spot_img
Home Blog Page 6002

୫୦୦ ବିବାଦୀୟ ଆକାଉଣ୍ଟ ବନ୍ଦ କଲା ଟୁଇଟର

ନୂଆଦିଲ୍ଲୀ: ୫୦୦ ବିବାଦୀୟ ଆକାଉଣ୍ଟ ବନ୍ଦ କଲା ଟୁଇଟର। ହଟିଲା ଆପତ୍ତିଜନକ ହାସ୍ଟାଗ୍। କେତେକ ଆକାଉଣ୍ଟରୁ କରାଯାଉଥିବା ବିବାଦୀୟ ପୋଷ୍ଟ ନେଇ ଭାରତ ସରକାର ଟୁଇଟରକୁ ଜବାବ ମାଗିଥିଲେ । ଯାହା ଉତ୍ତରରେ ୫୦୦ ଆକାଉଣ୍ଟ ବନ୍ଦ କରିବା ସହ ବିବାଦ ସୃଷ୍ଟିକାରୀ ହାସ୍ଟାଗ୍ ହଟାଇ ଦିଆଯାଇଥିବା କହିଛି ଟୁଇଟର । ଭାରତ ସରକାରଙ୍କ ଆପତ୍ତି ପରେ କେତେକ ଆକାଉଣ୍ଟକୁ ବନ୍ଦ କରାଯିବା ସହ ହାସ୍ଟାଗ୍ ହଟାଯାଇଥିଲା ।

ହେଲେ ଯାଞ୍ଚ ପରେ ଏହାର କଣ୍ଟେଣ୍ଟ ଭାରତୀୟ ଆଇନ ମୁତାବକ ହୋଇଥିବାରୁ ପରେ ସେଗୁଡ଼ିକ ରିଷ୍ଟୋର କରି ଦିଆଯାଇଛି ବୋଲି ଟୁଇଟର ପକ୍ଷରୁ କୁହାଯାଇଛି । ଜାନୁୟାରୀ ୨୬ ଲାଲ୍ କିଲ୍ଲାରେ ପରେ ଆଇନ ଉଲ୍ଲଂଘନ କରି ପରିସ୍ଥିତିକୁ ବିଗାଡ଼ିବା ଭଳି ଟୁଇଟ୍ କରୁଥିବା ଆକାଉଣ୍ଟଗୁଡ଼ିକ ଉପରେ ଟୁଇଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ କୌଣସି ମିଡିଆ ହାଉସ୍, ସାମ୍ବାଦିକ କିମ୍ବା କୌଣସି ଆକ୍ଟିଭିଷ୍ଟଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇନି ବୋଲି ଟୁଇଟର ସ୍ପଷ୍ଟ କରିଛି ।

OLX ରେ ଓ୍ୱାସିଂ ମେସିନ୍‌ ବିକ୍ରି ପାଇଁ ଆଡ୍‌ ଦେଇଥିଲେ,ଖାତାରୁ ଉଡିଗଲା ୧୯ ହଜାର

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାକୁ ଲାଗିଛି ସାଇବର ଚୋରଙ୍କର ପ୍ରଦୁର୍ଭାବ। ସାଇବର ଠକଙ୍କ କ୍ଷେତ୍ରରେ ଯେତେ ଦୃଢ଼ ଆଇନ ହେଲେ ମଧ୍ୟ ଭୟ କରୁନାହାନ୍ତି ଚୋର। କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ନିରୀହ ଲୋକଙ୍କୁ ଠକାମିର ଶିକାର। ଏବେ ଆଉ ଜଣେ ମହିଳା ଠକାଇର ଶିକାର ହୋଇଛନ୍ତି। ସାଇବାର ଠକେଇର ଶିକାର ହେଲେ ଶିକ୍ଷୟତ୍ରୀ।

