spot_img
Home Blog Page 6013

ଆଜିଠୁ କ୍ଲାସରେ ପାଠ ପଢ଼ିବେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଶ୍ରେଣୀଗୃହରେ ପାଠ ପଢିବେ ନବମ ଓ ଏକାଦଶ କ୍ଲାସ୍‌ର ଛାତ୍ରଛାତ୍ରୀ । ଏଥିପାଇଁ ସ୍କୁଲ ଗୁଡିକରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦିଆଯାଇଛି । ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ କ୍ଲାସ୍‌ ହେବ। ଦୁଇ ଘଣ୍ଟା ଭିତରେ ୩ଟି ପିରିୟଡ ରହିବ । ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ଦିଆଯିବ ଗୁରୁତ୍ୱ ଦିଆଯାଉଛି । ପ୍ରତି ଶ୍ରେଣୀ ଗୃହରେ ସମାଜିକ ଦୂରତା ରଖି ୨୦ରୁ ୨୫ ଛାତ୍ରଛାତ୍ରୀ ପଢ଼ିବେ । ସାମାଜିକ ଦୂରତା କାରଣରୁ ଅଧିକ ଶ୍ରେଣୀଗୃହ ସହ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।

ବର୍ତ୍ତମାନ ସ୍ଥିତିରେ ଯୋଗ୍ୟ ପ୍ରାଥମିକ ଓ ଅବସରପ୍ରାପ୍ତ ଶିକ୍ଷକ କ୍ଲାସ୍ ନେବେବୋଲି ସୂଚନା ରହିଛି । ନବମ ଓ ଏକାଦଶ ଶ୍ରେଣୀ ପାଇଁ ରବିବାର ଛୁଟି ରହିବ । କୋଭିଡ୍‌ ନିୟମାବଳୀ ଓ ଅଭିଭାବକଙ୍କ ଅନୁମତି ସହ ପାଠପଢ଼ା ଚାଲିବ । ଗତକାଲି ଭୁବନେଶ୍ୱର ଉତ୍କଳ ୟୁନିଭର୍ସିଟି ସ୍କୁଲ ପରିଦର୍ଶନ କରି ଚୁଡାନ୍ତ ପ୍ରସ୍ତୁତି ପରଖିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

 

ଅନ୍ୟପଟେ ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ସ୍କୁଲ୍ ଖୋଲିବାକୁ ସ୍ଥାନୀୟ ସରକାର ଅନୁମତି ଦେଇଛନ୍ତି । ଆଗକୁ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କର ନିୟମିତ କ୍ଲାସ୍ କରିବାକୁ ନିଷ୍ପତ୍ତି ହୋଇଛି । କୋଭିଡ ନିୟମକୁ ମାନି ସମସ୍ତ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ସ୍କୁଲ୍ କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳ କରାଯାଇଛି ।

ସମସ୍ତେ ସାମାଜିକ ଦୂରତାକୁ ମାନି ଶ୍ରେଣୀଗୃହ ପରିଚାଳନା କରିବାକୁ ନିର୍ଦ୍ଦେଶ ହୋଇଛି । ଛାତ୍ରଛାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ ସହିତ ନିୟମିତ ସ୍ୱାସ୍ଥ୍ୟ ପରିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବିହାରରେ ଆଜିଠୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବାକୁ ଅନୁମତି ମଳିଛି । ପୂର୍ବରୁ ବିହାରରେ ଦ୍ୱାଦଶ ଶ୍ରେଣୀ ଖୋଲିସାରିଛି । ତ୍ତରପ୍ରଦେଶରେ ମଧ୍ୟ ଆଜିଠାରୁ ସ୍କୁଲ୍ ଖୋଲୁଛି । ସେହିପରି ଉତ୍ତରାଖଣ୍ଡରେ ପୂର୍ବରୁ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବାବେଳେ ଆଜିଠୁ ଅନ୍ୟାନ୍ୟ ଶ୍ରେଣୀ ଖୋଲିବାକୁ ଅନୁମତି ମିଳିଛି ।

ମାଓବାଦୀଙ୍କ IED ବ୍ଲାଷ୍ଟ, ଏସଟିଏଫ୍ ଯବାନ ସହିଦ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଇଇଡି ବ୍ଲାଷ୍ଟରେ ଜଣେ ଏସଟିଏଫ୍ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ମୃତ ଯବାନଙ୍କ ନାଁ ମୋହନ ନାଗ । ବିଜାପୁର ଜିଲ୍ଲା ତରେମ୍ ଥାନା ତୁକଡ଼ି ଅଞ୍ଚଲରେ ଯବାନ ମାନେ କମ୍ୱିଂ ପାଇଁ ବାହାରିଥିବା ବେଳେ ଏହି ଅଘଟଣ ଘଟିଛି । ପୂର୍ବରୁ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ଆଇଡି ବିସ୍ଫୋରଣ ହୋଇଛି । ଗୁରୁତର ଅବସ୍ଥାରେ ଯବାନଙ୍କୁ ନିକଟସ୍ଥ ବାସାଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଅଧିକ ଖବର ପାଇଁ ଦେଖନ୍ତୁ- https://nandighoshatv.com/

