spot_img
Home Blog Page 6008

ବାଇଡେନଙ୍କ ସହ କଥା ହେଲେ ମୋଦି, ଏହି ବିଷୟରେ କଲେ ଆଲୋଚନା..

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରମୁଖ୍ୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବାର୍ତ୍ତାଳପ କରିଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଦାନମନ୍ତ୍ରୀ । ଦୁଇ ଦେଶର ଶାନ୍ତି, ସୁରକ୍ଷା, ପ୍ରଗତି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସହଯୋଗ କରିବା ନେଇ ଆଲୋଚନା କରିଥିଲେ । ସେହିପରି ନବନିର୍ବାଚିତ ଜୋ ବାଇଡେନଙ୍କ ସଫଳତା କାମନା କରିଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ହିନ୍ଦ ପ୍ରଶାନ୍ତ କ୍ଷେତ୍ର ଏବଂ ଏହାର ବାହାରେ କିପରି ଶାନ୍ତି ଏବଂ ସୁରକ୍ଷା ପୁନଶ୍ଟ ଫେରିପାରିବ । ସେନେଇ ଋଣନିତୀ ପ୍ରସ୍ତୁତ କରିବା ପାଇଁ ଜୋ ବାଇଡେନ ପ୍ରତିବଦ୍ଧ । ସେହିପରି ଭାରତ -ଆମେରିକାର ସମ୍ପର୍କକୁ ଏକ ନୂତନ ଶିଖରରେ ପହଁଚାଇବା ପାଇଁ ଉଭୟ ଦେଶ ପ୍ରୟାସରତ । ଭାରତରେ ଅର୍ଥନୈତିକ ପରିବର୍ତ୍ତନ ଏବଂ ଉନ୍ନତି ପାଇଁ ଆମେରିକା ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ବୋଲି ବାର୍ତ୍ତାଳାପରେ କହିଛନ୍ତି ବାଇଡେନ ।

ଜାନୁଆରୀ ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରମୁଖ୍ୟ ଭାବେ ଶପଥ ନେଇଥିଲେ ଜୋ ବାଇଡେନ । ବାଇଡେନଙ୍କ ଶପଥ ପରେ ଟ୍ବିଟ କରି ଶୁଭେଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ପ୍ରଥମ ଥର ପାଇଁ ଫୋନ ଯୋଗେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ବାର୍ତ୍ତାଳପ କରିଛନ୍ତି । ଏବଂ ଦୁଇ ଦେଶର ଶାନ୍ତି ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି । ଭାରତର ବିକାଶ ପାଇଁ ଦେଶକୁ ଏକ ନୂତନ ଶିଖରକୁ ନେବା ସହ ବାଇଡେନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ମୁଁ ପ୍ରତିବଦ୍ଧ ବୋଲି ଟ୍ବିଟ ଯୋଗେ ଉଲ୍ଲେଖ କରିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଦେଶିନୀଙ୍କୁ ବିବାହ କରିବେ ପ୍ରଭାସ !

ନୂଆଦିଲ୍ଲୀ: ବାହୁବଳୀ ମେଗାଷ୍ଟାର୍ ପ୍ରଭାସଙ୍କ ସହିତ ଅନୁଷ୍କା ସେଟ୍ଟୀ ଏକାଠି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଉଭୟ ଏ ପର୍ଯ୍ୟନ୍ତ ବିବାହ କରିନଥିବାରୁ ସିନେ ଜଗତରେ ଦୁହିଁଙ୍କ ବିବାହ ହେବାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ହେଲେ ନିକଟରେ ପ୍ରଭାସଙ୍କ ବିବାହକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍‌ନାକୁ ଆସିଛି। ଖୁବ୍ ଶୀଘ୍ର ପ୍ରଭାସ ହାତରୁ ଦି’ହାତ ହେବେ ବୋଲି ଶୁଣାଯାଉଛି। ମାତ୍ର ସେ ଅନୁଷ୍କାଙ୍କୁ ନୁହେଁ, ବରଂ ଆମେରିକାର ଜଣେ ବ୍ୟବସାୟୀଙ୍କ ଝିଅକୁ ବାହା ହେବ ବୋଲି ଚର୍ଚା ହେଉଛି।

