spot_img
Home Blog Page 6030

ସିବିଆଇ ଜାଲରେ ରେଲଓ୍ୱେର ସିନିଅର ଟ୍ରାଭେଲିଂ ଅଫିସର

ଭୁବନେଶ୍ୱର: ସିବିଆଇ ପଞ୍ଝାରେ ରେଲଓ୍ୱେ ଅଫିସର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ହୋଇଛି ରେଡ। ରେଲଓ୍ୱେ ଅଫିସରଙ୍କ ଘରେ ସିବିଆଇ ଛାପା ମାରିଛି। ସିନିଅର ଟ୍ରାଭେଲିଂ ଅଫିସରଙ୍କ ଘରେ ସିବିଆଇ ଚଢାଉ। ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ରେଡ୍ ହୋଇଛି।

ଭୁବନେଶ୍ୱର ଅଫିସ ଓ କୋଳଥିଆ ବାସଭବନରେ ରେଡ୍ କରିଛି ଭିଜିଲାନ୍ସ। ଟ୍ରାଭେଲିଂ ଅଫିସରଙ୍କର ନାମ ହେଉଛି ରବିନାରାୟଣ ରଥ। କେମିତି ସେ ଏତେ ଟଙ୍କା ଠୁଳ କରିଛନ୍ତି ତାକୁ ନେଇ ତଦନ୍ତ କରୁଛି ସିବିଆଇ। ସିବିଆଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି। ତେବେ ଅଧିକ ତଥ୍ୟ ରେଡ ପରେ ସିବିଆଇ ତାର ପ୍ରାସମିଟରେ ଦେଇପାରେ।

ଅର୍ଣ୍ଣବଙ୍କ ବିରୁଦ୍ଧରେ ମୁମ୍ବାଇ ପୁଲିସର ଏତଲା

0

ନୂଆଦିଲ୍ଲୀ: ବଢ଼ିଲା ରିପବ୍ଲିକ୍‌ ଟିଭି ସମ୍ପାଦକ ଅଣ୍ଣବ ଗୋସ୍ୱାମୀଙ୍କ ଅଡ଼ୁଆ। ପୁଣିଥରେ ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି ଅର୍ଣ୍ଣବ । ତାଙ୍କ ବିରୁଦ୍ଧରେ ମୁମ୍ବାଇ ପୁଲିସ ଏକ ଏତଲା ଦାୟର କରିଛି। ମୁମ୍ବାଇ ପୁଲିସ ପକ୍ଷରୁ ଡିସିପି ଅଭଶେଖ ତ୍ରିମୁଖେ ମୁମ୍ବାଇ ସେସନକୋର୍ଟରେ ଏହି ଏତଲା ଦାୟର କରିଛନ୍ତି।

ଏତଲା ପୃଷ୍ଠାରେ କୁହାଯାଇଛି ଯେ, ଅର୍ଣ୍ଣବ ଡିସିପିଙ୍କ ବିରୁଦ୍ଧରେ ମିଛ ଖବର ପ୍ରସାର କରୁଛନ୍ତି। ଡିସିପି ଅଭଶେଖ ତ୍ରିମୁଖେ ଅଭିଯୋଗ କରିଛନ୍ତି ଯେ ଅଭିନେତା ସୁଶାନ୍ତ ରାଜପୁତ ହତ୍ୟା ମାମଲାରେ ଖବର ପ୍ରସାରଣ ବେଳେ ଅର୍ଣ୍ଣବ ନିଜ ଟ୍ୟାନେଲରେ ମାନହାନୀ ସୂଚକ ଖବର ପ୍ରସାର କରିଛନ୍ତି। ତେବେ ଏ ନେଇ ଅର୍ଣ୍ଣବଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣାରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନେଉଛନ୍ତି, ତେଣୁ ଏନେଇ ସରକାରଙ୍କ ଆଗରେ ଅପିଲ୍ କରିବାକୁ ସର୍ବୋଚ୍ଚ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।

ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୁଇ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ଆସନ୍ତା ୬ ତାରିଖରେ ତିନି ଘଣ୍ଟିଆ ଚକା ଜାମ ଡାକରା ଦେଇଛି। ହେଲେ ଦିଲ୍ଲୀ-ଏନସିଆରରେ ଏପରି କିଛି ହେବ ନାହିଁ ବୋଲି କିଷାନ ନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି। ଗଣତନ୍ତ୍ର ଦିବସରେ ଯାହା ହେଲା ତାର ତଦନ୍ତ ହେବା ଦରକାର ବୋଲି ରାକେଶ ଦାବି ଦୋହରାଇଛନ୍ତି।

ଟିକାୟତ କହିଛନ୍ତି, ‘ଚାଷୀ ଆନ୍ଦୋଳନ କେବେ ବି ଦୁର୍ବଳ ହୋଇନି। ଲଗାତର ଲଢ଼େଇ ଜାରି ରହିଛି। କିନ୍ତୁ ୬ ତାରିଖରେ ଦିଲ୍ଲୀ ଘେରିବାର କୌଣସି କାର୍ଯ୍ୟକ୍ରମ ନାହିଁ। କିନ୍ତୁ ଆମେ କୌଣସି ଚାପରେ ଦବି ଯିବୁନି କି ପଛକୁ ହଟିବୁନି।’ ସେହିପରି ଆନ୍ଦୋଳନ ସ୍ଥଳ ଖାଲି କରିବାକୁ ପ୍ରଶାସନ ଚାପ ପକାଉଛି। ପୋଲିସ ଯଦି ତାଙ୍କୁ ହଟାଇବାକୁ ଚାହିଁବ ତେବେ ଗୁଣ୍ଡା ନଲଗାଇ ପୋଲିସ ନିଜେ ହଟାଉ ବୋଲି ଟିକାୟତ କହିଛନ୍ତି ।

ଟ୍ୱିନ୍‌ସିଟିରେ ନକଲି ବ୍ରାଣ୍ଡର କମ୍ପିଟିସନ, କଟକରୁ ଜବତ ହେଲା ନକଲି ସୋଢ଼ା

କଟକ: ଗତକାଲି ଭୁବନେଶ୍ୱରରେ ଆଜି କଟକରେ। ନକଲି ସାମଗ୍ରୀ ତିଆରିରେ ଚାଲିଛି ପ୍ରତିଯୋଗିତା। ସିଲଭର ସିଟି ଏବଂ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ଟକରାଟକରି କମ୍ପିଟିସନ। କିଛି ଦିନ ମଧ୍ୟରେ ପ୍ରାୟ ସମସ୍ତ ପ୍ରକାରର ଖାଦ୍ୟର ଭେଜାଲ ସାମଗ୍ରୀ ଜବତ ହୋଇସାରିଲାଣି। କେତେବେଳେ ଆଚାର ନକଲି ବାହାରୁଛି ତ ପୁଣି କେତେବଳେ ଘିଅ ଆଉ ତେଲ ନକଲି ବାହାରୁଛି।

ଆଉ ଆଜି କଟକରୁ ପୁଣି ଭେଜାଲ ସୋଢ଼ା ଜବତ ହୋଇଛି। କଟକରେ ସୋଡ଼ାରେ ଅପମିଶ୍ରଣ ଅଭିଯୋଗ। ଦୋକାନରେ ବିଭିନ୍ନ ଫ୍ଲେଭରର ସୋଡ଼ା ବିକ୍ରି ହେଉଛି। ହେଲେ ସୋଡ଼ାର ନା ପ୍ୟାକେଜିଂ ତାରିଖ ଅଛି ନା ଏକ୍ସପାରି ଡେଟ୍। ଖୋଲାଖୋଲି ସୋଡ଼ା ବୋତଲ ବିକ୍ରି ହେଉଛି।

ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଅପମିଶ୍ରିତ ସୋଡ଼ା ପାନୀୟ ପିଇବା ଯୋଗୁଁ ମାରାତ୍ମକ ରୋଗର ଆଶଙ୍କା ରହିଥିବା ଡାକ୍ତର କହିଛନ୍ତି। ସେପଟେ ଏନେଇ ଦୃଷ୍ଟି ଦିଆଯିବ ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ବଦଳିବ ନୃସିଂହନାଥ ମନ୍ଦିର ରୂପରେଖ, ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ବରଗଡ଼/ବଲାଙ୍ଗୀର: ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି 5T ସଚିବ ଏବଂ ମୁଖ୍ୟ ଶାସନ ସଚିବ। ଏବେ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା। ବଦଳିବ ମନ୍ଦିର ରୂପରେଖ। ପରିଦର୍ଶନ କରିବା ପାଇଁ ବରଗଡ଼ ଓ ବଲାଙ୍ଗୀର ଗସ୍ତରେ 5Tସଚିବ ଭିକେ ପାଣ୍ଡିଆନ୍। ପାଇକମାଲରେ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଛନ୍ତି 5Tସଚିବ। ବରଗଡ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ନୃସିଂହନାଥ ମନ୍ଦିରକୁ ଯାଇଥିଲେ। 5T ସଚିବଙ୍କ ସହିତ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ବରଗଡ ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ମହାପ୍ରଭୁ ନୃସିଂହନାଥଙ୍କର ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ। ମନ୍ଦିର ର ବିକାଶ ପାଇଁ ମନ୍ଦିର ରେ ଥିବା ଧର୍ମଶାଳା ମାନଙ୍କରେ ନବୀକରଣ ଏବଂ ନୂତନ ଧର୍ମଶାଳା ନିର୍ମାଣ, ନୃସିଂହନାଥ-ହରିଶଙ୍କର ରୋପ ୱେ ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ, ନୂତନ ଇକୋ ପାର୍କ, ଚିଲଡ୍ରେନ୍ସ ପାର୍କ, ନୂତନ ଅଫିସ ଗୃହ ନିର୍ମାଣ ଭଳି ପ୍ରାୟ ୨୦ଟିପ୍ରସ୍ତାବ ମନ୍ଦିର କମିଟି ପକ୍ଷରୁ ସଚିବଙ୍କୁ ଦିଆ ଯାଇଥିବା ବେଳେ ପାଇକମାଲ ନାଗରିକ କମିଟି ତରଫରୁ ନୂଆପଡା ବରଗଡ଼ ରାସ୍ତା ର ଉନ୍ନତି, ପାଇକମାଲ ସିଏଚ୍‌ସିର କର୍ମଚାରୀ ଏବଂ ଚିକିତ୍ସକ ନିଯୁକ୍ତି, ସହ ପାଇକମାଲ କୁ ଏନ.ଏ.ସି ଘୋଷଣା ପାଇଁ ଦାବି ପତ୍ର ଦେଇଥିଲେ। ଏହା ପରେ ସେ ନୃସିଂହନାଥ ଠାରୁ ହରିଶଙ୍କର ପରିଦର୍ଶନ ଓ ସମୀକ୍ଷା ପାଇଁ ଗସ୍ତ ଥିବାର ସୂଚନା ରହିଛି ।

ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ ପାରିତ କରିବା ନେଇ ରାଜ୍ୟସଭାର ଶୂନ୍ୟକାଳରେ ଦାବି କଲେ ସାଂସଦ ସସ୍ମିତ ପାତ୍ର

