spot_img
Home Blog Page 6025

କୋଟିଆରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋଟିଆ: କୋଟିଆର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା । ଗୋଟିଏ ପରେ ଗୋଟିଏ ନେଉଛନ୍ତି ବଡ଼ ପଦକ୍ଷେପ । ବିକାଶ ପଥରେ ସୀମାନ୍ତ କୋଟିଆ । ଶୁକ୍ରବାର ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରାଯିବ ।

ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଲୋକ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଗୋଟିଏ ପଟେ ଓଡ଼ିଶା ସରକାର ସେଠାରେ ବିକାଶମୂଳକ କାର୍ଯ୍ୟ ଉପରେ ଗରୁତ୍ୱ ଦେଉଥିବା ବେଳେ ଆନ୍ଧ୍ରପ୍ରଦେଶ କିନ୍ତୁ ନିଜ ପ୍ରକୃତିରେ ଆଣୁନି ସୁଧାର । କୋଟିଆ ପୁଞ୍ଜରେ ୩ ଗାଁରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଓଡିଶା ସରକାର କୋଟିଆରେ ୧୫୦କୋଟି ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି । ତଥାପି ଆନ୍ଧ୍ର ଆଡକୁ ଢଳୁଛି କୋଟିଆ । ଓଡିଶା ପକ୍ଷରୁ କେବଳ ଗୋଟିଏ କୋଟିଆ ପଞ୍ଚାୟତ କରାଯାଇଥିବା ବେଳେ ଆନ୍ଧ୍ର ୩ଟି ପଞ୍ଚାୟତରେ ବିଭକ୍ତ କରିଛି । ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ । ଆସନ୍ତା ୧୩ରେ ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ କରାଇବ ବୋଲି ଯୋଜନା କରିଛି ।

ଜେଏସପିଏଲ ଅନୁଗୁଳ ପରିଦର୍ଶନ କଲେ ଖୋର୍ଦ୍ଧା ରେଳ ଡି.ଆର୍‌.ଏମ୍‌

ଅନୁଗୁଳ: ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍‌ର ଡିଭିଜନାଲ୍ ରେଲ୍‌ୱେ ମାନେଜର ଶଶୀକାନ୍ତ ସିଂହ ଗୁରୁବାର ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌)ର ଅନୁଗୁଳ ସମନ୍ୱୀତ ଇସ୍ପାତ କାରଖାନା ପରିଦର୍ଶନ କରି ଉଭୟ ରେଳବାଇ ଓ ଜେଏସ୍‌ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି କାରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଭି.ଆର୍‌. ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ  ଶଶୀକାନ୍ତ ସିଂହ ଇସ୍ପାତ କାରଖାନା ପରିସର ବୁଲିବା ସହିତ, ଉଭୟ ରେଳବାଇ ଓ ଜେଏସ୍‌ପିଏଲ୍ ମଧ୍ୟରେ ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଥିଲେ ।


ଏହି ପରୀପ୍ରେକ୍ଷୀରେ ସେ କହିଛନ୍ତି ଯେ, “ଜେଏସ୍‌ପିଏଲ୍ ଇସ୍ପାତ କାରଖାନାର କ୍ଷମତା ସଂପ୍ରସାରଣ ଯୋଜନା ରହିଛି । ଆଜିର ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ଏହି ଯୋଜନା ସହିତ ପୂର୍ବତଟ ରେଳର ସମନ୍ୱୟ କରିବା, ଯାହାଦ୍ୱାରା ଜେଏସ୍‌ପିଏଲ୍‌ର ଇସ୍ପାତ ଉତ୍ପାଦନ ବୃଦ୍ଧିରେ ଆମେ ଆବଶ୍ୟକ ସହଯୋଗ କରିପାରିବୁ” । ରେଳବାଇ ଏବଂ ଶିଳ୍ପ କର୍ତ୍ତୃପକ୍ଷ ଦୀର୍ଘକାଳୀନ ଯୋଜନା ଏବଂ ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ପ୍ରଦାନ କାରିଥିଲେ । ଏହି ପରୀପ୍ରେକ୍ଷୀରେ ସେ ଆହୁରି ମଧ୍ୟ କହିଥିଲେ ଯେ, “ଆମର ଲକ୍ଷ ହେଉଛି ଏକ ସମୟରେ କାରଖାନା ପରିସର ଭିତରେ ଏବଂ ରେଳ ଟ୍ରାକ୍‌ରେ କାର୍ଯ୍ୟ କରି ମାଲ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା, ଯାହା ଫଳରେ ଜେଏସ୍‌ପିଏଲ୍‌ର କଞ୍ଚାମାଲ ଓ ଉତ୍ପାଦ ପରିବହନରେ କୌଣସି ସମସ୍ୟା ରହିବ ନାହିଁ ” ।

