spot_img
Home Blog Page 6038

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ୍‌; ମହିଳା ପ୍ରଶିକ୍ଷକ ମଧୁ ମଞ୍ଜରୀ ଗିରଫ

ଭୁବନେଶ୍ୱର: ରାତି ହେଉଥିଲା ରଙ୍ଗୀନ  । ଭିନ୍ନକ୍ଷମଙ୍କୁ ନେଇ ଭୋକ ମେଣ୍ଟାଉଥିଲେ ପିପାଶୁ  । ରାଜି ହେଲେ ଖୁସ ଥିଲେ, ଅରାଜି ହେଲେ ନିର୍ଯାତନା ଦେଉଥିଲେ  ।  ଆଉ ଏହି ସମସ୍ତ ଘଟଣାର ମୁଖ୍ୟ କାର୍ପଟଦାର ପାଲଟିଥିଲେ ମହିଳା ପ୍ରଶିକ୍ଷକ  ।  ରାଜଧାନୀର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ୍‌ ଘଟଣାରେ ମହିଳା ପ୍ରଶିକ୍ଷିକା ମଧୁମଞ୍ଜରୀ ଧଳଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ବର ଏୟାରପୋର୍ଟ ଥାନା ପୋଲିସ ମହିଳା ପ୍ରଶିକ୍ଷକ ମଧୁ ମଞ୍ଜରୀ ଧଳଙ୍କୁ ଗିରଫ କରିଛି । ମଧୁ ତାଲିମ୍ କେନ୍ଦ୍ରକୁ ଆସୁଥିବା ଭିନ୍ନକ୍ଷମ ଯୁବତୀମାନଙ୍କୁ ବଳ ପୂର୍ବକ ସଂସ୍ଥାର ସଂପାଦକଙ୍କ ସହ ରାତି ବିତାଇବାକୁ ବାଧ୍ୟ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଗତ ଚାରିଦିନ ତଳେ ପୀଡିତା ଭୁବେନଶ୍ବର ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ମଧୁମଞ୍ଜରୀଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିଲା। ପୂର୍ବରୁ ସଂସ୍ଥାର ସଂପାଦକ ଭିନ୍ନକ୍ଷମ ତାଳିମ କେନ୍ଦ୍ର ପରିସରରେ ସରକାରୀ ଅଫିରସମାନଙ୍କୁ କର୍ଲଗାଲ ଯୋଗାଇ ଖୁସି କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । କର୍ଲଗାଲ ନ ମିଳିଲେ ତାଲିମ ନେଉଥିବା ଭିନ୍ନକ୍ଷମ ଯୁବତୀମାନଙ୍କୁ ରାତି ବିତାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।

ସେହିପରି ଏପରି କାର୍ଯ୍ୟରେ ଯଦି ଭିନ୍ନକ୍ଷମ ଯୁବତୀ ଅରାଜି ହୁଅନ୍ତି, ତେବେ ସେମାନଙ୍କୁ ମାଡ ମାରିବା ସହ ରାତାରାତି ବିଦା କରାଯାଉଥିଲା। ଏନେଇ ପୀଡିତାମାନେ ଥାନାର ଦ୍ବାରସ୍ଥ ହୋଇଥିଲେ। ଗତ ନଭେମ୍ବର ମାସରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲା । ଏନେଇ ପ୍ରଥମେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

ବଜେଟରେ କରୋନା ଟିକା ପାଇଁ ୩୫ ହଜାର କୋଟି ବ୍ୟୟବରାଦ, ଜାଣନ୍ତୁ କେତେ ଜଣଙ୍କୁ ମିଳିପାରିବ ମାଗଣାରେ ଟିକା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥୀକ ବର୍ଷ ବଜେଟରେ ସରକାରଙ୍କ ପକ୍ଷରୁ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନିଜ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶ ମାରାତ୍ମକ ମହାମାରୀ କବଳରୁ ମୁକୁଳିବାରେ ଲାଗିଛି । ଚଳିତ ବଜେଟରେ କରୋନା ଭ୍ୟାକସିନ୍ ଲାଗି ୩୫,୦୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।

ଏଥିସହିତ ସ୍ୱାସ୍ଥ୍ୟ ଉପରେ ମୋଟ୍ ୨.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ଘୋଷଣା କରାଯାଇଛି । ତେବେ ଜାଣନ୍ତୁ ଏହା ପରେ କେତେ ଜଣଙ୍କୁ ମାଗଣାରେ କରୋନା ଟିକା ମିଳିପାରିବ ।

ସୂଚନା ଅନୁଯାୟୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରିସର୍ଚ୍ଚ ଟିମ୍ SBI Research କିଛି ଦିନ ପୂର୍ବେ ଆକଳନ କରିଥିଲେ ଯେ ଦେଶରେ କୋଭିଡ-୧୯ ଭ୍ୟାକସିନର ପ୍ରଥମ ପର୍ଯ୍ୟାୟରେ ହିଁ ସରକାର ୨୧,୦୦୦ରୁ ୨୭,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ।