ହଜାରେ କି ଦୁଇ ହଜାର ନୁହେଁ, ଶିକ୍ଷୟତ୍ରୀଙ୍କ ଠାରୁ ଠକିନେଲେ ୧୯ ହଜାର ଟଙ୍କା। OLX ରେ ଓ୍ୱାସିଂ ମେସିନ ବିକ୍ରି କରିବାକୁ ଆଡ ଦେଇଥିଲେ ଶିକ୍ଷୟତ୍ରୀ। ସାଇବର ଠକ ଆଡ ଦେଖିବା ପରେ QR କୋଡ ପେ ଲିଙ୍କ୍‌ ପଠେଇ ସ୍କାନ କରିବା କୁ କହିଥିଲା। ସ୍କାନ କରିବା ପରେ ଦୁଇଟି କିସ୍ତି ରେ ଉଭାନ ହୋଇଗଲା ଟଙ୍କା। ଟଙ୍କା ଗାୟବ ପରେ ସାଇବର ଡେସ୍କର ଦ୍ୱାରସ୍ଥ ହୋଇଛନ୍ତି ଶିକ୍ଷୟତ୍ରୀ।

26th January Violence: ଲାଲ୍ କିଲ୍ଲାରେ ହିଂସା ଘଟଣାରେ ଇକବାଲ୍ ସିଂ ଗିରଫ୍, ଫେସବୁକ ଲାଇଭ କରି ଉସକାଉଥିଲେ

ନୂଆଦିଲ୍ଲୀ: ଲାଲ୍ କିଲ୍ଲାରେ ହିଂସା ଘଟଣାରେ ଆଉ ଜଣେ ଗିରଫ। ମୁଖ୍ୟ ଅଭିଯୁକ୍ତ ଦୀପ୍ ସିଦ୍ଧୁଙ୍କ ପରେ ଆଜି ଲୁଧିଆନାର ଇକବାଲ୍ ସିଂଙ୍କୁ ଦିଲ୍ଲୀ ପୋଲିସର ସ୍ପାଶାଲ ସେଲ୍ ଗିରଫ କରିଛି। ଇକବାଲଙ୍କ ନାଁରେ ୫୦ହଜାର ଟଙ୍କାର ପୁରସ୍କାର ରହିଥିଲା।

ସୂଚନା ଅନୁଯାୟୀ ପଞ୍ଜାବର ହୁସିୟାରପୁରରୁ ଇକବାଲଙ୍କୁ ଗିରଫ କରାଯାଇଛି। ଗଣତନ୍ତ୍ର ଦିବସରେ ଲାଲ୍ କିଲ୍ଲାରେ ହିଂସା ପାଇଁ ଇକବାଲ୍ ଲୋକମାନଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ଲାଲ୍ କିଲ୍ଲାରେ ହିଂସା ବେଳେ ସେ ଫେସବୁକ ଲାଇଭ୍ କରିବା ସହ ଲୋକମାନଙ୍କୁ ହିଂସା ପାଇଁ ଉସୁକାଉଥିଲେ। ଏହାସହ ଲାଲ୍ କିଲ୍ଲାରେ ‘ନିଶାନ ସାହିବ’ ଝଣ୍ଡା ଲଗାଇବାକୁ ମଧ୍ୟ ସେ ଆନ୍ଦୋଳନକାରୀଙ୍କୁ ଉସକାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଆକ୍ଟର ଦୀପ୍ ସିଦ୍ଧୁଙ୍କୁ ଗତକାଲି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଥିଲା । ୨୬ ଜାନୁୟାରୀ ପରଠାରୁ ଦୀପ୍ ଫେରାର ଥିଲେ। ତାଙ୍କ ନାମରେ ପଞ୍ଜାବ ପୋଲିସ  ୧ଲକ୍ଷ ଟଙ୍କାର ପୁରସ୍କାର ରାଶିବି ଘୋଷଣା କରିଥିଲା। ହେଲେ ପେସାଦାର ଅପରାଧୀ ଭଳି ପୋଲିସକୁ ଚକମା ଦେଇ ଫେରାର ରହୁଥିଲା ସିଦ୍ଧୁ। ହିଂସା ଘଟାଇବା ପରେ ୧୪ ଦିନ ଧରି ଫେରାର ରହିଥିଲା ଦୀପ ସିଦ୍ଧୁ।

