାଜିଛି। ସେବାୟତଙ୍କୁ ଦୁଇ ଭାଗ କରିବା ପାଇଁ ହୀନ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ଲିଙ୍ଗରାଜ ସେନା। ସ୍ଥାନୀୟ ସାଂସଦ ନିରବଦ୍ରଷ୍ଟା ସାଜି ମଜା ଦେଖୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅପରାଜିତା ଷଡଙ୍ଗୀ ଥରୁଟିଏ ସେବାୟତଙ୍କ ସହ କଥା ହୋଇନାହାନ୍ତି। ଏକାମ୍ର କ୍ଷେତ୍ରବାସୀ ସାଂସଦଙ୍କୁ କ୍ଷମା ଦେବେନି ବୋଲି କହିଛନ୍ତି ଲିଙ୍ଗରାଜ ସେନା ମୁଖ୍ୟ ରାଜେନ୍ଦ୍ର ସମର୍ଥା। ସାଂସଦଙ୍କୁ ବଡୁ ନିଯୋଗ ପକ୍ଷରୁ ମଧ୍ୟ ଘୋର ବିରୋଧ କରାଯାଇଛି। ଆଗାମୀ ଦିନରେ ମନ୍ଦିର ଭିତରକୁ ପ୍ରବେଶ କରାଇ ନଦେବାକୁ ଧମକ ଦେଇଛି ବଡ଼ୁ ନିଯୋଗ।

ଟାଗୋରଙ୍କ ଚୌକିରେ କିଏ ବସିଥିଲେ? ସଂସଦରେ ଉତ୍ତର ରଖିଲେ ଅମିତ ଶାହ

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶାନ୍ତି ନିକେତନରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଚେୟାରରେ ବସିଥିବାର ଅଭିଯୋଗ ହୋଇଛି। ଆଜି ଶାହା ସଂସଦରେ ପ୍ରମାଣ ସହ ଏହାର ଜବାବ ଦେଇଛନ୍ତି। ଗୃହମନ୍ତ୍ରୀ ସଂସଦରେ ଫଟୋ ଦେଖାଇ କହିଛନ୍ତି ଯେ ସେ ସେହି ଚେୟାରରେ ବସି ନାହାଁନ୍ତି ବରଂ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ପରେ ରାଜୀବ ଗାନ୍ଧୀ ଏହି ଚେୟାରରେ ବସିଥିଲେ।

ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସଂସଦରେ କିଛି କଥା କହିବା ପୂର୍ବରୁ ପ୍ରଥମେ ଏହାର ତଥ୍ୟଗୁଡ଼ିକୁ ଯାଞ୍ଚ କରାଯାବା ଉଚିତ୍। କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯଦି ଆମେ କୌଣସି କଥାକୁ ସୋସିଆଲ ମିଡିଆରୁ ଉଠାଇ ଏଠାରେ ରଖିବା ତେବେ ଏହା ଗୃହର ସମ୍ମାନକୁ କ୍ଷୁର୍ଣ୍ଣ କରିଥାଏ।

ଶାହା କହିଛନ୍ତି,’ଦଳର ଫୃଷ୍ଠଭୂମିକୁ ଦେଖି କୁହାଯାଇପାରେ ଯେ ତାଙ୍କର ବୁଝିବା ଭୁଲ ହୋଇଛି। କିନ୍ତୁ ମୁଁ ଅନୁରୋଧ କରୁଛି ଯେ ରେକର୍ଡ ସ୍ପଷ୍ଟ କରାଯାଉ ଏବଂ ଏହି ପ୍ରମାଣକୁ ସଂସଦରେ ରେକର୍ଡ଼ ଭାବେ ରଖାଯାଉ।’

ସୂଚନାଯୋଗ୍ୟ, ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେ ସାନ୍ତିନିକେତନ ଗସ୍ତ ସମୟରେ ଅମିତ ଶାହା ଟାଗୋରଙ୍କ ଚେୟାରରେ ବସିଥିଲେ। କେବଳ କଂଗ୍ରେସ ନୁହେଁ, ଟିଏମସି ନେତାମାନେ ମଧ୍ୟ ଏ ନେଇ ଅଭିଯୋଗ ଆଣିଥିଲେ। ସେଠାରେ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଥିଲା। ଗତକାଲି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ମଧ୍ୟ ଏଭଳି ଅଭିଯୋଗ ଆଣିଥିଲେ। ଆଜି ଲୋକସଭାରେ ଶାହା ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି।

କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ : କରୋନା ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ନେଇ ବେଶ୍‌ କିଛି ହୋହଲ୍ଲା ହୋଇଥିଲା । ଲକଡାଉନ୍ କାଳରେ କେତେ ଶ୍ରମିକ ନିଜ କର୍ମସଂସ୍ଥାନ ଛାଡି ଗାଁକୁ ପଳାୟନ କରିଥିଲେ ତା’ ଉପରେ ବୁଧବାର ଦିନ କେନ୍ଦ୍ର ସରକାର ସଂସଦରେ ଉତ୍ତର ରଖିଛନ୍ତି । କରୋନା ଲକଡାଉନ୍ କାଳରେ ୧ କୋଟି ପ୍ରବାସୀ ଶ୍ରମିକ ଘରକୁ ଫେରିଥିଲେ । ସରକାରଙ୍କ ଏହି ଉତ୍ତରକୁ ନେଇ ସଂସଦରେ ବିରୋଧୀ ଦଳ ବେଶ୍‌ ହଙ୍ଗାମା କରିଛନ୍ତି ।

ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ଏହି ପ୍ରସଙ୍ଗ ଉଠାଇଥିଲେ । କରୋନା ସମୟରେ ଅସଂଗଠିତ କ୍ଷେତ୍ରର କେତେ ଶ୍ରମିକ ପଳାୟନ କରିଥିଲେ ଓ ରୋଜଗାର ହରାଇଥିଲେ ତାକୁ ନେଇ ସରକାରଙ୍କ ପାଖରେ କିଛି ତଥ୍ୟ ଅଛି କି ବୋଲି ଯାଦବ ପ୍ରଶ୍ନ ଉଠାଇଥିଲେ । ଯାଦବଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରମ ମନ୍ତ୍ରୀ ସନ୍ତୋଷ ଗାଙ୍ଗୱାର କହିଥିଲେ ଯେ, ବାସ୍ତବରେ ଏହା ଚିନ୍ତାଜନକ ବିଷୟ । କରୋନା ଲକଡାଉନ କାଳରେ କର୍ମସଂସ୍ଥାନ ଥିବା ରାଜ୍ୟରୁ ନିଜ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ସଂଖ୍ୟା ଏକ କୋଟି ଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ନିଜ କର୍ମସ୍ଥଳୀକୁ ଫେରି ଯାଇଛନ୍ତି ।

ତେବେ ସରକାରଙ୍କ ଉତ୍ତର ବିରୋଧୀ ଦଳଙ୍କ ସନ୍ତୁଷ୍ଟ କରି ପାରିନଥିଲା । ସୂଚନାଯୋଗ୍ୟ ଯେ, କରୋନା କାଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ଗମନାଗମନ ସୁବିଧା ଅଭାବରୁ ପାଦରେ ଚାଲି ନିଜ ଘରକୁ ଫେରିଥିଲେ । ପରେ ସରକାର ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇଥିଲେ । ତେବେ ବିନା ଯୋଜନାରେ ଲକଡାଉନ୍ ଲଗାଇଥିବାରୁ ଶ୍ରମିକ ସର୍ବାଧିକ ପ୍ରଭାବିତ ହୋଇଥିଲେ ବୋଲି କେନ୍ଦ୍ର ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ପୋଲିସ ହାତରେ ଲାଗିଲା ଝରାଫୁଲର ଭିସେରା ରିପୋର୍ଟ, ଜଲଦି ଉଠିବ ରହସ୍ୟର ପରଦା

0

ଯାଜପୁର: ଖୁବଶୀଘ୍ର ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୋଲିସ ହାତରେ ଲାଗିଲା ଭିସେରା ରିପୋର୍ଟ। ଭିସେରା ରିପୋର୍ଟକୁ ତର୍ଜମା କରୁଛି ଯାଜପୁର ପୋଲିସ। ତର୍ଜମା ପରେ ବାହାରିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟ ମୃତ୍ୟୁ ରହସ୍ୟ। ପୋଲିସ ଏନେଇ ଅଧିକ ସୂଚନା ଆଜି ସନ୍ଧ୍ୟାରେ ପ୍ରେସମିଟ କରି ଦେବ। ଏହା ପୂର୍ବରୁ ଝରାଫୁଲର ମୃତ୍ୟୁ ନେଇ ଅନେକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା।