କେତେ ଖର୍ଚ୍ଚ ହେବ-

କେବଳ ଏତିକି ନୁହେଁ ୮୦ କୋଟି ଲୋକଙ୍କୁ ଭ୍ୟାକସିନ୍ ଲଗାଇବା ପାଇଁ ପ୍ରାୟ ୫୬,୦୦୦ରୁ ୭୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି SBI Research ଟିମର ଏକ ରିପୋର୍ଟରୁ ଅନୁମାନ କରାଯାଇଛି।

SBIର କହିବାନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଟିକାକରଣ ଲାଗି ୭୦୦ରୁ ୯୦୦ ଟଙ୍କା ଖର୍ଚ୍ଚ ହୋଇପାରେ । ସେ ଦୃଷ୍ଟିରୁ ଏଥର ବଜେଟରେ ଯାହା ଆବଣ୍ଟନ କରାଯାଇଛି, ସେଥିରେ ୩୮ କୋଟିରୁ ୫୦ କୋଟି ଲୋକଙ୍କୁ ଟିକା ଲଗା ଯାଇପାରେ ।

୩୦ କୋଟି ଲୋକଙ୍କୁ ପ୍ରାଥମିକତା-

ଭାରତରେ ଏବେ ମୋଟ୍ ଦୁଇଟି ଭ୍ୟାକସିନକୁ ବ୍ୟବହାରିକ ଅନୁମତି ମିଳିଛି । ସରକାର ୨୦୨୧ ମସିହା ଅଗଷ୍ଟ ବେଳକୁ ୩୦ କୋଟି ପ୍ରାଥମିକତା ଥିବା ଲୋକ ଓ ୨୦୨୨ ମସିହା ଶେଷ ବେଳକୁ ଅନ୍ୟ ୫୦ କୋଟି ଲୋକଙ୍କୁ ଟିକାକରଣ କରାଯିବ । ଯେଉଁଥିପାଇଁ ସରକାରଙ୍କୁ ୩୫,୦୦୦ରୁ ୪୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।

ଫେବୃୟାରୀରେ ରାଜ୍ୟ ବଜେଟ ; ଦୁଇଟି ପର୍ଯ୍ୟାୟରେ ଅଧିବେଶନ, ୨୨ରେ ଉପସ୍ଥାପନ

ଭୁବନେଶ୍ୱର: ଖୁବଶୀଘ୍ର ଆସିବାକୁ ଯାଉଛି ରାଜ୍ୟ ବଜେଟ । ଫେବୃୟାରୀ ୧୮ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ବିଧାନସଭାରେ ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର ବଜେଟ ଅଧବେଶନ ଆରମ୍ଭ ହୋଇ ୨୨ ତାରିଖରେ ଗୃହରେ ଉପସ୍ଥାପନା 2021-22ର ଆର୍ଥିକ ବର୍ଷର ରାଜ୍ୟ ବଜେଟ ।

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ ଆସିବାକୁ ଥିବାବେଳେ ମାର୍ଚ୍ଚ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ । ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ରାଜ୍ୟର ବ୍ୟୟ ମଞ୍ଜୁର ବିଲ ଆଗତ ହେବ ।

ଦୁଇଟି ପର୍ଯ୍ୟାୟରେ ଚଳିତବର୍ଷ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁୟାରୀ ୧୮ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ ରୁ ଆରମ୍ଭ

ହୋଇ ଏପ୍ରଲ ୯ ପର୍ଯ୍ୟନ୍ତ ଚାଲିବା ନେଇ ଦିନ ଧାର୍ଯ୍ୟ ହୋଇଛି । ଫେବୃୟାରୀ ୧୮ରେ ବଜେଟ ଆରମ୍ଭ ହେବା ସହ ମାର୍ଚ୍ଚ ୩୧ରେ ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ମୋଟ ବ୍ୟୟ ମଞ୍ଜୁର ବିଲ ।

Budget 2021: ନିର୍ବାଚନ ଥିବା ରଜ୍ୟଗୁଡ଼ିକ ପାଇଁ ସ୍ପେସାଲ ପ୍ୟାକେଜ୍‌, ଟଙ୍କାରେ ପୋତି ପକାଇଲେ

ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନ ୧୧ଟା ସମୟରେ ବେଜଟ୍‌ ପେଡ଼ି ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରତ୍ୱ ଦିଆଯାଇଛି । ଚାଷୀ ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଛି । ହେଲେ ସବୁଠାରୁ ବଡ଼ କଥା ହେଲା ଏଥର ବଜେଟ୍‌ରେ କେନ୍ଦ୍ର ସରକାର ରାଜନୀତି କରିବାକୁ ଚେଷ୍ଟା କରିଛନ୍ତି ।