ଶିବସେନାର ଦବଙ୍ଗଗିରି; ବିଚ୍ ବଜାରରେ ବିଜେପି ନେତାଙ୍କ ମୁହଁରେ ବୋଳିଲେ କାଳି, ଦେଖନ୍ତୁ ଭିଡିଓ

ମୁମ୍ବାଇ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବା ମହଙ୍ଗା ପଡ଼ିଛି ବିଜେପି ନେତାଙ୍କୁ । ମହାରାଷ୍ଟ୍ରରେ ମେଣ୍ଟ କ୍ଷମତାରେ ଥିବା ଶିବସେନା କର୍ମୀ ବିଚ୍ ରାସ୍ତାରେ ଦବଙ୍ଗଗିରି ଦେଖାଇଛନ୍ତି । ସୋଲାପୁରର ପନ୍ଧରପୁରରେ ସ୍ଥାନୀୟ ବିଜେପି ନେତା ଶିରିଶ କାତେକରଙ୍କ ମୁହଁରେ ଶିବସେନା କର୍ମୀ କାଳି ବୋଳିବା ସହ ତାଙ୍କୁ ଶାଢ଼ି ପିନ୍ଧାଇ ବଜାରରେ ବୁଲାଇଥିବା ଅଭିଯୋଗ ହୋଇଛି । ଭାଇରାଲ୍ ଭିଡିଓରେ ଶିବସେନା ଉତ୍ତରୀୟ ପକାଇଥିବା କିଛି ଲୋକ ଶିରିଶଙ୍କୁ ପ୍ରଥମେ କାଳି ବୋଳୁଛନ୍ତି । ପରେ ପରେ ଶାଢ଼ି ପିନ୍ଧାଉଛନ୍ତି । ସଂଖ୍ୟାଧିକ ଲୋକଙ୍କ ସାମ୍ନାରେ ବିଚ୍ ବଜାର ଉପରେ ଏଭଳି ଖାପ୍ ପଞ୍ଚାୟତ କରିଛି ଶିବସେନା ।

ସଂଖ୍ୟାଧିକ ଲୋକ ଉପସ୍ଥିତ ଥିଲେ ବି କେହି ବିରୋଧ କରୁନାହାଁନ୍ତି । ଭାଇରାଲ୍ ଭିଡିଓରେ ଜଣେ ପୋଲିସ ଅଧିକାରୀ ଶିବସେନାଙ୍କୁ କର୍ମୀଙ୍କୁ ବାରମ୍ବାର ଅଟକାଉ ଥିଲେବି ସେମାନେ ଶୁଣୁନାହାଁନ୍ତି । ସୂଚନା ଅନୁସାରେ ବିଜେପି ନେତା ଶିରିଶ ମହାରାଷ୍ଟ୍ରରେ ବର୍ଦ୍ଧିତ ବିଦ୍ୟୁତ୍ ଦର ନେଇ ପ୍ରତିବାଦ କରୁଥିଲେ । ଯାହାର ଫଳ ସ୍ୱରୂପ ଶିବସେନା କର୍ମୀ ତାଙ୍କୁ କାଳି ମାଡ଼ କରିଥିଲେ । ସେସବୁ ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଯାଇଛି ।

Shiv Sena workers allegedly pour black ink on a BJP leader

ଘଟଣାକୁ ବିଜେପି ବିରୋଧ କରିବା ସହ ଗୁଣ୍ଡାଗିରି ଆଖ୍ୟା ଦେଇଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଏନୀଲ୍ ଦେଶମୁଖ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନେତା ରାମ କଦମ ଦାବି କରିଛନ୍ତି । ମହାରାଷ୍ଟ୍ରରେ ସାଧୁସନ୍ଥ, ପୋଲିସ କିମ୍ବା ସାଧାରଣ ଲୋକ କେହି ବି ସୁରକ୍ଷିତ ନୁହଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ, ଗଣତନ୍ତ୍ରରେ  ଗୋଟିଏ ରାଜନୀତିକ ଦଳର ଅନ୍ୟ ଦଳ ନେତାଙ୍କ ପ୍ରତି ଏଭଳି ଆଚରଣ କେତେ ଶୋଭନୀୟ ?