ଶ୍ୱାସ ରୁଦ୍ଧ କାରଣରୁ ଏବଂ ଖାଦ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିବା ପୂର୍ବରୁ ଖବର ମିଳୁଥିଲା। କିନ୍ତୁ ଏବେ ଭିସେରା ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ କଣ ରହିଥିଲା। ଏହାପରେ ବାସ୍ତବରେ ସତ ହୋଇଯିବ ଏହି ସବୁ ଗୁଜବ ଗୁଡ଼ିଗରେ କେତେ ସତ୍ୟତା ରହିଛି ନା ଏହାର ପଛରେ ଆଉ କିଏ ରହିଛନ୍ତି ।

Uttarakhand Flash Flood:୧୯୬୫ରେ ହଜିଯାଇଥିଲା ରେଡିଓ ଆକ୍ଟିଭ୍ ଡିଭାଇସ,ବିକିରଣ ପାଇଁ ପ୍ରଳୟ ଆଶଙ୍କା

ଚମୋଲି: CIAର ରେଡିଓ ଆକ୍ଟିଭ୍ ଡିଭାଇସ୍ ପାଇଁ ପାହାଡରେ ଆସିଲା ପ୍ରଳୟ ? ଉତ୍ତରାଖଣ୍ଡରେ ଆସିଥିବା ଜଳ ପ୍ରଳୟ ପରେ ଏବେ ଏହି ପ୍ରଶ୍ନ ଉଠିବାରେ ଲାଗିଛି । ଉତ୍ତରାଖଣ୍ଡରେ ଚମୋଲି ଜିଲ୍ଲାର ତପୋବନ ଅଞ୍ଚଳର ପଡୁଥିବା ରୈନି ଗାଁ ଏବେ ବି ଆତଙ୍କ ଭିତରେ। ଗାଁ ଲୋକଙ୍କ ଆଶଙ୍କାର କାରଣ ଆମେରିକା ସହ ଜଡିତ। ୧୯୬୫ ମସିହାରେ ଶିତଳଯୁଦ୍ଧ ଚରମରେ ଥିବା ବେଳେ ଆମେରିକା ଚୀନ୍ ଉପରେ ନଜର ରଖିବାକୁ ଭାରତର ସାହାଯ୍ୟ ନେଇଥିଲା । ଆମେରିକା ଗୁଇନ୍ଦା ଏଜେନ୍ସୀ ସିଆଇଏ,ଭାରତୀୟ ଗୁଇନ୍ଦା ଏଜେନ୍ସୀ ଆଇବି-ଇଣ୍ଟେଲିଜେନ୍ସ ଏଜେନ୍ସି ସହିତ ମିଶି ଏକ ଗୁପ୍ତ ମିଶନ ଆରମ୍ଭ କରିଥିଲା। ଏହି ମିଶନର କେନ୍ଦ୍ରରେ ଥିଲା ନନ୍ଦାଦେବୀ ପାହାଡ଼। ନନ୍ଦାଦେବୀ ହିମାଳୟର ଅନ୍ୟତମ ଉଚ୍ଚତମ ଶୃଙ୍ଘ ଭାବେ ପରିଚିତ।
୧୯୬୫ ମସିହାରେ ସିଆଇଏ ଓ ଆଇବି ଏକାଠି ନନ୍ଦାଦେବୀରେ ଚୀନ୍ ଉପରେ ନଜର ରଖିବାକୁ ଏକ ସର୍ଭିଲାନ୍ସ ଇକ୍ୟୁପମେଣ୍ଟ୍ ଲଗାଇବା ଯୋଜନା କରିଥିଲେ। ଏଥିପାଇଁ ଉଭୟ ଏଜେନ୍ସୀର ଗୁଇନ୍ଦା ଓ ବୈଶୟିକ ବିଶେଷଜ୍ଞ ନନ୍ଦାଦେବୀକୁ ଯାଇଥିଲେ। ଏହି ସର୍ଭିଲାନ୍ସ ଇକ୍ୟୁପମେଣ୍ଟକୁ ଶକ୍ତି ଯୋଗାଇବା ପାଇଁ ଏଥିରେ ଏକ ପରମାଣୁ ଡିଭାଇସ ଲଗାଯିବାର ଥିଲା। କିନ୍ତୁ ଅଭିଯାନ ଆରମ୍ଭ କାଳରେ ହିଁ ଟିମ୍ ବରଫ ଝଡରେ ଫସିଯାଇଥିଲା।

