spot_img
Home Blog Page 6026

ଯୁବତୀଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ କରି ବନ୍ଧା ହେଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅସଭ୍ୟ ଯୁବକଙ୍କ ଅଭଦ୍ରାମୀ । ଲିଙ୍ଗରାଜ ଥାନା ଅନ୍ତ୍ରର୍ଗତ ପୁରୁଣା ଭୁବନେଶ୍ବରରେ ଜଣେ ଯୁବକ ଘଟାଇଛନ୍ତି ଚକିତ କଲା ଭଳି କାରନାମା । ସାନ ଭାଇର ଭଡ଼ା ଘରେ ରହି ବଡ ଭାଇ କରୁଥିବା ଜଘନ୍ୟ କାଣ୍ଡ ଏବେ ପଦାରେ ପଡିଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ସୁଟିଙ୍ଗ କରି ବନ୍ଧା ହୋଇଛନ୍ତି ଜଣେ ଯୁବକ ।

ସୂଚନା ମୁତାବକ ସାନ ଭାଇର ଭଡା ଘରେ ରହୁଥିବା ବଡ ଭାଇ ତଥା ଅଭିଯୁକ୍ତ ରବି ନାରାୟଣ ସାହୁ, ଜଣେ ଯୁବତୀ ଗାଧୋଉଥିବାବେଳେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହି ଆପତ୍ତିଜନକ ଭିଡିଓ ୨ ମିନିଟର ଥିବା ଜଣାପଡିଛି । ପରେ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ଯୁବତୀ ଜଣଙ୍କ । ଆପତ୍ତିଜନକ ଭିଡିଓ ରେକର୍ଡ କରିବା ଓ ଭାଇରାଲ କରିବା ଭଳି ଅଭିଯୋଗରେ ଗିରଫ କରିଛି ପୋଲିସ ।

ଘରଭିତରକୁ ମାଡିଗଲା ଟ୍ରକ, ୩ ଗୁରୁତର ଆହତ

ଯାଜପୁର:ଦୁଃସ୍ଥିତି କେତେବେଳେ ଏବଂ କେଉଁ ସମୟରେ ଉପସ୍ଥିତ ହୁଏ ତାହା କାହାକୁ ମଧ୍ୟ ଜଣା ନଥାଏ । ସେମିତି ଏକ ମୃତ୍ୟୁ ଘଟିଛି ଯାଜପୁର ଅଞ୍ଚଳରେ । ଅଚାନକ ଘର ଭିତରକୁ ପ୍ରବେଶ କରିଛି କାଳରୂପୀ ଟ୍ରକ । ଦଶରଥପୁର ବ୍ଲକ ରାମବାଗ ମୌରିଆ ଚୁଆ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଯେଉଁଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଭାରସ୍ୟମ ହରାଇ ରାସ୍ତା କଡ଼ରେ ଥିବା ଅଶୋକ ଜେନାଙ୍କ ଘର ଭିତରକୁ ମାଡିଯାଇଥିଲା ଦଶ ଚକିଆ ଟ୍ରକ । ଫଳରେ ପରିବାରର ତିନିଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଗାଡିଟିକୁ ଗ୍ରାମବାସୀ ଅଟକ ରଖିବା ସହ ହେଲ୍ପରକୁ ମଧ୍ୟ କାବୁ କରିଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରିଥିବା ନେଇ ସୂଚନା ମିଳିଛି ।

