spot_img
Home Blog Page 6018

ମହାନଦୀ ଜଳ ବିବାଦ; ବୁଧବାର ସୁଦ୍ଧା ଟ୍ରିବ୍ୟୁନାଲରେ ମତ ରଖିବେ ଓଡ଼ିଶା- ଛତିଶଗଡ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ବୁଧବାର ସୁଦ୍ଧା ଟ୍ରିବ୍ୟୁନାଲରେ ମତ ରଖିବେ ଓଡ଼ିଶା- ଛତିଶଗଡ । ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ କରିବେ ଆଲୋଚନା । ଓଡ଼ିଶା-ଛତିଶଗଡ଼ ଆଲୋଚନା କରି ୩ସପ୍ତାହରେ ଜଣାଇବେ । କମନ୍ ଇନଫରମେସନ ଫର୍ମାଟ ଉପରେ ଉଭୟ ରାଜ୍ୟ ମତ ରଖିବେ ବୋଲି କହିଛି ଟ୍ରିବ୍ୟୁନାଲ ।

ସେହପରି ଯଦି କିଛି ସୂଚନା ଓ ତଥ୍ୟର ଅଭାବ ଥାଏ ତେବେ କେନ୍ଦ୍ର ସରକାର ଓ ଟ୍ରିବ୍ୟୁନାଲକୁ ଜଣାଇପାରିବେ ଓଡ଼ିଶା ସରକାର । ତେବେ ଏହି ଜଳ ବିବାଦ ନେଇ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ରେ ଦିନ ଧାର୍ଯ୍ୟ କରିଛନ୍ତି ଟ୍ରିବ୍ୟୁନାଲ । ସେପଟେ ମହାନଦୀ ଜଳ ବିବାଦର ୧୯ ତମ ଶୁଣାଣିରେ ବି ଟ୍ରିବ୍ୟୁନାଲରୁ କୌଣସି ଅନ୍ତରୀଣ ଆଦେଶ ଆସିପାରି ନାହିଁ ।

ଏଥିରେ ଓଡ଼ିଶାର ସ୍ୱାର୍ଥ ଉପେକ୍ଷିତ ହେଉଛି ବୋଲି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ । ତେଣୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ଗମ୍ଭୀରତାର ସହିତ ନେଇଛି । ଓଡ଼ିଶା ସ୍ୱାର୍ଥ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ତାର କାର୍ଯ୍ୟକ୍ରମକୁ ଆଗକୁ ବ୍ୟାପକ କରିବ ଏବଂ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛନ୍ତି ଆବାହକ ସୁଦର୍ଶନ ଦାସ ।

ଚେନ୍ନାଇ ଟେଷ୍ଟରେ ଚିତ୍ ହେଲେ ଭାରତୀୟ ବୋଲର, ୨ୟ ଦିନ ଖେଳ ଶେଷସୁଦ୍ଧା ଇଂଲଣ୍ଡ ୫୫୫/୮

ଚେନ୍ନାଇ : ସ୍ଥାନୀୟ ଏମ. ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟର ୨ୟ ଦିନର ଖେଳ ସମାପ୍ତି ସୁଦ୍ଧା ଇଂଲଣ୍ଡ ୫୫୫ ରନର ବିଶାଳ ସ୍କୋର ସହ ନିଜ ସ୍ଥିତିକୁ ସୁଦୃଢ କରିଛି ।  ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଥିବା ଇଂଲଣ୍ଡ ଅଧିନାୟକ ଦ୍ବିଶତକ ହାସଲ କରିଛନ୍ତି।

ଇଂଲଣ୍ଡ ଆଜି ଗତକାଲିର ସ୍କୋର ୨୬୨/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା । ରୁଟ ନିଜର ଲଢୁଆ ବ୍ୟାଟିଂ ଜାରି ରଖି ୨୧୮ ରନ କରିଥିଲେ । ସେ ବେନ ଷ୍ଟୋକ୍ସଙ୍କ ସହ ମିଶି ୧୨୪ ରନର ପାର୍ଟନରସିପ କରିଥିଲେ । ଷ୍ଟୋକ୍ସ ଆଉଟ ହେବା ପରେ ଇଂଲଣ୍ଡର ବ୍ୟାଟିଂ ଧାରା ଆଗକୁ ବଢ଼ାଇବାକୁ ପଡ଼ିଆକୁ ଆସିଥିବା ପୋପ ଓ ବଟଲର ଯଥାକ୍ରମେ ୩୪ ଓ ୩୦ ରନ କରିଥିଲେ । ଆଜି ଷ୍ଟମ୍ସ ଅପସାରଣ ବେଳକୁ ଇଂଲଣ୍ଡ ୮ ୱିକେଟ ହରାଇ ୫୫୫ ରନ କରିଥିଲା।

ଗତକାଲି ଇଂଲଣ୍ଡ ଟସ ଜିଣି ପ୍ରଥମେ  ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋରି ବର୍ନସ ଓ ଡୋମିନିକ ସିବଲି ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ବର୍ନସ ମାତ୍ର ୩୩ ରନ କରି ଆର. ଅଶ୍ବିନଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଡାନିଏଲ ଲରେନ୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ସିବଲି ସତର୍କତାର ସହ ନିଜର ବ୍ୟାଟିଂ ଜାରି ରଖି ଜୋ ରୁଟଙ୍କ ସହ ମିଶି ଦଳର ସ୍ଥିତିକୁ ସୁଦୃଢ କରିଥିଲେ । ଭାରତ ତରଫରୁ ଜସପ୍ରୀତ ବୁମରା, ଆର. ଅଶ୍ବିନ, ଇଶାନ୍ତ ଶର୍ମା ଓ ସାହାବାଜ ନଦିମ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ପ୍ରଭାବଶାଳୀ ହେଉଛି ଟିକା କୂଟନୀତି: ଧାଡ଼ିରେ ଅଛନ୍ତି ୨୫ ଦେଶ

ନୂଆଦିଲ୍ଲୀ: ଭାରତର ଟିକା କୂଟନୀତି ଦିନକୁ ଦିନ ପ୍ରଭାବଶାଳୀ ହେବାରେ ଲାଗିଛି। ଶସ୍ତା ଓ ଭରସାଯୋଗ୍ୟ ଟିକା ପ୍ରସ୍ତୁତ କରୁଥିବାରୁ ଏଥିପାଇଁ ଦେଶମାନଙ୍କ ଆଗ୍ରହ ବଢ଼ୁଛି। ଏବେ ଭାରତ ପ୍ରାୟ ୧୫ଟି ଦେଶକୁ ଟିକା ଯୋଗାଉଥିବା ବେଳେ ଆହୁରି ୨୫ଟି ଦେଶ କୋଭିଡ୍-୧୯ ପ୍ରତିରୋଧକ ଟିକା ନେବାକୁ ଧାଡ଼ିରେ ଅପେକ୍ଷା କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣର ଆତଙ୍କ ଆସିବା ଦିନଠାରୁ ଭାରତ ନିଜକୁ ସୁରକ୍ଷିତ ରଖିବା ତଥା ପଡ଼ୋଶୀ ଦେଶମାନଙ୍କୁ ସହାୟତାର ହାତ ବଢ଼ାଇ ଆସିଛି। ଏପରିକି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ଭଳି ଦେଶକୁ ମଧ୍ୟ ହାଇଡ୍ରୋ କ୍ଲୋରୋକ୍ବିନ୍ ବଟିକା ଯୋଗାଇ ବିଶ୍ବାସୀଙ୍କ ହୃଦୟରେ ସ୍ଥାନ ଅକ୍ତିଆର କରିଛି। ଏବେ ଯେତେବେଳେ ବିକଶିତ ଦେଶଗୁଡ଼ିକ ନିଜ ଦେଶ ଦ୍ବାରା ପ୍ରସ୍ତୁତ ଟିକାକୁ ନେଇ ବିଶ୍ବ ବଜାରକୁ ଆସିଛନ୍ତି, ସେତେବେଳେ ଭାରତ ମଧ୍ୟ ନିଜ ଜ୍ଞାନ କୌଶଳ ଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଟିକା ନେଇ ବିଶ୍ବବାସୀଙ୍କ ଧ୍ୟାନ ଆକର୍ଷଣ କରିଛି । ଖାଲି ସେତିକି ନୁହେଁ ଭାରତ ତିଆରି ଟିକା ଶସ୍ତା ଓ ଭରସା ଯୋଗ୍ୟ ହୋଇଥିବାରୁ ତାହା ଅନେକ ଦେଶଙ୍କୁ ଆକୃଷ୍ଟ କରିଛି । କାରଣ ଏହି ମୁହୂର୍ତ୍ତରେ ଗଣ ଟିକାକରଣ ସମସ୍ତ ଦେଶ ପାଇଁ ଆହ୍ବାନ ହୋଇଛି।