ଆଜିର ଆଲୋଚନା ଅନୁଯାୟୀ, ଉଭୟ ଜେଏସ୍‌ପିଏଲ୍ ଏବଂ ପୂର୍ବତଟ ରେଳର ପ୍ରତିନିଧିମାନେ ପାରିସ୍ପରିକ ବ୍ୟବସାୟ ଅଭିବୃଦ୍ଧି ନିମନ୍ତେ ମାଲ ପରିବହନ ଆବଶ୍ୟକତା ଏବଂ ଉତ୍ତମ ସମନ୍ୱୟ ସଂପର୍କରେ ପ୍ରତିମାସରେ ବୈକଳ୍ପିକ ଭାବରେ ଅନୁଗୁଳ ଓ ଖୋର୍ଦ୍ଧାରେ ବୈଠକ କରି ଆଲୋଚନା କରିବେ । ଏହା ସହିତ ଜେଏସ୍‌ପିଏଲ୍‌ର ରେଳ ପରିବହନ ପାଇଁ ହେଉଥିବା ବିଦ୍ୟୁତ ଆବଶ୍ୟକତା ଓ ବିଦ୍ୟୁତ ଭିତ୍ତିଭୂମରେ ବିକାଶ ବିଷୟରେ  ଆଲୋଚନା କରିଥିଲେ ଖୋର୍ଦ୍ଧା ଡିଭିଜନ୍‌ର ଡିଭିଜନାଲ୍ ରେଲ୍‌ୱେ ମାନେଜର ।


ଏହି ପରିଦର୍ଶନ ପାଇଁ ଖୋର୍ଦ୍ଧା ଡିଭିଜନ୍‌ର ଡିଭିଜନାଲ୍ ରେଲ୍‌ୱେ ମାନେଜର ଏବଂ ତାଙ୍କ ଟିମ୍‌କୁ ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଭି.ଆର୍‌. ଶର୍ମା ଧନ୍ୟବାଦ ଦେଇ କହିଥିଲେ ଯେ, “ଜେଏସ୍‌ପିଏଲ୍ ଅନୁଗୁଳ କାରଖାନା, ତାହାର ଅଭିବୃଦ୍ଧି ଯୋଜନା ହାସଲ କରିବା ସହିତ ଆତ୍ମନିର୍ଭର ଭାରତରେ ଯୋଗଦାନ କରିବା ପାଇଁ ପୂର୍ବତଟ ରେଳର ସହଯୋଗ ନିତ୍ୟାନ୍ତ ଆବଶ୍ୟକ” । ଏହି ପରିଦର୍ଶନରେ ପୂର୍ବତଟ ରେଳର ଇଂଜିନିୟରିଂ ବିଭାଗ, ଅପରେସନ ବିଭାଗ, କମର୍ସିଆଲ୍ ବିଭାଗ, ସିଭିଲ ଇଂଜିନିୟରିଂ ବିଭାଗ, ସିଗ୍ନାଲିଂ ବିଭାଗ ଏବଂ ମେକାନିକାଲ ବିଭାଗର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ବଦଳିଲେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର

ଭୁବନେଶ୍ୱର: ବଦଳିଲେ କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି । ନୂତନ ଭାବେ ମହମ୍ମଦ ଅବଦାଲ ଅଖତର ହୋଇଛନ୍ତି କୋରାପୁଟ ଜିଲ୍ଲାପାଳ ।

ଜିଲ୍ଲାପାଳ ଥିବା ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଥିବା ବେଳେ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି । ବର୍ତ୍ତମାନ କଟକର PD DRDA ଥିବା ମହମ୍ମଦ ଅବଦାଲ ଅଖତରଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ମିଳିଛି ନିଯୁକ୍ତି ।

ମୁଣ୍ଡ ଖୋଜୁଛି ପୋଲିସ, ବୁଦା ମୂଳେ ପଡିଛି ମହିଳାଙ୍କ ମୃତ ଦେହ

ଭୁବନେଶ୍ୱର: ଉପାନ୍ତ କିମ୍ବା ଅପହଞ୍ଚ ନୁହେଁ । ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ଅପରାଧିଙ୍କ ଉତ୍ପାତ । ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଲୋମଟାଙ୍କୁରା ଦୃଶ୍ୟ । ବୁଦା ମୁଳରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିବା ବେଳେ ଏକ ଛୁରୀ, ୪ଟି ଗ୍ଲୋବସ ଓ ମଦ ବୋତଲ ଜବତ କରିଛି ପୋଲିସ। ସେପଟେ ମୃତ ଦେହରେ ମୁଣ୍ଡ ନଥିବାରୁ ମହିଳାଙ୍କ ପରିଚୟ ଯୋଗାଡ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ମୃତକଙ୍କ ମୁଣ୍ଡ ମିଳିପାରିନଥିବା ବେଳେ ହାତରେ ଓମ୍ ଥିବା ଏକ ଟାଟୁ ରହିଥିବା ଜଣାପଡିଛି ।