ସୁନ୍ଦରଗଡ଼ ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସହପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଏଥିସହ ସୁନ୍ଦରଗଡ଼ ଜିଲ୍ଲା ଲାଗି କୁନା ବିହାରୀ ଦାସଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଦେବୀପ୍ରସାଦ ତ୍ରିପାଠୀ, ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଦେବାଶିଷ ମଲ୍ଲିକ, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ରଞ୍ଜିତ ମହାପାତ୍ରଙ୍କୁ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

BJD Appoints Co-Observer For Sundergarh District And Assembly Constituency

ସେହିଭଳି ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସଂଗ୍ରାମ କେଶରୀ ପାଇକରାୟ, ରଘୁନାଥପଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଶିଶିର ପରିଜା, ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଆଶିଷ ଚକ୍ରବର୍ତ୍ତୀ ଓ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଅସିତ୍ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ) ସୂଚନା ଦେଇଛନ୍ତି ।

ଜାଲ୍ଲିକଟ୍ଟୁରେ ଚାଲିଗଲା ଜୀବନ: ୨୦ ଆହତ

0

ମଦୁରାଇ: ଜୀବନ ନେଲା ଜାଲ୍ଲିକଟ୍ଟୁ । ତାମିଲନାଡ଼ୁର ଥେନି ଜିଲ୍ଲା ଆୟାମପଟ୍ଟୀ ଗାଁରେ ଆଜି ଆୟୋଜିତ ବାର୍ଷିକ ଜାଲ୍ଲିକଟ୍ଟୁ କାର୍ଯ୍ୟକ୍ରମରେ ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଛି । ଏଥିସହିତ  ୨୦ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ଚିନ୍ନାମାନୁର ୩୫ ବର୍ଷ ବୟସ୍କ ଏସ.ମୁରୁଗେସନ । ସେ କାର୍ଯ୍ୟକ୍ରମ ଦେଖିବା ପାଇଁ ଗ୍ୟାଲେରୀ ଆଡ଼କୁ ଯାଉଥିବା ବେଳେ ଏକ ଷଣ୍ଢ ତାଙ୍କ ଉପରେ ଆକ୍ରମଣ କରିଥିଲା ଯାହା ଫଳରେ ତାଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତେବେ ତାଙ୍କ ଛାତିରେ ଗଭୀର କ୍ଷତ ଯୋଗୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ଘଟଣାସ୍ଥଳୀରେ ମୃତ୍ୟୁ ଘଟିଥିଲା।

ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

ଏହି ଘଟଣାରେ ୨୦ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଥେନି ଏବଂ ଚିନ୍ନାମାନୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରୀ ଏଜାଇକଥାମ୍ୟାନ ମନ୍ଦିର ମହୋତ୍ସବରେ ସକାଳ ୮ଟାରେ ୬୦୦ ପଞ୍ଜୀକୃତ ଷଣ୍ଢ ଏବଂ ୩୧୫ ଟିମକୁ ନେଇ ଅନୁଷ୍ଠିତ ହୋଇଥାଏ ।

ଏଣିକି ଦିଲ୍ଲୀରୁ ପଲ୍ଲୀକୁ ବ୍ୟାପିବ କୃଷକ ଆନ୍ଦୋଳନ: ରାକେଶ ଟିକାୟତ

0

ନୂଆଦିଲ୍ଲୀ: ୭୪ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନରେ ବସି ରହିଛନ୍ତି । ସେପଟେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଓ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବସୁଛି ମହାପଞ୍ଚାୟତ ପରେ ମହାପଞ୍ଚୟତ । ହରିୟାଣାର ସୁନହେଡ଼ା ସୀମାରେ ଆଜି ବସିଥିଲା ମହାପଞ୍ଚାୟତ । ଯେଉଁଥିରେ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଓ ରାଜସ୍ଥାନର ୩୬ଟି ସଂଗଠନର ହଜାର ହଜାର ଚାଷୀ ସାମିଲ ହୋଇଥିଲେ । ମହାପଞ୍ଚାୟତକୁ ସମ୍ବୋଧନ କରିଥିଲେ ଚାଷୀ ନେତା ତଥା ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ମହାସଚିବ ରାକେଶ ଟିକାୟତ । ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ଟିକାୟତ । ସରକାର ତିନି ଆଇନ୍ ପ୍ରତ୍ୟାହାର କରୁ ନାହାଁନ୍ତି, ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଆନ୍ଦୋଳନରେ ବସିଥିବା ଚାଷୀମାନଙ୍କୁ ଡରାଇବା ପାଇଁ ଉଦ୍ୟମ କରାଯାଉଛି । ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଏବେ ସାରା ଦେଶକୁ ବ୍ୟାପିବ ଏଥିରେ ଗରିବ ଓ ଶ୍ରମିକ ଶ୍ରେଣିର ଲୋକ ସାମିଲ ହେବେ ବୋଲି କହିଥିଲେ ଟିକାୟତ ।

ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

 

 

ଟ୍ରେନ୍‌ ଦୁର୍ଘଟଣାରେ ହାତୀ ମୃତ୍ୟୁକୁ ନେଇ ନିଲମ୍ବିତ ହେଲେ ଦୁଇ ବନ ବିଭାଗ ଅଧିକାରୀ

0

ସୁନ୍ଦରଗଡ଼: ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ୍ୟୁ ଘଟଣା। ଏହି ଘଟଣାରେ ଵିଶ୍ରା ଫରେଷ୍ଟର ରାଧାଗୋଵିନ୍ଦ ବହିଦାର ଓ  ମହିପାଣୀ ବିଟ ଫରେଷ୍ଟ ଗାର୍ଡ ଗୁରୁଦେଵ ଭୋଇଙ୍କୁ ଚାକିରୀ ରୁ ନିଲମ୍ବିତ କରାଯାଇଛି। ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତରେ ବାଧା ସୃଷ୍ଟି ନହେବା ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ରାଉରକେଲା ଡିଏଫଓ ସଞ୍ଜୟ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି।

ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ୍ୟୁ ବରଣ କରିବା ଘଟଣା ପରେ ଆସନ୍ତା ଦିନରେ ଯେପରି ଟ୍ରେନ ଧକ୍କାରେ ଆଉ ହାତୀ ମୃତ୍ୟୁ ବରଣ ନକରିବେ ସେଥିପାଇଁ ଆସନ୍ତା କାଲି ରେଲୱେ ଓ ଵନ ବିଭାଗର ବରିଷ୍ଠ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେଵ। ଏହି ବୈଠକରେ ପିସିସିଏଫ, ଡିଏଫଓ ଏବଂ ଆରସିସିଏଫଙ୍କ ସହ ରେଲୱେ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଵେ ବୋଲି ରାଉରକେଲା ଡିଏଫଓ କହିଛନ୍ତି।

ସେପଟେ ଘଣ୍ଟା ପ୍ରତି ୮୦ କିଲୋମିଟରରୁ  ଅଧିକ ବେଗରେ ଟ୍ରେନ ଡ୍ରାଇଭର  ଟ୍ରେନ ଚଳାଉ ଥିବାରୁ ଦୁଇ ହାତୀ ଟ୍ରେନ ଧକ୍କାରେ ମୃତ୍ୟୁ ଵରଣ କରିଥିବା ଵନ ବିଭାଗ ତଦନ୍ତରୁ ଜଣାପଡିବା ପରେ ଟ୍ରେନ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ସୁନ୍ଦରଗଡ଼ ଜିଲ୍ଲା ମହିପାଣୀ ନିକଟରେ ଗତ ତିନି ତାରିଖ ରାତିରେ ୧୫ ଟିକିଆ ହାତିପଲ ମହିପାଣି ସଂରକ୍ଷିତ ଜଙ୍ଗଲରୁ ଝାଡ଼ଖଣ୍ଡ ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ବେଳେ ଘଟିଥିଲା ଦୁର୍ଘଯଣା। ଯେଉଁଥିରେ ଦୁଇଯି ହାତୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଥିଲା।

ଯେତେବେଳେ ଆପଣ ପାସପୋର୍ଟ ପାଇଁ ଆବେଦନ କରନ୍ତି ସେତେବେଳେ ପୋଲିସ କ’ଣ ଯାଞ୍ଚ କରେ ?

0

ଭାରତର ସମ୍ବିଧାନ ଏବଂ ଆଇନ ପ୍ରତ୍ୟେକ ଭାରତୀୟଙ୍କୁ ଭ୍ରମଣ କରିବାକୁ ଗଣତାନ୍ତ୍ରିକ ଅଧିକାର ଦେଇଛି। ଏହି ଅଧିକାର ଅଧୀନରେ ଆମେ ବିଦେଶ ଯାତ୍ରା କରିବା ସମୟରେ ପାସପୋର୍ଟ ବାଧ୍ୟତାମୂଳକ। ବିନା ପାସପୋର୍ଟରେ ଆମେ ଭାରତ ବାହାରକୁ ଯାଇପାରିବା ନାହିଁ। ତେବେ ପାସପୋର୍ଟ ହେବା ପୂର୍ବରୁ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ନେଇ ଲମ୍ବା ତଦନ୍ତ ହୋଇଥାଏ । ତଦନ୍ତରୁ ଆବେଦନକାରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଅଛି ନା ନାହିଁ ତାହା ଯାଂଚ୍ କରାଯାଏ । ଯଦି ଅପରାଧିକ କାର୍ଯ୍ୟକଳାପର ସୂଚନା ମିଳେ ତେବେ ପାସପୋର୍ଟ ଆବେଦନ ବାତିଲ ହୋଇଯାଏ ।