ଏ ଭିତରେ ଭାରତ ପକ୍ଷରୁ ନିଜ ନାଗରିକଙ୍କୁ ଟିକାଦେବା ଅଭିଯାନ ଆରମ୍ଭ ହୋଇଛି। ଦ୍ବିତ୍ୱୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଫେବୃୟାରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସରକାର ପ୍ରସ୍ତୁତ ହେଲେଣି। ସେହିପରି ପଡ଼ୋଶୀ ଦେଶମାନଙ୍କୁ ମଧ୍ୟ ମାଗଣାରେ ଟିକା ଦେଇ ନିଜର ବୈଦେଶିକ ସମ୍ପର୍କକୁ ସୁଦୃଢ଼ କରିଛି ଭାରତ।

 

ଶ୍ରୀ ଜୟଶଙ୍କରଙ୍କ କହିବା ଅନୁସାରେ ଭାରତ ତିନୋଟି ଢାଞ୍ଚାରେ ବିଦେଶକୁ ଟିକା ରପ୍ତାନୀ କରୁଛି। ଗୋଟିଏ ବର୍ଗ ହେଉଛି ସେହି ରାଷ୍ଟ୍ର ଯେଉଁମାନଙ୍କ ଅର୍ଥନୀତି ସୁଦୃଢ଼ ନୁହେଁ ତଥା ଗରିବ ଦେଶ ଭାବେ ପରିଚିତ ସେମାନଙ୍କୁ ମାଗଣାରେ ଟିକା ଯୋଗାଉଛି। ଦ୍ବିତୀୟ ବର୍ଗରେ ଭାରତୀୟ କମ୍ପାନୀମାନଙ୍କଠାରୁ ସମ୍ପୃକ୍ତ ରାଷ୍ଟ୍ରମାନେ ଟିକା କିଣୁଛନ୍ତି। ଏହି ବର୍ଗରେ ସିଧାସଳଖ କମ୍ପାନୀଙ୍କଠାରୁ ଟିକା କିଣୁଛନ୍ତି ବିଭିନ୍ନ ଦେଶ। ଆଉ ତୃତୀୟ ପ୍ରକାର ଦେଶମାନେ ହେଉଛନ୍ତି ସବସିଡି ଦରରେ ଟିକା ନେଉଥିବା ରାଷ୍ଟ୍ର। ଏହି ବର୍ଗରେ ଭାରତ ସରକାର ଯେତିକି ଟଙ୍କା ଦେଇ ଟିକା କିଣୁଛନ୍ତି ସେହି ଟଙ୍କାକୁ ପ୍ରଦାନ କରୁଛନ୍ତି ସମ୍ପୃକ୍ତ ବର୍ଗର ରାଷ୍ଟ୍ରମାନେ।

ଏ ଭିତରେ ଭାରତରେ ଦୁଇଟି ଟିକା ଉପଲବ୍ଧ ହୋଇଛି। ଜାନୁୟାରୀ ୧୬ ତାରିଖରୁ ଏହି ଦୁଇଟି ଟିକା ଜରୁରୀକାଳୀନ ଭିତ୍ତିରେ ଲୋକଙ୍କୁ ଦିଆଯିବା ଲାଗି ଅନୁମତି ପାଇଛି। ଏଥିରେ ସାମିଲ୍ ରହିଛି ଭାରତୀୟ କମ୍ପାନୀ ଓ ଜ୍ଞାନ କୌଶଳରେ ତିଆରି ଭାରତ ବାୟୋଟେକର କୋଭାକ୍ସିନ୍ ଏବଂ ଅକ୍ସଫେର୍ଡ ଜ୍ଞାନ କୌଶଳରେ ଭାରତୀୟ କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ତିଆରି ହୋଇଥିବା କୋଭିସିଲ୍ଡ । ଆଉ ଏକ ଟିକା ଡ. ରେଡ୍ଡୀ ଫର୍ମାସୀ ଦ୍ବାରା ପ୍ରସ୍ତୁତ ହୋଇ ଅନୁମତି ଅପେକ୍ଷାରେ ରହିଛି। ଏହା ଋଷ ଦ୍ବାରା ନିର୍ମିତ ସ୍ପୁଟନିକ -୫ ଟିକା। ଟିକା ନିର୍ମାଣରେ ସଫଳତା ଏବଂ ପୃଥିବୀର ବିଭିନ୍ନ ଦେଶକୁ ଟିକା ଯୋଗାଇବା ନୀତି ଏବେ ଭାରତକୁ ବିଶ୍ବର ଫାର୍ମାସୀ ଭାବେ ଗଢ଼ିବାକୁ ଯାଉଛି ।

ସୀତାରାମଙ୍କୁ ସହାୟ ହେଲା ଓଡିଶା- ମୋ ପରିବାର

ଭୁବନେଶ୍ୱର: ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଛି ଓଡିଶା ମୋ-ପରିବାର । ଆଠ ବର୍ଷଧରି ଆଣ୍ଠୁଗଣ୍ଠି ରୋଗରେ ଆକ୍ରାନ୍ତ ଥିବା କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଧୂମାତ ଗ୍ରାମର ସୀତାରାମ ମଲ୍ଲିକଙ୍କୁ ଚିକିତ୍ସା ପାଇଁ ଆଗେଇ ଆସିଛି ଓଡିଶା-ମୋ ପରିବାର ।

ଦୀର୍ଘ ଦିନ ଧରି ଯନ୍ତ୍ରଣାରେ ଆଉଟ ପାଉଟ ହେଉଥିବା ସୀତାରାମ ମଲ୍ଲିକଙ୍କ ବିଷୟରେ ଜାଣିବା ପରେ ଜୀବନ ବିନ୍ଦୁ ସଂଯୋଜକ କାଳି ପ୍ରସାଦ ମିଶ୍ର ତାଙ୍କ ସହ ଯୋଗାଯୋଗ କରିବା ସହ ଚିକିତ୍ସା ଯୋଗାଇଦେବାକୁ ଆଗେଇ ଆସିଥିଲେ ।

ପରେ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ ମଧ୍ୟ କରିଥିଲେ । ଏହାପରେ ଉପ ଜିଲ୍ଲାପାଳ ସହୃଦୟାତର ସହ ସୀତାରାମଙ୍କୁ ନିୟମିତ ଚିକିତ୍ସାର ବ୍ୟବସ୍ଥା କରିବା ସହ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ।

ସୋଶିଷ ତେଲରେ ମାତ୍ର ଗୋଟିଏ ଜିନିଷ ମିଶାନ୍ତୁ, ୨ ଦିନରେ କେଶ ଝଡ଼ିବା ହୋଇଯିବ ବନ୍ଦ

ଯଦି ଆପଣ କେଶ ଝଡିବା ସମସ୍ୟାରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଏପରି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ପାଳନ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ଘରୋଇ ଉପକରଣ ।

କେବଳ ୨ଟି ଜିନିଷ ସାହାଯ୍ୟରେ ଆମେ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରି ପାରିବା । ସର୍ବ ପ୍ରଥମେ ସୋରିଷ ତେଲ ନିଅନ୍ତୁ । ଏହା କେଶ ପାଇଁ ଖୁବ ଉପକାରୀ ଅଟେ । ଏହା ସହ ସୋରିଷ ତେଲ ଆପଣଙ୍କ କେଶ ପାଇଁ ବହୁତ ଭଲ ହୋଇଥାଏ । ସୋରିଷ ତେଲ କେଶ ଜନିତ ସବୁ ସମସ୍ୟା ତଥା କେଶ ଝଡିବା, କେଶ ଫାଟିବା ଓ କେଶ ଶୁଷ୍କ ହେବା ସମସ୍ୟାକୁ ଦୂର କରିଥାଏ । ଦ୍ଵିତୀୟ ଜିନିଷଟି ହେଲା ମେଥି । ଏହା ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ମେଥିର ଦାନାକୁ ଗ୍ରାଇଣ୍ଡରରେ ବାଟି ଏହାର ପାଉଡର ବନାଇ ନିଅନ୍ତୁ । ତା ପରେ ଏକ ପ୍ୟାନ ନେଇ ସେଥିରେ ଅଧ ତାଟିଆ ସୋରିଷ ତେଲ ନିଅନ୍ତୁ ।