ଯୁବତୀଜଣକ ଏକ ସଫ୍ଟୱେୟାର୍ କମ୍ପାନିରେ ଚାକିରି କରୁଥିବା ବେଳେ ଉଭୟଙ୍କ ବାହାଘରକୁ ନେଇ ପରିବାର ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରଭାସ ଉକ୍ତ ବିଦେଶିନୀଙ୍କ ସହିତ ବିବାହ କରିବାକୁ ସବୁଜ ସଙ୍କେତ ଦେଇଥିବା ଟଲିଉଡ୍ ଗଣମାଧ୍ୟମରେ ଖବର ପ୍ରକାଶ ହେଉଛି। ଗତକାଲି ସାମାଜିକ ଗଣମାଧ୍ୟମରେ ‘ରାଧେ ଶ୍ୟାମ୍’ ଚଳଚ୍ଚିତ୍ର ପ୍ରି ଟିଜର୍ ରିଲିଜ୍ ହୋଇଥିଲା। ପ୍ରଭାସ ଏଥିରେ ଜଣେ ଲଭର ବୟ ଭାବେ ଅଭିନୟ କରିବେ।

ଆଜିର ରାଶିଫଳ: ଛୋଟ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ, ସଂଯମତା ରଖି କଥା କୁହନ୍ତୁ

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫

ଆଜିର ପଞ୍ଚାଙ୍ଗ:

୦୯ ଫେବୃଆରୀ, ୨୦୨୧, ମଙ୍ଗଳବାର

୧୪୨୮ ସାଲ, ୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,

ମକର ମାସ ୨୭ ଦିନ, ମାଘ ମାସ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥୀ

ପୂର୍ବାଷାଢା ନକ୍ଷତ୍ର , ଧନୁ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ଦକ୍ଷିଣେ ରାତି ୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବେ

ଏହା ପରେ ପଶ୍ଚିମେ ଯାତ୍ରା ନିଷେଧ

ତୁଳା, କୁମ୍ଭ ରାଶି ପୁରୁଷ ଏବଂ ବୃଷ, ମିଥୁନ, ସିଂହ, ବିଛା ରାଶି ମହିଳାଙ୍କ ପାଇଁ ଘାତଚନ୍ଦ୍ର

ମକର ରାଶି ପାଇଁ ଆଜି ଘାତବାର

ଶୁଭ ସମୟ -ଦିନ ୧୦ଟା ୦୭ ମିନିଟ୍ ଠାରୁ ଦିନ ୧୨ଟା ୨୫ ମିନିଟ୍ ପର୍ଯ୍ୟନ୍ତ

ଅଶୁଭ ସମୟ – ଦିନ ୩ଟା ଠାରୁ ଦିନ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ

ମେଷ- ଅଶ୍ୱିନୀ- ବନ୍ଧୁଙ୍କ ସହ ସମୟ କାଟିବେ, ଅଟକି ରହିଥିବା କାମ ଶୀଘ୍ର ହେବ

ଦ୍ୱିଜା- କର୍ମ ଓ ବ୍ୟବସାୟରେ ପରିବର୍ତ୍ତନ ଆସିବ, ସାହାସ ଓ ଧୈର୍ଯ୍ୟ ବଢିବ

କୃତ୍ତିକା- ପାରିବାରିକ ଜୀବନ ଆଜି ହସଖୁସିରେ କଟିଯିବ

ଗାୟତ୍ରୀ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ବୃଷ- କୃତ୍ତିକା- ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢିବ, ଆତ୍ମବିଶ୍ୱାସ ରଖି ଆଗକୁ ବଢନ୍ତୁ

ସବୁ ସମସ୍ୟା ଦୁର ହେବ ।

ରୋହିଣୀ- ଗୁରୁଜନଙ୍କର ପରାମର୍ଶ ମିଳିବ, ଅନ୍ୟକୁ ସାହାଯ୍ୟ କରି ପ୍ରଶଂସିତ ହେବେ

ମୃଗଶିରା- ଅନ୍ୟ କଥାକୁ ବିଶ୍ୱାସ କରି ନିଜ ଜୀବନସାଥିଙ୍କୁ ଭୁଲ୍‌ ବୁଝନ୍ତୁ ନାହିଁ

ଗୋ-ମାତାଙ୍କୁ ଶାଗ ଖାଇବାକୁ ଦିଅନ୍ତୁ, ଦିନଟି ଭଲରେ କଟିବ

ମିଥୁନ-ମୃଗଶିରା- ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିବ, କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସମୟ କଟିବ