୧୦୦ ବର୍ଷ ପର୍ଯ୍ୟନ୍ତ ସକ୍ରୀୟ ରୁହେ ରେଡିଓ ଆକ୍ଟିଭ୍ ଡିଭାଇସ୍
୧୯୬୫ରେ ଟିମ୍ ନନ୍ଦାଦେବୀ ଆରୋହଣ ଆରମ୍ଭ କରିଥିଲା । କିନ୍ତୁ ଅଭିଯାନ ସମୟରେ ଆସିଥିଲା ବରଫ ଝଡ । ବରଫ ଝଡ଼ରେ ଫସି ଆଗକୁ ବଢିବା ଅସମ୍ଭବ ଥିଲା । ତେଣୁ ଟିମ୍ ସମସ୍ତ ଯନ୍ତ୍ରପାତିକୁ ପାହାଡର ଘାଟିରେ ଛାଡି ତଳକୁ ଓହ୍ଲାଇ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ପୁଣିଥରେ ଅଭିଯାନ ଆରମ୍ଭ ହୋଇଥିଲା । ଟିମ୍ ଡିଭାଇସକୁ ଖୋଜିବା ଆରମ୍ଭ କରିଥିଲା କିନ୍ତୁ ସେମାନଙ୍କୁ ସେହି ଡିଭାଇସ୍ ମିଳିନଥିଲା । ବୈଜ୍ଞାନିକଙ୍କ ଅନୁସାରେ ରେଡିଓ ଆକ୍ଟିଭ୍ ଡିଭାଇସ ୧୦୦ ବର୍ଷ ପର୍ଯ୍ୟନ୍ତ ସକ୍ରୀୟ ରହିଥାଏ । ଏବେ ଆଶଙ୍କା କରାଯାଉଛି ଯେ, ଏହି ରେଡିଓ ଆକ୍ଟିଭ୍ ଡିଭାଇସର ବିଘଟନ କାରଣରୁ ତାପମାତ୍ରା ବୃଦ୍ଧି ପାଇଥିବ । ଯାହାଫଳରେ ବରଫ ତରଳି ହିମସ୍ଖଳନ ହୋଇଥିଲା ।
ବନ୍ୟା ସମୟରେ ଆସୁଥିଲା ତୀବ୍ର ଗନ୍ଧ
୧୯୬୫ ମସିହାରେ ଯେଉଁ ଟିମ୍ ନନ୍ଦାଦେବୀକୁ ଯାଇଥିଲା ସେହି ଟିମ୍ ସହିତ କିଛି ସ୍ଥାନୀୟ ବାସିନ୍ଦା କୁଲି ହିସାବରେ ଯାଇଥିଲେ । ଏବେ ସ୍ଥାନୀୟ ବାସିନ୍ଦା ଆଶଙ୍କା କରୁଛନ୍ତି ଯେ, ହଜିଯାଇଥିବା ରେଡିଓ ଆକ୍ଟିଭ୍ ଡିଭାଇସ କାରଣରୁ ହିମସ୍ଖଳନ ହୋଇଛି । ପ୍ରଳୟ ଆସିଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ହେଉଛି,ରବିବାର ଦିନ ଅଚାନକ ବନ୍ୟା ଆସିବା ବେଳେ ତୀବ୍ର ଗନ୍ଧ ଆସିଥିଲା । ଲୋକ ନିଶ୍ୱାସ ନେଇ ପାରିନଥିଲେ । କେବଳ ଯଦି ଖାଲି ବରଫ ତରଳିଥାନ୍ତା ତେବେ ଏମିତି ଗନ୍ଧ ଆସିନଥାନ୍ତା ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଦାବି ।
ସ୍ଥାନୀୟ ବାସିନ୍ଦା ଏହି ଜଳ ପ୍ରଳୟ ପାଇଁ ସେହି ଡିଭାଇସକୁ ଦାୟୀ କରି କହୁଛନ୍ତି ଯେ, ଦିନେ ଆମେ ସମସ୍ତେ ମରିବୁ। ରେଡିଓ ଡିଭାଇସ ପାଇଁ ହିମସ୍ଖଳନ ଆସିଲା କି ନାହିଁ ତାହା ଅଲଗା କଥା କିନ୍ତୁ ଏହା ମଧ୍ୟ ସାଂଘାତିକ ତଥ୍ୟ ଯେ, ଗୋଟିଏ ସକ୍ରୀୟ ରେଡିଓ ଆକ୍ଟିଭ୍ ଡିଭାଇସ୍ ଏବେ ମଧ୍ୟ ହିମାଳୟ କୋଳରେ କେଉଁଠି ଲୁଚି ରହିଛି।