ରାଜ୍ୟସଭାରେ ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇଲା ବିଜେଡି। ଦଳୀୟ ସାଂସଦ ସସ୍ମିତ ପାତ୍ର ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ ପାରିତ କରିବା ନେଇ ରାଜ୍ୟସଭାର ଶୂନ୍ୟକାଳରେ ଦାବି ରଖିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ କରିବା ପାଇଁ ଦାବି କରିଛନ୍ତି। ଦେଶରେ ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତିକରଣର ଆବଶ୍ୟକତା ରହିଛି। ଗତ ଲୋକସଭା ନିର୍ବାଚନରେ ବିଜେଡି ୩୩ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଏକମାତ୍ର ଦଳ ଭାବେ ଏକ ତୃତୀୟାଂଶ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି। ସେହିପରି ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମ ମଡେଲ୍ ବଳି ଯୋଜନା କରନ୍ତୁ। ମିଶନ ଶକ୍ତିରେ ରାଜ୍ୟର ପ୍ରାୟ ୮୦ ଲକ୍ଷ ମହିଳା ସଶକ୍ତ ହୋଇଛନ୍ତି।

ମାତିଲେ ସାଇବର ଠକ, ସଫ୍ଟୱେର ଅପଡେଟ ନାଁରେ ଲୁଟିନେଲେ ୧ଲକ୍ଷ ୭୯ ହଜାର ଟଙ୍କା

କଳାହାଣ୍ଡି: ପୋଲିସ ଯେତେ ଚାଲାଖ ହେଉଛି ଚୋର ସେତେ ସିଆଣିଆ ହେଉଛି। ସାଇବର ଠକଙ୍କୁ ଧରିବା ପାଇଁ ରାଜ୍ୟରେ ସାଇବର ସେଲ କରାଯାଇଛି। ହେଲେ କଳାହାଣ୍ଡିରେ ସାଇବର ଠକେଇ ପୁଣି ମାତିବାରେ ଲାଗିଛନ୍ତି। ସଫ୍ଟୱେର ଅପଡେଟ ନାଁରେ ୧ଲକ୍ଷ ୭୯ ହଜାର ଲୁଟିନେଲେ ସାଇବର ଲୁଟେରା। ଲୁଟର ଶୀକାର ହୋଇଛନ୍ତି କେସିଙ୍ଗାର ବ୍ୟବସାୟୀ ନାରାୟଣ ଅଗ୍ରଓ୍ୱାଲ। ନାରାୟଣ ନିଜର ଟେଲି ସଫ୍ଟୱେର ଅପଡେଟ ସହିତ ମଲ୍ଟିପଲ କରୁଥିବାବେଳେ କଷ୍ଟମର କେୟାରର ସହାୟତା ନେଇଥିଲେ।

ଏହି ସମୟରେ  ପ୍ରଥମେ ୯୯ ହଜାର ଓ ପରେ ୨୦ ହଜାର ଲେଖାଏଁ ୪ ଥର ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଥିଲା। ତାଙ୍କ ମୋବାଇଲକୁ ଟଙ୍କା କଟିବାର ମେସେଜ ମଧ୍ୟ ଆସି ନଥିଲା। ଫଳରେ ଟଙ୍କା ଲୁଟ୍ ହେଉଥିବା ନାରାୟଣ ଜାଣିପାରୁନଥିଲେ। ପରେ ମେସେଜ ଆସିବାରୁ ତତକ୍ଷଣାତ୍ ବ୍ୟାଙ୍କକୁ ଯାଇ ଆକାଉଣ୍ଟକୁ ବ୍ଳକ କରିଥିଲେ। ମାତ୍ର ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୭୯ ହଜାର ଟଙ୍କା ଲୁଟ୍ ହୋଇସାରିଥିଲା। ଏନେଇ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ସହିତ ବ୍ରହ୍ମପୁର ସାଇବର କ୍ରାଇମ ସେଲରେ ମଧ୍ୟ ଅଭିଯୋଗ କରିଛନ୍ତି।

ଅଭିଯୋଗପରେ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ତେବେ କିଛିଦିନ ପୂର୍ବେ ଭବାନୀପାଟଣା ଶର୍ମା କଲୋନିର ଏକ ଦମ୍ପତ୍ତିଙ୍କ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଇଥିଲେ ସାଇବର ଲୁଟେରା। ଅଭିଯୋଗପରେ  ୫ ଜଣ ସାଇବର ଠକକୁ ଉତ୍ତର ପ୍ରଦେଶରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍।

