spot_img
Home Blog Page 6007

କୋଷ୍ଟାଲ ହାଇୱେ ପ୍ରସଙ୍ଗ; ସନ୍ଦେହ ସତ ହୋଇଥିବା କହିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । ପ୍ରଶ୍ନର ଉତ୍ତର ଦେବା ସହ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନୀତିନ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସେ କହିଛନ୍ତି ମୁଁ ପ୍ରଥମରୁ ଯେଉଁ ସନ୍ଦେହ କରିଥିଲି ତାହା ଆଜି ସ୍ପଷ୍ଟ ହୋଇଛି । ୪୩୫ କିଲୋମିଟରର ଉପକୂଳ ହାଇୱେ ଗୋପାଳପୁର ଠାରୁ ଦିଘା ଯିବା କଥା ସେଥିରୁ ୫୦ କିଲୋମିଟର ହ୍ରାସ ପାଇ ୩୮୨ କିଲୋମିଟର ହୋଇଛି।

ପରିବେଶ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଏକ୍ସପର୍ଟ ଅପ୍ରାଇଜାଲ କମିଟିର ରିପୋର୍ଟ ଅନୁସାରେ ଏହି ନିଷ୍ପତି ହୋଇଛି। ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଏହା ଆରମ୍ଭ ହେବ। କୋଷ୍ଟାଲ ହାଇୱେ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରିବ । ରାଜ୍ୟର ପର୍ଯ୍ୟଟନ, ବ୍ୟବସାୟ, ବାଣିଜ୍ୟ ପାଇଁ ଅର୍ଥନୀତିରେ ବିରାଟ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ।

ସେହିପରି ଏହି ପ୍ରସଙ୍ଗରେ ରାଜନୀତିକରଣ କରାନଯାଉ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । ଦଳମତ ନିର୍ବିଶେଷରେ ଏନେଇ ଆଲୋଚନା କରି ସମ୍ମିଳିତ ସ୍ୱର ହେବା ଉଚିତ। ଯଦି ଏହି ଘଟଣାରେ ସଭିଏଁ ଏକଜୁଟ ନହୁଅନ୍ତି ଏବଂ ସମ୍ମୀଳିତ ସ୍ବର ପ୍ରକଟ ନକରନ୍ତି ତେବେ ଏହା ଓଡିଶାର ସ୍ବାର୍ଥ ବିରୋଧି ହେବ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । ସେପଟେ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ନିଜେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

BBC ସ୍ପୋର୍ଟସ ୱିମେନ୍ ପୁରସ୍କାର ପାଇଁ ଦୂତୀ ଚାନ୍ଦ ମନୋନୀତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ ପାଇବେ ଦୂତୀ । ଏନେଇ ୫ଜଣ ଖେଳାଳୀ ନୋମିନେଟ୍ ହୋଇଥିବା ବେଳେ ସେଥିରେ ଦୂତୀଙ୍କ ନାଁ ରହିଛି । ଏହି ସମ୍ମାନ ପାଇଁ ଓଡିଶାର ଦୂତୀ ଚାନ୍ଦ, ସୁଟର୍ ମନୁ ଭାକର, ହକି ଖେଳାଳି ରାନୀ ରାମପାଲ, ରେସଲର ବିନେଶ ଭୋଗାଟ୍ ଓ ଚେସ୍ ଖେଳାଳି କେନେରୁ ହମ୍ପି ନାମାଙ୍କିତ ହୋଇଛନ୍ତି ।

୨୦୨୦ରେ ଅଲିମ୍ପିକ୍ସ ସିଲଭର ମେଡାଲିଷ୍ଟ ପି.ଭି ସିନ୍ଧୁ ପାଇଥିଲେ ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ ଅଫ ଦ ଇୟରର ଖିତାବ୍ । ତେବେ ଭୋଟିଂ ଆଧାରରେ ମାର୍ଚ୍ଚ ୮ରେ ଏହି ପୁରସ୍କାର ଘୋଷଣା କରାଯିବ । ତେବେ ଦୂତୀ ବିବିସି ସ୍ପୋର୍ଟସଓମ୍ୟାନ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଦୂତୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରେରଣାର ଉତ୍ସ ହୋଇ ରହିବାକୁ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ଖେଳ ହେଲା କାଳ: ବ୍ରିଜରୁ ୭୦ ଫୁଟ ତଳକୁ ଡେଇଁ ୨ ଯୁବକ ମୃତ, ଦେଖନ୍ତୁ ଭିଡିଓ