ଆର୍ଦ୍ରା – ଦିନଟି ଶୁଭପ୍ରଦ ରହିଛି,ଆଶା ସଫଳ ହେବ, ସୁସମ୍ବାଦ ମିଳିବ

ପୁନର୍ବସୁ- ଆତ୍ମବିଶ୍ବାସ ରଖି ଆଗକୁ ବଢନ୍ତୁ, ଆଳସ୍ୟ ଦୁର କରି କର୍ମଠ ହେବାକୁ ଚେଷ୍ଟା କରନ୍ତୁ

ଅସହାୟ ଗରିବ ବ୍ୟକ୍ତିକୁ ଭୋଜନ ଦାନ କରନ୍ତୁ, ମନରେ ଶାନ୍ତି ମିଳିବ

କର୍କଟ- ପୁନର୍ବସୁ- ଛୋଟ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ, ସଂଯମତା ରଖି କଥା କୁହନ୍ତୁ

ପୁଷ୍ୟା- ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟା ଦୁର ହେବ, ସୁସ୍ଥ ଅନୁଭବ କରିବେ, ଧର୍ମ ପ୍ରତି ଆସ୍ଥା ବଢିବ

ଅଶ୍ଳେଷା- ରୋମାଣ୍ଟିକ ପରିବେଶ ମଧ୍ୟରେ ସମୟ କଟିବ, ଲକ୍ଷ୍ୟ ପୂରଣ ହେବ

ମା’ମଙ୍ଗଳାଙ୍କୁ ଲାଲ ମନ୍ଦାର ୨୧ଟି ଅର୍ପଣ କରନ୍ତୁ , ସ୍ୱାସ୍ଥ୍ୟରେ ସୁଧାର ଆସିବ

ସିଂହ- ମଘା- ଖର୍ଚ୍ଚ ବଢିବ, କିନ୍ତୁ ରୋଜଗାର ବଢିବ ନାହିଁ , ନକରାତ୍ମକ ଭାବନା ଠାରୁ ଦୁରେଇ ରୁହନ୍ତୁ

ପୂ:ଫା- ଆପଣଙ୍କ ବ୍ୟବହାର ଅନ୍ୟକୁ ଅନୁପ୍ରାଣିତ କରିବ, ନିଜ କାମକୁ ନେଇ ସମ୍ମାନିତ ହେବେ

ଉ:ଫା- ସକରାତ୍ମକ ଭାବନା ନେଇ ଚଳନ୍ତୁ, ବେଶି ବାହାରକୁ ଯାଆନ୍ତୁ ନାହିଁ

ସରକାରୀ କର୍ମଚାରୀଙ୍କୁ ମିଠା ଖାଇବାକୁ ଦିଅନ୍ତୁ, କର୍ମ ସମ୍ଭନ୍ଧୀୟ ଚିନ୍ତା ଦୁର ହେବ

କନ୍ୟା- ଉ:ଫା- ଦିନଚର୍ଯ୍ୟାକୁ ପରିବର୍ତ୍ତନ କରନ୍ତୁ, ସମସ୍ତକ୍ଷେଚ୍ରରେ ସଫଳ ହେବେ

ହସ୍ତା- ନୂଆ ଦାୟିତ୍ବ ମିଳିବ, ଆର୍ଥିକସ୍ଥିତି ମଜବୁତ ହେବ, ପୂର୍ବରୁ ଥିବା ସମସ୍ୟା ଦୁର ହେବ

ଚିତ୍ରା – ପରିବାର ସଦସ୍ୟଙ୍କୁ ନେଇ ଚିନ୍ତା ବଢିବ, ଧାର୍ମିକ ଦିଗ ପ୍ରତି ଆସ୍ଥା ରହିବ

ତୁଳା- ଚିତ୍ରା- ନିଜ ଦାୟିତ୍ବ ଓ କର୍ତ୍ତ୍ବ୍ୟ ପ୍ରତି ସଚେତନ ରୁହନ୍ତୁ,

ଅନ୍ୟର କଥାରେ ନିଜକୁ ସାମିଲ କରନ୍ତୁ ନାହିଁ, ବିପଦ ରହିଛି

ସ୍ବାତୀ- ନିଜର ସଫଳତାକୁ ନେଇ ଆତ୍ମସନ୍ତୋଷ ମିଳିବ, ପରିବାର ସହିତ ସମୟ କଟିବ

ବିଶାଖା- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ଅନୁଭବ କରିବେ, ପରିବାର ପ୍ରତି ଭଲ ପାଇବା ବଢିଯିବ