୨୦୨୧ ପ୍ରଥମ ବେଜଟ୍‌ରେ କେନ୍ଦ୍ର ସରକାର ଖେଳିଛନ୍ତି ନିର୍ବାଚନୀ କାର୍ଡ । ପଶ୍ଚିମବଙ୍ଗ-ତାମିଲନାଡ଼ୁ-ଆସାମାରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭୋଟ ହାତେଇବା ଆଶାରେ ବିଭିନ୍ନ ପ୍ରକଳ୍ପ ନାଁରେ ଏହି ରାଜ୍ୟ ଗୁଡ଼ିକ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ସେହି ରାଜ୍ୟ ଗୁଡ଼ିକ ତୁଳନାରେ ଅନ୍ୟ ରାଜ୍ୟଗୁଡ଼ିକୁ କମ୍‌ ଅନୁଦାନ ମିଳିଥିବା କୁହାଯାଉଛି ।

ପଶ୍ଚିମବଙ୍ଗରେ ନୂଆ ରାଜପଥ ନିର୍ମାଣ ପାଇଁ ୨୫ ହଜାର କୋଟି ଟଙ୍କାର ଅନୁଦାନ ଦିଆଯିବା ପାଇଁ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ କୋଲକତା ସିଲ୍ଲିଗୁଡ଼ି ରାସ୍ତାର ଉନ୍ନତିକରଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।

ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟିର ବ୍ୟୟବରାଦ କରାଯାଇଛି । ତାମିଲନାଡ଼ୁରେ ହାଇଓ୍ୱେ ପାଇଁ ଏକ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । ଖାଲି ସେତିକି ନୁହେଁ କନ୍ୟାକୁମାରୀ କରିଡର ପାଇଁ ୬୫ ହଜାର କୋଟି ବ୍ୟୟବରାଦ କରାଯାଇଛି ।

Budget 2021: କାଲିଠୁ ମହଙ୍ଗା ହେବ ମଦ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥୀକ ବର୍ଷରେ ସୋମବାର ଦିନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସେ ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି । ଚଳିତ ଥର ବଜେଟରେ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ବ୍ୟୟବରାଦ କରାଯାଇଛି।

ଏଭଳି ସମୟରେ କିଛି ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ବଢାଯାଇଥିଲା ବେଳେ ଆଉ କିଛି ଉତ୍ପାଦ ଉପରେ ଏହି ଶୁଲ୍କକୁ କମ୍ କରାଯାଇଛି । କେବଳ ଏତିକି ନୁହେଁ ଏଥିସହିତ ବିଭିନ୍ନ ବସ୍ତୁ ଉପରେ ଏଗ୍ରି ଇନଫ୍ରା ସେସ୍ ମଧ୍ୟ ଲାଗୁ କରାଯାଇଛି । ଯାହା ଚଳିତ ବର୍ଷ ଫେବୃଆରୀ ୨ ତାରିଖରୁ ଲାଗୁ ହେବାକୁ ଯାଉଛି ।

Sitaraman

ତେବେ ଜାଣନ୍ତୁ ଏହି ବଜେଟ୍ ପରେ କେଉଁ ଜିନିଷ ମହଙ୍ଗା ଓ କେଉଁ ଜିନିଷ ଶସ୍ତା ହେବ…

ମଦ ପିଇବା ମହଙ୍ଗା ହେବ-

ନୂଆ ଏଗ୍ରି ଇନଫ୍ରା ଡେଭଲପମେଣ୍ଟ ସେସ୍ କାଲିଠୁ ଲାଗୁ ହେବାକୁ ଯାଉଛି । ଯାହା ଫଳରେ ଆସନ୍ତା କାଲିଠୁ ମଦ ପିଇବା ମହଙ୍ଗା ହେବ। ଏହି ବଜେଟରେ ଆଲକୋହଲିକ୍ ଓ୍ୱେବରେଜ୍ ଉପରେ ୧୦୦ ପ୍ରତିଶତ ଏଗ୍ରି ଇନଫ୍ରା ସେସ୍ ଲଗା ଯାଇଛି ।

ପେଟ୍ରୋଲ୍-ଡିଜେଲ୍ ମହଙ୍ଗା-

ଏଥର ବଜେଟରେ ପେଟ୍ରାେଲ୍ ଉପରେ ଲି. ପ୍ରତି ୨.୫ ଟଙ୍କା ଓ ଡିଜେଲ୍ ଉପରେ ଲିଟର ପିଛା ୪ ଟଙ୍କା ହିସାବରେ ଏଗ୍ରି ଇନଫ୍ରା ସେସ୍ ଲଗା ଯାଇଛି । ଯାହା ଫଳରେ ଏହାର ମୂଲ୍ୟ ଆସନ୍ତା କାଲିଠୁ ବଢିବାର ସମ୍ଭାବନା ରହିଛି ।