ବିହାର ଏବଂ ଉତ୍ତରାଖଣ୍ଡ ସରକାର ପାସପୋର୍ଟ ପାଇଁ ପୋଲିସ୍ ଯାଞ୍ଚରେ କିଛି ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଅନୁସାରେ ଆବେଦନକାରୀ ଯଦି ଆଇନଶୃଙ୍ଖଳା ଭଙ୍ଗ ଭଳି କୌଣସି ଆନ୍ଦୋଳନରେ ସାମିଲ ହୋଇଥିବେ ତେବେ ତାଙ୍କ ପାଇଁ କ୍ଲିନ୍ ଚିଟ୍ ପାଇବା ଅସମ୍ଭବ ହୋଇଯିବ ।

କେବଳ ଏତିକି ନୁହେଁ, ଆପଣଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପାସପୋର୍ଟ ମିଳିବ କି ନାହିଁ ତାହା ନିର୍ଧାରିତ ହେଉଛି ।  ଉତ୍ତରାଖଣ୍ଡ ସରକାର ସୋସିଆଲ ମିଡିଆରେ ‘ଆଣ୍ଟି-ନ୍ୟାସନାଲ’ ଏବଂ ‘ଆଣ୍ଟି-ସୋସିଆଲ’ ପୋଷ୍ଟର ସବିଶେଷ ତଥ୍ୟ ରଖିବ। ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ପାସପୋର୍ଟ ଯାଞ୍ଚ ସମୟରେ ଏହାର ସାମ୍ନା କରିବାକୁ ପଡ଼ିବ।

 

ଏବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଯେ ପାସପୋର୍ଟ ହେବା ସମୟରେ ପୋଲିସ କ’ଣ ଯାଞ୍ଚ କରିଥାଏ ? ତେବେ ଆସନ୍ତୁ ନଜର ପକାଇବା କେମିତି ହୋଇଥାଏ ପାସପୋର୍ଟ ପୂର୍ବରୁ ଭେରିଫିକେସନ।

କଣ ହୋଇଥାଏ ଏହି ଭେରିଫିକେସନ ?

ଯେତେବେଳେ ଆପଣ ପାସପୋର୍ଟ ପାଇଁ ଆବେଦନ କରନ୍ତି, ପୋଲିସ୍ ବ୍ୟକ୍ତିଗତ ଭାବରେ ଯାଞ୍ଚ କରିବାକୁ ଆବେଦନକାରୀଙ୍କ ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚେ। ଦିଆଯାଇଥିବା ଠିକଣାରେ କେତେ ଦିନ ରହିଛନ୍ତି, ଆପଣଙ୍କର ଅପରାଧିକ ରେକର୍ଡ ଅଛି କି ନାହିଁ ତାହା ଯାଞ୍ଚ କରିଥାଏ। ଯଦି ଆବେଦନକାରୀଙ୍କ ବିରୋଧରେ ପୋଲିସ କିମ୍ବା କୋର୍ଟ ମାମଲା ବିଚାରାଧୀନ ଅଛି, ତେବେ ପୋଲିସ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ନେଇ ପାସପୋର୍ଟ କାର୍ଯ୍ୟାଳୟକୁ ପଠାଇଥାଏ। ସାଧାରଣତ ଯାଞ୍ଚ ପରେ ପୋଲିସ ୩ ପ୍ରକାରର ରିପୋର୍ଟ କରିଥାଏ। ପ୍ରଥମ ରିପୋର୍ଟରେ ସବୁକିଛି ଠିକ ଅଛି ବୋଲି ପୋଲିସ୍ ରିପୋର୍ଟ ଦେଇଥାଏ। ଦ୍ୱିତୀୟ ରିପୋର୍ଟରେ ପାସପୋର୍ଟ କାର୍ଯ୍ୟାଳୟର ବିବେକ ପାସପୋର୍ଟ ଜାରି ନିଷ୍ପତି ପୋଲିସ ଛାଡ଼ିଦିଏ ଏବଂ ତୃତୀୟ ରିପୋର୍ଟର  ଉପସ୍ଥାପିତ ଦଲିଲଗୁଡ଼ିକ ଯଦି ସଠିକ୍ ହୋଇନଥାଏ, ତେବେ ପାସପୋର୍ଟ ନଦେବାକୁ ପୋଲିସ ସୁପାରିଶ କରିଥାଏ।

ପୋଲିସ କେଉଁ ଅପରାଧିକ ରେକର୍ଡ ଯାଞ୍ଚ କରେ ?