 

ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ଟିକାକରଣ, ବାକି ରହିଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି। ଠିକ୍‌ ସମୟରେ ସରକାରଙ୍କର ଉନ୍ନତ ପଦକ୍ଷେପ ପାଇଁ ଆଜି ଓଡ଼ିଶା ସାରା ବିଶ୍ୱ ଆଗରେ ଚର୍ଚ୍ଚାର କେନ୍ଦ୍ରରେ ରହିଆସିଛି। ତେବେ ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ କରୋନା ଟୀକାକରଣ। ପ୍ରଥମ ପର୍ଯ୍ୟାୟରେ ଯେତିକି ଲୋକଙ୍କୁ ସରକାର ଟାର୍ଗେଟ କରିଥିଲେ ଟିକାରଣ ପାଇଁ ତାଠାରୁ ଅଧିକ ଲୋକ ଟିକା ନେଇଛନ୍ତି।

ସେପଟେ ରାଜ୍ୟରେ ଏବେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ। ଟିକାକରଣରେ ବାକି ରହିଯାଇଥିବା ବ୍ୟକ୍ତିଙ୍କୁ ଟିକା ଦେବାକୁ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି। ସେମାନେ ଘରୋଇ ହସ୍ପିଟାଲରେ ଯାଇ ଟିକା ନେଇପାରିବେ। ପୂର୍ବରୁ ଯେଉଁମାନେ ଟୀକା ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଓ ଲିଖିତ ଭାବେ ମଧ୍ୟ ଦେଇଥିଲେ ସେମାନଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧରି କହିଛନ୍ତି।

କାର୍ଯ୍ୟରେ ଅବହେଳା କାରଣରୁ ନିଲମ୍ବିତ ହେଲେ ASI

ପୁରୀ: କାର୍ଯ୍ୟରେ ଅବହେଳା କରୁଥିବା ପୋଲିସ କାର୍ମଚାରୀଙ୍କ ପାଇଁ ଆଉ ଏକ ଝଟକା। କାର୍ଯ୍ୟରେ ଅବହେଳା କଲେ ଆଉ ଚାକରୀରେ ସ୍ଥାନ ନାହିଁ। ପନିସମେଣ୍ଟରେ ମିଳିବ ନିଲମ୍ବନର ଉପହାର। ଯାହା ଏବେ ଜଣେ କାର୍ଯ୍ୟରତ ASIଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କାର୍ଯ୍ୟରେ ଅବହେଳା ପାଇଁ ଜଣେ ASIଙ୍କୁ ସସ୍ପେଣ୍ଡ କରାଯାଇଛି। ASIଙ୍କ ନାମ ହେଉଛି ଲକ୍ଷ୍ମଣ ସୋରେନ।

କାର୍ଯ୍ୟରେ ଅବହେଳା ପାଇଁ ପୁରୀ SP ତାଙ୍କୁ ସସ୍ପେଣ୍ଡ କରଛନ୍ତି। ତେବେ ASI ଜଣଙ୍କ ପୁରୀ ତାଳବଣିଆ ଥାନାରେ ପୋଷ୍ଟିଙ୍ଗ ହୋଇଥିଲା। ସୂଚନା ଅନୁଯାୟୀ ASI ଲକ୍ଷ୍ମଣ ସୋରେନ ପୁରୀ ଗ୍ରୀଡକୋ ଛକରେ ଡ୍ୟୁଟି କରୁଥିବା ସମୟରେ ଡ୍ୟୁଟି ଛାଡ଼ି ଅନ୍ୟତ୍ର ବୁଲୁଥିଲେ। ଏହି ଖବର SPଙ୍କ ପାଖରେ ପହଞ୍ଚିବା ପରେ SP ଖବର ସମ୍ପର୍କରେ ଅଧିକ ତଦନ୍ତ କରି ତାଙ୍କୁ ଆଜି ନିଲମ୍ବିତ କରିଛନ୍ତି।

ତେବେ କିଛିଦିନ ତଳେ କୃଷ୍ଣପ୍ରସାଦ ଥାନା ASI ଙ୍କୁ ଗିରଫ ସହ ନିଲମ୍ବନ କରାଯାଇଥିବା ବେଳେ ପୁରୀ ସଦର ଥାନା ର ଲେଡି SI ଅତସୀ ଜେନାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ତେବେ କ୍ରିମିନାଲ ହୁଅନ୍ତୁ ଅବା ପୋଲିସ ଯିଏ ଭୁଲ କରିବ ତାଙ୍କ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ଆପଣା ଯିବ ବୋଲି ପୁରୀ SP ପୂର୍ବରୁ ସୂଚନା ଦେଇଥିଲେ।

ଭୋରୁ ଭୋରୁ ଗାଡ଼ି ନେଇ ଯାଉଥିବା ବେଳେ ଦଳିଦେଲା ହାତୀ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ସାତକୋଶିଆ ଅଭୟାରଣ୍ୟର କରତପଟା ଫରେଷ୍ଟ ବିଟ ସମ୍ମୁଖରେ ଆଜି ଭୋରରେ ହାତୀ ଆକ୍ରମଣ କରିବାରୁ ଜଣେ ମୋଟରସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ବନ୍ତଳା ସୁନାଭୁଇଁ ଗାଁର ରମେଶ ସାହୁ। ସେ କରତପଟା ରୁ ବାଇକରେ ଫେରୁଥିବା ସମୟରେ ହାତୀ ସହିତ  ମୁହାଁମୁହିଁ ହୋଇଥିଲେ।

ଖବର ପାଇ ଗ୍ରାମବାସୀ ଓ ପରିବାର ଘଟଣା ସ୍ଥଳରେ ପହଞ୍ଚିବା ସହ ବନ ବିଭାଗକୁ ସୂଚନା ଦେଇଥିଲେ। ତେବେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହିଵା ପରେ ଅସ୍ୱାବଭିକ ପରିସ୍ଥିତି ସୃଷ୍ଟି ହୋଇଛି। ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଓ କ୍ଷତିପୂରଣ ଦାବି କରି ରାସ୍ତାରୋକ  କରିଛନ୍ତି ଲୋକ।

ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟାରେ ଉଜୁଡ଼ିଗଲା ସଂସାର, ଟନେଲରେ ଫସିଛନ୍ତି ୩୫ରୁ ଅଧିକ ଲୋକ

0

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଜଳ ପ୍ରଳୟକୁ ୭୨ ଘଣ୍ଟା। ଏବେ ବି ତପୋବନ ଟନେଲରେ ଫସିଛନ୍ତି ୩୫ରୁ ଅଧିକ ଲୋକ। ଉଦ୍ଧାର କାର୍ଯ୍ୟରେ ITBP, NDRF, SDRFର ୬୦୦ରୁ ଊର୍ଦ୍ଧ୍ୱ ଯବାନ ସାମିଲ ହୋଇଛନ୍ତି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ଲୋକମାନଙ୍କୁ ଖୋଜିବାକୁ ଏବେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଇଛି । ସେପଟେ ଅଳକନନ୍ଦା ଓ ଋଷିଗଙ୍ଗା ବନ୍ୟାରେ ପ୍ରଭାବିତ ଗ୍ରାମଗୁଡ଼ିକରେ ଖାଦ୍ୟ, ଔଷଧ ଆଦି ଜରୁରିକାଳୀନ ସୁବିଧା ପହଞ୍ଚାଉଛନ୍ତି ଯବାନ । ଉତ୍ତରାଖଣ୍ଡରେ ଜଳ ତାଣ୍ଡବ ଯୋଗୁ ଅନେକ ଜୀବନ ଯାଇଥିବା ବେଳେ ବହୁ ଧନସମ୍ପତ୍ତି ହାନି ଘଟିଛି । ଏବେ ସୁଦ୍ଧା ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୨ଶହ ଲୋକ ନିଖୋଜ ଅଛନ୍ତି । ଗ୍ଲାସିୟର ଫଟିବା ଯୋଗୁ ତପୋବନଠାରେ ଚାଲିଥିବା ହାଇଡ୍ରୋ ପ୍ରୋଜେକ୍ଟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ଶୁଣାଣି