ଏହା ପରେ କମ ଆଞ୍ଚରେ ଏହାକୁ ଗରମ କରନ୍ତୁ । ତେଲ ଗରମ ହେବା ପରେ ଅଧ ଚାମଚ ମେଥି ଗୁଣ୍ଡା ମିଶାନ୍ତୁ । ଏହି ପ୍ରକ୍ରିୟା ସମୟରେ ଗ୍ଯାସର ଆଞ୍ଚ କମ ରଖନ୍ତୁ । ଏହା ହଲ୍କା ମାଟିଆ ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ଚାମଚରେ ଗୋଳାନ୍ତୁ । ୩-୪ ମିନିଟ ପର୍ଯ୍ୟନ୍ତ କମ ଆଞ୍ଚଏ ଏହାକୁ  ପ୍ରସ୍ତୁତ କରନ୍ତୁ । ଏହା ପରେ ଗ୍ଯାସକୁ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଏହାକୁ ଏକ ଛଣା ମାଧ୍ୟମରେ ଛାଣି ଦିଅନ୍ତୁ ।

ଯେପରି ଭାବେ ଆପଣ ନିଜ କେଶରେ ତେଲ ଲଗାଇଥାନ୍ତି ଠିକ ସେହିପରି ଆପଣଙ୍କୁ ଏହାକୁ ନିଜ କେଶରେ ଲଗାଇବେ । ଏବଂ ୨-୫ ମିନିଟ ଭଲ ଭାବରେ ମାଲିସ କରନ୍ତୁ । କାରଣ ଏହା କରିବା ଦ୍ଵାରା ତେଲ ଆପଣଙ୍କ କେଶ ମୂଳକୁ ଭଲ ଭାବରେ ଯିବ ।

ଯାହା ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ୟା ଓ କେଶରେ ଥିବା ରୂପୀ ସମସ୍ୟା ଶେଷ ହୋଇଯିବ । ଯଦି ଆପଣ ଏହାକୁ ରାତି ସମୟରେ ଲଗାଉଛନ୍ତି ତେବେ ସକାଳୁ ଆପଣ କୌଣସି ବି ସମ୍ପୁ ସାହାଯ୍ୟରେ ଏହାକୁ ଧୋଇ ଦିଅନ୍ତୁ । ଯଦି ଆପଣ ଏହି ତେଲକୁ ଦିନ ସମୟରେ ବ୍ୟବହାର କରିବେ ତେବେ ୨-୩ ଘଣ୍ଟା ପରେ ଆପଣ କେଶ ଧୋଇ ପାରିବେ ।

ନୀଳଗିରିରେ ଅପମିଶ୍ରିତ କୋଲ୍ଡ ଡ୍ରିଙ୍କସ

ବାଲେଶ୍ୱର: ଭୁବନେଶ୍ୱର ପରେ ଏବେ ନୀଳଗିରି ରେ  କୋଲ୍ଡ ଡ୍ରିଙ୍କ୍ସ। ବାଲେଶ୍ଵର ଜିଲ୍ଲା ନୀଳଗିରିରେ ବିକ୍ରି ହେଉଛି ନକଲି ପାନୀୟ । ଏକ ମାରୁତି ସୁଜୁକି ଓମିନି ଗାଡ଼ିରୁ ସ୍ପ୍ରିଣ୍ଟ ଏବଂ ଥଣ୍ଡର ଲେଖା ଥିବା କୋଲ୍ଡ ଡ୍ରିଙ୍କ ଦେଖିବାକୁ ମିଳିଛି । ତେବେ ଗ୍ରୀଷ୍ମର ଅବକାଶ ହୋଇଥିବା ବେଳେ ରାଜ୍ୟରେ ବଢିବାରେ ଲାଗିଛି ମୃଦୁ ପାନୀୟର ଚାହିଦା । ତେବେ ନୀଳଗିରି ଅଞ୍ଚଳରେ ନାମୀ ଦାମୀ କମ୍ପାନୀର ଅବିକଳ ନକଲି କୋଲ୍ଡ ଡ୍ରିଙ୍କ୍ସ ବିକ୍ରୟ ହେଉଥିବା ନନ୍ଦିଘୋଷ ଟିଭି ହାତରେ ଲାଗିଛି ।

ଜଣେ ଦିଷ୍ଟିବୁଟର ଅଧିକ ପୁନାଫାର ଲୋଭ ଦେଖାଇ ଏହି କମ୍ପାନୀର ମୃଦ୍ୟୁ ପାନୀୟକୁ ବିକ୍ରୟ ପାଇଁ ବ୍ୟବସାୟୀଙ୍କୁ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ନାମୀ କମ୍ପାନୀର ନାମକୁ ସାମାନ୍ୟ ପରିବର୍ତ୍ତନ କରାଯାଇ ମୃଦ୍ୟୁ ପାନୀୟ ବିକ୍ରୟ କରାଯାଉଛି । ପୂର୍ବରୁ କଟକ ଭୁବନେଶ୍ୱର ଆଦି ସ୍ଥାନରୁ ବେଆଇନ ମୃଦ୍ୟୁ ପାନୀୟ ଜହତ ହୋଇଥିବାବେଳେ ଆଜି ନିଳଗିରୀରେ ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି ।

ପୁଣି ଖସିଲା ସୁନା ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଷ୍ଟକ ବଜାର ଯେଉଁ ହାରରେ ଆଗକୁ ବଢ଼ିଛି ସୁନା ସେହି ଅନୁସାରେ ଶସ୍ତା ହେବାରେ ଲାଗିଛି । ସୁନାର ୧୦ ଗ୍ରାମ ପିଛା ଦାମ ୪୭ ହଜାର ଟଙ୍କାରୁ କମ ହୋଇଛି । ମୂଲ୍ୟବାନ ଧାତୁ କାରବାର ହେଉଥିବା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସୁନା ଦାମ ୧୪୧ ଟଙ୍କା ହ୍ରାସ ପାଇ ୪୬,୮୫୬ ଟଙ୍କା ହୋଇଛି ।

ସେହି ସମୟରେ ରୁପା ଦାମ କେଜି ପିଛା ୪୫୭ ଟଙ୍କା ବୃଦ୍ଧି ପାଇ ୬୭,୨୭୫ ଟଙ୍କା ହୋଇଛି । ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସନାର ୧୦ ଗ୍ରାମ ପିଛା ଦାମ ୪୬,୫୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦାମ ୪୭ ହଜାର ୫୯୦ ଟଙ୍କା ରହିଛି । ରୁପାର କେଜି ପିଛା ଦାମ ୭୨ ହଜାର ଟଙ୍କା ପାଖାପାଖି ରହିଛି । ଷ୍ଟକ ବଜାରରେ ମଧ୍ୟ ବୃଦ୍ଧି ଧାରା ଜାରି ରହିଛି ।

୧୧୭ ପଏଣ୍ଟ ବୃଦ୍ଧି ସହ ସେନସେକ୍ସ ୫୦,୭୩୨ ପଏଣ୍ଟରେ ବନ୍ଦ ହୋଇଛି । ଗୋଟିଏ ସପ୍ତାହରେ ସୁନା ୪୫୦୦ ପଏଣ୍ଟରୁ ଅଧିକ ବୃଦ୍ଧି ଘଟିଛି । ଗତ ୧୦ ମାସ ଭିତରେ ଏହା ହେଉଛି ଷ୍ଟକ ବଜାର ପାଇଁ ସବୁଠୁ ଭଲ ସପ୍ତାହ ସାବ୍ୟସ୍ତ ହୋଇଛି ।