ଜୀବନସାଥିକୁ ଗୋଟିଏ ଗୋଲାପ ଫୁଲ ଉପହାର ଦିଅନ୍ତୁ

ବିଛା- ବିଶାଖା ନକ୍ଷତ୍ର– ନିଷ୍ଠାପର ଭାବରେ କାମ କରନ୍ତୁ, ଖୁସି ଖବର ମିଳିବ

ଅନୁରାଧା ନକ୍ଷତ୍ର- ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ, ଆର୍ଥିକସ୍ଥିତିରେ ସୁଧାର ଆସିବ

ଜ୍ୟେଷ୍ଠା ନକ୍ଷତ୍ର – ପୂର୍ବରୁ ଥିବା ସମସ୍ୟା ଦୁର ହେବ, ଆଶା ସଫଳ ହେବ

କଳାରଙ୍କର ବସ୍ତ୍ର ବ୍ୟବହାର କରନ୍ତୁ ନାହିଁ, ବିପଦ ରହିଛି

ଧନୁ- ମୂଳା ନକ୍ଷତ୍ର – ସନ୍ତାନଙ୍କର ସ୍ବାସ୍ଥ୍ୟକୁ ନେଇ ସମସ୍ୟା ଆସିପାରେ,

କୌଣସି କଥାକୁ ନେଇ ଜୀବନ ସାଥୀଙ୍କ ସହିତ ମତାନ୍ତର ଦେଖାଦେବ

ପୂର୍ବାଷାଢା ନକ୍ଷତ୍ର – ପାରିବାରିକ ଜୀବନ ସୁଥଖ,ଶାନ୍ତିରେ କଟିବ, ଧାର୍ମିକ ପରିବେଶ ମଧ୍ୟରେ ସମୟ କଟିବ

ଉତ୍ତରାଷାଢା ନକ୍ଷତ୍ର- ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢିବ, କାର୍ଯ୍ୟରେ ବାଧା,ପ୍ରତିବନ୍ଧକ ଆସିବ. ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ

ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ, ପୂରଣ ହେବ ସବୁ ମନୋକାମନା

ମକର- ଉତ୍ତରାଷାଢା ନକ୍ଷତ୍ର –ଅଧାଅଧୁରା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ, ସୁଖ,ଶାନ୍ତିରେ ପରିବାର ସହିତ ସମୟ କାଟିବେ

ଶ୍ରବଣା ନକ୍ଷତ୍ର – ଦେହ,ମନ ଭଲ ରହିବ, ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ନିଜ ଲକ୍ଷ୍ୟରେ ସଫଳ ହେବେ

ଧନିଷ୍ଠା ନକ୍ଷତ୍ର – ଅନ୍ୟକୁ ଦୋଷାରୋପ କରି ସମାଲୋଚିତ ହେବେ

ବୁଲା କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ, ଦିନଟି ଭଲରେ କଟିବ

କୁମ୍ଭ- ଧନିଷ୍ଠା ନକ୍ଷତ୍ର – ଅନ୍ୟ ଉପରେ ବିଶ୍ବାସ ରଖି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଅନୁତାପ କରିବାକୁ ପଡିପାରେ

ଶତଭିଷା ନକ୍ଷତ୍ର – କାର୍ଯ୍ୟ ସଫଳତାକୁ ନେଇ ମାନସିକ ସୁସ୍ଥତା ଅନୁଭବ କରିବେ, ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ

ପୂର୍ବଭାଦ୍ର ନକ୍ଷତ୍ର –ଆକସ୍ମିକ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ, ନକରାତ୍ମକ ଭାବନା ଠାରୁ ଦୁରେଇ ରୁହନ୍ତୁ

୧୧ କେରା ଦୁର୍ବା ଭଗବାନ ଶ୍ରୀଗଣେଶଙ୍କୁ ଅର୍ପଣ କରନ୍ତୁ

ମୀନ -ପୂର୍ବଭାଦ୍ର ନକ୍ଷତ୍ର – କୌଣସି କ୍ଷେତ୍ରରେ ଅର୍ଥ ଆଜି ଲଗାନ୍ତୁ ନାହିଁ, ଠକାମୀରେ ପଡିପାରନ୍ତି