ରାଜ୍ୟରେ ଚାଲିଛି ଟିକାକରଣ, ଏବେ ଅଫିସ ମାନଙ୍କରେ ଦିଆଯିବ କୋରନା ଟିକା

ଭୁବନେଶ୍ୱର: ଏଣିକି ଅଫିସରେ ଦିଆଯିବ କୋରନା ଟିକା। ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ। ପ୍ରଥମ ଫେଜରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଟିକା ଦିଆଯିବ। ଏବେସୁଦ୍ଧା ୧ ଲକ୍ଷ ୯୨ ହଜାରଙ୍କ ଡାଟାବେସ ପ୍ରସ୍ତୁତ ହୋଇସାରିଛି। ଟିକାକରଣ କାର୍ଯ୍ୟ ୬ ତାରିଖରୁ ଆରମ୍ଭ ହେବ। ୩ ସପ୍ତାହ ମଧ୍ୟରେ ସମୁଖ ଯୋଦ୍ଧାଙ୍କର ଟିକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ କୋଭିସିଲଡ ଓ  ୮୩ହଜାର ୫୦୦ କୋଭାସ୍କିନ ଟିକା ଆସିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି। ଯାହା ୬୨ ପ୍ରତିଶତ। ପ୍ରଥମ ଫେଜ ଟିକାକରଣ ୧୦ ତାରିଖ ଭିତରେ ଶେଷ ହେବ। ଫେବ୍ରୁଆରୀ ୧୫ ତାରିଖରୁ ପ୍ରଥମ ଫେଜର ସେକେଣ୍ଡ ଡୋଜ ଦିଆଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଦ୍ୱିତୀୟ ଦିନରେ ଝରାଫୁଲ ଅଭିଯୁକ୍ତକୁ ମାରାଥନ ଜେରା, ଅଧିକ ଜେରା ପାଇଁ ଆସିପାରେ ଭୁବନେଶ୍ୱର

ଭୁବନେଶ୍ୱର: ଝରାଫୁଲ ନାୟକ ମୃତ୍ୟୁ ରହସ୍ୟ ଉପରୁ ହଟିବାରେ ଲାଗିଛି ପରଦା। ଜେରାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ସତ। ଦ୍ୱିତୀୟ ଦିନରେ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ମାରାଥନ ଜେରା କରୁଛି ଯାଜପୁର କୁଆଖିଆ ପୋଲିସ। ଆଜି ସକାଳୁ ଅଭିଯୁକ୍ତ ରାକେଶର ଡାକ୍ତରୀ ମାଇନା କରାଯାଇ କୁଆଖିଆ ଥାନାରେ ପଚରାଉଚରା ଜାରି ରହିଛି। ଅଧିକ ତଦନ୍ତ ପାଇଁ ଆଜି ଅଭିଯୁକ୍ତ ରାକେଶ କୁ ଭୁବନେଶ୍ୱର ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ସେପଟେ ତଦନ୍ତ ଜାରି ରହିଛି, ଖୁବଶୀଘ୍ର ଘଟଣାର ପର୍ଦାଫାସ କରାଯିବ ବୋଲି ଯାଜପୁର ଏସ.ପି ସୂଚନା ଦେଇଛନ୍ତି। ରିମାଣ୍ଡର ପ୍ରଥମ ଦିନରେ ଝରାଫୁଲଙ୍କ ବାପା, ଭାଇ ଓ ରାକେଶକୁ ମୁହାଁମୁହିଁ ଜେରା କରାଯାଇଛି।