ରଙ୍ଗିନ ଉଜ୍ଜ୍ୱଳା ଯୋଜନା ପଛରେ ରହିଛି କଳା-ଧଳା ଚିତ୍ର

୨୦୧୬ ମସିହାରେ ପ୍ରଦୂଷଣ ମୁକ୍ତ ରନ୍ଧନ ଇନ୍ଧନର ବ୍ୟବହାର ବଢ଼ାଇବା ଏବଂ ଏହି ପ୍ରଦୂଷଣ ଯୋଗୁଁ ହେଉଥିବା ରୋଗର ବୋଝକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପି.ଏମ୍‌. ୟୁ.ଆଇ.) ର ଶୁଭାରମ୍ଭ କରାଯାଇଥିଲା । ଭାରତରେ ପ୍ରାୟ ୯୮% ପରିବାରରେ ତରଳୀକୃତ ପ୍ରେଟ୍ରୋଲିୟମ୍ ଗ୍ୟାସ୍ ବା ଏଲ୍‌.ପି.ଜି ଗ୍ୟାସ୍ ପ୍ରଚଳନ କରି ଏହି ଯୋଜନା ସଫଳତା ହାସଲ କରିଥିଲା । ତେବେ ସରକାରୀ ଭାବେ ଦେଶରେ ୨୨ଟି ରାଜ୍ୟରେ କରାଯାଇଥିବା ସର୍ବଶେଷ ସର୍ଭେରୁ ଏକଥା ପଦାକୁ ଆସିଛି ଯେ, ପ୍ରଦୂଷଣ ମୁକ୍ତ ରନ୍ଧନ ଇନ୍ଧନ ବ୍ୟବହାର କ୍ଷେତ୍ରରେ ମାତ୍ର ୨୦% ବୃଦ୍ଧି ପାଇଛି । ଏହା ବ୍ୟତୀତ ଏହି ସର୍ଭେ ଏକଥା ମଧ୍ୟ ସୂଚାଇ ଦେଇଛି ଯେ, ପରିବାର ଗୁଡ଼ିକ ନିକଟରେ ଏଲ୍‌.ପି.ଜି ସିଲିଣ୍ଡର ଥିବାର ଅର୍ଥ ନୁହେଁ ଯେ, ସେହି ପରିବାରମାନେ ସେଗୁଡ଼ିକୁ ବ୍ୟବହାର କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପି.ଏମ୍‌.ୟୁ.ୱାଇ ଏନ୍‌.ଡ଼ି.ଏ ସରକାରଙ୍କ ଆଗଧାଡ଼ିର କାର୍ଯ୍ୟକ୍ରମ ହୋଇଗଲା । ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ଏନ୍‌.ଡ଼ି.ଏର ସଫଳତା ପାଇଁ ଉଜ୍ଜ୍ୱଳା ଯୋଜନାକୁ ଶ୍ରେୟ ଦିଆଯାଏ । କେନ୍ଦ୍ରର ବିଜେପି ସରକାର ଦାବୀ କରନ୍ତି ଯେ ଦେଶରେ ଏଲ୍‌.ପି.ଜି ସଂଯୋଗ ନେଇଥିବା ପରିବାର ସଂଖ୍ୟା ମୋଟ ପରିବାରର ୯୮% ସକ୍ରିୟ ଘରୋଇ ସଂଯୋଗ ଏବଂ ଆକଳନ କରାଯାଇଥିବା ମୋଟ ପରିବାର ସଂଖ୍ୟା ଆଧାରରେ ଗଣନା କରାଯାଇଛି । ୨୦୧୪-୧୫ ମସିହାରେ କେବଳ ୫୬% ପରିବାରଙ୍କ ଠାରେ ଏଲ୍‌.ପି.ଜି. ସଂଯୋଗ ଥିଲା । ମୋଦୀ ସରକା ଏବଂ ତାଙ୍କର ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ମନ୍ତ୍ରଣାଳୟ ଏକଥା ମଧ୍ୟ ଦାବୀ କରନ୍ତି, ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ଏକ ସାମାଜିକ ଆନ୍ଦୋଳନ । ଏହି ସାମାଜିକ ଆନ୍ଦୋଳନ ମାଧ୍ୟମରେ ଧୂମହୀନ ଏବଂ ଜଞ୍ଜାଳମୁକ୍ତି ଇନ୍ଧନର ବିକଳ୍ପ ଯୋଗାଇ ମହିଳାମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ଏହା ସଙ୍ଗେ ସଙ୍ଗେ ମହିଳମାନଙ୍କୁ ଏକ ସୁସ୍ଥ ଜୀବନ ଶୈଳୀ ମିଳିପାରିଛି ଏବଂ ସେମାନଙ୍କର ଆର୍ଥିକ ସଶକ୍ତିକରଣ ମଧ୍ୟ ହୋଇପାରିଛି ।

ଗତମାସରେ ପ୍ରକାଶିତ ହୋଇଥିବା ଖୋଦ୍ କେନ୍ଦ୍ର ବିଜେପି ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍‌.ଏଫ୍‌.ଏଚ୍‌.ଏସ୍‌-୫) ରିପୋର୍ଟରେ ଉଜ୍ଜ୍ୱଳା ଯୋଜନା ବର୍ଣ୍ଣନା କରୁଥିବା ରଙ୍ଗିନ ଚିତ୍ର ବଦଳରେ ଏକ ସମ୍ପୂର୍ଣ୍ଣ ଭିନ୍ନ କଳାଧଳା ଚିତ୍ର ପ୍ରକାଶ କରିଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ୨୨ଟି ରାଜ୍ୟର ବିବରଣୀ ପ୍ରଦାନ କରିଛନ୍ତି, ଯେଉଁଥିରେ ୨୦୧୫-୧୬ ରୁ ୨୦୧୯-୨୦ ମସିହା ମଧ୍ୟରେ ପ୍ରକୃତରେ ସ୍ୱଚ୍ଛ ରନ୍ଧନ ଇନ୍ଧନ ବ୍ୟବହାର ପ୍ରାୟ ୨୦% ବୃଦ୍ଧି ପାଇଛି ବୋଲି କୁହାଯାଇଛି । ଉଦାହରଣ ସ୍ୱରୂପ ବିହାରରେ ୩୭.୮% ପରିବାର (ଉଭୟ ସହର ଓ ଗ୍ରାମଞ୍ଚଳରେ) ସ୍ୱଚ୍ଛ ରନ୍ଧନ ଇନ୍ଧନ ବ୍ୟବହାର କରନ୍ତି ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି । ଉଜ୍ଜ୍ୱଳା ଯୋଜନା ଆରମ୍ଭ ହେବା ପୂର୍ବରୁ ୨୦୧୫-୧୬ରେ ରାଜ୍ୟରେ ମାତ୍ର ୧୭% ପରିବାର ସ୍ୱଚ୍ଛ ଇନ୍ଧନ ବ୍ୟବହାର କରୁଥିଲେ ବୋଲି ଏହା ପୂର୍ବର ଏନ୍‌.ଏଫ୍‌.ଏଚ୍‌.ଏସ୍‌. ଦର୍ଶାଇଛି । ଏନ୍‌.ଏଫ୍‌.ଏଚ୍‌.ଏସ୍‌.-୫ର ପ୍ରଥମ ରାଉଣ୍ଡରେ ଥିବା ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଅନୁରୂପ ଅଭିବୃଦ୍ଧି ଘଟିଛି ।

ସ୍ୱଚ୍ଛ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ମସିହାରେ ଉତ୍ତର ପ୍ରଦେଶରେ ବାଲିଆ ଜିଲ୍ଲାରୁ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ଅବସ୍ଥାରେ ଏହି ସ୍ମିମ୍‌ରେ ଲକ୍ଷ୍ୟ ଥିଲା ଦରିଦ୍ର ସୀମାରେଖା ତଳେ ଥିବା ୫କୋଟି ପରିବାରକୁ ଏଲ୍‌.ପି.ଜି. ସଂଯୋଗ ଯୋଗାଇଦେବା । ସଫଳତାରେ ଉତ୍ସାହିତ ହୋଇ ୨୦୨୦ ଡ଼ିସେମ୍ବର ସୁଦ୍ଧା ୮କୋଟି ପରିବାରକୁ ଏଲ୍‌.ପି.ଜି. ସଂଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟବୃଦ୍ଧି କରିଥିଲେ । ଧାର୍ଯ୍ୟ କରାଯାଇଥିବା ତାରିଖର ବହୁ ପୂର୍ବରୁ ସେପ୍ଟେମ୍ବର ୨୦୧୯ ରେ ଏହି ଲକ୍ଷ୍ୟ ହାସଲ କରାଯାଇପାରିଥିଲା ବୋଲି ବହୁଳ ପ୍ରଚାର ଓ ଘୋଷଣା କରାଗଲା ।

ସରକାରଙ୍କ ଉଜ୍ଜ୍ୱଳା ଦାବୀ ଏବଂ ଏନ୍‌.ଏଫ୍‌.ଏଚ୍‌.ଏସ୍‌ର ବାସ୍ତବ ଚିତ୍ର
ଉଜ୍ଜ୍ୱଳା ଯୋଜନାର ଆରମ୍ଭ ଦିନରୁ ବିଶେଷଜ୍ଞମାନେ ଏହି ଚିନ୍ତା ପ୍ରକଟ କରିଆସୁଥିଲେ ଯେ, ପ୍ରଥମଥର ଏଲ୍‌.ପି.ଜି ସିଲିଣ୍ଡର ଗ୍ରହଣ କରିବା ବେଳେ ହିତାଧିକାରୀମାନେ ଯେପରି ଉତ୍ସାହ ପ୍ରକାଶ କରୁଥିଲେ ସେପରି ଉତ୍ସାହରେ ପରବର୍ତ୍ତୀ ଏଲ୍‌.ପି.ଜି. ସିଲିଣ୍ଡରମାନ ବ୍ୟବହାର କରୁନାହାନ୍ତି । ଏହା ଫଳରେ ଏହି ଯୋଜାନର ମୂଳ ଉଦ୍ଦେଶ୍ୟ ହିଁ ବ୍ୟାହାତ ହେଉଛି । ଏପରି ବର୍ଣ୍ଣନାର ବିରୋଧ କରିବା ପାଇଁ କେନ୍ଦ୍ର ବିଜେପି ସରକାର ଏବଂ ତୈଳ ମନ୍ତ୍ରଣାଳୟ ନିୟମିତ ରୂପେ ଏହି ଯୋଜନାର ହିତାଧିକାରୀ ଏଲ୍‌.ପି.ଜି. ସିଲିଣ୍ଡର ପୁଣିଥରେ ଭର୍ତ୍ତି କରାଇବା ସଂକ୍ରାନ୍ତୀୟ ତଥ୍ୟ ଗଣମାଧ୍ୟମକୁ ଜଣାଉଥିଲେ ।