ଉତ୍ତରଭାଦ୍ର ନକ୍ଷତ୍ର – ପ୍ରତୀକ୍ଷାର ଅନ୍ତ ହେବ, ଶୁଭ ସମ୍ବାଦ ମିଳିବ

ରେବତୀ ନକ୍ଷତ୍ର – ଅଟକି ରହିଥିବା କାମ ତ୍ବାରାମ୍ବିତ ହେବ, ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ, ବିଷ୍ଣୁ ସହସ୍ର ନାମ ଶ୍ରବଣ କରନ୍ତୁ

ମହାଉପାୟ

୬ଟି ଗ୍ରହ ଗୋଟିଏ ରାଶିରେ ସଂଯୋଗ ହେବେ

ରବି, ଚନ୍ଦ୍ର, ବୁଧ, ଶୁକ୍ର, ଶନି, ବୃହସ୍ପତି ଏହି ୬ଟି ଗ୍ରହ

ମିଳିତ ହେବେ ମକର ରାଶିରେ

ଏହାଦ୍ବାରା ୪ଟି ରାଶି ଉପରେ ରହିବ ଖରାପ ପ୍ରଭାବ

ମିଥୁନ, କର୍କଟ, ତୁଳା, କୁମ୍ଭ ରାଶି ର ରହିବ ଖରାପ

ଖରାପ ପ୍ରଭାବିତ ରାଶିର ବ୍ୟକ୍ତିମାନେ

ପ୍ରତିଦିନ ଏହି ଉପାୟ କରନ୍ତୁ

ଓଁ କ୍ଳୀ କୃଷ୍ଣାୟ ନମଃ ୧୦୮ ଥର ଜପ କରନ୍ତୁ

ସୋସିଆଲ ମିଡିଆରୁ ମିଳିଲା ମୃତକଙ୍କ ପରିଚୟ

ଭଦ୍ରକ: ସୋସିଆଲ ମିଡିଆରୁ ମିଳିଲା ମୃତ ବ୍ୟକ୍ତିଙ୍କ ପତ୍ତା । ଚିହ୍ନଟ ପରେ ମାଟିରୁ ମୃତଦେହ ଖୋଳି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ । ଭଦ୍ରକ ଆଗରପଡା ଥାନା ଅଧିନସ୍ଥ କୁସୁନ ନଗର ଗାଁରେ ଘଟିଛି ଏଭଳି ସାଙ୍ଘାତିକ ଘଟଣା । ମୃତକ ଜଣକ ହେଲେ ଗାଁର ଚକ୍ରଧର ବେହେରା ।

ଚକ୍ରଧର ୩୧ ଜାନୁଆରୀରେ କୃଷି ସମାବେଶ ପାଇଁ ଭୁବନେଶ୍ୱର ଯାଇ ନିଖୋଜ ଥିଲେ । ଏନେଇ ଫେବ୍ରୁଆରୀ ୪ରେ ନିଖୋଜ ଏତଲା ଦେଇଥିଲେ ପରିବାର ଲୋକ । ତେବେ ୨ ତାରିଖରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡାରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ପରିଚୟ ଖୋଜାଖୋଜି କରିବା ପରେ ୬ ତାରିଖରେ ଶବ ବ୍ୟବଛେଦ ପରେ ମାଟିରେ ପୋତିଦେଇଥିଲା ।

ତେବେ ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ପରିବାର ଲୋକେ ଚିହ୍ନି ପାରିଥିଲେ । ଏବଂ ଏନେଇ ଭଣ୍ଡାରିପୋଖରୀ ଥାନାକୁ ଯାଇଥିଲେ । ସେଠାରେ ଉକ୍ତ ବ୍ୟକ୍ତି ନିଖୋଜ ଥିବା କହିବା ସହ ସମସ୍ତ ଆବଶ୍ୟକ ପ୍ରମାଣ ପତ୍ର ମଧ୍ୟ ପୋଲିସକୁ ପ୍ରଦାନ କରିଥିଲେ । ପରିବାରର ପ୍ରମାଣ ପରେ ମୃତ ଦେହ ଖୋଳି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ହଟିଲା ବାଇ ଲ, ଜଳିଲା ଦୀପ

ପୁରୀ: ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ବାଇ-ଲ ପ୍ରତ୍ୟାହାର ପରେ ସେବାୟତ ମହଲରେ ଖେଳିଯାଇଛି ଖୁସିର ଲହରୀ । ଭକ୍ତଙ୍କ ପ୍ରତି ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ କେନ୍ଦ୍ର ସରକାର ନିୟମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହେଲେ ବୋଲି କହିଛନ୍ତି ସେବାୟତ ।