ଖାଇବା ତେଲ ଉପରେ ସେସ୍, ହେଲେ ମହଙ୍ଗା ହେବନି-

ସରକାର କଞ୍ଚା ପାମ୍ ତେଲ ଉପରେ ୧୭.୫% ଏଗ୍ରି ଇନଫ୍ରା ସେସ୍, କଞ୍ଚା ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୨୦%  ସେସ୍ ଲଗା ଯାଇଛି। ହେଲେ ଗ୍ରାହକଙ୍କ ଉପରେ ଏହାର ଅତିରିକ୍ତ ପ୍ରଭାବ ଯେପରି ନପଡେ ସେଥିପାଇଁ ଏସବୁ ଉପରେ ବେସିକ୍ କଷ୍ଟମ୍ ଡ୍ୟୁଟି (ବିସିଡି)ରେ କିଛିଟା କମ୍ କରାଯାଇଛି।

‘ଆତ୍ମନିର୍ଭର ଭାରତ’ ପାଇଁ ବଢିଲା ସୀମା ଶୁଲ୍କ-

ସରକାର ସାଧାରଣ ବଜେଟ୍ ୨୦୨୧-୨୨କୁ ‘ଆତ୍ମନିର୍ଭର ଭାରତ’ ଉପରେ କେନ୍ଦ୍ରିତ କରିଛନ୍ତି। ଯେଉଁଥିପାଇଁ ବିଭିନ୍ନ ବସ୍ତୁ ଉପରେ ସୀମା ଶୁଲ୍କ ଦରରେ ପରିବର୍ତ୍ତନ କରାଯାଇଛି। ଫଳରେ ଘରୋଇ ଉଦ୍ୟାେଗକୁ ଏକପ୍ରକାର ପ୍ରାେତ୍ସାହନ ମିଳିବ।

ଏପ୍ରିଲରୁ ଶସ୍ତା ହେବ ସୁନା ଓ ରୂପା-

ବଜେଟରେ ସୁନା ଓ ରୂପାର ଉତ୍ପାଦ ଶୁଲ୍କ ଦର୍ ଉପରେ କିଛିଟା ହ୍ରାସ କରାଯାଇଛି । ଯାହାକୁ ୧୨.୫%ରୁ ହ୍ରାସ କରି ୭.୫% କରାଯାଇଛି । କେବଳ ଏତିକି ନୁହେଁ ସୁନା ଓ ରୂପା ବିସ୍କୁଟ୍ ଉପରେ ମଧ୍ୟ ସୀମା ଶୁଲ୍କ ହ୍ରାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁନା ଓ ରୂପା ମୂଲ୍ୟ ଶସ୍ତା ହେବାର ସମ୍ଭାବନା ରହିଛି ।

ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ; ଦୁଇ ବିଭାଗକୁ ବଜେଟରେ ସର୍ବାଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବଜେଟର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୋକସଭାରେ ବଜେଟ ଆଗତ କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଚଳିତ ବଜେଟରେ ମୁଖ୍ୟ ଦୁଇଟି ବିଭାଗକୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ । ସ୍ୱାସ୍ଥ୍ୟ ଏବଂ ଇନଫ୍ରାଷ୍ଚ୍ରକଚରକୁ ଚଳିତ ବଜେଟରେ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଚଳିତ ବଜେଟରେ ସବୁ କ୍ଷେତ୍ରକୁ ସ୍ପର୍ଶ କରାଯାଇଛି । କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଯେଉଁଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୨.୨୪ ଲକ୍ଷ କୋଟିର ଆର୍ଥିକ ରାଶି ଦିଆଯାଇଛି । ସରକାର କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛନ୍ତି । ଭାରତ ମଧ୍ୟ ଏହି ମୁକାବିଲାରେ ସଫଳ ହୋଇଛି । କରୋନା ଭ୍ୟାକ୍ସିନ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁଥିପାଇଁ ୩୫ ହାଜର କୋଟିର ଆର୍ଥିକ ରାଶି ବ୍ୟୟ ଅଟକଳ କରାଯାଇଥିବା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହି ବଜେଟ ଗ୍ରାମୀଣ ବିକାଶ ଠାରୁ ଆରମ୍ଭ କରି କୃଷିକ୍ଷେତ୍ର, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଗ୍ରାମୀଣ ବିକାଶ ପାଇଁ ୪୦ ହଜାର କୋଟି, କୃଷି କ୍ଷେତ୍ର ପାଇଁ ସାଢେ ୧୬ ଲକ୍ଷର ଆର୍ଥିକ ରାଶି ବଜେଟରେ ସ୍ଥାନ ପାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକରୁ ଅଧିକ ଉନ୍ନତି କରିବା ସହ ପ୍ରତିରକ୍ଷା ବିଭାଗକୁ ଶକ୍ତିଶାଳୀ କରିବା ପାଇଁ ମଧ୍ୟ କେନ୍ଦ୍ରୀୟ ବଜେଟରେ ଅର୍ଥ ପ୍ରଦାନ କରାଯାଇଥିବା ପ୍ରେସମିଟରେ କହିଛନ୍ତି ଅର୍ଥମନ୍ତ୍ରୀ ।