ପଞ୍ଚାୟତ ନିର୍ବାଚନ ତଦାରଖ ପାଇଁ ପହଞ୍ଚିଲେ ଆନ୍ଧ୍ରର ପ୍ରଶାସନି ଅଧିକାରୀ

କୋଟିଆରେ ଆନ୍ଧ୍ର କରୁଛି ପଞ୍ଚାୟତ ନିର୍ବାଚନ। ଏନେଇ କୋଟିଆରେ ପହଞ୍ଚିଛି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। କୋଟିଆରେ କିପରି ସୁରୁଖୁରୁରେ ନିର୍ବାଚନ କରାଇବେ ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି ଆନ୍ଧ୍ର। ଏହି ଟିମରେ ପାର୍ବତୀପୁରମ ସବ ଡିଭିଜନର ଉପଜିଲ୍ଲାପାଳ ଭି.ଧେ.କାରେ ଓ ସାଲୁର ମଣ୍ଡଳ ତହସିଲଦାର ଶ୍ରୀନିବାସ ରାଓ ପ୍ରମୁଖ ରହିଛନ୍ତି। କୋଟିଆର ୨୧ଟି ଗାଁ ଓ ୭ଟି ହାମଲେଟକୁ ମିଶାଇ ୩ ଟି ପଞ୍ଚାୟତ ବି କରିଛି। ଏଗୁଡିକ ହେଲା ଗଞ୍ଜେଇ ପଦର, ଫଗୁଣସିନେରୀ ଓ ପାଟୁସିନେରୀ। ଓଡିଶାର ଏହି ଗାଁ ଗୁଡିକର ନାଁ ବି ପରିବର୍ତ୍ତନ କରିଛି ଆନ୍ଧ୍ର। ଗଂଜେଇ ପଦର ଓ ଫଗୁଣସିନେରୀରେ ଜଣେ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାରୁ ଏମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସେପଟେ ପାଟୁସିନେରୀରେ ଦୁଇ ଜଣ ପ୍ରାର୍ଥୀ ଥିବାରୁ ଏଠାରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ କରିବ ଆନ୍ଧ୍ର।

Trump Impeachment : ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ଦ୍ୱିତୀୟଥର ପାଇଁ ଆରମ୍ଭ ହେଲା ଶୁଣାଣି

ୱାଶିଂଟନ୍: ଆମେରିକାର ପୂର୍ବତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ଟ୍ରମ୍ପଙ୍କ ବିରୋଧରେ ଜାନୁଆରୀ ୬ରେ ହୋଇଥିବା ଆମେରିକା ସଂସଦ ଦଙ୍ଗାକୁ ଉସକେଇବା ମହାଭିଯୋଗର ଦ୍ୱିତୀୟ ଥର ଲାଗି ସିନେଟ୍ ରେ ଶୁଣାଣି ଆରମ୍ଭ ହୋଇଛି।

୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ହରାଇ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍ ନିର୍ବାଚନ ଜିତିଥିଲେ। ହେଲେ ନିର୍ବାଚନ ଫଳାଫଳକୁ ସ୍ୱୀକାର କରି ନ ପାରି ଗତ ଜାନୁଆରୀ ୬ ତାରିଖରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂରେ ହିଂସା ଘଟାଇଥିଲେ। ଏଥିରେ ୫ ଜଣଙ୍କ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ। ସମର୍ଥକଙ୍କୁ ହିଂସା ପାଇଁ ଉସୁକାଇଥିବା ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା।

ସେପଟେ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ପାଇଁ ଆସିଥିବା ମହାଭିଯୋଗ ପ୍ରସ୍ତାବ ସାମ୍ବିଧାନିକ ବୋଲି କହିଛି ସିନେଟ୍। ସୂଚନାଯୋଗ୍ୟ, ଜାନୁଆରୀ ୨୦ରୁ ଟ୍ରମ୍ପ ଫ୍ଲୋରିଡାରେ ଅଛନ୍ତି।