ସେପଟେ କରୋନା ସମୟରେ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଯେତେବେଳେ ସୁପ୍ରିମକୋର୍ଟର ଆଇନରେ ଛନ୍ଦି ହୋଇଥିଲା ସେ ସମୟରେ ମଧ୍ୟ ମହାପ୍ରଭୁ ନିଜ କରିସ୍ମା ଦେଖାଇଥିଲେ ବୋଲି ସେବାୟତ କହିଛନ୍ତି । ଏହାକୁ ନେଇ ଆଜି ଶ୍ରୀମନ୍ଦିର ସମ୍ମୁଖରେ ସେବାୟତ ମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯାଇଛି ।

ସେପଟେ ଗୋଟିଏ ଦିନ ପୂର୍ବରୁ ଜାତୀୟ ସ୍ମାରକୀ ପ୍ରାଧିକରଣ ଶ୍ରୀମନ୍ଦିର ପାଇଁ ଜାରି ନିର୍ଦେଶନାମା ଜାରିକରିଥିବା ବେଳେ ଏହି ନିର୍ଦ୍ଦେଶନାମାକୁ ରାଜ୍ୟରେ କରାଯାଇଥିଲା ପ୍ରବଳ ବିରୋଧ । ଶାସକ ଠୁ ବିରୋଧି ସମସ୍ତେ ଓଡିଶାର ପ୍ରାଣର ପବିତ୍ର ସ୍ଥାନ ଶ୍ରୀକ୍ଷେତ୍ର ପାଇଁ ଭିଡିଥିଲେ ଅଣ୍ଟା । ଶେଷରେ ଆଜି ଉଭୟ ବିଜେଡ଼ି ଏବଂ ବିଜେପିର ସାଂସଦଗଣ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଅବଗତ କରିବା ପରେ ନିର୍ଦ୍ଦେଶକୁ ପ୍ରତ୍ୟାହୃତ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ । ଏହାପରେ ଜଗନ୍ନାଥଙ୍କ ପ୍ରେମୀଙ୍କ ମନରେ ଖେଳିଥିଲା ଅକୁଣ୍ଠ ଉତ୍ସାହ ।

ଓଡ଼ିଶା ଓ ଆନ୍ଧ୍ର ଭାଷାଭିତ୍ତିକ ପାଠପଢ଼ା ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର: ସୀମା ବିବାଦ ଭିତରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଭାଷାଭିତ୍ତିରେ ପାଠପଢ଼ା ପ୍ରସଙ୍ଗରେ ମଧ୍ୟ ଦୁଇ ରାଜ୍ୟର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ଆନ୍ଧ୍ରରେ ଥିବା ୪ ହଜାର ୫ଶହରୁ ଅଧିକ ଓଡ଼ିଆ ପିଲାଙ୍କୁ ଓଡ଼ିଆ ଭାଷା ପଢ଼ାଇବା ଓ ସମସ୍ତ ସୁବିଧା ଦେବା ପାଇଁ ଆଲୋଚନା ହୋଇଛି ।

ବିଶେଷକରି ଆନ୍ଧ୍ରରେ ଥିବା ଓଡ଼ିଆ ସ୍କୁଲଗୁଡିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରି ପିଲାମାନଙ୍କୁ ଓଡ଼ିଆ ଭାଷା ପଢାଇବା ପାଇଁ ଓଡ଼ିଶା ସରକାର ଗୁରୁତ୍ୱ ଦେଇଛନ୍ତି । ଏ ନେଇ ଆନ୍ଧ୍ର ବିଧାନସଭା ପରିଷଦ ପ୍ରତିନିଧି ଦଳଙ୍କ ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଲୋଚନା କରିଛନ୍ତି । ସେହିପରି ରାୟଗଡା, ଗଜପତି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, କୋରପୁଟରେ ପ୍ରାୟ 80 ଲକ୍ଷ ତେଲୁଗୁ ଭାଷାଭାଷୀ ଲୋକ ଅଛନ୍ତି ।