ସେହିପରି ପ୍ରଥମ ଥର ପାଇଁ ଲୋକସଭାରେ ମୋଦି ସରକାର ଆଣିଛନ୍ତି ପେପରଲେସ ବଜେଟ । କୋଭିଡ ଦୂର ହେବା ପରେ ଏହି ବଜେଟ ଦେଶର ପ୍ରଥମ ବାର୍ଷିକ ବଜେଟ । କୋଭିଡକୁ ପ୍ରତିହତ କରିବା ସହ ଭ୍ୟାକ୍ସିନ ବିତରଣକୁ ବଢାଇବା ପାଇଁ ସରକାର ପ୍ରତିବଦ୍ଧ । ଚଳିତ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ସହ ବଜେଟ ଅର୍ଥ ୧୩୭ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ନିର୍ମଳା ସୀତାରମଣ ।

BUDGET 2021: ଚାଷୀଙ୍କୁ ଗୁରୁତ୍ୱ, ୟୁପିଏଠାରୁ ୩ ଗୁଣା ଅଧିକ ଅର୍ଥ ଦେଇଛନ୍ତି ମୋଦି ସରକାର

0

୨୦୨୧-୨୨ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, କରୋନା ମାହାମାରୀ ଭଳି ବିପତ୍ତି ମଧ୍ୟରେ ଚଳିତ ଥରର ବେଜେଟ୍‌ ପ୍ରସ୍ତୁତ ଅତ୍ୟନ୍ତ କଷ୍ଟକର ଥିଲା । ତେବେ ଏଥର ବଜେଟ୍‌ରେ ସ୍ୱାମିତ୍ୱ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ଦିନରେ ସାରା ଦେଶରେ ଏହି ଯୋଜନା ଲାଗୁ କରାଯିବ । କୃଷି କ୍ଷେତ୍ରରେ ୧୬ ଲକ୍ଷ କୋଟି ଟଙ୍କା ଋଣ ଦିଆଯିବା ନେଇ ନିଷ୍ପତି ହୋଇଛି । ଏହା ସହ ଅପରେସନ୍‌ ଗ୍ରୀନ୍‌ ସ୍କିମ୍‌ର ଘୋଷଣା କରାଯାଇଛି । ଯେଉଁଥିରେ ଅନେକ ଫସଲକୁ ସାମିଲ କରାଯିବ ଏବଂ ଚାଷୀଙ୍କୁ ଫାଇଦା ପହଞ୍ଚାଯିବ ।

ଏହାସହ ସୀତାରମଣ କହିଛନ୍ତି, ଦେଶର ୫ଟି ଫିସିଂ ହାର୍ବରକୁ ଆର୍ଥନୈତିକ ହବ୍‌ ରୂପେ ପ୍ରସ୍ତୁତ କରାଯିବ । ତାମିଲନାଡ଼ୁରେ ଫିସ୍‌ ଲାଣ୍ଡିଂ ସେଣ୍ଟର ପ୍ରସ୍ତୁତ ହେବ ବୋଲି ନିଷ୍ପତି ହୋଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ପୁରା ଦେଶରେ, ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ଆରମ୍ଭ କରାଯାଇଛି । ଏଥିପାଇଁ ଏକ ପୋର୍ଟାଲର ଆରମ୍ଭ କରାଯିବ, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ସବୁ ତଥ୍ୟ ରଖାଯିବ । ମହିଳାମାନଙ୍କୁ ସବୁ ସିଫ୍ଟରେ କାମ କରିବାର ଅନୁମତି ମିଳିବ । ମହିଳାଙ୍କୁ ନାଇଟ୍‌ ସିଫ୍ଟ ଡ୍ୟୁଟି ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସୀତାରମଣ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ବଡ଼ ଘୋଷଣା କରାଯାଇଛି । ଏହି କ୍ଷେତ୍ରରେ ବଜେଟ ମଧ୍ୟ ବୃଦ୍ଧି କରାଯାଇଛି ।

ସେହିଭଳି ସରକାର କୃଷକଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ତେବେ ଏହା କହିବା ସମୟରେ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ । ସୀତାରମଣ କହିଛନ୍ତି ଯେ, ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହା ସହ ୟୁପିଏ ସରକାର ତୁଳନାରେ ମୋଦି ସରକାର ଚାଷୀଙ୍କ ଖାତାକୁ ତିନି ଗୁଣା ଅର୍ଥ ଦେଇଛନ୍ତି । ମୋଦି ସରକାରଙ୍କ ଅମଳରେ ପ୍ରତ୍ୟେକ କ୍ଷେତ୍ରରେ ଚାଷୀଙ୍କୁ ଗୁରତ୍ୱ ଦିଆଯାଇଛି ।  ଡାଲି, ଗହମ, ଧାନ ସମେତ ସବୁ ଫସଲର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି ।