୨୦୨୦ ମସିହା ସେପ୍ଟେମ୍ବର ଲୋକସଭା ଅଧିବେଶନରେ କଂଗ୍ରେସର କେରଳ ସାଂସଦ ଆର.କେ.ରାଘବନ ଏହି ଚିନ୍ତା ପ୍ରକାଟ କରିବା ପରେ ତୈଳ ଓ ପ୍ରାକୃତିକ ବାଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେଇଥଲେ, ‘ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ହାରହାରି ଭାବେ ୩୦୧ଥର ସିଲିଣ୍ଡର ପୂରଣ କରୁଛନ୍ତି ।’ ତେବେ ବିଶେଷଜ୍ଞମାନଙ୍କ କହିବା କଥା ଯେ, ସରକାର ଜାଣିଶୁଣି ଏହି ଧଳାହାତୀକୁ ଅଣଦେଖା କରୁଛନ୍ତି ଏବଂ ଏହି ଯୋଜନାକୁ ଜାରି ରଖିଛନ୍ତି । ମାଡ଼୍ରାସ ସ୍କୁଲ ଅଫ୍ ଇକୋନୋମିକ୍ସ କେ.ଏସ୍‌. କବି କୁମାର କହିଛନ୍ତି ଯେ, କେନ୍ଦ୍ର ସରକାର ସିଲିଣ୍ଡର ପୁନଃଭରଣ ସମ୍ପର୍କରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ହେଉଛି ସିଲିଣ୍ଡର ଯୋଗାଣକାରୀମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇ.ଓ.ସି) ଭାରତ ପ୍ରେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ଼୍ (ଏଚ୍‌.ପି.ସି.ଏଲ୍‌) ଇତ୍ୟାଦି ଅନେକଗୁଡ଼ିଏ ତୈଳ ବିପଣନ କମ୍ପାନୀକୁ ଉଜ୍ଜ୍ୱଳା ଯୋଜନାର ରୂପାୟନ ଦାୟୀତ୍ୱ ଦିଆଯାଇଥିଲା । ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାର୍ଲାମେଣ୍ଟରେ ଉପସ୍ଥାପିତ କରିଥିବା ତଥ୍ୟ ହେଉଛି ଏହି ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଦିଆଯାଇଥିବା ତଥ୍ୟ ଏବଂ ଏହା ଯୋଜନାର ପୂର୍ଣ୍ଣାଙ୍ଗ ରୂପରେଖ ବର୍ଣ୍ଣନା କରୁନାହିଁ । ଉଜ୍ଜ୍ୱଳା ଯୋଜନା କେତେ ସଫଳତା ହାସଲ କରିଛି ସେକଥା ଜାଣିବା ପାଇଁ ଉପଭୋକ୍ତାମାନଙ୍କ ପକ୍ଷରୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ତଥ୍ୟ ଉପସ୍ଥାପିତ କରିବା ଆବଶ୍ୟକ ବୋଲି କବି କୁମାର କହିଛନ୍ତି ।

ଏନ୍‌.ଏଫ୍‌.ଏଚ୍‌.ଏସ୍ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଏକଥା ସ୍ପଷ୍ଟ କରି ଦେଉଛି ଯେ ପରିବାରଗୁଡ଼ିକୁ ସିଲିଣ୍ଡର ଯୋଗାଇଦେବା । ଗୋଟିଏ କଥା, ଏବଂ ସମସ୍ତଙ୍କ ଦ୍ୱାରା ଗ୍ୟାସ୍ ବ୍ୟବହାର କରାଇବା ହେଉଛି ଭିନ୍ନ କଥା । ଖୁବ୍ ସମ୍ଭବତଃ ଲୋକେ ପି.ଏମ୍‌.ୟୁ.ୱାଇ ଯୋଜନାରେ ସିଲିଣ୍ଡର ନେଉଛନ୍ତି, ମାତ୍ର ଏଗୁଡ଼ିକୁ ବ୍ୟବହାର କରିବାରେ ଅସମର୍ଥ ହେଉଛନ୍ତି ବୋଲି କୁମାର କହିଛନ୍ତି । ପୁନେସ୍ଥିତ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚିନ୍ତନ ଗୋଷ୍ଠୀ ପ୍ରୟାସର ଜଣେ ବ୍ୟକ୍ତି ଶକ୍ତି ବିଶେଷଜ୍ଞ ଅଶୋକ ଶ୍ରୀନିବାସ କହିଛନ୍ତି ଯେ, ସର୍ବଶେଷ ଏନ୍‌.ଏଫ୍‌.ଏଚ୍‌.ଏସ୍ ସର୍ବେକ୍ଷଣର ତଥ୍ୟ ସେହି ପୁରୁଣା କଥାର ପୁନରାବୃତ୍ତି ଯେ ସେମାନେ ଉଜ୍ଜ୍ୱଳା ଯୋଜନା ଅଧିନରେ ଦିଆଯାଇଥିବା ଏଲ୍‌.ପି.ଜି. ବ୍ୟବହାର କରୁନାହାନ୍ତି । ପୂର୍ବରୁ ମଧ୍ୟ ଏକଥା କୁହାଯାଇସାରିଛି ମାତ୍ର ସରକାର କେବେହେଲେ ଏକଥାକୁ ସ୍ୱୀକାର କରୁନଥିଲେ । ଏବେ ଖୋଦ୍ କେନ୍ଦ୍ର ସରକାରୀ ସର୍ଭେ ହିଁ ସେହି ଏକା କଥା କହୁଛି ବୋଲି ଜଣାପଡିଛି ।