ତେଲୁଗୁ ଭାଷା ଶିଖିବାକୁ ଆଗ୍ରହ ଥିଲେ ମଧ୍ୟ ଶିକ୍ଷକ ଅଭାବ ଯୋଗୁ ପିଲା ପାଠ ପଢ଼ି ପାରୁନାହାନ୍ତି ବୋଲି ଆନ୍ଧ୍ର ପ୍ରତିନିଧି ଅଭିଯୋଗ କରିଥିଲେ । ଏହାସହ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଅଞ୍ଚଳରେ ଅନେକ ଓଡ଼ିଆ ଭାଷାଭାଷୀ ଲୋକ ଅଛନ୍ତି । ଆମେ ମଧ୍ୟ ସେମାନଙ୍କ ସମସ୍ୟା ବୁଝିବୁ ବୋଲି ଆନ୍ଧ୍ର ପ୍ରତିନିଧି ଦଳ ପ୍ରତିଶ୍ରୁତି ଦେଇଛନ୍ତି ।

ଅନଲାଇନ୍ ଫ୍ରଡରେ ଫସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅ

ନୂଆଦିଲ୍ଲୀ: ଅନଲାଇନ୍ ଲୁଟର ଶିକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ସୋଫା ବିକୁ ବିକୁ ଖାଲି ହୋଇଗଲା ଆକାଉଣ୍ଟ । ଠକ ଲୁଟିନେଲେ ୩୪ ହଜାର ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କ ଝିଅ ହର୍ଷିତା ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ଇ-କମର୍ସ ପ୍ଲାଟଫର୍ମରେ ପୁରୁଣା ସୋଫା ବିକ୍ରି ବେଳେ ଠକ ହର୍ଷିତାଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା ଲୁଟି ନେଇଛନ୍ତି ।

Delhi CM Arvind Kejriwal’s daughter duped of Rs 34,000 by online scammer

ଏନେଇ ସିଭିଲ୍ ଲାଇନ୍ ପୋଲିସରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅନୁସାରେ- ହର୍ଷିତା ଅନଲାଇନରେ ଏକ ପୁରୁଣା ସୋଫା ବିକ୍ରି ଲାଗି ପୋଷ୍ଟ କରିଥିଲେ । ଠକ ଜଣଙ୍କ ସୋଫା କିଣିବା ଲାଗି ଆଗ୍ରହ ପ୍ରକାଶ କରିବା ସହ ହର୍ଷିତାଙ୍କ ଆକାଉଣ୍ଟକୁ ଅଳ୍ପ କିଛି ଟଙ୍କା ପଠାଇଥିଲେ ।

Delhi CM Arvind Kejriwal’s daughter duped of Rs 34,000 by online scammer

ଟଙ୍କା ପଠାଇବା ପରେ ଗ୍ରାହକ ଜଣଙ୍କୁ ବିଶ୍ୱାସକୁ ନେଇଥିଲେ ହର୍ଷିତା । ତା’ପରେ ଗ୍ରାହକ ବେଶରେ ଥିବା ଠକ ଜଣଙ୍କ କ୍ୟୁଆର୍ କୋଡ୍ ସ୍କାନ୍ ପାଇଁ କହିଥିଲେ । ପ୍ରଥମ ସ୍କାନରେ ୨୦ ହଜାର ଟଙ୍କା କଟିଯିବା ପରେ ଠକ ଜଣଙ୍କ ଭୁଲ୍ କ୍ୟୁଆର୍ କୋଡ୍ ପଠାଇଥିବା କହିଥିଲେ । ପୁଣି ଆଉ ଏକ କୋଡ୍ ପଠାଇଥିଲେ । ଯାହାକୁ ସ୍କାନ୍ ପରେ ପୁଣି ହର୍ଷିତାଙ୍କ ଆକାଉଣ୍ଟରୁ ୧୪ ହଜାର ଟଙ୍କା କଟି ଯାଇଥିଲା । ଏନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ କରୁଛି ।

ବିଜୁ ପଟ୍ଟନାୟକ ପାର୍କରେ ନିର୍ମାଣ ହେବ କୋଭିଡ୍ ଯୋଦ୍ଧା ସ୍ମାରକୀ

ଭୁବନେଶ୍ୱର: ବିଫଳ ଯିବନି କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ । ମନେ ରଖିବ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଭୁବନେଶ୍ୱରରେ ନିର୍ମାଣ ହେବ କୋଭିଡ୍ ଯୋଦ୍ଧା ସ୍ମାରକୀ । ଏନେଇ ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗକୁ ଚିଠି ଲେଖି ଜଣାଇଛି । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପରିସରରେ କୋଭିଡ୍ ଯୋଦ୍ଧା ସ୍ମାରକୀ ନିର୍ମାଣ ଲାଗି ସରକାର ସ୍ଥାନ ଚିହ୍ନଟ କରିଛନ୍ତି ।