Budget 2021: କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା, ଜାଣନ୍ତୁ…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସେ ବିଭିନ୍ନ କ୍ଷେତ୍ରକୁ ସାମିଲ କରିଛନ୍ତି।

ବଜେଟରେ ଅର୍ଥ ମନ୍ତ୍ରୀ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିବାକୁ ସଙ୍କେତ ଦେଇଛନ୍ତି, ଯାହା ଫଳରେ ଏହି ସାମଗ୍ରୀ ଗୁଡିକର ମୂଲ୍ୟ ହ୍ରାସ ପାଇବ । ଅନ୍ୟପକ୍ଷରେ ମୋବାଇଲର କିଛି ପାର୍ଟ୍ସ ଉପରେ ସୀମା ଶୁଲ୍କ ବୃଦ୍ଧି ପାଇଛି। ସାଧାରଣ ବଜେଟରୁ ମୋବାଇଲ୍ ଫୋନ୍ ଏବଂ ଚାର୍ଜର, ଅଟୋ ପାର୍ଟସ୍ ଏବଂ ସିଲ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ସୁନା, ରୂପା, ଇସ୍ପାତ, ଲୁହା, ନାଇଲନ୍ କପଡା ଆଦିର ମୂଲ୍ୟ ହ୍ରାସ ପାଇଛି।

 ମୋବାଇଲ୍ ବ୍ୟତୀତ କୃଷି କ୍ଷେତ୍ରରେ ପ୍ରୋତ୍ସାହନ କରିବାକୁ ଯାଇ କର୍ଟନ୍ ଉପରେ ଶୂନରୁ ୧୦ ପ୍ରତିଶତ ଏବଂ ସିଲ୍କ ଉତ୍ପାଦ ଉପରେ ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ସେହିପରି କେତେକ ଅଟୋ ପାର୍ଟ୍ସ୍ ଉପରେ କଷ୍ଟମ୍ ଡ୍ୟୁଟିକୁ ବଢାଇ ୧୫ ପ୍ରତିଶତ କରାଯାଇଛି | କଷ୍ଟମ୍ ଡ୍ୟୁଟି ବୃଦ୍ଧି ଯୋଗୁଁ କେତେକ ଉତ୍ପାଦ ମହଙ୍ଗା ହେବ ବୋଲି ସୂଚନା ମିଳିଛି । ହେଲେ ଏହା ଫଳରେ ଦେଶରେ ମାନୁଫାକଚରିଂ ଏବଂ ଏମ୍ଏସ୍ଏମ୍ଇକୁ ଲାଭ ମିଳିବାକୁ ଥିବା ବେଳେ ଆତ୍ମନିର୍ଭରଶୀଳ ଭାରତର ‘ଲୋକାଲ୍ ଫର୍ ଭୋକାଲ୍’ ଅଭିଯାନ ମଜଭୁତ ହେବ ।

ଜାଣନ୍ତୁ, କ’ଣ ହେଲା ମହଙ୍ଗା…

ଇଲେକ୍ଟ୍ରୋନିକ୍ ଉତ୍ପାଦ

ମୋବାଇଲ୍ ଫୋନ୍

ମୋବାଇଲ୍ ଫୋନ୍ ଚାର୍ଜର

ମୂଲ୍ୟବାନ୍ ପଥର

ଚମଡା ଜୋତା

ଅଟୋ ପାର୍ଟ୍ସ

ସିଲ୍କ ଉତ୍ପାଦ

ପେଟ୍ରୋଲ୍-ଡିଜେଲ୍

ସୋଲାର ସେଲ୍

ଜାଣନ୍ତୁ, କ’ଣ ହେଲା ଶସ୍ତା…

ସୁନା-ରୂପା

ଇସ୍ପାତ୍

ଲୁହା

ନାୟଲନ୍ ବସ୍ତ୍ର

ତମ୍ବା ଦ୍ରବ୍ୟ

ବୀମା

ବିଜୁଳି

ଷ୍ଟିଲ୍ ବାସନ

 

 

ସେପଟେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ‌ଉପସ୍ଥାପନ, ଏପଟେ ରାହୁଲ ଗାନ୍ଧୀଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋମବାରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ୍‌ ଉପସ୍ଥାପନ କରିଛନ୍ତି । କିନ୍ତୁ ଏବେ ସୋସିଅଲ ମିଡିଆରେ ଭାଇରାଲ ହେଉଛି ମିମ୍ସ । ମଧ୍ୟବିତ୍ତ ଶ୍ରେଣୀକୁ ନେଇ ଅଧିକ ମିମ୍ସ ଭାଇରାଲ ହେଉଥିବା ବେଳେ ମିମ୍ସରୁ ବାଦ୍‌ ପଡ଼ିନାହାଁନ୍ତି ରାହୁଲ ଗାନ୍ଧୀ । ସୋସିଅଲ ମିଡିଆରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ସେ ମଥାରେ ହାତ ଦେଇଥିବାର ନଜର ଆସିଛି । ଏହାକୁ ନେଇ ଟ୍ୱିଟରାଟି ଯାହା ଲେଖୁଛନ୍ତି ତାହା ଖୁବ ମଜାଦାର । ଅନେକ ଲେଖୁଛନ୍ତିଯେ, ବିଜ୍ଞାନ ଛାତ୍ର ବଜେଟ୍ ‌ବୁଝିବାକୁ ଚେଷ୍ଟା କରୁଛନ୍ତି ।  ତେବେ ଟ୍ୱିଟରରେ #Budget2021, #FinanceMinister, #NirmalaSitharaman ଟ୍ରେଣ୍ଡ କରୁଛି ।