ପ୍ରାୟ ବର୍ଷେ ପୂର୍ବେ ସରକାରଙ୍କ ଦ୍ୱାରା୨୦୧୯ ନଭେମ୍ବର ମାସରେ ଜାତୀୟ ପରିସଂଖ୍ୟନ କାର୍ଯ୍ୟାଳୟ ମାଧ୍ୟମରେ କରାଯାଇଥିବା ୨୬ତମ ସର୍ଭେରେ କୁହାଯାଇଥିଲା ଯେ ଦେଶର ମୋଟ ପରିବାର ସଂଖ୍ୟାର ମାତ୍ର ୬୧% ଇନ୍ଧନ ପାଇଁ ଗ୍ୟାସ୍ ବ୍ୟବହାର କରନ୍ତି । ଏବେ ମଧ୍ୟ ପ୍ରାୟ ୪୪.୫% ଗ୍ରାମୀଣ ପରିବାର ରନ୍ଧାରନ୍ଧି ପାଇଁ ଜଳେଣୀ କାଠ, କାଠଗୁଣ୍ଡ ଓ ଫସଲର ଅବଶିଷ୍ଟ ବ୍ୟବହାର କରନ୍ତି । ଏହି ସର୍ଭେରୁ ଏହିକଥା ଜଣାପଡ଼ିଛି ଯେ, ଏବେ ମଧ୍ୟ ଗ୍ରାମାଂଚଳର ୫.୫% ପରିବାର ଘସି ଜାଳି ସେମାନଙ୍କର ଖାଦ୍ୟ ରାନ୍ଧନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ବିଜେପିର ମୁଖପାତ୍ର ଡାକ୍ତର ସଂବିତ ପାତ୍ର ଗତ ପୁରୀ ଲୋକସଭା ନିର୍ବାଚନରେ ନିଜ ପାଇଁ ପ୍ରଚାର କରୁଥିବାବେଳେ ସେ ଜଣେ ଗୃହିଣୀଙ୍କ ଘରେ ଧୁଆଁରେ ବସି ବ୍ୟତିବ୍ୟସ୍ତ ହେଉଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଉଜ୍ଜ୍ୱଳା ଯୋଜନା କୁଆଡ଼େ ଗଲା ବୋଲି ଭାଇରାଲ୍ ଭିଡିଓରେ ପ୍ରଶ୍ନ ଉଠିଥିଲା ।
ବିଶେଷଜ୍ଞମାନେ ଏକଥା ସ୍ୱୀକାର କରନ୍ତି ଯେ, ବହୁ ପରିବାର ରନ୍ଧାରନ୍ଧି ପାଇଁ ଉଭୟ ଏଲ୍‌.ପି.ଜି ଏବଂ ଅନ୍ୟାନ୍ୟ ଜାଳେଣୀ ବ୍ୟବହାର କରନ୍ତି । ଚା\’ ଏବଂ ଅନ୍ୟାନ୍ୟ କେତେକ ତୁରନ୍ତ ରନ୍ଧନ ପାଇଁ ସେମାନେ ଏଲ୍‌.ପି.ଜି ବ୍ୟବହାର କରୁଥିଲେ ମଧ୍ୟ ଭାତ ଭଳି ଅଧିକ ସମୟ ଲାଗୁଥିବା ଅନ୍ୟାନ୍ୟ ରନ୍ଧାରନ୍ଧି ପାଇଁ ଭିନ୍ନ ଜଳେଣୀ ବ୍ୟବହାର କରନ୍ତି । ଏପରି ପରିବାର ଗୁଡ଼ିକରେ ଉଭୟ ପ୍ରକାରର ଚୁଲା ରହିଥାଏ ।
ଏଲ୍‌.ପି.ଜି. ସିଲିଣ୍ଡର ବ୍ୟବହାରରେ ଅସୁବିଧା
ଗ୍ରାମୀଣ ପରିବାର ଗୁଡ଼ିକ କାହିଁକି ଏଲ୍‌.ପି.ଜି ସିଲିଣ୍ଡର ବ୍ୟବହାର କରିବାକୁ କୁଣ୍ଠିତ ତାହାର ଅନେକ ଗୁଡ଼ିଏ କାରଣ ରହିଛି । ବିଭିନ୍ନ ଅଧ୍ୟୟନ, ଗଣମାଧ୍ୟମ ରିପୋର୍ଟ ଏବଂ ବିଶ୍ଲେଷକମାନେ ଏହି ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିଛନ୍ତି । ପ୍ରଥମ କାରଣ ହେଲା ଯେ, ଦେଶର ଅଧିକାଂଶ ପରିବାର, ବିଶେଷକରି ଗ୍ରାମାଞ୍ଚଳର ପରିବାର ଗୁଡ଼ିକ ଜାଳେଣୀ କାଠ, ଟୁକୁରା କାଠ, ଫସଲର ଅବଶିଷ୍ଟାଂସ ଏବଂ ଘସିକୁ ରନ୍ଧାରନ୍ଧି ପାଇଁ ଇନ୍ଧନ ରୂପେ ବ୍ୟବହାର କରନ୍ତି କାରଣ ସେମାନେ ପ୍ରାୟତଃ ବିନା ମୂଲ୍ୟରେ ଏସବୁ ପାଇଥାନ୍ତି । ଦ୍ୱିତୀୟ କାରଣ ହେଲା, ବର୍ତ୍ତମାନର ସରକାର ରିହାତି ଦରରେ ଗ୍ୟାସ୍ ସିଲିଣ୍ଡର ଦେବା ବନ୍ଦ କରିଦେଇଛନ୍ତି । ସଂପ୍ରତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡ଼ି.ବି.ଡ଼ି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ଲୋକମାନଙ୍କୁ ପୂର୍ଣ୍ଣ ମୂଲ୍ୟ ଦେଇ ସିଲିଣ୍ଡର ଭର୍ତ୍ତି କରାଇବାକୁ ପଡ଼ିବ ଏବଂ ପରବର୍ତ୍ତୀ ସମୟରେ ରିହାତି ମୂଲ୍ୟ (ସବ୍‌ସିଡ଼ି) ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆସିବ । ଦରିଦ୍ର ପରିବାମାନଙ୍କ ପାଇଁ ପୂର୍ଣ୍ଣ ମୂଲ୍ୟ ଦେଇ ସିଲିଣ୍ଡର ଭର୍ତ୍ତି କରାଇବା ଏକ ବଡ଼ ଆହ୍ୱାନ ଏବଂ ସମସ୍ୟା ପାଲଟିଛି ।