କୋଲକାତା: ଖେଳ ହେଲା କାଳ । କୋଲକାତାର ହୁଗୁଳି ନଦୀରେ ମୃତ୍ୟୁର ଖେଳ । ହୁଗୁଳି ନଦୀର ସେତୁର ୭୦ ଫୁଟ ତଳକୁ ଡେଇଁ ୨ ଯୁବକ ମୃତ । ସୂଚନା ଅନୁସାରେ ୫ଜଣ ଯୁବକ କୋଲକାତା ଦ୍ଵିତୀୟ ହୁଗୁଳି ସେତୁ ନିକଟରେ ଖେଳ ଖେଳରେ ନଦୀକୁ ଡେଇଁବାକୁ କଥା ହୋଇଥିଲେ । ପରବର୍ତ୍ତୀ ସମୟରେ ୨ଜଣ ଜୀବନକୁ ପାଣି ଛଡ଼ାଇ ପାଣିକୁ ଡେଇଁଥିଲେ । ଡେଇଁବା ପରେ ୨ଜଣଙ୍କର ଆଉ ପତ୍ତା ମିଳିନଥିଲା । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଭିଡିଓ ଆଧାରରେ ଅନ୍ୟ ୩ ବନ୍ଧୁଙ୍କୁ ଗିରଫ କରିଛି ।

ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ୫ ଜଣ ସାଙ୍ଗ ଦ୍ୱିତୀୟ ହୁଗୁଳି ସେତୁରେ ଠିଆ ହୋଇ ତଳକୁ ଡେଇଁପଡ଼ିବାର ଦୃଶ୍ୟ କଏଦ ହୋଇଛି । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ୩ ବନ୍ଧୁଙ୍କୁ ଗିରଫ କରିଛି । ନଦୀକୁ ଡେଇଁବା ପରେ ୨ ଜଣଙ୍କର ପତ୍ତା ମିଳିନଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ବିସ୍ତାର ହେବ ନୀତିଶ କ୍ୟାବିନେଟ, ମଧ୍ୟାହ୍ନରେ ହୋଇପାରେ ଶପଥ ଗ୍ରହଣ !

ପାଟନା: କ୍ୟାବିନେଟ ବିସ୍ତାର କରିବାକୁ ଯାଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାର ଗଢିବାର ଅଢେଇ ମାସ ପରେ ପୁଣି ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ନିତୀଶ । ଫେବୃଆରୀ ୧୯ ତାରିଖରେ ବିହାର ବିଧାନସଭାରେ ଆସିବାକୁ ଯାଉଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ । ଏହା ପୂର୍ବରୁ ନିଜ କ୍ୟାବିନେଟ ସଂପ୍ରସାରଣ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ମନସ୍ଥ କରିଥିବା ଜଣାପଡିଛି ।

ମଧ୍ୟାହ୍ନ ୧୨.୩୦ ଘଟିକାରେ ରାଜ୍ୟପାଳ ଫଗୁ ଚୌହ୍ୱାନ ନୂତନ ମନ୍ତ୍ରୀ ମାନଙ୍କୁ ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି । ସେପଟେ ନିତୀଶଙ୍କ ମେଣ୍ଟ ସରକାରରେ ସମୁଦାୟ ୧୭ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ମିଳିଛି । ଯେଉଁଥିରୁ ସର୍ବାଧିକ ୯ ଜଣ ବିଧାୟକ ବିଜେପିରୁ ରହିଥିବାବେଳେ ୮ ଜଣ ଜେଡିୟୁରୁ ରହିଛନ୍ତି । ଏବଂ ଏହି ନୂତନ ମନ୍ତ୍ରୀ ମଣ୍ଡଳରେ ମୁସଲିମ ଚେହେରା ସାହନୱାଜ ହୁସେନଙ୍କୁ ଦେଖିବାକୁ ମିଳିପାରେ ।