ସୂଚନା ମୁତାବକ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରରୁ ରାସ୍ତାକଡ଼ ବୁଦାମୁଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଦେହ ମିଳିବା ପରେ ପୁରା ଅଞ୍ଚଳକୁ ସିଲ୍ କରି ରାସ୍ତାକଡ଼ ଜଙ୍ଗଲ ଭିତରେ ମହିଳାଙ୍କ ମୁଣ୍ଡ ଖୋଜିବାରେ ଲାଗିଛି ପୋଲିସ । ମହିଳାଙ୍କ ବେକକୁ ଛୁରୀରେ କାଟି ମୁଣ୍ଡ ଗଣ୍ଡି ଅଲଗା କରିଦିଆ ଯାଇଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରୁ ଛୁରୀ, ୪ଟି ଗ୍ଲୋବସ ଓ ମଦ ବୋତଲ ମଧ୍ଯ ଜବତ ହୋଇଛି । ଯାହା ଅନୁମାନ କରୁଛି କି ଜବତ ଛୁରୀରେ ହିଁ ମହିଳାଙ୍କ ମୁଣ୍ଡ କଟାଯାଇଛି । ଏହି ହତ୍ୟାକାଣ୍ଡ ଓଡିଶା ବାୟୋଟେକ ପାର୍କ ନିକଟରେ ଘଟିଥିବାବେଳେ ପାର୍କର କର୍ମଚାରୀଙ୍କୁପଚରାଉଚରା କରିଛି ଚନ୍ଦକା ପୋଲିସ ।

କିନ୍ତୁ ପ୍ରଶ୍ନ ଉଠୁଛି, କିଏ କାଟି ନେଲା ମହିଳାଙ୍କ ମୁଣ୍ଡ । ମୁଣ୍ଡବିହୀନ ମୃତ ମହିଳାଙ୍କ ପରିଚୟ କଣ । ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ କିଏ ସଂଶ୍ଲିଷ୍ଟ । ସେପଟେ ମହିଳାଙ୍କ ଡାହାଣ ହାତରେ ଥିବା ଓମ୍ ଚିତା ମହିଳାଙ୍କ ପରିଚୟ ଖୋଜିବାରେ ସହାୟକ ହୋଇପାରିବ । ଅନ୍ୟପଟେ ପରିଚୟ ସ୍ପଷ୍ଟ କରିବା ସହ ଘଟଣାସ୍ଥଳରେ ଡଗ ସ୍କ୍ବାଡ ପହଞ୍ଚି ତନାଘନା ଚଳାଇଛି । ସେହିପରି ମୃତଦେହ ଜବତ ହୋଇଥିବା ସ୍ଥାନର ୪ଶହ ମିଟର ଦୂରରେ ଏକ ଗଛରେ ଲୁଗା ବ୍ୟାଗକୁ ମଧ୍ୟ ଜବତ କରିଛି ପୋଲିସ । ତେଣୁ ମହିଳାଙ୍କୁ ଅନ୍ୟ ସ୍ଥାନରେ ହତ୍ୟା ପରେ ଏଠାରେ ମୃତଦେହ ଫିଙ୍ଗାଯାଇଥିବା ମଧ୍ୟ ସନ୍ଦେହ ଦୃଢିଭୂତ କରୁଛି । ସେପଟେ ଭୁବନେଶ୍ୱର ଡିସିପି କହିଛନ୍ତି ଏହି ହତ୍ୟାକାଣ୍ଡ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ।

ଉଇଘର ମୁସଲିମ୍ ମହିଳାଙ୍କୁ ଏମିତି ଯାତନା ଦେଉଛି ଚୀନ,ମୁସଲମାନଙ୍କ ସ୍ୱୟମ୍ଭୂ ରକ୍ଷକ ପାକିସ୍ତାନ ଚୁପ୍

ଶିନଜିୟାଙ୍ଗ୍: ଚୀନର ଶିନଜିୟାଙ୍ଗ୍ ପ୍ରଦେଶର ଉଇଘର ଅଟକ କେନ୍ଦ୍ରରେ ମୁସଲିମ୍ ମହିଳାଙ୍କ ସହ ହେଉଛି ଅକଥନୀୟ ଅତ୍ୟାଚାର । ସେମାନଙ୍କ ସହ କ୍ୟାମ୍ପ୍ ମଧ୍ୟରେ ଦୁଷ୍କର୍ମ ହେଉଛି । ଚୀନର ସରକାରୀ ଡିଟେନସେନ୍ କ୍ୟାମ୍ପରୁ ଖସି ଆସିଥିବା ଜଣେ ମହିଳା ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି । ଏହି ମହିଳାଙ୍କ ଅନୁସାରେ କୋଭିଡ୍ ମହାମାରୀ ପୂର୍ବରୁ ଚୀନ୍ ଅଧିକାରୀ ପରିଚୟ ଲୁଚାଇବା ପାଇଁ ମାସ୍କ ପିନ୍ଧି କ୍ୟାମ୍ପ ଭିତରକୁ ପ୍ରବେଶ କରୁଥିଲେ । ଏହାପରେ ସେମାନେ ବନ୍ଦୀ ମହିଳାଙ୍କ ମଧ୍ୟରୁ ନିଜ ପସନ୍ଦର ଝିଅ କିମ୍ବା ମହିଳାଙ୍କୁ ବାଛି ବ୍ଲାକ୍ ରୁମକୁ ନିଅନ୍ତି । ସର୍ଭିଲାନ୍ସ କ୍ୟାମେରା ନଥିବା ବ୍ଲାକ୍ ରୁମରେ ସେମାନଙ୍କ ସହିତ ଦୁଷ୍କର୍ମ ହୁଏ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।

ସାମୁହିକ ଦୁଷ୍କର୍ମ:
ଏହି ମହିଳା ଜଣକ କ୍ୟାମ୍ପରେ ୯ ମାସ ବିତାଇଥିବା ଦାବି କରିଛନ୍ତି । ଚୀନ୍ ବିରୋଧରେ ବିଭିନ୍ନ ଡିଟେନସନ କ୍ୟାମ୍ପରେ ୧୦ ଲକ୍ଷ ଉଇଘର ମୁସଲିମଙ୍କୁ ବନ୍ଦୀ କରିଥିବା ଅଭିଯୋଗ ହେଉଛି । ଚୀନ୍ ଏହି ସବୁ କ୍ୟାମ୍ପକୁ ରି-ଏଜୁକେସନ କ୍ୟାମ୍ପ ବୋଲି କହିଥାଏ । ଏହି କ୍ୟାମ୍ପରେ ଉଇଘର ମୁସଲିମ୍ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ବନ୍ଦୀ ଭାବେ ରଖାଯାଇଛି । ବିବିସିର ଏକ ରିପୋର୍ଟ ଅନୁସାରେ ଏହି ସବୁ କ୍ୟାମ୍ପରେ ଉଇଘର ମହିଳାଙ୍କ ସହ ସାମୁଦ୍ରିକ ଦୁଷ୍କର୍ମ ହୋଇଥାଏ ।

ଦୁଷ୍କର୍ମରୁ ଇଲେକଟ୍ରିକ୍ ସକ୍:
ଏବେ ଆମେରିକାରେ ରହୁଥିବା ଏହି ମହିଳାଙ୍କ ଅନୁସାରେ ପ୍ରତି ରାତିରେ ମହିଳାଙ୍କୁ ଜେଲରୁ ବାହାର କରି ବ୍ଲାକ୍ ସେଲକୁ ନିଆଯାଏ । ସେଠାରେ ଚୀନ୍ ଅଧିକାରୀ ସେମାନଙ୍କ ସହିତ ଦୁଷ୍କର୍ମ କରିଥାନ୍ତି । ମହିଳାଙ୍କ ଅନୁସାରେ ତାଙ୍କ ସହିତ ତିନିଥର ସାମୁହିକ ଦୁଷ୍କର୍ମ ହୋଇଥିଲା । ତାଙ୍କ ଅନୁସାରେ ଅନେକ ମହିଳା ବ୍ଲାକ୍ ସେଲକୁ ଯିବା ପରେ ଆଉ ଫେରନ୍ତି ନାହିଁ । ଯେଉଁମାନେ ଫେରନ୍ତି ସେମାନେ ଅଧିକା ନିର୍ଯାତନା ଭୟରେ ନିରବ ରୁହନ୍ତି ।

 

ଗିରଫଦାରୀ ପରେ ବିକ୍ରୀ ହୁଅନ୍ତି ମହିଳା:
ବିବିସି ଅନୁସାରେ କାଜାକିସ୍ତାନର ଜଣେ ମହିଳା ଏହି ଡିଟେନସନ୍ କ୍ୟାମ୍ପରେ ୧୮ ମାସ ବିତାଇଥିଲେ । ଏହି ମହିଳାଙ୍କ କାମ ଥିଲା ଉଇଘର ମୁସଲିମ୍ ମହିଳାଙ୍କୁ ନିର୍ବସ୍ତ୍ର କରିବା । ତାଙ୍କ ଅନୁସାରେ ହାତକଡି ପିନ୍ଧାଇ ମହିଳାଙ୍କୁ ଚୀନ୍ ଅଧିକାରୀଙ୍କ ସହ ପଠାଯାଏ । ତାଙ୍କ ଅନୁସାରେ ସବୁଠାରୁ ସୁନ୍ଦରୀ ମହିଳାଙ୍କୁ ଅଧିକ ଟଙ୍କାରେ ବିକ୍ରୀ କରାଯାଉଥିଲା । ଲମ୍ବା ପୋଷାକ ଓ ବୁର୍ଖା ପିନ୍ଧିବା ଅଭିଯୋଗରେ ମହିଳାଙ୍କୁ ଗିରଫ କରି ଏହି ଭଳି କ୍ୟାମ୍ପକୁ ପଠା ଯାଇଥାଏ ।

ବଳପୂର୍ବକ ଗର୍ଭପାତ:
ବିବିସି ଦାବି କରିଛି ଯେ, ଯେଉଁ ମହିଳା ଗର୍ଭବତୀ ହୁଅନ୍ତି ବଳପୂର୍ବକ ସେମାନଙ୍କ ଗର୍ଭପାତ କରାଯାଏ । ଚୀନ୍ ଅଧିକାରୀଙ୍କ ପାଖରେ ମହିଳାଙ୍କ ଋତୁଶ୍ରାବ ବାବଦରେ ମଧ୍ୟ ପୁରା ଡାଟା ରୁହେ ବୋଲି ରିପୋର୍ଟରେ ଦାବି କରାଯାଇଛି । ଏଭଳି ଡାଟା ରଖିବାର ଉଦ୍ଦେଷ୍ୟ ହେଉଛି ଏହା ଜାଣିବା ଯେ,କେହି ଗର୍ଭବତୀ ଅଛନ୍ତି କି ନାହିଁ । ଚୀନ୍ ନିକଟରେ ଗୋଟିଏ ପରିବାର ଗୋଟିଏ ଶିଶୂ ନୀତିର ଉଛେଦ ହୋଇ ସାରିଛି କିନ୍ତୁ ଉଈଘର ମୁସଲିମଙ୍କ କ୍ଷେତ୍ରରେ ଏହାକୁ ଚୀନ ଅଧିକାରୀ ମାନୁ ନାହାନ୍ତି।

ପାକିସ୍ତାନ,ସାଉଦି ଆରବ ଚୁପ୍:
ଚୀନରେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ଏଭଳି ନିର୍ଯାତନା ଚାଲିଥିବା ବେଳେ କିନ୍ତୁ ପାକିସ୍ତାନ ଓ ସାଉଦି ଆରବ ଭଳି ଦେଶ ନିରବ ଅଛନ୍ତି । ଆର୍ଥିକ ସାହାଯ୍ୟ ପାଇଁ ପାକିସ୍ତାନ ଉପରେ ନିର୍ଭରଶୀଳ ପାକିସ୍ତାନ ଚୀନର ଏଭଳି ବର୍ବର କାଣ୍ଡ ଉପରେ ଚୁପ ରହିଛି । ସେହିଭଳି ବାକି ମୁସଲିମ୍ ଦେଶ ମଧ୍ୟ ଏହାକୁ ନେଇ ବେସି କିଛି ହୋହଲ୍ଲା କରୁନାହାନ୍ତି । ମୁସଲିମ୍ ରାଷ୍ଟ୍ର ସବୁ ଚୀନକୁ ଅସନ୍ତୁଷ୍ଟ ନକରିବା ପାଇଁ ନିରବ ରହିଛନ୍ତି ବୋଲି କୁହାଯାଉଛି ।

ପାଳଗଦା ନିଆଁରେ ପୋଡି ଗଲେ ଦୁଇ ଶିଶୁ

ରାୟଗଡା: କାଶୀପୁର ବ୍ଲକ ଲାକରିସ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାଳ ଗଦାରେ ନିଆଁରେ ଜୀବନ୍ତ ଜଳିଗଲେ ଦୁଇ ଶିଶୁ । ଦୁଇ ଜଣ ଶିଶୁ ହେଲେ ପାଞ୍ଚ ବର୍ଷର କୁମାରୀ ମାଝୀ ଓ ତିନି ବର୍ଷର ବିଦ୍ୟା ମାଝୀ । ନିଆଁର ଭୟବହତା ଏତେ ପରିମାଣର ଥିଲା ଯେ, ଘଟଣାସ୍ଥଳରେ ହିଁ ଉଭୟ ଶିଶୁଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ଦୂର୍ଯ୍ୟୋଧନ ମାଝୀଙ୍କ ଦୁଇ ଝିଅ ପରିବା କ୍ଷେତରେ ଥିବା ପାଳଗଦା ନିକଟରେ ନିଆଁ ଲଗାଉ ଥିଲେ । ଏବଂ ସେହି ପାଖରେ ହିଁ ଦୁଇ ଭଉଣ ବସିଥିଲେ । ହେଲେ ସେହି ସମୟରେ ହଠାତ ପାଳଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ସେମାନେ ନିଆଁରେ ପୋଡ଼ି ହୋଇ ଯାଇଥିଲେ।

ପାଳଗଦାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ ଦୁଇ ଶିଶୁ ବାହାରକୁ ଆସିପାରିନଥିଲେ । ଫଳରେ ଦୁହେଁ ସେହି ନିଆଁରେ ପୋଡି ହୋଇଯାଇଥିଲେ । ଏବଂ ଘଟଣାସ୍ଥଳରେ ପୋଡିହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଓଡ଼ିଶା ପ୍ରକଳ୍ପକୁ କେନ୍ଦ୍ରର ଉପହାସ, ହଜାରେ ଟଙ୍କାରେ ନୂଆ ରେଳ ଲାଇନ୍

ଭୁବନେଶ୍ବର: ଓଡ଼ିଶା ପାଇଁ ରେଳ ବିଭାଗର ଉଦାସୀନତା ପୁଣିଥରେ ପ୍ରତିଫଳିତ ହୋଇଛି। ପ୍ରତିବର୍ଷ ୧୫ ହଜାର କୋଟି ଟଙ୍କାର ରେଳ ରାଜସ୍ବ ଯୋଗାଉଥିବା ଆମ ରାଜ୍ୟକୁ ଏହାର ଅଧା ନିବେଶ କରି ରେଳ ଲାଇନ୍କୁ ବିକଶିତ କରିବା ପାଇଁ ଚିନ୍ତା କରିପାରି ନାହିଁ ରେଳ ମନ୍ତ୍ରଣାଳୟ। ଏପରିକି ଯେଉଁ ନୂଆ ପ୍ରକଳ୍ପ ସବୁ ଗତ ଆର୍ଥିକ ବର୍ଷରେ ଘୋଷଣା କରାଯାଇଥିଲା ସେଗୁଡ଼ିକୁ ଆଗକୁ ବଢ଼ାଇବାକୁ ବି କେନ୍ଦ୍ର ସରକାର ଚିନ୍ତା କରି ପାରି ନାହାନ୍ତି। ଗତ ବର୍ଷ ଓଡ଼ିଶାର ଅଣ ବିକଶିତ ଅଞ୍ଚଳରେ ରେଳଲାଇନ୍ ବିଛାଇବା ପାଇଁ ଗୋଟିଏ ମାତ୍ର ନୂଆ ଲାଇନ୍ କଥା ରେଳମନ୍ତ୍ରୀ କହିଥିଲେ। ଏହା ଥିଲା ନୂଆପଡ଼ା-ଗୁଣୁପର ରେଳଲାଇନ୍କୁ ଥେରୁ ବାଲିଯାଏ ସମ୍ପ୍ରସାରଣ କରିବା।

୭୯ କିଲୋମିଟର ୪୯୦ ମିଟର ଲମ୍ବା ଏହି ରେଲାଇନ୍ ସେ ଅଞ୍ଚଳରେ ଶିଳ୍ପ କାରବାର ଏବଂ ଯାତ୍ରୀଙ୍କ ଯିବା ଆସିବାରେ ଅନେକ ସହାୟକ ହେବ ବୋଲି ଆଶା ସୃଷ୍ଟି ହୋଇଥିଲା। ହେଲେ ଏବର୍ଷ ସେହି ପ୍ରକଳ୍ପକୁ ଆଗକୁ ନେବା ପାଇଁ ବଜେଟରେ ମାତ୍ର ୧ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଖାଲି ଏହି ଗୋଟିଏ ଉପହାସ ନୁହେଁ, ତାଳଚେରରୁ ଅନୁଗୁଳ ୧୪ କିଲୋମିଟର ୫୦୦ ଟର ନୂଆ ରେଳଲାଇନ୍ ଲାଗି କେନ୍ଦ୍ର ସରକାର ମଧ୍ୟ ୧ ହଜାର ଟଙ୍କା ବ୍ୟୟ ବରାଦ କରିଛନ୍ତି।

ରେଳ ସଂଯୋଗ କ୍ଷେତ୍ରରେ ଜାତୀୟ ସ୍ତରର ହାରାହାରି ପରିସଂଖ୍ୟାନରୁ ଓଡ଼ିଶା ଯଥେଷ୍ଟ ପଛରେ ରହିଛି। ଦେଶର ପ୍ରତି ୧ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ୧୯ କିଲୋମିଟର ରେଳ ସଂଯୋଗ ଥିବା ବେଳେ ଓଡ଼ିଶାରେ ମତ୍ର ୧୫ କିଲୋମିଟର ରେଳଲାଇନ୍ ବିଛା ହୋଇଛି। ଏ କ୍ଷେତ୍ରରେ ରାଜ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅଧିକ ଧ୍ୟାନ ଜରୁରୀ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ହଜାରେ ଟଙ୍କିଆ ରେଳଲାଲାଇନ ବିକାଶ ଘୋଷଣାରେ ରାଜ୍ୟର ରେଳ ପ୍ରକଳ୍ପ କେତେ ଆଗକୁ ବଢ଼ିବ ତାହା ସହଜେ ଅନୁମେୟ।

ରେଳରେ ଓଡିଶାକୁ ୬୯୯୫.୫୮ କୋଟି, ନୂଆ ବଜେଟରେ ନିର୍ମାଣ ହେବ ୬ ନୂଆ ଲାଇନ

ଭୁବନେଶ୍ବର: ୨୦୨୧-୨୨ ରେଳ ବଜେଟର ଓଡିଶାକୁ ମିଳିଲା ୬୯୯୫.୫୮ କୋଟି । କେନ୍ଦ୍ରୀୟ ରେଳ ବଜେଟରେ ବଢିଛି ଓଡିଶାର ଅନୁଦାନ । ଗତବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୧ ପ୍ରତିଶତ ଅଧିକ ଅନୁଦାନ ପାଇଁଛି ଓଡିଶା । ଚଳିତବର୍ଷ ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ୬୯୯୫.୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷ ଅର୍ଥାତ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଅନୁଦାନ ରାଶି ରହିଥିଲା ୫୭୫୯.୬୪ କୋଟି ଟଙ୍କା । ନୂତନ ଅନୁଦାନରେ ଓଡିଶାରେ ୧୦ଟି ନୂତନ ରେଳ ଲାଇନ ନିର୍ମାଣ କରିବାକୁ ବ୍ୟୟ ବରାଦ ହୋଇଛି ଅର୍ଥ ।

ନୂଆ ବଜେଟରେ ୯୮.୭ କିଲୋମିଟର ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୪୦୦ କୋଟି ଟଙ୍କା ଅନୁଦାନ ହୋଇଥିବାବେଳେ ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି । ସେହିପରି ୨୮୯ କିମି ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପାଇଁ ୧୦୦୦.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ସମ୍ବଲପୁର- ତାଳଚେରର ୧୭୪.୧୧ କିମି ରେଳ ଲାଇନ ଦୋହରୀକରଣ ପାଇଁ ୧୭୩.୮୨ କୋଟି ଟଙ୍କା ଦିଆଯାଇଥିବା ବେଳେ ସମ୍ବଲପୁର – ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଟିଟିଲାଗଡରୁ ବିଜୟନଗରମ୍ ୨୬୪.୬ କିମି ତୃତୀୟ ଲାଇନ ପାଇଁ ୩୦୦ କୋଟି ଟଙ୍କା ଦିଆଯାଇଛି । ରାଉରକେଲାରୁ ଝାରସୁଗୁଡା ତୃତୀୟ ଲାଇନ ପାଇଁ ୨୩୦ କୋଟି ଟଙ୍କା ଦିଆଯାଇଛି । ଅନ୍ୟପଟେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିର୍ମାଣ ହୋଇଥିବା ନୂତନ ଲାଇନର କାର୍ଯ୍ୟ ପାଇଁ ୧୫୫୩.୬୦ କୋଟି ଟଙ୍କା ଅନୁଦାନ ଅର୍ଥ ବଜେଟରେ ଦିଆଯାଇଛି ।

ବ୍ରହ୍ମପୁର ଏସଡିଜେଏମରେ ପ୍ରଦୀପ ପାଣିଗ୍ରାହୀ, ରିମାଣ୍ଡରେ ନେଇପାରେ ଗୋଳନ୍ଥରା ପୋଲିସ

ଭୁବନେଶ୍ୱର: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାରପଡ଼ା ଜେଲରୁ ବ୍ରହ୍ମପୁର ନେଇଥିଲେ । ବିଭିନ୍ନ ମାମଲାରେ ଅର୍ଥ ହଡପ କରି ବନ୍ଧା ହୋଇଥିବା ଗୋପାଳପୁର ବିଧାୟକ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଆଜି ହାଜର ହୋଇଛନ୍ତି ।