ଆଜିକାଲି ଗୋଟିଏ ଏଲ୍‌.ପି.ଜି ସିଲିଣ୍ଡର ପୁନଃ ଭରଣ କଲେ ପ୍ରାୟ ୭୦୦ଟଙ୍କା ଦେବାକୁ ପଡ଼ିଥାଏ । ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କର ଶେଷତମ ଗଣତି ହୋଇଥିଲା ୨୦୧୩ରେ । ସେତେବେଳେ ୨୨କୋଟି ଭାରତୀୟ ଦୈନିକ ମାତ୍ର ୩୨ଟଙ୍କାରେ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଏହି ଆକଳନ ଅନୁଯାୟୀ ପ୍ରାୟ ୪.୪କୋଟି ପରିବାରର ମାସିକ ଆୟ ଟ୪,୮୦୦ରୁ କମ୍ । ନିକଟ ଅତୀତରେ ବିମୁଦ୍ରୀକରଣ ଏବଂ କୋଭିଡ଼୍ -୧୯ ବୈଶ୍ୱିକ ମହାମାରୀ ବିପଦ ପ୍ରବଣ ପରିବାର ଗୁଡ଼ିକର ସ୍ଥିତି ଆହୁରି ଦୟନୀୟ କରିଦେଇଛି । ଭାରତର ଜନସାଧାରଣଙ୍କର ଏକ ବଡ଼ ଅଂଶ ପାଇଁ ଏଲ୍‌.ପି.ଜି ସିଲିଣ୍ଡର ବାବଦକୁ ମାସକୁ ଟ.୭୦୦ଖର୍ଚ୍ଚ କରିବା ଏକ ବଡ଼ ଆର୍ଥକ ବୋଝ ଯାହା ସେମାନେ ବୋହି ପାରିବେ ନାହିଁ ।
ଏହି ବର୍ଗକୁ ନଜରରେ ରଖି ବିଶେଷଜ୍ଞମାନେ କୁହନ୍ତି, ନିଜ ଖର୍ଚ୍ଚରେ ସିଲିଣ୍ଡର ପୁନଃ ଭରଣ କରିବା ପରେ ଭବିଷ୍ୟତରେ କେବେ ସେମାନଙ୍କ ରିହାତି ଟଙ୍କା ମିଳିବ ସେପାଇଁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟ ସାଧ୍ୟ । ବାରମ୍ବାର ଏହି ଯୁକ୍ତି ଉପସ୍ଥାପନ କରାଯାଇଛି ଯେ ସରକାର ରନ୍ଧାରନ୍ଧି ପାଇଁ ପ୍ରଦୂଷଣମୁକ୍ତ ଇନ୍ଧନ ପ୍ରସାର କରିବା ସକାଶେ ଅନ୍ୟାନ୍ୟ ବିକଳ୍ପ ଗୁଡ଼ିକର ଅନୁସନ୍ଧାନ କରିବା ଉଚିତ । ଯାହା ହେଲେ ବି ସରକାରଙ୍କୁ ସବ୍‌ସିଡ଼ିର ବୋଝ ବୋହିବାକୁ ପଡ଼ୁଛି । ତେଣୁ ସରକାର ଯଦି ସବ୍‌ସିଡ଼ି ବା ରିହାତି ବାବଦକୁ ଖର୍ଚ୍ଚ ଆଗତୁରା କରନ୍ତେ ତେବେ ଭାରତର ଦରିଦ୍ର ପରିବାର ଗୁଡ଼ିକୁ ଜାଳେଣୀ ବାବଦକୁ ଆର୍ଥିକ ବୋଝ ବୋହିବାକୁ ପଡ଼ନ୍ତା ନାହିଁ ।
ମୂଳ ଉଦ୍ଦେଶ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ ରହିବା ଉଚିତ୍‌  ।
ସରକାର ଚାହାନ୍ତି ଯେ ଲୋକେ ଅଧିକରୁ ଅଧିକ ପ୍ରଦୂଷଣମୁକ୍ତ ଜାଳେଣୀ ବ୍ୟବହାର କରନ୍ତୁ ଯେପରିକି ଜୈବିକ ଇନ୍ଧନର ବ୍ୟବହର ଯୋଗୁଁ ସୃଷ୍ଟି ହେଉଥିବା ରୋଗର ବୋଝ କମାଯାଇପାରିବ । ୨୦୧୮ ମସିହାରେ ଲାନ୍‌ସେଟ୍ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ଅଧ୍ୟୟନର ବିବରଣୀ ଦାବୀ କରିଛି ଯେ ପ୍ରତିବର୍ଷ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାୟ ୪,୮.୦୦୦ ଭାରତୀୟଙ୍କ ପ୍ରାଣ ନେଇଥାଏ । ସେହି ଏକା ଜର୍ଣ୍ଣାଲରେ ପ୍ରକାଶିତ ଏକ ସର୍ବଶେଷ ଗବେଷଣା ରିପୋର୍ଟରେ ଦାବୀ କରାଯାଇଛି ଯେ, ବାୟୁ ପ୍ରଦୂଷଣ ଯୋଗୁଁ ଜନ୍ମ ସମୟରେ ଶିଶୁମାନଙ୍କର ଓଜନ କମିଯିବା ଏବଂ ସେମାନଙ୍କର ଗର୍ଭରେ ରହିବାର ଅବଧି ମଧ୍ୟ କମିଯିବା ପରି ସମସ୍ୟାର କାରଣ ହୋଇଛି । ବାୟୁ ପ୍ରଦୂଷଣ ଯେ ଲାଗି ରହୁଥିବା ଶ୍ୱାସକ୍ରିୟା ପଥ ଅବରୋଧ (ସି.ଓ.ପି.ଡ଼ି), ଶ୍ୱାସନଳୀର ଭିତର ଅଂଶରେ ସଂକ୍ରମଣ, ଫୁସ୍‌ଫୁସ୍ କ୍ୟାନସର୍‌, ବିଭିନ୍ନ ପ୍ରକାରର ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍‌, ଟାଇପ୍‌-୨ ଡ଼ାଇବେଟିସ୍‌, ମୋତିଆବିନ୍ଦୁ ଇତ୍ୟାଦି ରୋଗର ବୋଝ ସହ ସମ୍ପର୍କ ରହିଛି ସେକଥା ପ୍ରକାଶିତ ହୋଇସାରିଛି ।
ରୋଗର ବୋଝ କମାଇବା ପାଇଁ ଭାରତ ସରକାର ବହୁବର୍ଷ ହେଲା ଭିନ୍ନ ଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି ଯେପରିକି ଜୈବବାଷ୍ପ (ଗୋବର ଗ୍ୟାସ୍‌) ଏବଂ ଧୂମହୀନ ଚୂଲା ଇତ୍ୟାଦି । ତେବେ ୨୦୧୬ ମସିହାରେ କେନ୍ଦ୍ର ସରକାର ସବୁ ପରିବାରରେ ଏଲ୍‌.ପି.ଜି ଗ୍ୟାସ୍ ଉପଲବ୍ଧ କରାଇବା ପାଇଁ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କଲେ । ଏହାକୁ ଘର ଭିତରେ ବାୟୁ ପ୍ରଦୂଷଣର ପୂର୍ଣ୍ଣ ସମାଧାନ ବୋଲି ବିଚାର କରାଯାଉଥିଲା ସେଇଥିପାଇଁ ପ୍ରଦୂଷଣମୁକ୍ତ ଜଳେଣୀ ସମ୍ପର୍କିତ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ମଧ୍ୟ ଅଟକାଇ ରଖାଗଲା ।
ସରକାର ପ୍ରଦୂଷଣମୁକ୍ତ ଇନ୍ଧନର ଚୂଡ଼ାନ୍ତ ଲକ୍ଷ୍ୟ ପ୍ରତି ସର୍ବଦା ସଚେତନ ହୋଇ ରହିବା ଆବଶ୍ୟକ ଯାହା ହେଉଛି ରୋଗର ବୋଝ କମାଇବା । ଗ୍ରାମୀଣ ଅଞ୍ଚଳରେ ଥିବା ଅଧିକାଂଶ ଘରେ ରନ୍ଧା ଘରଗୁଡ଼ିକ ଶୋଇବା ଘର ସହ ସଂଯୁକ୍ତ ଅଥବା ଅଧିକ ସମୟ ବସାଉଠା କରୁଥିବା ଅଞ୍ଚଳଗୁ୍‌ଡ଼ିକ ସହ ସଂଯୁକ୍ତ । ଏହି ଘରମାନଙ୍କରେ ବାୟୁ ଚଳାଚଳର ସମସ୍ୟା ମଧ୍ୟ ରହିଛି । ରୋଗ ବୋଝ ସହ ଲଢ଼ିବା ପାଇଁ ପ୍ରସ୍ତୁତ ରଣକୌଶଳ ଏସବୁ ଦିଗପ୍ରତି ଧ୍ୟାନ ଦେବା ଆବଶ୍ୟକ । ଉଜ୍ଜ୍ୱଳା ଯୋଜନା ସପକ୍ଷରେ ଯୁକ୍ତି ବାଢ଼ୁଥିବା ବହୁ ବିଷେଶଜ୍ଞ ଦାବି କରନ୍ତି ଯେ, ଏହି ଯୋଜନା ଘର ଭିତରେ ବାୟୁ ପ୍ରଦୂଷଣ ସମସ୍ୟା ସମାଧାନ କରାଇବା ପାଇଁ ଯଥେଷ୍ଟ ଉଦ୍ୟମ କରୁଛି, କିନ୍ତୁ ଆମକୁ ବୃହତର ଲକ୍ଷ୍ୟମାନ ହାସଲ କରିବା ସକାଶେ ପ୍ରତ୍ୟକ୍ଷ ଭାବରେ ଉଜ୍ଜ୍ୱଳା ଯୋଜନାରେ ରହିଥିବା ସମସ୍ୟାର ନିରାକରଣ କରିବାକୁ ପଡ଼ିବ । ଏହା ହୋଇନପାରିଲେ ଖାଲି ଘୋଷଣାରେ ଉଜ୍ଜ୍ୱଳା ଯୋଜନାର ଅଧିକ ସୁଫଳ ପ୍ରଚାର ସର୍ବସ୍ୱ ହୋଇ ରହିଯିବ । ମାତ୍ର ବାସ୍ତବ ସୁଫଳ ଓ ଲକ୍ଷ୍ୟଠାରୁ ଉଜ୍ଜ୍ୱଳା ଯୋଜନା ଓ ଜନସାଧାରଣଙ୍କ ମଧ୍ୟରେ ବହୁ ଦୂରତା ରହିଯିବ ।

ବିଭୂତି ପତି
ସଫ୍‌ଦରଜଙ୍ଗ୍ ଏନ୍‌କ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯

ମିଳୁନି ମୃତ ମହିଳାଙ୍କ ମୁଣ୍ଡ, ପରିଚୟ ଦେଲେ ୫୦ ହଜାର ପୁରସ୍କାର

ଭୁବନେଶ୍ୱର: ରହସ୍ୟ ଘେରରେ ଚନ୍ଦକା ହତ୍ୟାକାଣ୍ଡ । ଏବେବି ଅନ୍ଧାରୁଆ ଘଟଣାରେ ଅନ୍ଧାରରେ ବାଡି ବୁଲାଉଛି କମିସନରେଟ ପୋଲିସ । ମୁଣ୍ଡ ବିହୀନ ମୃତ ମହିଳାଙ୍କ ପରିଚୟ ପାଇବାକୁ ଜିର ରହିଛି ସରଜମିନ ଖୋଲତାଡ । ସେପଟେ ମୃତ ମହିଳାଙ୍କ ପରିଚୟ ପାଇବାକୁ ପୁରସ୍କାର ରାଶି ଘୋଷଣା କରିଛି କମିସନରେଟ ପୋଲିସ । ଯେଉଁ ବ୍ୟକ୍ତି ମୃତକଙ୍କ ସଂପର୍କରେ ସୂଚନା ଦେବେ ଅର୍ଥାତ ପରିଚୟ ପ୍ରଦାନ କରିବେ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥ ପୁରସ୍କୃତ କରାଯିବ ବୋଲି କମିସନରେଟ ପୋଲିସ ଘୋଷଣା କରିଛି ।

ଫେବୃଆରୀ ୪ ତାରିଖରେ ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତ ଶରୀର ଉଦ୍ଧାର କରିଥିଲା ପୋଲିସ । କେହି ମହିଳାଙ୍କୁ ହତ୍ୟା କରି ଉକ୍ତ ସ୍ଥାନରେ ଫୋପାଡ଼ି ଦେଇଥିବା ସନ୍ଦେହ କରିଛି ପୋଲିସ । ମହିଳା ଜଣଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଦତନ୍ତ ଜାରି ରଖିଛି ପୋଲିସ । ପ୍ରାଥମିକ ରିପୋର୍ଟରେ ମହିଳାଙ୍କୁ ହତ୍ୟା କରାଯିବା ପରେ, ତଣ୍ଟି କଟାଯାଇଥିବା ଉଲ୍ଲେଖ ଥିଲା । ହାତ କିମ୍ବା ରଶିରେ ତଣ୍ଟି ଚିପାଯାଇଥିବା ଅନୁମାନ କରିଛି ପୋଲିସ ।