Myanmar coup: ସେନାର କ୍ଷମତା ଦଖଲ ବିରୋଧରେ ମିଆଁମାର ଜନତାଙ୍କ ଜୋରଦାର୍ ପ୍ରଦର୍ଶନ

ନୂଆଦିଲ୍ଲୀ: ମିଆଁମାରରେ ରାତାରାତି ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କରିଛି ସେନା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ୍ ସାନ୍ ସୁ ସମେତ ଅନେକ ନେତା ଏବେ ସେନା ହେପାଜତରେ। ଏବେ ଦେଶର ନାଗରିକମାନେ ସେନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ମିଆଁମାରରେ ବର୍ତ୍ତମାନ ନାଗରିକ ସେନା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଦେଶକୁ ଗଣତନ୍ତ୍ର ଆସିବା ବେଳେ ସେନା ନିଜ ସ୍ୱାର୍ଥ ରକ୍ଷା ପାଇଁ ସମ୍ବିଧାନର ବ୍ୟବସ୍ଥା କରିଥିଲା। ଏହି ବ୍ୟବସ୍ଥା ଅନୁସାରେ ସେନା ପାଇଁ ସଂସଦରେ ୨୫ ପ୍ରତିଶତ ଆସନ ସଂରକ୍ଷିତ ଥିଲା । ଅର୍ଥାତ ବିନା ସେନା ସମର୍ଥନରେ ସରକାର ଚାଲିବା ଅସମ୍ବବ । କିନ୍ତୁ ୨୫ ପ୍ରତିଶତ ବଦଳରେ ୧୦୦ ପ୍ରତିଶତ ସରକାର ଚାହୁଁଥିବା ମିଆଁମାର ସେନା ନିକଟରେ ସାମରିକ ବିଦ୍ରୋହ ଦ୍ୱାରା କ୍ଷମତା ଦଖଲ କରିଛି । ତେବେ ଏହାକୁ ସହଜରେ ନେଇ ନାହାନ୍ତି ମିଆମାର ଜନତା।

ଗତ ଦୁଇ ଦିନ ଧରି ମିଆଁମାରରେ ଅଲଗା ଧରଣର ପ୍ରଦର୍ଶନ ଚାଲିଛି। ନାଗରିକ ରାସ୍ତା ଉପରେ ତାଳି ମାରିବା ସହ ଥାଳି ପିଟି ଓ ହର୍ଣ୍ଣ ବଜାଇ ପ୍ରୋଟେଷ୍ଟ କରିଛନ୍ତି। ଏହାକୁ ସେନା ବିରୋଧରେ ନଏଜ୍ ପ୍ରୋଟେଷ୍ଟ୍ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ଲୋକମାନେ ଘର ବାଲକୋନିରୁ ମୋବାଇଲ ଫ୍ଲାସଲାଇଟ୍ ଅନ୍ କରି ମଧ୍ୟ ବିରୋଧ ପ୍ରକଟ କରୁଛନ୍ତି।

ତାଳି ମାରି,ଥାଳି ପିଟି ଲୋକ ଜଣାଇବାକୁ ଚାହୁଁଛନ୍ତି ଯେ, ସେମାନେ ସେନାର କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟ ନୁହଁନ୍ତି। ଏସବୁ ଭିତରେ ମିଆଁମାର ଘଟଣାକ୍ରମକୁ ଜାତିସଂଘ ନିନ୍ଦା କରିଛି । ଆମେରିକା ମଧ୍ୟ ବିଦ୍ରୋହ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି। ଏବେ ମିଆଁମାରର ମିଲିଟାରି ଜୁନ୍ତା କାନରେ ନିଜ ଲୋକଙ୍କ ଥାଳି ପିଟା ଶବ୍ଦ ଓ ଜାତିସଂଘର ନିନ୍ଦା ପ୍ରସ୍ତାବ ପଡୁଛି କି ନାହିଁ ତାହା ସମୟ କହିବ।

India-China Border tension: ବାୟୁସେନା ମୁଖ୍ୟଙ୍କ ବଡ ବୟାନ,ରାଫେଲ ବଢାଇ ଦେଇଛି ଚୀନ୍ ଚିନ୍ତା

ନୂଆଦିଲ୍ଲୀ: ରାଫେଲ ଚୀନର ଚିନ୍ତା ବଢାଇ ଦେଇଛି । ଭାରତୀୟ ବାୟୁସେନାରେ ରାଫେଲ ଲଢୁଆ ବିମାନ ସାମିଲ ହେବା କାରଣରୁ ଚୀନର ଚିନ୍ତା ବଢି ଯାଇଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର କେ ଏସ୍ ଭଦୋଦରିଆ । ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଚୀନ୍ ପୂର୍ବ ଲଦ୍ଦାଖ ପାଖକୁ ଲାଗିଥିବା ଅଂଚଳରେ ଜେ-୨୦ ଲଢୁଆ ବିମାନ ମୁତୟନ କରିଥିଲା । କିନ୍ତୁ ଭାରତ ଉକ୍ତ କ୍ଷେତ୍ରରେ ରାଫେଲ ମୁତୟନ କରିବା ପରେ ସେଠାରୁ ଚୀନ୍ ଜେ-୨୦କୁ ହଟାଇ ଦେଇଛି ।

ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ

ବାୟୁସେନା ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଓ ଚୀନ୍ ମଧ୍ୟରେ ଏବେ ଚାଲିଥିବା ଆଲୋଚନା ଉପରେ ସବୁକିଛି ନିର୍ଭର କରୁଛି । ଯେତିକି ସୈନ୍ୟ ଶକ୍ତି ଆବଶ୍ୟକ ସେତିକି ଆମେ ମୁତୟନ କରିଛୁ । ଆମ ପଟରୁ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଉଛି । ଯଦି ପଛକୁ ଫେରିବା ପ୍ରକ୍ରିୟା ଆରମ୍ଭ ହୁଏ ତେବେ ଭଲ ହେବ କିନ୍ତୁ ଯେକୌଣସି ପ୍ରକାରର ନୂଆ ସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ ।

LACରେ ଯଥେଷ୍ଟ ସୈନିକ

ଚୀନ୍ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ଜାରି ରହିଥିବା ବେଳେ ଭାରତ ଯେତିକି ଆବଶ୍ୟକ ସେତିକି ସୈନିକ ମୁତୟନ କରିଛି । ଗୁରୁବାର ଦିନ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ରାଫେଲ ଲଢୁଆ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଦ୍ୱାରା ଚୀନର ଚିନ୍ତା ବଢିଛି ।ଚୀନ୍ ସୀମାରେ ଜେ-୨୦ ମୁତୟନ କରିବା ପରେ ଭାରତ ତୁରନ୍ତ ରାଫେଲ ମୁତୟନ କରିଥିଲା ବୋଲି ସେ କହିଛନ୍ତି ।

କେନ୍ଦ୍ରର ରେଳ ଅନୁଦାନ‌ ନୈରାଶ୍ୟଜନକ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରେଳ ଅନୁଦାନ‌କୁ ନୈରାଶ୍ୟଜନକ କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଓଡ଼ିଶାକୁ ଗୋଟିଏ ବି ନୂଆ ରେଳ ପ୍ରକଳ୍ପ ମିଳିନାହିଁ । ଏଥର ମଧ୍ୟ ରାଜ୍ୟକୁ ରେଳ ଅନୁଦାନ କମ୍ ମିଳିଛି ।

ଏସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, କେନ୍ଦ୍ର ରେଳ ମନ୍ତ୍ରୀ ଦର୍ଶାଇଥିବା ସଂଖ୍ୟା ବି ଠିକ୍ ନୁହେଁ । ଓଡ଼ିଶା ମାଗିଥିଲା ୭ ହଜାର ୨୦୦ କୋଟି ଟଙ୍କା। କିନ୍ତୁ ମାତ୍ର ୪ ହଜାର ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଶୀତଳାପଲ୍ଲୀ ୱାଗନ୍ କାରଖାନା ପାଇଁ ଅନୁଦାନ ମିଳିନାହିଁ ।

୨୦୦୯-୧୪ ତୁଳନାରେ ୨୦୨୧-୨୨ରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୫୬୦ ପ୍ରତିଶତ ଅଧିକ ବଜେଟ ଆବଣ୍ଟନ କରାଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟେଲ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଟ୍ୱିଟରେ ଥିବା ସୂଚନା ଅର୍ଦ୍ଧସତ୍ୟ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି । ଓଡ଼ିଶାର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ରେଳ ବଜେଟ ସମ୍ପୂର୍ଣ୍ଣ ଭାବେ ନୈରାଶ୍ୟଜନକ ବୋଲି ସାଂସଦ କହିଛନ୍ତି ।

କଂଗ୍ରେସ ମଧ୍ୟ ରେଳ ବଜେଟରେ ରାଜ୍ୟକୁ କେନ୍ଦ୍ରର ଅବହେଳା ନେଇ ସ୍ୱର ଉଠାଇଛି । ଅଧିକ ରାଜସ୍ୱ ନେଇ କମ୍ ଦେଉଛନ୍ତି । ଏହାର ଦୃଢ ପ୍ରତିବାଦ କରାଯାଉ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । କେନ୍ଦ୍ର ରାଜ୍ୟକୁ ନ୍ୟାଯ୍ୟ ଦାବି ଦେଉ ବୋଲି ସେ ଦାବି କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ପିପିଲି ଗସ୍ତରେ ରାଜ୍ୟ କଂଗ୍ରେସର ୧୦ ଜଣିଆ ଟିମ୍