ସୂଚନା ମୁତାବକ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସାହନୱାଜ ହୁସେନଙ୍କୁ କ୍ୟାବିନେଟରେ ମିଳିପାରେ ଗୁରୁ ଦାୟିତ୍ୱ । ପୂର୍ବରୁ ଲୋକସଭା ସାଂସଦଲ ରହିଥିବା ସାହନୱାଜ କେନ୍ଦ୍ର ସରକାରରେ ମନ୍ତ୍ରୀଭାବେ ମଧ୍ୟ ଦାୟିତ୍ୱ ନିଭାଇଛନ୍ତି । ସେପଟେ ବିହାରରେ ବିଜେପିକୁ ମୁସଲିମ ଭୋଟ ମିଳିବାରେ ମଧ୍ୟ ସାହନୱାଜଙ୍କ ରହିଛି ବଡ ଭୂମିକା । ତେଣୁ ଗଠିତ ହେବାକୁ ଥିବା ନୂତନ କ୍ୟାବିନେଟରେ ସାହନୱାଜ ହୁସେନଙ୍କୁ ମନ୍ତ୍ରୀ ପଦ ମିଳିବା ଅକପ୍ରକାର ସ୍ପଷ୍ଟ ହୋଇଥିବା ଜଣାପଡିଛି ।

ଅପରାଜିତାଙ୍କ ୱାର୍ଡ ପ୍ରତିନିଧି ଜଣେ ଡକାୟତ: କାର, ପିସ୍ତଲ, ଗୁଳି ଜବତ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଡକାୟତି ଯୋଜନା ପଣ୍ଡ । ୫ଜଣଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ । ସେମାନଙ୍କ ଠାରୁ ଗୋଟିଏ କାର, ପିସ୍ତଲ, ୩ଗୁଳି, ୪ ଲୁହା ରଡ଼ ଜବତ ପୋଲିସ । ବିଶେଷ ସୁତ୍ରରୁ ଖବର ପାଇ ଶାନ୍ତିପଲ୍ଲୀ ବସ୍ତି ଅଞ୍ଚଳରୁ ଏହି ଡକାୟତ ମାନଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ଗିରଫ ମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ୱାର୍ଡ ପ୍ରତିନିଧି ବିଶ୍ୱଜିତ ସ୍ୱାଇଁ । ୧୭ ନମ୍ବର ୱାର୍ଡ ପ୍ରତିନିଧି ଭାବେ କାମ କରୁଥିଲା ବିଶ୍ୱଜିତ । ୱାର୍ଡବାସୀଙ୍କଠାରୁ ଧମକାଇ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି ବିଶ୍ୱଜିତ ନାଁରେ । ତାଙ୍କ ଘର ଚକେଇଶିଆଣି ଅଞ୍ଚଳରେ ।

୨ଦିନ ତଳେ ଡକାୟତି ମାମଲାରେ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା ଗତକାଲି ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଗିରଫ ଡକାୟତ ମାନେ ହେଲେ ରଞ୍ଜନ ସାହୁ, ବିଶ୍ୱଜିତ ଡାଳୁଆ, ସିନା ଜେନା ।