Odisha Government to construct a COVID Warrior Memorial in Bhubaneswar Biju Patnaik Park

ନିର୍ମାଣ କାର୍ଯ୍ୟ ଲାଗି ପୂର୍ତ୍ତ ବିଭାଗ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ । କୋଭିଡ୍ ଯୋଦ୍ଧା ସ୍ମାରକୀର ଡିଜାଇନ୍ ବା ରୂପରେଖ ପୂର୍ତ୍ତ ବିଭାଗ ପ୍ରସ୍ତୁତ କରିବ । ଏଥିଲାଗି ପୂର୍ତ୍ତ ବିଭାଗ ମଧ୍ୟ ଅନୁଦାନ ଯୋଗାଇବ । ୨୦୨୧ ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍ ଯୋଦ୍ଧା ସ୍ମାରକୀ ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଇଛି ।

Odisha Government to construct a COVID Warrior Memorial in Bhubaneswar Biju Patnaik Park

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ ସହିଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା କରିଥିଲେ । ସହିଦଙ୍କ ତ୍ୟାଗ କେବେ ବିଫଳ ହେବ ନାହିଁ କହିବା ସହ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ଲାଗି ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ ।

ଏଥିସହ ପଢ଼ନ୍ତୁ- ସହିଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ସ୍ମାରକୀ: ମୁଖ୍ୟମନ୍ତ୍ରୀ

‘ବିଜେପି ସରକାର ସମୟରେ ପାକିସ୍ତାନ କରୁଛି ଅଧିକ ଅସ୍ତ୍ରବିରତି ନିୟମ ଉଲଂଘନ’

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ସୀମା ପ୍ରସଙ୍ଗ । ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠୁ ଜବାବ ମାଗିଥିଲା । ଦିନକୁ ଦିନ ଭାରତ ଓ ପାକିସ୍ତାନ ସୀମାରେ ଅସ୍ତ୍ର ବିରତି ଉଂଲ୍ଲଘନ ବଢିବାରେ ଲାଗିଛି । ଏହା କାହିଁକି ହେଉଛି, ଏହାକୁ ରୋକିବାକୁ ସରକାର କି ନିଷ୍ପତ୍ତି ନେଇଛନ୍ତି, କଂଗ୍ରେସ ସରକାର ସମୟ ଠାରୁ ଏବେ କାହିଁକି ଅଧିକ ମାତ୍ରାରେ ଅସ୍ତ୍ର ବିରତି ଉଂଲ୍ଲଘନ ହେଉଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏହାର କାରଣ କଣ ବୋଲି ରାଜ୍ୟସଭାରେ ଜାଣିବାକୁ ଚାହିଁଥିଲେ କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ ।

ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଦେଶର ଯବାନ ଏବେ ସୀମାରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛନ୍ତି । ପ୍ରତ୍ୟେକ ମୁହୁର୍ତ୍ତର ମୁକାବିଲା ପାଇଁ ବୀର ଯବାନ ସଜାଗ ରହିଛନ୍ତି । କିଭଳି ଅସ୍ତ୍ର ବିରତି ଉଂଲ୍ଲଘନ ଉପରେ ରୋକ୍ ଲଗାଯାଇପାରିବ ସେନେଇ ସରକାର କାମ ଜାରି ରଖିଛନ୍ତି ।

ସେହିଭଳି ଚୀନକୁ ନେଇ ଲାଗି ରହିଥିବା ସୀମା ବିବାଦ ପ୍ରସଙ୍ଗରେ ରାଜନାଥ କହିଛନ୍ତି, ଦେଶର ଯବାନଙ୍କ ବିରତ୍ବ ପାଇଁ ଚାଇନାକୁ ଉଚି୍ତ ଜବାବ ମିଳିଛି । ସମସ୍ୟାର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି ।

କାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ୍ ଆସନ୍ତକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ବୈଠକ ବସିବ । ଲୋକସେବା ଭବନରେ ଅପରାହ୍ଣରେ ବୈଠକ ବସିବ । ୨୦୨୧-୨୨ ଆର୍ଥିକ ବର୍ଷ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ କରାଯିବ ।

ଅଧିକ ଖବର ପାଇଁ ଦେଖୁଥାନ୍ତୁ- https://nandighoshatv.com/