 


ସାଲୋନି ଗୌର ନାମକ ଟ୍ୱିଟରାଟି ଲେଖିଛନ୍ତିଯେ, ସେ କେବଳ ଶୋଇଥିଲେକି?

 

ଅନ୍ୟଜଣେ ଟ୍ୱିଟରାଟି ଲେଖିଛନ୍ତିଯେ, ସମସ୍ତ ଶରୀର ବିକ୍ରି କରିଦେବି ।

 

ସୋନାଲ ଖଟ୍ଟର ନାମକ ଜଣେ ଟ୍ୱିଟରାଟି ଲେଖିଛନ୍ତିଯେ, ବାଣିଜ୍ୟ ଛାତ୍ର ବିଜ୍ଞାନ ଛାତ୍ରକୁ ବଜେଟ୍‌ ବୁଝାଉଛି ।

 

ନବିନ ତିଓ୍ୱାରୀ ଲେଖିଛନ୍ତିଯେ, ବିଜ୍ଞାନ ଛାତ୍ର ନିର୍ମଳା ସୀତାରମଣଙ୍କ ବଜେଟ୍‌ ଉପସ୍ଥାପନ ଦେଖିବା ପରେ ଏଭଳି ଅବସ୍ଥା ।

 

ଅଭିରାଜ୍‌ସିଂ ଲେଖିଛନ୍ତିଯେ, ଯେତେବେଳେ ପିତାମାତାମାନେ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଗଣନା କରିବା ଆରମ୍ଭ କରନ୍ତି |

ଅନ୍ୟପଟେ ମଧ୍ୟବିତ୍ତ ଶ୍ରେଣୀର ପରିସ୍ଥିତିକୁ ଆଧାର କରି ଅନେକ ମିମ୍ସ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

Budget 2021: ଏଥର ବଜେଟରେ କାହାର ଲଟେରି ଲାଗିଲା, କିଏ ଲୁଟିଲା ?

ନୂଆଦିଲ୍ଲୀ: ବଜେଟ ଆସି ସାରିଛି । ଆଉ ତା’ପରେ ଆରମ୍ଭ ହୋଇଛି ପ୍ରତିକ୍ରିୟା ପର୍ବ । କିଏ କହୁଛି ବିକାଶର ବଜେଟ୍ । କିଏ କହୁଛି ବିକ୍ରୀ ବଜେଟ । ବିରୋଧୀଙ୍କ ଅନୁସାରେ ଏହା ହେଉଛି ଏମିତି ଗୋଟିଏ ବଜେଟ୍ ଯେଉଁଥିରେ କିଛି ନାହିଁ ,ଅଛି କେବଳ ସମ୍ପତି ବିକ୍ରୀର ପ୍ରସ୍ତାବ । ବଜେଟ୍ ଆଗରୁ ଅର୍ଥମନ୍ତ୍ରୀ କହିଥିଲେ ଏହା ଶତାବ୍ଦୀର ବଜେଟ୍ ହେବ । କିନ୍ତୁ ଏବେ ବିରୋଧୀ କହୁଛନ୍ତି ଶତାବ୍ଦୀର ଖରାପ ବଜେଟ । ତେବେ ବଜେଟକୁ ଯଦି ସମୀକ୍ଷା କରାଯିବ ତେବେ ଦେଖିବାକୁ ମିଳିବ ଯେ, ଏହି ବଜେଟ ଦ୍ୱାରା ଅନେକଙ୍କ ଆଶା ପୁରଣ ହୋଇଛି ଓ କିନ୍ତୁ ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କ ହାତରେ ନିରାଶା ଲାଗିଛି । ଆସନ୍ତୁ ଜାଣିବା କିଏ ଖୁସୀ, କିଏ ଦୁଃଖୀ ଏବଂ
କିଏ ଜିତିଲା?

ସ୍ୱାସ୍ଥ୍ୟ ସେକ୍ଟର:
ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ଫାଇଦା ମିଳିଛି । ଏହି ସେକ୍ଟର ପାଇଁ ବଜେଟରେ ୨.୩୮ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ସ୍ୱାସ୍ଥ୍ୟ ବଜେଟରେ ଏଥର ୧୩୫ ପ୍ରତିଶତ ବୃଦ୍ଧି ଆସିଛି । ଆଗରୁ ସ୍ୱାସ୍ଥ୍ୟ ପାଇଁ ୯୪ ହଜାର କୋଟି ଟଙ୍କା ଥିଲା । ଯାହା ବଢିକରି ହୋଇଛି ୨.୩୮ କୋଟି ଟଙ୍କା ।

ବାପା ଖୁସୀ, ପୁଅ ଦୁଃଖୀ: 
ଏଥରକ ବଜେଟରେ ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସରକାର । ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । ଅର୍ଥାତ ସେମାନଙ୍କୁ ଆୟକର ଦେବାକୁ ପଡିବ ନାହିଁ । ତେବେ ସର୍ତ୍ତ ହେଲା ଯଦି ତାଙ୍କ ଆୟ କେବଳ ପେନସନରୁ ଆସୁଥିବ । ଅଲଗା ଆୟ ଥିଲେ ଆୟକର ଦେବାକୁ ପଡିବ ।

ବ୍ୟାଙ୍କିଂ ଓ ବୀମା କ୍ଷେତ୍ରରେ ବଢିଲା ଏଫଡିଆଇ:
ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଂଜି ନିବେଶ ସୀମାକୁ ୭୪ ପ୍ରତିଶତ ବଢାଯାଇଛି । ଯାହା ଆଗରୁ ୪୯ ପ୍ରତିଶତ ଥିଲା । ଏହା ସହିତ ନିବେଶକଙ୍କ ପାଇଁ ଚାର୍ଟର ତିଆରି କଥା ମଧ୍ୟ କୁହାଯାଇଛି । ସେହିଭଳି ବ୍ୟାଙ୍କର ବ୍ୟାଡ୍ ଲୋନ୍ ବା ଆଦାୟ ହୋଇ ପାରୁନଥିବା ଋଣ ଟଙ୍କା ଫେରାଇ ଆଣିବା ପାଇଁ ଅଲଗା ଆସେଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀ ଗଠନ କଥା ବଜେଟରେ ରହିଛି ।

କିଏ ହାରିଲା ?
ଚାକିରିଆ ନିରାଶ
ଏହି ବଜେଟ୍ ଚାକିରିଆଙ୍କ ପାଇଁ ଆଣିଛି ନିରାଶା । ସେମାନଙ୍କ ଆଶା ଥିଲା ଆୟକର ସ୍ଲାବ୍ ବଦଳିବ । ଆୟକରରେ ରିହାତି ମିଳିବ । କିନ୍ତ ସେମିତି କିଛି ହୋଇ ନାହିଁ । ଧାରା ୮୦ ସି ଅନ୍ତର୍ଗତରେ ମିଳୁଥିବା ରିହାତି ସୀମା ବଢିବ ବୋଲି ଆଶା, ଆଶାରେ ରହିଗଲା । ସେହିଭଳି ୨.୫ ଲକ୍ଷ ଟଙ୍କା ଆୟ ଉପରେ ମିଳିବାକୁ ଥିବା ରିହାତି ସୀମା ବଢିବା ଆଶା ମଧ୍ୟ ପୁରଣ ହୋଇନାହିଁ । ୨୦୧୪ରେ ଏହା ୨ ଲକ୍ଷରୁ ବଢି ୨.୫ ଲକ୍ଷ ହୋଇଥିଲା । ତେଣୁ ୭ ବର୍ଷ ପରେ ଏଥିରେ ରିହାତି ମିଳିବ ବୋଲି ଆଶା ଥିଲା ।

ଆମ୍ ଆଦମୀ ପାଇଁ କିଛି ନାହିଁ

ଏହି ବଜେଟ୍ ସାଧାରଣ ଲୋକଙ୍କ ବଜେଟ୍ ନୁହେଁ । ଏଥିରେ ସାଧାରଣ ଲୋକଙ୍କ ପାଇଁ କିଛି ମଧ୍ୟ ବ୍ୟବସ୍ଥା ନାହିଁ । ଓଲଟା ସମସ୍ତ ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଓ ସରଚାର୍ଜ ବଢିବା କାରଣରୁ ମୋବାଇଲ ସହ ଆହୁରି ଅନେକ କିଛି ମହଙ୍ଗା ହେବ । ଆମ ଆଦମୀ ପାଇଁ ବଜେଟ୍ ନୈରାଶଜନକ ରହିଛି ।

ମହିଳାଙ୍କ ପାଇଁ କିଛି ଖାସ୍ ନାହିଁ
ନିର୍ମଳା ସୀତାରମଣ ବଜେଟରେ ମହିଳାଙ୍କୁ ଉପହାର ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ବଜେଟ ଭାଷଣରୁ ମହିଳା କିଛି ମଧ୍ୟ ପାଉ ନାହାନ୍ତି ତାହା ସ୍ପଷ୍ଟ ହୋଇଯାଇଛି ।