କୋର୍ଟରେ ହାଜର ହେବା ପୂର୍ବରୁ କୋର୍ଟ ପରିସରରେ ପହଁଚିଥିଲେ ପ୍ରଦୀପଙ୍କ ପତ୍ନୀ । ସେପଟେ ଅଧିକ ତଦନ୍ଦ ପାଇଁ ବର୍ତ୍ତମାନ ୩ଦିନ ବ୍ରହ୍ମପୁର ଜେଲରେ ରହିବେ ପ୍ରଦୀପ ପାଣିଗ୍ରାହୀ। ଏହି ସମୟରେ ପ୍ରଦୀପଙ୍କୁ ରିମାଣ୍ଡରେ ନେଇପାରେ ବ୍ରହ୍ମପୁର ପୋଲିସ । ଟାଟା ନିଯୁକ୍ତି ଠକେଇ ମାମଲା ନେଇ ପ୍ରଦୀପଙ୍କ ନାଁରେ ଗୋଳନ୍ଥରା ଥାନାରେ ରହିଛି ଏକାଧିକ ମାମଲା ।

ଟାଟା ଠକେଇ ମାମଲାର ସତ୍ୟ ଖୁଲାସା ପାଇଁ ଜେରା କରିବ ବ୍ରହ୍ମପୁର ପୋଲିସ । ସେପଟେ କୋର୍ଟରେ ହାଜର ପରେ ନିଯୁକ୍ତି ଠକେଇ ମାମଲାର ଅଧିକ ଖୋଳତାଡ଼ ପାଇଁ ଗିରଫ ଗୋପାଳପୁର ବିଧାୟକଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଗୋଳନ୍ଥରା ଥାନା ପୋଲିସ ।

ଚୌରୀ ଚୌରାକୁ ଶହେ ବର୍ଷ, ଆରମ୍ଭ ହୋଇଛି ଶତାବ୍ଦୀ ସମାରୋହ

ନୂଆଦିଲ୍ଲୀ: ଆଜି ବି ସତେଜ ଚୌରୀ ଚୌରାର ଐତିହାସିକ ଘଟଣା । ଉତ୍ତେଜିତ ଭାରତୀୟଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋରା ବାହିନୀ । ଜୀବନ୍ତ ଦଗ୍ଧ ହୋଇଥିଲେ ୨୨ ପୋଲିସ କର୍ମଚାରୀ । ଯେଉଁ ଘଟଣା ଅସହୋଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ମହାତ୍ମା ଗାନ୍ଧୀଙ୍କୁ ବାଧ୍ୟ କରିଥିଲା । ଚୌରୀ ଚୌରା ଘଟଣାକୁ ଇତି ମଧ୍ୟରେ ପୁରିଛି ଶହେ ବର୍ଷ । ଆଜିଠାରୁ ଆରମ୍ଭ ହୋଇଛି ଶତାବ୍ଦୀ ସମାରୋହ।

ଏହି ସମାରୋହରେ ଭିସି ମାଧ୍ୟମରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବିଶେଷ ଡାକ ଟିକେଟ ଜାରି କରିଛନ୍ତି । ସ୍ବାଧୀନତା ସଂଗ୍ରାମ ବେଳେ ଉତ୍ତରପ୍ରଦେଶର ଗୋରଖପୁର ନିକଟ ଚୌରୀ ଚୌରାଠାରେ ଘଟିଥିବା ଘଟଣାକୁ ଦେଶବାସୀ ସର୍ବଦା ମନେ ରଖିବେ । ଚୌରୀ ଚୌରା ଘଟଣାକୁ ଇତିହାସରେ ସ୍ବତନ୍ତ୍ର ସ୍ଥାନ ମିଳି ନ ଥିଲେ ବି ଦେଶ ପାଇଁ ଜୀବନ ଦେଇଥିବା ଲୋକମାନଙ୍କୁ ଦେଶବାସୀ କେବେ ଭୁଲିବେନି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।

ସମାରୋହରେ ଯୋଗଦେବା ଅବସରରେ ମୋଦି ନୂଆ କୃଷି ଆଇନ ଓ ବଜେଟ୍‌କୁ ନେଇ କେନ୍ଦ୍ରର ପ୍ରଶଂସା କରିଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଉପସ୍ଥିତ ଥଲେ । ଅତିତୀର ଏହି ଘଟଣାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମନେପକାଇଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଶତାବ୍ଦୀ ସମାରୋହ ଏକ ବର୍ଷ ଧରି ଚାଲିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।