ଭୁବନେଶ୍ୱର: କଂଗ୍ରେସର ପିପିଲି ରଣନୀତି । ରାଜ୍ୟ କଂଗ୍ରେସର ୧୦ଜଣିଆ ଟିମ୍ ପିପିଲି ଗସ୍ତରେ ଯାଇଛନ୍ତି । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ ବୋଲି କହିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ।

ଏହି ଅବସରରେ ସେ କହିଛନ୍ତି ଯେ ପିପିଲିରେ ଦଳ କିପରି ସୁସଙ୍ଗଠିତ ହୋଇ ଲଢିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଉଛି । ତେବେ କର୍ମୀ ଯାହାକୁ ବାଛିବେ ତାଙ୍କୁ ପିପିଲି ନିର୍ବାଚନରେ ପ୍ରାର୍ଥୀ କରାଯିବ।

କଂଗ୍ରେସର ୧୦ଜଣିଆ ଟିମରେ ବରିଷ୍ଠ ବିଧାୟକ ସୁର ରାଉତରାୟ, ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ସାଂସଦ ପ୍ରାର୍ଥୀ ସତ୍ୟ ନାୟକ ପ୍ରମୁଖ ଅଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ପିପିଲି ଉପନିର୍ବାଚନ ବିଜେଡି ମାନସ ମନ୍ଥନ କରିଥିଲା । ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଭୁବନେଶ୍ବର ବାସଭନରେ ବୈଠକରେ ଆଲୋଚନା ହୋଇଥିଲା ।

ତେବେ ଗତ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ହୋଇଥିଲା । ସେଦିନଠାରୁ ଖାଲି ପଡିଛି ପିପିଲି ଆସନ । ନିୟମ ଅନୁସାରେ ୬ ମାସ ମଧ୍ୟରେ ହେବ ଉପନିର୍ବାଚନ । ଏପ୍ରିଲ ମାସରେ ୬ ମାସ ପୂରୁଥିବାରୁ ପିପିଲି ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

କୋଭିଡ କଟକଣା ଭିତରେ ଉପନିର୍ବାଚନ କରାଯିବା ସହ ଶୃଙ୍ଖଳିତ ଭୋଟ କରିବା ପାଇଁ ଅଧିକ ବୁଥ୍‌ ଆୟୋଜନ କରାଯାଇଛି । ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୦୩ ଜଣ ଭୋଟର ଅଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୧୯ ହଜାର ୨୦ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟର ୧ ଲକ୍ଷ ୧୦ ହଜାର ୫୬୧ ଜଣ ଅଛନ୍ତି । ପୋଷ୍ଟାଲ ବାଲାଟ ଭୋଟରଙ୍କ ସଂଖ୍ୟା ୩୨୦ । ସେହିଭଳି ମୋଟ ବୁଥ୍‌ ସଂଖ୍ୟା ୨୭୩ ଥିବାବେଳେ ସେଥିରେ ୭୫ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ଉପନିର୍ବାଚନ ପାଇଁ ପ୍ରତି ବୁଥ୍‌ରେ ୧୦୦୦ ଜଣ ଭୋଟର ଭୋଟ ଦେବେ । ସେଥିପାଇଁ ଅଧିକ ବୁଥ୍‌ ମଧ୍ୟ କରାଯାଇଛି । ଏନେଇ ନିର୍ବାଚନ କମିଶନ ଅନୁମତି ମଧ୍ୟ ଦେଇ ସାରିଛନ୍ତି ।

26 January Violence: ସୁପ୍ରିମକୋର୍ଟ ପରେ, ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

0

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ ପରେ ଏବେ ଦିଲ୍ଲୀ ହାଇକୋର୍ଟ ବି ହସ୍ତକ୍ଷେପ କରିବାକୁ ମନା କରିଦେଇଛି। ହିଂସାକାଣ୍ଡର ତଦନ୍ତ ପାଇଁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ହାଇକୋର୍ଟ ଆବେଦନକାରୀଙ୍କୁ ହିଂସା ହେବାର ମାତ୍ର ଦୁଇ ଦିନ ପରେ କାହିଁକି ଆବେଦନ କରାଯାଇଥିଲା ଏବଂ ଦୁଇ ଦିନ ମଧ୍ୟରେ ତଦନ୍ତ ଶେଷ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହିତ ହାଇକୋର୍ଟ ଆବେଦନକାରୀଙ୍କୁ ଏହି ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି।