ପୋଲିସ କେବଳ ସେହି ମାମଲାଗୁଡ଼ିକୁ ରଖେ ଯେଉଁଥିରେ FIR କିମ୍ବା କୌଣସି ପ୍ରକାରର କୋର୍ଟ ପ୍ରକ୍ରିୟା ଚାଲିଥାଏ। କିନ୍ତୁ କୁହାଯାଏ ଯେ ପାସପୋର୍ଟ ଆକ୍ଟ ୧୯୬୭ କିମ୍ବା ପାସପୋର୍ଟ ନିୟମ ୧୯୮୦ ରେ କୌଣସି ରେକର୍ଡ ନାହିଁ ଯେ ଆବେଦନକାରୀଙ୍କ ସାମାଜିକ କିମ୍ବା ରାଜନୈତିକ ଆଚରଣକୁ ପୋଲିସ ଯାଞ୍ଚ କରିବା ଉଚିତ ଏବଂ ଏହାକୁ ଆଇନଗତ ଚେତାବନୀ ଭାବରେ ଦାଖଲ କରିବା ଉଚିତ। ଟ୍ରାଫିକ୍ ସିଗନାଲ୍ କିମ୍ବା ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଭାଙ୍ଗିବା ମାମଲା ମଧ୍ୟ ପାସପୋର୍ଟ ଯାଞ୍ଚରେ ବାଧା ସୃଷ୍ଟି କରେ ନାହିଁ।

ପୋଲିସ ନେଗେଟିଭ ରିପୋର୍ଟ ଦେବା ସମୟରେ କଣ ହୁଏ ?

ଏହା ଜାଣିବା ଉଚିତ କି ପୋଲିସର ଯାଞ୍ଚ ରିପୋର୍ଟ କେବଳ କେବଳ ପରାମର୍ଶ ଦିଏ ପାସପୋର୍ଟ ନଦେବା ପାଇଁ। କିନ୍ତୁ ପାସପୋର୍ଟ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଅଧିକାର କେବଳ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପାଖରେହିଁ ରହିଛି। ପୋଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ ସମାଜ ବିରୋଧୀ କିମ୍ବା ବେଆଇନ କାର୍ଯ୍ୟକଳାପ ମାମଲା ହେତୁ ପୋଲିସ ନଟ ରେକୋମେଣ୍ଡ ରିପୋର୍ଟ ଦେଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବେଦନକାରୀଙ୍କୁ ପାସପୋର୍ଟ ପ୍ରଦାନ କରାଯାଇପାରିବ।

କେଉଁ ପରିସ୍ଥିତିରେ ଆବେଦନ ନାକଚ ହେବ ?

ଯଦି ଆମେ ପାସପୋର୍ଟ ଆକ୍ଟକୁ ଦେଖିବା ତେବେ କିଛି ବିଶେଷ ପରିସ୍ଥିତିରେ ଜଣେ ଆବେଦନକାରୀଙ୍କ ଆବେଦନ ଖାରଜ ହୋଇପାରେ । ପ୍ରଥମତଃ ଯଦି ଆବେଦନକାରୀ ଭାରତୀୟ ନାଗରିକ ହୋଇନଥିବେ । ଦ୍ୱିତୀୟରେ ଯଦି ଆବେଦକଙ୍କ ପଟୁ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ଥିବ । ତୃତୀୟତଃ ଯଦି ଆବେଦକଙ୍କ କୌଣସି ବିଦେଶୀ ରାଷ୍ଟ୍ରକୁ ଯିବା ଦ୍ୱାରା ସେହି ରାଷ୍ଟ୍ର ସହ ଭାରତର ସମ୍ପର୍କ ପ୍ରଭାବିତ ହେବ । ଏହି ତିନି କାରଣ ପାଇଁ ଜଣଙ୍କ ଆବେଦନ ନାକଚ ହୋଇପାରେ ।