ମର୍ଣ୍ଣିଂ ୱାକ୍‌ ବେଳେ ବୃଦ୍ଧାଙ୍କ ବେକରେ କଟୁରି ଲଗାଇ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଛିନତାଇ ଗ୍ୟାଙ୍ଗର ଆତଙ୍କ । ବୃଦ୍ଧାଙ୍କ ବେକରେ କଟୁରି ଲଗେଇ ଝାମ୍ପି ନେଲେ ସୁନା ଚେନ । ପ୍ରାତଃଭ୍ରମଣ ସମୟରେ ଜେଲ ଫ୍ରଣ୍ଟ ଗଳି ଶ୍ୟାମା ଆପାର୍ଟମେଂଟ ସାମ୍ନାରେ ବେକରେ କଟୁରୀ ଲଗାଇ ୩ ଦୁର୍ବୃତ ଚେନ ଝାମ୍ପି ନେଇଥିବା ଅଭିଯୋଗ । ସୂଚନା ପାଇ ଲକ୍ଷ୍ମୀ ସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ପ୍ରତିଦିନ ମହିଳା ଜଣଙ୍କ ମର୍ଣ୍ଣିଂୱାକ ସାରି ୭ଟାରେ ଘରକୁ ଫେରନ୍ତି । ଆଜି ସକାଳେ ମର୍ଣ୍ଣିଂୱାକ ସାରି ଘରକୁ ଫେରିବା ସମୟରେ ତିନି ଜଣ ଦୁର୍ବୃତ୍ତ ସମ୍ ଆପାର୍ଟମେଣ୍ଟ ପାଖରେ ବାଇକରେ ବସିଥିବା ଦେଖିଥିଲେ ମହିଳା ଜଣଙ୍କ । ଏହାପରେ ହଠାତ ମହିଳାଙ୍କୁ ଅଟକାଇ ବେକରେ କଟୁରୀ ଲଗାଇ  ଚେନ ଛିଣ୍ଡାଇ ନେଇଥିବା କହିଛନ୍ତି ଛିନତାଇର ଶିକାର ହୋଇଥବା ମହିଳା ।

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ, ମହାପ୍ରଳୟରେ ଗଲାଣି ୧୮ ଜୀବନ

ଉତ୍ତରାଖଣ୍ଡ: ପ୍ରକୃତିର କରାଳ ରୂପ ଦେଖିଲା ଦେବଭୂମୀ ଉତ୍ତରାଖଣ୍ଡ । ମହାପ୍ରଳୟରେ ୧୮ ଜଣଙ୍କ ଜୀବନହାନୀ । ହିମସ୍ଖଳନ ଯୋଗୁ ଏବେ ବି ଶତାଧିକ ନିଖୋଜ ଥିବା ବେଳେ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଏନ୍‌ଟିପିସିର ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ ବୋଲି କୁହାଯାଉଛି ।

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ । ଭଦ୍ରକ ଧାମରା ବାଂଶଡା ଥାନା କୁଦକାନ୍ଥି ଗ୍ରାମର ନାଗାର୍ଜୁନ ଦାସ ନିଖୋଜ ଥିବା ସୂଚନା ମିଳିଛି । ନଭେମ୍ବର ୫ ତାରିଖରୁ ଉତ୍ତରାଖଣ୍ଡର ଋଷିଗଙ୍ଗା ପାୱାର ପ୍ରକଳ୍ପର ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ ନାଗାର୍ଜୁନ ।

ହିମସ୍ଖଳନ ପରେ ନାଗାର୍ଜୁନଙ୍କ ସ୍ତ୍ରୀ ଫୋନ ଯୋଗେ ତପୋବନ ରେଣୀ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି । ତାଙ୍କ ନିକଟରେ ଭାସିଯାଇଥିବା ଅଥବା ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ଖବର ନାହଁ । ଖିବଶୀଘ୍ର ସମସ୍ତ ଶ୍ରମିକଙ୍କୁ ଠାବ କଲାପରେ ସଂପୃକ୍ତ ରାଜ୍ୟ ସରକାରଙ୍କୁ ଜଣାଯିବ ବୋଲି କହିଛନ୍ତି ତପୋବନ ରେଣୀ ବ୍ୟାରେଜ୍ ଅଧିକାରୀ ।

ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପ ସିନ୍ଧୁ ଗିରଫ । ୧୪ ଦିନ ଧରି ଫେରାର ଥିବା ହିଂସା କାଣ୍ଡର ମୁଖ୍ୟ କାର୍ପଟଦାର ଦୀପ ସିଦ୍ଧୁକୁ ଗିରଫ କରିଛି ପୋଲିସ । ସାଧାରଣତନ୍ତ୍ର ଦିବସରେ ଘଟିଥିବା ଏହି ହିଂସା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ପ୍ରତିବାଦ ନାମରେ ରାଜଧାନୀରେ ସୃଷ୍ଟି ହୋଇଥିଲା ଅରାଜକତା । ବିଜୟ ଦୂର୍ଗ ଲାଲକିଲ୍ଲାରେ ହିଂସାକାଣ୍ଡ ଘଟାଇଥିଲେ ଆନ୍ଦୋଳନକାରୀ । ଯେଉଁଥିରେ ଆହତ ହୋଇଥିଲେ ଶତାଧିକ ସୁରକ୍ଷା ବାହିନୀ ।

ହିଂସା ଘଟାଇବା ପରେ ୧୪ ଦିନ ଧରି ଫେରାର ରହିଥିଲା ଦୀପ ସିଦ୍ଧୁ । ଅଭିଯୁକ୍ତକୁ ଧରିବା କିମ୍ବା କୌଣସି ସୂଚନା ଦେବା ପାଇଁ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲା ପୋଲିସ । ପଞ୍ଜାବର ଗୌରବତଲବ ପୋଲିସ ଘୋଷଣା କରିଥିଲା ଏହି ପୁରଷ୍କାର ରାଶି । କିନ୍ତୁ ପୋଲିସକୁ ଚକମା ଦେଇ ଫେରାରଥିବା ସିଦ୍ଧୁ ଜାରି କରୁଥିଲା ଗୋଟେ ପରେ ଗୋଟେ ଭିଡିଓ ବାର୍ତ୍ତା । ଶେଷରେ ଆଜି ଲାଲ କିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ପେସାଲ ସ୍କ୍ବାର୍ଡ ।

ସୂଚନା ମୁତାବକ ପଞ୍ଜାବ ଆକ୍ଟର ଦୀପ ସିଦ୍ଧୁ ହିଁ ଲାଲ କିଲ୍ଲା ହିଂସା ପାଇଁ ରଚିଥିଲା ଷଡଯନ୍ତ୍ର । ସେପଟେ ପୋଲିସ ଏହି ଆକ୍ଟରଙ୍କ ବିରୋଧରେ ମାମଲା ଋଜୁ କରିବା ସହ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା । କିନ୍ତୁ ପେସାଦର ଅପରାଧୀ ଭାବେ ପୋଲିସକୁ ଚକମା ଦେଇ ଫେରାର ରହୁଥିଲା ସିଦ୍ଧୁ । ସେପଟେ କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ଗୋଟେ ପରେ ଗୋଟେ ଭିଡିଓ ବାର୍ତ୍ତା ଜାରି କରୁଥିଲା ସିଦ୍ଧୁ । କିନ୍ତୁ କେଉଁଠି ଏବଂ କେଉଁ ସ୍ଥାନରେ ମୁଖ୍ୟ ଅଭିଯୁକ୍ତ ସିଦ୍ଧୁ ଏବି ଭିଡିଓ ଉତ୍ତୋଳନ କରୁଛି ଏବଂ କିଏ ଏହି ଭିଡିଓ ସୋସିଆଲ ମିଡିଆରେ ପଠାଉଛନ୍ତି ସେ ବିଷୟରେ ପୋଲିସ ସାମାନ୍ୟ ଟେର ବି ପାଇ ପାରୁନଥିଲା ।