ଅନ୍ୟପଟେ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସମୁଦାୟ ୪୩ ଟି ଏଫ୍ଆଇଆର୍ ଦାଖଲ ହୋଇଛି, ଯେଉଁଥିରେ ୧୩ଟି ସ୍ୱତନ୍ତ୍ର ସେଲକୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ UAPA ଅଧୀନରେ ମଧ୍ୟ ଏହି ମାମଲାର ଯାଞ୍ଚ କରାଯାଉଛି। ଶିଖ୍ ଫର ଜଷ୍ଟିସ୍ ଭଳି ନିଷିଦ୍ଧ ସଂଗଠନର ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି। ଆଇନ ଅନୁଯାୟୀ ପୋଲିସ ଏହି ଘଟଣାର ଗୁରୁତର ତଦନ୍ତ କରୁଥିବା ସଲିସିଟର ଜେନେରାଲ କହିଛନ୍ତି।

ପୂର୍ବରୁ ଗତ୩ ତାରିଖରେ ସୁପ୍ରିମକୋର୍ଟ ଏହି ହିଂସାକାଣ୍ଡ ଘଟଣାରେ ହସ୍ତକ୍ଷେପ କରିବାକୁ ମନାକରିଦେଇଥିଲେ। କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନେଉଛନ୍ତି, ତେଣୁ ଏନେଇ ଆବେଦନକାରୀଙ୍କୁ ସରକାରଙ୍କ ଆଗରେ ଅପିଲ୍ କରିବାକୁ ସର୍ବୋଚ୍ଚ କୋର୍ଟ କହିଥିଲେ।

ବିଜେଡିରେ ମିଶିଲେ ଜଟଣୀର ଶତାଧିକ କଂଗ୍ରେସ କର୍ମୀ

ଜଟଣୀ: ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ନେତା ଓ କର୍ମୀ ଗୁରୁବାର ଦିନ ବିଜେଡିରେ ମିଶିବାକୁ ଯାଉଛନ୍ତି । ଏହି କଂଗ୍ରେସ ନେତା ଓ କର୍ମୀମାନେ ବିଧିବଦ୍ଧ ଭାବେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ଏହି ଅଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କ ଭଳି କଂଗ୍ରେସର ଅନେକ ନେତା ଓ କର୍ମୀ ମାନେ ବିଜୁ ଜନତା ଦଳରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବ ଭୁବନେଶ୍ୱରର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ କିଛି ଲୋକ ଗତ ନିର୍ବାଚନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମର୍ଥନ କରିଥିଲେ ।

ତେବେ ନବୀନଙ୍କ ଆଦର୍ଶ ଓ ଯୋଜନାରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ପ୍ରତାପ ଦେବ ଓ ଦେବୀ । ଏହି ମିଶ୍ରଣ ପର୍ବରେ ପ୍ରତାପ ଦେବ ଓ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହିଛନ୍ତି।

Farmer protest: ଭାରତରେ ଚାଷୀ ଆନ୍ଦୋଳନ, ଶାନ୍ତିପୂର୍ଣ୍ଣ ବିରୋଧକୁ ଆମେରିକାର ସମର୍ଥନ

0

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ବଢ଼ିବାରେ ଲାଗିଛି। ହଲିଉଡ୍ ସେଲିବ୍ରିଟିମାନେ ଚାଷୀ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ ଜଣାଇଥିବା ବେଳେ ଏବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ବି ଏହା ଉପରେ ପ୍ରତିକ୍ରିୟା ରଖିଛି। ଚାଷୀ ଆନ୍ଦୋଳନକୁ ନେଇ ପ୍ରଥମ କରି ସିଧାସଳଖ ମନ୍ତବ୍ୟ ରଖିଛି ବିଡେନ୍ ପ୍ରଶାସନ।

ଆମେରିକା କହିଛି, କୌଣସି ସମସ୍ୟା ବା ଆନ୍ଦୋଳନକୁ ନେଇ ଦୁଇପକ୍ଷ ମଧ୍ୟରେ ଆଲୋଚନା ହେବା ଜରୁରୀ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି। ଭାରତର ସୁପ୍ରିମକୋର୍ଟ ମଧ୍ୟ ଏହି କଥାକୁ ସମର୍ଥନ କରିଛନ୍ତି। ଯଦି କୌଣସି ପ୍ରସଙ୍ଗକୁ ନେଇ ଦୁଇପକ୍ଷ ମଧ୍ୟରେ ମତପାର୍ଥକ୍ୟ ରହିଛି, ତା’ହେଲେ ଆଲୋଚନା ମାଧ୍ୟରେ ଏହାର ସମାଧାନ କରାଯିବା ଆବଶ୍ୟକ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି।