ଆମେରିକାର ପୂର୍ବତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ଶୁଣାଣି ଆରମ୍ଭ। ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗର ଦ୍ୱିତୀୟ ଥର ଲାଗି ସିନେଟ୍ରେ ଶୁଣାଣି ଆରମ୍ଭ ହୋଇଛି। ୨୦୧୯-୨୦ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ହରାଇ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍ ନିର୍ବାଚନ ଜିତିଥିଲେ। ହେଲେ ନିର୍ବାଚନ ଫଳାଫଳକୁ ସ୍ୱୀକାର କରି ନ ପାରି ଗତ ଜାନୁଆରୀ ୬ ତାରିଖରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂରେ ହିଂସା ଘଟାଇଥିଲେ। ଏଥିରେ ଏକାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିଲେ। ସମର୍ଥକଙ୍କୁ ହିଂସା ପାଇଁ ଉସୁକାଇଥିବା ନେଇ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ସେପଟେ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ପାଇଁ ଆସିଥିବା ମହାଭିଯୋଗ ପ୍ରସ୍ତାବ ସାମ୍ବିଧାନିକ ବୋଲି କହିଛି ସିନେଟ୍।

୧୮୬କୋଟି ଟଙ୍କାର ଦୁଇଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ

ବାଲିଗୁଡ଼ା: ଗାଁଠୁ ସହର ସବୁଠି ଜାରି ରହିଛି ବିକାଶ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଜନ୍ମ ଠୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି । ପଛୁଆ ଅଞ୍ଚଳରେ କିଭଳି ଆହୁରି ଅଧିକ ବିକାଶ ହୋଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ।

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ଟିକାବାଲି ବ୍ଲକର ୩୨୯ଟି ଗ୍ରାମରେ ୧ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ପାଇଁ ଦୁଇଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୮୬କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୁଇଟି ବ୍ଲକର ୩୨୯ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ବିଧାୟକ ଓ ଜିଲ୍ଲା ବିଜେଡ଼ି ସଭାପତି ।

ହୋଟେଲ ମାଲିକଙ୍କୁ ଘର ସାମ୍ନାରେ ଦୁର୍ବୃତ୍ତଙ୍କ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରାଉରକେଲା: ଦୁର୍ବୃତ୍ତଙ୍କ ରକ୍ତାକ୍ତ ତାଣ୍ଡବ। ରାଉରକେଲା ସହରର ପ୍ଲାଣ୍ଟ ସାଇଟ ଥାନା ଡିଏଭି ଲେନ ଅଞ୍ଚଳରେ ହୋଟେଲ ମାଲିକ ତଥା ବ୍ୟବସାୟୀ ସଜନ ମିତ୍ତଲଙ୍କୁ ହତ୍ୟା ଅଭିଯୋଗ। ଗତକାଲି ବିଳମ୍ବିତ ରାତିରେ ହୋଟେଲ ମାଲିକ ନିଜ ଵାସଭବନକୁ ଯାଉଥିବା ବେଳେ କିଛି ଦୁର୍ବୃତ ବାରଣ୍ଡାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଵା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଲୁହା ରଡରେ ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କାରଯାଇଥିବା ସନ୍ଦେହ କରାଯାଉଛି। ପ୍ଲାଣ୍ଟ ସାଇଟ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।