ଏହି ପରିସ୍ଥିତିରେ କେମିତି ଯିବେ ବିବେଶ

ତେବେ ପ୍ରଶ୍ନ ହେଉଛି ଯଦି ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର କିମ୍ବା କୋର୍ଟ ମାମଲା ଥିବ ତେବେ ସେ କ’ଣ ପାସପୋର୍ଟ ପାଇ ପାରିବେ ନାହିଁ ? ଉତ୍ତର ହେଉଛି ଅଦାଲତଙ୍କ ଅନୁମତି କ୍ରମରେ ଏଭଳି ବ୍ୟକ୍ତିଙ୍କୁ ପାସପୋର୍ଟ ମିଳି ପାରିବ । ଅପରାଧିକ ମାମଲା ଥିବା ବ୍ୟକ୍ତି ବିଦେଶ ଯାଇ ପାରିବେ କି ନାହିଁ ତା’ହା କେବଳ ଅଦାଲତଙ୍କ ଆଦେଶ ଉପରେ ନିର୍ଭର କରେ ।

ଓଡ଼ିଶା ଲେୟର ଫାର୍ମର୍ସଙ୍କ ସମସ୍ତ ଅସୁବିଧା ଦୂରପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରେ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇଥିଲେ ଓଡ଼ିଶା ଲେୟର ଫାର୍ମର୍ସର ଆସୋସିଏସନର ଅଧ୍ୟକ୍ଷ ମାନସ ମଙ୍ଗରାଜ । ଓଡ଼ିଶା ଲେୟର ଫାର୍ମର୍ସଙ୍କ ସମସ୍ତ ଅସୁବିଧା ଦୂରପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସମସ୍ତ ସମସ୍ୟାର ଶୀଘ୍ର ସାମଧାନ କରାଯିବ ବୋଲି ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନର ରାଜ୍ୟ ଅଧ୍ୟକ୍ଷ ମାନସ ମଙ୍ଗରାଜ କହିଛନ୍ତି ।

Odisha Layer Farmer Association Meeting In Ganjam

ଆଜି ଗଞ୍ଜାମ ଜିଲ୍ଲା ଲେୟର ଫାର୍ମର୍ସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଆଗାମୀ ଦିନରେ କିଭଳି ଏହି ଚାଷୀମାନେ  ଅଧିକ ରୋଜଗାରକ୍ଷମ ହେବେ ଓ ଲାଭ ପାଇପାରିବେ ସେ ବିଷୟରେ ମଧ୍ୟ ଶ୍ରୀମଙ୍ଗରାଜ ବିସ୍ତୃତ ଆଲୋଚନା କରିଥିଲେ । କରୋନା ମହାମାରୀ ବେଳେ ଆମିଷ ଖାଇବା ନେଇ ଅପପ୍ରଚାର ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ଯୋଗୁ କିଛିମାସ ହେଲା ସ୍ୱାଭାବିକ ଅବସ୍ଥା ଫରିଛି । ତେଣୁ ବୈଠକରେ ଲେୟର ଚାଷୀମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେପଟେ ଲେୟର ଫାର୍ମିଂ ପାଇଁ ସରକାରୀ ପ୍ରୋତ୍ସାହନକୁ ନେଇ ଚାଷୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

Odisha Layer Farmer Association Meeting In Ganjam

ଆୟୋଜିତ ବୈଠକରେ ଲେୟର କୁକୁଡ଼ା ଚାଷରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସର୍ବସମ୍ମତ୍ତ ମତ ପ୍ରକାଶ ପାଇଥିଲା । ବ୍ରଏଲର ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦେଇଛନ୍ତି ଏନ୍.ଇ.ସିସି ଅଧ୍ୟକ୍ଷ । ବୈଠକରେ ଗଞ୍ଜାମ ଜିଲ୍ଲାର ଶହେରୁ ଅଧିକ ଚାଷୀ ଓ ବ୍ରୟଲର ଫାର୍ମର ମୁଖ୍ୟ ଅଂଶଗ୍ରହଣ କରିଥିଲେ । ବୈଠକ ପରେ ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତରାତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ଅଧ୍ୟକ୍ଷ ମାନସ ମଙ୍ଗରାଜ ।

ଉତ୍ତରାଖଣ୍ଡ ଦେଖିଲା ଆଉ ଏକ ପ୍ରଳୟଙ୍କାରୀ ବନ୍ୟା, ହଠାତ ପାହାଡ଼ରୁ ଖସିଲା ବରଫ ଅତଡ଼ା

ପୁଣି ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟା। ବରଫ ଅତଡ଼ା ଆଣିଲା ଭୟଙ୍କ ପରିସ୍ଥିତି। ପ୍ରକୃତିର ତାଣ୍ଡବ ଲିଳାରେ ପୁଣି ଉତ୍ତତାଖଣ୍ଡ ଘାଇଲା ହୋଇଛି। ବନ୍ୟା ମାତ୍ର କେଇ ସମୟ ପାଇଁ ଥିଲେ ମଧ୍ୟ ଅତି ଭୟଙ୍କର ଥିଲା ସବୁ କିଛି। ଲୋକେ ସକାଳୁ ସକାଳୁ ନିଜ କର୍ମରେ ବ୍ୟସ୍ତ ଥିଲେ। ହେଲେ ହଠାତ ରବିବାର ସକାଳୁ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ତାପୋଭାନ ନିକଟ ପାହାଡ଼ ଉପରୁ ଖସିବାକୁ ଲାଗିଥିଲା ବରଫ ଅତଡ଼ା। ଖଣ୍ଡ ଖଣ୍ଡ ବରଫ ତରଳି ଅତଡ଼ା ଖସିବାକୁ ଲାଗିଥିଲା।

ସେହି ସମୟ ଏତେ ଭୟଙ୍କର ଥିଲାଯେ କିଛି ସମୟ ପର୍ଯ୍ୟନ୍ତ ଆଖି ଆଗରେ ସବୁକିଛି ଧୁଆଁମୟ ହୋଇଯାଇଥିଲା। ଆଖ ପାଖରେ କଣ ଘଟୁଛି କିଛି ଦେଖାଯାଇ ନଥିଲା। ସବୁ କିଛି ଯାଣିବା ବେଳକୁ ବନ୍ୟାରେ ଏକାଥରେ ଭାସିଗଲେ ୧୫୦ରୁ ଅଧିକ ଲୋକ। ହେଲେ କେତେ ଜଣଙ୍କର ଜୀବନ ହାନି ହୋଇଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

ବନ୍ୟା ପ୍ରଭାବରେ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ବନ୍ୟା ପରିସ୍ଥିତି ଉପୁଜିଛି। ଚାମୋଲିରେ ଗ୍ଲାସିଅର୍ ଖଣ୍ଡ ଭାଙ୍ଗିବା ପରେ ଜଳ ପ୍ରବାହ ନନ୍ଦପ୍ରୟାଗ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି। ହେଲେ ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ନନ୍ଦପ୍ରାୟାଗରେ ପହଞ୍ଚିବା ବେଳକୁ ଜଳ ପ୍ରବାହ ପ୍ରାୟ ସ୍ୱାଭାବିକ ହୋଇସାରିଛି। ଗ୍ଲାସିୟର ଭାଙ୍ଗିବା ପରେ ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଯାତାୟତକୁ ବନ୍ଦ କରାଯାଇଛି।

ସେପଟେ ପ୍ରଶାସନ ପକ୍ଷରୁ ଉଦ୍ଧାକାର୍ଯ୍ୟ ଜାରି ରହିଛି। ଆଇଟିବିପିର ମୁଖପାତ୍ର କହିଛନ୍ତି, ସକାଳ ୧୦ ଟାରେ ସେମାନେ ଏହି ଘଟଣା ନେଇ ସୂଚନା ପାଇଥିଲେ। ସୂଚନା ମିଳିବା ମାତ୍ରେ ତୁରନ୍ତ ୨୦୦ ଯବାନଙ୍କୁ ସେଠାରେ ନିୟୋଜିତ କରାଯାଇଛି। ଏବେ ସୁଦ୍ଧା ୬୦୦ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ। ଅଧିକ ସହାୟତା ନେଇ ଦିଲ୍ଲୀରୁ ଏନ୍‌ଡିଆରଏଫର ଏକ ଟିମ ଏୟାର ଲିପ୍ଟ ହୋଇଛି।

ଅନ୍ୟପଟେ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି ଯେ, ଏହି ଘଟଣା ଉପରେ ସେ ନଜର ରଖିଛନ୍ତି । ସାରା ଦେଶ ଉତ୍ତରାଖଣ୍ଡ ସହ ରହିଛି। ସବୁ ପ୍ରକାର ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ। ସମସ୍ତଙ୍କ ସୁରକ୍ଷା ପାଇଁ ଦେଶ ପ୍ରାର୍ଥନା କରୁଛି । ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା ଚାଲିଛି । NDRF ଯବାନ ନିୟୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ବଣ୍ଟନ ନେଇ ସେ ଅବଗତ ଅଛନ୍ତି । ପାହାଡ଼ରୁ ବରଫ ଅତଡ଼ା ଖସିବର ଘଟଣା ନୂଆ ନୁହେଁ। ବାରମ୍ବାର ଏଭଳି ଘଟଣା ପୂର୍ବରୁ ଅନେକ ବାର ଘଟିଛି। ତାପମାତ୍ରା ବୃଦ୍ଧି ହେବା ଯୋଗଁ ଘଟୁଛି ଏଭଳି ଭୟଙ୍କର ଘଟଣା ।