ଏହାସହ ଚାଷୀଙ୍କ ସୁବିଧା ପାଇଁ ସମସ୍ତ ନିଷ୍ପତ୍ତିକୁ ଆମେରିକା ସ୍ୱାଗତ କରିବ ବୋଲି କୁହାଯାଇଛି। ଏହାସହ କୌଣସି ବିଷୟବସ୍ତୁ ସମ୍ପର୍କରେ ଲୋକଙ୍କ ନିକଟରେ ଖବର ପହଞ୍ଚାଇବା ପାଇଁ ଇଣ୍ଟରନେଟ୍‌ ସୁବିଧା ନିହାତି ଆବଶ୍ୟକ। ଯାହା ଏକ ସୁସ୍ଥ ଲୋକତନ୍ତ୍ରର ଅଂଶ ବୋଲି ଆମେରିକା କହିଛି।

ଝରାଫୁଲ ମୃତ୍ୟୁ ମାମଲା, ସୁନ୍ଦରପଦା ଅଞ୍ଚଳରୁ ପୋଲିସ ଜବତ କଲା ସ୍କୁଟି

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଗୁରୁବାର ଦିନ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରୁ କୁଆଖିଆ ପୋଲିସ ଏକ ସ୍କୁଟି ଜବତ କରିଛି। ଯେଉଁ ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନିଆଯାଇଥିଲା ।

ସ୍କୁଟି ଜବତ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ନେଇ ଯାଜପୁର ରାଜେନ୍ଦ୍ରପୁରର ରାସ୍ତାକଡ଼ରେ ଫିଙ୍ଗିଥିଲା ବୟଫ୍ରେଣ୍ଡ ରାକେଶ ସ୍ୱାଇଁ । ଆଉ ଯେଉଁଥିରେ ରାକେଶର ସାଙ୍ଗ ଶେଖର ସହଯୋଗ ମଧ୍ୟ କରିଥିଲା।

ଉଲ୍ଲେଖଯୋଗ୍ୟ, ରିମାଣ୍ଡ ଅବଧି ମଧ୍ୟରେ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ମାରାଥନ ଜେରା କରୁଛି ପୋଲିସ। ରିମାଣ୍ଡ ସମୟର ଜେରା ବେଳେ ପ୍ରକୃତ ସତ ଲୁଚାଉଛି ରାକେଶ । ତେଣୁ ରାକେଶର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ କୁଆଖିଆ ପୋଲିସ ଏନେଇ ଆବେଦନ କରିପାରେ ବୋଲି ସୂଚନା ମିଳିଛି । ଗତକାଲି ଭୁବନେଶ୍ୱର ଧର୍ମବିହାର ଗେଷ୍ଟ ହାଉସରେ ରହସ୍ୟମୟ ରାତିରେ କଣ ଘଟିଥିଲା ଡେମୋ ଦେଖାଇଥିଲା ବୟଫ୍ରେଣ୍ଡ ରାକେଶ। ବାଣୀବିହାରରୁ ଧର୍ମବିହାର ପୁରା ରୁଟରେ ହୋଇଥିଲା କ୍ରାଇମ ସିନ୍ ରିକ୍ରିଏସନ ।

ଗେଷ୍ଟହାଉସର ୨୦୧ ନମ୍ବର ରୁମରେ ପୋଲିସ କରିଥିଲା ସିନ୍ ରିକ୍ରିଏଟ୍ । ଏଥିସହ ଗେଷ୍ଟ ହାଉସର କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ ହୋଇଛି । କେଉଁ ପରିଚୟ ଦେଇ ଗେଷ୍ଟ ହାଉସରେ ଏଣ୍ଟ୍ରି କରିଥିଲେ ଝରା ଓ ରାକେଶ । ସେ ଦିନର ଦୁଇ ଜଣଙ୍କର ଚାଲିଚଳନ କେମିତି ଥିଲା । ଏଭଳି କିଛି ପ୍ରଶ୍ନ କରିଛି ପୋଲିସ ।