ସେପଟେ ମହିଳାଙ୍କ ପରିଚୟ ମିଳିନଥିବାରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି ଚନ୍ଦକା ପୋଲିସ । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ପୋଷ୍ଟର ଲଗାଇଛି ଚନ୍ଦକା ଥାନା ପୋଲିସ । ହିନ୍ଦୀ ଓ ଓଡ଼ିଆ ଭାଷାରେ ତିଆରି ହୋଇଛି ପୋଷ୍ଟର । ଭୁବନେଶ୍ୱର ରେଲୱେ ଷ୍ଟେସନ, ଏୟାରପୋର୍ଟ ଓ ବିଭିନ୍ନ ବସ୍ତିରେ ପୋଷ୍ଟର ଲଗାଇଛି ପୋଲିସ । ପୋଷ୍ଟରରେ ୩୦ ବର୍ଷୀୟ ମହିଳାଙ୍କ ଉଚ୍ଚତା ୫ଫୁଟ୍ ୩ ଇଞ୍ଚ ଥିବା ଉଲ୍ଲେଖ ଥିବା ବେଳେ ୨ଟି ନମ୍ବର ଜାରି କରାଯାଇଛି । ମହିଲାଙ୍କ ବିଷୟରେ ସୂଚନା ଦେଲେ ପୁରଷ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ ପୋଷ୍ଟରରେ ଲେଖା ରହିଛି ।

Valentine’s Day 2021: ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଏହି କଥା ଲୁଚାଇଥାଆନ୍ତି, ଜାଣନ୍ତୁ କାହିଁକି

Valentine’s Day 2021: ବିବାହ ପରେ ପତି ପତ୍ନୀଙ୍କ ସଂପର୍କ ଯେତେ ଭଲ ଥାଉ ନା କାହିଁକି, ହେଲେ ଏହି କଥାକୁ କେବେ ଏଡ଼ାଇ ଦିଆଯାଇପାରିବ ନାହିଁ ଯେ, ସେମାନେ ପରସ୍ପର ଠାରୁ କିଛି ନା କିଛି କଥା ଲୁଚାଇଥାଆନ୍ତି । ନିଜ ଜୀବନସାଥିକୁ କୌଣସି କଥା ଲୁଚାଇରଖିବା ସଠିକ ନୁହେଁ, କିନ୍ତୁ ଏମିତି ଅନେକ କଥା ରହିଛି ଯାହାକୁ ବିବାହିତ ଯୋଡ଼ି ପରସ୍ପର ଠାରୁ ଲୁଚାଇ ରଖିଥାଆନ୍ତି ।

ଆସନ୍ତୁ ସେହି ବିଷୟରେ ଜାଣିବା-

ନାଇଟ୍ ଆଉଟ୍- ଅଧିଂକାଶ ପୁରୁଷ ନାଇଟ୍ ଆଉଟ୍ ସମୟରେ ଗୋଟିଏ ଟେବୁଲ ଚାରିପଟେ ସୁନ୍ଦରୀ ଯୁବତୀଙ୍କ ସହ ବସି ଗପସପ କରିବାକୁ ପସନ୍ଦ କରନ୍ତି । ଏହି ଗପସପ ସମୟରେ ସେମାନେ ଅନେକ ବିଷୟରେ କଥା ହୋଇଥାଆନ୍ତି । ଏହି ସବୁକଥା ପୁରୁଷମାନେ ନିଜ ସ୍ତ୍ରୀ କିମ୍ବା ପ୍ରେମିକାଙ୍କୁ କହିବା ପାଇଁ ପସନ୍ଦ କରିନଥାଆନ୍ତି ।

ଅନ୍ୟପଟେ, ମହିଳା ମାନେ ମଧ୍ୟ ନିଜ ସ୍ୱାମୀଙ୍କୁ ନାଇଟ୍ ଆଉଟ୍ ବେଳର କଥା କହିନଥାଆନ୍ତି । ବିବାହ ପୂର୍ବରୁ ପୂର୍ବ ସମ୍ବନ୍ଧ ବିଷୟରେ ନିଜ ସ୍ୱାମୀଙ୍କୁ କହିବାକୁ ସ୍ତ୍ରୀମାନେ ପସନ୍ଦ କରିନଥାଆନ୍ତି ।

ସିକ୍ରେଟ କ୍ରସ୍- ସବୁ ବିବାହିତ ଯୋଡ଼ି ଏହା ଭାବିଥାଆନ୍ତି ଯେ, ଦୁହେଁ ପରସ୍ପର ପାଇଁ ଆଦର୍ଶ ଯୋଡ଼ି ଏବଂ ସେ ଉଭୟଙ୍କୁ ଛାଡ଼ି କାହାକୁ ବି ପସନ୍ଦ କରନ୍ତି ନାହିଁ । କିନ୍ତୁ ପୁରୁଷ ଓ ମହିଳାମାନେ ନିଜ ସିକ୍ରେଟ କ୍ରସଙ୍କ ସହ ଭଲ ସମ୍ବନ୍ଧ ରଖିଥାଆନ୍ତି । ଏହି ସିକ୍ରିଟ କ୍ରସ୍ ଆପଣଙ୍କ ଭଲ ବନ୍ଧୁ ହୋଇପାରନ୍ତି ଅବା ଅଫିସର ବସ୍ ବା କେହି ଅଜଣା ବ୍ୟକ୍ତି ହୋଇପାରନ୍ତି ।

ସ୍ତ୍ରୀ ମଧ୍ୟ ସମାନ ଭାବରେ ନିଜ ସ୍ୱାମୀଙ୍କୁ ପୂର୍ବ ସେକ୍ସ ଲାଇଫ ସଂପର୍କୀୟ କୌଣସି ବିଷୟରେ ଖୋଲାଖୋଲି କଥା ହେବା ପାଇଁ ପସନ୍ଦ କରନ୍ତି ନାହିଁ । ସ୍ତ୍ରୀମାନେ କେବେବି କୌଣସି କାମ ପ୍ରଥମେ ଆରମ୍ଭ କରନ୍ତି ନାହିଁ, କାରଣ ସେମାନେ ଭାବନ୍ତି ଏମିତି କରିବା ଦ୍ୱାରା ତାଙ୍କ ସ୍ୱାମୀ ତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଦେବେ ।

ଅନ୍ତରଙ୍ଗ ସମ୍ବନ୍ଧ ସମୟରେ ମଧ୍ୟ ନିଜର ପସନ୍ଦ ନାପସନ୍ଦକୁ ଜାହିର କରନ୍ତିନାହିଁ । ଅନେକ ମହିଳା ଭାବିଥାଆନ୍ତି ଯେ, ଯଦି ସେ ନିଜ ଯୌନ ଇଚ୍ଛା ସଂପର୍କରେ ସ୍ୱାମୀଙ୍କୁ କହିବେ, ତେବେ ସ୍ୱାମୀ ତାଙ୍କ ବିଷୟରେ ଅଧିକ କିଛି ଭାବିନେବେ ।

ସୋସିଆଲ ମିଡିଆ ଆକାଉଣ୍ଟ- ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଭଳି ସୋସିଆଲ ମିଡିଆ ଆକାଉଣ୍ଟ ଆଜିର ସମୟରେ ସମ୍ବନ୍ଧ ଯୋଡ଼ିବାରେ ପ୍ରମୁଖ ଭୂମିକା ସାଜିଛି । ଅଧିକାଂଶ ପତି-ପତ୍ନୀ ନିଜ ପବଲିକ୍ ଆକାଉଣ୍ଟ ସହିତ ଏକ ପ୍ରାଇଭେଟ୍ ଆକାଉଣ୍ଟ ମଧ୍ୟ ରଖିଥାଆନ୍ତି । ଯେଉଁଥିରେ ସେ ନିଜ ପୂର୍ବ ପ୍ରେମିକା- ପ୍ରେମିକଙ୍କ ସହ କଥା ହୋଇଥାଆନ୍ତି ।

ଖାଲି ସେତିକି ନୁହେଁ, ପତି- ପତ୍ନୀ ଏହି ଆକାଉଣ୍ଟକୁ ଗୁପ୍ତରେ ବ୍ୟବହାର କରି ପରସ୍ପର ମଧ୍ୟରେ ନଜର ରଖିଥାଆନ୍ତି । ଉଭୟଙ୍କ ଲକ୍ଷ ଯାହା ହେଉନା କାହିଁକି, କିନ୍ତୁ ସେ କେବେ ବି ଏହି ବିଷୟରେ ପରସ୍ପରକୁ କହିନଥାଆନ୍ତି ।