ତଦନ୍ତ କରୁଥିବା ଏଜେନ୍ସିର କହିବା ମୁତାବକ, ଦୀପ ସିଦ୍ଧୁଙ୍କ ଜଣେ ବାନ୍ଧବୀ ହିଁ ସୋସିଆଲ ମିଡିଆ ଚଳାଉଥିଲେ ।   ଉକ୍ତ ଯୁବତୀ ଭାରତ ନୁହେଁ ବଂର ବିଦେଶରେ ରହି ଚଳାଇଥିଲେ ଏହି କାରନାମା । ଯେଉଁଥିପାଇଁ ପୋଲିସକୁ ସନ୍ଧାନ କରିବାରେ ବାଧା ସୃଷ୍ଟି ହେଉଥିଲା । ଦୀପ ସିଦ୍ଧୁ ଭିଡିଓ କରୁଥିଲେ ଏବଂ ଉକ୍ତ ଯୁବତୀ ଜଣଙ୍କ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ଯେଉଁଥିରେ କୌଣସି ପ୍ରକାର ଭୁଲ କରିନଥିବା କହୁଥିଲେ ଅଭିଯୁକ୍ତ ଦୀପ ସିଦ୍ଧୁ । ଏହା ସହ ସେ କହୁଥିଲେ, ମୁଁ ଏଥିପାଇଁ ଦାୟୀ ନୁହେଁ କିମ୍ବା କୌଣସି ପ୍ରକାର ଭୁଲ କରିନାହିଁ । ତେଣୁ ଏହି ମାମଲାରେ ତାଙ୍କ ପରିବାର ଲୋକଙ୍କୁ ପୋଲିସ ହଇରାଣ ନକରୁ ବୋଲି ବାରମ୍ବାର ଭିଡିଓ ଜରିଆରେ ବାର୍ତ୍ତା ଦେଉଥିଲେ । ଏବଂ ଦୁଇ ଦିନ ଭିତରେ ଥାନାରେ ନିଜ ପଟୁ ହାଜିର ହେବା ପାଇଁ କହୁଥିବା ସିଦ୍ଧୁକୁ କିନ୍ତୁ ଏହା ପୂର୍ବରୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ ।

ଭୁବନେଶ୍ୱର ଖଣ୍ଡଗିରିରେ ଦୁର୍ଘଟଣା, ବସ ଚକ ତଳେ ଚାପି ହୋଇ ବାଇକ ଅରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରିରେ ଦୁର୍ଘଟଣା । ବସ ଚକ ତଳେ ଚାପି ହୋଇ ବାଇକ ଅରୋହୀଙ୍କ ମୃତ୍ୟୁ । ମୃତ ବାଇକ ଆରୋହୀ ହେଲେ ନୟାଗଡ଼ର ସତ୍ୟବାନ ସାହୁ । ବ୍ରହ୍ମପୁର ଅଭିମୁଖେ ଯାଉଥିବା ବର୍ଷା ବସ ବେଳେ ହଠାତ ପିଟି ହୋଇ ଯୁବକ ଜଣଙ୍କ ଚକ ତଳେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ଆମ୍ବୁଲାନ୍ସ ଯୋଗେ ମୃତ ଦେହ ହସ୍ପିଟାଲକୁ ନିଆଯାଇଥିଲା । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖଣ୍ଡଗିରି ଥାନା ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ୱାଭାବିକ୍ ହୋଇଥିଲା ।

ଭୀମସାର ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ ଘଟଣାର ହେବ ତଦନ୍ତ

ସମ୍ବଲପୁର: ନନ୍ଦିଘୋଷ ଟିଭିର ପ୍ରଭାବ । ଭୀମସାର ନର୍ସିଂ କଲେଜ ଅଧ୍ୟକ୍ଷା ଛାତ୍ରଛାତ୍ରୀଙ୍କ ଠାରୁ ବଳପୂର୍ବକ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ ପରେ ଗଠନ ହେଲା କମିଟି । ଭୀମସାର କର୍ତ୍ତୃପକ୍ଷ ଅଭିଯୋଗକୁ ଆଧାର କରି ଏକ ତଦନ୍ତ କମିଟି ଗଠନ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି କମିଟି କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ ।

ସୂଚନା ଅନୁସାରେ, ଭୀମସାର ନର୍ସିଂ କଲେଜ ଅଧ୍ୟକ୍ଷା ଲିଳାରାଣୀ ସ୍ୱାଇଁ ବେଆଇନ ଭାବେ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଠାରୁ ସାର୍ଟିଫିକେଟ ଭେରିଫିକେସନ, ୟୁନିଫର୍ମ ଓ ବହିଖାତା ଆଦି ବାବଦକୁ ଅଧିକ ୧୫ ହଜାର ଟଙ୍କା ଆଦାୟ କରୁଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ ।