ଉତ୍ତରାଖଣ୍ଡ: ଚମେଲିର ତପୋବନରେ ଗ୍ଳ୍ୟାସିୟର ଭାଙ୍ଗିବା ପରେ ବନ୍ୟା ପାଣି ବହୁତ ଜୋରେ ନଦୀ ଆଡ଼କୁ ପ୍ରଭାବିତ ହେଉଛି । ଏହାକୁ ନେଇ ପ୍ରଶାସନ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ବହୁ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି । ଗଙ୍ଗା ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ନଦୀ ପାଖକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଟିହରି ନଦୀରୁ ପାଣିର ପ୍ରବାହକୁ ରୋକିଦେଇଛି । ଯେତେ ଦୂର ସମ୍ଭବ ଡ୍ୟାମ ପାଣି ରୋକିବାକୁ କୁହାଯାଇଛି । ରୁଦ୍ରପ୍ରୟାଗରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଉଛି । ଖବର ଲେଖା ହେବା ବେଳକୁ ପାଣି ଚମେଲି ଜିଲ୍ଲା ପାର କରିସାରିଛି । ଋଷିକେଶ, ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ କରାଯାଇଛି । ଏହି କାରଣୁ ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ
ଚମେଲିରେ ଗ୍ଳ୍ୟାସିୟର ଫାଟିବା ପରେ ଉନ୍ନାଓରେ ଜିଲ୍ଲାଅଧିକାରୀ ଦ୍ୱାରା ଗଙ୍ଗା କୂଳରେ ବସବାସ କରୁଥିବା ୩୫୦ ଗାଁରେ ହାଇଆଲର୍ଟ ଜାରି କରାଯାଇଛି । ଉତ୍ତାରଖଣ୍ଡରେ ଚମେଲି ଗ୍ଳ୍ୟାସିୟର ଭାଙ୍ଗିବା ପରେ କନ୍ନୈଜ ଜିଲ୍ଲା ପ୍ରଶାସନ ଆଲର୍ଟ ରହିଛି । ଜିଲ୍ଲାପାଳ ବୈଠକ ଡକାଇବା ସହ ଗଙ୍ଗା ନଦୀ କୂଳ ଲୋକଙ୍କୁ ସତର୍କ କରାଇଛନ୍ତି । ଫାରୁଖାବାଦରେ ଗଙ୍ଗା ନଦୀର ବେଗ ଉପରେ ଅଧିକାରୀଙ୍କ ନଜର ରହିଛି । ଗଙ୍ଗା ନଦୀରେ ପାଣିର ସ୍ତର ଏବେ ମଧ୍ୟ ସାମାନ୍ୟ ରହିଛି । ଏବେ ଗଙ୍ଗା ନଦୀକୁ ନେଇ କୌଣସି ବିପଦ ନାହିଁ । ତଥାପି ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ।

















ଡେଭଙ୍କ କହିବା ମୁତାବକ ଯେ ସେ ୨୧୫୩ ମସିହା ପର୍ଯନ୍ତ ଜୀବିତ ରହିବେ। ଲମ୍ବା ଆୟୁଷ ପାଇବାର ତାଙ୍କ ଫର୍ମୁଲାକୁ ସେ ‘ବାୟୋହ୍ୟାକିଂ’ର ନାଁ ଦେଇଛନ୍ତି। ଡେଭ କୁହନ୍ତି ଯେ ଦୀର୍ଘ ଆୟୁଷ ପାଇଁ ସେ କୋଲ୍ଡ କ୍ରାୟୋଥେରାପି ଚ୍ୟାମ୍ବରର ବ୍ୟବହାର କରନ୍ତି ଏବଂ କିଛି ସମୟ ପାଇଁ ଉପବାସ ବି ରଖନ୍ତି। ନିଜ ଖାଇବା ଓ ଶୋଇବା ଉପରେ ସେ ବେଶ ନିୟନ୍ତ୍ରଣ ରଖନ୍ତି । ଏଥସହ ସେ ନିଜର ଷ୍ଟେମ ସେଲ୍ସକୁ ବାହାର କରି ପୁଣିଥରେ ନିଜ ଶୀରରେ ପ୍ରବେଶ କରାଉଛନ୍ତି।