ଯାଜପୁର ରାଜେନ୍ଦ୍ରପୁରର କ୍ରାଇମ ସ୍ପଟରେ ଝରାଫୁଲଙ୍କ ମୃତଦେହ ଫୋପାଡିବାର ଡେମୋ ଦେଖାଇଛି ରାକେଶ। ଆଜି ଭୁବନେଶ୍ୱର ଗେଷ୍ଟ ହାଉସରେ ହୋଇପାରେ କ୍ରାଇମ ସିନ୍ ରିକ୍ରିଏସନ୍। ଝରାଫୁଲ ଓ ରାକେଶ ରାତି ବିତାଇଥିବା ଭୁବନେଶ୍ୱର ଧର୍ମବିହାର ସ୍ଥିତ ଗେଷ୍ଟ ହାଉସରେ ରହସ୍ୟମୟ ରାତିର ରାଜ୍ ଖୋଲିବ ରାକେଶ। ଜାନୁଆରୀ ୨୬ ରାତିରେ ରୁମ୍ ନମ୍ବର ୨୦୧ରେ ଘଟିଥିଲା କଣ ତାର ଟିଟବିଟ୍ ପୋଲିସକୁ କହିବ ରାକେଶ। ଗେଷ୍ଟ ହାଉସର ରୁମ ନମ୍ବର ୨୦୧ରେ କଣ ଘଟିଥିଲା ? ରାତିରେ ଗେଷ୍ଟ ହାଉସକୁ କିଏ କିଏ ଆସିଥିଲେ ? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଉଗାରିବ ରାକେଶ। ରାକେଶର ସହଯୋଗୀ ଶେଖର ଫେରାର ଥିବା ବେଳେ, ଏଯାଏଁ ବ୍ୟବହୃତ ସ୍କୁଟି ଜବତ କରିପାରିନି ପୋଲିସ। ଆଶା ୩ ଦିନିଆ ରିମାଣ୍ଡରେ ପୋଲିସକୁ ଝରାଫୁଲ ମୃତ୍ୟୁର ଅସଲ କାରଣ ଜଣାପଡିବ।

 

ଦ୍ୱିତୀୟ ଦିନରେ ବି ରାଜ୍ୟସଭାରେ ହଙ୍ଗାମା: ୩ ସାଂସଦଙ୍କୁ ଗୃହରୁ ବାହାରିବାକୁ ନୋଟିସ୍

0

ନୂଆଦିଲ୍ଲୀ: ଚାଷୀ ପ୍ରସଙ୍ଗରେ ସଂସଦରେ ଗତିରୋଧ ଲାଗି ରହିଛି। ଆଜି ଦ୍ୱିତୀୟ ଦିନରେ ବି ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ଆରମ୍ଭରୁ ନାରାବାଜି ଯୋଗୁ ୯ଟା ୪୦ ଯାଏ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା । ବିରୋଧ ପ୍ରଦର୍ଶନ ପାଇଁ ୩ ଆପ୍‌ ସାଂସଦଙ୍କୁ ଗୃହରୁ ବାହାର କରିବା ପାଇଁ ନୋଟିସ୍ ବି କରାଯାଇଛି।

ସୂଚନା ଅନୁଯାୟୀ, ଆପ ସାଂସଦ ସଞ୍ଜୟ ସିଂ, ସୁଶୀଲ ଗୁପ୍ତା ଓ ଏନ୍‌ଡି ଗୁପ୍ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ସଂସଦ ଭିତରେ ସଦସ୍ୟମାନେ ମୋବାଇଲ ବ୍ୟବହାର କରିବାକୁ ନେଇ ଗୃହମୁଖ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗୃହ ଚାଲିଥିବା ବେଳେ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ଗୃହର ଅବମାନନା ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ କହିଛନ୍ତି।

ଅନ୍ୟପଟେ ଚାଷୀ ପ୍ରସଙ୍ଗରେ ସଂସଦରେ ହେବ ସାଢେ ୧୪ ଘଣ୍ଟାର ଆଲୋଚନା। ଏନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇଛି। ଏଥିପାଇଁ ରାଜ୍ୟସଭାରେ ଦୁଇ ଦିନ ପାଇଁ ପ୍ରଶ୍ନକାଳ ହେବନାହିଁ।